Retirement Age Hike: କର୍ମଚାରୀଙ୍କ ପାଇଁ ବଡ଼ ଖବର; ମୁଖ୍ୟମନ୍ତ୍ରୀ ଦେଲେ ସଂକେତ, ଅବସର ବୟସରେ ହେବ ୨ ବର୍ଷର ବୃଦ୍ଧି!
Advertisement
Article Detail0/zeeodisha/odisha1644859

Retirement Age Hike: କର୍ମଚାରୀଙ୍କ ପାଇଁ ବଡ଼ ଖବର; ମୁଖ୍ୟମନ୍ତ୍ରୀ ଦେଲେ ସଂକେତ, ଅବସର ବୟସରେ ହେବ ୨ ବର୍ଷର ବୃଦ୍ଧି!

Retirement Age Hike: ବିଗତ ଦିନରେ ଉତ୍ତର ପ୍ରଦେଶରେ କିଛି କର୍ମଚାରୀଙ୍କ ଅବସର ବୟସ ବର୍ତ୍ତମାନ ୨ ବର୍ଷ ବୃଦ୍ଧି କରାଯାଇଥିଲା । ଏକ ମାମଲାର ଶୁଣାଣି ସମୟରେ ଆହ୍ଲାବାଦ ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇ କହିଥିଲେ ଯେ, ପ୍ରାଦେଶିକ ସେବାରେ ସରକାରୀ ହୋମିଓପାଥିକ ଡାକ୍ତରଙ୍କ ଅବସର ବୟସ ଦୁଇ ବର୍ଷ ବୃଦ୍ଧି କରାଯାଇଛି ।

Retirement Age Hike: କର୍ମଚାରୀଙ୍କ ପାଇଁ ବଡ଼ ଖବର; ମୁଖ୍ୟମନ୍ତ୍ରୀ ଦେଲେ ସଂକେତ, ଅବସର ବୟସରେ ହେବ ୨ ବର୍ଷର ବୃଦ୍ଧି!

Retirement Age Hike: କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ଅଛି । ସେମାନଙ୍କର ଅବସର ବୟସ ୨ ବର୍ଷ ବୃଦ୍ଧି (Government Employees Retirement Age Hike) ହୋଇପାଇପାରେ । ଏହା ଉପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ (Maharashtra CM) ଏକନାଥ ସିନ୍ଦେ (Eknath Shinde) ଙ୍କ ସକରାତ୍ମକ ମନୋଭାବ ଦୃଶ୍ୟମାନ ହେଉଛି । ସେହିଭଳି ମୁଖ୍ୟମନ୍ତ୍ରୀ ଗେଜେଟେଡ୍ ଅଫିସରମାନଙ୍କୁ ମଧ୍ୟ ସମାନ ଆଶ୍ୱାସନା ଦେଇଛନ୍ତି । ଫେଡେରେଶନ ଗୁରୁବାର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ ଏକ ବୈଠକ କରିଛି । ଯେଉଁଥିରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ (Eknath Shinde) ଅବସର ବୟସ ୬୦ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି (Employees Retirement Age Hike) କରିବାକୁ ସମର୍ଥନ କରିଛନ୍ତି । 

ମହାରାଷ୍ଟ୍ର କର୍ମଚାରୀଙ୍କ ଅବସର ବୟସ ୨ ବର୍ଷ ବୃଦ୍ଧି (Maharashtra Government Employees Retirement Age Hike) କରାଯାଇପାରେ । ରାଜ୍ୟ ସରକାର ଏହା ଉପରେ ବିଚାର କରୁଛନ୍ତି । ଅବସର ବୟସ ୫୮ ବର୍ଷରୁ ୬୦ ବର୍ଷକୁ ବୃଦ୍ଧି କରାଯାଇପାରେ । ଏହି ବୈଠକରେ ଅଧିକାରୀ ସଂଘ କେନ୍ଦ୍ର ଅନୁଯାୟୀ ଅବସର ବୟସ ୬୦ ବର୍ଷ କରିବା ଉପରେ ନିଜର ଆଭିମୁଖ୍ୟ ରଖିଛି । ଏଥି ସହ ମୁଖ୍ୟମନ୍ତ୍ରୀ (Maharashtra CM) ଏକନାଥ ସିନ୍ଦେ (Eknath Shinde) ମଧ୍ୟ ଏହା ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ସେ ଏହା ଉପରେ ସମର୍ଥନ ଜଣାଇଛନ୍ତି ।

ଏହା ସହିତ ରାଜସ୍ୱ ବୋର୍ଡ କ୍ୟାଡର ଆବଣ୍ଟନ ଅଧିନିୟମରୁ ପଦୋନ୍ନତି ପାଇଥିବା ଅଧିକାରୀଙ୍କୁ ବାଦ ଦେବା ସହିତ କେନ୍ଦ୍ର ଅନୁଯାୟୀ ଅବସର ବୟସକୁ ୨୦ ଲକ୍ଷ ପର୍ଯ୍ୟନ୍ତ ସୀମିତ ରଖିବା ଉପରେ ଏକ ସକରାତ୍ମକ ଆଲୋଚନା ହୋଇଛି । ଏଥି ସହିତ ୮୦ ବର୍ଷରୁ ଅଧିକ ବୟସ୍କ ଅବସରପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ପେନ୍‌ସନ୍‌ ବୃଦ୍ଧି ଦାବି ଉପରେ ମଧ୍ୟ ଏକ ସକରାତ୍ମକ ଆଲୋଚନା ହୋଇଛି । ସେପଟେ ରାଜ୍ୟରେ ଅବସର ବୟସ ହ୍ରାସ କରିବାକୁ ମଧ୍ୟ ଦାବି କରାଯାଇଛି । ଏଥିପାଇଁ ଅର୍ଥମନ୍ତ୍ରୀଙ୍କ ନିକଟକୁ ଏକ ଚିଠି ପଠାଯାଇଛି । ଯେଉଁଥିରେ କୁହାଯାଇଛି ଯେ ଅବସର ବୟସ ବୃଦ୍ଧି (Retirement Age Hike) କରାଯିବା ଉଚିତ ନୁହେଁ । 

୨୦୧୧ ଜନଗଣନା ଅନୁଯାୟୀ ଦେଶର ୨୦ ପ୍ରତିଶତ ଯୁବକ ବେକାର ଅଛନ୍ତି । ଯଦି ରାଜ୍ୟରେ ଏତେ ବେକାରୀ ସମସ୍ୟା ଅଛି । ତେବେ ଖାଲି ପଦଗୁଡିକ ତୁରନ୍ତ ପୂରଣ କରାଯିବା ଉଚିତ । ଅବସର ବୟସ ୫୦ ବର୍ଷ ହେବା ଉଚିତ୍ । କେବଳ ଏତିକି ନୁହେଁ, ଚିଠିରେ କୁହାଯାଇଛି ଯେ ଜଣେ ବ୍ୟକ୍ତିଙ୍କୁ ସର୍ବାଧିକ ୨୫ ବର୍ଷ ପାଇଁ ଚାକିରି ଦିଆଯାଉ, ଯାହାଦ୍ୱାରା ବେରୋଜଗାରୀ ଶିକ୍ଷକମାନେ ସୁଯୋଗ ପାଇବେ । ହେରାମ କୁଲକର୍ଣ୍ଣି ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଏହି ଦାବି କରାଯାଇଛି । 

ସେପଟେ ବିଗତ ଦିନରେ ଉତ୍ତର ପ୍ରଦେଶରେ କିଛି କର୍ମଚାରୀଙ୍କ ଅବସର ବୟସ ବର୍ତ୍ତମାନ ୨ ବର୍ଷ ବୃଦ୍ଧି କରାଯାଇଥିଲା । ଏକ ମାମଲାର ଶୁଣାଣି ସମୟରେ ଆହ୍ଲାବାଦ ହାଇକୋର୍ଟ (Allahabad High Court) ଏହି ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇ କହିଥିଲେ ଯେ, ପ୍ରାଦେଶିକ ସେବାରେ ସରକାରୀ ହୋମିଓପାଥିକ ଡାକ୍ତରଙ୍କ ଅବସର ବୟସ ଦୁଇ ବର୍ଷ ବୃଦ୍ଧି କରାଯାଇଛି । ବର୍ତ୍ତମାନ ଅବସର ବୟସ ୬୦ ବର୍ଷ ଅଛି, ଯାହାକୁ ୬୨ ବର୍ଷକୁ ବୃଦ୍ଧି କରିବାକୁ ସ୍ଥିର ହୋଇଛି ।

fallback

ଏହା ଉପରେ ଲକ୍ଷ୍ନୌ ବେଞ୍ଚ କହିଛନ୍ତି ଯେ, ସରକାରୀ ଏଲୋପାଥିକ ଡାକ୍ତରଙ୍କ ଅବସର ବୟସ ୬୨ ବର୍ଷ ଅଛି । ଏହାକୁ ଦୃଷ୍ଟିରେ ରଖି ବେଞ୍ଚ କହିଛନ୍ତି ଯେ ହୋମିଓପାଥିକ ଡାକ୍ତରଙ୍କ ଅବସର ବୟସକୁ ମଧ୍ୟ ୬୨ ବର୍ଷକୁ ବୃଦ୍ଧି କରାଯିବା ଆବଶ୍ୟକ । ଏହା ସହିତ ସେ ଏହାକୁ ସମାନତାର ସିଦ୍ଧାନ୍ତର ସମ୍ପୂର୍ଣ୍ଣ ଉଲ୍ଲଂଘନ ବୋଲି ମଧ୍ୟ କହିଛନ୍ତି । ଏହି କାରଣରୁ ବର୍ତ୍ତମାନ ସେମାନଙ୍କ ଅବସର ବୟସ ୬୦ରୁ ୬୨ ବର୍ଷକୁ ବୃଦ୍ଧି କରାଯାଇଛି । ଏହି ମାମଲାର ଶୁଣାଣି ବେଳେ ଜଷ୍ଟିସ୍ ବିବେକ ଚୌଧୁରୀଙ୍କ ଡିଭିଜନ୍ ବେଞ୍ଚ ହୋମିଓପାଥିକ୍ ଡାକ୍ତର ଏସ.କେ ଯାଦବଙ୍କ ଆବେଦନ ଉପରେ ଏହି ନିର୍ଦ୍ଦେଶ ଦେଇଛନ୍ତି । 

ଅଧିକ ପଢ଼ନ୍ତୁ-CSKର ବିଜୟ ପରେ ଧୋନି ଖୁସିରେ ଗଦଗଦ୍, ଏହି ଖେଳାଳିଙ୍କୁ କହିଲେ ଦଳର ସବୁଠାରୁ ବଡ଼ ମ୍ୟାଚ୍ ୱିନର୍!

ଅଧିକ ପଢ଼ନ୍ତୁ-IPLରେ ଲଗାତାର ୨ଟି ମ୍ୟାଚ୍ ହାରିବା ପରେ ରୋହିତ ଶର୍ମା ଦେଲେ ହୃଦୟ ଭାଙ୍ଗିଲା ପରି ବୟାନ, ପରାଜୟ ପାଇଁ ଏହି ଖେଳାଳିଙ୍କୁ କଲେ ଦାୟୀ!

ଅଧିକ ପଢ଼ନ୍ତୁ-ବର୍ତ୍ତମାନ ଏହି ଖେଳାଳି ହେବେ ଚେନ୍ନାଇ ସୁପର କିଙ୍ଗ୍ସର ପରବର୍ତ୍ତୀ ଅଧିନାୟକ!