Marriage Benefit: ସରକାର ଦେଲେ ଖୁସି ଖବର! ବିବାହ କଲେ ମିଳିବ ୫୧ ହଜାର ଟଙ୍କା, ହେଲେ ପାଳନ କରିବାକୁ ହେବ ଏହି ସର୍ତ୍ତ
Advertisement

Marriage Benefit: ସରକାର ଦେଲେ ଖୁସି ଖବର! ବିବାହ କଲେ ମିଳିବ ୫୧ ହଜାର ଟଙ୍କା, ହେଲେ ପାଳନ କରିବାକୁ ହେବ ଏହି ସର୍ତ୍ତ

Samuhik Vivah Yojana: ଗତ ୨୦୧୭ ଅକ୍ଟୋବର ପର ଠାରୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ସାମୂହିକ ବିବାହ ଯୋଜନା କାର୍ଯ୍ୟକାରୀ କରିଛନ୍ତି ଉତ୍ତର ପ୍ରଦେଶ ସରକାର। ଏହି ଯୋଜନା ଅଧିନରେ ଆୟୋଜିତ ହେଉଥିବା ବିବାହ ସମାରୋହରେ ଅନାବଶ୍ୟକ ପ୍ରଦର୍ଶନ ଏବଂ ଅପଚୟ ବ୍ୟୟକୁ ବନ୍ଦ କରିବା ହେଉଛି ଏହାର ମୂଳ ଉଦ୍ଦେଶ୍ୟ। 

Marriage Benefit: ସରକାର ଦେଲେ ଖୁସି ଖବର! ବିବାହ କଲେ ମିଳିବ ୫୧ ହଜାର ଟଙ୍କା, ହେଲେ ପାଳନ କରିବାକୁ ହେବ ଏହି ସର୍ତ୍ତ

Yogi Government Scheme: ସମାଜରେ ବସବାସ କରୁଥିବା ବିଭିନ୍ନ ଶ୍ରେଣୀର ଲୋକଙ୍କ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ଅନେକ ପ୍ରକାରର ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନା ମାଧ୍ୟମରେ ଲୋକଙ୍କୁ ମଧ୍ୟ ଅନେକ ସୁବିଧା ପ୍ରଦାନ କରାଯାଇଥାଏ। ଏହା ସହିତ ଉତ୍ତର ପ୍ରଦେଶର ଯୋଗୀ ସରକାର ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଅନେକ ପଦକ୍ଷେପ ନେଉଛନ୍ତି। ଏହି ଯୋଜନା ମଧ୍ୟରୁ ଗୋଟିଏ ବିବାହ ସହିତ ମଧ୍ୟ ଜଡିତ। ଲୋକଙ୍କୁ ବିବାହ ପାଇଁ ସରକାରଙ୍କ ପକ୍ଷରୁ ସରକାରୀ ସହାୟତା ମଧ୍ୟ ପ୍ରଦାନ କରାଯାଉଛି। ହେଲେ ତଥାପି ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଏହି ସୁବିଧା ସୁଯୋଗ ପାଇବା ପାଇଁ କିଛି ସର୍ତ୍ତ ମଧ୍ୟ ଅନୁସରଣ କରିବା ଆବଶ୍ୟକ।

ମୁଖ୍ୟମନ୍ତ୍ରୀ ସାମୂହିକ ବିବାହ ଯୋଜନା 
ଗତ ୨୦୧୭ ଅକ୍ଟୋବର ପର ଠାରୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ସାମୂହିକ ବିବାହ ଯୋଜନା (UP Samuhik Vivah Yojana) କାର୍ଯ୍ୟକାରୀ କରିଛନ୍ତି ଉତ୍ତର ପ୍ରଦେଶ ସରକାର (Uttar Pradesh Govt)। ଏହି ଯୋଜନା ଅଧୀନରେ ବିଭିନ୍ନ ସମ୍ପ୍ରଦାୟ ଏବଂ ଧାର୍ମିକ ରୀତିନୀତି ଅନୁଯାୟୀ ବିବାହ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ବିବାହ ସମାରୋହରେ ଅନାବଶ୍ୟକ ପ୍ରଦର୍ଶନ ଏବଂ ଅପଚୟ ବ୍ୟୟକୁ ବନ୍ଦ କରିବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ। 

Also Read: ପ୍ରଚଣ୍ଡ ବହୁମତ ପରେ ଲୋକଙ୍କୁ Return Gift ଦେବେ ଯୋଗୀ ସରକାର

ଏତିକି ଟଙ୍କା ମିଳିବ ଲାଭ 

ଏହା ସହିତ ବାର୍ଷିକ ଆୟ ସୀମା ୨ ଲକ୍ଷ ଟଙ୍କା ବର୍ଗରେ ଆସୁଥିବା ସମସ୍ତ ଶ୍ରେଣୀର ପରିବାର ଏହି ଯୋଜନା ଅଧୀନରେ ଲାଭ ପାଇଥାନ୍ତି। ଏହି ଯୋଜନା ଅଧିନରେ ବିଧବା (Widow Lady), ପରିତ୍ୟକ୍ତ (Abandoned Lady), ଛାଡପତ୍ର ହୋଇଥିବା ମହିଳାଙ୍କ (Divorced Lady) ବିବାହ ପାଇଁ ମଧ୍ୟ ଏକ ବ୍ୟବସ୍ଥା ରହିଛି। ଏହି ଯୋଜନା ମାଧ୍ୟମରେ ବିବାହିତ ଜୀବନରେ ସୁଖ ଏବଂ ଘର ପ୍ରତିଷ୍ଠା ତଥା ବିବାହ ରୀତିନୀତି ପାଇଁ ଆବଶ୍ୟକ ସାମଗ୍ରୀ କିଣିବା ପାଇଁ କନ୍ୟାଙ୍କ ବ୍ୟାଙ୍କ ଖାତାରେ ୩୫ ହଜାର ଟଙ୍କାର ସହାୟତା ରାଶି (UP Govt Marriage Assistance Scheme) ପ୍ରଦାନ କରାଯାଇଥାଏ। ଏହା ସହିତ ଅନ୍ୟାନ୍ୟ ଘରକରଣା ସାମଗ୍ରୀ କ୍ରୟ କରିବା ପାଇଁ ଅଲଗା ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥାଏ। 

ଏଠାରେ କରିପାରିବେ ଆବେଦନ 
ଏହା ବ୍ୟତୀତ ପ୍ରତ୍ୟେକ ଦମ୍ପତିଙ୍କ ବିବାହ ସମାରୋହରେ ୬ ହଜାର ଟଙ୍କା ଖର୍ଚ୍ଚ କରାଯିବାର ବ୍ୟବସ୍ଥା ରହିଛି। ଏପରି ଭାବରେ ଏହି ଯୋଜନା ଅଧୀନରେ ଏକ ଦମ୍ପତିଙ୍କ ବିବାହ ପାଇଁ ମୋଟ ୫୧ ହଜାର ଟଙ୍କାର ବ୍ୟବସ୍ଥା କରାଯାଇଛି। ଏହି ଯୋଜନାର ଫାଇଦା ଉଠାଇବା ପାଇଁ ପ୍ରତ୍ୟେକ ସହରାଞ୍ଚଳ ଯଥା ନଗର ପଞ୍ଚାୟତ (Nagar Panchayat), ନଗର ପାଳିକା (Municipality), ମହାନଗର ନିଗମ (Municipal Corporation), କ୍ଷେତ୍ର ପଞ୍ଚାୟତ (Kshetra Panchayat), ଜିଲ୍ଲା ପଞ୍ଚାୟତ (Zila Panchayat) ସ୍ତରର ପଞ୍ଜୀକରଣ ଏବଂ ସର୍ବନିମ୍ନ ୧୦ ଦମ୍ପତିଙ୍କ ସାମୂହିକ ବିବାହ ଆୟୋଜନ କରିବା ପାଇଁ ବ୍ୟବସ୍ଥା କରାଯାଇଛି।