Odisha News Live updates: ରାଜ୍ୟ ସରକାରଙ୍କୁ ଅମିତ ଶାହ କଲେ ଜୋରଜାର ଟାର୍ଗେଟ୍, ପଢ଼ନ୍ତୁ ଆଜିର କିଛି ବଡ଼ ଖବର
Advertisement
Article Detail0/zeeodisha/odisha2220559

Odisha News Live updates: ରାଜ୍ୟ ସରକାରଙ୍କୁ ଅମିତ ଶାହ କଲେ ଜୋରଜାର ଟାର୍ଗେଟ୍, ପଢ଼ନ୍ତୁ ଆଜିର କିଛି ବଡ଼ ଖବର

Odisha Daily News Live: ସୋନପୁର ଆସୁଛନ୍ତି ବିଜେପିର ଚାଣକ୍ୟ ତଥା ଗୃହମନ୍ତ୍ରୀ ଅମିତ ଶାହ। ସୋନପୁରରୁ ରାଜ୍ୟରେ ନିର୍ବାଚନୀ ପ୍ରଚାରର ବିଗୁଲ ଫୁଙ୍କିବେ ଶ୍ରୀ ଶାହ। ଶାହଙ୍କ ଗସ୍ତ ସହିତ ଜଡ଼ିତ ସମସ୍ତ ଟିକିନିଖି ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha News Live updates: ରାଜ୍ୟ ସରକାରଙ୍କୁ ଅମିତ ଶାହ କଲେ ଜୋରଜାର ଟାର୍ଗେଟ୍, ପଢ଼ନ୍ତୁ ଆଜିର କିଛି ବଡ଼ ଖବର
LIVE Blog
25 April 2024
22:32 PM

IPL 2024: ଦିଲ୍ଲୀ କ୍ୟାପିଟାଲ୍ସ ଗୁରୁବାର ଦିନ ମିଚେଲ ମାର୍ଶଙ୍କ ରିପ୍ଲେସ୍ ଘୋଷଣା କରିଛି। ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ୍ ୨୦୨୪ ର ଅବଶିଷ୍ଟ ମ୍ୟାଚ୍ ପାଇଁ ଦଳରେ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲବଦିନ୍ ନାଏବଙ୍କୁ ଅନ୍ତର୍ଭୁକ୍ତ କରିଛି। ଗୁରୁବାର ଦିନ ନିଜର ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ଦିଲ୍ଲୀ ଏହା ଘୋଷଣା କରିଛି।

22:28 PM

Supreme Court on Verification of VVPAT slips: ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (VVPAT) ସହିତ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ମାଧ୍ୟମରେ ଦିଆଯାଇଥିବା ସମସ୍ତ ଭୋଟର ଶତପ୍ରତିଶତ ଯାଞ୍ଚ ପାଇଁ ଆବେଦନ ଉପରେ ସୁପ୍ରିମକୋର୍ଟ ୨୬ ଏପ୍ରିଲରେ ରାୟ ଶୁଣାଇବେ। ବୁଧବାର ଦିନ ଶୁଣାଣି ପରେ କୋର୍ଟ ଏହାର ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି। ଏବେ ଖବର ସାମ୍ନାକୁ ଆସିଛି ଯେ ଶୁକ୍ରବାର ଦିନ ସର୍ବୋଚ୍ଚ ନ୍ୟାୟାଳୟ ଏହାର ରାୟ ଦେବେ।

22:09 PM

China building new road in occupied Kashmir near Siachen: ଚୀନ୍‌ର ଖତରନାକ ଯୋଜନା ପୁଣି ଥରେ ପ୍ରକାଶ ପାଇଛି। ସର୍ବଶେଷ ଉପଗ୍ରହ ଚିତ୍ର ଦର୍ଶାଉଛି ଯେ ଭାରତକୁ ଘେରିବା ପାଇଁ ଚୀନ୍ ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ନିକଟରେ ଏକ ପକ୍କା ରାସ୍ତା ନିର୍ମାଣ କରୁଛି। ବାସ୍ତବରେ ଚୀନ୍ ସିଆଚେନ୍ କରିଡର ନିକଟରେ ବେଆଇନ ଭାବେ ଅଧିକୃତ କାଶ୍ମୀରରେ ଏକ କଂକ୍ରିଟ୍ ରାସ୍ତା ନିର୍ମାଣ କରୁଛି। ନୂତନ ଉପଗ୍ରହ ଫଟୋରେ ଏହା ପ୍ରକାଶ ପାଇଛି।

21:25 PM

High Commission attack case: ଗତ ବର୍ଷ ଲଣ୍ଡନରେ ଭାରତୀୟ ହାଇ କମିଶନଙ୍କ ଉପରେ ହୋଇଥିବା ଆକ୍ରମଣ ଓ ଏହା ପରେ ହୋଇଥିବା ବିରୋଧର ଅନୁସନ୍ଧାନରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ସଫଳ ହୋଇଛି। ଏହି ଘଟଣାରେ କେନ୍ଦ୍ରୀୟ ଏଜେନ୍ସି ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ୨୨ ମାର୍ଚ୍ଚ ୨୦୨୩ ବିରୋଧ ସମୟରେ ବେଆଇନ କାର୍ଯ୍ୟକଳାପ ପାଇଁ ବ୍ରିଟେନର ହାଉନସ୍ଲୋ ନିବାସୀ ଇନ୍ଦରପାଲ ସିଂ ଗବାଙ୍କୁ ଗିରଫ କରାଯାଇଛି।

20:42 PM

Supreme Court News: ମେଘାଳୟ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିଥିବାରୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ୫ ଲକ୍ଷ ଟଙ୍କା ଜରିମାନା କରିଛନ୍ତି ଓ ଏହାକୁ 'ଆଇନଗତ ପ୍ରକ୍ରିୟାର ଅପବ୍ୟବହାର' ବୋଲି କହିଛନ୍ତି। ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ସତ୍ୟଚନ୍ଦ୍ର ଶର୍ମାଙ୍କ ଏକ ବେଞ୍ଚ କହିଛନ୍ତି ଯେ ଏକ ସ୍ୱତନ୍ତ୍ର ଛୁଟି ଆବେଦନ ମାଧ୍ୟମରେ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିବାର କେନ୍ଦ୍ର ସରକାରଙ୍କର କୌଣସି ଯଥାର୍ଥତା ନାହିଁ।

20:36 PM

India's T20 World Cup Squad: ଆଗାମୀ ଟି-୨୦ ବିଶ୍ୱକପ ପାଇଁ ଚୟନ ହେବାକୁ ଥିବା ଭାରତୀୟ ଦଳକୁ ଋଷଭ ପନ୍ତଙ୍କ ପ୍ରତ୍ୟାବର୍ତ୍ତନ ନିଶ୍ଚିତ। ଦ୍ୱିତୀୟ ୱିକେଟ୍ କିପର ପାଇଁ କେଏଲ ରାହୁଲ ସଞ୍ଜୁ ସାମସନଙ୍କୁ ପଛରେ ପକାଇ ଦେଇଛନ୍ତି। ହାର୍ଦ୍ଦିକଙ୍କ ଫର୍ମ ଦଳ ପାଇଁ ଏକ ଚିନ୍ତାର ବିଷୟ। ପଢ଼ନ୍ତୁ ପୂରା ଖବର...

 

17:58 PM

Amit Shah Odisha Sonepur Public Meeting Highlights: ଭାରତ ମାତାକୀ ଜୟରୁ ଶ୍ରୀ ଶାହ ନିଜର ଭାଷଣ ଆରମ୍ଭ କରିଥିଲେ। ଓଡ଼ିଶାକୁ ମହାନ ଭୂମି ବୋଲି କହିବା ସହ ସେ କହିଥିଲେ ସାରା ଦେଶ ମୁଁ ବୁଲୁଛି, କିନ୍ତୁ ଓଡ଼ିଶାରେ ଯେମିତି ଶାସନ ଚାଲିଛି ତାହା ରାଜ୍ୟକୁ ବିକାଶରୁ ଦୂରରେ ରଖିଛି। ଅଫିସରଙ୍କ ମାଧ୍ୟମରେ ଏଠାରେ ଭୟଙ୍କର ଭ୍ରଷ୍ଟାଚାର ଚାଲିଛି। ପଢ଼ନ୍ତୁ ପୂରା ଖବର...

 

17:36 PM

Amit Shah Sonepur BJP Campaign Live: ସୋନପୁର ଜନସଭାକୁ ସମ୍ଭୋଧିତ କରୁଛନ୍ତି ଚାଣକ୍ୟ

 

 

17:29 PM

Amit Shah Sonepur BJP Campaign Live: ଓଡ଼ିଶାର ଯୁବକଙ୍କୁ ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତାରେ ଭାଗ ନେବା, ସବୁ ଖେତରେ ପାଣି ପହଞ୍ଚାଇବା, ସବୁ କୃଷକ ଓ ଶ୍ରମିକଙ୍କୁ ମଜଭୁତ କରିବା ପାଇଁ ୫ ବର୍ଷ ବିଜେପିକୁ ଦିଅନ୍ତୁ ଆମେ ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟରେ ପରିଣତ କରିବୁ: ଅମିତ ଶାହ

 

17:28 PM

Amit Shah Sonepur BJP Campaign Live: ଓଡ଼ିଶା ବିକାଶ ଇତିହାସରେ ୨୦ ବର୍ଷ ହେଉଛି ‘ହଜିଲା ବର୍ଷ’ ୨୦ ବର୍ଷ ପୂର୍ବେ ଯେଉଁଠି ଥିଲା ଆଜି ସେଇଠି ଅଛି: ଅମିତ ଶାହ

 

17:26 PM

Amit Shah Sonepur BJP Campaign Live: ଓଡ଼ିଶା ସରକାର ମୋଦୀଙ୍କ ସମସ୍ତ ଯୋଜନାକୁ ନିଜ ନାଁରେ କରିଛନ୍ତି। ମୋଦୀଜୀ ଟଙ୍କା ପଠାଉଛନ୍ତି କିନ୍ତୁ ସେଥିରେ ନବୀନ ପଟ୍ଟନାୟକଙ୍କ ଫଟୋ ଲଗାଇ ତାହାକୁ ନିଜର କରୁଛନ୍ତି। କିନ୍ତୁ ଯେଉଁ ଘର, ୫ କିଲୋ ଚାଉଳ ମିଳୁଛି ତାହାକୁ ନରେନ୍ଦ୍ର ମୋଦୀ ପଠାଇଛନ୍ତି। ପୁରୀକୁ ପର୍ଯ୍ୟଟନ ନାଁରେ ଏହାର ଗୌରବକୁ ତଳକୁ ଆଣିବାକୁ ଚେଷତ୍ଟଔା କରିଛନ୍ତି। କିନ୍ତୁ ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଓଡ଼ିଶାରେ ସରକାର ଆସିଲେ ଜଗନ୍ନାଥଧାମକୁ ଆମେ କାଶୀ ବିଶ୍ୱନାଥଙ୍କ ଧାମ ଭଳି ବିକଶିତ କରିବୁ: ଅମିତ ଶାହ

17:23 PM

Amit Shah Sonepur BJP Campaign Live: ଦେଶରେ ୮୦ କୋଟି ଲୋକଙ୍କୁ ୫ କିଲୋ ଚାଉଳ ଦେଉଛନ୍ତି। କିନ୍ତୁ ଏଠାରେ ସରକାର କହୁଛନ୍ତି ସେମାନେ ଦେଉଛନ୍ତି ଯାହା ମିଛ। ୧୨ କୋଟି ଗରିବଙ୍କ ଘରେ ଶୌଚାଳୟ, ୪ କୋଟି ଘାର, ୧୦ କୋଟି ମା’ଙ୍କୁ ସିଲିଣ୍ଡର, ୧୪ କୋଟିଘରକୁ ନଳରୁ ଜଳ ଦେଉଛନ୍ତି। ଓଡ଼ିଶା ପାଇଁ ୧୦ ହଜାର କୋଟି ପଠାଇଲେ। କିନ୍ତୁ ୫ କୋଟି ଟଙ୍କା ବି ଖର୍ଚ୍ଚ କରିପାରିଲେ ନାହିଁ। ଏଠାରେ ମୋଦୀଜୀଙ୍କ ସରକାର ଆସିଲେ ତାହା ହେବ ନାହିଁ: ଅମିତ ଶାହ

 

17:21 PM

Amit Shah Sonepur BJP Campaign Live: ମୋଦୀଜୀ ଦେଶରୁ ଆତଙ୍କବାଦ ଓ ନକ୍ସଲବାଦ ସମାପ୍ତ କରିଛନ୍ତି। ୧୦ ବର୍ଷ ଯାଏ କଂଗ୍ରେସ ଶାସନ କରୁଥିଲେ, ପାକିସ୍ତାନରୁ ଆତଙ୍କବାଦୀ ଆସି ଅନେକ ଆକ୍ରମଣ କରୁଥିଲେ। ନରେନ୍ଦ୍ର ମୋଦୀ ପାକିସ୍ତାନର ଘରେ ପଶି ସର୍୍ଜିକାଲ୍‍ ଷ୍ଟ୍ରାଇକ୍‍ ଓ ଏୟାର ଷ୍ଟ୍ରାଇକ୍‍ କରି ଆତଙ୍କବାଦକୁ ସଫା କରିଥିଲେ: ଅମିତ ଶାହ

 

17:18 PM

Amit Shah Sonepur BJP Campaign Live: ଓଡ଼ିଶା ସରକାର ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରକୁ ତାହାର ଉତ୍ସବକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଓଡ଼ିଶାବାସୀ ତାହା କରିବାକୁ ଦେଇ ନଥିଲେ: ଅମିତ ଶାହ 

17:17 PM

Amit Shah Sonepur BJP Campaign Live: ଏଠାରେ ନବୀନବାବୁଙ୍କ ସରକାରଙ୍କୁ ଉଖାଡ଼ି ବିଜେପି ସରକାରଆଣିବାକୁ ଦିଅନ୍ତି ଏଠାରୁ କାହାକୁ ବାହାରକୁ ଯିବାକୁ ପଡ଼ି ନାହିଁ। ଓଡ଼ିଶାକୁ ଶିଳ୍ପ ଆସିବାର ବ୍ୟବସ୍ଥା ସରକାର କରିବେ: ଅମିତ ଶାହ

17:16 PM

Amit Shah Sonepur BJP Campaign Live: ମହାନ ଓଡ଼ିଶାରେ ସବୁଠାରୁ ଅଧିକ ଖଣିଜ ସମ୍ପତ୍ତି ରହିଛି। ସବୁଠାରୁ ଅଧିକ ପାଣିର ବୈଭବ ଯଦି କେଉଁଠି ଅଛି ତେବେ ଓଡ଼ିଶାରେ ରହିଛି। ତଥାପି ଏଠାରେ ସମୃଦ୍ଧି ନାହିୋ। ଲକ୍ଷଲକ୍ଷ ଲୋକ ଶ୍ରମ ଖଟିବାକୁ ଦିଲ୍ଲୀ, ବାଂଗାଲୋର, ପଞ୍ଜାବ ଯାଉଛନ୍ତି।

17:15 PM

Amit Shah Sonepur BJP Campaign Live: ଏଠାରେ ଯେଉଁ ସରକାର ଚାଲିଛି ତାହା କେବଳ ରାଜ୍ରକୁ ବିକାଶରୁ ଦୂରରେ ରଖିଛି, ଅଫିସରଙ୍କ ମାଧ୍ୟମରେ ଭୟଙ୍କର ଭ୍ରଷ୍ଟାଚାର କରିଛି। ଓଡ଼ଆାଭାଇ ଓ ଭଉଣୀଙ୍କୁ ଓଡ଼ିଆ ଭାଷା ଓ ସାହିତ୍ୟଠୁ ଦୂରରେ ରଖିଛି।

17:14 PM

Amit Shah Sonepur BJP Campaign Live: ସୋନପୁର ଜନସଭାକୁ ସମ୍ବୋଧିତ କରୁଛନ୍ତି ଅମିତ ଶାହ। ସାରା ଦେଶରେ ଲୋକେ ମୋଦୀଜୀଙ୍କୁ ତୃତୀୟଥର ପ୍ରଧାନମନ୍ତ୍ରୀ କରିବାକୁ ଯାଉଛନ୍ତି। ଓଡ଼ିଶାର ଲୋକେ ବି ସେଇଆ କରନ୍ତୁ। ଏହା ସହ ଓଡ଼ିଶାର ଜନତା ଆହୁରି ଏକ ଭୋଟ କରିବାକୁ ଯାଉଛି। ଓଡ଼ିଶାର ଭାଷା ସଂସ୍କୃତି ଧର୍ମ ଓ ସାହିତ୍ୟର ଗୌରବ ପାଇଁ ପୂର୍ଣ୍ଣ ବହୁମତ ସହ ଭାରତୀୟ ଜନତା ପାର୍ଟିର ସରକାର ହେବ।

17:09 PM

Amit Shah Sonepur BJP Campaign Live: ସୋନପୁର ଜନସଭାକୁ ସମ୍ବୋଧିତ କରୁଛନ୍ତି ଅମିତ ଶାହ। ବିଜେପିର ୪୦୦ ଆସନ ଲକ୍ଷ୍ୟ ପୂରା କରିବା କଥାକୁ ଦୋହରାଇଲେ...

17:06 PM

Amit Shah Sonepur BJP Campaign Live: ସୋନପୁରରେ ପହଞ୍ଚିଲେ ଗୃହ ମନ୍ତ୍ରୀ ଅମିତ ଶାହ। ଆଉ କିଛି ସମୟରେ ଜନସଭାକୁ ସମ୍ବୋଧିତ କରିବେ ଶାହ....

16:54 PM

ଆମେଠି-ରାଏବରେଲି ଆସନକୁ ନେଇ କ'ଣ ରହିଛି କଂଗ୍ରେସ ପ୍ଲାନ?
୨୦୨୪  ଲୋକସଭା ନିର୍ବାଚନ ପାଇଁ ଅପ୍ରେଲ ୨୬ ତାରିଖ ଶୁକ୍ରବାର ଅନୁଷ୍ଠିତ ହେବ ଦ୍ୱିତୀୟ ପର୍ୟ୍ୟାୟ ଭୋଟ ଗ୍ରହଣ। ଏହି ପର୍ଯ୍ୟାୟରେ କେରଳର ୱାୟନାଡ ଆସନରେ ମଧ୍ୟ ମତଦାନ ଅନୁଷ୍ଠିତ ହେବ। ଏହି ଆସନରୁ ରାହୁଲ ଗାନ୍ଧୀ ପୁଣି ଥରେ ନିର୍ବାଚନ ଲଢୁଛନ୍ତି। ହେଲେ ବର୍ତ୍ତମାନ ଉତ୍ତର ପ୍ରଦେଶର ଦୁଇଟି ହାଇପ୍ରୋଫାଇଲ୍ ସିଟ୍ ରାଏବରେଲି ଏବଂ ଆମେଠି ଆସନ ଉପରେ ରହିଛି। କାରଣ  ଗାନ୍ଧୀ ପରିବାରର ଗଡ଼ କୁହାଯାଉଥିବା ଏହି ୨ ଆସନ ପାଇଁ କଂଗ୍ରେସ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାର୍ଥୀ ଗୋଷଣା କରିନାହିଁ। 
ପଢନ୍ତୁ ପୁରା ଖବର

16:20 PM

Amit Shah Sonepur BJP Campaign Live: 
> ଝାରସୁଗୁଡ଼ା ପହଞ୍ଚିଲେ ଅମିତ ଶାହ
> ହେଲିକପ୍ଟର ଯୋଗେ ଯିବେ ସୋନପୁର

15:57 PM

ଦଳୀୟ ନିର୍ବାଚନ ପ୍ରଚାର ଆରମ୍ଭ କଲେ ବିଜେଡ଼ି ନେତା ଭିକେ ପାଣ୍ଡିଆନ
ଗୁରୁବାର (ଅପ୍ରେଲ ୨୫) କୋରାପୁଟ ଜିଲ୍ଲାର ପଟାଙ୍ଗୀ ଏବଂ ଲକ୍ଷ୍ମୀପୁର ଦଶମନ୍ତପୁର ଠାରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ବରିଷ୍ଠ ବିଜେଡ଼ି ନେତା ଭିକେ ପାଣ୍ଡିଆନ। ଏହି ଅବସରରେ ସେ ଦଳର ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ଭୋଟ୍ ରେ ଜିତାଇବାକୁ ନିବେଦନ କରିଛନ୍ତି। ଏହି ସଭାରେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହି ଜନସାଧାରଣ କାଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ଉଭୟ ସଭାରେ ଅନେକ କଂଗ୍ରେସ ନେତା କର୍ମକର୍ତ୍ତା ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି।
ପଢନ୍ତୁ ପୁରା ଖବର

15:28 PM

EC Notice To BJP, Congress: ଲୋକସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାମ୍ପ୍ରଦାୟିକ ଭାଷଣକୁ ନିର୍ବାଚନ ଆୟୋଗ ସଂଜ୍ଞାନ ନେଇଛି। ଏହି ପ୍ରସଙ୍ଗରେ ନିର୍ବାଚନ ଆୟୋଗ ବିଜେପିକୁ ନୋଟିସ ଜାରି କରିଛନ୍ତି। EC ଏହି ମାମଲାରେ ଦଳର ସଭାପତି ଜେପି ନାଡ୍ଡାଙ୍କଠାରୁ ଉତ୍ତର ମାଗିଛନ୍ତି। ସେମାନଙ୍କୁ ୨୯ ଏପ୍ରିଲରେ ୧୧ ଟା ସୁଦ୍ଧା ଉତ୍ତର ଦେବାକୁ ପଡିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ଆୟୋଗ ରାହୁଲ ଗାନ୍ଧୀଙ୍କ ବୟାନ ଉପରେ ମଧ୍ୟ ଜବାବ ମାଗିଛନ୍ତି। ରାହୁଲ ଗାନ୍ଧୀଙ୍କ ବୟାନରେ ଦଳର ସଭାପତି ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ ଜବାବ ଦେବାକୁ ପଡ଼ିବ। କହିରଖୁଛୁ ଯେ ରାହୁଲ ଗାନ୍ଧୀଙ୍କ ବୟାନ ବିରୋଧରେ ବିଜେପି ଅଭିଯୋଗ କରିଛି ଓ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ନିର୍ବାଚନ ଆୟୋଗରେ ଅଭିଯୋଗ କରିଛି।

13:57 PM

Amit Shah Sonepur BJP Campaign Live: କଡ଼ା ସୁରକ୍ଷା
ଶାହଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବଲାଙ୍ଗୀର ଓ ସୋନପୁର ଏସ୍‍ପିଙ୍କ ତତ୍ତ୍ୱାବଧାନରେ  ସୁରକ୍ଷା ଯାଞ୍ଚ ହେଉଛି। ଉତ୍ତରାଞ୍ଚଳ ଆଇଜି ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିଛନ୍ତି। ବଲାଙ୍ଗୀର, କନ୍ଧମାଳ, ବରଗଡ଼, ସମ୍ବଲପୁର ନିର୍ବାଚନ ମଣ୍ଡଳୀର ନେତା ଓ କର୍ମୀ ଉପସ୍ଥିତ।

13:55 PM

Amit Shah Sonepur BJP Campaign Live:  ସୋନପୁରରେ ଶାହ
ବିଜେପିର ମୁଖ୍ୟ ରଣନୀତିକାର ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଆଜି ରାଜ୍ୟରେ ପ୍ରଚାର ଆରମ୍ଭ କରିବେ। ସୋନପୁରର ରାମେଶ୍ୱରରମ୍‍ ଷ୍ଟାଡିୟମରେ ଆୟୋଜନ କରାଯାଇଛି। ଅପରାହ୍ଣ ୪ଟା ୪୫ରେ ହେବ ସଭା। ଏଥିରେ ପଶ୍ଚିମାଞ୍ଚଳର ୩ ଲୋକସଭା ଆସନର ନେତା ଓ କର୍ମୀ ଏକାଠି ହୋଇଛନ୍ତି।  ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନକୁ ନେଇ ଓଡ଼ିଶାରେ ବିଜେପିର ଲଢ଼େଇ ହେବ ବୋଲି ପର୍ବରୁ ଶ୍ରୀ ଶାହ ସୂଚନା ଦେଇଛନ୍ତି। ଏଣୁ ସେ ଏଥର କ’ଣ କହିବେ, କେମିତି ବିଜେଡିକୁ ରାଜନୀତିକ ଜବାବ ଦେବେ ତାହା ଉପରେ ନଜର ରହିଛି।

 

13:40 PM

Odisha News Live updates: ତୃତୀୟ ପର୍ଯ୍ୟାୟ ରଥକାଠ ପହଞ୍ଚିଲା
ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ ଅସନ, ୪୦ ଫୁଟିଆ ଧଉରା ରଥକାଠ ଆସି ପହଞ୍ଚିଛି।

13:25 PM

Amit Shah Sonepur BJP Campaign Live: ସୋନପୁର ଆସୁଛନ୍ତି ବିଜେପିର ଚାଣକ୍ୟ ତଥା ଗୃହମନ୍ତ୍ରୀ ଅମିତ ଶାହ। ସୋନପୁରରୁ ରାଜ୍ୟରେ ନିର୍ବାଚନୀ ପ୍ରଚାରର ବିଗୁଲ ଫୁଙ୍କିବେ ଶ୍ରୀ ଶାହ। ଶାହଙ୍କ ଗସ୍ତ ସହିତ ଜଡ଼ିତ ସମସ୍ତ ଟିକିନିଖି ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।