Mahashivratri 2023: କାହିଁକି ମହାଦେବଙ୍କର ପ୍ରିୟ ହେଉଛି ବେଲପତ୍ର? ଜାଣନ୍ତୁ ଏହାର ପୌରାଣିକ ମହାତ୍ମ୍ୟ
Advertisement

Mahashivratri 2023: କାହିଁକି ମହାଦେବଙ୍କର ପ୍ରିୟ ହେଉଛି ବେଲପତ୍ର? ଜାଣନ୍ତୁ ଏହାର ପୌରାଣିକ ମହାତ୍ମ୍ୟ

Mahashivratri 2023: ଆଜି ହେଉଛି ମହାଶିବରାତ୍ରୀ (Mahashivratri) । ମହାଦେବଙ୍କ(Lord Shiva) ଦ୍ୱାରା ଏହିଦିନ ସଂସାର ପ୍ରକଟ ହୋଇଥିଲା ବୋଲି ଲୋକେ ବିଶ୍ୱାସ କରିଥାନ୍ତି। ଖାସ୍ କରି ଏଦି ଦିନ ଦେବ ଦେବ ମହାଦେବଙ୍କ ପୂଜାଚ୍ଚର୍ନାରେ ବିଭିନ୍ନ ଦ୍ରବ୍ୟ ଅର୍ପଣ କରାଯାଏ। କିନ୍ତୁ ଭଗବାନ ଭୋଳାଶଙ୍କରଙ୍କ ସୁବୁଠୁ ଅଧିକ ପ୍ରିୟ ବେଲପତ୍ର। ପୌରାଣିକ କଥାନୁସାରେ, ଦେବୀ ପାର୍ବତୀଙ୍କ କପାଳରୁ ଝାଳ ବାହାରି ମନ୍ଦାର ପର୍ବତ ଉପରେ ପଡ଼ିଥଲା। ସେହି ଝାଳରୁ ବେଲ ଗଛର ସୃଷ୍ଟି ବୋଲି କୁହାଯାଏ। ଏହି ଗଛର ମୂଳରେ ଗିରିଜା,ଗଣ୍ଡିରେ ମାହେଶ୍ବରୀ, ଶାଖାରେ ଦକ୍ଷାୟିନୀ, ପତ୍ରରେ ପାର୍ବତୀ,ଫୁଲରେ ଗୌରୀ ଏବଂ ଫଳରେ ଦେବୀ କାତ୍ୟାୟିନୀ ବାସ କରିଥାନ୍ତି।

ସୌଜନ୍ୟ- ସୋସିଆଲ ମିଡିଆ

Mahashivratri 2023: ଆଜି ହେଉଛି ମହାଶିବରାତ୍ରୀ (Mahashivratri) ।  ମହାଦେବଙ୍କ(Lord Shiva) ଦ୍ୱାରା ଏହିଦିନ ସଂସାର ପ୍ରକଟ ହୋଇଥିଲା ବୋଲି ଲୋକେ ବିଶ୍ୱାସ କରିଥାନ୍ତି। ଖାସ୍ କରି ଏଦି ଦିନ ଦେବ ଦେବ ମହାଦେବଙ୍କ ପୂଜାଚ୍ଚର୍ନାରେ ବିଭିନ୍ନ ଦ୍ରବ୍ୟ ଅର୍ପଣ କରାଯାଏ। କିନ୍ତୁ ଭଗବାନ ଭୋଳାଶଙ୍କରଙ୍କ ସୁବୁଠୁ ଅଧିକ ପ୍ରିୟ ବେଲପତ୍ର। ପୌରାଣିକ କଥାନୁସାରେ, ଦେବୀ ପାର୍ବତୀଙ୍କ କପାଳରୁ ଝାଳ ବାହାରି ମନ୍ଦାର ପର୍ବତ ଉପରେ ପଡ଼ିଥଲା। ସେହି ଝାଳରୁ ବେଲ ଗଛର ସୃଷ୍ଟି ବୋଲି କୁହାଯାଏ। ଏହି ଗଛର ମୂଳରେ ଗିରିଜା,ଗଣ୍ଡିରେ ମାହେଶ୍ବରୀ, ଶାଖାରେ ଦକ୍ଷାୟିନୀ, ପତ୍ରରେ ପାର୍ବତୀ,ଫୁଲରେ ଗୌରୀ ଏବଂ ଫଳରେ ଦେବୀ କାତ୍ୟାୟିନୀ ବାସ କରିଥାନ୍ତି। ଏହି କାରଣରୁ ବେଲ ଗଛର ପୌରାଣିକ ମହତ୍ତ୍ବ ରହିଛି। ସମସ୍ତ ତୀର୍ଥ ବେଲ ପତ୍ରର (Bel Patra)ମୂଳ ଭାଗରେ ଅବସ୍ଥିତ ବୋଲି ବିଶ୍ୱାସ କରାଯାଏ। ଭଗବାନ ଶିବଙ୍କୁ ବେଲ ପତ୍ର ଅର୍ପଣ (Offering Bel Patra) କଲେ ସମସ୍ତ ତୀର୍ଥଯାତ୍ରାର ପୁଣ୍ୟ ମିଳିଥାଏ।

ଶିବପୁରାଣରେ ବେଲ ଗଛକୁ ଶିବଙ୍କ ସ୍ବରୂପ ବୋଲି କୁହାଯାଇଛି। ବେଲ ଗଛ (Bel Patra)ଯୋଗୁଁ ଘରେ ସକାରାତ୍ମକତା ବଜାୟ ରହିଥାଏ। ବେଲ ଗଛ ଘରର (Bel Patra)ଉତ୍ତର-ପଶ୍ଚିମ କୋଣରେ ଲଗାଇବା ଶୁଭ ହୋଇଥାଏ। ଶିବଲିଙ୍ଗରେ ଚଢ଼ାଯାଉଥିବା ବେଲ ପତ୍ର ଅନେକ ଦିନ ଯାଏଁ ବାସି ହୁଏ ନାହିଁ,ତେଣୁ ବେଲପତ୍ର ଅଭାବରେ ଏହାକୁ ଧୋଇ ପୁନର୍ବାର ବ୍ୟବହାର କରାଯାଇପାରିବ। ଭଗବାନ ଶିବଙ୍କୁ କେବଳ ତ୍ରିଶାଖା ବେଲ ପତ୍ର ଅର୍ପଣ କରାଯିବା ଉଚିତ। କିନ୍ତୁ ଅଷ୍ଟମୀ, ଚତୁର୍ଦ୍ଦଶୀ, ଅମାବାସ୍ୟା ଏବଂ ରବିବାର ଦିନ ବେଲ ପତ୍ର ତୋଳିବା ନିଷିଦ୍ଧ। ଶିବ ଲିଙ୍ଗ ଉପରେ ବେଲପତ୍ର ଅର୍ପଣ କରିବା ପାଇଁ ଅନାମିକା,ମଧ୍ୟମା ଓ ବୁଢ଼ା ଆଙ୍ଗୁଠି ବ୍ୟବହାର କରାଯିବାର ବିଧି ରହିଛି।

Also Read : Mahashivratri 2023: ଜାଗର ପାଇଁ କମ୍ପୁଛି ଲୋକନାଥ ପୀଠ, ଜାଣନ୍ତୁ ପୁରା ନୀତିକାନ୍ତି

Also Read : Gajapati News: ଯେତେବେଳେ ଜେନେରେଟର ଧୂଆଁରେ ଭର୍ତ୍ତି ହୋଇଗଲା ଘର...

ବେଲପତ୍ର ଚଢାଇ କରନ୍ତୁ ପୂଜା ମହାଶିବରାତ୍ରୀ(Mahashivratri 2023) ରେ ଭଗବାନ ଶିବଙ୍କ ଉପରେ ବେଲପତ୍ର ଚଢାଇବା ଦ୍ୱାରା ଭୋଳାଶଙ୍କର ପ୍ରସନ୍ନ ହୋଇଥାନ୍ତି । ଫାଲଗୁନ୍ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀ ମାସରେ ପଡେ ମହାଶିବରାତ୍ରୀ । ଶିବ ଭକ୍ତମାନେ ଏହି ଶିବରାତ୍ରୀକୁ ବର୍ଷସାରା ଅପେକ୍ଷା କରନ୍ତି । ଏହି ଦିନ ବହୁ ସଂଖ୍ୟକ ଲୋକ ଶିବଙ୍କ ଉପବାସ କରନ୍ତି ଏବଂ ପୂଜା କରନ୍ତି । ଭଗବାନ ଶିବ ଖୁବ୍ ଶୀଘ୍ର ତାଙ୍କ ଭକ୍ତମାନଙ୍କ ଉପରେ ସନ୍ତୁଷ୍ଟ ହୁଅନ୍ତି । ମହାଶିବରାତ୍ରୀରେ ଭଗବାନ ଶିବଙ୍କ ଉପାସନା ବେଲପତ୍ର ବିନା ଅସମ୍ପୂର୍ଣ୍ଣ ବୋଲି ମାନ୍ୟତା ରହିଛି ।

ମହା ଶିବରାତ୍ରୀ ଏକ ମହତ୍ବପୂର୍ଣ୍ଣ ହିନ୍ଦୁ ପର୍ବ । ଏହାକୁ ଅନେକ ଭିନ୍ନ ଆଖ୍ୟା ଦିଆଯାଇଛି, ଯେପରିକି “ଶିବଙ୍କର ଉଜ୍ଜ୍ୱଳ ରାତ୍ରି”, “ପଦ୍ମରାଜତୀ” ଏବଂ ଆହୁରି ଅନେକ କିଛି । ତେବେ ଭଗବାନ ଶିବ ଏହି ମହାଶିବରାତ୍ରୀର ମୁଖ୍ୟ ଆକର୍ଷଣ । ଭଗବାନ ଶିବ ଏହି ଦିନ ଦେବୀ ପାର୍ବତୀଙ୍କୁ ବିବାହ କରିଥିଲେ । ସତୀଙ୍କ ଦେହାନ୍ତ ପରେ ଶିବ ତୀବ୍ର ଧ୍ୟାନରେ ପ୍ରବେଶ କରିଥିବା କଥା ନିଶ୍ଚୟ ଜାଣିଥିବେ । ଭଗବାନ ଶିବଙ୍କୁ ବିବାହ କରିବା ପାଇଁ ସତୀ ପାର୍ବତୀଙ୍କ ରୂପ ନେଇଥିଲେ । ଫାଲଗୁନା ମାସରେ ଅନ୍ଧାର ଚତୁର୍ଦ୍ଦଶର ଚତୁର୍ଦ୍ଦଶ ଦିନରେ ମହାଶିବତ୍ର ଶିବ ଏବଂ ପାର୍ବତୀଙ୍କ ମିଶ୍ରଣକୁ ସମ୍ମାନିତ କରେ । ମହାଶିବରାତ୍ରୀରେ ଭଗବାନ ଶିବଙ୍କର ଉପାସକମାନେ ଉପବାସ କରିଥାନ୍ତି । ଏବଂ ନିଜର ମନସ୍କାମନା ପୂରଣ କରିବା ପାଇଁ ଭଗବାନଙ୍କ ଆରାଧନା କରିଥାନ୍ତି ।