UP News: ଗୋହତ୍ୟା ମାମଲାରେ ବଜରଙ୍ଗ ଦଳ ନେତାଙ୍କ ସହ ୬ ଗିରଫ
Advertisement

UP News: ଗୋହତ୍ୟା ମାମଲାରେ ବଜରଙ୍ଗ ଦଳ ନେତାଙ୍କ ସହ ୬ ଗିରଫ

Moradabad News: ଗୋହତ୍ୟା ମାମଲାରେ ମୋରଦାବାଦ ପୋଲିସ ବଜରଙ୍ଗ ଦଳର ନେତାଙ୍କ ସହିତ ମୋଟ ୬ଜଣଙ୍କୁ ଗିରଫ କରିଛି । ସୂଚନା ମୁତାବକ ଅନୈତିକ କାର୍ଯ୍ୟ କରିବାକୁ ଅଭିଯୁକ୍ତମାନେ ପୋଲିସ ଉପରେ ଚାପ ପ୍ରୟୋଗ କରୁଥିବାର ଅଭିଯୋଗ ହୋଇଥିଲା ।

UP News: ଗୋହତ୍ୟା ମାମଲାରେ ବଜରଙ୍ଗ ଦଳ ନେତାଙ୍କ ସହ ୬ ଗିରଫ

Moradabad News: ବଜରଙ୍ଗ ଦଳ ନାଁ ଶୁଣିଲେ ଲୋକଙ୍କ ମନରେ ଏହା ଧାରଣା ଆସିଥାଏ ଯେ, ଏମାନେ ସମାଜରେ ବିଭିନ୍ନ ଭଲ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ସହ ହିନ୍ଦୁ ଧର୍ମର ସୁରକ୍ଷା ପାଇଁ ଚେଷ୍ଟା ଚଳାଇଥାନ୍ତି । ବିଭିନ୍ନ ସ୍ଥାନରେ ବଜରଙ୍ଗ ଦଳର କର୍ମୀମାନେ ଭଲ କାମ କରି ପ୍ରଶଂସାଭାଜନ ହେଉଥିବା ସମୟରେ ବର୍ତ୍ତମାନ ମୋରଦାବାଦରୁ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରାଇଦେବ । ଯେଉଁମାନେ ସର୍ବଦା ଗୋମାତା ସୁରକ୍ଷା ପାଇଁ ଦାବି କରନ୍ତି ସେମାନେ ଗୋଚାଲାଣ, ଗୋହତ୍ୟା ପରି ବ୍ୟବସାୟରେ ଲିପ୍ତ ରହିଥିବାର ଅଭିଯୋଗ ଆସିଛି । 

ବଜରଙ୍ଗଦଳର ଜିଲ୍ଲା ମୁଖ୍ୟ ଯିଏ ଦିନେ ଗୋହତ୍ୟା ଏବଂ ଗୋମାତାକୁ ସୁରକ୍ଷା ପାଇଁ ଚର୍ଚ୍ଚାରେ ଥିଲେ ତାଙ୍କ ନାମରେ ଆସିଛି ଗୋହତ୍ୟା ଏବଂ ଚାଲାଣ ଅଭିଯୋଗ । ପୋଲିସ କହିବା ମୁତାବକ, ଜାନୁଆରୀ ୧୬ ତାରିଖରେ ଛଜଲତ ଥାନା କାଭାନ ରାସ୍ତାରେ କିଛି ଗୋମାଂସ ଜବତ ହୋଇଥିଲା । ପୁଣିଥରେ ସମାନ ଘଟଣା ଜାନୁଆରୀ ୨୮ରେ ସାମ୍ନାକୁ ଆସିଥିଲା ଯାହା ଚେତ୍ରାମ ଗାଁରେ ଘଟିଥିଲା । ଗୋହତ୍ୟା ଏବଂ ଗୋମାଂସ ଚାଲାଣ ହେଉଥିବାର ଅଭିଯୋଗ ଆଣିଥିଲେ ବଜରଙ୍ଗ ଦଳର କର୍ମୀମାନେ । ଏସମ୍ପର୍କରେ ପୋଲିସକୁ ମଧ୍ୟ ସୂଚନା ଦିଆଯାଇଥିଲା । ପରେ ବଜରଙ୍ଗଦଳର ଜିଲ୍ଲା ମୁଖ୍ୟଙ୍କ ସମେତ ସେଠାକାର ସ୍ଥାନିୟ କର୍ମୀମାନେ ଥାନାବାହାରେ ହୋ ହଲ୍ଲା କରିଥିଲେ । ବଜରଙ୍ଗ ଦଳର ଅଭିଯୋଗ ପରେ ସ୍ଥାନିୟ ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା ।

'ଅପରେସନ ସମ୍ଭବ' ନାମରେ ପୋଲିସ ଏକ ଟିମ୍ ଗଠନ କରି ଅନୁସନ୍ଧାନ ଆରମ୍ଭ କରିଥିଲା । କିଛି ବ୍ୟକ୍ତିଙ୍କୁ ପଚରାଉଚରା ଏବଂ ପ୍ରମାଣ ଖୋଜି ପାଇବା ପରେ ପୋଲିସ ଯେଉଁ ରହସ୍ୟ ଉପରୁ ପରଦା ଉଠାଇଲା ତାହା ଚକିତ କରିବା ପରି ଥିଲା ।

ସୁଚନା ମୁତାବକ ପ୍ରଥମେ ୪ଜଣ ମୁସଲିମ ବ୍ୟକ୍ତିଙ୍କୁ ଅଭିଯୁକ୍ତ ଦର୍ଶାଇ ଗିରଫ କରାଯାଇଥିଲା । ସେମଧ୍ୟରୁ କିଛି ଜଣ ବାହାର ସ୍ଥାନର ଥିଲେ । ପୋଲିସ କହିବା ମୁତାବକ ଜାନୁଆରୀ ୧୬ ଏବଂ ୨୮ ତାରିଖରେ ଯେଉଁ ଗୋହତ୍ୟା ଅଭିଯୋଗ ଆସିଥିଲା ତାହା ଖୁବ ସନ୍ଦେହଜନକ ଥିଲା । ପ୍ଲାନ୍ କରି ଅନ୍ୟକୁ ଫସାଇବାକୁ ଏପରି କାଣ୍ଡ କରାଯାଇଥିଲା ।

ପ୍ରଥମେ ଯେତେବେଳେ ଘଟଣା ସାମ୍ନାକୁ ଆସିଲା ସେତେବେଳେ ସୂଚନା ଦେଇଥିବା ବ୍ୟକ୍ତି କହିଥିଲେ ଯେ ମୁଁ ୧୦ ମିନିଟ୍ ପୂର୍ବରୁ ସେଠାକୁ ଯାଇଥିଲି ସେଠାରେ କୌଣସି ଅବଶିଷ୍ଟାଂଶ ନଥିଲା । କିନ୍ତୁ ଦ୍ୱିତୀୟ ଘଟଣା ସମୟରେ ସେଠାରୁ ପର୍ସ, ମୋବାଇଲ୍ ସିମ୍ ମିଳିଥିଲା । ଯେତେବେଳେ ପୋଲିସ ଘଟଣାର ଅନୁସନ୍ଧାନ କଲା ସେତେବେଳେ ଜାଣିବାକୁ ପାଇଲା ଯେ, ଉକ୍ତ ଗାଁର ଶାହାଦୁଦ୍ଦିନ ଏବଂ ଜାମସେଦଙ୍କ ସହିତ ତାଙ୍କର ପୁରୁଣା ଶତ୍ରୃତା ରହିଛି । ଯେଉଁଥିପାଇଁ ସେମାନଙ୍କ ନାମରେ କେସ୍ କରି ତାଙ୍କୁ ଜେଲ୍ ପଠାଇବାକୁ ଷଡଯନ୍ତ୍ର ରଚିଥିଲେ କିଛି ବ୍ୟକ୍ତି । ଏଥିସହ ପୋଲିସ ଉପରେ ମଧ୍ୟ ଚାପ ପ୍ରୟୋଗ କରାଯାଇଥିଲା । ଉକ୍ତ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ମଧ୍ୟ ଅପରାଧିକ କାର୍ଯ୍ୟକଳାପର ଅଭିଯୋଗ ରହିଥିଲା ବୋଲି କୁହାଯାଉଛି । ପୋଲିସ କହିଛି ଯେ, ଏ ଘଟଣା ଫିଲ୍ମ ଷ୍ଟାଇଲରେ କରାଯାଇଛି । ଅନ୍ୟକୁ ଟଙ୍କା ଦେଇ ନିର୍ଦ୍ଦିଷ୍ଟ ସ୍ଥାନରେ ଗୋମାଂସ ପକାଯାଇଥିଲା । ଘଟଣାରେ କିଛି ଅଭିଯୁକ୍ତ ଫେରାର ମଧ୍ୟ ଅଛନ୍ତି ।

Also Read- Bus Accident News: ଚଣ୍ଡିଗଡ-ମନାଲି ରାସ୍ତାରେ ବସ୍ ଦୁର୍ଘଟଣା, ୧ ମୃତ ୬ ଗୁରୁତର

Also Read- Guru Gochar 2024: ବୃହସ୍ପତି ଚଳନ ବଦଳାଇବ ଏହି ରାଶି ଲୋକଙ୍କ ଭାଗ୍ୟ