Air India Staff New Uniform: ଏୟାର ଇଣ୍ଡିଆରେ କାର୍ଯ୍ୟରତ ମହିଳା ପିନ୍ଧିବେ ନୂଆ ୟୁନିଫର୍ମ
Advertisement

Air India Staff New Uniform: ଏୟାର ଇଣ୍ଡିଆରେ କାର୍ଯ୍ୟରତ ମହିଳା ପିନ୍ଧିବେ ନୂଆ ୟୁନିଫର୍ମ

Air India New Uniform: ଏୟାର ଇଣ୍ଡିଆର ନୂଆ ପୋଷାକ ଡିଜାଇନ୍ କରିବା ପାଇଁ ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରା ସମସ୍ତ ସହଯୋଗ କରିଛନ୍ତି । ୨ମାସ ମଧ୍ୟରେ ଏୟାର ଇଣ୍ଡିଆର ସମସ୍ତ କର୍ମଚାରୀ ନୂଆ ୟୁନିଫର୍ମରେ ନଜର ଆସିବେ ।

Air India Staff New Uniform: ଏୟାର ଇଣ୍ଡିଆରେ କାର୍ଯ୍ୟରତ ମହିଳା ପିନ୍ଧିବେ ନୂଆ ୟୁନିଫର୍ମ

Air India New Uniform: ନିକଟରେ ଆପଣ ଯଦି ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରୁଛନ୍ତି ଏବଂ ବିମାନର ମହିଳା କର୍ମଚାରୀମାନଙ୍କୁ ନୂଆ ପୋଷାକ ପିନ୍ଧିଥିବାର ଆପଣ ଦେଖୁଛନ୍ତି ତେବେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ । କାରଣ ଟାଟା ଗ୍ରୁପ୍‌ (Tata Group)ର ମାଲିକାନା ଥିବା ବିମାନସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆ ଏକ ପରିବର୍ତ୍ତନ କରିଛି । ମିଳିଥିବା ଖବର ମୁତାବକ ଏୟାର ଇଣ୍ଡିଆ କ୍ୟାବିନରେ କାର୍ଯ୍ୟରତ ସମସ୍ତ ମହିଳା କର୍ମଚାରୀଙ୍କର ଡ୍ରେସ୍ କୋଡ ଚେଞ୍ଜ୍ (Dress code change) ହେବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଏବେ ଯାଏଁ ଏୟାର ଇଣ୍ଡିଆର ମହିଳା କର୍ମଚାରୀ ଶାଢୀ ପିନ୍ଧୁଥିବା ସମୟରେ ବର୍ତ୍ତମାନ ସେମାନଙ୍କ ପାଇଁ ନୂଆ ତଥା ସ୍ୱତନ୍ତ୍ର ପୋଷାକ ଡିଜାଇନ୍ କରାଯାଇଛି ।

ମନୀଷ ମଲହୋତ୍ରାଙ୍କ ସହ ଡିଲ୍

ଏୟାର ଇଣ୍ଡିଆର ଏହି ନୂଆ ୟୁନିଫର୍ମ ଡିଜାଇନ୍ କରିବା ପାଇଁ ପ୍ରସିଦ୍ଧ ଫ୍ୟାଶନ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ସହିତ ଏୟାର ଇଣ୍ଡିଆ ଏକ ଚୁକ୍ତି କରିଥିଲା । ଚଳିତ ବର୍ଷ ତଥା ୨୦୨୩ ମସିହା ଡିସେମ୍ବର ମାସ ସୁଦ୍ଧା ସମସ୍ତ ମହିଲା କର୍ମଚାରୀଙ୍କୁ ଆପଣ ନୂଆ ପୋଷାକ ପରିଧାନ କରିଥିବାର ଦେଖିବାକୁ ପାଇବେ ।  ମନୀଷ ମଲହୋତ୍ରା (Manish malhotra) ଏୟାର ଇଣ୍ଡିଆରରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ପାଇଁ ଏହି ନୂଆ ୟୁନିଫର୍ମ ଡିଜାଇନ୍ କରିବେ। ବିମାନରେ ଥିବା କ୍ୟାବିନ କ୍ରୁ, କକ୍ପିଟ୍ କ୍ରୁ, ଗ୍ରାଉଣ୍ଡ ତଥା ସୁରକ୍ଷା କର୍ମଚାରୀମାନେ ଏହି ନୂଆ ପୋଷାକ ପିନ୍ଧିବେ । ତେବେ ଯାହା ସୂଚନା ମିଳିଛି ପୂର୍ବ ପରି ଆଉ ଶାଢୀ ପିନ୍ଧା ଅବସ୍ଥାରେ ନଜର ଆସିବେ ନାହିଁ ଏୟାର ଇଣ୍ଡିଆ ବିମାନ କର୍ମଚାରୀଙ୍କୁ ।

ଏୟାର ଇଣ୍ଡିଆର ବିମାନ କର୍ମଚାରୀ ଖୁସି

ଟାଟା ଗ୍ରୁପ୍ ଏୟାର ଇଣ୍ଡିଆ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ଅନେକ ପରିବର୍ତ୍ତନ କରିବା ସହିତ ନିଜର ସ୍ୱତନ୍ତ୍ର ପରିଚୟ ତିଆରି ପାଇଁ ଚେଷ୍ଟା ଜାରି ରଖିଛି । ଦୀର୍ଘ ବର୍ଷ ପରେ ବିମାନ କର୍ମଚାରୀଙ୍କ ପୋଷାକରେ ପରିବର୍ତ୍ତନ ଆସିବାକୁ ଯାଉଛି । ଯାହା ସୂଚନା ମିଳିଛି କୁହାଯାଉଛି ଯେ, ଭିସ୍ତାରା ଏୟାରଲାଇନ୍ସ (vistara airlines) ମଧ୍ୟ ନିଜ ଷ୍ଟାଫଙ୍କ ୟୁନିଫର୍ମ ପରିବର୍ତ୍ତନ କରିବା ପାଇଁ ଯୋଜନା କରିଛି । ମନୀଷ ମଲହୋତ୍ରାଙ୍କ ସହିତ ହୋଇଥିବା ଚୁକ୍ତିନାମା ଉପରେ ଏୟାର ଇଣ୍ଡିଆର ସିଇଓ (Air india ceo Campbell Wilson) କ୍ୟାମ୍ପବେଲ ୱିଲସନ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏୟାର ଇଣ୍ଡିଆର ସେବାକୁ ଖୁବ ଆଗକୁ ନେବାକୁ ଆମେ ଭାବିଛୁ । ତେଣୁ ପରିବର୍ତ୍ତନ ଆଣିବା ପାଇଁ ମନୀଷ ମଲହୋତ୍ରାଙ୍କ ସହ ଚୁକ୍ତି ହୋଇଛି । ଏହି କାରଣରୁ ଆମେ ବହୁତ ଖୁସି ପ୍ରକାଶ କରୁଛୁ । ଅନ୍ୟପଟେ ଏୟାର ଇଣ୍ଡିଆ ସହିତ ଚୁକ୍ତି ହେବା ପରେ ମନୀଷ ମାଲହୋତ୍ରା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏୟାର ଇଣ୍ଡିଆର ପୋଷାକ ପରିବର୍ତ୍ତନ କାର୍ଯ୍ୟକୁ ନେଇ ମୁଁ ଉତ୍ସାହିତ ରହିଛି । ଏଥିପାଇଁ ମନୀଷ ଏୟାର ଇଣ୍ଡିଆର ଫ୍ରଣ୍ଟଲାଇନରେ ଥିବା ଅନେକ କର୍ମଚାରୀଙ୍କୁ ଭେଟିବା ଓ ମତ ନେବା ଆରମ୍ଭ କରିଛନ୍ତି। କର୍ମଚାରୀଙ୍କ ଆବଶ୍ୟକତାକୁ ମଧ୍ୟ ଦୃଷ୍ଟି ଦିଆଯାଇଛି । 

ସୂଚନାଯୋଗ୍ୟ, ପୂର୍ବରୁ ଟାଟା ଗ୍ରୁପ୍ ଅଧିଗ୍ରହଣ ପରେ ଏୟାର ଇଣ୍ଡିଆର ଏକ ନୂଆ ଲୋଗୋ ଉନ୍ମୋଚନ କରାଯାଇଥିଲା । ଆଗକୁ ଏୟାର ଇଣ୍ଡିଆ ବିମାନରେ ଏହାର ଲୋଗ (Logo) ଏକ ଭିନ୍ନ ତଥା ଆକର୍ଷଣୀୟ ଢଙ୍ଗରେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ବିମାନରେ ଏପରି ପରିବର୍ତ୍ତନକୁ କର୍ମଚାରୀମାନେ ମଧ୍ୟ ସ୍ୱାଗତ କରିବା ସହିତ ଖୁସି ପ୍ରକାଶ କରିଛନ୍ତି ।

Also Read- Free Ticket: ବଲିଉଡ୍ କିଙ୍ଗ୍ ଖାନ୍ ଶାହାରୁଖଙ୍କ ଉପହାର, ଏହି ଦିନ ପାଇଁ ମାଗଣା 'ଜୱାନ' ଟିକେଟ୍

Also Read- PM Kisan: ଏହି ଚାଷୀଙ୍କୁ ମିଳିବନି ପିଏମ କିସାନର ୧୫ତମ କିସ୍ତି, ଜାଣନ୍ତୁ କାହିଁକି