LPG Cylinder Price Hike: ନୂଆ ବର୍ଷର ପ୍ରଥମ ଦିନରେ ବଡ଼ ଝଟକା, ଏତେ ଟଙ୍କା ମହଙ୍ଗା ହେଲା LPG ଗ୍ୟାସ ସିଲିଣ୍ଡର
Advertisement

LPG Cylinder Price Hike: ନୂଆ ବର୍ଷର ପ୍ରଥମ ଦିନରେ ବଡ଼ ଝଟକା, ଏତେ ଟଙ୍କା ମହଙ୍ଗା ହେଲା LPG ଗ୍ୟାସ ସିଲିଣ୍ଡର

LPG Price Today 1 January 2023: ଆଜିଠାରୁ ସିଲିଣ୍ଡର କିଣିବା ମହଙ୍ଗା ହୋଇଛି । ଆପଣଙ୍କୁ କହି ରଖୁଛୁ ଯେ, ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ୨୫ ଟଙ୍କା ବୃଦ୍ଧି ପାଇଛି । ଦିଲ୍ଲୀ, ମୁମ୍ବାଇ ଠାରୁ ପାଟନା ପର୍ଯ୍ୟନ୍ତ ସମସ୍ତ ସହରରେ ଗ୍ୟାସ ସିଲିଣ୍ଡର କିଣିବା ମହଙ୍ଗା ହୋଇଯାଇଛି । ଆସନ୍ତୁ ଜାଣିବା କେଉଁ ସହରରେ ସିଲିଣ୍ଡରର ଦର କେତେ ରହିଛି...

LPG Cylinder Price Hike: ନୂଆ ବର୍ଷର ପ୍ରଥମ ଦିନରେ ବଡ଼ ଝଟକା, ଏତେ ଟଙ୍କା ମହଙ୍ଗା ହେଲା LPG ଗ୍ୟାସ ସିଲିଣ୍ଡର

LPG Price Today 1 January 2023: ନୂଆ ବର୍ଷର ପ୍ରଥମ ଦିନରେ ସାଧାରଣ ଜନତାଙ୍କୁ ବଡ଼ ଝଟକା ଲାଗିଛି । ଆଜି (ରବିବାର) ଅର୍ଥାତ ଜାନୁଆରୀ ୧, ୨୦୨୩ରେ ତୈଳ କମ୍ପାନୀଗୁଡ଼ିକ ଏଲପିଜି ଗ୍ୟାସ ସିଲିଣ୍ଡରର ନୂଆ ଦର (LPG Gas Cylinder Price) ଜାରି କରିଦେଇଛନ୍ତି ।  ଆଜି ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦରରେ ବୃଦ୍ଧି ଘଟିଛି । ଆଜି ଇଣ୍ଡିଆନ୍ ଅଏଲ୍ ଦ୍ୱାରା ପ୍ରକାଶିତ ନୂତନ ଦର ଅନୁଯାୟୀ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର (Commercial Cylinder Price) ରେ ୨୫ ଟଙ୍କା ବୃଦ୍ଧି ଘଟିଛି । ଇଣ୍ଡିଆନ୍ ଅଏଲ୍ ଦ୍ୱାରା LPG ର ନୂତନ ଦର ଆଜି ଅର୍ଥାତ୍ ଜାନୁଆରୀ ୧ରେ ଜାରି କରାଯାଇଛି, ଯାହା ଅନୁଯାୟୀ ଦିଲ୍ଲୀରେ ଇଣ୍ଡେନ୍ ବ୍ୟବସାୟିକ ସିଲିଣ୍ଡର ୧୭୪୪ ଟଙ୍କା ପରିବର୍ତ୍ତେ ୧୭୬୯ ଟଙ୍କାରେ ମିଳିବ । ସେହିପରି କୋଲକାତାରେ ୧୮୪୬ ଟଙ୍କା ପରିବର୍ତ୍ତେ ୧୮୭୦ ଟଙ୍କାରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ମିଳିବ । ମୁମ୍ବାଇରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ୧୬୯୬ ଟଙ୍କା ପରିବର୍ତ୍ତେ ୧୭୨୧ ଟଙ୍କା ଓ ଚେନ୍ନାଇରେ ୧୮୯୩ ଟଙ୍କା ପରିବର୍ତ୍ତେ ୧୯୭୧ ଟଙ୍କାର ଦରରେ ମିଳିବ । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦରରେ ବୃଦ୍ଧି ଘଟିଛି । ଏଠାରେ ପୂର୍ବେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ୧୮୪୬ ଟଙ୍କା ଥିଲା, ଯାହା ବର୍ତ୍ତମାନ ୧୮୭୦ ଟଙ୍କା ଦରରେ ମିଳିବ । 

ଏଠାରେ କହି ରଖୁଛୁ ଯେ, ଏହାପୂର୍ବରୁ ଗତ ବର୍ଷ ନଭେମ୍ୱରରେ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୧୧୫.୫୦ ଟଙ୍କା ହ୍ରାସ କରାଯାଇଥିଲା । ସେହିପରି ୧୪.୨ କିଲୋଗ୍ରାମର ଘରୋଇ LPG ସିଲିଣ୍ଡର ମଧ୍ୟ ପୁରୁଣା ମୂଲ୍ୟରେ ମିଳୁଛି । ଇଣ୍ଡିଆନ୍ ଅଏଲ୍ ୱେବସାଇଟ୍ ଅନୁଯାୟୀ, ଆଜି (ଜାନୁଆରୀ ୧) ଘରୋଇ ଗ୍ୟାସ୍ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ । ଅନ୍ୟପଟେ ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡର ଦରରେ ୨୫ ଟଙ୍କା ବୃଦ୍ଧି ଘଟିଛି । ନଭେମ୍ୱର ଠାରୁ ଗତ ୬ ଥର ଲଗାତର ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟରେ ହ୍ରାସ  ଦେଖାଯାଇଥିଲା ।

ଅଧିକ ପଢ଼ନ୍ତୁ:-କଂଗ୍ରେସରେ ଯୋଗଦେବେ ବରୁଣ ଗାନ୍ଧୀ? ଜାଣନ୍ତୁ ଏହି ପ୍ରଶ୍ନ ଉପରେ କ'ଣ କହିଲେ ରାହୁଲ ଗାନ୍ଧୀ

ଅଧିକ ପଢ଼ନ୍ତୁ:-ଋଷଭ ପନ୍ତ ଯଦି ଆଇପିଏଲ୍ ୨୦୨୩ ପର୍ଯ୍ୟନ୍ତ ଫିଟ୍ ନ ହୁଅନ୍ତି ତ ଦିଲ୍ଲୀ କ୍ୟାପିଟାଲ୍ସ କାହାକୁ କରିବେ ଅଧିନାୟକ? ଏହି ଖେଳାଳିଙ୍କୁ ମିଳିବ କମାଣ!

ଅଧିକ ପଢ଼ନ୍ତୁ:-ପ୍ରତିଦିନ ସ୍ନାନ ନ କରିବାର ବି ରହିଛି ଆଶ୍ଚର୍ଯ୍ୟଜନକ ଲାଭ, ଜାଣିଲେ ବନ୍ଦ କରିଦେବେ ପ୍ରତିଦିନ ଗାଧୋଇବା!

ଶେଷ ଥର ପାଇଁ ଜୁଲାଇ ୬ରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ୧୪.୨ କିଲୋଗ୍ରାମର ଘରୋଇ LPG ସିଲିଣ୍ଡର କେବଳ ଜୁଲାଇ ୬ର ରେଟରେ ମିଳୁଛି । ଆପଣଙ୍କୁ କହି ରଖୁଛୁ ଯେ, ଦେଶର ଗ୍ୟାସ୍ କମ୍ପାନୀଗୁଡିକ ପ୍ରତ୍ୟେକ ମାସର ପ୍ରଥମ ଦିନରେ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ସ୍ଥିର କରନ୍ତି । ବାଣିଜ୍ୟିକ ଏଲପିଜି ଗ୍ୟାସ ମୁଖ୍ୟତଃ ହୋଟେଲ, ଖାଦ୍ୟ ଦୋକାନ ଇତ୍ୟାଦିରେ ବ୍ୟବହୃତ ହୁଏ । ଗତ ଦୁଇ ବର୍ଷ ମଧ୍ୟରେ ସବସିଡିଯୁକ୍ତ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବଢ଼ିଚାଲିଛି, କିନ୍ତୁ ନୂତନ ଦର ଅନୁଯାୟୀ ଆଜି ଏହା ମହଙ୍ଗା କିମ୍ବା ଶସ୍ତା ହୋଇନାହିଁ । ଆଜି ମଧ୍ୟ ୬ ଜୁଲାଇ ଦରରେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡର ମିଳୁଛି । ଜୁଲାଇ ୬ରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ଆଜି ମଧ୍ୟ ଘରୋଇ ଏଲପିଜି ସିଲିଣ୍ଡର ଦିଲ୍ଲୀରେ ୧୦୫୩ ଟଙ୍କା, ମୁମ୍ବାଇରେ ୧୦୫୨.୫୦ ଟଙ୍କା, କୋଲକାତାରେ ୧୦୭୯ ଟଙ୍କା ଏବଂ ଚେନ୍ନାଇରେ ୧୦୬୮.୫୦ ଟଙ୍କାରେ ମିଳୁଛି ।