Auto Driver: ଅଟୋ ଚାଳକଙ୍କ ମହାନତା, ଫେରାଇଲେ ଟଙ୍କା ଭର୍ତ୍ତି ବ୍ୟାଗ
Advertisement
Article Detail0/zeeodisha/odisha1819180

Auto Driver: ଅଟୋ ଚାଳକଙ୍କ ମହାନତା, ଫେରାଇଲେ ଟଙ୍କା ଭର୍ତ୍ତି ବ୍ୟାଗ

Auto Driver: ଅଟୋ ଡ୍ରାଇଭରଙ୍କ ମହାନତାକୁ ନେଇ ଖୁବ୍ ଚର୍ଚ୍ଚା । ୨ଲକ୍ଷରୁ ଅଧିକ ଟଙ୍କା ଭର୍ତ୍ତି ବ୍ୟାଗ ପାଇବା ପରେ ତାହାକୁ ଫେରାଇ ଅନ୍ୟ ପାଇଁ ଉଦାହରଣ ସାଜିଲେ ଅଫଜଲ

Auto Driver: ଅଟୋ ଚାଳକଙ୍କ ମହାନତା, ଫେରାଇଲେ ଟଙ୍କା ଭର୍ତ୍ତି ବ୍ୟାଗ

Auto Driver: ଆଜି ବି ମଣିଷ ପଣିଆ ବଞ୍ଚିଛି । କୁହାଯାଏ ଲୋଭ ମଣିଷର ପରମ ଶତୃ ସେକଥାକୁ ପାଳନ କରିଛନ୍ତି ମଧ୍ୟପ୍ରଦେଶ (Madhya Pradesh)ର ଉଜନ ସହରର ମହମ୍ମଦ ଅଫଜଲ ନାମକ ଜଣେ ଅଟୋ ଡ୍ରାଇଭର । ସେ ନିଜ ସଚ୍ଚୋଟତାର ଏକ ବଡ଼ ପ୍ରମାଣ ଦେଇଛନ୍ତି । ବର୍ତ୍ତମାନ ସବୁଠି ଏହି ଅଟୋ ଡ୍ରାଇଭରର ସଚ୍ଚୋଟତା ଉପରେ ଆଲୋଚନା ହୋଇଛି। ଅଫଜଲ ମାତ୍ର ଦୁଇ ଘଣ୍ଟା ମଧ୍ୟରେ ଜଣେ ବ୍ୟକ୍ତିଙ୍କ ଟଙ୍କା ଭର୍ତି ବ୍ୟାଗ (money bag)କୁ ଫେରାଇ ଦେଇଛନ୍ତି ।

ରାଜସ୍ଥାନ (Rajasthan)ର କୋଟା ଅଞ୍ଚଳର ଦୁଇଜଣ ଭକ୍ତ ୬୦ ଜଣ ପରିଦର୍ଶକଙ୍କ ସହ ତୀର୍ଥଯାତ୍ରାରେ ଯାଇଥିଲେ । ସମସ୍ତେ ରାତି ସମୟରେ ସ୍ଥାନୀୟ ନିର୍ମଳ ଅଖରାରେ ରହିଥିଲେ । ତୀର୍ଥଯାତ୍ରୀମାନେ ଏକ ଅଟୋ ବୁକ (Book) କରି ବୁଲିବା ପାଇଁ ଯାଇଥିଲେ । ଯେତେବେଳେ ତୀର୍ଥଯାତ୍ରୀ ଗୋପାଳ ମଣ୍ଡପରେ ପହଞ୍ଚିଲେ ସେତେବେଳେ ନିଜର ବ୍ୟାଗ ଖୋଜିବା ବେଳକୁ ତାହା ମିଳିନଥିଲା । ଯାତ୍ରା କରିଥିବା ଅଟୋରେ ସେମାନେ ବ୍ୟାଗଟିକୁ ଭୁଲିଯାଇଥିଲେ । ତେବେ ଅଟୋ ଚାଳକ ଜଣକ ସେଠାରୁ ଭଡା ନେଇ ଆସିବା ପରେ ତାଙ୍କ ଆଖିରେ ଅଟୋରେ ଥିବା ବ୍ୟାଗଟି ପଡିଥିଲା । ତାପରେ ସେ ବ୍ୟାଗଟିକୁ ଖୋଲିଲେ ସେଥିରେ କଣ ଅଛି ତାହା ଜାଣିବା ପାଇଁ । ସେ ଦେଖିଲେ ବ୍ୟାଗଟି ଟଙ୍କାରେ ଭର୍ତ୍ତି ହୋଇ ରହିଛି । ଏଥିସହ ବ୍ୟାଗରେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର (Important papers) ମଧ୍ୟ ରହିଛି । ଅଫଜଲ ଆଉ ଡେରି ନକରି ବ୍ୟାଗଟିକୁ ସାଇତି ରଖି ସେଥିରେ ଥିବା ଠିକଣା ଆଧାରରେ ବ୍ୟକ୍ତିଙ୍କ ପରିବାର ଲୋକଙ୍କ ନିକଟକୁ ଯାଇ ଭେଟିଥିଲେ । ସବୁଠୁ ଗୁତୁତ୍ୱପୂର୍ଣ୍ଣ କଥା ଏହା ଯେ ଅଫଜଲ ବିଳମ୍ୱ ନକରି ମାତ୍ର ଦୁଇ ଘଣ୍ଟା ମଧ୍ୟରେ ବ୍ୟାଗ ହଜାଇଥିବା ବ୍ୟକ୍ତିଙ୍କ ଘରେ ପହଞ୍ଚିଥିଲେ ।

ଅଫଜଲଙ୍କ କହିବା ଅନୁସାରେ ପ୍ରତିଦିନ ବହୁ ସଂଖ୍ୟାରେ ଭକ୍ତମାନେ ଧାର୍ମିକ ସହରକୁ ପରିଦର୍ଶନ କରିଥାନ୍ତି । ସେଠାରେ ତୀର୍ଥ ସ୍ଥାନ ବୁଲିବା ପାଇଁ ଅଟୋ ଏବଂ ଇ ରିକ୍ସାର ସାହାଯ୍ୟ ନେଇଥାନ୍ତି । ଏଭଳି ପରିସ୍ଥିତିରେ ଅଫଜଲ ନିଜର ସଚ୍ଚୋଟତାର ପ୍ରମାଣ ଦେଇ ମାନବିକତାର ବାର୍ତ୍ତା ସୃଷ୍ଟି କରିଛନ୍ତି । ସେ କହିଛନ୍ତି ଯେ, ମାନବିକତାଠାରୁ ବଡ଼ ଧର୍ମ ସଂସାରରେ କିଛି ନାହିଁ।

ଆପଣଙ୍କୁ କହିରଖୁଛୁ ଯେ, ଅଟୋ ଡ୍ରାଇଭର ଅଫଜଲଙ୍କ ବୟସ ପ୍ରାୟ ୬୦ ବର୍ଷ ପାଖାପାଖି । ଅଫଜଲ ଦୀର୍ଘ ବର୍ଷ ଧରି ଉକ୍ତ ସହରରେ ଅଟୋ ଚଳାଇ ନିଜର ପରିବାର ପ୍ରତିପୋଷଣ କରିଆସୁଥିଲେ । ଅଫଜଲ ଯେଉଁ ଅଟୋ ଚଳାଉଛନ୍ତି ତାହାର ନମ୍ୱର ହେଉଛି MP 13 R 3213 । ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ଅଫଜଲ କହିଛନ୍ତି ଯେ, "ମୁଁ ଭକ୍ତମାନଙ୍କୁ ଅଟୋରେ ନିର୍ମଳ ଅଖରା ମୁର୍ଲିପୁରା ଠାରୁ ଗୋପାଳ ମନ୍ଦିର ପର୍ଯ୍ୟନ୍ତ ନେଇଥିଲି । ୨ ଜଣ ଭକ୍ତ ଗୋପାଳ ମଣ୍ଡପ ନିକଟରେ ଅଟୋରୁ ଓହ୍ଲାଇଥିଲେ । କିନ୍ତୁ ବ୍ୟସ୍ତତା ମଧ୍ୟରେ ନିଜ ବ୍ୟାଗଟିକୁ ଅଟୋରେ ଭୁଲି ଯାଇଥିଲେ । ବ୍ୟାଗରେ ଥିବା କାଗଜପତ୍ରରେ ବ୍ୟକ୍ତିଙ୍କର ଠିକଣା ରହିଥିଲା । ତେଣୁ ମୁଁ ତୁରନ୍ତ ଯୋଗାଯୋଗ କରି ବ୍ୟାଗଟିକୁ ମାତ୍ର ୨ ଘଣ୍ଟା ମଧ୍ୟରେ ତାଙ୍କ ପରିବାର ଲୋକଙ୍କ ନିକଟରେ ପହଞ୍ଚି ଫେରାଇ ଦେଇଥିଲି' ।

ଅନ୍ୟପଟେ ବ୍ୟାଗ ଫେରିପାଇଥିବା ବ୍ୟକ୍ତି ଜଣକ ଖୁବ ଖୁସି ଅଛନ୍ତି । ସେ ଅଫଜଲଙ୍କୁ ଧନ୍ୟବାଦ ଦେବାସହଙ୍କୁ କିଛି ଟଙ୍କା ମଧ୍ୟ ଯାଚିଥିଲେ । କିନ୍ତୁ ଅଫଜଲ ପୁରସ୍କାର ଭାବରେ କୌଣସି ଟଙ୍କା ଗ୍ରହଣ କରିନଥିଲେ । ଅଟୋ ଡ୍ରାଇଭରଙ୍କ ଏପରି ମହତ କାର୍ଯ୍ୟ ସୋସିଆଲ ମିଡିଆରେ ମଧ୍ୟ ଖୁବ୍ ଭାଇରାଲ୍ ହୋଇଛି ।

Also Read- No Confidence Motion: ଲୋକସଭାରେ ବିରୋଧୀଙ୍କୁ ଜବାବ ଦେଲେ ପିଏମ ମୋଦୀ