Luggage Stealing: ବିମାନବନ୍ଦରରେ ଏମିତି ବି ଚୋରି ହୋଇପାରେ ଲଗେଜ୍, ଦେଖନ୍ତୁ ଭିଡିଓ
Advertisement

Luggage Stealing: ବିମାନବନ୍ଦରରେ ଏମିତି ବି ଚୋରି ହୋଇପାରେ ଲଗେଜ୍, ଦେଖନ୍ତୁ ଭିଡିଓ

Luggage Stealing: ଚୋରିର ଏକ ନୂଆ କୌଶଳ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଠିକ ଏହିପରି ଢଙ୍ଗରେ ବର୍ତ୍ତମାନ ଅନେକ ସ୍ଥାନରେ କିଛି ଚୋର ଆଖି ଆଗରୁ ଲଗେଜ୍ ଗାୟପ କରିନେଉଛନ୍ତି ।

Luggage Stealing: ବିମାନବନ୍ଦରରେ ଏମିତି ବି ଚୋରି ହୋଇପାରେ ଲଗେଜ୍, ଦେଖନ୍ତୁ ଭିଡିଓ

Luggage Stealing: ଅନେକ ସ୍ଥାନରୁ ବର୍ତ୍ତମାନ ବିଭିନ୍ନ ସମୟରେ ଚୋରି ହେଉଥିବାର ଦୃଶ୍ୟ ସାମ୍ନାକୁ ଆସୁଛି । ଲୋକଙ୍କୁ ଯେତେ ସତର୍କ ଓ ସଚେତନ କଲେ ମଧ୍ୟ ଚୋରମାନେ ବିଭିନ୍ନ ନୂଆ କୌଶଳ ଆପଣାଇ ଆଖି ଆଗରୁ ଜିନିଷ ଗାୟବ କରିନେଉଛନ୍ତି । ବସ ଷ୍ଟାଣ୍ଡ୍ ହେଉ କି ରେଳ ଷ୍ଟେଶନ, ରାସ୍ତା ଘାଟ ହେଉ କି ଏୟାରପୋର୍ଟ (Airport) ସବୁଠି ବର୍ତ୍ତମାନ ଚୋରଙ୍କ ନଜର । ଲୋକମାନେ ନିଜ ଜିନିଷ ଉପରୁ ସାମାନ୍ୟ ଧ୍ୟାନ ହଟାଇବା ସମୟକୁ ନଜର ରଖିଥାନ୍ତି ଚୋର (Thief) । ଯାହା ଫଳରେ ଲୋକେ ସେମାନଙ୍କର ମୂଲ୍ୟବାନ ଜିନିଷ ହରାଇ ବସନ୍ତି । ସୋସିଆଲ ମିଡିଆ (Social Media)ରେ ଏହିପରି ଅନେକ ଭିଡିଓ ଦେଖିବାକୁ ମିଳିଥାଏ ଯେଉଁଠାରେ ଲୋକଙ୍କ ଟିକିଏ ଅସାବଧାନତା ସେମାନଙ୍କୁ ଖୁବ ମହଙ୍ଗା ପଡିଥାଏ । କେବଳ ସେତିକି ନୁହେଁ ଅନେକ ନିଛାଟିଆ ସ୍ଥାନ ଓ କେହି ନଥିବା ଘର କିମ୍ୱା ଦୋକାନରୁ ବ୍ୟାପକ ମାତ୍ରାରେ ଚୋରି ହୋଇଥାଏ । ବର୍ତ୍ତମାନ ଚୋରମାନେ ଚୋରି କରିବା ପାଇଁ ନୂଆ ନୂଆ କୌଶଳ ଆପଣାଉଥିବା ଦେଖିବାକୁ ମିଳୁଛି ଏପରି କି ଆପଣଙ୍କ ଆଖି ସାମ୍ନାରୁ ମଧ୍ୟ ଜିନିଷ ଖୁବ କମ ସମୟ ମଧ୍ୟରେ ଗାୟବ କରିପାରନ୍ତି । ଯାହା ଫଳରେ ସେମାନେ ସହଜରେ ଚୋରି ସ୍ଥାନରୁ ଖସିଯିବାକୁ ସକ୍ଷମ ହୋଇପାରିବେ । 

କେବଳ ଭାରତ ନୁହେଁ ଏପରି ଅନେକ ଦେଶ ଅଛି ଯେଉଁଠି ବିମାନ ବନ୍ଦର ନିକଟରେ ଲଗେଜ୍ ଚୋରି କରୁଥିବା ଗ୍ୟାଙ୍ଗ ଖୁବ ସକ୍ରିୟ ଅଛନ୍ତି । ସେମାନେ ବିମାନ ଉଡ଼ାଣ ପାଇଁ ଅପେକ୍ଷା କରିଥିବା ଯାତ୍ରୀଙ୍କ ସାମଗ୍ରୀ ଚୋରି କରି ସେ ସ୍ଥାନରୁ ଖୁବ କମ ସମୟ ମଧ୍ୟରେ ଖସି ଯାଆନ୍ତି । ଚୋରି ଏତେ ଶୀଘ୍ର ହୋଇଯାଏ ଯ।ହା ଯାତ୍ରୀଙ୍କୁ ଜଣାପଡିନଥାଏ । ତେଣୁ ଲୋକମାନଙ୍କୁ ସେମାନଙ୍କ ଜିନିଷ ପ୍ରତି ସତର୍କ ରହିବା ପାଇଁ ଏକ ଭିଡିଓ ସେୟାର କରାଯାଇଥିଲା ଯାହା ଖୁବ୍ କମ ସମୟ ମଧ୍ୟରେ ଭାଇରାଲ୍ ହୋଇଛି ।
ଦେଖନ୍ତୁ ଭିଡିଓ- 

ଇନଷ୍ଟାଗ୍ରାମରେ ଏହି ଭିଡିଓଟିକୁ ଅପଲୋଡ କରାଯାଇଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, କିପରି ଅତି ସହଜରେ ଲଗେଜ୍ ଚୋରି ହେଉଛି । ଏହି ଗ୍ୟାଙ୍ଗର ସଦସ୍ୟମାନେ ଏମିତି ଏକ ବ୍ୟାଗ ରଖିଛନ୍ତି ଯାହା ତଳପଟୁ ସମ୍ପୂର୍ଣ୍ଣ ଭାବରେ ଖୋଲା । ଚୋରମାନେ ଏହି ବ୍ୟାଗକୁ ହାତରେ ଧରି ବିମାନବନ୍ଦରରେ ନିକଟରେ ଘୁରି ବୁଲନ୍ତି । ପ୍ରଥମେ ସେମାନେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଟାର୍ଗେଟ୍ କରି ସେମାନଙ୍କ ବ୍ୟାଗକୁ ସେମାନେ ଅନ୍ୟମନସ୍କ ଥିବା ସମୟରେ କ୍ଷଣକରେ ଛୋରି କରିନିଅନ୍ତି । ସେମାନେ ବିଶେଷ କରି ସେହି ମାନଙ୍କୁ ଟାର୍ଗେଟ୍ କରିଥାନ୍ତି ଯେଉଁମାନେ ବିମାନ ବନ୍ଦରରେ ବିମାନ ଉଡ଼ାଣ ସମୟକୁ ଅପେକ୍ଷା କରିଥାନ୍ତି । ମୋବାଇଲ ଫୋନରେ ବ୍ୟସ୍ତ ଥିବା ସମୟରେ ଏବଂ ଶୋଇଥିବା ସମୟରେ ଲଗେଜକୁ ଖୁବ ସହଜରେ ଗାୟବ କରିନିଅନ୍ତି ଚୋର । ଏହିପରି ଢଙ୍ଗରେ ଚୋରି କରିବା ଚୋରମାନଙ୍କ ପ୍ରତି ଖୁବ୍ ସହଜ ହୋଇଥାଏ । ଏହି ଭିଡିଓଟି ଭାଇରାଲ୍ ହେବା ପରେ ଲୋକମାନେ ଖୁବ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏପରି ଢଙ୍ଗରେ ବି ଚୋରି ହୋଇପାରେ ବୋଲି କେହି ସହଜରେ କଳ୍ପନା କରିପାରୁନାହାନ୍ତି । ଏହି ଭିଡିଓଟିକୁ ଅନେକ ଲୋକ ଅନ୍ୟମାନଙ୍କ ଜାଣିବା ଉଦ୍ଦେଶ୍ୟରେ ସେୟାର କରୁଛନ୍ତି । ଭିଡିଓଟିରେ ଅନେକ ଲୋକ ମତାମତ ଦେବା ସହିତ ଲାଇକ୍ ମଧ୍ୟ କରୁଛନ୍ତି । କିଛି ବ୍ୟକ୍ତି ମତାମତ ଦେଇ ଏକଥା କହିଛନ୍ତି ଯେ, ଏହି ଭିଡିଓଟି ଯାତ୍ରୀମାନଙ୍କୁ ସଚେତନ କରିବ । ଯାତ୍ରା କରିବା ସମୟରେ ସବୁବେଳେ ନିଜ ଜିନିଷ ପ୍ରତି ସତର୍କ ରହିବା ନିହାତି ଆବଶ୍ୟକ ।

Also Read- Axis Bank FD: ଫିକ୍ସ ଡିପୋଜିଟ୍ ସୁଧ ହାରରେ ପରିବର୍ତ୍ତନ, ଜାଣନ୍ତୁ କେତେ ହେଲା

Also Read- Success Story: ବାପାଙ୍କ ଆଇଏଏସ ଇଚ୍ଛାକୁ ପୁରଣ ନକରି ସଫଳ ବ୍ୟବସାୟୀ ହେଲା ପୁଅ