Road Accident: ଟାଟା ମେଜିକ୍ ଉପରେ ଚଢିଗଲା ଟ୍ରକ୍ ,୧୦ ମୃତ ଏକାଧିକ ଗୁରୁତର
Advertisement

Road Accident: ଟାଟା ମେଜିକ୍ ଉପରେ ଚଢିଗଲା ଟ୍ରକ୍ ,୧୦ ମୃତ ଏକାଧିକ ଗୁରୁତର

Road Accident News In Odia: ଭୟଙ୍କର ସଡକ ଦୁର୍ଘଟଣା (Road Accident )। ଚାହୁଁଚାହୁଁ ଚାଲିଗଲା ୧୦ ଜୀବନ । ତେବେ, ଏହି ଭୟଙ୍କର ଦୁର୍ଘଟଣାରେ ଟାଟା ମେଜିକରେ ଥିବା ୫ ଶିଶୁ ମଧ୍ୟ ରାସ୍ତା କଡକୁ ଛିଟିକି ପଡିଥିଲେ। କିଛି ଯାତ୍ରୀଙ୍କ ମୁଣ୍ତ ଠାରୁ ଗଣ୍ତି ମଧ୍ୟ ଅଲଗା ହୋଇଯାଇଥିଲା। ଏକ ଟାଟା ମେଜିକକୁ ଏକ ଟ୍ରକ ଓଭରଟେକ କରିବାରୁ ଏହି ବଡ ଧରଣର ସଡ଼କ ଦୁର୍ଘଟଣା (Road Accident ) ଘଟିଛି । କିଭଳି ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ ଜାରି ରଖିଛି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Road Accident News In Odia: ମର୍ମନ୍ତୁଦ ସଡକ ଦୁର୍ଘଟଣା (Road Accident )। ଅକାଳରେ ଚାଲିଗଲା ୧୦ ଜୀବନ । ଏହି ସଡକ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ,କେତେକ ଯାତ୍ରୀଙ୍କ ମୁଣ୍ତ ଶରୀରରୁ ଅଲଗା ହୋଇଯାଇଥିଲା। ଏବଂ ଆଉ କେତେକଙ୍କ ଶରୀରର ବିଭିନ୍ନ ଅଂଶ ରାସ୍ତାରେ ଛିନଛତ୍ର ହୋଇ ଏଣେତେଣେ ପଡିଥିଲା । ଏକ ଟାଟା ମେଜିକକୁ ଏକ ଟ୍ରକ ଓଭରଟେକ କରିବାରୁ ଏହି ବଡ ଧରଣର ସଡ଼କ ଦୁର୍ଘଟଣା (Road Accident ) ଘଟିଛି । ୟୁପିର ମୋରଦାବାଦର (Aliganj Dalpatpur road in Moradabad) ଆଲିଗଞ୍ଜ ଦଲପଥପୁର ରାସ୍ତାରେ ଏହି ସଡକ ଦୁର୍ଘଟଣା ଘଟିଛି (moradabad road accident)। ମୃତକଙ୍କ ମଧ୍ୟରେ ୨ ଭଉଣୀ ଓ ମାଆ ପୁଅ ରହିଥିବା ବେଳେ ଅନ୍ୟମାନଙ୍କ ପରିଚୟ ମିଳି ପାରିନି ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।  

ସୂଚନା ଅନୁସାରେ,  ଏକ ଟାଟା ମେଜିକରେ ୟୁପି ଭୋଜପୁରର କିଛି ବାସିନ୍ଦା ସୋମବାର ରାମପୁରକୁ ଜଣେ ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯୋଗ ଦେବାକୁ ଯାଉଥିଲେ । ଆଉ କିଛି ସମୟ ପରେ ଭୋଜିରେ ପହଞ୍ଚି ଥାନ୍ତେ ସଭିଏଁ । ଏଥିପାଇଁ ସମସ୍ତ ବେଶ ଖୁସିଥିଲା।  କିନ୍ତୁ ମୋରଦାବାଦର  ଆଲିଗଞ୍ଜ ଦଲପଥପୁର ରାସ୍ତାରେ ଟାଟା ମେଜିକଟି ପହଞ୍ଚବା ସମୟରେ  ଦଲପଥପୁର ଆଡକୁ ଯାଉଥିବା ଏକ ଟ୍ରକ ଟାଟ ମେଜିକକୁ ଓଭରଟେକ କରିଥିଲା । ଫଳରେ ଟାଟ ମେଜିକଟି ଓଲଟି ପଡିଥିଲା(moradabad road accident) । ଘଟଣାସ୍ଥଳରେ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ତେବେ, ଏହି ଭୟଙ୍କର ଦୁର୍ଘଟଣାରେ ଟାଟା ମେଜିକରେ ଥିବା ୫ ଶିଶୁ ମଧ୍ୟ ରାସ୍ତା କଡକୁ ଛିଟିକି ପଡିଥିଲେ। କିଛି ଯାତ୍ରୀଙ୍କ ମୁଣ୍ତ ଠାରୁ  ଗଣ୍ତି ମଧ୍ୟ ଅଲଗା ହୋଇଯାଇଥିଲା। ଏହାଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିବାଲେ । 

Also Read: Surya Gochar 2023: ଦୀର୍ଘ ଦଶନ୍ଧି ପରେ ପଡ଼ୁଛି ଏହି ମହାସଂଯୋଗ, ସୂର୍ଯ୍ୟଦେବଙ୍କ କୃପାରୁ ଏହି ସବୁ ରାଶିର ବ୍ୟକ୍ତି ହେବେ ମାଲେମାଲ୍!

Also Read: Horoscope Today 9 may 2023: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର

ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ରାସ୍ତାରେ ପଡିଥିବା ଖଣ୍ତବିଖଣ୍ତିତ ମୃତଦେହ ଉଠାଇ ଥିଲା । ଏବଂ ପୋର୍ଟମର୍ଟମ ପାଇଁ ପଠାଇଛି । ତେବେ,ମୃତକଙ୍କ ମଧ୍ୟରେ ଟାଟା ମେଜିକ ଡ୍ରାଇଭରଙ୍କ ସହ ଗୋଟିଏ ପରିବାରର ଦୁଇ ଭଉଣୀ ଓ ମାଆ ପୁଅ ମଧ୍ୟ ରହିଛନ୍ତି । କିନ୍ତୁ ଅନ୍ୟମାନଙ୍କ ପରିଚୟ ଏ-ପର୍ଯ୍ୟନ୍ତ ମିଳିପାରି ନାହିଁ। ଏହି ଦୁର୍ଘଟଣାରେ ୧୩ ଜଣ ଲୋକେ ଗୁରୁତର ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କାରାଯାଇ ଭୋଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତଙ୍କ ଅବସ୍ଥା ସଙ୍କାଟା ପନ୍ନଥିବାରୁ ମୃତ୍ୟୁ ସଂଖ୍ୟା ବଢିବ ବୋଲି ଅନୁମାନ କରାଯାଉଛି ।  ସେପଟେ, ଦୁର୍ଘଟଣା ଘଟାଇଥିବା ଡ୍ରାଇବର ଘଟଣାସ୍ଥଳରୁ ଚମ୍ପଟ ମାରିଛି । ପୋଲିସ୍ ଏକ ମାମଲା ରୁଜୁ କରି ଛାନଭିନ୍ ଚଳାଇଛି । 

ନିକଟରେ ଏଭଳି ଏକ ସଡକ ଦୁର୍ଘଟଣା ମଧ୍ୟ ଦେଖିବାକୁ ମିଳିଥିଲା  ୟୁପିର ବାରବାଙ୍କୀରେ । ବିବାହ ଭୋଜି ଖାଇ ଫେରୁଥିବା ବେଳେ ଘଟିଲା ଅଘଟଣ । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଉତ୍ତର ପ୍ରଦେଶର ବାରବାଙ୍କୀ ଜିଲ୍ଲାର ମାଟି ଚୈକି ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି( Barabanki Road Accident) । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି । ତେବେ,ଦୁର୍ଘଟଣା ଘଟାଇଥିବା ଗାଡି ଡ୍ରାଇଭରଟି ଫେରାର ଥିବା ଜଣାପଡିଛି । ତେବେ, ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ନ ଥିବା ବେଳେ ପୋଲିସ୍ କହିଛି । ତେବେ, କାରରେ ୧୦ ଜଣ ଯୁବକ ଥିବା ଜଣାପଡିଛି । ସୂଚନା ଅନୁସାରେ, ଉତ୍ତରପ୍ରଦେଶ ବାରବାଙ୍କୀରେ ଆୟୋଜିତ ହୋଇଥିବା ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ହାର୍ଦ୍ଦୋଇ ଜିଲ୍ଲାରୁ (Hardoi district) ୧୦ ଜଣ ଯୁବକ ଏକ କାର ଯୋଗେ ଆସିଥିଲେ। ବିବାହ ଉତ୍ସବରେ ଯୋଗ ଦେବା ସହ ଭୋଜି ଖାଇ ବିଳମ୍ବିତ ରାତିରେ ନିଜ ଘରକୁ ଫେରୁଥିଲେ । ମାଟି ଚୈକି ଥାନା ଅଞ୍ଚଳରେ ସେମାନଙ୍କ କାର ପହଞ୍ଚି ଥିବା ସମୟରେ ଏକ ଅଜଣା ଟ୍ରକ ତାଙ୍କ ଗାଡିକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ହୋଇଥିଲା। ଏହା ଦେଖି କିଛି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ୍ ଘଟଣାସ୍ଥରେ ପହଞ୍ଚି ବାକି ଆହତଙ୍କୁ ଗାଡିରୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରୁ ଚିକିତ୍ସା ପାଇଁ ପଠାଇଛି। ଏବଂ ୫ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।  କିଭଳି ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ ଜାରି ରଖିଛି ।