Odisha News Live Updates: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ ,ପଢି ନିଅନ୍ତୁ ଆଜିର ଆଉ କିଛି ତାଜା ଖବର
Advertisement
Article Detail0/zeeodisha/odisha2279968

Odisha News Live Updates: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ ,ପଢି ନିଅନ୍ତୁ ଆଜିର ଆଉ କିଛି ତାଜା ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha News Live Updates: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ ,ପଢି ନିଅନ୍ତୁ ଆଜିର ଆଉ କିଛି ତାଜା ଖବର
LIVE Blog
05 June 2024
22:52 PM

IND vs IRE Live Score: ଭାରତ ଆୟର୍ଲାଣ୍ଡକୁ ୮ୱିକେଟରେ ପରାସ୍ତ କରିଛି। ପନ୍ତ ଛକା ମାରି ଭାରତକୁ ବିଜୟ ପ୍ରଦାନ କରିଥିଲେ। ସେ ୩୬ ରନ୍ ସ୍କୋର କରି ଖେଳ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ।

21:42 PM

Lok Sabha Election Result 2024: ଲୋକସଭା ନିର୍ବାଚନରେ ​​ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ର ବିଜୟ ପାଇଁ ୫୦ ରୁ ଅଧିକ ବିଶ୍ୱ ନେତା ବିଦାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଯେଉଁମାନେ ଅଭିନନ୍ଦନ ଜଣାଇଛନ୍ତି ସେମାନଙ୍କ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଅଛନ୍ତି। ସୂଚନାଯୋଗ୍ୟ ଯେ ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ମୋଦୀ କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଠନ କରାବାକୁ ଯାଉଛନ୍ତି।

19:41 PM

IND vs IRE Live Score: ଆୟର୍ଲାଣ୍ଡ ବିପକ୍ଷରେ ଟସ୍ ଜିତିଲା ​ଭାରତ 
IND vs IRE Live Score: ଭାରତ ଟସ୍ ଜିତି ପ୍ରଥମେ ଆୟର୍ଲାଣ୍ଡ ବିପକ୍ଷରେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି।

 

18:14 PM

Lok sabha election 2024 results updates: ଭାଙ୍ଗିଲା ଲୋକସଭା ବିଲୋପ, ପ୍ରେସ ବିଜ୍ଞପ୍ତି ଜାରି କଲା ରାଷ୍ଟ୍ରପତି ଭବନ 
୧୭ ତମ ଲୋକସଭାକୁ ଭାଙ୍ଗି ଦିଆଯାଇଛି। ରାଷ୍ଟ୍ରିପତି ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛି ଯେ କ୍ୟାବିନେଟର ସୁପାରିଶ କ୍ରମେ ୧୭ ତମ ଲୋକସଭା ଭଙ୍ଗ କରାଯାଇଛି।

16:02 PM

Arvind Kejriwal News: କଥିତ ମଦ ଦୁର୍ନୀତିରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବର୍ତ୍ତମାନ ଜେଲରେ ରହିବାକୁ ପଡ଼ିବ। ରାଉସ୍ ଆଭେନ୍ୟୁରେ ଥିବା ଟ୍ରାଏଲ୍ କୋର୍ଟ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ୧୪ ଦିନ ବୃଦ୍ଧି କରିଛନ୍ତି।

13:45 PM

Odisha News Live Updates: ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି।  ଏ-ନେଇ ସ୍ବତନ୍ତ୍ର ରିଲିଫ୍ କମିଶନର ସୂଚନା ଦେଇଛନ୍ତି। ମୃତକଙ୍କ ପରିବାରକୁ ଜିଲ୍ଲାପାଳ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହାସହ ଏବେବି ଅନେକ ଆହତ ଜୀବନ ସହ ମେଡିକାଲ ସଂଘର୍ସ କରୁଛନ୍ତି। 

13:25 PM

Odisha News Live Updates: ଜୁନ୍‌ ୮ରେ ଶପଥ ନେଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି। ୮ରେ ଶପଥ ନେବା ନେଇ ଜାତୀୟ ଗଣମାଧ୍ୟମରେ ସୂଚନା।  ୮ ତାରିଖ ସନ୍ଧ୍ୟାରେ ହୋଇପାରେ ଶପଥ ଗ୍ରହଣ ଉତ୍ସବ। ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦି। 

 

13:15 PM

Chandrababu Naidu: ଚନ୍ଦ୍ରବାବୁ ନାଇଡୁଙ୍କ ଦଳ ଟିଡିପି ପ୍ରଚଣ୍ଡ ବହୁମତ ହାସଲ କରିବା ସହିତ ଆନ୍ଧ୍ରପ୍ରଦେଶରେ କ୍ଷମତାକୁ ଫେରିଛନ୍ତି। ଲୋକସଭା ନିର୍ବାଚନରେ ​​ଦଳର ପ୍ରଦର୍ଶନ ମଧ୍ୟ ଭଲ ହୋଇଛି। ଏହା ଆନ୍ଧ୍ରର ୨୫ଟି ସଂସଦ ମଧ୍ୟରୁ ୧୬ଟି ଆସନରେ ବିଜୟ ଲାଭ କରିଛି। କେନ୍ଦ୍ରରେ କ୍ଷମତା ହାସଲ ପାଇଁ କୌଣସି ନିର୍ଦ୍ଦିଷ୍ଟ ଦଳକୁ ପୂର୍ଣ୍ଣ ବହୁମତ ଦେଇ ନାହାନ୍ତି ଦେଶର ନାଗରିକ। ୨୪୦ଟି ଆସନ ଜିତି ବିଜେପି ସବୁଠୁ ବଡ ଦଳ ଭାବେ ଉଭା ହୋଇଛି। କିନ୍ତୁ ମ୍ୟାଜିକ ନମ୍ବର ୨୭୨ ହାସଲ କରିବାରେ ବିଫଳ ହୋଇଛି। ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ ବା ଏନଡିଏ ୨୯୨ଟି ଆସନ ସହିତ ବହୁମତ ହାସଲ କରିବାରେ ସଫଳ ହୋଇଛି।

13:06 PM

Odisha News Live Updates: ସାଧାରଣ ନିର୍ବାଚନ ସହ ବିଧାନସଭା ଫଳାଫଳରେ ବିଜେପି ରାଜ୍ୟରେ ଐତିହାସିକ ସଫଳତାର ସହ ଜନାଦେଶ ପାଇଛି। ଏବେ ମୁଖ୍ୟମନ୍ତ୍ରୀ ଚୟନ ନେଇ ଦଳ ମାନସ ମନ୍ଥନ ଜାରି ରଖିଛି। ଆସନ୍ତା ୧୦ତାରିଖରେ ରାଜ୍ୟରେ ବିଜେପି ସରକାର ଗଠନ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ନିଜେ ତାରିଖ ଘୋଷଣା କରିସାରିଛନ୍ତି।  ତେବେ ଏହାରି ମଧ୍ୟରେ ପୂର୍ବତନ ସାଂସଦ ତଥା ଟାଣୁଆ ନେତା ତଥାଗତ ଶତପଥୀ ସାମ୍ନାକୁ ଆସିଛନ୍ତି। ସେ ଏକ ଜାତୀୟ ଖବର ସରବରାହ ସଂସ୍ଥା ANIକୁ ଏକ ସାକ୍ଷାତକାର ଦେଇ ଯିଏ ଜଗନ୍ନାଥଙ୍କୁ ହାନୀ ପହଞ୍ଚାଇବ ସେ ଏମିତି ଅବସ୍ଥା ଭୋଗିବ ବୋଲି କହିଛନ୍ତି।  ANIକୁ ଦେଇଥିବା ସାକ୍ଷାତକାରରେ ଭି କେ ପାଣ୍ଡିଆନକୁ ସିଧାସଳଖ ଟାର୍ଗେଟ କରିଛନ୍ତି। ଓଡ଼ିଶାରେ ବଡ଼ ପରାଜୟ ହାସଲ କରିଛି ବିଜେଡି। ଓଡ଼ିଶାରେ ସରକାର ପରିବର୍ତ୍ତନ ହେବାର ବହୁତ ଗୁଡ଼ିଏ କାରଣ ରହିଛି। କିନ୍ତୁ ଏହି ପରିବର୍ତ୍ତନକୁ ଆମେ ସମସ୍ତେ ସ୍ବାଗତ କରୁଛୁ। ମୁଁ କୌଣସି ରାଜନୈତିକ କିମ୍ବା ଧାର୍ମିକ ଦୃଷ୍ଟିକୋଣରୁ କହୁନାହିଁ, କିନ୍ତୁ ଜଗନ୍ନାଥଙ୍କୁ ଯିଏ ଛୁଇଁଛି, ସିଏ ଧୂଳିସାତ ହୋଇଛି। ଜଣେ ବ୍ୟକ୍ତି ଦଳକୁ କବଜା କରିବାକୁ ଚେଷ୍ଟା କଲେ ଏଭଳି ପରିସ୍ଥିତି ସୃଷ୍ଟି ହେଲା। ବିଜେଡି କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିର ଦଳ ନୁହଁ। ସେହିପରି ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ପ୍ରଶ୍ନ ଉଠାଇଛନ୍ତି। 

11:55 AM

Odisha News Live Updates: ଶେଷ ହେଲା ନବୀନ ଯୁଗ। ଇସ୍ତଫା ଦେଲେ ନବୀନ। ମୁଖ୍ୟମନ୍ତ୍ରୀ ପଦରୁ ଆଜି ଇସ୍ତଫା ଦେଇଛନ୍ତି ନବୀନ ପଟ୍ଟନାୟକ। ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ଦେଲେ ନବୀନ। ଦଳର ପରାଜୟ ପରେ ଇସ୍ତଫା ଦେଇଥିବା ଜଣାପଡିଛି। ୨୪ ବର୍ଷ ପରେ ଓଡ଼ିଶାରେ ସରକାର ବଦଳିବାକୁ ଯାଉଛି। ସେ ନବୀନ ନିବାସରୁ ବାହାରି ରାଜଭବନ ବାହାରିଥିଲେ। ସେଠାରେ ସେ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦେଇଛନ୍ତି। ଓଡ଼ିଶାରେ ଦୀର୍ଘ ୨୪ବର୍ଷ ଶାସନରେ ରହିବା ପରେ ମଙ୍ଗଳବାର ବିଜୁ ଜନତା ଦଳ (ବିଜେଡି) ସରକାରର ପତନ ଘଟିଛି। 

 

11:44 AM

Odisha News Live Updates:  ରାଜଭବନରେ ପହଞ୍ଚିଲେ ନବୀନ ପଟ୍ଟନାୟକ। ଇସ୍ତଫା ଦେବାକୁ ରାଜଭବନରେ ପହଞ୍ଚିଲେ ନବୀନ। ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନବୀନ। ମୁଖ୍ୟମନ୍ତ୍ରୀ ଭାବେ ଶେଷ କାରକେଡ୍‌ରେ ନବୀନ । ଇସ୍ତଫାପତ୍ର ଦେବା ପାଇଁ ରାଜଭବନ ଅଭିମୁଖେ ଯାଉଛନ୍ତି ନବୀନ ପଟ୍ଟନାୟକ । 

 

10:58 AM

Odisha News Live Updates:  ନିମାପଡ଼ାର ପୂର୍ବତନ ବିଧାୟକ ସମୀର ରଞ୍ଜନ ଦାଶ ଭୁବନେଶ୍ବର ବିମାନ ବନ୍ଦରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସହ ସାକ୍ଷାତ କରିଛନ୍ତି। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରଲ୍ ହେଉଛି। ଶ୍ରୀ ଦାଶ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହ୍ୟାଣ୍ଡସେକ୍ କରି ବାର୍ତ୍ତାଳାପ କରୁଥିବା ଦେଖିବାକୁ ମିଳିଛି। ତେବେ ନିମାପଡ଼ାରେ ବିଜେଡି ସମୀରଙ୍କୁ ଟିକେଟ ନ ଦେବାରୁ ସେ ବିଜେଡି ଦଳ ଛାଡ଼ି ବିଜେପି ଦଳରେ ମିଶିଥିଲେ। ନିମାପଡ଼ାରେ ତାଙ୍କର ଭଲ ସଂଗଠନ ଥିବା ବେଳେ ସମର୍ଥକମାନେ ମଧ୍ୟ ତାଙ୍କ ସାଙ୍ଗରେ ରହିଥିଲେ। ପରେ ନିର୍ବାଚନ ସମୟରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ପ୍ରଭାତୀ ପରିଡ଼ାଙ୍କୁ ଶ୍ରୀ ଦାଶ ସମର୍ଥନ କରିବେ ବୋଲି ଖୁଲୁମ୍ ଖୁଲା ଗଣମାଧ୍ୟମକୁ କହିଥିଲେ। ପ୍ରଭାତୀ ମଧ୍ୟ ତାଙ୍କୁ ପୁର୍ଣ୍ଣ ବିଶ୍ୱାସ କରିଥିଲେ। ପ୍ରଚାର ସମୟରେ ସେ ମଧ୍ୟ ତାଙ୍କ ସାଙ୍ଗରେ ରହିଥିଲେ। ଗତକାଲି ନିର୍ବାଚନ ଫଳ ପ୍ରକାଶ ପରେ ପ୍ରଭାତୀ ପରିଡ଼ା ୯୫, ୪୩୦ ଖଣ୍ଡ ଭୋଟ ପାଇଥିଲେ, ୪,୫୮୮ ଖଣ୍ଡ ଭୋଟରେ ଜିତିଥିଲେ। ନିକଟତମ ପ୍ରତିଦ୍ବନ୍ଦୀ ବିଜେଡିର ଦିଲ୍ଲୀପ କୁମାର ନାୟକଙ୍କୁ ହରାଇଥିଲେ। ତେବେ ପ୍ରଭାତୀଙ୍କ ଜିତିବା ପଛରେ ସମୀରଙ୍କ ଦୃଢ଼ ସମର୍ଥନ ଥିବା ଆଲୋଚନା ହେଉଛି। ଯାହାକି ଗତକାଲି ପ୍ରଭାତୀ ଜିତିବା ପରେ ପ୍ରଥମେ ସମୀରଙ୍କୁ ଭେଟି ପ୍ରଣାମ କରିଥିବା ଦେଖିବାକୁ ମିଳିଥିଲା।

10:44 AM

Odisha News Live Updates: ଆଗକୁ ଆସୁଛି ବିବାହ ସିଜିନ୍। ଆଉ ତା ପୂର୍ବରୁ ଖସିଲା ସୁନା ରେଟ୍। ଯାହା ଗ୍ରାହକଙ୍କୁ ଆଶ୍ବସ୍ତି ଦେଇଛି। ଗତ କିଛି ଦିନ ହେବ ଅନ୍ତର୍ଜାତୀୟ ବଜାରରେ ସୁନା ଦର ବୃଦ୍ଧି ଯୋଗୁଁ ଭାରତୀୟ ବଜାରରେ ସୁନା ରେଟ୍ ଉପରମୁହାଁ ରହିଥିଲା। ଜଣେ ମଧ୍ୟବିତ ଶ୍ରେଣୀର ଲୋକେ ବି ସୁନା କିଣିବାକୁ ସାହାସ କରିପାରୁ ନଥିଲା। କିନ୍ତୁ ଆଜି ସୁନା ଦରରେ ପରିବର୍ତ୍ତନ ହୋଇଛି। ଯଦି ଆପଣ ଆଜି ସୁନା କିଣିବା ପାଇଁ ଯୋଜନା କରିଛନ୍ତି । ତେବେ,ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍?

ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ :  Gold Rate Today: ଖସିଲା ସୁନା ରେଟ୍ , ଜାଣନ୍ତୁ ଭୁବନେଶ୍ବରରେ ୧୦ ଗ୍ରାମ୍ ପିଛା କେତେ ରହିଛି ଦର?

10:22 AM

Odisha News Live Updates: ସରିଲା ନବୀନ ଯୁଗ। ବିପୁଳ ଭୋଟରେ ହାରିଲା ବିଜେଡି। ରାଜ୍ୟରେ ବିଜେପି ସ୍ପଷ୍ଟ ବହୁମତ ଆଣିବା ପରେ ଆଜି ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଆଜି ଦିନ ୧୧ଟା ୩୫ରେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଦେବେ ଇସ୍ତଫା ପତ୍ର ଦେବେ ବୋଲି ସୂଚନା ମିଳିଛି। ତେବେ ଏହାପରେ କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । 

10:11 AM

Odisha News Live Updates:  ନରସିଂହପୁର ମାଣିଆବନ୍ଧ ଥାନା IICଙ୍କ ଘର ଓ ଗାଡ଼ି ଭାଙ୍ଗିଲେ ଦୁର୍ବୃତ୍ତ। ଗତକାଲି ରାତିରେ ମହିଳା IIC କାଦମ୍ବିନୀ ପରିଡ଼ାଙ୍କ ଗାଡ଼ି ଭଙ୍ଗାରୁଜା ହୋଇଥିବା ସୂଚନା ମିଳିଛି। ୬ ଦୁର୍ବୃତ୍ତଙ୍କୁ ବଡ଼ମ୍ବା ଥାନାରେ ଅଟକ ରଖି ପଚରାଉଚରା ଜାରି ରହିଛି।  ଗାଡ଼ି ଭଙ୍ଗାରୁଜାର କାରଣ ଅସ୍ପଷ୍ଟ ରହିଛି।

 

09:47 AM

Odisha News Live Updates: ଲଗାତାର ତୃତୀୟ ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ।  ମାଳଦୀପ ରାଷ୍ଟ୍ରପତି ଶୁଭେଚ୍ଛା ଜଣାଇବା ସହ ଦୁଇ ଦେଶର ସମୃଦ୍ଧି କାମନା କଲେ। ସେହିପରି, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜ୍ଜିଆ ମେଲୋନି ବି ବଧାଇ ଜଣାଇଲେ। ଉଭୟ ଦେଶର ବନ୍ଧୁତାକୁ ସୁଦୃଢ଼ କରିବା ପାଇଁ କାମ ଜାରି ରହିବ କହିଲେ।ଭୂଟାନ ପ୍ରଧାନମନ୍ତ୍ରୀ ଓ ଶ୍ରୀଲଙ୍କା ରାଷ୍ଟ୍ରପତି ମଧ୍ୟ ଶୁଭେଚ୍ଛା ଜଣାଇଲେ। 

09:06 AM

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର : Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

 

08:48 AM

Road Accident: ଏମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁ କିଛି । କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ।  ଘର ଭିତରେ ଶୋଇଥିବା ବେଳେ ମାଡିଗଲା ଡମ୍ପର୍ । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଆମ୍ବଳିଅଠାରେ ଘଟିଛି ଏହି ଦୁର୍ଘଟଣା।

 

08:33 AM

Odisha News Live Updates: ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ।  ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ସିଂହାର କରିବେ। ଏହି ବିଶେଷ ନୀତି ପାଇଁ ଭକ୍ତମାନେ ସନ୍ଧ୍ୟା ୭ଟାରୁ  ରାତି ୧୦ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ।  ଠାକୁରଙ୍କ ବନକଲାଗି ନୀତି ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ହେବ।  ଦ୍ବୀତିୟ ଭୋଗ ମଣ୍ତପ ନୀତି ପରେ, ମହାପ୍ରଭୁଙ୍କ ବନକଲାଗି ନୀତି  ଆରମ୍ଭ ହେବ।  ଦତ୍ତମହାପାତ୍ର ସେବକମାନେ ଠାକୁରଙ୍କ  ଶ୍ରୀମୁଖ ସିଂହାର କରିବା ପାଇଁ  ଗର୍ଭଗୃହକୁ ପ୍ରବେଶ କରିବେ। ଉକ୍ତ ଦିନର ଠାକୁରଙ୍କ ସେବାପୂଜାର ନୀତି ନିର୍ଘଣ୍ଟକୁ ନେଇ ବନକଲାଗି ନୀତି ସମୟ ଧାର୍ଯ୍ୟ ହେବା ନେଇ ସୂଚନା ରହିଛି। 

08:27 AM

Odisha News Live Updates: ରାଜ୍ୟରେ ସରକାର ଗଢିବ ବିଜେପି। ବିଧିବଧ ଭାବେ ଘୋଷଣା ହୋଇ ନଥିଲେ ମଧ୍ୟ ନିର୍ବାଚନ ଫଳାଫଳ ତାହା ସ୍ପଷ୍ଟ କରି ଦେଇଛି। ରାଜ୍ୟରେ ବିଜେପି ସରକାର ନ ଗଢୁଣୁ। ରାଜ୍ୟବାସୀଙ୍କୁ ଲାଗିଛି ଶକ୍ତ ଝଟକା। ରାଜ୍ୟରେ ବଢିଲା ପେଟ୍ରୋଲ- ଡିଜେଲ୍ ଦର।  ଜୁନ୍ ୫ ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲର ନୂଆ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ସ୍ଥିରତା ଦେଖିବାକୁ ମିଳିଛି। କିନ୍ତୁ, ବୁଧବାର ଦିନ ଦେଶର ପ୍ରମୁଖ ସହର ଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦର ଲୋକଙ୍କ ଚିନ୍ତା ବଢାଇଛି। କିଛି ସ୍ଥାନରେ ଦର ଖସି ଥିବା ବେଳେ ଆଉ କିଛି ସ୍ଥାନରେ ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ଆସନ୍ତୁ ଜାଣିବା କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ?

ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ Petrol Diesel Price Today: ନିର୍ବାଚନ ଫଳାଫଳ ପରେ ବଡ଼ ଝଟକା, ରାଜ୍ୟରେ ବଢିଲା ପେଟ୍ରୋଲ-ଡିଜେଲ ଦର

08:05 AM

Odisha News Live Updates: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଗତ ୨ ଦିନ ପୂର୍ବରୁ ରାଜ୍ୟରେ  କେତେକ ସ୍ଥାନରେ ବର୍ଷା ହୋଇଥିଲା। ଯାହା ଫଳରେ ରାଜ୍ୟବାସୀ ତାତିରୁ ମୁକ୍ତି ପାଇଥିଲେ। ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି। ଆଜି କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା କହିଛି ଆଞ୍ଚଳିକ ପାଣିପାଗ ବିଭାଗ। ସେହି ଜିଲ୍ଲା ଗୁଡିକ ହେଲା କେନ୍ଦୁଝର, କନ୍ଧମାଳ ,ମୟୂରଭଞ୍ଜ,ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ନୟାଗଡ଼, ଗଞ୍ଜାମ, ଗଜପତି, କଳାହାଣ୍ଡି, ଖୋର୍ଦ୍ଧା ଓ ବାଲେଶ୍ୱର। 

 

07:31 AM

Odisha News Live Updates: ଓଡ଼ିଶା ବିଧାନସଭାର ୧୪୭ ଆସନ ଲାଗି ପ୍ରତିନିଧିଙ୍କ ନାମ ଘୋଷଣା କରାଯାଇଛି। ଏହି ନବ ନିର୍ବାଚିତ ପ୍ରତିନିଧି ମାନେ ସପ୍ତଦଶ ବିଧାନସଭାର ସଦସ୍ୟ ଭାବେ ଆସନ୍ତା ୫ ବର୍ଷ କାର୍ଯ୍ୟ କରିବେ। ଏହି ଆସନ ଭିତରୁ ବିଜେପିରୁ ୭୮ ଆସନ ମିଳିଥିବା ବେଳେ ବିଜେଡିକୁ ୫୧, କମ୍ୟୁନିଷ୍ଟ ପାର୍ଟିକୁ ୧ ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କୁ ୩ଟି ଆସନ ମିଳିଥିବା ମୁଖ୍ୟ ନିର୍ବାଚନ ଆୟୁକ୍ତ ଘୋଷଣା କରିଛନ୍ତି। 

ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ : Odisha Election Results 2024: ନିର୍ବାଚନ କମିଶନଙ୍କ ଘୋଷଣା: ରାଜ୍ୟରେ ବିଜେପି ୭୮, ବିଜେଡି ୫୧

07:14 AM

Odisha News Live Updates: ଏନଡିଏ ଓ ଇଣ୍ତିଆ ମେଣ୍ଟ ବୈଠକ  ଆଜି ନୂଆଦିଲ୍ଲୀରେ ବସିବ। ସରକାର ଗଠନ ନେଇ ରଣନୀତି ପ୍ରସ୍ତୁତ ନିମନ୍ତେ  ଏହି ୨ ମେଣ୍ଟର ବୈଠକ ବସୁଥିବା ଜଣାପଡୁଛି।  ଏନଡିଏ ବୈଠକରେ ସରକାର ଗଠନ ନେଇ ନିଷ୍ପତ୍ତି ହେବ।  ଏ-ହି ବୈଠକରେ ନୀତିଶ କୁମାର, ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ବହୁ ବଡ଼ ବଡ଼ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏବଂ ଏଥିରେ ଅମିତ୍ ଶାହ ମଧ୍ୟ ଉପସ୍ଥିତ ରହିବେ। ଆଜି  ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏନଡିଏ ବୈଠକରେ ନେତାମାନେ ଭବିଷ୍ୟବାଣୀ ସ୍ଥିର କରିବେ।  ଏହାସହ କ୍ୟାବିନେଟ୍ ଗଠନକୁ ନେଇ ଆଲୋଚନା ମଧ୍ୟ ହୋଇପାରେ।  

 

07:13 AM

Odisha News Live Updates: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜୁନ୍ ୫ ହେଉଛି ବୁଧବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ : Today Horoscope: ଆଜି ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?