Berhampur News: ମାଡିଗଲା ସ୍କୋର୍ପିଓ, ଘଟଣାସ୍ଥଳରେ ୩ ମୃତ୍ୟୁ, ୧୦ରୁ ଅଧିକ ଆହତ
Advertisement
Article Detail0/zeeodisha/odisha1572354

Berhampur News: ମାଡିଗଲା ସ୍କୋର୍ପିଓ, ଘଟଣାସ୍ଥଳରେ ୩ ମୃତ୍ୟୁ, ୧୦ରୁ ଅଧିକ ଆହତ

Berhampur News: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର (Berhampur) ମାଣ୍ଡିଆପଲ୍ଲୀ ଛକରେ ସଡ଼କ ଦୁର୍ଘଟଣା । କନ୍ୟାଯାତ୍ରୀଙ୍କ ବାଟବରଣ ପାଇଁ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ବେଳେ ମାଡିଗଲା ସ୍କୋର୍ପିଓ । ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ମୃତକମାନେ ହେଲେ ସ୍ବପ୍ନା ରେଡ୍ଡୀ(୨୨), ସଞ୍ଜୁ ରେଡ୍ଡୀ (୨୩) ଏବଂ ଭାରତୀ ରେଡ୍ଡୀ (୧୨) ।

ସୌଜନ୍ୟ- ସୋସିଆଲ ମିଡିଆ

Berhampur News: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର (Berhampur) ମାଣ୍ଡିଆପଲ୍ଲୀ ଛକରେ ସଡ଼କ ଦୁର୍ଘଟଣା । କନ୍ୟାଯାତ୍ରୀଙ୍କ ବାଟବରଣ ପାଇଁ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ବେଳେ ମାଡିଗଲା ସ୍କୋର୍ପିଓ । ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି ।  ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି।  ତେବେ ମୃତକମାନେ ହେଲେ ସ୍ବପ୍ନା ରେଡ୍ଡୀ(୨୨), ସଞ୍ଜୁ ରେଡ୍ଡୀ (୨୩) ଏବଂ ଭାରତୀ ରେଡ୍ଡୀ (୧୨) । କନ୍ୟାଯାତ୍ରୀଙ୍କ ଘର ଲାଞ୍ଜିପଲ୍ଲୀ କେଶବ ନଗରରେ ବୋଲି ଜଣାପଡ଼ିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସେହିପରି ଗତକାଲି(ମଙ୍ଗଳବାର) କନ୍ଧମାଳରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ (Bus accident ହୋଇଥିଲା। ଏଥିରେ ୩୦ ଜଣରୁ ଅଧିକ ଲୋକ ଆହତ ହୋଇଥିଲେ । କନ୍ଧମାଳ ଜିଲ୍ଲାର କୋଟଗଡ଼ ଥାନା ଅଧିନସ୍ଥ ମୁଣ୍ଡାସାହି ଠାରେ ଏଭଳି ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା କୁହାଯାଉଛି। ଘଟଣାସ୍ଥଳରେ ପହଞ୍ଚି ପୋଲିସ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା।

ଏନେଇ ମିଳିଥିବା ଖବର ଅନୁଯାୟୀ ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ ରାୟଗଡା ଜିଲ୍ଲାର ମୁନିଗୁଡା ଠାରୁ ଫୁଲବାଣୀ ଅଭିମୁଖେ ଯାତ୍ରା କରୁଥିବା ବେଳେ ଏହାର ଟାୟାର ଫାଟି ଯାଇଥିଲା। ଟାୟର ଫାଟିଯିବାରୁ ବସ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ। ଯାହା ପରେ ବସ ରାସ୍ତା କଡ଼ରେ ରହିଥିବା ଗଛ ସହ ଧକ୍କା ହୋଇଥିଲା। ଯେଉଁ କାରଣରୁ ବସ ଯାତ୍ରୀ ଆହତ ହୋଇଥିଲେ। 

Also Read : Odisha Accident News: ଯାତ୍ରା ବେଳେ ଫାଟିଲା ବସ ଟାୟର, ୩୦ ଆହତ

Also Read : CBSE Board Exams 2023: ଆଜିଠୁ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା, ଜାଣନ୍ତୁ କେବେ ଶେଷ ହେବ ଏକଜାମ୍?

ସେହିପରି ରବିବାର ଦିନ  ପୁରୀ କୋଣାର୍କ ମେରାଇନ ଡ୍ରାଇଭ ରୋଡ଼ର ଭୁଆଁ ଛକଠାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି  । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଆହତ ହୋଇଥିଲେ । ଏବଂ ୧୬ ଆହତଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ମୃତକ ଦୁଇଜଣ ହେଉଛନ୍ତି ଆନ୍ଧ୍ରପ୍ରଦେଶ ଚିତ୍ତୋର ଜିଲ୍ଲା ଅଞ୍ଚଳର ଜଣେ ୫୦ବର୍ଷୀୟ ମହିଳା ଅମୁଲୁ ଓ ପୁରୀ ଧୋବାସାହୀ ଅଞ୍ଚଳର ଅଟୋ ଡ୍ରାଇଭର ରାଜେଶ। ସମସ୍ତଙ୍କ ଆହତଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି। 

ପାରିପାର୍ଶ୍ୱକ ସ୍ଥିତିରୁ ଟ୍ରାଭେରା ଡ୍ରାଇଭର ଅସାବଧାନତା ହେତୁ ଏତେ ବଡ଼ ଦୁର୍ଘଟଣା ଘଟିଥିବା କୁହାଯାଉଛି। ପ୍ରଥମେ ଟ୍ରାଭେରା ଟି ଅଟୋକୁ ପିଟିଲା ପରେ ପୁଣି ଥରେ ଏକ ବାଇକୁ ଧକ୍କା ଦେଇଥିଲା । ଅଟୋ ଓ ବାଇକ ଚୁରମାର ହୋଇଥିବା ବେଳେ ଟ୍ରାଭେରାର ସାମ୍ନା ପଟ ମଧ୍ୟ ଛିନଛତ୍ର ହୋଇଯାଇଛି । ଏହି ଦୁର୍ଘଟଣାରେ  ମୋଟ ପ୍ରଥମେ   ୧୮ ଜଣ ଆହତ ଆହତ ହୋଇଥିଲେ । ପରେ ଘଟଣାସ୍ଥଳରୁ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଆହତଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା । ଚିକିତ୍ସାଧିନ ଅବସ୍ଥାରେ ମେଡିକାଲରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା।