Indore Dog News: କୁକୁର ବୁଲେଇବାକୁ ନେଇ ବିବାଦ, ଛାତରୁ ୮ ଜଣଙ୍କୁ ଉପରକୁ ଗୁଳି ମାରିଲା ବ୍ୟାଙ୍କ ସିକ୍ୟୁରିଟି ଗାର୍ଡ, ଶଳା-ଭିଣୋଇ ମୃତ୍ୟୁ
Advertisement
Article Detail0/zeeodisha/odisha1830882

Indore Dog News: କୁକୁର ବୁଲେଇବାକୁ ନେଇ ବିବାଦ, ଛାତରୁ ୮ ଜଣଙ୍କୁ ଉପରକୁ ଗୁଳି ମାରିଲା ବ୍ୟାଙ୍କ ସିକ୍ୟୁରିଟି ଗାର୍ଡ, ଶଳା-ଭିଣୋଇ ମୃତ୍ୟୁ

Indore Latest News: କୁକୁର ବୁଲାଇବାକୁ ନେଇ ସୃଷ୍ଟିହୋଇଛି ତୁମୁଳକାଣ୍ଡ। ଏହି ଘଟଣାକୁ ଉତ୍ତକ୍ଷିପ୍ତ ହୋଇଉଠିଥିବା ଜଣେ  ଜଣେ ବ୍ୟାଙ୍କ ସିକ୍ୟୁରିଟି ଗାର୍ଡ ୮ ଜଣଙ୍କ ଉପରେ ଗୁଳି ଚଳାଇଛନ୍ତି।

Indore Dog News: କୁକୁର ବୁଲେଇବାକୁ ନେଇ ବିବାଦ, ଛାତରୁ ୮ ଜଣଙ୍କୁ ଉପରକୁ ଗୁଳି ମାରିଲା ବ୍ୟାଙ୍କ ସିକ୍ୟୁରିଟି ଗାର୍ଡ, ଶଳା-ଭିଣୋଇ ମୃତ୍ୟୁ

Indore Firing News: ସଦ୍ୟ ମଧ୍ୟ ପ୍ରଦେଶ ଇନ୍ଦୋର ସହରରେ ଦୁଇ ପକ୍ଷ ମଧ୍ୟରେ ହୋଇଯାଇଛି ଏକ ରକ୍ତାକ୍ତ ସଂଘର୍ଷ। ଗତକାଲି ବିଳମ୍ବିତ ରାତିରେ ଜଣେ ବ୍ୟାଙ୍କ ସିକ୍ୟୁରିଟି ଗାର୍ଡ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଗୁଳିମାଡ଼ କରିବାରୁ ୨ ଜଣଙ୍କ ଜୀବନ ଚାଲିଯାଇଛି। ଅନ୍ୟପଟେ ଗୁଳିମାଡ଼ କାରଣରୁ ଅନ୍ୟ ୬ ଜଣ ଗୁରୁତର ଆହତ ହୋଇଥିବାର ଖବର ମିଳିଛି। ଆହତଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଥିଲା। ପୋଲିସ ସେହି ବ୍ୟାଙ୍କ ସୁରକ୍ଷାକର୍ମୀଙ୍କୁ ଗିରଫ କରିଛି। ବିଳମ୍ବିତ ରାତିରେ ହୋଇଥିବା ଦୁଇ ଦୁଇଟି ହତ୍ୟାକାଣ୍ଡ ପରେ ସହରରେ ଆତଙ୍କ ଖେଳିଯାଇଛି।

ଏନେଇ ମିଳିଥିବା ଖବର ଅନୁଯାୟୀ ଖଜରାନା ଥାନା (Khajrana Police Station) ଅଧିନସ୍ଥ କୃଷ୍ଣବାଗ କଲୋନୀ (Krishna Bagh Colony Indore) ଠାରେ ଜଣେ ଜଣେ ବ୍ୟାଙ୍କ ସିକ୍ୟୁରିଟି ଗାର୍ଡ (Indore Bank Security Guard Firing) ବିଳମ୍ବିତ ରାତିରେ ଆତଙ୍କ ସୃଷ୍ଟି କରିଥିଲା। କୁକୁର ବୁଲାଇ ନେବା ଭଳି ଏକ ଛୋଟ କଥାକୁ ନେଉ ପଡୋଶୀଙ୍କ ସହ ବ୍ୟାଙ୍କ ସୁରକ୍ଷାକର୍ମୀଙ୍କ ବିବାଦ ହୋଇଥିଲା। ବ୍ୟାଙ୍କ ସିକ୍ୟୁରିଟି ଗାର୍ଡ ଜଣଙ୍କ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଗୁଳି ଚଳାଇଥିଲା। ହେଲେ ଗୁଳି ମାଡ଼ରେ ପାଖ ପଡିଶାରେ ରହୁଥିବା ଶଳା ଭିଣୋଇ ପ୍ରାଣ ହରାଇଥିଲେ ଏବଂ ଅନ୍ୟ ୬ ଜଣ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି। ସେମାନଙ୍କ ଅବସ୍ଥା ଗୁରୁତର ରହିଥିବାର କୁହାଯାଇଛି। ପୋଲିସ (Indore Police) ଗୁଳିମାଡ଼ କରିଥିବା ବ୍ୟାଙ୍କ ସିକ୍ୟୁରିଟି ଗାର୍ଡ ରାଜପାଲ ସିଂହଙ୍କୁ ଗିରଫ (Indore Police Arrest Bank Security Guard) କରି ଲାଇସେନ୍ସପ୍ରାପ୍ତ ବନ୍ଧୁକ ଜବତ (Indore Police Seized Licensed Gun) କରିଛି।

ଏହି ଘଟଣାର ପ୍ରତ୍ୟେକ୍ଷଦର୍ଶଙ୍କ କହିବା ଅନୁସାରେ ବ୍ୟାଙ୍କ ସିକ୍ୟୁରିଟି ଗାର୍ଡ ରାଜପାଲ ସିଂହ ରାତିରେ କୁକୁର ବୁଲାଉଥିଲେ। ଏହି ସମୟରେ ଆଉ ଏକ କୁକୁର ଆସିଲା। ଯେତେବେଳେ ଉଭୟ କୁକୁର ମୁହାଁମୁହିଁ ହୋଇଥିଲେ, ସେତେବେଳେ ପାଖରେ ରହୁଥିବା ରାହୁଲଙ୍କ ପରିବାର ବାହାରକୁ ଆସି ବିରୋଧ କରିଥିଲେ। ଏହା ପରେ ବ୍ୟାଙ୍କ ସୁରକ୍ଷାକର୍ମୀଙ୍କ ସହିତ ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା। ଯେତେବେଳେ ବିବାଦ ବଢିଥିଲା, ସେତେବେଳେ ରାହୁଲଙ୍କ ପରିବାର ମଧ୍ୟ ବାହାରକୁ ଆସିଥିଲେ। ଏହା ପରେ ବ୍ୟାଙ୍କ ସିକ୍ୟୁରିଟି ଗାର୍ଡ ଜଣଙ୍କ ଘରକୁ ଦୌଡ଼ିଯାଇ ବନ୍ଧୁକ (Bank Security Guard Gun) ଧରି ପ୍ରଥମ ମହଲାରେ ପହଞ୍ଚି ଯାଇଥିଲେ।

ବିବାଦ ମଧ୍ୟରେ ଛାତ ଉପରକୁ ଯାଇ ଗୁଳିମାଡ଼ କରିଥିଲେ ବ୍ୟାଙ୍କ ସିକ୍ୟୁରିଟି ଗାର୍ଡ
ବିବାଦ ବଢିଯିବା ପରେ ବ୍ୟାଙ୍କ ସିକ୍ୟୁରିଟି ଗାର୍ଡ ରାଜପାଲ ସିଂହ ନିଜ ଘରର ଛାତରେ ଚଢି ରାହୁଲ, ବିମଳ ଏବଂ ତାଙ୍କ ପରିବାର ଉପରକୁ ଗୁଳି (bank security guard killed two person in indore) ଚଳାଇଥିଲେ। ରାଜପାଲ ଉଭୟ ବିମଳ ଏବଂ ରାହୁଲଙ୍କ ଉପରକୁ ଗୁଳିମାଡ଼ କରି ଉଭୟଙ୍କୁ ହତ୍ୟା କରିଥିଲେ। ମୃତକ ରାହୁଲ ଏବଂ ବିମଳ ସମ୍ପର୍କରେ ଶଳା ଭିଣୋଇ ବୋଲି କୁହାଯାଉଛି। ନିପାଣିଆ ଠାରେ ମୃତକ ବିମଳଙ୍କ ଏକ ସେଲୁନ୍ ରହିଛି। ଯିଏ ୮ ବର୍ଷ ପୂର୍ବେ ରାହୁଲଙ୍କ ଭଉଣୀ ଆରତୀଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ଝିଅ ଅଛନ୍ତି।

ଗୁଳିମାଡ଼ ଘଟଣାକୁ ନେଇ କ'ଣ କହିଲେ ଏଡିସିପି 
ଏହି ଗୁଳିମାଡ଼ ଘଟଣା ଉପରେ ପ୍ରତିକ୍ରିୟା ରଖି ଏଡିସିପି ଅମରେନ୍ଦ୍ର ସିଂହ କହିଛନ୍ତି ଯେ କୁକୁର ବୁଲାଇବାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବିବାଦ ହୋଇଥିଲା। ଯାହାକୁ ନେଇ ବ୍ୟାଙ୍କ ସିକ୍ୟୁରିଟି ଗାର୍ଡ ଗୁଳିମାଡ଼ କରିଥିଲେ। ଯେଉଁଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ଅଭିଯୁକ୍ତଙ୍କୁ ବ୍ୟାଙ୍କ ସୁରକ୍ଷାକର୍ମୀଙ୍କୁ ଗିରଫ କରାଯାଇଛି। ଗୁଳିମାଡ଼ ମାମଲାର ତଦନ୍ତ ଚାଲିଛି। ଲାଇସେନ୍ସପ୍ରାପ୍ତ ବନ୍ଧୁକ ପୋଲିସ ଜବତ କରିଛି।