Monsoon Update: ତାତିରୁ ମିଳିବ ଆଶ୍ବସ୍ତି! ଏହି ଦିନ ଓଡ଼ିଶା ଛୁଇଁପାରେ ମୌସୁମୀ
Advertisement
Article Detail0/zeeodisha/odisha1729306

Monsoon Update: ତାତିରୁ ମିଳିବ ଆଶ୍ବସ୍ତି! ଏହି ଦିନ ଓଡ଼ିଶା ଛୁଇଁପାରେ ମୌସୁମୀ

Monsoon: ପ୍ରକାଶ ଥାଉ କି, ଚଳିତ ବର୍ଷ ଜୁନ ୪ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଥିଲା, କିନ୍ତୁ ପରେ ମୌସୁମୀ ଆସିବା ବିଳମ୍ବ ହେବା ନେଇ ବିଭାଗ ପକ୍ଷରୁ କୁହାଯାଇଥିଲା ।  

ସୌ(ସୋସିଆଲ ମିଡିଆ)

Monsoon Update: ଜୁନ୍ ୯ ତାରିଖ ଅର୍ଥାତ୍ ଶୁକ୍ରବାର ଦିନ କେରଳ ଛୁଇଁପାରେ ମୌସୁମୀ (Monsoon) । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିବା ପାଇଁ ପାଗ ଅନୁକୂଳ ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଜୁନ୍ ୨୦ ଅର୍ଥାତ୍ ରଜ ପରେ ମୌସୁସୀ ଓଡି଼ଶା ଛୁଇଁପାରେ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଆରବ ସାଗରେ ବାତ୍ୟା କାରଣରୁ ମୌସୁମୀ ଆସିବା ନେଇ ବିଳମ୍ବ ହେଇଛି । ଆରବ ସାଗରେ (Arab Sagar) ଅତି ଭୀଷଣ ବାତ୍ୟାର ରୂପ (Severe cyclonic storm) ନେଇଛି ସାମୁଦ୍ରିକ ଝଡ଼ “ବିପର୍ଯ୍ୟୟ” (Biporjoy Cyclone) । ଏବେ ଏହା ଉତ୍ତର ଦିଗରେ  ଗତି କରୁଥିବା ବେଳେ ଆଗାମୀ ୨୪ ଘଣ୍ଟାରେ ମଧ୍ଯରେ ଆହୁରୀ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେବା ନେଇ ସମ୍ଭାବନା ରହିଛି । ପରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଓମାନ ଆଡ଼କୁ ମୁହାଁଇପାରେ ବୋଲି ଅନୁମାନ କରାଯାଉଛି । ପ୍ରକାଶ ଥାଉ କି, ଚଳିତ ବର୍ଷ ଜୁନ ୪ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଥିଲା, କିନ୍ତୁ ପରେ ମୌସୁମୀ ଆସିବା ବିଳମ୍ବ ହେବା ନେଇ ବିଭାଗ ପକ୍ଷରୁ କୁହାଯାଇଥିଲା ।  

ମୌସୁମୀ ' 

ମୌସୁମୀ ଶବ୍ଦ ଆରବୀ ଶବ୍ଦ ମୌସିମରୁ ଉତ୍ପନ୍ନ। ଯାହାର ଅର୍ଥ, ପବନରେ ଏକ ଋତୁ ପରିବର୍ତ୍ତନ। ନଭେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଉତ୍ତର-ପୂର୍ବ ଦିଗରୁ ଦକ୍ଷିଣ-ପଶ୍ଚିମ ଦିଗକୁ ପବନ ବହିଲେ ଏହାକୁ ଶୀତ ‘ମୌସୁମୀ’ (Monsoon) ବୋଲି କୁହାଯାଏ। ଅନ୍ୟପଟେ ଯଦି ଜୁନ୍ ମାସରୁ ସେପ୍ଟେମ୍ବର ମଧ୍ୟରେ ଏହି ପବନ ଦକ୍ଷିଣ-ପଶ୍ଚିମ ଦିଗରୁ ଉତ୍ତର-ପୂର୍ବ ଦିଗକୁ ଗତି କରେ, ତାହେଲେ ଏହାକୁ ‘ଗ୍ରୀଷ୍ମ ମୌସୁମୀ’ କୁହାଯାଏ।

କିପରି କରାଯାଏ ମୌସୁମୀ ସମ୍ପର୍କିତ ପୂର୍ବାନୁମାନ

ଭାରତରେ ବର୍ଷା ଋତୁ ସାଧାରଣତଃ ଜୁନ୍ ପହିଲାରୁ ଆରମ୍ଭ ହୋଇଥାଏ। ହେଲେ ବେଳେବେଳେ ଏଥିରେ ବିଳମ୍ବ ମଧ୍ଯ ହୋଇଯାଏ। ମୌସୁମୀ ସମ୍ପର୍କରେ ପୂର୍ବାନୁମାନ କରିବା କଷ୍ଟକର ହୋଇଥିବା ବେଳେ ପ୍ରାୟ ୧୬ ମାନକକୁ ବିସ୍ତୃତ ଭାବରେ ଅଧ୍ୟୟନ କରି ମୌସୁମୀ ସମ୍ପର୍କିତ ସୂଚନା ଦିଆଯାଇଥାଏ । ମୌସୁମୀ ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନର ସଠିକତା ୭୦-୮୦ ପ୍ରତିଶତ ମଧ୍ୟରେ ରହିଥାଏ। ଆଜିର ଆଧୁନିକ ସମୟରେ ମଧ୍ୟ ମୌସୁମୀ ସମ୍ପର୍କିତ ପୂର୍ବାନୁମାନ ଓ ପ୍ରକୃତ ଅବସ୍ଥା ମଧ୍ୟରେ ସାମାନ୍ୟ ପାର୍ଥକ୍ୟ ରହିଛି।

ଭାରତ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ମୌସୁମୀ?

ମୌସୁମୀର ଆଗମନ କେବଳ ଉତ୍ତାପରୁ ଆରାମ ଦେଇଥାଏ ତାହା ନୁହେଁ ବରଂ ଏହା ଭାରତୀୟ ଅର୍ଥନୀତି ଓ କୃଷି କ୍ଷେତ୍ରକୁ ଏକ ସ୍ୱାଭାବିକ ଉପାୟରେ ଚଳାଇବାରେ ମଧ୍ୟ ସହାୟତା ହୋଇଥାଏ । ବର୍ଷା ଆସିବା ମାତ୍ରେ ଦେଶର ଖରିଫ ଫସଲ ଯଥା ଚାଉଳ, ଡାଲି, ତେଲର ଫସଲ କାମ ଆରମ୍ଭ ହୋଇଥାଏ । ଖରିଫ ଋତୁରେ ଚାଷ ହେଉଥିବା ପ୍ରମୁଖ ଫସଲର ଅମଳ ଉପରେ ମଧ୍ୟ ଏହା ପ୍ରଭାବ ପକାଇଥାଏ। ଉପଯୁକ୍ତ ମୌସୁମୀ (Monsoon) କୃଷି ଉତ୍ପାଦନ ବୃଦ୍ଧି କରିଥାଏ। ମୌସୁମୀ ଯୋଗୁଁ ବର୍ଷା ଦିନେ ପୋଖରୀ କିମ୍ବା ନଦୀରେ ପାଣିରେ ଭରିଯାଇଥାଏ,  ଯାହା ପରେ ଜଳସେଚନରେ ସହାୟକ ହୋଇଥାଏ। ଏହାସହ ଜଳରୁ ବିଦ୍ୟୁତ୍ ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଥାଏ। ଅର୍ଥନୀତି ଉପରେ ମୌସୁମୀର ପ୍ରଭାବ ପଡି଼ଥାଏ। ଅନ୍ୟପଟେ ଖରାପ ମୌସୁମୀ ଦେଶର ଅର୍ଥନୀତି ଓ ବିକାଶ ଉପରେ ବାଧ୍ୟା ସୃଷ୍ଟି କରିଥାଏ ।

Also Read-CHSE +2 Arts result 2023: ଆଜି ପ୍ରକାଶ ପାଇବ +୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

ପ୍ରକାଶ ଥାଉ କି, ସେପଟେ ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରଭାବ (Heat wave) ଜାରି ରହିଥିବା ବେଳେ ଅସହ୍ୟ ଗରମ ସାଙ୍ଗକୁ ତାତିରେ ଛଟପଟ ହେଉଛନ୍ତି ଲୋକେ । ଆସନ୍ତା ୩ ଦିନ ଯାଏଁ ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ସମ୍ବଲପୁରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ଆସନ୍ତା ୨ ଦିନ ରାଜ୍ୟର କେତେକ ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା ୨ ଡ଼ିଗ୍ରୀ ବୃଦ୍ଧି ପାଇବା ନେଇ ସମ୍ଭାବନା ରହିଛି ।