Milk Rate: ପୁଣି ବଢିଲା ଦୁଗ୍ଧ ଦର
Advertisement

Milk Rate: ପୁଣି ବଢିଲା ଦୁଗ୍ଧ ଦର

Milk Price: ଗତବର୍ଷ ସେପ୍ଟେମ୍ବର ମାସରେ କ୍ଷୀରର ଦରରେ ବୃଦ୍ଧି କରାଯାଇଥିଲା। ଏହା ପୂର୍ବରୁ ମଇଁଷି କ୍ଷୀରର ଦର ୭୫ ଟଙ୍କାରେ ବିକ୍ରି ହେଉଥିବା। ସେପ୍ଟେମ୍ବର ମାସରେ ବିକ୍ରି ହେବା ପରେ ୮୦ଟଙ୍କାକୁ ବୃଦ୍ଧି ପାଇଥିଲା କ୍ଷୀର ଦର। ଏଥିରେ ଗରିବ, ମଧ୍ୟମ ବର୍ଗର ପରିବାରଙ୍କୁ ମହଙ୍ଗାମାଡ଼ର ଶିକାର ହେବାକୁ ପଡ଼ିଥିଲା। 

Milk Rate: ପୁଣି ବଢିଲା ଦୁଗ୍ଧ ଦର

Milke Rate: ନୂଆଦିଲ୍ଲୀ: ଅତ୍ୟାବଶ୍ୟକ ସାମଗ୍ରୀର ଦର ବାରମ୍ବାର ବଢିବାରେ ଲାଗିଛି। ଫଳରେ ଖାଉଟି ମହଙ୍ଗାମାଡ଼ରେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି। ଏହି ଦରବୃଦ୍ଧି ମଧ୍ୟରେ ଖାଉଟିଙ୍କ ଚିନ୍ତା ବଢାଇଛି କ୍ଷୀର ଦରବୃଦ୍ଧି। ନୂତନ ଦର ଆସନ୍ତା ୧ ତାରିଖରୁ ଲାଗୁ ହେବ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ ମୁମ୍ବାଇ ଦୁଗ୍ଧ ଉତ୍ପାଦକ ସଂଘ ଆସନ୍ତା ୧ ତାରିଖରୁ ନୂତନ ଦର ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। ଉକ୍ତ ସଂଘର ଜଣେ ଅଧିକାରୀ ଏନେଇ ସୂଚନା ପ୍ରଦାନ କରିଛନ୍ତି। 

ଅନୁଷ୍ଠାନର ଅଧ୍ୟକ୍ଷ ସିକେ ସିଂହ କହିଛନ୍ତି କି ସହରରେ ୩ ହଜାରରୁ ଅଧିକ ଖୁଚୁରା ବିକ୍ରେତଙ୍କ ତରଫରୁ ବିକ୍ରି ହେଉଥିବା ମଇଁଷି କ୍ଷୀରର ଦର ୮୦ ଟଙ୍କାର ବୃଦ୍ଧି କରି ୮୫ ଟଙ୍କା କରିଦିଆଯାଇଛି। ଏହି ନୂଆ ଦର ମାର୍ଚ୍ଚ ମାସରୁ ଲାଗୁ ହେବ। ନୂତନ ଦରରେ ଆସନ୍ତା ଅଗଷ୍ଟ ମାସ ପର୍ଯ୍ୟନ୍ତ ମଇଁଷି କ୍ଷୀର ବିକ୍ରି ହେବ। ସୂଚନା ଯୋଗ୍ୟ ଗତବର୍ଷ ସେପ୍ଟେମ୍ବର ମାସରେ କ୍ଷୀରର ଦରରେ ବୃଦ୍ଧି କରାଯାଇଥିଲା। ଏହା ପୂର୍ବରୁ ମଇଁଷି କ୍ଷୀରର ଦର ୭୫ ଟଙ୍କାରେ ବିକ୍ରି ହେଉଥିବା। ସେପ୍ଟେମ୍ବର ମାସରେ ବିକ୍ରି ହେବା ପରେ ୮୦ଟଙ୍କାକୁ ବୃଦ୍ଧି ପାଇଥିଲା କ୍ଷୀର ଦର। ଏଥିରେ ଗରିବ, ମଧ୍ୟମ ବର୍ଗର ପରିବାରଙ୍କୁ ମହଙ୍ଗାମାଡ଼ର ଶିକାର ହେବାକୁ ପଡ଼ିଥିଲା। 

ଶ୍ରୀ ସିଂହ କହିଥିଲେ କି ଏହି ବର୍ଦ୍ଧିତ ଦର ଉପରେ ଗୁରୁବାର ରାତିରେ ସଂଘର ସଦସ୍ୟଙ୍କ ସହିତ ଆଲୋଚନା ହୋଇଥିଲା। ବୈଠକରେ ଆଲୋଚନା ପରେ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଥିଲା। ସୂଚନାଯୋଗ୍ୟ ମୁମ୍ବାଇରେ ଦୈନିକ ୫୦ ଲକ୍ଷ ଲିଟର କ୍ଷୀରର ଆବଶ୍ୟକ ରହିଥାଏ। ଚଳିତ ବର୍ଷ ଫେବୃଆରୀରେ ମହାରାଷ୍ଟ୍ରର ସମସ୍ତ ପ୍ରମୁଖ ଗାଈ ଦୁଗ୍ଧ ଉତ୍ପାଦନ କେନ୍ଦ୍ରରେ ପ୍ରମୁଖ କମ୍ପାନୀ ଗୁଡ଼ିକ ମଧ୍ୟ ଦରରେ ବୃଦ୍ଧି କରିଥିଲେ। ସେମାନେ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଥିଲେ। 

ଏଠାରେ କହି ରଖୁକି ଅମୁଲ ମଦ୍ୟ କ୍ଷୀର ଦରରେ ବୃଦ୍ଧି କରିଛି। ଲିଟର ପିଛା ୩ ଟଙ୍କା ଦର ବୃଦ୍ଧି କରିଛି ଅମୁଲ। ଏହି ଦର ବୃଦ୍ଧି ପରେ ଅମୁଲ କ୍ଷୀର ଏବେ ଲିଟର ପିଛା ୬୬ ଟଙ୍କାରେବିକ୍ରି ହେଉଛି। ଅମୁଲର ଗାଈ କ୍ଷୀର ୫୬ ଟଙ୍କାରେ ବିକ୍ରି ହେଉଥିବା ବେଳେ ଅମୁଲ ତାଜାର ଦର ଲିଟର ପିଛା ୫୪ ଟଙ୍କା ରହିଛି। ଅମୁଲ ଏ୨ ମଇଁଷିର କ୍ଷୀର ଏବେ ୭୦ ଟଙ୍କା ରହିଛି। ଏହା ପୂର୍ବରୁ ଡିସେମ୍ବର ମାସରେ ମଦର ଡାଏରୀ ମଧ୍ୟ କ୍ଷୀର ଦରରେ ବୃଦ୍ଧି କରିଥିଲା।  

Also Read: ତୃତୀୟ ଟେଷ୍ଟରୁ ବାଦ ପଡ଼ିବେ ଏହି ଖେଳାଳି, ତାଙ୍କ ସ୍ଥାନରେ ଘାତକ ଖେଳାଳିଙ୍କ ଏଣ୍ଟ୍ରି ହେଲା ପକ୍କା

Also Read: ରାଜଧାନୀରେ ବଡ଼ଧରଣର ଦୁର୍ଘଟଣା, ଫୁଟପାଥ ଉପରେ ଓଲଟି ପଡ଼ିଲା ଟ୍ରକ

Also Read: ମୃତ୍ୟୁ ସହ ଲଢୁଛନ୍ତି ଅଭିନେତା ପିଣ୍ଟୁ ନନ୍ଦ, ଦିଲ୍ଲୀରେ ମିଳିଲେନି ଡୋନର