Indian currency: ବିମୁଦ୍ରୀକରଣ ଦୀର୍ଘ ବର୍ଷ ପରେ ୧୦୦୦ ଟଙ୍କିଆ ନୋଟକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ, ସରକାର ଖୁବଶୀଘ୍ର ୧୦୦୦ ଟଙ୍କିଆର ପୁନଃ ପ୍ରଚଳନ କରିପାରନ୍ତି ।
Trending Photos
Indian currency: ୨୦୧୬ ମସିହାରେ ମୋଦି ସରକାର ନୋଟବନ୍ଦୀ ବା ବିମୁଦ୍ରୀକରଣ( Demonetization) ନିଷ୍ପତ୍ତି ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ଦୁର୍ନୀତି ଓ କଳା ଟଙ୍କାକୁ ରୋକିବା ପାଇଁ ସରକାର ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟକୁ ହଠାତ୍ ଅଚଳ ଘୋଷଣା କରିଦେଇଥିଲେ । ସେତେବେଳେ ନୋଟବନ୍ଦୀ ଲୋକଙ୍କୁ ସମସ୍ୟାରେ ପକାଇଥିଲା । ଏହି ସମୟରେ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ ଏକ୍ସଚେଞ୍ଜ କରିବା ଲାଗି ବ୍ୟାଙ୍କ ଆଗରେ ଲୋକେ ଦୀର୍ଘ ସମୟ ଧରି ଲମ୍ବା ଧାଡ଼ିରେ ଠିଆ ହେଉଥିଲେ । ଏହାପରେ ସରକାରଙ୍କ ପକ୍ଷରୁ ନୂଆ ୫୦୦ ଓ ୨୦୦୦ ଟଙ୍କିଆ ନୋଟର ପ୍ରଚଳନ ଆରମ୍ଭ ହୋଇଥିଲା । କିନ୍ତୁ ଏବେ ହଠାତ୍ ବଜାରରେ ୨୦୦୦ ଟଙ୍କିଆ ନୋଟର ସେପରି ପ୍ରଚଳନ ଦେଖିବାକୁ ମିଳୁନାହିଁ । ଏଥିଲାଗି ବିମୁଦ୍ରୀକରଣ ଦୀର୍ଘ ବର୍ଷ ପରେ ୧୦୦୦ ଟଙ୍କିଆ ନୋଟକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ, ସରକାର ଖୁବଶୀଘ୍ର ୧୦୦୦ ଟଙ୍କିଆର ପୁନଃ ପ୍ରଚଳନ କରିପାରନ୍ତି ।
ପ୍ରକାଶଥାଉ କି, ୨୦୧୬ ମସିହାରେ ଦେଶରେ କଳାଧନ୍ଦା ଓ ଭଷ୍ଟ୍ରାଚାର ରୋକିବା ନେଇ ନୋଟବନ୍ଦୀ କରିବା ସହ ୫୦୦ ଓ ୧୦୦୦ ଟଙ୍କିଆ ନୋଟକୁ ଅଚଳ କରିଦିଆଯାଇଥିଲା । କିନ୍ତୁ ବର୍ତ୍ତମାନ ସରକାର ଏହି ୧୦୦୦ ଟଙ୍କିଆ ନୋଟର ପୁନଃ ପ୍ରଚଳନ କରିବା ନେଇ ଖବର ସାମ୍ନାକୁ ଆସିଛି । ଆରବିଆଇର ବାର୍ଷିକ ରିପୋର୍ଟ ଅନୁଯାୟୀ, ୩୧ ମାର୍ଚ୍ଚ ୨୦୨୨ର ଆକଳନ ଅନୁଯାୟୀ, ମୋଟ ୨୧୪.୨୦ କୋଟି ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ ହେଉଛି, ଅର୍ଥାତ୍ ୪,୨୮,୩୯୪ କୋଟି ଟଙ୍କା ମୂଲ୍ୟର ନୋଟ୍ ବର୍ତ୍ତମାନ ପ୍ରଚଳନ ହେଉଅଛି । ମୂଲ୍ୟ ଅନୁଯାୟୀ, ୧୩.୮% ନୋଟ୍ ରହିଛି । ଯଦି ଏତେ ସଂଖ୍ୟକ ନୋଟ୍ ରହିବା ପରେ ମଧ୍ୟ ସେଗୁଡିକ ବଜାରରେ ଦୃଶ୍ୟମାନ ହୁଏ ନାହିଁ, ତେବେ ଏହି ନୋଟ୍ ଗୁଡିକ ବନ୍ଦ ହୋଇଯାଇଛି କିମ୍ବା ବନ୍ଦ ହେବାକୁ ଯାଉଛି ।
ତେବେ ନିକଟରେ ୨୦୧୬ ମସିହାରେ ମୋଦି ସରକାରଙ୍କ ପକ୍ଷରୁ ହୋଇଥିବା ଏହି ନୋଟବନ୍ଦୀ ଉପରେ ଜବାବ ରଖିଥିଲେ ସୁପ୍ରିମକୋର୍ଟ । ଦୁର୍ନୀତି ଓ କଳା ଟଙ୍କାକୁ ରୋକିବା ପାଇଁ ହୋଇଥିବା ଏହି ବିମୁଦ୍ରୀକରଣ ପ୍ରକ୍ରିୟାକୁ ସମର୍ଥନ କରିଥିଲା ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟର ୫ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ନୋଟବନ୍ଦୀ ସପକ୍ଷରେ ନିଷ୍ପତ୍ତି ଶୁଣାଇଥିଲା। ବେଞ୍ଚର ଅଧ୍ୟକ୍ଷତା କରିଥିଲେ ନ୍ୟାୟମୂର୍ତ୍ତି ଏସଏ ନଜୀର। ବେଞ୍ଚର ନ୍ୟାୟମୂର୍ତ୍ତି ବିବି ନାଗରତ୍ନା, ଏଏସ ବୋପନ୍ନା, ଭି ରାମା ସୁବ୍ରମଣ୍ୟମ ଓ ବିଆର ଗଓ୍ୱଇ ଥିଲେ। ଏଥିରେ ଜଷ୍ଟିସ ବିବି ନାଗରତ୍ନାଙ୍କ ନିଷ୍ପତ୍ତି ନୋଟବନ୍ଦୀ ବିପକ୍ଷରେ ଯାଇଥିଲା। ତାଙ୍କର ଯୁକ୍ତି ରହିଥିଲା କି ନୋଟବନ୍ଦୀର ପ୍ରସ୍ତାବ ସରକାରଙ୍କ ତରଫରୁ ଆସିଥିଲା। ଆରବିଆଇର ମତ ମଧ୍ୟ ଲୋଡାଯାଇଥିଲା। ଆରବିଆଇ ଅଧିନିୟମ ଧାରା ୨୬(୨)ର ଉଦାହରଣ ଦେଇ ସେ କହିଥିଲେ କି ରିଜର୍ଭ ବ୍ୟାଙ୍କର ରାୟକୁ କୌଣସି ପରିସ୍ଥିତିରେ ସୁପାରିଶ ଭାବେ ପରିଗଣିତ କରାଯିବ ନାହିଁ। ନାଗରତ୍ନାଙ୍କ କହିବା ଅନୁଯାୟୀ ନୋଟବନ୍ଦୀ ଯଦି କରିବାର ଥିଲା ତେବେ ଏହି ନିଷ୍ପତ୍ତି ରିଜର୍ଭ ବ୍ୟାଙ୍କ ନେଇ ପାରିଥାନ୍ତା। ଏହା କେନ୍ଦ୍ର ସରକାର କାହିଁକି ନିଷ୍ପତ୍ତି ନେଲେ। ୨୦୧୬ରେ ଏଭଳି କରାଗଲା ନାହିଁ କାରଣ ଆଇନଗତ ଦୃଷ୍ଟିରୁ ନୋଟବନ୍ଦୀଙ୍କୁ ସଠିକ ବୋଲି କୁହାଯାଇ ପାରିନଥାନ୍ତା ବୋଲି ସେ କହିଥିଲେ।
ଏହାମଧ୍ଯ ପଢନ୍ତୁ-World Idle Day: ଜଣେ ବ୍ୟକ୍ତି ବର୍ଷକରେ ଖାଇଗଲେ ୬ ଲକ୍ଷ ଟଙ୍କାର ଇଡଲୀ, ରିପୋର୍ଟରୁ ଖୁଲାସା ହେଲା ଏହି ତଥ୍ୟ