ଅପଦସ୍ତ ହେବା ପରେ ସୁର ନେବେ ଏଭଳି ବଦଲା, ସରକାରଙ୍କୁ କରିଦେଲେ ଛାନିଆ
Advertisement

ଅପଦସ୍ତ ହେବା ପରେ ସୁର ନେବେ ଏଭଳି ବଦଲା, ସରକାରଙ୍କୁ କରିଦେଲେ ଛାନିଆ

ବିଧାୟକୟଙ୍କୁ କଳିଙ୍ଗ ଷ୍ଟାଡିୟମରେ ପ୍ରବେଶ କରାଇ ନ ଦେବା ଘଟଣାର CCTV ଫୁଟେଜ ଆୟୋଜକ ଅବିଳମ୍ବେ ଯାଞ୍ଚ କରନ୍ତୁ ବୋଲି ଦାବି କରିଛି କଂଗ୍ରେସ।

ଅପଦସ୍ତ ହେବା ପରେ ସୁର ନେବେ ଏଭଳି ବଦଲା, ସରକାରଙ୍କୁ କରିଦେଲେ ଛାନିଆ

World Cup: ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱର (Bhubaneswar) କଳିଙ୍ଗ ଷ୍ଟାଡ଼ିୟମରେ (Kalinga Stadium) ଆରମ୍ଭ ହୋଇଛି ୧୭ ବର୍ଷରୁ କମ ଫୁଟବଲ ବିଶ୍ୱକପ (U17 Foot ball World Cup)। ସନ୍ଧ୍ୟାରେ ଆଜି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଉଦଘାଟନ ହୋଇଛି ଏହି ଫୁଟବଲ (Football) ମହାକୁମ୍ଭ। ତେବେ ଉଦଘାଟନୀ ଉତ୍ସବ ପୂର୍ବରୁ ଷ୍ଟାଡ଼ିୟମ (Kalinga Stadium) ବାହାରେ ଅପ୍ରିତିକର ପରିସ୍ଥିତି ଦେଖିବାକୁ ମିଳିଥିଲା। ଜଟଣୀ (Jatani) ବିଧାୟକ (MLA) ସୁର ରାଉତରାୟଙ୍କୁ (Suresh Kumar Routray) ସୁରକ୍ଷାକର୍ମୀମାନେ (Security Guard) ଟଣାଓଟରା କରିବା ସହିତ ଖେଳ ଦେଖିବାକୁ ଷ୍ଟାଡ଼ିୟମ ଭିତରକୁ ଛାଡ଼ିନଥିଲେ। ସେପଟେ ସୁରଙ୍କ ପ୍ରତି ଏଭଳି ଅପମାନକୁ ନେଇ ଗର୍ଜିଛି କଂଗ୍ରେସ। 

ବିଧାୟକୟଙ୍କୁ କଳିଙ୍ଗ ଷ୍ଟାଡିୟମରେ ପ୍ରବେଶ କରାଇ ନ ଦେବା ଘଟଣାର CCTV ଫୁଟେଜ ଆୟୋଜକ ଅବିଳମ୍ବେ ଯାଞ୍ଚ କରନ୍ତୁ ବୋଲି ଦାବି କରିଛି କଂଗ୍ରେସ। ରାଜ୍ୟ ସରକାର ଏହାକୁ ଗମ୍ଭୀରତାର ସହ ନିଅନ୍ତୁ। ଓଡ଼ିଆଙ୍କ ସ୍ୱାଭିମାନକୁ ଅଣଦେଖା ନ କରାଯାଉ। ଏ ଅପମାନ ଆଦୌ ସହଣୀୟ ନୁହେଁ। ସୁରକ୍ଷା କର୍ମୀଙ୍କୁ ଚିହ୍ନଟ କରିବା ସହ ସୁରକ୍ଷା ଦାୟିତ୍ୱ ନେଇଥିବା ସଂସ୍ଥାକୁ ଆର୍ଥିକ ଦଣ୍ଡ ସହ ୧୭ ବର୍ଷରୁ କମ ବିଶ୍ୱକପରୁ ଅବିଳମ୍ବେ ବାହାର କରାଯାଉ ବୋଲି ଦାବି କରିଛି ଦଳ। 

ସୁର ବାବୁଙ୍କ ପାଖରେ ପ୍ରବେଶ ପାସ୍ ଥାଇ ଏପରି ହଟହଟା ଆଦୌ ବରଦାସ୍ତ୍ ବାହାରେ । ନିରପେକ୍ଷ ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଓ ସଚିବ ଙ୍କୁ ନିର୍ଦ୍ଦେଶ ଦିଅନ୍ତୁ । ଆବଶ୍ୟକ ହେଲେ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ବି ହସ୍ତକ୍ଷେପ କରିବା ଦରକାର ବୋଲି କଂଗ୍ରେସ ମୁଖପାତ୍ର ପଦ୍ମାକର ଗୁରୁ ଦାବି କରିଛନ୍ତି।