Heart Attack: ଚଳନ୍ତା ବସରେ ଡ୍ରାଇଭରଙ୍କୁ ହୃଦଘାତ, ରାଜରାସ୍ତାରେ ମୃତ୍ୟୁର ତାଣ୍ଡବ!
Advertisement

Heart Attack: ଚଳନ୍ତା ବସରେ ଡ୍ରାଇଭରଙ୍କୁ ହୃଦଘାତ, ରାଜରାସ୍ତାରେ ମୃତ୍ୟୁର ତାଣ୍ଡବ!

Bus Driver Heart Attack: ଗୁରୁବାର ଗୋହଲପୁର ଅଞ୍ଚଳରେ ମେଟ୍ରୋ ବସ୍ ଚଳାଉଥିବା ବେଳେ ଡ୍ରାଇଭରଙ୍କୁ ହୃଦଘାତ ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାନୁସାରେ, ଗୋହଲପୁର ପୋଲିସ ଷ୍ଟେସନ ଅଞ୍ଚଳ ଦେଇ ଯାଉଥିବା ସମୟରେ ମେଟ୍ରୋ ବସ ଅନିୟନ୍ତ୍ରୀତ ହୋଇଥିଲା। 

 Heart Attack: ଚଳନ୍ତା ବସରେ ଡ୍ରାଇଭରଙ୍କୁ ହୃଦଘାତ, ରାଜରାସ୍ତାରେ ମୃତ୍ୟୁର ତାଣ୍ଡବ!

Bus Driver Heart Attack, ଭୋପାଲ: ମଧ୍ୟପ୍ରଦେଶର ଗୋହାଲପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଚଳାନ୍ତା ବସରେ ହୃଦଘାତ ହେବାରୁ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଡ୍ରାଇଭରଙ୍କ ମୃତ୍ୟୁ ପରେ ବସ ଅନିୟନ୍ତ୍ରୀତ ହୋଇ ଏକାଧିକ ଗାଡି ଉପରେ ଚଢି ଯାଇଥିଲା। ଫଳରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାର ସିସିଟିଭି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

ଗୁରୁବାର ଗୋହଲପୁର ଅଞ୍ଚଳରେ ମେଟ୍ରୋ ବସ୍ ଚଳାଉଥିବା ବେଳେ ଡ୍ରାଇଭରଙ୍କୁ ହୃଦଘାତ ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାନୁସାରେ, ଗୋହଲପୁର ପୋଲିସ ଷ୍ଟେସନ ଅଞ୍ଚଳ ଦେଇ ଯାଉଥିବା ସମୟରେ ମେଟ୍ରୋ ବସ ଅନିୟନ୍ତ୍ରୀତ ହୋଇଥିଲା। ଦ୍ରୁତ ଗତିରେ ଚାଲୁଥିବା ବସ ଆଗରେ ଯାହା ଆସିଲା ତାହା ଉପରେ ଚାଢି ଗଲା। ଏପରି କି ଟ୍ରାଫିକ ସିଗନାଲ ପାର କରି ଅନେକ ଦୁଇ ଚକିଆ ଓ ତିନି ଚକିଆ ବାହନରୁ ବସ ଧକ୍କା ଦେଇଥିଲା। ଫଳରେ ଡ୍ରାଇଭର ସମେତ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଏହା ବ୍ୟତୀତ ୧୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ବସଟି ରାଣିତାଲ ଯାଉଥିଲା।

Also Read: Shraddha Murder Case: ଆଫତାବ ଦେଲା ଚାଞ୍ଚଲ୍ୟକର ତଥ୍ୟ, ମିଳିଲା ଚାଇନିଜ୍ ଲିଙ୍କ୍ !

ଡ୍ରାଇଭରଙ୍କ ମୃତ୍ୟୁ ପରେ ବସି କିଛି ବାଟ ଯାଇ ଅଟକି ଯାଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତ ଲୋକ ଓ ନିସ୍ତେଜ ହୋଇ ସିଟରେ ପଡିଥିବା ଡ୍ରାଇଭରଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ତେବେ ହୃଦଘାତରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସ୍ପଷ୍ଟ କରିଥିଲେ। ଗତ ୨୫ ତାରିଖରେ ଆନ୍ଧ୍ର ପ୍ରଦେଶରେ ଠିକ ଏହି ଭଳି ଏକ ଘଟଣା ଘଟିଥିଲା। ରାଜ୍ୟ ପରିବହନ ବସ ଚଳାଉିଥିବା ବେଳେ ଜଣେ ଡ୍ରାଇଭରଙ୍କୁ ହୃଦଘାତ ହୋଇଥିଲା। କିନ୍ତୁ ସେ ନିଜ ସ୍ୱାସ୍ଥ୍ୟ ବିଷୟରେ ଜାଣିପାରି ଗାଡିର ବ୍ରେକ ମାରିଥିଲେ। ଫଳରେ ବସରେ ଥିବା ୪୫ ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଛିଲା।

 

ଚଳିତ ବର୍ଷ ମାର୍ଚ୍ଚରେ ସେହି APSRTCର ଅନ୍ୟ ଏକ ବସର ଡ୍ରାଇଭରଙ୍କୁ ହୃଦଘାତ ହୋଇଥିଲା। ଅଥିରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିଲେ। କିନ୍ତୁ ଠିକଣା ସମୟରେ ହସ୍ପିଟାଲ ନ ପହଞ୍ଚିବାରୁ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା। ଘଟଣାଟି ଚିତୁର ଜିଲ୍ଲାର ଚନ୍ଦ୍ରଗିରି ବ୍ଲକରେ ଘଟିଥିଲା। ତେବେ ଗାଡି ଚଳାଇବା ବେଳେ ଡ୍ରାଇଭରଙ୍କ ମୃତ୍ୟୁ ଘଟଣା ବର୍ତ୍ତମାନ ସ୍ୱଭାବିକ ହୋଇଗଲାଣି। ଏବର ଅସନ୍ତୁଳିତ ଜୀବଶୈଳୀ ଯୋଗୁଁ ଛୋଟଠୁ ବଡ ସମସ୍ତଙ୍କୁ ହୃଦଘାତ ହେଉଛି। ବିଶେଷ କରି ଜଙ୍କ ଫୁଡ, ନିଶା ସେବନ, ଅତ୍ୟଧିକ ମାନସିକ ଚାପ ଏହାର କାରଣ ହୋଇଥିବା ବିଶେଷଜ୍ଞମାନେ କହୁଛନ୍ତି।