Modi 3.0 Promises: ସରକାରକୁ ଆସିଲେ କ'ଣ କରିବେ ମୋଦି ସରକାର? ପ୍ରସ୍ତୁତ ହୋଇଗଲା ୧୦୦ ଦିନର ପ୍ଲାନ
Advertisement
Article Detail0/zeeodisha/odisha2196975

Modi 3.0 Promises: ସରକାରକୁ ଆସିଲେ କ'ଣ କରିବେ ମୋଦି ସରକାର? ପ୍ରସ୍ତୁତ ହୋଇଗଲା ୧୦୦ ଦିନର ପ୍ଲାନ

Modi Govt Third Term Action Plan: ତୃତୀୟ ପାଳି କାର୍ଯ୍ୟକାଳ ପୂର୍ବରୁ ଆଗାମୀ ୧୦୦ ଦିନ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ବିଭିନ୍ନ ମନ୍ତ୍ରଣାଳୟକୁ ଜଣାଇ ଦେଇଛନ୍ତି ମୋଦି ସରକାର।

 

Modi 3.0 Promises: ସରକାରକୁ ଆସିଲେ କ'ଣ କରିବେ ମୋଦି ସରକାର? ପ୍ରସ୍ତୁତ ହୋଇଗଲା ୧୦୦ ଦିନର ପ୍ଲାନ

Modi 3.0 Plan for India: ନୂତନ ସରକାର ପାଇଁ ୧୦୦ ଦିନିଆ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ୍ତ୍ରଣାଳୟକୁ ଜଣାଇ ଦେଇଛନ୍ତି। ଏନେଇ ମିଳିଥିବା ଖବର ଅନୁସାରେ ବିଭିନ୍ନ ମନ୍ତ୍ରଣାଳୟ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉପରେ ବିଚାର କରିଛି। ଉଦାହରଣ ସ୍ୱରୂପ, ଭାରତୀୟ ରେଳବାଇ ଟିକେଟ୍ ବାତିଲ କରୁଥିବା ଯାତ୍ରୀଙ୍କୁ ୨୪ ଘଣ୍ଟା ମଧ୍ୟରେ ଟଙ୍କା ଫେରସ୍ତ କରିବା ଯୋଜନା ଉପରେ କାର୍ଯ୍ୟ କରୁଛି। ଯାହା କାର୍ଯ୍ୟକାରୀ ହେବାକୁ ବର୍ତ୍ତମାନ ଅତି କମରେ ୩ ଦିନ ସମୟ ଲାଗୁଛି। ଏହା ବ୍ୟତୀତ ଟିକେଟ୍ ବୁକିଂ ଏବଂ ଟ୍ରେନ୍ ଟ୍ରାକିଂ ଭଳି ଅନେକ ସୁବିଧା ପାଇଁ ଏକ 'ସୁପର ଆପ୍' ଲଞ୍ଚ କରିବାକୁ ଯୋଜନା କରୁଛନ୍ତି ମୋଦି ସରକାର।  ସେହିପରି ଆବାସ ମନ୍ତ୍ରଣାଳୟ ପକ୍ଷରୁ ସହରାଞ୍ଚଳର ଗରିବ ଲୋକଙ୍କ ପାଇଁ ଗୃହ ରଣ ଉପରେ ସୁଧ ଛାଡ଼ କରିବାକୁ ଯୋଜନା ଅଣାଯାଇପାରେ। 

ଦେଶର ପ୍ରମୁଖ ଜାତୀୟ ଗଣମାଧ୍ୟମ "ଟାଇମ୍ସ ଅଫ ଇଣ୍ଡିଆ" ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗ ସେମାନଙ୍କ ଯୋଜନା ପ୍ରସ୍ତୁତ କରିଛନ୍ତି। କେନ୍ଦ୍ର କ୍ୟାବିନେଟ ସଚିବ ଏହାର ସମୀକ୍ଷା କରୁଛନ୍ତି। ଗୃହ ଋଣ ଛାଡ଼ ଯୋଜନା ସମ୍ପର୍କରେ ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ବର୍ଷ ଅଗଷ୍ଟ ୧୫ ତାରିଖରେ ଘୋଷଣା କରିଥିଲେ। ନୂତନ ସରକାରର ପ୍ରଥମ ୩ ମାସ ପାଇଁ ନୂତନ ପ୍ରକଳ୍ପ ଏବଂ ଯୋଜନା ନିର୍ଦ୍ଧାରିତ କରାଯାଉଛି।

ରିପୋର୍ଟ ଅନୁଯାୟୀ ଯାତ୍ରୀଙ୍କ ପାଇଁ ଭାରତୀୟ ରେଳବାଇ ପ୍ରଧାନମନ୍ତ୍ରୀ ରେଳ ଯାତ୍ରୀ ବୀମା ଯୋଜନା ଆରମ୍ଭ କରିବାକୁ ଯୋଜନା କରିଛି। ଏହା ବ୍ୟତୀତ ୪୦,୯୦୦ କିଲୋମିଟର ଲମ୍ବାର ତିନୋଟି ଅର୍ଥନୈତିକ କରିଡ଼ର ପାଇଁ କ୍ୟାବିନେଟ ଅନୁମୋଦନକୁ ଅପେକ୍ଷା କରାଯାଇଛି। ଯେଉଁଥିରେ ୧୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। ଉଧମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ଲିଙ୍କ୍ ପ୍ରକଳ୍ପ ସମାପ୍ତ ହେବା ପରେ ରେଳବାଇ ଜାମୁ କାଶ୍ମୀର ଅଭିମୁଖେ ଟ୍ରେନ୍ ଚଳାଇବା ଯୋଜନା ସହିତ ଆଗକୁ ବଢୁଛି। ଏହା ସହିତ ଦେଶର ପ୍ରଥମ ଭର୍ଟିକାଲ୍ ଲିଫ୍ଟ ବ୍ରିଜ୍ ନ୍ୟୁ ପମ୍ବାନ୍ ରେଳ ବ୍ରିଜ୍ ମଧ୍ୟ କାର୍ଯ୍ୟକ୍ଷମ ହେବ। ଏହି ସେତୁ ଦେଶର ମୁଖ୍ୟ ଭୂଭାଗକୁ ରମେଶ୍ୱରମ୍ ସହିତ ସଂଯୋଗ କରିବ।

ସୂତ୍ରରୁ ମିଳିଥିବା ଖବର ଅନୁସାରେ ରେଳବାଇ ସ୍ଲିପର ବନ୍ଦେ ଭାରତ ସଂସ୍କରଣ ଉପରେ ଧ୍ୟାନ କେନ୍ଦ୍ରୀତ କରିଛି। ବୁଲେଟ୍ ଟ୍ରେନ୍ ପ୍ରକଳ୍ପକୁ ତ୍ୱରାନ୍ୱିତ କରାଯାଉଛି। ଏହି ଯୋଜନା ଅନୁଯାୟୀ, ଅହମ୍ମଦାବାଦ-ମୁମ୍ବାଇ ବୁଲେଟ୍ ଟ୍ରେନ ପ୍ରକଳ୍ପର ପ୍ରାୟ ୩୨୦ କିଲୋମିଟର ଭାଗ ଆସନ୍ତା ୨୦୨୯ ଅପ୍ରେଲ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବ।

ଏହା ବ୍ୟତୀତ ଯଦି ସଡ଼କ ପରିବହନ କଥା କୁହାଯାଏ ତାହେଲେ ରାଜପଥ ମନ୍ତ୍ରଣାଳୟ ସଡ଼କ ଦୁର୍ଘଟଣାରେ ପୀଡିତଙ୍କ ପାଇଁ ଏକ ନଗଦ ବିହୀନ ଯୋଜନା ଆରମ୍ଭ କରିବାକୁ ଯୋଜନା କରିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ନୂତନ ସରକାରଙ୍କ ପ୍ରଥମ ୩ ମାସରେ ଚାରୋଟି ବିମାନବନ୍ଦର ଉଦଘାଟନ କରିବାକୁ ଯୋଜନା କରିଛି।