Digvijay Singh Car Accident: ଯୁବକଙ୍କୁ ଧକ୍କା ଦେଲା ଦିଗବିଜୟ ସିଂହଙ୍କ କାର, ପୋଲିସ ଜବତ କଲା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଗାଡି
Advertisement
Article Detail0/zeeodisha/odisha1602717

Digvijay Singh Car Accident: ଯୁବକଙ୍କୁ ଧକ୍କା ଦେଲା ଦିଗବିଜୟ ସିଂହଙ୍କ କାର, ପୋଲିସ ଜବତ କଲା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଗାଡି

Digvijay Singhs Convoy Accident: ଗୁରୁବାର ରାଜ୍ୟର ରାଜଗଡ ଜିଲ୍ଲା ଅଭିମୁଖେ ଯାତ୍ରା କରିବା ବେଳେ ଜଣେ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ କାର। 

 

Digvijay Singh Car Accident: ଯୁବକଙ୍କୁ ଧକ୍କା ଦେଲା ଦିଗବିଜୟ ସିଂହଙ୍କ କାର, ପୋଲିସ ଜବତ କଲା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଗାଡି

Digvijay Singhs Car Hit Bike Rider: ଗୁରୁବାର ଜଣେ ବାଇକ ଆରୋହୀଙ୍କୁ ଧକ୍କା ଦେଇଛି ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ କାର। କାର ଧକ୍କା ଦେବା ପରେ ବାଇକ ଆରୋହୀ ଜଣଙ୍କ ପ୍ରାୟ ୧୦ ଫୁଟ ଦୂରରେ ଯାଇ ପଡ଼ିଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ତାଙ୍କୁ ଚିକିତ୍ସା ପାଇଁ ରାଜଧାନୀ ଭୋପାଳ ସ୍ଥାନାନ୍ତର କରାଯାଇଛି। ମଧ୍ୟ ପ୍ରଦେଶ ରାଜଗଡ ଜିଲ୍ଲାରେ ଏଭଳି ଘଟଣା। ଏହି ଦୁର୍ଘଟଣାର ଭିଡ଼ିଓ ମଧ୍ୟ ଭାଇରାଲ ହୋଇଛି।

କଂଗ୍ରେସ ନେତା ଦିଗବିଜୟ ସିଂହ (Congress Leader Digvijay Singh) ସମବେଦନା ଜଣାଇବା ପାଇଁ କୋଡାକିଆ ଗ୍ରାମରେ କଂଗ୍ରେସ ଜିଲ୍ଲା ସଭାପତିଙ୍କ ଘରେ ପହଞ୍ଚିଥିଲେ। କିଛି ସମୟ ଏଠାରେ ରହିବା ପରେ ସେ କାର ଯୋଗେ ରାଜଗଡ ଜିଲ୍ଲା (Rajgarh District) ଅଭିମୁଖେ ଯାତ୍ରା କରିଥଲେ। ଦିନ ପ୍ରାୟ ତିନିଟା ସମୟରେ ଜଣେ ବାଇକ ଆରୋହୀ ଜିରାପୁର ନିକଟରେ ତାଙ୍କ କନଭୟ (Digvijay Singhs Convoy) ସାମ୍ନାକୁ ଆସିଯାଇଥିଲା। ଯେଉଁ କାରଣରୁ ଏହି ଦୁର୍ଘଟଣା ଘଟିଥିଲା। ରାସ୍ତାରେ କଂଗ୍ରେସ ନେତାଙ୍କ କାର ବାଇକ ଆରୋହୀଙ୍କୁ (Digvijay Singhs Car Hit Bike Rider) ଧକ୍କା ଦେଇଥିଲା। ଦୁର୍ଘଟଣାରେ ଆହତ ହୋଇଥିବା ଆହତ ଯୁବକଙ୍କ ପରିଚୟ ମିଳିଛି। ଆହତ ଯୁବକ ହେଉଛନ୍ତି  ପରୋଲିଆ ଅଞ୍ଚଳର ବାସିନ୍ଦା ରାମବାବୁ ବାଗ୍ରି।

ଆହତ ଯୁବକଙ୍କ ସ୍ୱାସ୍ଥ୍ୟବସ୍ଥା ଜାଣିବା ପାଇଁ ଦିଗବିଜୟ ସିଂହ ଡାକ୍ତରଖାନାରେ ପହଞ୍ଚିଥିଲେ। ଚିକିତ୍ସା ପାଇଁ ଯୁବକଙ୍କୁ ରାଜଧାନୀ ଭୋପାଳ ସ୍ଥାନାନ୍ତର କରିବାକୁ କହିଥିଲେ। କଂଗ୍ରେସ ନେତା ଜଣଙ୍କ ଆହୁରି ମଧ୍ୟ କହିଛନ୍ତି ଯେ ସେ ନିଜେ ଆହତ ଯୁବକଙ୍କ ଚିକିତ୍ସା କରିବେ। ଡାକ୍ତରଙ୍କ ଦ୍ୱାରା ପ୍ରାଥମିକ ଚିକିତ୍ସା କରାଯିବା ପରେ ତାଙ୍କୁ ଭୋପାଳ ସ୍ଥାନାନ୍ତର କରାଯାଇଛି।

ବାଇକ ଆରୋହୀଙ୍କୁ ତାଙ୍କ କାର ଧକ୍କା ଦେବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ (Former Madhya Pradesh Chief Minister) ତଥା କଂଗ୍ରେସ ନେତା ଦିଗବିଜୟ ସିଂହ। ଏହି ଘଟଣାରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଦିଗବିଜୟ ସିଂହ କହିଛନ୍ତି ଭଗବାନଙ୍କ କୃପାରୁ ଯୁବକଙ୍କୁ ଗଭୀର ଆଘାତ ଲାଗିନାହିଁ। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୋପାଳ ପଠାଯାଇଛି। ମୁଁ ତାଙ୍କର ଚିକିତ୍ସା କରିବି। ଆମ ଗାଡି ଧିରେ ଧିରେ ଯାଉଥିଲା। ହେଲେ ଅଚାନକ ଆମ ଗାଡ଼ି ଆଗକୁ ଆସି ଯାଇଥିଲେ। ହେଲେ କାର ଡ୍ରାଇଭର ଜଣଙ୍କ ବେପରୁଆ ଭାବରେ ଏବଂ ଦ୍ରୁତ ବେଗରେ ଗାଡି ଚଳାଉଥିବାର ଅଭିଯୋଗ କରିଛନ୍ତି ଆହତ ଯୁବକ।