MGNREGA Worker Wage: ନିର୍ବାଚନ ପୂର୍ବରୁ ୧୪ କୋଟି ଲୋକଙ୍କ ମିଳିବ ଫାଇଦା; ଜାଣନ୍ତୁ କିପରି
Advertisement

MGNREGA Worker Wage: ନିର୍ବାଚନ ପୂର୍ବରୁ ୧୪ କୋଟି ଲୋକଙ୍କ ମିଳିବ ଫାଇଦା; ଜାଣନ୍ତୁ କିପରି

MGNREGA  Wage Hike: ନିର୍ବାଚନ ଆୟୋଗ ଅନୁମୋଦନ ପରେ ମନ୍ତ୍ରଣାଳୟ ପକ୍ଷରୁ ବର୍ଦ୍ଧିତ ମଜୁରୀ ସମ୍ପର୍କରେ ବିଜ୍ଞପ୍ତି ଜାରି କରାଯାଇଛି।

MGNREGA Worker Wage: ନିର୍ବାଚନ ପୂର୍ବରୁ ୧୪ କୋଟି ଲୋକଙ୍କ ମିଳିବ ଫାଇଦା; ଜାଣନ୍ତୁ କିପରି

MGNREGA Worker Wage Hike: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) ସମ୍ପର୍କରେ ଆସିଛି ଏକ ବଡ଼ ଖବର। ମନରେଗା ଅଧିନରେ ମିଳୁଥିବା ମଜୁରୀ ହାରରେ ସଂଶୋଧନ କରାଯାଇଛି। ସରକାରଙ୍କ ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତି ଦ୍ୱାରା କୋଟି କୋଟି ଶ୍ରମିକ ଉପକୃତ ହେବେ। ୨୦୨୪ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ଯୋଜନା ଅନୁଯାୟୀ ପ୍ରାପ୍ତ ମଜୁରୀ ହାରାହାରି ୨୮  ଟଙ୍କା ବୃଦ୍ଧି କରାଯାଇଛି। ଗତ ଆର୍ଥିକ ବର୍ଷରେ ହାରାହାରି ମଜୁରୀ ୨୬୧ ଟଙ୍କାରୁ ୨୮୯ ଟଙ୍କାକୁ ବୃଦ୍ଧି ପାଇବ। ଗତ ୨୦୦୫ ବର୍ଷରେ ମନରେଗା ଯୋଜନା ଅଧିନରେ ଅଣକୁଶଳୀ ମାବନୀୟ କାର୍ଯ୍ୟ ପାଇଁ ନୂତନ ମଜୁରୀ ହାର ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଆରମ୍ଭ କରାଯାଇଛି। ଏନେଇ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ନୂତନ ମଜୁରୀ ହାର ଆସନ୍ତା ଅପ୍ରେଲ ୧ ତାରିଖରୁ କାର୍ଯ୍ୟକାରୀ ହେବ।

ଗୋଆରେ ହୋଇଛି ସର୍ବାଧିକ ବୃଦ୍ଧି
ବର୍ତ୍ତମାନର ମନରେଗା ମଜୁରୀ ହାରରେ ଗୋଆରେ ସର୍ବାଧିକ ୧୦.୫୫ ପ୍ରତିଶତ ବୃଦ୍ଧି ହୋଇଛି। ଏହି କାରଣରୁ ୨୦୨୪-୨୫ ଆର୍ଥିକ ବର୍ଷରେ ଦୈନିକ ମଜୁରୀ ୩୨୨ ଟଙ୍କାରୁ ୩୫୬ ଟଙ୍କାକୁ ବୃଦ୍ଧି ପାଇଛି। ଏହା ସହିତ ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ମନରେଗା ମଜୁରୀ ହାରରେ ସର୍ବନିମ୍ନ ୩.୦୪ ପ୍ରତିଶତ ବୃଦ୍ଧି ହୋଇଛି। ଏହି ରାଜ୍ୟରେ ମଜୁରୀ ୨୩୦ ଟଙ୍କାରୁ ବୃଦ୍ଧି ପାଇ ୨୩୭ ଟଙ୍କା ହୋଇଛି। ମନରେଗା ଅଧିନରେ ସର୍ବାଧିକ ମଜୁରୀ ହାର ହରିୟାଣା ହରିୟାଣାରେ ଦୈନିକ ୩୭୪ ଟଙ୍କା ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ ସର୍ବନିମ୍ନ ମଜୁରୀ ହାର ୨୩୪ ଟଙ୍କା ଅରୁଣାଚଳ ପ୍ରଦେଶ ଏବଂ ନାଗାଲାଣ୍ଡ ପାଇଁ ସ୍ଥିର ହୋଇଛି।

କର୍ଣ୍ଣାଟକରେ ଦୈନିକ ୩୪୯ ଟଙ୍କା ରହିଛି ମଜୁରୀ
ବିଜ୍ଞପ୍ତି ଅନୁଯାୟୀ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ସମେତ ଅନ୍ୟ ୩ ରାଜ୍ୟରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମନରେଗା ମଜୁରୀ ୧୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। କର୍ଣ୍ଣାଟକରେ ନୂତନ ମନରେଗା ମଜୁରୀ ଦୈନିକ ୩୪୯ ଟଙ୍କା ହେବ। ଯାହା ପୂର୍ବରୁ ୩୧୬ ଟଙ୍କା ରହିଛି। ମନରେଗା ମଜୁରୀ ହାରରେ ୧୦.୪୪ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି। ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ଆଦି ରାଜ୍ୟ ଦ୍ୱୟରେ ନୂତନ ମନରେଗା ମଜୁରୀ ହାର ଦୈନିକ ୩୦୦ ଟଙ୍କା ହେବ। ଯାହା ଚଳିତ ଆର୍ଥିକ ବର୍ଷରେ ଦୈନିକ ୨୭୨ ଟଙ୍କା ମଜୁରୀ ତୁଳନାରେ ୧୦.୨୯ ପ୍ରତିଶତ ବୃଦ୍ଧି ହୋଇଛି।

ହାରାହାରି ମଜୁରୀ ହାର ଦୈନିକ ୨୮୫.୪୭ ଟଙ୍କାକୁ ବୃଦ୍ଧି ପାଇଛି
ମନରେଗା ଅଧିନରେ ମଧ୍ୟପ୍ରଦେଶ ଏବଂ ଛତିଶଗଡ ଆଦି ରାଜ୍ୟ ଦ୍ୱୟରେ ମଜୁରୀ ହାର ସମାନ ରହିଛି। ଉଭୟ ରାଜ୍ୟରେ ବର୍ତ୍ତମାନର ମଜୁରୀ ହାର ୨୨୧ ଟଙ୍କାରୁ ୨୪୩ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ୨ ରାଜ୍ୟରେ ମଧ୍ୟ ୧୦ ପ୍ରତିଶତ ବୃଦ୍ଧି ହୋଇଛି। ଏହା ବ୍ୟତୀତ ଅନ୍ୟ ଯେଉଁଠାରେ ମନରେଗା ମଜୁରୀ ହାର ୫ ପ୍ରତିଶତରୁ କମ୍ ବୃଦ୍ଧି ହୋଇଛି ସେହି ରାଜ୍ୟ ହେଉଛି ହରିୟାଣା, ଆସାମ, ମଣିପୁର, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ରାଜସ୍ଥାନ, କେରଳ ଏବଂ ଲାକ୍ଷାଦ୍ୱୀପ। ବର୍ତ୍ତମାନର ସମଗ୍ର ଦେଶର ହାରାହାରି ମଜୁରୀ ୨୬୭.୩୨ ଟଙ୍କା ରହିଥିବା ବେଳେ ଏଥିରେ ୭ ପ୍ରତିଶତ ବୃଦ୍ଧି ହୋଇଛି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଦୈନିକ ମଜୁରୀ ହାର ୨୮୫.୪୭ ଟଙ୍କା ହୋଇଛି।

ନିର୍ବାଚନ ଆୟୋଗ ଠାରୁ ନିଆଯାଇଥିଲା ଅନୁମୋଦନ
ଏନେଇ କୁହାଯାଉଛି ଯେ ମନରେଗା ଅଧୀନରେ ନୂତନ ମଜୁରୀ ହାର ବୃଦ୍ଧି କରିବା ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ନିର୍ବାଚନ ଆୟୋଗ ପାଖରୁ ଅନୁମୋଦନ ଲୋଡିଥିଲା। ୨୦୨୪ ଲୋକସଭା ନିର୍ବାଚନ ହେତୁ ସମଗ୍ର  ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି। ନିର୍ବାଚନ ଆୟୋଗ ଅନୁମୋଦନ ପରେ ମନ୍ତ୍ରଣାଳୟ ପକ୍ଷରୁ ବର୍ଦ୍ଧିତ ମଜୁରୀ ସମ୍ପର୍କରେ ବିଜ୍ଞପ୍ତି ଜାରି କରାଯାଇଛି। ବର୍ତ୍ତମାନ ସଂସଦରେ ଉପସ୍ଥାପିତ ହୋଇଥିବା ରିପୋର୍ଟ ଦର୍ଶାଇଛି ଯେ ମନରେଗା ଅଧିନରେ ପ୍ରଦାନ କରାଯାଉଥିବା ମଜୁରୀ ପର୍ଯ୍ୟାପ୍ତ ନୁହେଁ। ଅନୁପ ସତପଥି କମିଟି ମନରେଗା ମଜୁରୀକୁ ୩୭୫ ଟଙ୍କାକୁ ବୃଦ୍ଧି କରିବାକୁ ସୁପାରିଶ କରିଥିଲା। ଆପଣଙ୍କୁ କହିରଖୁଛୁ ଯେ ମନରେଗା ଅଧିନରେ ଅଣକୁଶଳୀ ଶ୍ରମିକକୁ ୧୦୦ ଦିନ ରୋଜଗାର ଯୋଗାଇବାର ବ୍ୟବସ୍ଥା ରହିଛି।