Nikhil Kamath: ପାଠପଢାରେ ଡୋରୀ ଲଗାଇ ୧୭ ବର୍ଷରେ ଛାଡିଥିଲେ ଘର, ବର୍ତ୍ତମାନ ରୋଜଗାର କରୁଛନ୍ତି ଦୈନିକ ୨୭ ଲକ୍ଷ ଟଙ୍କା
Advertisement

Nikhil Kamath: ପାଠପଢାରେ ଡୋରୀ ଲଗାଇ ୧୭ ବର୍ଷରେ ଛାଡିଥିଲେ ଘର, ବର୍ତ୍ତମାନ ରୋଜଗାର କରୁଛନ୍ତି ଦୈନିକ ୨୭ ଲକ୍ଷ ଟଙ୍କା

Nikhil Kamath: ଜଣେ ଅନନ୍ୟ ବ୍ୟକ୍ତିତ୍ବ ହେଉଛନ୍ତି ନିଖିଲ କାମାଥ(Nikhil Kamath) । ବର୍ତ୍ତମାନ ସେ ଜେରୋଧା (Zerodha)କମ୍ପାନୀର ସହ-ପ୍ରତିଷ୍ଠାତ । ଜେରୋଧା କମ୍ପାନୀକୁ ବର୍ତ୍ତମାନ ନିଖିଲ ଓ ତାଙ୍କ ବଡ ଭାଇ ପରିଚାଳନା କରୁଛନ୍ତି। ଗତ ବର୍ଷ ନିଖିଲ କାମାଥ ହୁରୁନ୍ ସେଲ୍ଫ୍ ମେଡ୍ ରିଚ୍ ତାଲିକାରେ ୨୦୨୨(Hurun Self Made Rich List 2022) ରେ ଶୀର୍ଷରେ ରହିଥିଲେ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Nikhil Kamath:  ଜଣେ ଅନନ୍ୟ ବ୍ୟକ୍ତିତ୍ବ ହେଉଛନ୍ତି ନିଖିଲ କାମାଥ(Nikhil Kamath) । ବର୍ତ୍ତମାନ ସେ ଜେରୋଧା (Zerodha)କମ୍ପାନୀର ସହ-ପ୍ରତିଷ୍ଠାତ । ଜେରୋଧା କମ୍ପାନୀକୁ ବର୍ତ୍ତମାନ ନିଖିଲ ଓ ତାଙ୍କ ବଡ ଭାଇ ପରିଚାଳନା କରୁଛନ୍ତି। ଗତ ବର୍ଷ ନିଖିଲ କାମାଥ ହୁରୁନ୍ ସେଲ୍ଫ୍ ମେଡ୍ ରିଚ୍ ତାଲିକାରେ ୨୦୨୨(Hurun Self Made Rich List 2022) ରେ ଶୀର୍ଷରେ ରହିଥିଲେ। ତେବେ,ନିଖିଲ କାମାଥ (Nikhil Kamath) ଏବଂ ତାଙ୍କ ଭାଇ ନିତିନ୍ କମାଥ୍ ଙ୍କ ସଫଳତାର କାହାଣୀ ସମ୍ପୁର୍ଣ୍ଣ ଭିନ୍ନ ଅଟେ। ସେମାନେ ପ୍ରମାଣ କରିଦଇଛନ୍ତି ଯେ,ସଫଳତା ପାଇବା ପାଇଁ  କଲେଜ ଡିଗ୍ରୀ ସବୁବେଳେ ଆବଶ୍ୟକ ନୁହେଁ ।

ତେବେ,ଦୁଇ ଭାଇ ଏକାଠି ଏକ ଫିଣ୍ଟେକ୍ କମ୍ପାନୀ ଜେରୋଡା(fintech company,Zerodha)ରେ ଆରମ୍ଭ କରିଛନ୍ତି।  ଯାହା ଚଳିତ ବର୍ଷ ଦୁଇ ହଜାର କୋଟି ଟଙ୍କା ଲାଭ କରିଛି । ଏକ ସମୟରେ ଯେତେବେଳେ  ସେମାନେ ଏହି କମ୍ପାନୀ ଆରମ୍ଭ କରିଥିଲେ ସେତେବେଳେ ପାଣ୍ଠି ପାଇଁ ବହୁତ କଷ୍ଟ କରିବାକୁ ପଡିଥିଲା । ଜେରୋଧା (Zerodha)ମାଲିକଙ୍କ ସଂଘର୍ସ ପଛରେ ଥିବା ସଫଳତାର କାହାଣୀ (Zerodha success story)ଦେଶରେ କୋଟି କୋଟି ଯୁବକମାନଙ୍କ ପାଇଁ ପ୍ରେରଣା ଉତ୍ସ  ଯୋଗାଇବ ନିଶ୍ଚୟେ ।  ନିଖିଲ ଏବଂ ନିତିନ୍ କମାନ କମ୍ପାନୀ ଆରମ୍ଭ କରିବା ପାଇଁ କୌଣସି ବଡ କଲେଜରୁ ଡ୍ରିଗ୍ରୀ ହାସଲ କରିନାହାଁନ୍ତି । ନିଖିଲ କାମାଥଙ୍କ ମୋଟ ସମ୍ପତ୍ତିର(Nithin Kamath net worth) ମୂଲ୍ୟ ବର୍ତ୍ତମାନ ୧୭,୫୦୦ କୋଟି ଟଙ୍କା ରହିଛି । ମାତ୍ର ୩୪ ବର୍ଷ ବୟସରେ କୋଟି କୋଟି ଟଙ୍କାର ମାଲିକ ହୋଇଛନ୍ତି ସେ । ତେବେ,ଦୈନିକ ସେ ୨୭ଲକ୍ଷ ଟଙ୍କା ଆୟ (Nikhil Kamath salary)କରନ୍ତି । 

ଏହାବି ପଢନ୍ତୁ : Nuapada News: ବୃଦ୍ଧାଙ୍କୁ ଖାଇଗଲା ମହାବଳ ବାଘ, ଗାଁରେ କୋକୁଆଭୟ

ଏହାବି ପଢନ୍ତୁ : Shah Rukh Khan: କିଙ୍ଗ ଖାନଙ୍କ ପ୍ରଥମ ବନ୍ଧୁ ହେଉଛନ୍ତି ଏହି ବ୍ୟକ୍ତି, ଯିଏ ବିପଦରେ ସବୁବେଳେ ତାଙ୍କ ପାଖରେ ହୋଇଥାନ୍ତି ଠିଆ

ତେବେ, ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ନିଖିଲ କମାତ । ଯେତେବେଳେ ସେ ଛୋଟ ଥିଲେ ସେ ସ୍କୁଲ ଯିବାକୁ ଭୟ କରୁଥିଲେ। ପାଠପଢା ପ୍ରତି ଜମାବି ଧ୍ୟାନ ଦେଉନ ଥିଲେ। ମାତ୍ର  ୧୪ ବର୍ଷ ବୟସରେ ନିଖିଲ ଫୋନ୍ ବିକ୍ରି କରିବା ଆରମ୍ଭ କରିଥିଲେ। ଯାହାକୁ ଦେଖି ତାଙ୍କ ମାଆ ବିରକ୍ତି ହେଉଥିଲେ। ଯଉଁଥିପାଉଁ ନିଖିଲ ପାଇଖିନା ଘରେ ବ୍ରିକ୍ରି ପାଇଁ ଥିବା ମୋବାଇଲ ଫୋନକୁ ଲୁଚାଇ ରଖୁଥିଲ। ଯେନତେନ ପ୍ରକାରେ ଦଶମ ପାସ୍ କରିଥିଲେ । ପରେ ପାଠପଢାରେ ଡୋରୀ ଲଗାଇଥିଲେ ସେ। ପରେ ଏକ କଲ୍ ସେଣ୍ଟରରେ କାମ କରିବାକୁ ଲାଗିଲେ। ତାଙ୍କ ପାଖରେ ଓରିଜିନାଲ ଜନ୍ମପ୍ରମାଣ ପତ୍ର ନ ଥିବାରୁ ଏକ ନକଲି ପ୍ରମାଣପତ୍ର ଚାକିରୀ ପାଇଁ ପ୍ରସ୍ତୁତ କରିଥିଲେ। ଏକଥା ଜାଣି ଘରୁ ବାହାର କରିଥିଲେ ପରିବାର ଲୋକେ । ସେତେବେଳେ ମାତ୍ର ତାଙ୍କୁ ୧୭ ବର୍ଷ ବୟସ ହୋଇଥିଲା । ୧୭ ବର୍ଷ ବୟସରେ ସେ ଘରଛାଡି ସେ ନିଜ ପ୍ରେମିକା ସହ ରହିବାକୁ ଲାଗିଲେ। 

କିନ୍ତୁ ନିଖିଲଙ୍କ ଉପରେ ତାଙ୍କ ପିତାଙ୍କ ପୁରା ଭରସା ଥିଲା। ପୁଅ ଅବାଟକୁ ଯିବନି । କିଛି ଦିନ କଲ ସେଣ୍ଟରରେ କାମ କରିବା ପରେ ୨୦୧୦ ମସିହାରେ, ନିଖିଲ କାମାଥ୍ ଏବଂ ତାଙ୍କ ବଡ ଭାଇ ନିତିନ୍ ମିଶି ଜେରୋଡା ପ୍ରତିଷ୍ଠା କରିଥିଲେ । କୋଟି କୋଟି ଟଙ୍କା ରୋଜଗାର କରୁଥିଲେ ମଧ୍ୟ ନିଖିଲ ଆଜିବି ତାଙ୍କ କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି। ଦିନର ଅଧିକାଂଶ ସମୟ ସେ ନିଜ କାମରେ ଲଗାନ୍ତି।  (Zerodha) ଜେରୋଧାରେ କୌଣସି ଆଇଆଇଟି-ଆଇଆଇଏମ୍ ରେ ଡ୍ରିଗ୍ରୀ ହାସଲ କରିଥିବା ଲୋକେ କାମ କରନ୍ତି ନାହିଁ। ନିତିନ କାମାଥ୍ କୁହନ୍ତି ଯେ ,ଯେଉଁମାନେ ପ୍ରତିଷ୍ଠିତ ଅନୁଷ୍ଠାନରୁ ଡିଗ୍ରୀ ହାସଲ କରିଛନ୍ତି ସେମାନେ ନିଜ କ୍ୟାରିୟରକୁ ଅଧିକ ପ୍ରାଧାନ୍ୟ ଦିଅନ୍ତି, ସେମାନେ କମ୍ପାନୀର ଅଗ୍ରଗତି ପାଇଁ କାମ କରନ୍ତି ନାହିଁ।