Hug Day 2023: ଆଲିଙ୍ଗନ କରିବାର ଫାଇଦା, ଜାଣନ୍ତୁ କ'ଣ ରହିଛି ବୈଜ୍ଞାନିକ କାରଣ...
Advertisement

Hug Day 2023: ଆଲିଙ୍ଗନ କରିବାର ଫାଇଦା, ଜାଣନ୍ତୁ କ'ଣ ରହିଛି ବୈଜ୍ଞାନିକ କାରଣ...

Hug Day 2023: ଗତ ୭ ତାରିଖରୁ ଆରମ୍ଭ ହୋଇଯାଇଛି ଭାଲେଣ୍ଟାଇନ୍ ସପ୍ତାହ ବୋ ପ୍ରେମ ସପ୍ତାହ। ତେବେ ପ୍ରତ୍ୟେକ ଦିନକୁ ପ୍ରେମୀଯୁଗଳ ମାନେ ନିଜ ନିଜ ଅନନ୍ଦାଜରେ ପାଳନ କରିଆସୁଛନ୍ତି। ରୋଜ ଡ଼େ, ଚକୋଲେଟ୍ ଡ଼େ, ଟେଡି ଡ଼େ, ପ୍ରତିଜ୍ଞା ଦିବସର ପରଦିନ ହେଉଛି ହଗ୍ ଡ଼େ। ଫେବୃଆରୀ ୧୨ ତାରିଖରେ ହଗ୍ ଡ଼େ ପାଳନ କରାଯାଏ । ତେବେ କ’ଣ ଆପଣ ଜାଣିଛନ୍ତି, ବୈଜ୍ଞାନରେ ଆଲିଙ୍ଗନକୁ ନେଇ ଥିବା କିଛି ଅଜଣା କଥା 

ସୌ(ସୋସିଆଲ ମିଡିଆ)

Hug Day 2023: ଆସିଛି ପ୍ରେମର ମାସ ଫେବୃୟାରୀ। ଆଉ ଗତ ୭ ତାରିଖରୁ ଆରମ୍ଭ ହୋଇଯାଇଛି ଭାଲେଣ୍ଟାଇନ୍ ସପ୍ତାହ ବୋ ପ୍ରେମ ସପ୍ତାହ। ତେବେ ପ୍ରତ୍ୟେକ ଦିନକୁ ପ୍ରେମୀ ଯୁଗଳ ମାନେ ନିଜ ନିଜ ଅନନ୍ଦାଜରେ ପାଳନ କରିଆସୁଛନ୍ତି। ରୋଜ ଡ଼େ, ଚକୋଲେଟ୍ ଡ଼େ, ଟେଡି ଡ଼େ, ପ୍ରତିଜ୍ଞା ଦିବସର ପରଦିନ ହେଉଛି ହଗ୍ ଡ଼େ। ଫେବୃଆରୀ ୧୨ ତାରିଖରେ ହଗ୍ ଡ଼େ ପାଳନ କରାଯାଏ । ଏହି ଦିନ ମନର ମଣିଷ ହୁଅନ୍ତୁ ବା ପରିବାର ଲୋକେ କିମ୍ବା ନିଜ ବନ୍ଧୁଙ୍କୁ ଆଲିଙ୍ଗନ କରି ପ୍ରେମ ବ୍ୟକ୍ତ କରାଯାଇଥାଏ । ହଗ୍ ବା ଆଲିଙ୍ଗନ କୌଣସି ଥେରାପିଠାରୁ କମ୍ ନୁହେଁ । ମଣିଷ ସୁଖ ଓ ଦୁଃଖରେ ନିଜର ଲୋକଙ୍କୁ ଆଲିଙ୍ଗନ କରି ଶାନ୍ତି ଅନୁଭବ କରିଥାଏ । 

ଚାପକୁ ହ୍ରାସ କରେ ଆଲିଙ୍ଗନ

ମଣିଷ ଯେତେବେଳେ କୌଣସି ଅପ୍ରୀତିକର ପରିସ୍ଥିତି ଦେଇ ଗତି କରିଥାଆନ୍ତି ସେତେବେଳେ ସେ ସାହାରା ଖୋଜିଥାଏ । ଏଭଳି ପରିସ୍ଥିତିରେ ଜଣେ ବନ୍ଧୁ କିମ୍ବା ପରିବାର ସଦସ୍ୟଙ୍କ ଆଲିଙ୍ଗନ ତାର ଚାପକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ବୈଜ୍ଞାନିକ ମାନେ କହିଛନ୍ତି ଯେ, ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିର ସ୍ପର୍ଶରେ ଶାନ୍ତି ଅନୁଭବ କରିଥାଏ । ଏହା ଦ୍ୱାରା ମାନସିକ ଚାପ ମଧ୍ୟ ହ୍ରାସ ପାଇଥାଏ ।

ହୃଦୟ ସ୍ୱାସ୍ଥ୍ୟ ରଖେ ଆଲିଙ୍ଗନ

ଆଲିଙ୍ଗନ କରିବା ଦ୍ବାରା ହୃଦୟ ସ୍ୱାସ୍ଥ୍ୟ ରହିଥାଏ । ଆପଣ ଭାବୁଥିବେ ଏହା କେମିତି ସମ୍ଭବ, ଗୋଟିଏ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଗୋଟିଏ ସ୍ୱାସ୍ଥ୍ୟ ହୃଦୟ ପାଇଁ ପ୍ରେମ ସମ୍ପର୍କ ଭଲ ରହିବା ନିହାତି ଦରକାର । ମନ ଖୁସି ରହିଲେ ହୃଦୟ ମଧ୍ଯ ସ୍ୱାସ୍ଥ୍ୟ ରହିଥାଏ ।

ରୋଗରୁ ରକ୍ଷା କରେ ଆଲିଙ୍ଗନ

ଆଲିଙ୍ଗନ ମାନସିକ ଚାପ କମାଇବା ସହ ଆପଣଙ୍କୁ ସୁସ୍ଥ ରଖିବାରେ ମଧ୍ଯ ସହାୟକ ହୋଇଥାଏ । ଅନୁସନ୍ଧାନରୁ ଜଣାପଡି଼ଛି ଯେ, ଆଲିଙ୍ଗନ କରିବା ଦ୍ୱାରା ରୋଗ ହେବାର ସମ୍ଭାବନା ମଧ୍ଯ କମ୍ ହୋଇଥାଏ ।

ଭୟକୁ ହ୍ରାସ କରେ ଆଲିଙ୍ଗନ

ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ ଛୁଇଁବା କିମ୍ବା ଆଲିଙ୍ଗନ କରିବା ଦ୍ୱାରା ଚିନ୍ତା କମ ହେବା ସହ ମନରୁ ଭୟର ଭାବନା ମଧ୍ୟ କମ ହୋଇଥାଏ ।

ସମ୍ପର୍କ ବଢାଏ ଆଲିଙ୍ଗନ

ପରସ୍ପରକୁ ଆଲିଙ୍ଗନ କରିବା ଦ୍ବାରା ସମ୍ପର୍କ ବଢିବା ସହ ମଜଭୁତ ହୋଇଥାଏ । 

ଗୋଟିଏ ଦିନରେ କେତେଥର ଆଲିଙ୍ଗନ କରିବା ଉଚିତ୍?

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଗୋଟିଏ ଦିନରେ ଅତି କମରେ ୪ ଥର ଆଲିଙ୍ଗନ କରିବା ଆବଶ୍ୟକ। ମହାମାରୀ ପରେ ଲୋକେ ପରସ୍ପରଠାରୁ ସାମାଜିକ ଦୂରତା ବଜାୟୀ ରଖୁଛନ୍ତି । ଯଦି ଆପଣ ଜୀବନରେ ଖୁସିରେ ରହିବାକୁ ଚାହୁଁଛନ୍ତି ତାହାଲେ ଗୋଟିଏ ଦିନରେ ସକାଳ ଓ ସନ୍ଧ୍ୟାରେ ନିଜ ପ୍ରିୟଜନଙ୍କୁ ଆଲିଙ୍ଗନ କରନ୍ତୁ । ବିଜ୍ଞାନରେ କୁହାଯାଇଛି ଯେ, ପ୍ରତ୍ୟେକ ଦିନ ନିଜ ଲୋକଙ୍କୁ ଅତି କମରେ ଦୁଇଥର ଆଲିଙ୍ଗନ କରନ୍ତୁ।