UNLF Peace Talks: ହିଂସା ତ୍ୟାଗ କରିବାକୁ ସହମତ ହେଲା ମଣିପୁରର ସର୍ବପୁରାତନ ସଶସ୍ତ୍ର ଗୋଷ୍ଠୀ; ସ୍ୱାକ୍ଷର କରିଲା ଶାନ୍ତି ଚୁକ୍ତି
Advertisement

UNLF Peace Talks: ହିଂସା ତ୍ୟାଗ କରିବାକୁ ସହମତ ହେଲା ମଣିପୁରର ସର୍ବପୁରାତନ ସଶସ୍ତ୍ର ଗୋଷ୍ଠୀ; ସ୍ୱାକ୍ଷର କରିଲା ଶାନ୍ତି ଚୁକ୍ତି

UNLF Signed in Peace Treaty at Delhi: ମଣିପୁରରେ ବେଶ ଲମ୍ବା ସମୟ ଧରି ସକ୍ରିୟ ରହିଥିବା ସର୍ବପୁରାତନ ସଶସ୍ତ୍ର ଗୋଷ୍ଠୀ ୟୁଏନଏଲଏଫ ହିଂସା ଛାଡ଼ି ଏବେ ଶାନ୍ତି ଚୁକ୍ତିରେ ସ୍ୱାକ୍ଷର କରିଛି।

UNLF Peace Talks: ହିଂସା ତ୍ୟାଗ କରିବାକୁ ସହମତ ହେଲା ମଣିପୁରର ସର୍ବପୁରାତନ ସଶସ୍ତ୍ର ଗୋଷ୍ଠୀ; ସ୍ୱାକ୍ଷର କରିଲା ଶାନ୍ତି ଚୁକ୍ତି

Manipur Oldest Armed Group UNLF: ଶେଷରେ ହିଂସାତ୍ୟାଗ କରିବାକୁ ସହମତ ହୋଇଛି ମଣିପୁରର ସର୍ବପୁରାତନ ସଶସ୍ତ୍ର ଗୋଷ୍ଠୀ ୟୁନାଇଟେଡ଼ ନେସନାଲ ଲିବରେସନ ଫ୍ରଣ୍ଟ। ମଣିପୁରରେ ବେଶ ଲମ୍ବା ସମୟ ଧରି ସକ୍ରିୟ ରହିଥିବା ଏହ ସର୍ବପୁରାତନ ସଶସ୍ତ୍ର ଗୋଷ୍ଠୀ ୟୁଏନଏଲଏଫ ସଦ୍ୟ ଏକ ଶାନ୍ତି ଚୁକ୍ତିରେ ସ୍ୱାକ୍ଷର କରିଛି। ନଭେମ୍ବର ୨୯ ତାରିଖ ବୁଧବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏ ସମ୍ପର୍କରେ ଜଣାଇଛନ୍ତି। 
 
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (Union Home Minister Amit Shah) ତାଙ୍କ ଏକ୍ସ ହ୍ୟାଣ୍ଡେଲ ମାଧ୍ୟମରେ କିଛି ଫଟୋ ସେୟାର କରିଛନ୍ତି। ଯେଉଁଥିରେ କୁହାଯାଇଛି ଯେ ଏକ ଐତିହାସିକ ସଫଳତା ହାସଲ କରାଯାଇଛି! ୟୁନାଇଟେଡ୍ ନ୍ୟାସନାଲ ଲିବରେସନ୍ ଫ୍ରଣ୍ଟ (United National Liberation Front) ବୁଧବାର ନୂଆଦିଲ୍ଲୀରେ ଶାନ୍ତି ଚୁକ୍ତିରେ ସ୍ୱାକ୍ଷର (UNLF Signed in Peace Treaty at Delhi) କରିଛି। ଉତ୍ତର-ପୂର୍ବରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା (Status of Peace Process in North Eastern States) ପାଇଁ ମୋଦି ସରକାରଙ୍କ ନିରନ୍ତର ଉଦ୍ୟମରେ ଏକ ନୂତନ ଅଧ୍ୟାୟ ଯୋଡି ହୋଇଛି।

ଗୃହମନ୍ତ୍ରୀ କହିଛନ୍ତି ଯେ ମଣିପୁରରେ ସକ୍ରିୟ ରହିଥିବା ସର୍ବ ପୁରାତନ ଉପତ୍ୟକା ଭିତ୍ତିକ ସଶସ୍ତ୍ର ଗୋଷ୍ଠୀ ୟୁଏନଏଲଏଫ ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ଯୋଡ଼ିହେବାକୁ ସହମତ ହୋଇଛି। ମୁଁ ତାଙ୍କୁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସ୍ୱାଗତ କରୁଛି। ଶାନ୍ତି ଏବଂ ପ୍ରଗତି ପଥରେ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି।

ଅନ୍ୟ ଏକ ପୋଷ୍ଟ ମାଧ୍ୟମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ନଭେମ୍ବର ୨୯ ତାରିଖରେ ଭାରତ ସରକାର ଏବଂ ମଣିପୁର ସରକାରଙ୍କ ପକ୍ଷରୁ ୟୁଏନଏଲଏଫ ସହ ସ୍ୱାକ୍ଷରିତ ହୋଇଥିବା ଶାନ୍ତି ଚୁକ୍ତି ୬ ଦଶନ୍ଧି ଧରି ଚାଲିଥିବା ସଶସ୍ତ୍ର ଆନ୍ଦୋଳନର ପରିସମାପ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସର୍ବସମାବେଶୀ ବିକାଶର ଦୂରଦୃଷ୍ଟି ହାସଲ କରିବା ଏବଂ ଉତ୍ତର-ପୂର୍ବ ଭାରତର ଯୁବପିଢିଙ୍କୁ ଏକ ଉତ୍ତମ ଭବିଷ୍ୟତ ଯୋଗାଇବା ଦିଗରେ ଏହା ଏକ ଐତିହାସିକ ସଫଳତା।

ଆପଣଙ୍କୁ କହିରଖୁଛୁ ଯେ ଗୃହ ମନ୍ତ୍ରଣାଳୟ ଅନ୍ୟାନ୍ୟ ଉଗ୍ରବାଦୀ ସଙ୍ଗଠନ ସହିତ ୟୁଏନଏଲଏଫ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଥିଲା। ଏହି ନିଷେଧାଦେଶ ଲାଗୁ ହେବାର କିଛି ଦିନ ପରେ ଏହି ଶାନ୍ତି ଚୁକ୍ତି ହୋଇଥିଲା। ମଣିପୁରରେ ସୁରକ୍ଷା ବାହିନୀ, ପୋଲିସ ଏବଂ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ ତଥା ହତ୍ୟାକାଣ୍ଡ ତଥା  ଦେଶର ସାର୍ବଭୌମତ୍ୱ ତଥା ଅଖଣ୍ଡତାକୁ ବିରୋଧ କରୁଥିବା କାର୍ଯ୍ୟକଳାପରେ ୟୁଏନଏଲଏଫ ସମ୍ପୃକ୍ତ ରହିଥିବାର କେନ୍ଦ୍ର ସରକାର ଅନୁଭବ କରିବା ପରେ ଏପରି ନିଷ୍ପତ୍ତି ନିଆଯାଇଥିଲା।

Also Read: Assam Peace Agreement: ପୂର୍ବୋତ୍ତର ଭାରତରେ ବଡ଼ ସଫଳତା, ୫ ଉଗ୍ରବାଦୀ ସଙ୍ଗଠନ ସହ ଶାନ୍ତି ବୁଝମଣା କରିବ କେନ୍ଦ୍ର

Also Read: Nagaland: ରାଜ୍ୟ ସମସ୍ୟାର ସମାଧାନ କରିବା ନେଇ ଗୃହମନ୍ତ୍ରୀଙ୍କୁ ଦାବି ଜଣାଇଲା ନାଗା ସମୂହ