Headlines News: ନଜର ପକାନ୍ତୁ ଆଜି ସକାଳର ୧୦ଟି ବଡ଼ ଖବର ଉପରେ, ଜ୍ଞାନ ସହ ଦିନର ଆରମ୍ଭ..
Advertisement
Article Detail0/zeeodisha/odisha1949848

Headlines News: ନଜର ପକାନ୍ତୁ ଆଜି ସକାଳର ୧୦ଟି ବଡ଼ ଖବର ଉପରେ, ଜ୍ଞାନ ସହ ଦିନର ଆରମ୍ଭ..

Headlines News: ଆଜି ନଭେମ୍ବର ୮ ତାରିଖ। ଆଜିର ଦିନଟିକୁ ରେଡିଓଗ୍ରାଫର ବା ରଞ୍ଜନରଶ୍ମୀ ନିର୍ବାହକଙ୍କ ଦିବସ ଭାବରେ ପାଳନ କରାଯାଏ। ଡାକ୍ତରୀ ପେସାରେ ଏହା ଏକ ବିପଜ୍ଜନକ ପେସା। ୧୮୯୫ ମସିହାର ଆଜିର ଦିନରେ ଜର୍ମାନ ବୈଜ୍ଞାନିକ ଡବ୍ଲୁ ସି ରଞ୍ଜନ ଏକ୍ସ-ରେ ବା ରଞ୍ଜନ ରଶ୍ମୀର ଉଦ୍ଭାବନ କରିଥିଲେ। କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ଏହି ରଞ୍ଜନ ରଶ୍ମୀର ଗୁରୁତ୍ୱ ଯଥେଷ୍ଟ ରହିଛି। ଏଣୁ କିଛି ଦେଶରେ ଏହାକୁ କ୍ୟାନ୍ସର ସଚେତନତା ଦିବସ ଭାବେ ପାଳନ କରାଯାଏ। ଆସନ୍ତୁ ନଜର ପକାଇବା ଆଜି ସକାଳର ୧୦ ପ୍ରମୁଖ ଖବର ଉପରେ:

Headlines News: ନଜର ପକାନ୍ତୁ ଆଜି ସକାଳର ୧୦ଟି ବଡ଼ ଖବର ଉପରେ, ଜ୍ଞାନ ସହ ଦିନର ଆରମ୍ଭ..

1.ମହେଶ୍ୱରଙ୍କ ଶେଷକୃତ୍ୟ ସମ୍ପନ୍ନ: ପୂର୍ବତନ ବାଚସ୍ପତି ତଥା ପୁରୀ ବିଧାନସଭା ମଣ୍ଡଳୀକୁ ୫ ଥର ପ୍ରତିନିଧିତ୍ୱ କରିଥିବା ମହେଶ୍ୱର ମହାନ୍ତିଙ୍କ ଶେଷକୃତ୍ୟ ଗତକାଲି ସ୍ୱର୍ଗଦ୍ୱାରରେ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱରରର କେୟାର ହସ୍‍ପିଟାଲ୍‍ରେ ମସ୍ତିଷ୍କାଘାତ ଯୋଗୁ ତାଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଶୋଭାଯାତ୍ରାରେ ତାଙ୍କ ପାର୍ଥିବ ଶରୀରକୁ ପୁରୀ ସ୍ୱର୍ଗଦ୍‍ୱାର ନିଆଯାଇଥିଲା। ଭୁବନେଶ୍ୱର ବିଜେଡି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ ବ୍ୟକ୍ତିବିଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୁରୀ ବଡ଼ଦାଣ୍ଡରେ ତାଙ୍କ ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟକ ସୁଭେଚ୍ଛୁ, ସମର୍ଥକଙ୍କ ଗହଳି ଦେଖିବାକୁ ମିଳିଥିଲା। ତାଙ୍କ ବିୟୋଗରେ ପୁରୀ ଜରେ ମୁରବୀଙ୍କୁ ହରାଇଲା ବୋଲି ଚର୍ଚ୍ଚା ହେଉଛି।

2. ୨୦୨୪ରେ ୩୦ ଛୁଟି: ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୨୪ କ୍ୟାଲେଣ୍ଡର ପ୍ରକାଶ ପାଇଛି। ସାଧାରଣ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶିତ ଏହି କ୍ୟାଲେଣ୍ଡରରେ କୁହାଯାଇଛି ଯେ, ଆସନ୍ତା ବର୍ଷ ସରକାରୀ ଛୁଟି ସଂଖ୍ୟା ୩୦ ରହିବ। ଏହାଛଡ଼ା  ୫ଟି ପ୍ରମୁଖ ପର୍ବ-ପର୍ବାଣୀ ଦ୍ୱିତୀୟ ଶନିବାର ଓ ରବିବାର ପଡ଼ୁଥିବାରୁ  ସରକାରୀ କର୍ମଚାରୀଙ୍କ ଘୋଷିତ ଛୁଟି ଭିତରୁ ୫ ଦିନ ମାଡ଼ ଖାଇବ।  ଏହି ପାଞ୍ଚଦିନ ଭିତରୁ ରଥଯାତ୍ରା, ଦଶହରା, ନୂଆଖାଇ ଓ ବିଷୁବସଂକ୍ରାନ୍ତି ରବିବାର ପଡ଼ୁଥିବାବେଳେ, ମହାନବମୀ ଦ୍ୱଇତୀୟ ଶନିବାର ପଡ଼ୁଛି।

3.ବାଣଫୁଟା ଉପରେ କଟକଣା: ୨୦୨୧ ମସିହାରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା କଟକଣା ଆଦେଶ ଏଥର ବି ଦୀପାବଳିରେ ବଳବତ୍ତର ରହିବ। ରାଜ୍ୟ ସରକାରମାନେ ଏହାକୁ କାର୍ଯ୍ୟକାରୀ କରିବା ଲାଗି ସ୍ୱତନ୍ତ୍ର ଅଧିକାରୀ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଫେଲ୍‍ ହେଲେ ସମ୍ପୃକ୍ତ ଅଧିକାରୀ ଦାୟୀ ରହିବେ ବୋଲି କୋର୍ଟ କହିଛନ୍ତି। ଏହି ଆଦେଶ ଅନୁସାରେ ବୋରିୟମ୍‍ ଧାରଣ କରିଥିବା ବାଣକୁ ବାରଣ କରାଯାଇଛି।

4.ପୂରଣ ହେବ ୩ ବିଚାରପତି ପଦବୀ: ସୁପ୍ରିମକୋର୍ଟରେ ଖାଲିପଡ଼ିଥିବା ୩ ବିଚାରପତି ପଦବୀ ପୂରଣ ହେବ। ଏବେ ୩୧ ଜଣ ବିଚାରପତି ଦାୟିତ୍ୱ ତୁଲାଉଛନ୍ତି। ଏହିକ୍ରମରେ କୋର୍ଟଙ୍କ ପାଖରେ ଦିନକୁ ଦିନ  ବିଚାର ଅପେକ୍ଷାରେ ମାମଲା ସଂଖ୍ୟା ବଢ଼ିବାରେ ଲାଗିଛି। କୋର୍ଟଙ୍କ ଉପରେ ମାମଲା ସଂଖ୍ୟା ଚାପକୁ କମାଇବା ଲାଗି କଲିଜିୟମ୍‍ ଖାଲିପଡ଼ିଥିବା ୩ ବିଚାରପତି ପଦବୀ ପୂରଣ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହିକ୍ରମରେ ୩ଜଣ ବିଚାରପତିଙ୍କ ନାମ ସୁପାରିସ କରାଯାଇଛି। ସେମାନେ ହେଲେ, ଦିଲ୍ଲୀ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମା, ରାଜସ୍ଥାନ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଅଗଷ୍ଟାଇନ୍‍ ଜର୍ଜ ମସିହ ଏବଂ ଗୌହାଟି ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ ସନ୍ଦୀପ ମେହେଟ୍ଟା।

5.ଆଜି ବନକଲାଗି: ଆଜି ଶ୍ରୀମନ୍ଦିରରେ ବନକଲାଗି ଅନୁଷ୍ଠିତ ହେବ। ସନ୍ଧ୍ୟା ୫ଟାରୁ ଏହି ସ୍ୱତନ୍ତ୍ର ପରମ୍ପରା ଆରମ୍ଭ ହେବ। ଏଥିଲାଗି ୪ ଘଣ୍ଟା ଶ୍ରୀମନ୍ଦିରରେ ଶ୍ରୀଜିୀଉଙ୍କ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଜଣାଇ ଦିଆଯାଇଛି।

6.୨୦ରେ ରାଷ୍ଟ୍ରପତିଙ୍କ ଗସ୍ତ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୦ ତାରିଖରେ ଓଡ଼ିଶା ଆସିବା କାର୍ଯ୍ୟକ୍ରମ ରହିଛି। ଏନେଇ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ସୂଚନା ଦେଇଛନ୍ତି। ଏହା ତାଙ୍କର ତୃତୀୟ ଓଡ଼ିଶା ଗସ୍ତ ହେବ। ତେବେ ରାଷ୍ଟ୍ରପତି ଭବନ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ।

7.ଜାନୁୟାରୀରେ ବଂଶଧାରା ଚୂଡ଼ାନ୍ତ ଶୁଣାଣି:  ଓଡ଼ିଶା-ଆନ୍ଧ୍ର ପ୍ରଦେଶ ମଧ୍ୟରେ ୨୦୧୭ ମସିହାରୁ ଲାଗି ରହିଥିବା ବଂଶଧାରା ନଦୀ ବିବାଦର ଚୂଡ଼ାନ୍ତ ଶୁଣାଣି ଆସନ୍ତା ଜାନୁୟାରୀରେ ଅନୁଷ୍ଠିତ ହେବ। ଏହି ସମୟରେ ସୁପ୍ରିମ୍‍ କୋର୍ଟ ରାୟ ପ୍ରକାଶ କରିବା ସମ୍ଭାବନା ରହିଛି। ବଂଧଶଧାରା ଉପରେ ନେରେଡ଼ି ବ୍ୟାରେଜ୍‍ ନିର୍ମାଣ ନେଇ ଓଡ଼ିଶା ସୁପ୍ରିମ୍‍କୋର୍ଟଙ୍କ ଧ୍ୟାନ ଆକର୍ଷଣ କରିଥିଲା। ଏହିକ୍ରମରେ ଏକ ଟ୍ରିବ୍ୟୁନାଲ୍‍ ଗଠନ ହୋଇଥିଲା। ଟ୍ରିବ୍ୟୁନାଲ୍‍ଙ୍କ ଶୁଣାଣି ଶେଷ ହୋଇ ରାୟ ପ୍ରଦାନ ହୋଇଥିଲେ ମଧ୍ୟ ଓଡ଼ିଶା ପକ୍ଷରୁ ଦାଖଲ ଲିଭ୍‍ ପିଟିସନ୍‍କୁ ଆଖିରେ ରଖି ଏହି ରାୟ ପ୍ରକାଶ କରାଯାଇ ନାହିଁ। ଉଭୟ ଆନ୍ଧ୍ର ଓ ଓଡ଼ିଶା ପକ୍ଷରୁ ବିବାଦର ଶୁଣାଣି  ୨୦୨୪ ଜାନୁୟାରୀରେ କରାଇବାକୁ ହୋଇଥିବା ଅନୁରୋଧକୁ କୋର୍ଟ ସ୍ୱୀକାର କରିଛନ୍ତି।

8. ଅଳ୍ପକେ ବର୍ତ୍ତିଲେ ଅମିତ ଶାହ: ରାଜସ୍ଥାନର ନାଗପୁରରେ ଏକ ରଥ ଶୋଭାଯାତ୍ରାରେ ଯାଉଥିବା ସମୟରେ ଗୃହମନ୍ତ୍ରୀ ଅମିତ ଶାହ ଅଳ୍ପକେ ବର୍ତ୍ତିଛନ୍ତି। ପର୍ବତସରଠାରେ ଯାଉଥିବା ସମୟରେ ସେ ବସିଥିବା ରଥର ଶୀର୍ଷ ବିଜୁଳି ତାର ସଂସ୍ପର୍ଶରେ ଆସିଥିଲା। ଏହାପରେ ତୁରନ୍ତ ଶ୍ରୀ ଶାହଙ୍କୁ ପଛରେ ଏକ ଗାଡ଼ିକୁ ସ୍ଥାନାନ୍ତର କରାଯାଇ ବିଜୁଳି କାଟ କରାଯାଇଥିଲା।

9.ଆପ୍‍ ନେବ ଜନମତ: ଦିଲ୍ଲୀରେ ଅରବିନ୍ଦ କେଜ୍ରିଓ୍ୱାଲ୍‍ ମୁଖ୍ୟମନ୍ତ୍ରୀ ରହିବେ ନା ନାହିଁ? ଏ ପ୍ରଶ୍ନ ଆମ୍‍ ଆଦ୍‍ମୀ ପାର୍ଟି ଜନତାଙ୍କୁ ପଚାରିବ। ଏଥିଲାଗି ସ୍ୱତନ୍ତ୍ର ଜନମତ ଗ୍ରହଣ କରାଯିବ ବୋଲି ଆପ୍‍ ପକ୍ଷରୁ କୁହାଯାଇଛି। ପଞ୍ଜାବରେ ମଧ୍ୟ ଏହି କାର୍ଯ୍ୟକ୍ରମ ହେବ। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗସମନ୍‍ କରିଥିବାରୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନା ଜେଲରୁ କାର୍ଯ୍ୟ ପରିଚାଳନା କରିବେ ସେ ନେଇ ଏହି ଜନମତ ପରିଚାଳନା ହେବ।

10.ବିଶ୍ୱକପ୍‍: ଆଜି ବିଶ୍ୱକପ୍‍ କ୍ରିକେଟର ୪୧ତମ ମ୍ୟାଚ ଖେଳାଯିବ। ନଦରଲ୍ୟାଣ୍ଡ ବିପକ୍ଷରେ ଇଂଲଣ୍ଡ ଆଜି ଏହାର ସ୍ଥିତି ଜାହିର କରିବାକୁ ଉଦ୍ୟମ କରିବ। ମହାରାଷ୍ଟ୍ର କ୍ରିକେଟ୍‍ ଆସୋସିଏସନ୍‍ ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେବ। ଉଭୟ ଦଳ ୭ଟି ଲେଖାଏଁ ମ୍ୟାଚ ଖେଳିଛନ୍ତି। ନେଦରଲ୍ୟାଣ୍ଡ ୨ ମ୍ୟାଚ ଜିତିଥିବାବେଳେ ଇଂଲଣ୍ଡ ୧ଟି ମ୍ୟାଚ ଜିତିଛି।

Also Read: Top 10 NewsHeadlines: ସଂକ୍ଷେପରେ ପଢି ନିଅନ୍ତୁ ଦିନ ତମାମର ୧୦ ଗୁରୁତ୍ତ୍ୱପୂର୍ଣ୍ଣ ଖବର