Odisha News Live Updates: ମୁଣ୍ଡିଆ ମାରି ଲୋକସେବା ଭବନକୁ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ଖବର
Advertisement
Article Detail0/zeeodisha/odisha2320471

Odisha News Live Updates: ମୁଣ୍ଡିଆ ମାରି ଲୋକସେବା ଭବନକୁ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

 

Odisha News Live Updates: ମୁଣ୍ଡିଆ ମାରି ଲୋକସେବା ଭବନକୁ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ଖବର
LIVE Blog
04 July 2024
20:18 PM

Odisha News Live Updates: ଇସ୍ରାଏଲ ଉପରେ ହିଜବୁଲ୍ଲାର ଘନ ଘନ ରକେଟ ମାଡ଼
ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ଇସ୍ରାଏଲର ବିଭିନ୍ନ ସାମରିକ ଘାଟି ଉପରକୁ ୨୦୦ରୁ ଅଧିକ ରକେଟ୍ ନିକ୍ଷେପ କରିଛି। ସଂଗଠନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ର ଆକ୍ରମଣ ଲେବାନନ-ଇସ୍ରାଏଲ ସୀମାରେ ଦୀର୍ଘ ମାସ ଧରି ଚାଲିଥିବା ସଂଘର୍ଷ ମଧ୍ୟରେ ସବୁଠାରୁ ବଡ ଆକ୍ରମଣ ଥିଲା । ଗତ କିଛି ସପ୍ତାହ ହେବ ଏହି ଅଞ୍ଚଳରେ ଉତ୍ତେଜନା ବଢ଼ିବାରେ ଲାଗିଛି।

17:16 PM

Odisha Live News Updates: ହାଥରସ ଘଟଣା ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦର୍ଶନ ଦେବାକୁ ମନା କଲେ ପ୍ରେମାନନ୍ଦ ମହାରାଜ
ହାଥରସର ଏକ ସତସଙ୍ଗରେ ଦଳାଚକଟା ହେବାରୁ ୧୨୩ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ପରେ ଅନେକ ବାବା ସତର୍କ ହୋଇଛନ୍ତି। ନିଜ ଭକ୍ତମାନଙ୍କ ସୁରକ୍ଷା ପାଇଁ ନିଜର ଦର୍ଶନ ଦେବାକୁ ମନା କରୁଛନ୍ତି। ବୁଧବାର ବାଗେଶ୍ବର ବାବା ଏକ ଭିଡିଓ ଜାରି କରି କହିଥିଲେ ଯେ, ତାଙ୍କ ଜନ୍ମଦିନରେ ଅଧିକ ଭିଡ଼ ହେବାର ସମ୍ଭାବନା ଥିବାରୁ ସେ ବଡ଼ ଆକରରେ ଜନ୍ମଦିନ ପାଳିବେ ନାହିଁ। ଗୁରୁ ପୂର୍ଣ୍ଣିମା‌ରେ ବଡ଼ ସ୍ଥାନ ଦେଖି କାର୍ଯ୍ୟକ୍ରମ ଆୟୋଜନ କରିବା ସହ ସେ ନିଜ ଭକ୍ତଙ୍କୁ ଦେଖା କରିବେ। ତାଙ୍କ ପରେ ଏବେ ବହୁ ଚର୍ଚ୍ଚିତ ପ୍ରେମାନନ୍ଦ ମହାରାଜ ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ବୋଲି କହିଛନ୍ତି।

17:15 PM

Odisha News Live Updates: ଭଦ୍ରକ ଡାକ୍ତରଖାନାରେ ତୁମୁଳକାଣ୍ଡ
ଭଦ୍ରକ ମେଡିକାଲରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ପ୍ରସବ ଜଣେ ମହିଳାଙ୍କୁ ଚିକିତ୍ସା ନାଁରେ ଡାକ୍ତର ମାରି ଦେଇଥିବା ଅଭିଯୋଗ ହୋଇଛି। ଡାକ୍ତରଖାନାରେ ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଡାକ୍ତର ସମ୍ପୃକ୍ତ ମହିଳାଙ୍କୁ  ସାଧାରଣ ପ୍ରସବ କରାଇବାର ଆଶ୍ୱାସନା ଦେଇ ଚିକିତ୍ସା ଆରମ୍ଭ କହିଥିଲେ। କିନ୍ତୁ ପରେ ଅଣାୟତ ହେବାରୁ ତାହାଙ୍କୁ କଟକ ମେଡିକାଲ୍‍କୁ ସ୍ଥାନାନ୍ତରଣ ପାଇଁ କହିଥିବା ସୂଚନା ମିଳିଛି। ହେଲେ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ପରେ ହିଁ ଡାକ୍ତରଖ ତାଙ୍କୁ କଟକ ପଠାଇବା ପାଇଁ ଲେଖିଥିବା ଅଭିଯୋଗ ହୋଇଛି।

14:21 PM

Odisha News Live Updates:  ବିଏମସିର ବିଜେଡି କର୍ପୋରେଟରଙ୍କ ପାଇଁ କଡ଼ା କଟକଣା ଜାରି କରିଛି ଦଳ। ବିଜେଡି ସଭାପତି ତଥା ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ପକ୍ଷରୁ କଟକଣା ଜାରି କରାଯାଇଛି। ଏକ ଚିଠି ମାଧ୍ୟମରେ ଏହି କଟକଣା ଜାରି କରାଯାଇ ଥିବା ଜଣାପଡ଼ିଛି। ଚିଠିରେ କୁହାଯାଇଛି ଯେ, ବିଏମସିର ବିଜେଡି କର୍ପୋରେଟର ମାନେ ବିନା ଅନୁମତିରେ ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରାଯାଇଛି। ଦଳୀୟ ନିର୍ଦ୍ଦେଶ ନେଇ କେହି ମୁହଁ ଖୋଲି ପାରିବେ ନାହିଁ ବୋଲି କଡ଼ା କଟକଣା ଜାରି କରାଯାଇଛି। ତେବେ ଏହି ନିର୍ଦ୍ଦେଶ ପରେ କର୍ପୋରେଟରଙ୍କ ମଧ୍ୟରେ ଛନକା ପସିଛି। ଅନ୍ୟପଟେ ସରକାର ବଦଳିବା ପରେ ବିଏମସିର ଅଧିକାଂଶ ବିଜେଡି କର୍ପୋରେଟର । ତେଣୁ ଦରକାର ବିଜେପିକୁ ଆସିବା ପରେ ଏମାନଙ୍କ ମଧ୍ୟରୁ କିଛି କର୍ପୋରେଟର ଦଳ ଛାଡ଼ି ବିଜେପିରେ ସାମିଲ ହେବାକୁ ଯାଉଥିବା ବିଶେଷ ସୂତ୍ରରୁ ଜଣାପଡିଛି। 

 

14:00 PM

Odisha News Live Updates: ସାଢେ ତିନି ଇଞ୍ଚ ରଥରେ ବଡ ଦିଅଁ । ୮୩୨ ଖଣ୍ଡ ଧୂପକାଠି କାଠିରେ ତିନୋଟି ରଥ ରେ ରଥାରୁଢ଼ ହୋଇଛନ୍ତି ତିନି ଠାକୁର । ସମ୍ବଲପୁର ବୁଢାରଜା ସ୍କୁଲର ନବମ ଶ୍ରେଣୀ ରେ ପଢ଼ୁଥିବା ସୂର୍ଯ୍ୟକାନ୍ତ ଙ୍କ ତିନି ରଥର ସୂକ୍ଷ୍ମ କାରିଗରୀ ଏବେ ସମସ୍ତ ଙ୍କର ଆକର୍ଷଣ ର କେନ୍ଦ୍ରବିନ୍ଦୁ ହୋଇଛି । ସମ୍ବଲପୁର ସହରର ଜଣେ କୁନିଭକ୍ତ ତଥା ଶିଳ୍ପୀ ସୂର୍ଯ୍ୟକାନ୍ତ ବାରିକ ଗଢିଛନ୍ତି ସାଢେ ତିନି ଇଞ୍ଚ ର ତିନୋଟି କୁନି ରଥ । ଘୋଷଯାତ୍ରା ଉପଲକ୍ଷେ ନିଜର କଳାକୁ ନୂଆ ରୂପ ଦେଇଛନ୍ତି ସୂର୍ଯ୍ୟ ପ୍ରକାଶ । ସେ ଏହି କୁନି ରଥ ପ୍ରସ୍ତୁତି କରିଛନ୍ତି ୮୩୨ ଖଣ୍ଡ ଧୂପକାଠି କାଠିର ବ୍ୟବହାର ସହ ୩.୫ ଇଞ୍ଚ ଉଚ୍ଚତାର ୩ଟି ରଥ ପ୍ରସ୍ତୁତ କରିଛନ୍ତି। ଅବିକଳ ପୁରୀ ର ତିନି ରଥ ଭଳି ଦେଖାଯାଉ ଥିବା ଏହି ରଥରେ ମହାପ୍ରଭୁ ଜଗନ୍ନାଥ, ବଡ଼ ଦିଅଁ ବଳଭଦ୍ର ଓ ଦେବୀ ସୁଭଦ୍ରା ବିରାଜମାନ କରିବେ। ଏହି ରଥଗୁଡ଼ିକୁ ଚଳାଇ ମଧ୍ୟ ହେବ। ଏଥିପାଇଁ ସୂର୍ଯ୍ୟ ଛୋଟ କାଠର ସର୍ବମୋଟ ୪୨ଟି ଚକ ମଧ୍ୟ ନିର୍ମାଣ କରିଛନ୍ତି । ଛୋଟ ପତାକା ମଧ୍ୟ ଲଗାଯାଇଛି ।ଏହା ନିର୍ମାଣ କରିବା ପାଇଁ ତାଙ୍କୁ ପାଖାପାଖି ଏକ ମାସ ସମୟ ଲାଗିଛି ।

13:17 PM

Odisha News Live Updates:  ବିଜେଡି ବିବାଦରେ ମୁହଁ ଖୋଲିଲେ ମେୟର ସୁଲୋଚନା ଦାସ । ବିଜେଡିର ୫୭ କର୍ପୋରେଟର ଏକାଠି ଅଛୁ ବୋଲି କହିଲେ ସୁଲୋଚନା । ସବୁ ବିଜେଡି କର୍ପୋରେଟର ଏକ ଅଛନ୍ତି, ଆମେ ଏକାଠି କାମ କରୁଛୁ।

 

12:58 PM

Odisha News Live Updates: ଭାରତର ସବୁଠାରୁ ‘ରହସ୍ୟମୟୀ’ ମନ୍ଦିର ଭିତରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଅନ୍ୟତମ । ହଜାର ହଜାର ବର୍ଷ ପୁରୁଣା ଏହି ମନ୍ଦିରରେ ଅନେକ ରହସ୍ୟ ଲୁଚି ରହିଛି । ଏହି ମନ୍ଦିର ସହ ଜଡ଼ିତ ଇତିହାସ ମଧ୍ୟ ଖୁବ ଆଶ୍ଚର୍ଯ୍ୟଜନକ । ଏହି ମନ୍ଦିରକୁ ନେଇ ଏକ ଧାର୍ମିକ ମାନ୍ୟତା ରହିଛି ଯେ, ଜଗନ୍ନାଥ ମନ୍ଦିରର ବିଗ୍ରହରେ ଆଜି ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହୃଦୟ ରହିଛି । ଏହି ମନ୍ଦିରରେ ଅନେକ ଗୁଡ଼ିଏ ରହସ୍ୟ ରହିଛି, ଯାହା ଆଜି ପର୍ଯ୍ୟନ୍ତ କୌଣସି ସତ୍ୟତା ମିଳି ପାରି ନାହିଁ । ଏଭଳି କିଛି ରହସ୍ୟ ମଧ୍ୟ ଅଛି, ଯାହା ବିଷୟରେ ଲୋକେ ଖୁବ କମ୍ ଜାଣିଛନ୍ତି ।

ଲିଙ୍କରେ କ୍ଲିକ୍ କରି ଖବର ପଢନ୍ତୁ :  5 Amazing Facts About Jagannath Temple : ଜାଣନ୍ତୁ ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ୫ ଟି ଅଲୌକିକ ରହସ୍ୟ

12:31 PM

Odisha News Live Updates:  ବିଳମ୍ବିତ ରାତିରେ ପଂଚାୟତ ଘରେ କଳା କନା ବୁଲାଇଲେ ଦୁର୍ବୁତ୍ତ । ଚୋରି କରିନେଲେ ଦରକାରୀ ଅଫିସ କାଗଜପତ୍ର ,ସିସି ଟିଭି ହାର୍ଡ଼ଡିସ୍କ,ପ୍ରିଣ୍ଟର ଏବଂ ନଗଦ ଟଙ୍କା । ଏପରି ଅଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଦୁଡ଼ପଳ ପଂଚାୟତ ଅଫିସରେ । ଗତକାଲି ବିଳମ୍ବିତ ରାତିରେ ଦୁଡ଼ପଳ ପଂଚାୟତ ଅଫିସର ଗେଟ ତାଲା କାଟି ଭିତରକୁ ଯାଇ ଅଫିସରେ ଥିବା ନଗଦ ୩ ହଜାର ଟଙ୍କା ଚୋରି କରିବା ସହିତ ,ସିସି ଟିଭି ହାର୍ଡ଼ଡିସ୍କ,୨ଟି କମ୍ପୁଟର ପ୍ରିଣ୍ଟର ଏବଂ ଆଲମାରୀ ଭାଙ୍ଗି ଅଫିସ ଦରକାରୀ କାଗଜପତ୍ର ଚୋରି କରିବା ସହିତ ଫାଇଲ ସବୁ ଛିଡ଼ି ଫୋଫାଡ଼ି ଦେଇଥିଲେ । ଆଜି ସକାଳେ ସରପଞ୍ଚ ଅଫିସକୁ ଆସି ଅଫିସର ତାଲା ଭାଙ୍ଗି ଚୋରି ହଇଥିବା ଜାଣିବାକୁ ପାଇଥିଲେ ।  ଘଟଣା ଜାଣିପାରି ସମସ୍ତ ୱାର୍ଡ ମେମ୍ବର, ଗ୍ରାମବାସୀଙ୍କୁ ଖବର ଦେବା ସହିତ ଥାନାକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ କମର୍ଦା ପୋଲିସ ପହଁଚି ତଦନ୍ତ କରୁଛନ୍ତି ।

 

12:13 PM

 Odisha News Live Updates:  ଆସାମର ବନ୍ୟା ସ୍ଥିତି ଭୟଙ୍କର ହେଲାଣି। ଆସାମ ଏବଂ ଅରୁଣାଚଳ ପ୍ରଦେଶରେ ଗତ କିଛି ଦିନ ହେବ ଲଗାତାର ପ୍ରବଳ ବର୍ଷା ହୋଇଛି। ଏଭଳି ପରିସ୍ଥିତିରେ ବ୍ରହ୍ମପୁତ୍ର ସମେତ ଅନେକ ନଦୀ ଜଳମଗ୍ନ ଅବସ୍ଥାରେ ରହିଛି ଏବଂ ଅଧିକାଂଶ ଅଞ୍ଚଳରେ ଭୂସ୍ଖଳନ ଭଳି ଘଟଣା ଦେଖିବାକୁ ମିଳୁଛି।ବ୍ରହ୍ମପୁତ୍ର ନଦୀରେ ବନ୍ୟା ଯୋଗୁଁ ଜନଜୀବନ ସହ ପଶୁପକ୍ଷୀ ପ୍ରଭାବିତ ହୋଇଛନ୍ତି। ବନ୍ୟା ବିତ୍ପାତ ଯୋଗୁ ୨୮ଟି ଜିଲାରେ ୧୬ ଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି। ସେପଟେ ବନ୍ୟା ଯୋଗୁ ବର୍ତ୍ତମାନ ସୁଦ୍ଧା ୪୮ ଜଣଙ୍କ ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ବନ୍ୟା ପାଣିରେ ବୁଡି ଆଉ ୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

11:49 AM

Odisha News Live Updates: ଲୋକସେବା ଭବନରେ ବିଦ୍ଧିବଦ୍ଧ କାର୍ଯ୍ୟଭାର ସମ୍ଭାଳିଲେ ମୁଖ୍ୟମନ୍ତ୍ରୀ। ଏନେଇ ସେ ପ୍ରତିକ୍ରିୟା ରଖିଛନ୍ତି। ଓଡ଼ିଆ ଅସ୍ମିତା ସଂରକ୍ଷଣ ଓ ପ୍ରସାରକୁ ଗୁରୁତ୍ବ ଦିଆଯିବ। ସାହିତ୍ୟ, କଳା, ସଙ୍ଗୀତ ଓ ଲଳିତ କଳା ଏକାଡେମୀର ପୁନଃଗଠନ ହେବ। ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର କରାଯିବ। ବରୁଣେଇରେ ପାଇକ ଏକାଡେମୀ ଓ ସ୍ମାରକୀ ନିର୍ମାଣ ତ୍ବରାନ୍ବିତ ହେବ। ବିଭିନ୍ନ ଐତିହ୍ୟ ପୀଠର ବିକାଶକୁ ଗୁରୁତ୍ବ ଦେବାକୁ ସଂକଳ୍ପବଦ୍ଧ। ପ୍ରତି ଜିଲ୍ଲାର କଳା ଓ ସଂସ୍କୃତିକୁ ପ୍ରୋତ୍ସାହନ ଦିଆଯିବ।  ଅନୁବାଦ ଏକାଡେମୀ, ଓଡ଼ିଆ ଅସ୍ମିତା ଭବନ ନିର୍ମାଣ କରାଯିବ। ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ କମିଶନ ଗଠନ ହେବ।  ଭୌତିକ ପ୍ରଗତି ସହ ସାଂସ୍କୃତିକ ପ୍ରଗତିକୁ ଗୁରୁତ୍ବ ଦିଆଯିବ। 

 

11:11 AM

Odisha News Live Updates:  ଲୋକସେବା ଭବନରେ ମୁଣ୍ତିଆ  ମାରି ଭିତକୁ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନର ତୃତୀୟ ମହଲାରୁ ସେ ଆଜି ବିଧିବଦ୍ଧ ଭାବରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ସେଠାରେ ପହଞ୍ଚିବା ପରେ ତାଙ୍କୁ ପାଛୋଟି ନେଇଥିଲେ କ୍ୟାବିନେଟ୍ ମନ୍ତ୍ରୀ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ତାଙ୍କୁ ପାଛୋଟି ନେଇଥିଲେ। ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ନେବା ପରେ ୨୨ ଦିନ ହେଲା ରାଜ୍ୟ ଅତିଥି ଭାବନରେ ଚାଲିଥିଲା ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ।

10:54 AM

Odisha News Live Updates: ପ୍ରଥମ ଥର ପାଇଁ ଭାରତୀୟ ଷ୍ଟକ୍‌ ଏକ୍ସଚେଞ୍ଜ ଏକ ଐତିହାସିକ ସଫଳତା ହାସଲ ସହ ନୂତନ ରେକର୍ଡ କରିଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ବୁଧବାର ପ୍ରଥମ ଥର ପାଇଁ ୮୦,୦୦୦ ପଏଣ୍ଟ ସ୍ତର ଅତିକ୍ରମ କରିଥିଲା। ଖୁବ୍‌ କମ୍ ସମୟ ଭିତରେ ଏହା ୫୦୦୦ ପଏଣ୍ଟ ଯୋଡ଼ିବା ସହ ଏହି ବିରଳ ଉପଲବ୍ଧି ହାସଲ କରିଥିଲା। କିନ୍ତୁ ସେହି ସଫଳତା ଦୀର୍ଘ ସମୟ ରହି ପାରିନଥିଲା। କାରବାର ବନ୍ଦ ହେବା ବେଳକୁ ସେନ୍‌ସେକ୍ସ ୮୦୦୦୦ ପଏଣ୍ଟ ତଳକୁ ଖସି ଆସିଥିଲା। ଗତକାଲିର ବନ୍ଦ ତୁଳନାରେ ସେନ୍‌ସେକ୍ସ ୫୪୫ ପଏଣ୍ଟ ବୃଦ୍ଧି ପାଇ ୭୯,୯୮୬ ପଏଣ୍ଟରେ ବନ୍ଦ ହୋଇଛି। ‌‌ସେହିପରି, ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୧୬୨ ପଏଣ୍ଟ ବୃଦ୍ଧି ପାଇ ୨୪ ହଜାର ୨୮୬ ପଏଣ୍ଟରେ ବନ୍ଦ ହୋଇଛି। 

10:36 AM

Odisha News Live Updates: ଏଲନ ମସ୍କଙ୍କ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଏକ୍ସ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଭାରତର ହୋମଗ୍ରାଉଣ୍ଡ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ‘କୁ’(KOO) ଆରମ୍ଭ କରାଯାଇଥିଲା।ସେତେବେଳ ସମୟରେ ଏହି ଦେଶୀ ଟୁଇଟରର ଲୋକପ୍ରିୟତା ଭାରତରେ ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା, କିନ୍ତୁ ବର୍ତ୍ତମାନ ଏହି ପ୍ଲାଟଫର୍ମ ବନ୍ଦ ହୋଇଯାଇଛି।  ୪ ବର୍ଷ ପୂର୍ବେ ଲଞ୍ଚ କରାଯାଇଥିବା  ଏବି ଆପ୍ ୟୁଜରଙ୍କୁ ଆକର୍ଷିତ କରିପାରିଲାନି। ଏଣୁ ଗତ ୪ ବର୍ଷ ହେଲା ମାର୍କେଟ୍‌ରେ ରହିବା ପାଇଁ ଆପ୍ କୁ ବହୁତ୍ ସଂଘର୍ଷ କରିବାକୁ ପଡିଛି। ପାର୍ଟନର୍‌ଶିପ୍‌ କଥାବାର୍ତ୍ତା ବିଫଳତା ଏବଂ ଟେକ୍ନୋଲୋଜି ମୂଲ୍ୟରେ ବିପୁଳ ଖର୍ଚ୍ଚ ହେତୁ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ବନ୍ଦ ହୋଇଯାଇଛି ବୋଲି କମ୍ପାନୀର ପ୍ରତିଷ୍ଠାତାମାନେ ନିଜେ ଏହା ଘୋଷଣା କରି କହିଛନ୍ତି।

 

10:26 AM

Odisha News Live Updates:  ବିଧିବଦ୍ଧ ଭାବେ ଆଜିଠାରୁ ଲୋକସେବା ଭବନରୁ କାର୍ଯ୍ୟ ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ପାଇଁ ସଜେଇ ହୋଇଛି ଲୋକସେବା ଭବନ । ଫୁଲ ଓ ରଙ୍ଗୋଲିରେ ଲୋକସେବା ଭବନରେ ସାଜସଜା । 

10:06 AM

Odisha News Live Updates:  ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣରେ ଭାଙ୍ଗିଲା ଘର। ଭାପୁର ତହସିଲ ମୁଖ୍ୟ କିରାଣିଙ୍କ କ୍ବାର୍ଟର୍ସରେ ଅଗ୍ନିକାଣ୍ଡ, ୨ ଆହତ। ବିଳମ୍ବିତ ରାତିରେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ହୋଇ ସିଲିଣ୍ଡର ବିସ୍ଫୋରଣ।

09:47 AM

Odisha News Live Updates:  ଜୁଲାଇ ୪ ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲର ନୂଆ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ସ୍ଥିରତା ଦେଖିବାକୁ ମିଳିଛି। କିନ୍ତୁ, ଗୁରୁବାର ଦିନ ଦେଶର ପ୍ରମୁଖ ସହର ଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦର ଲୋକଙ୍କ ଚିନ୍ତା ବଢାଇଛି। କିଛି ସ୍ଥାନରେ ଦର ଖସି ଥିବା ବେଳେ ଆଉ କିଛି ସ୍ଥାନରେ ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ଆସନ୍ତୁ ଜାଣିବା କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ?

ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ : Petrol Diesel Price Today: ରାଜ୍ୟରେ ବଢିଲା ତେଲ ରେଟ୍, ଜାଣନ୍ତୁ ଆଜିର ନୂଆ ଦର

09:32 AM

Odisha News Live Updates:  ଯାଜପୁର ୧୬ ନମ୍ବର ଜାତୀୟ ରାଜପଥ ପାଣିକୋଇଲି ଛକ ନିକଟରେ ସଡ଼କ ଦୁର୍ଘଟଣା । ଏକ ଟ୍ରକକୁ କାରଟି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୩ ଜଣ ଆହତ ଥିବା ଜଣାପଡ଼ିଛି । ତେବେ ୩ ଜଣ ଆହତଙ୍କ ମଧ୍ୟରୁ ୨ ଜଣୁ ଗୁରୁତର ଥିବାରୁ ସେମାନଙ୍କୁ ତୁରନ୍ତ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହି ମାମଲାରେ ପୋଲିସର ଅଧିକ ତଦନ୍ତ ଜାରି ରହିଛି ।

09:16 AM

Odisha News Live Updates: ବିଶ୍ୱ ବିଜେତା ଭାରତୀୟ ଦଳ ଆଜି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛି । ଟିମ୍ ଇଣ୍ଡିଆର ସମସ୍ତ ଖେଳାଳି ଓ ଷ୍ଟାଫଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଦିଲ୍ଲୀ ବିମାନ ବନ୍ଦରରେ ଆଜି ସକାଳେ ପହଞ୍ଚିଛି ଭାରତୀୟ କ୍ରିକେଟ୍ ଦଳ। ବିମାନ ବନ୍ଦର ବାହାରେ ଶହ ଶହ ସଂଖ୍ୟାରେ ଫ୍ୟାନ୍ ଆସି ଅପେକ୍ଷା କରି ରହିଛନ୍ତି।ବିଶ୍ୱକପ ବିଜୟ ପରେ ବାରବାଡୋସରେ ଫସି ରହିଥିଲା ଭାରତୀୟ ଦଳ । ଟିମ୍ ଇଣ୍ଡିଆ ସ୍ୱଦେଶ ଫେରିବା ପରେ ଆଜି ଦିନ ୧୧ ଟାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।ଏବଂ ସନ୍ଧ୍ୟାରେ ମୁମ୍ବାଇରେ ଗ୍ରାଣ୍ଡ ସେଲିବ୍ରେସନର କାର୍ଯ୍ୟକ୍ରମ ମଧ୍ୟ ରହିଛି।

08:40 AM

 Odisha News Live Updates: ରାଜ୍ୟରେ ସରକାର ବଦଳିବା ପରେ ରାଜ୍ୟର ଅନେକ ଯୋଜନା ଗୁଡିକରେ ପରିବର୍ତ୍ତନ ହେଉଛି।ତେବେ ମୋ ବସକୁ ନେଇ ସାଧାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଥିଲା। ମୋ ବସ୍ ଚାଲିବ ନା ବନ୍ଦ ହେଇଯିବ ର ଆଶା ଓ ଆଶଙ୍କା ଭିତରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।ଆଗାମୀ ଦିନରେ ସବୁ ମୋ ବସ ଗୁଡିକ ଇଲେକ୍ଟ୍ରିକ ବସ ହେବ। ଏବେ ୪ଶହରୁ ଅଧିକ ଡିଜେଲ ଚାଳିତ ବସ ଚାଲୁଛି ।  ମୋ ବସ ଯାତ୍ରୀଙ୍କ ପାଇଁ ଉନ୍ନତ ମାନର ଅନଲାଇନ ପେମେଣ୍ଟ ସିଷ୍ଟମ ଉପରେ ଧ୍ୟାନ ଦିଆଯିବ। ୫ ବର୍ଷ ହେଲା ମୋ ବସ ଭଲ ପ୍ରଦର୍ଶନ କରୁଛି । ଏବେ ୪୬୩ ବସ ଚାଲୁଛି । ତା ମଧ୍ୟରୁ ୬୩ଟି ଇ-ବସ ରହିଛି । ଆଗକୁ ସବୁଗୁଡିକ ଇ-ବସ ଚାଲିବ ।

 

08:14 AM

Odisha News Live Updates: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀ ସ୍ୱାସ୍ଥ୍ୟବସ୍ଥା ପୁଣିଥରେ ବିଗିଡିଛି। ତାଙ୍କୁ ଗତକାଲି(ବୁଧବାର) ରାତି ୯ଟାରେ ମଥୁରା ରୋଡ୍‌ରେ ଥିବା ଆପୋଲୋ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସ୍ନାୟୁରୋଗ ବିଭାଗର ବିଶେଷଜ୍ଞ ଡାକ୍ତର ବିନୀତ ସୁରୀଙ୍କ ତତ୍ତ୍ବାବଧାନରେ ଆଡ଼ଭାନୀଙ୍କ ଚିକିତ୍ସା କରାଯାଉଛି। ତେବେ ଆପୋଲୋ ହସ୍‌ପିଟାଲ୍‌ରୁ ଜାରି ସୂଚନା ଅନୁସାରେ ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ହସ୍ପିଟାଲର ଡାକ୍ତର ବିନୀତ ସୁରୀ କହିଛନ୍ତି, ବର୍ତ୍ତମାନ ଆଡଭାନୀଙ୍କୁ ଅବଜରଭେସନରେ ରଖାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ପୂର୍ବରୁ ମଧ୍ୟ ଗତ ୨୬ ତାରିଖ ଦିନ ଏଲ୍ କେ ଆଡ଼ଭାନୀଙ୍କୁ ବାର୍ଦ୍ଧକ୍ୟଜନିତ ସ୍ବାସ୍ଥ୍ୟ ସମସ୍ୟା ପାଇଁ ଦିଲ୍ଲୀ ଏମ୍‌ସର ୟୁରୋଲୋଜି ବିଭାଗରେ ଭର୍ତ୍ତି କରାଯାଇଥିଲା। ଏବଂ ସ୍ବାସ୍ଥ୍ୟରେ ସୁଧାର ପରେ ସେ ୨୭ ତାରିଖରେ ଘରକୁ ଫେରିଥିଲେ।୯୬ ବର୍ଷୀୟ ଆଡଭାନୀ ବେଶ କିଛି ଦିନ ହେବ ବୟସାଧିକ କାରଣରୁ ଅସୁସ୍ଥ ରହୁଛନ୍ତି।

 

07:54 AM

Odisha News Live Updates:  ଜ୍ବରରୁ ସୁସ୍ଥ ହୋଇଛନ୍ତି ମହାପ୍ରଭୁ। ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଘଣାଲାଗି ନୀତି ଅନୁଷ୍ଠିତ ହେବାକୁ ଯାଉଛି। ଏହି ନୀତି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିବ। ଅନ୍ୟପଟେ ଗୁରୁବାର ମହାପ୍ରଭୁଙ୍କ ଶ୍ରୀଅଙ୍ଗ ବଜ୍ର ପାଇଁ ଶୁଦ୍ଧ ସୁଆର ସେବକଙ୍କ ଘରୁ ଖଳିପ୍ରସାଦ ବିଜେ ନୀତି ହେବ। ଏଥିସହ ଖଡ଼ି ପ୍ରସାଦ ଲାଗି ନୀତି ବି ଅନୁଷ୍ଠିତ ହେବ। ଏହାପରେ ଅସୁସ୍ଥ ମହାପ୍ରଭୁ ନବଯୌବନପ୍ରାପ୍ତି ହେବେ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି।

07:36 AM

Odisha News Live Updates: ଆଜି ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଲୋକ ସେବା ଭବନ ବା ରାଜ୍ୟ ସଚିବାଳୟର ତୃତୀୟ ମହଲାସ୍ଥିତ କାର୍ଯ୍ୟାଳୟକୁ ପ୍ରବେଶ କରିବେ। ଏଥିଲାଗି  ସକାଳ ୯ଟା ୩୦ ମିନିଟ୍ ସମୟ ନିର୍ଘଣ୍ଟ କରାଯାଇଛି।  ନୂଆ ମୁଖ୍ୟମନ୍ତ୍ରୀ ଗତ ୧୨ ତାରିଖରେ ଶପଥ ନେଇଥିଲେ। ତେବେ, ସେ ଲୋକସେବା ଭବନର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସି ନଥିଲେ। ରାଜ୍ୟ ଅତିଥି ଭବନରେ ଅସ୍ଥାୟୀ କାର୍ଯ୍ୟାଳୟ ଖୋଲି କାମ କରୁଥିଲେ।  ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠର ନବୀକରଣ କରାଯାଇଥିଲା। ପ୍ରଥମେ ନିସ୍ପତ୍ତି  ହୋଇଥିଲା ଯେ, ଯେଉଁ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀମାନେ ବସି ଆସିଛନ୍ତି। ସେଠାରେ ନୂଆ ମୁଖ୍ୟମନ୍ତ୍ରୀ ବସିବେ ନାହିଁ। ପାଖରେ ଥିବା କ୍ୟାବିନେଟ୍ ପ୍ରକୋଷ୍ଠରେ ବସିବେ। ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠକୁ ଭିଜିଟର୍ସ ରୁମ୍ କରାଯିବ। ପରେ ନିସ୍ପତ୍ତି ବଦଳାଇ ମୁଖ୍ୟମନ୍ତ୍ରୀ ପ୍ରକୋଷ୍ଠରେ ନୂଆ ମୁଖ୍ୟମନ୍ତ୍ରୀ ବସିବେ ବୋଲି ସ୍ଥିର ହୋଇଛି। ମୁଖ୍ୟମନ୍ତ୍ରୀ ସେହି ପ୍ରକୋଷ୍ଠରେ ଦିଗ ବଦଳାଇ ବସିବେ ବୋଲି ସ୍ଥିର ହୋଇଛି। ଏନେଇ ଆଜି ସକାଳ ୯ଟା ୩୦ ମିନିଟ୍ ସମୟରେ ୨ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମଣ୍ତଳର ଅନ୍ୟ ସଦସ୍ୟଙ୍କ ସହ ନୂଆ ମୁଖ୍ୟମନ୍ତ୍ରୀ ସଚିବାଳୟ ଯିବେ। ତୃତୀୟ ମହଲାସ୍ଥିତ ପ୍ରକୋଷ୍ଠରେ ପ୍ରବେଶ କରି କାର୍ଯ୍ୟାରମ୍ଭ କରିବେ ବୋଲି ଜଣାପଡିଛି। 

07:12 AM

Horoscope Today 4 july 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜୁଲାଇ ୪ ହେଉଛି ଗୁରୁବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ : Today Horoscope: ଏହିସବୁ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?