Odisha LIVE Updates: ଆଜି ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା, ଅପରାହ୍ଣରେ ହେବ ରଥଟଣା
Advertisement
Article Detail0/zeeodisha/odisha2336287

Odisha LIVE Updates: ଆଜି ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା, ଅପରାହ୍ଣରେ ହେବ ରଥଟଣା

Odisha news live updates:: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

 

Odisha LIVE Updates: ଆଜି ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା, ଅପରାହ୍ଣରେ ହେବ ରଥଟଣା
LIVE Blog

Odisha news live updates:: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

 

15 July 2024
20:15 PM

Odisha News Live Updates: ବିଶାଳ ଗଗନ ହେଲେ ଆବାସିକ କମିଶନର
ରାଜ୍ୟର ବିଜେପି ସରକାର ଆଜି ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନର ପଦବୀରୁ ଆଇପିଏସ୍ ରବିକାନ୍ତଙ୍କୁ ହଟାଇ ଦେଇଛନ୍ତି । ନୂଆଦିଲ୍ଲୀରେ କାର୍ଯ୍ୟରତ ଆଇଏଏସ୍ ବିଶାଳ ଗଗନଙ୍କୁ ଆବାସିକ କମିଶନର ଭାବେ ନିଯୁକ୍ତି ମିଳିଛି । ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଖାସ୍ ଅନୁଗତ ଭାବେ ରବିକାନ୍ତ ପରିଚିତ । ନୂଆଦିଲ୍ଲୀରେ ପାଣ୍ଡିଆନ ଓ ବିଜେଡିର ପ୍ରତିନିଧି ଭାବେ ରବିକାନ୍ତ କାର୍ଯ୍ୟ କରୁଥିବା ଚର୍ଚ୍ଚା ହେଉଥିଲା ।

 

19:44 PM

Odisha News Live Updates: ଓଏସଡି ହେଲେ ଡିସେ କୁଟ୍ଟେ
ପାୱାରଫୁଲ ଆଇପିଏସ୍ ଡିଏସ୍ କୁଟ୍ଟେଙ୍କ ଉପରୁ ନିଲମ୍ବନକୁ ଆଜି ରାଜ୍ୟ ସରକାର ପ୍ରତ୍ୟାହାର କରିଛନ୍ତି। ଏହାସହିତ ତାଙ୍କୁ ଗୃହ ବିଭାଗର ଓଏସଡି ଭାବେ ଅବସ୍ଥାପିତ କରିଛନ୍ତି । ସାଧାରଣ ନିର୍ବାଚନବେଳେ ବିଜେଡି ପାଇଁ କାର୍ଯ୍ୟ କରିବା ଅଭିଯୋଗରେ ଶ୍ରୀ କୁଟ୍ଟେଙ୍କୁ ସରକାରୀ କାର୍ଯ୍ୟରୁ ନିର୍ବାଚନ କମିଶନ  ନିଲମ୍ବିତ କରିବା ସହ ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନରଙ୍କ କାର୍ଯ୍ୟାଳୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ସେବେଠୁ କୁଟ୍ଟେଙ୍କୁ କେଉଁଠି ବୋଲି ଚର୍ଚ୍ଚା ଲାଗି ରହିଥିବାବେଳେ ଆଜି ତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରାଯାଇଛି।

 

19:44 PM

Odisha News Live Updates: ସିଂହଦ୍ୱାରରେ ଦୁଇ ରଥ
ସିଂହଦ୍ୱାର ନିକଟରେ ପହଞ୍ଚିଲା ଦୁଇ ରଥ। ସନ୍ଧ୍ୟା ୭.୪୦ ସୁଦ୍ଧା ବଳଭଦ୍ରଙ୍କ ରଥ ତାଳଧ୍ୱଜ ଓ ସୁଭଦ୍ରାଙ୍କ ରଥ ଦର୍ପଦଳନ ସିଂହଦ୍ୱାରରେ ପହଞ୍ଚିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ରାଜନଅର ନିକଟରେ ପହଞ୍ଚିଛି। 

17:49 PM

Odisha News Live Updates: ନଭି ମୁମ୍ବାଇର ଖାରଘର ଜଗନ୍ନାଥ ମନ୍ଦିରରେ ବାହୁଡ଼ାଯାତ୍ରା
ନଭି ମୁମ୍ବାଇର ଖାରଘରଠାରେ ଅବସ୍ଥିତ ଏକମାତ୍ର ଜଗନ୍ନାଥ ମନ୍ଦିରରେ ମହାସମାରୋହରେ ପବିତ୍ର ବାହୁଡ଼ାଯାତ୍ରା ପାଳନ କରାଯାଇଛି। ମହାରାଷ୍ଟ୍ର ଓଡ଼ିଆ କଲ୍ୟାଣ ସଂଘ (ମୋୱା)ଦ୍ୱାରା ଆୟୋଜିତ ଏହି ଭବ୍ୟ ଉତ୍ସବ ଉପଲକ୍ଷେ ବଢିଭୋରରୁ ହରିହର ପୀଠ ଠାରେ ଥିବା ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରିଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କର ସାମ୍ନାରେ ସ୍ୱତନ୍ତ୍ର ନୀତିକାନ୍ତି ଓ ପୂଜାର୍ଚ୍ଚନା ଧାର୍ମିକ ବିଧି ମୁତାବକ ସମ୍ପନ୍ନ କରାଯାଇଥିଲା। ଅପରାହ୍ନରେ ହରିବୋଲ ହୁଳହୁଳି ଜୟ ଜଗନ୍ନାଥ ଏବଂ ଶଙ୍ଖଧ୍ୱନୀ ତଥା ବାଦ୍ୟ କୀର୍ତ୍ତନ ର ତାଳେ ତାଳେ ଚାରିଠାକୁରଙ୍କୁ ପୂଜକ ଓ ଭକ୍ତ ମାନେ ଧାଡି ପହଣ୍ଡି କରି ଗୁଣ୍ଡିଚା ମନ୍ଦିର ସାମ୍ନାରେ ଦଣ୍ଡାୟମାନ ଥିବା ସୁନ୍ଦର ଓ ସୁଶୋଭିତ ରଥ ଉପରକୁ ଆଣିଥିଲେ।

16:02 PM

Odisha News Live Updates: କେଦାରନାଥରେ ୨୨୮ କିଲୋଗ୍ରାମ ସୁନାର ପତ୍ତା ମିଳୁନି: ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀଙ୍କ ଅଭିଯୋଗ
ଦିଲ୍ଲୀର ବୁରାଡିରେ କେଦାରନାଥ ମନ୍ଦିର ନିର୍ମାଣକୁ ନେଇ ଦେଶର ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଛି। ବର୍ତ୍ତମାନ ଜ୍ୟୋତିର୍ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ଏ ସମ୍ପର୍କରେ ଏକ ବଡ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, କେଦାରନାଥରେ ଏକ ସୁନା ଦୁର୍ନୀତି ହୋଇଛି, କାହିଁକି ଏହି ପ୍ରସଙ୍ଗ ଉଠାଯାଇ ନାହିଁ? ସେ ପ୍ରଶ୍ନ କରିଛନ୍ତି ଯେ, କେଦାରନାଥରେ ହୋଇଥିବା ଦୁର୍ନୀତି ପରେ ବର୍ତ୍ତମାନ କେଦାରନାଥ ଦିଲ୍ଲୀରେ ନିର୍ମାଣ ହେବ। ତା’ପରେ ପୁଣି ଏକ ଦୁର୍ନୀତି ହେବ।

16:00 PM

Odisha News Live Updates: ଆରମ୍ଭ ହେଲା ରଥଟଣା
ଆରମ୍ଭ ହେଲା ଶ୍ରୀଜିଉଙ୍କ ବାହୁଡା ଯାତ୍ରା । ପ୍ରଥମେ ବଡଠାକୁର ବଳଭଦ୍ରଙ୍କ ରଥଟଣା ଆରମ୍ଭ । ବଳଭଦ୍ରଙ୍କ ରଥ ତାଳଧ୍ୱଜକୁ ଟାଣିନେଉଛନ୍ତି ଭକ୍ତ । ଶ୍ରୀମନ୍ଦିର ଅଭିମୁଖେ ରଥ ଟାଣିନେଉଛନ୍ତି ଶ୍ରଦ୍ଧାଳୁ । ଜୟ ଜଗନ୍ନାଥ, ଘଣ୍ଟା, ଶଙ୍ଖ ନାଦରେ ମୁଖରିତ ହେଉଛି ଶ୍ରୀକ୍ଷେତ୍ର । ପ୍ରଭୁ ବଳଭଦ୍ରଙ୍କ ପରେ ଦେବୀ ସୁଭଦ୍ରା ଓ ଶେଷ ମହାପ୍ରଭୁଙ୍କ ରଥ ଟଣା ହେବ ।

13:38 PM

Road Accident: ଗୁଜରାଟର ଆନନ୍ଦ ନିକଟରେ ଅହମ୍ମଦାବାଦ-ଭଦୋଦରା ଏକ୍ସପ୍ରେସ ହାଇୱେରେ ଏକ ଟ୍ରକ୍ ଓ ଭଲବୋ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ମହାରାଷ୍ଟ୍ରରୁ ରାଜସ୍ଥାନ ଅଭିମୁଖେ ଯାଉଥିବା ଏକ ବସ୍ ପଛପଟୁ ଧକ୍କା ଖାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆନନ୍ଦ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୁଲିସ ସମେତ ଜରୁରୀକାଳୀନ ସେବା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

 

13:13 PM

Arvind Kejriwal: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ତିହାର ଜେଲ ପ୍ରଶାସନର ଡାକ୍ତରୀ ରିପୋର୍ଟରେ ଆମ ଆଦମୀ ପାର୍ଟିର ପ୍ରତିକ୍ରିୟା ଆସିଛି। ଏମ୍‌ପି ସଞ୍ଜୟ ସିଂ କହିଛନ୍ତି, କେଜ୍‌ରିଓ୍ବାଲ୍‌ଙ୍କ ସୁଗାର ସ୍ତର ଅନେକ ଥର ହ୍ରାସ ପାଇଛି ବୋଲି ତିହାର ଜେଲ ସ୍ବୀକାର କରିଛି। କମ ସୁଗାର ସ୍ତର ହେତୁ ସେ ଶୋଇବା ସମୟରେ କୋମାକୁ ଯାଇପାରନ୍ତି।  ସୁଗାର ସ୍ତର କମ ହେଲେ ବ୍ରେନ୍‌ ଷ୍ଟ୍ରୋକ ହେବାର ଆଶଙ୍କା ମଧ୍ୟ ଥାଏ। ତିହାର ଜେଲର ରିପୋର୍ଟ ଅନୁଯାୟୀ, କେଜ୍‌ରିଓ୍ବାଲ୍‌ଙ୍କ ଓଜନ ମଧ୍ୟ ହ୍ରାସ ପାଇଛି।ଏହାପୂର୍ବରୁ କେଜ୍‌ରିୱାଲଙ୍କ ଓଜନକୁ ନେଇ ଏଏପି ନେତା ତଥା ଦିଲ୍ଲୀ ସରକାରୀ ମନ୍ତ୍ରୀଙ୍କ ଦାବି ଉପରେ ପ୍ରଶ୍ନ ଉଠିଥିଲା। ଏଏପି ସରକାରୀ ମନ୍ତ୍ରୀ, ଏମ୍‌ପି ଏବଂ ଅନ୍ୟମାନେ ଦାବି କରୁଛନ୍ତି, ଅରବିନ୍ଦ କେଜ୍‌ରିୱାଲ ୮.୫ କିଲୋଗ୍ରାମ ଓଜନ ହ୍ରାସ କରିଛନ୍ତି। ଏହା ପରେ ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କ ଓଜନ ସମ୍ପର୍କରେ ଚାଲିଥିବା ଦାବି ଉପରେ ତିହାର ଜେଲର ଅଧୀକ୍ଷକ ଦିଲ୍ଲୀ ସରକାରଙ୍କ ଗୃହ ବିଭାଗକୁ ଚିଠି ଲେଖିଛନ୍ତି।

12:48 PM

Bahuda Yatra 2024: ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ରଥ ଉପରୁ ଅଣସେବକମାନଙ୍କୁ ବାହାର କରିଥିବାର ଦେଖିବାକୁ ମିଳିଛି। ରଥ ଉପରୁ ସେମାନଙ୍କୁ ହାତ ଧରି ବାହାର କାିଛନ୍ତି ନିଜେ ମୁଖ୍ୟ ପ୍ରଶାସକ। ସୂଚନାଯୋଗ୍ୟ, କୌଣସି ଅଣସେବକ ରଥ ଉପରକୁ ଚଢିବା ନିଷେଧ। ଏନେଇ ବ୍ୟତିକ୍ରମ ସାମ୍ନାକୁ ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ନିର୍ଦ୍ଦିଷ୍ଟ ଭାବେ ୨ଜଣ ଅନଧିକୃତ ବ୍ୟକ୍ତି ରଥ ଉପରକୁ ଚଢିବା ଶ୍ରୀମନ୍ଦିର ପ୍ରଶାସନ ନଜରକୁ ଆସିଛି। ସମ୍ପୃକ୍ତ ବ୍ୟକ୍ତି ଜଣେ କେନ୍ଦ୍ର ସରକାରଙ୍କ ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ଆଉ ଜଣେ ବେସରକାରୀ /ସମବାୟ ଅନୁଷ୍ଠାନର ଅଧିକାରୀ ବୋଲି ପ୍ରାଥମିକ ସୂଚନା ମିଳିଛି। 

12:10 PM

Koraput News: ଅପହୃତ ମିଲ ମାଲିକ ଏ ରମେଶ ପାତ୍ର ଉଦ୍ଧାର। ମଧ୍ୟ ରାତିରେ ଅପହୃତ ରମେଶ ପାତ୍ରଙ୍କୁ କୋରାପୁଟ ପୋଲିସ ଉଦ୍ଧାର କରିଥିବା ସୂଚନା। ଦୁଇଦିନ ତଳେ ପେରାହାଣ୍ଡିରୁ କାର ସହ ଉଠାଇ ନେଇଥିଲେ ଅପହରଣକାରୀ। କୋରାପୁଟ ଜିଲ୍ଲା ଜୟପୁର ବ୍ଲକ କୁମୁଲିପୁଟ ଗାଁରୁ ଉଠାଇନେଇଥିଲେ । ପେରାହାଣ୍ଡି SLVN ମୋଡେନ ରାଇସ ମିଲର ମାଲିକ ଏ ରମେଶ ପାତ୍ରଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା । ୨ ଦିନ ତଳେ ପେରାହାଣ୍ଡି ମିଲରୁ ଘରକୁ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କ କାରକୁ ଅଟକାଇଥିଲେ। ପରେ କାର୍ କାଚ ଭାଙ୍ଗି ତାଙ୍କୁ ଅପହରଣ କରିନେଇଥିଲେ। ଅପହରଣକାରୀମାନେ ଟଙ୍କା ଡିମାଣ୍ଡ କରିଥିଲେ। ଏନେଇ ପରିବାର ଲୋକେ ବୋରିଗୁମ୍ମା ଥାନାରେ ଏତଲା ଦେବା ପରେ ପୋଲିସ ଘଟଣାର ତଦନ୍ତ କରି ମଧ୍ୟରାତିରେ ଅପହୃତ ରମେଶ ପାତ୍ରଙ୍କୁ ଉଦ୍ଧାର କରିଛି।

11:23 AM

Petrol Price Today: ପୁଣି ବଢିଲା ପେଟ୍ରୋଲ ଦର । ଗତକାଲିର ୧୦୦ ଟଙ୍କା ୯୭ ପଇସା ତୁଳନାରେ ଆଜି ଭୁବନେଶ୍ୱରରେ(Bhubaneswar Petrol Price) ପେଟ୍ରୋଲ ଦର ଲିଟର ପିଛା ୧୦୧ ଟଙ୍କା ୦୫ ପଇସା ରହିଛି। ଗତ ୧୦ ଦିନ ମଧ୍ୟରେ ଏହାର ମୂଲ୍ୟ ୧୦୦.୮୬ ଟଙ୍କାରୁ ୧୦୧.୫୦ ଟଙ୍କା ମଧ୍ୟରେ ରହିଥିବା ଦେଖିବାକୁ ମିଳିଛି। ଆପଣ ଭାରତର ସମସ୍ତ ରାଜ୍ୟ ଏବଂ ଜିଲ୍ଲାରେ ଆଜିର ପେଟ୍ରୋଲ ଦରକୁ ମଧ୍ୟ ଦେଖିପାରିବେ ଏବଂ ସେମାନଙ୍କୁ ପୂର୍ବ ଦିନର ଦର ସହିତ ତୁଳନା କରିପାରିବେ, ଯେଉଁଥିରେ ପୂର୍ବରୁ ରାଜ୍ୟ ଟିକସ ଅନ୍ତର୍ଭୁକ୍ତ ଅଛି ।

11:07 AM

Mumbai Hit And Run Case: ମୁମ୍ବାଇର ବିଏମ୍‌ଡବ୍ଲୁ ହିଟ୍ ଆଣ୍ଡ୍‌ ରନ୍‌ ମାମଲା ପରେ ଏବେ ମୁମ୍ବାଇର ଉକ୍ତ ବାର୍ ଲାଇସେନ୍ସକୁ ରଦ୍ଦ କରି ଦିଆଯାଇଛି ଯେଉଁ ବାର୍‌ରୁ ଅଭିଯୁକ୍ତ ମଦ୍ୟପାନ କରିଥିଲେ। ଅଭିଯୁକ୍ତ ମିହିର ଶାହା ଗତ ରବିବାର ଦିନ ତାଙ୍କ ବଡ଼ ଗାଡ଼ିରେ ବାଇକ୍‌ରେ ଯାଉଥିବା ଏକ ଦମ୍ପତିଙ୍କୁ ଧକ୍କା ଦେବା ପରେ ପଛରେ ବସିଥିବା ମହିଳାଙ୍କର ମୃତ୍ୟୁ ଘଟିଥିଲା। ଜାଣିବାକୁ ମିଳିଛି ଯେ ଦୁର୍ଘଟଣା ପୂର୍ବରୁ ଅଭିଯୁକ୍ତ ଚାରି ବୋତଲ ବିୟର କିଣିଥିଲେ। ତେବେ ବାର୍‌ ଏହି ଅଭିଯୋଗ ଉଲ୍ଲଂଘନ ହେତୁ ଏହାକୁ ସାମୟିକ ଭାବେ ସ୍ଥଗିତ କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି।

10:27 AM

Chandipura Virus: ଦେଶ ଦୀର୍ଘ ଅଢେଇ ବର୍ଷ ର ଲଢେଇ ପରେ କୋରୋନା ପରି ଏକ ମାରାତ୍ମକ ଭାଇରସରୁ ମୁକୁଳିଥିଲା ହେଲେ, ଏବେ ଏକ ନୂଆ ଭୂତାଣୁ  ଧିରେ ଧିରେ ଆତଙ୍କ ସୃଷ୍ଟି କରିଛି। ଗୁଜରାଟର ସାବରକଣ୍ଠ ଓ ଅରବଲ୍ଲୀ ଜିଲ୍ଲାରେ 'ଚାନ୍ଦିପୁରା' ନାମକ ଏକ ଭାଇରାସ ଆତଙ୍କ ଖେଳାଇଛି। ଏହାକୁ ରହସ୍ୟମୟ ଭୂତାଣୁ ବୋଲି କୁହାଯାଉଛି। ଏହି କାରଣରୁ ୨ ଦିନ ମଧ୍ୟରେ ୫ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ସାବରକଣ୍ଠ ସିଭିଲ ହସ୍ପିଟାଲରେ ୪ ଶିଶୁଙ୍କ ମୃତ୍ୟୁ ଘଟିଥିବା ସରକାରୀ ସ୍ତରରେ ସୂଚନା ପ୍ରଦାନ କରାଯାଇଛି। ବର୍ତ୍ତମାନ ପିଲାଙ୍କ ନମୁନା ପରୀକ୍ଷା ପାଇଁ ପୁଣେ ପଠାଯାଇଛି। ଆଜି ନମୁନାର ଫଳାଫଳ ଆସିବ ବୋଲି ଆଶା କରାଯାଉଛି।

10:16 AM

Elon Musk : ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳିମାଡ଼ ହେବା ପରେ "X" ବ୍ୟବହାରକାରୀ ଏଲନ୍ ମସ୍କ କୁ କହିଛନ୍ତି,ଦୟାକରି ଆପଣଙ୍କର ସୁରକ୍ଷାକୁ ତିନି ଗୁଣା ବୃଦ୍ଧି କରନ୍ତୁ।ଯଦି ଟ୍ରମ୍ପଙ୍କ ଉପରେ ଆକ୍ରମଣ ହୋଇପାରୁଛି,  ତାହେଲେ ଆପଣଙ୍କ ସହ ମଧ୍ୟ ହେବା ଅସମ୍ଭବ ନୁହେଁ।ତେବେ ମସ୍କ ଏହାର ଉତ୍ତରରେ କହିଛନ୍ତି, 'ଆଗାମୀ ସମୟ ବିପଜ୍ଜନକ ଅଟେ। ମାସେ ମଧ୍ୟରେ, ଦୁଇ ଜଣ ମୋତେ ମାରିବାକୁ ଚେଷ୍ଟା କରିସାରିଛନ୍ତି ।ପୂର୍ବରୁ ଟେକ୍ସାସର ଟେସଲା ମୁଖ୍ୟାଳୟଠାରୁ ପ୍ରାୟ 20 ମିନିଟ୍ ଦୂରରୁ  ବନ୍ଧୁକ ଧରିବା ଅବସ୍ଥାରେ ଯୁବକଙ୍କୁ ଗିରଫ କରାଯାଇଥିଲା, ଶୌଭାଗ୍ୟବଶତଃ ମୋର କିଛି କ୍ଷତି ହୋଇ ନଥିଲା। ଆମେରିକାରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ସାଂଘାତିକ ଆକ୍ରମଣ ହୋଇଥିବା ବେଳେ ଟେସଲାର ସିଇଓ ତଥା ସୋସିଆଲ ମିଡିଆ ପ୍ଲାଟଫର୍ମର ମାଲିକ,ମସ୍କ ଏହା କହିଛନ୍ତି। 

 

09:59 AM

Automobile exports Incresing: ଦେଶରୁ କାର୍ ରପ୍ତାନୀ ଚଳିତ ଆର୍ଥିକ ବର୍ଷର ଜୁନ୍ ତ୍ରୈମାସିକରେ ବାର୍ଷିକ ଆଧାରରେ ୧୫.୫ ପ୍ରତିଶତ ବଢ଼ିଛି। ତିନି ଚକିଆକୁ ବାଦ୍ ଦେଲେ ସବୁ ଅନ୍ୟ ବାହନର ରପ୍ତାନୀ ବଢ଼ିଛି। ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ ମ୍ୟାନୁଫ୍ୟାକଚର୍ସର ତଥ୍ୟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷର ପ୍ରଥମ ଏପ୍ରିଲ-ଜୁନ ତ୍ରୈମାସିକରେ ସମୁଦାୟ ବାହନ ରପ୍ତାନୀ ୧୧,୯୨, ୫୭୭ ୟୁନିଟ୍ ରହିଛି। ଯାହା ଗତବର୍ଷ ବର୍ଷର ସମାନ ତ୍ରୈମାସିକରେ ହୋଇଥିବା ୧୦,୩୨, ୪୪୯ ୟୁନିଟ୍ ରପ୍ତାନୀରୁ ୧୫.୫ ପ୍ରତିଶତ ଅଧିକ।

09:47 AM

T20 Series:ଶୁବମନ ଗିଲଙ୍କ ନେତୃତ୍ୱରେ ପ୍ରଥମଥର ଟି-୨୦ ସିରିଜ୍‌ କବଜା କରିଛି ଭାରତୀୟ ଟିମ। ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜକୁ ଟିମ ଇଣ୍ଡିଆ ୪-୧ରେ ଜିତି ନେଇଛି। ଗତକାଲି ଶେଷ ମ୍ୟାଚ୍‌କୁ ମଧ୍ୟ ଦଳ ୪୨ରେ ବାଜିମାତ କରିଛି। ଏଥିସହ ଟି-୨୦ କ୍ରିକେଟରେ ବିଶ୍ୱ ବିଜେତା ଭାରତ ନିଜ ଦବଦବା ଅକ୍ଷୁଣ୍ଣ ରଖିବାକୁ ସକ୍ଷମ ହୋଇଛି। ଗତକାଲିର ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୬୭ ରନ କରିଥିଲା। ଦଳ ପାଇଁ ସଞ୍ଜୁ ସାମସନ ସର୍ବାଧିକ ୫୮ ରନର ଇନିଂସ ଖେଳିଥିଲେ। ୧୬୮ ରନର ପିଛା କରୁଥିବା ଘରୋଇ ଟିମ ଜିମ୍ବାୱେ ମୁକେଶ କୁମାରଙ୍କ ଘାତକ ବୋଲିଂକୁ ସାମ୍ନା କରି ନ ପାରି ୧୨୫ ରନରେ ଅଲଆଉଟ ହୋଇଥିଲା।

 

09:19 AM

Nepal PM KP Sharma Oli: ଭାରତର ପଡ଼ୋଶୀ ଦେଶ ନେପାଳରେ ଜାରି ରହିଛି ରାଜନୈତିକ ହଲଚଲ୍ । ଆସ୍ଥା ଭୋଟରେ ହାରିଯାଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ଓରଫ ପ୍ରଚଣ୍ଡ । ରବିବାର ନେପାଳ ସଂସଦରେ ହୋଇଥିବା ଆସ୍ଥା ଭୋଟରେ ସେ ପରାସ୍ତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ୬୯ ବର୍ଷୀୟ ପ୍ରଚଣ୍ଡ ନେପାଳର କମ୍ୟୁନିଷ୍ଟ ପାର୍ଟିର ନେତା CPN-UMLର ସମର୍ଥନରେ ସରକାର ଗଠନ କରିଥିଲେ । ହେଲେ କିଛି ଦିନ ତଳେ CPN-UML ପ୍ରଚଣ୍ଡଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିଲା । ଫଳରେ ୨ ବର୍ଷ ମଧ୍ୟରେ ୫ମ ଥର ପାଇଁ ପ୍ରଚଣ୍ଡଙ୍କୁ ସଂସଦରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ପଡ଼ିଥିଲା। ତେବେ ଆସ୍ଥା ଭୋଟ ହାରିବା ପରେ ଆଜି ଶପଥ ନେବେ କେପି ଶର୍ମା ଓଲି। 

09:05 AM

Delhi Hospital Horror: ଆଜି ଦିଲ୍ଲୀର ଏକ ସରକାରୀ ହସ୍‌ପିଟାଲ୍‌ ରେ ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀକୁ ଜଣେ ୧୮/୧୯ ବର୍ଷର ଯୁବକ ଗୁଳି କରି ହତ୍ୟା କରିଛି। ହତ୍ୟାକାଣ୍ଡ ଘଟାଇବା ପରେ ସେଠାରୁ ଅତି ରହସ୍ୟଜନକ ଭାବେ ଫେରାର୍‌ ହୋଇଯାଇଛି। ଅତିରିକ୍ତ ପୋଲିସ ଉପ-କମିଶନର ବିଷ୍ଣୁ କୁମାର ଶର୍ମାଙ୍କ ସୂଚନାନୁସାରେ, ଜୁନ୍‌ ୨୩ ତାରିଖରେ ଖଜୁରିଖାସ ଇଲାକାର ରିଆଜୁଦ୍ଦିନ୍‌ (୩୫)ପେଟ ଯନ୍ତ୍ରଣା ନିମନ୍ତେ ଗୁରୁ ତେଗ୍‌ ବାହାଦୁର ସରକାରୀ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ପେଟରେ ଅସ୍ତ୍ରୋପଚାର ପରେ ରିଆଜୁଦ୍ଦିନ୍‌ ହସ୍‌ପିଟାଲ୍‌ରେ ରହି ଚିକିତ୍ସିତ ହେଉଥିଲେ। ଗତକାଲି ଅପରାହ୍‌ଣ ୪ଟା ବେଳେ ଡାକ୍ତର ରିଆଜୁଦ୍ଦିନଙ୍କୁ ପଟି ବାନ୍ଧୁଥିବା ବେଳେ ରୋଗୀଙ୍କୁ ହତ୍ୟା କରିଥିଲା ଜଣେ ଦୁର୍ବୃତ୍ତ। 

08:37 AM

PM Modi X Account Cross 100 Million Followers: ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସୋସିଆଲ ମିଡ଼ିଆ ଏକ୍ସରେ ନିଜର ସ୍ୱତନ୍ତ୍ର ରେକର୍ଡ କରିଛନ୍ତି ।ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବ ଟୁଇଟର)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର  ୧୦୦ ମିଲିୟନ ଅର୍ଥାତ୍‌ ୧୦ କୋଟି ଫଲୋୟର୍ସ ଅତିକ୍ରମ କରିଛନ୍ତି। ଏହା ସହିତ ସେ ଅଧିକ ଫଲୋ କରାଯାଉଥିବା ଗ୍ଲୋବାଲ ଲିଡର ହୋଇଯାଇଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୩୮.୧ ମିଲିୟନ ଫଲୋୟର୍ସ, ଦୁବାଇ ଶାସକ ଶେଖ ମହମ୍ମଦ ୧୧.୨ ମିଲିୟନ ଫଲୋୟର୍ସ ଏବଂ ପୋପ ଫ୍ରାନ୍ସିସ ୧୮.୫ ମିଲିୟନ ଫଲୋୟର୍ସଙ୍କ ପରି ପ୍ରଧାନମନ୍ତ୍ରୀ ମୋଦି ଅନ୍ୟ ବିଶ୍ୱ ନେତାଙ୍କଠାରୁ ବହୁତ ଆଗରେ ଅଛନ୍ତି।X ରେ ମୋଦିଙ୍କ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ସମଗ୍ର ବିଶ୍ୱର ନେତାମାନେ ସୋସିଆଲ ମିଡିଆରେ ତାଙ୍କ ସହ ଜଡିତ ହେବାକୁ ଆଗ୍ରହୀ ଅଟନ୍ତି। 

08:21 AM

Losabha Deputy Leader: କଂଗ୍ରେସ ଏମ୍‌ପି ଗୌରବ ଗୋଗୋଇ ଲୋକସଭାରେ ଦଳର ଉପନେତା ହେବାକୁ ଯାଉଛନ୍ତି। ଦଳର ଏହି ନିଷ୍ପତ୍ତି ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଜଣାଇ ଦିଆଯାଇଛି। କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବାଚସ୍ପତିଙ୍କୁ ପତ୍ର ଲେଖି ଲୋକସଭାରେ କଂଗ୍ରେସର ଉପନେତା, ମୁଖ୍ୟ ହୁଇପ୍‌ ଓ ୨ ଜଣ ହୁଇପ୍‌ ନିଯୁକ୍ତି ସମ୍ପର୍କରେ ଜଣାଇଛନ୍ତି। ଏଆଇସିସି ସାଧାରଣ ସମ୍ପାଦକ (ସଂଗଠନ) କେ.ସି. ବେଣୁଗୋପାଳ ଏହି ସୂଚନା ଦେଇଛନ୍ତି। କେରଳରୁ ଲୋକ ସଭାକୁ ୮ ଥର ନିର୍ବାଚିତ ହୋଇଥିବା କୋଡିକୁନିଲ ସୁରେଶଙ୍କୁ କଂଗ୍ରେସର ମୁଖ୍ୟ ହୁଇପ୍‌ ଭାବେ ନିଯୁକ୍ତି ଦିଆଯିବାକୁ ଥିବାବେଳେ ବିରୁଧୁନଗର ଏମ୍‌ପି ମନିକମ୍‌ ଟାଗୋର ଏବଂ କିଶନଗଞ୍ଜ ଏମ୍‌ପି ମହମ୍ମଦ ଜାଓ୍ବେଦଙ୍କୁ ହୁଇପ୍‌ ନିଯୁକ୍ତି କରାଯିବ। ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ଲୋକ ସଭାରେ ବିରୋଧୀ ଦଳ ନେତା ନିଯୁକ୍ତ କରାଯାଇଛି।

 

08:06 AM

Fire Extinguishers In Medical: କଟକ ତେଲେଙ୍ଗାବଜାର ସ୍ଥିତ ଦୁଇଟି ନର୍ସିଂ ହୋମରେ ଅଗ୍ନିକାଣ୍ଡ ଘଟଣା ପରେ ସଜାଗ ହୋଇଛନ୍ତି ରାଜ୍ୟ ସରକାର । ଏଣିକି ମେଡିକାଲରେ ନିୟମିତ ଯାଞ୍ଚ ହେବ ଅଗ୍ନି ନିର୍ବାପକ ଯନ୍ତ୍ର । ଏନେଇ ସ୍ବାସ୍ଥ୍ୟ ବିଭାଗ, ଗୃହ ବିଭାଗ ଏବଂ ବିଦୁ୍ୟତ ନିରୀକ୍ଷକଙ୍କୁ ନେଇ ମିଳିତ ଟାସ୍କ ଫୋର୍ସ ଗଠନ କରାଯିବାକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି । ଭବିଷ୍ୟତରେ ଅଗ୍ନିକାଣ୍ଡଜନିତ ଦୁର୍ଘଟଣା ରୋକିବା ପାଇଁ ଏହି ଟାସ୍କ ଫୋର୍ସ କାର୍ଯ୍ୟ କରିବ । ସ୍ବାସ୍ଥ୍ୟ ସେବା ଯୋଗାଉଥିବା ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲରେ ଅଗ୍ନି ନିରାପତ୍ତା ସୁନିଶ୍ଚିତ କରିବା ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଏବଂ ବିଭିନ୍ନ ବିଭାଗ ଏଥି ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ । ମେଡିକାଲ କଲେଜ ଏବଂ ହସ୍ପିଟାଲ୍‌, ଜିଲ୍ଲା ସଦର ମହକୁମା ହସ୍ପିଟାଲ ସମେତ ସମସ୍ତ ସରକାରୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଭବିଷ୍ୟତରେ ଅଗ୍ନିକାଣ୍ଡଜନିତ ଦୁର୍ଘଟଣା ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଏ ସମ୍ପର୍କରେ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ବିଭିନ୍ନ ସମୟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଉଛି ।

07:55 AM

Odisha Weather Report: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏଥିସହିତ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପରେ ମଧ୍ୟ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ରହିଛି ।ଯାହା ସମୁଦ୍ର ପତ୍ତନର ୫.୮କିମି ଉପରେ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା ଏବଂ କୋରାପୁଟ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।୧୭ ତାରିଖ ସକାଳ ସୁଦ୍ଧା ହାଲୁକା ବର୍ଷା ରହିଥିବା ବେଳେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ରହିଛି। ଏହିସବୁ ଜିଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି।ଘୂର୍ଣ୍ଣିବଳୟ ୧୬ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ୧୯ ତାରିଖରେ ଏହା ଗଭୀର ଅବପାତରେ ପରିଣତ ହୋଇ ୨୧ ତାରିଖ ଯାଏ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲାରେ ପ୍ରବଳ ବର୍ଷା କରାଇବା ନେଇ ପୂର୍ବାନୁମାନ କରାଯାଇଛି । 

 

07:50 AM

Ratna Alankar Transferred: ବାହାର ରତ୍ନଭଣ୍ଡାରରେ ଥିବା ସମସ୍ତ ସାମଗ୍ରୀ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଉପସ୍ଥିତିରେ ଚାଙ୍ଗଡା ଘରକୁ ସ୍ଥାନାନ୍ତର କରାଯାଇଛି । ଏହାପରେ ଭିତର ରତ୍ନଭଣ୍ଡାରର ତାଲା କାଟି ତା ମଧ୍ୟକୁ ପ୍ରବେଶ କରିଥିଲେ ମଧ୍ୟ ସମୟ ଅଭାବରୁ ସେଠାରେ କ’ଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ । ହେଲେ ଭିତର ଓ ବାହାର ରତ୍ନଭଣ୍ଡାର ଭିତରେ ନୂଆ ତାଲା ପକାଯାଇଥିବା କଥା ଜଷ୍ଟିସ ବିଶ୍ୱନାଥ ରଥ ଗଣମାଧ୍ୟମକୁ କହିଛନ୍ତି । ଏହାସହ ବାହୁଡା ଓ ସୁନାବେଶ ସରିବା ପରେ ପୁଣି ଭିତର ରତ୍ନଭଣ୍ଡାର ଖୋଲି ସେଠାରେ ଥିବା ସାମଗ୍ରୀକୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି। 

 

07:41 AM

Ratna Alankar Transferred: ବାହାର ରତ୍ନଭଣ୍ଡାରରେ ଥିବା ସମସ୍ତ ସାମଗ୍ରୀ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଉପସ୍ଥିତିରେ ଚାଙ୍ଗଡା ଘରକୁ ସ୍ଥାନାନ୍ତର କରାଯାଇଛି । ଏହାପରେ ଭିତର ରତ୍ନଭଣ୍ଡାରର ତାଲା କାଟି ତା ମଧ୍ୟକୁ ପ୍ରବେଶ କରିଥିଲେ ମଧ୍ୟ ସମୟ ଅଭାବରୁ ସେଠାରେ କ’ଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ । ହେଲେ ଭିତର ଓ ବାହାର ରତ୍ନଭଣ୍ଡାର ଭିତରେ ନୂଆ ତାଲା ପକାଯାଇଥିବା କଥା ଜଷ୍ଟିସ ବିଶ୍ୱନାଥ ରଥ ଗଣମାଧ୍ୟମକୁ କହିଛନ୍ତି । ଏହାସହ ବାହୁଡା ଓ ସୁନାବେଶ ସରିବା ପରେ ପୁଣି ଭିତର ରତ୍ନଭଣ୍ଡାର ଖୋଲି ସେଠାରେ ଥିବା ସାମଗ୍ରୀକୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି। 

 

07:34 AM

Ratna Bhandar Reopend: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଏବଂ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ, ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଛି । ମାର୍ଗଦର୍ଶିକାରେ ଗଠିତ ୧୧ ଜଣିଆ କମିଟିର ସଦସ୍ୟମାନେ ଆଜି ସକାଳେ ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରି ଅନୁମତି ନେଇଥିଲେ । ପୂର୍ବାହ୍ନରେ ଶ୍ରୀମନ୍ଦିର କାର୍ୟ୍ୟାଳୟରେ ଉଚ୍ଚସ୍ତରୀୟ କମିଟିର ଏକ ବୈଠକ ବସି ସମସ୍ତ ପ୍ରସ୍ତୁତି ନେଇ ଚୂଡାନ୍ତ ରୂପରେଖ ସ୍ଥିର ହୋଇଥିଲା । ପରେ କମିଟି ସଦସ୍ୟମାନେ ମିଳିତ ଭାବେ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ମା ବିମଳା, ମା ଲକ୍ଷ୍ମୀ ତଥା ବେଢାସ୍ଥିତ ଦେବାଦେବୀଙ୍କ ଦର୍ଶନ କରିଥିଲେ କମିଟି ସଦସ୍ୟ । ଏହାପରେ ପାରମ୍ପରକି ଧୋତି ଏବଂ ଗାମୁଛା ପରିଧାନ କରି ଶୁଭ ବେଳା ଦିନ ୧ଟା ୨୮ ମିନିଟରେ ଜଗମୋହନଙ୍କୁ ପ୍ରବେଶ କରିଥିଲେ ।

 

07:28 AM

Bahuda Yatra 2024: ଆଜି ଶ୍ରୀ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା। ଆଡ଼ପ ମଣ୍ଡପକୁ ଛାଡ଼ି ପୁଣିଥରେ ଶ୍ରୀମନ୍ଦିର ଅଭିମୁଖେ ଆସିବେ। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆବଶ୍ୟକ ନୀତି ନିର୍ଘଣ୍ଟ କରାଯାଇଛି।  ଶ୍ରୀମନ୍ଦିର ପକ୍ଷରୁ ପ୍ରକାଶିତ ନୀତି ତାଲିକା ଅନୁସାରେ ପ୍ରାତଃ ୪ଟାରେ ମଙ୍ଗଳ ଆଳତି ହୋଇଛି। ଏହାପରେ ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ଶେଷହୋଇ ଗୋପାଳ ବଲ୍ଲଭ ଖେଚୁଡ଼ି ଭୋଗ ଶେଷ ହୋଇଛି। ସକାଳ ସାତଟା ସୁଦ୍ଧା ଏସବୁ ନୀତି ଶେଷ ହୋଇ ସେନାପଟା ଲାଗି ଆରମ୍ଭ ହୋଇଛି। ଦିନ ୧୨ଟାରେ ଆରମ୍ଭ ହେବ ବାହୁଡ଼ା ପହଣ୍ଡି। ଅପରାହ୍ଣ ୪ଟାରେ ରଥଟଣା ହେବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି।