Odisha News Live Updates: ଗିରଫ ହେଲେ ହେମନ୍ତ, ଗୋଟିଏ କ୍ଲିକରେ ପଢ଼ନ୍ତୁ ସମସ୍ତ ତାଜା ଖବର
Advertisement
Article Detail0/zeeodisha/odisha2086873

Odisha News Live Updates: ଗିରଫ ହେଲେ ହେମନ୍ତ, ଗୋଟିଏ କ୍ଲିକରେ ପଢ଼ନ୍ତୁ ସମସ୍ତ ତାଜା ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

 

Odisha News Live Updates
LIVE Blog
31 January 2024
23:57 PM

ବଢ଼ିଲା କାଳିଆ ଛାତ୍ରବୃତ୍ତି ଆବେଦନ ତାରିଖ

କାଳିଆ ଯୋଜନାର ହିତାଧିକାରୀଙ୍କ ପିଲାଙ୍କ ପାଇଁ ଦିଆଯାଉଥିବା ଛାତ୍ର ବୃତ୍ତି ପାଇଁ ଆବେଦନ ତାରିଖ ଘୁଞ୍ଚାଯାଇଛି। ଏବେ ଫେବୃୟାରୀ ୮ ତାରିଖ ପର୍ଯ୍ୟନ୍ତ ଇଚ୍ଛୁକ ଆବେଦନକର୍ତ୍ତା ଅନ୍‍ଲାଇନ୍‍ ମାଧ୍ୟମରେ ଆବେଦନ କରିପାରିବେ। ପୂର୍ବରୁ ଜାନୁୟାରୀ ୩୧ ତାରିଖକୁ ଆବେଦନର ଶେଷ ତାରିଖ ଭାବେ ଗ୍ରହଣ କରାଯାଇଥିଲା। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏହି ସମୟସୀମାକୁ ସମ୍ପ୍ରସାରଣ କରାଯାଇଛି। 

ପଢନ୍ତୁ ପୁରା ଖବର

 

22:50 PM

Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର। 

ପଢନ୍ତୁ ପୁରା ଖବର

 

22:46 PM

ବି. ରାଧିକାଙ୍କୁ ସ୍ୱେଚ୍ଛାକୃତ ଅବସର; ପୁଲିସ ଡିଜି ହେବା ନେଇ ହେଉଥିଲା ଚର୍ଚ୍ଚା
ବରିଷ୍ଠ ପୁଲିସ ଅଧିକାରୀ ତଥା ୧୯୮୯ ବ୍ୟାଚ୍‍ ଓଡ଼ିଶା କ୍ୟାଡର ଆଇପିଏସ୍‍ ଅଧିକାରୀ ବି.ରାଧିକାଙ୍କୁ ସ୍ୱେଚ୍ଛାକୃତ ଅବସର ଦେଇଛନ୍ତି ରାଜ୍ୟ ସରକାର। ଏକ ମାସ ତଳେ ଅର୍ଥାତ୍‍ ଡିସେମ୍ବର ୩୧ ତାରିଖରେ ବି.ରାଧିକା ସ୍ୱଚ୍ଛାକୃତ ଅମସର ନେବା ଲାଗି ଆବେଦନ କରିଥିଲେ। ଜାନୁଆରୀ ୩୧ ତାରିଖ ବୁଧବାର ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ତାଙ୍କ ଆବେଦନକୁ ଗ୍ରହଣ କରାଯାଇ ତାଙ୍କୁ ସମସ୍ତ ଅବସରକାଳୀନ ସୁବିଧା ପ୍ରଦାନ କରିବାକୁ ରାଜ୍ୟପାଳ ନିର୍ଦ୍ଦଶ ଦେଇଛନ୍ତି।

ପଢନ୍ତୁ ପୁରା ଖବର

 

22:39 PM

IPS ସ୍ତରରେ ଅଦଳବଦଳ
ରାଜ୍ୟରେ ଆଇପିଏସ ସ୍ତରରେ ଛୋଟଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ଚାରି ଜଣ ପୋଲିସ ଅଧିକାରୀଙ୍କର ବଦଳି କରିଛନ୍ତି। ରେଳବାଇ, ଉପକୂଳ ସୁରକ୍ଷା ଦାୟିତ୍ୱରେ ରହିଥିବା ଦୟାଲ ଗ୍ୟାଙ୍ଗୱାରଙ୍କୁ ମର୍ଡନାଇଜେସନର ଏଡିଜିପି ଭାବେ ନିଯୁକ୍ତି ଦିଆଯାଇଛି। ପଢନ୍ତୁ ପୂରା ରିପୋର୍ଟ...

22:36 PM

୨ ଦିନ ବନ୍ଦ ରହିବ ଇ-ଫାଇଲିଂ ପୋର୍ଟାଲ
ଆୟକର ଇଫାଇଲିଂ ପୋର୍ଟାଲ ଦୁଇଦିନ ପାଇଁ ବନ୍ଦ କରହିବ। ନିର୍ଦ୍ଧାରିତ ରକ୍ଷଣାବେକ୍ଷଣ ହେତୁ ଏହାକୁ ବନ୍ଦ ରଖାଯିବ ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି। ଫଳରେ କୌଣସି ଆୟକର ଦାତା ଏହି ସମୟରେ ସେମାନଙ୍କ ରିଟର୍ଣ୍ଣ ଫାଇଲ୍‍ କରିପାରିବେ ନାହିଁ। ପଢନ୍ତୁ ପୂରା ରିପୋର୍ଟ...

22:35 PM

ବି. ରାଧିକାଙ୍କୁ ସ୍ୱେଚ୍ଛାକୃତ ଅବସର
ବରିଷ୍ଠ ପୁଲିସ ଅଧିକାରୀ ତଥା ୧୯୮୯ ବ୍ୟାଚ୍‍ ଓଡ଼ିଶା କ୍ୟାଡର ଆଇପିଏସ୍‍ ଅଧିକାରୀ ବି.ରାଧିକାଙ୍କୁ ସ୍ୱେଚ୍ଛାକୃତ ଅବସର ଦେଇଛନ୍ତି ରାଜ୍ୟ ସରକାର। ଏକ ମାସ ତଳେ ଅର୍ଥାତ୍‍ ଡିସେମ୍ବର ୩୧ ତାରିଖରେ ବି.ରାଧିକା ସ୍ୱଚ୍ଛାକୃତ ଅମସର ନେବା ଲାଗି ଆବେଦନ କରିଥିଲେ। ଜାନୁଆରୀ ୩୧ ତାରିଖ ବୁଧବାର ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ତାଙ୍କ ଆବେଦନକୁ ଗ୍ରହଣ କରାଯାଇ ତାଙ୍କୁ ସମସ୍ତ ଅବସରକାଳୀନ ସୁବିଧା ପ୍ରଦାନ କରିବାକୁ ରାଜ୍ୟପାଳ ନିର୍ଦ୍ଦଶ ଦେଇଛନ୍ତି। ପଢନ୍ତୁ ପୂରା ରିପୋର୍ଟ...

21:54 PM

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବଢିଲା ଅଡ଼ୁଆ
ଲଗାତାର ୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଗଞ୍ଜାମ ଜିଲ୍ଲାରେ ରାଜନୈତିକ ବିରୋଧ କରୁଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୁଦ୍ଧରେ ପୁଣି ଭିଜିଲାନ୍ସ ଅଭିଯୋଗଫର୍ଦ୍ଦ ଦାଖଲ ହୋଇଛି। ଆୟବହିର୍ଭୁତ ସମ୍ପତ୍ତି ଠୁଳ ନେଇ ଉଭୟ ପତିପତ୍ନୀଙ୍କ ନାମରେ ଏହି ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତ ହେବାରୁ ଏବେ ଭିଜିଲାନ୍ସ କୋର୍ଟରେ ଶୁଣାଣୀ ଆରମ୍ଭ ହେବ। ଏହି ଅଭିଯୋଗ ଫର୍ଦ୍ଦରେ ୯ କୋଟି ୧୮ ଲକ୍ଷ ୧୩ ହଜାର ଟଙ୍କାର ମାମଲା ରୁଜୁ ହୋଇଛି। ପଢନ୍ତୁ ପୂରା ରିପୋର୍ଟ...

21:02 PM

ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଲା ଆଇଆଇଏମସି 
ଜାନୁଆରୀ ୩୧ ତାରିଖ ବୁଧବାର ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଛି ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି)। ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଆଇଆଇଏମସି ସମଗ୍ର ଦେଶରେ ସାମ୍ବାଦିକତା ତଥା ଗଣ ଯୋଗାଯୋଗ ପାଇଁ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ଜଣାଶୁଣା। ବୁଧବାର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଜନ ସଞ୍ଚାର ସଂସ୍ଥାନକୁ Deemed University ମାନ୍ୟତା ପ୍ରଦାନ କରାଯାଇଛି। 

ପଢନ୍ତୁ ପୁରା ଖବର

 

20:58 PM

ଚମ୍ପାଇ ସୋରେନ ହେବେ ଝାଡ଼ଖଣ୍ତର ନୂଆ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ହେମନ୍ତ ସୋରେନ। ଇସ୍ତଫା ପରେ ତାଙ୍କୁ ଗିରଫ କରାଯାଇଥିବା ନେଇ ଖବର ସାମ୍ନାକୁ ଆସିଛି। ହେମନ୍ତଙ୍କ ପରେ ଚମ୍ପାଇ ସୋରେନ ପରବର୍ତ୍ତି ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି। ବିଧାୟକମାନେ ରାଜ୍ୟପାଳଙ୍କୁ ଭେଟି ଚମ୍ପାଇଙ୍କୁ ବିଧାୟକ ଦଳର ନେତା ଭାବେ ପ୍ରସ୍ତାବ ଦେଇଥିଲେ। ଖବର ଲେଖାଯିବା ବେଳକୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ରାଜଭବନରେ ପହଞ୍ଚିଥିବା ବେଳେ ରାଜ୍ୟପାଳଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଦେଇଛନ୍ତି। ପଢନ୍ତୁ ପୂରା ଖବର...

20:58 PM

୮ ମାସର ସଂଘର୍ଷ ପରେ ମୁମ୍ବାଇ ପୋଲିସ କବଳରୁ ମୁକ୍ତି ପାଇଲା ତାଇୱାନ ପାରା 

 

ଚୀନ ଲାଗି ଗୁଇନ୍ଦାଗିରି କରିବା ସନ୍ଦେହରେ ମୁମ୍ବାଇ ପୋଲିସ ହାତରେ ପ୍ରାୟ ୮ ମାସ ପୂର୍ବେ ଏକ ପାରା ଧରା ପଡ଼ିଥିଲା। ଏହା ପରେ ଏହି ପାରା ବିରୋଧରେ ଏକ ମାମଲା ରୁଜୁ କରାଯିବା ସହ ଏହି ଘଟଣାର ଅନୁସନ୍ଧାନ କରାଯାଇଥିଲା। ହେଲେ ପୋଲିସ ଧରା ପଡ଼ିଥିବା ଗୁପ୍ତଚର ହେବାର କୌଣସି ପ୍ରମାଣ ସାମ୍ନାକୁ ଆସି ନଥିଲା। ଏହା ପରେ ପୋଲିସ ବର୍ତ୍ତମାନ ସେହି ପାରାକୁ ଛାଡ଼ି ଦେଇଛି। ଜାନୁଆରୀ ୩୧ ତାରିଖ ବୁଧବାର ଗୁଇନ୍ଦାଗିରି ସନ୍ଦେହରେ ଧରାଯାଇଥିବା ପାରାକୁ  ଛାଡ଼ି ଦିଆଯାଇଥିବା ନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି। ଏନେଇ କୁହାଯାଉଛି ଯେ ଏହି ପାରାକୁ ପ୍ରାଣୀ ଚିକିତ୍ସାଳୟରେ ରଖାଯାଇଛି।

ପଢନ୍ତୁ ପୁରା ଖବର

 

20:56 PM

ଶିକ୍ଷାର ଉତ୍ସବରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ଶିକ୍ଷାକୁ ନେଇ ଆରମ୍ଭ ହୋଇଛି ଏକ ଉତ୍ସବ। ଏହାକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବା ପାଇଁ ଏବଂ ଶିକ୍ଷା ବ୍ୟବସ୍ଥାରେ ନୂଆ ବିପ୍ଳବ ଆଣିବା ପାଇଁ ୫ଟି ଉପକ୍ରମ ଅଧିନରେ ଆରମ୍ଭ ହୋଇଛି ଅଭିନବ ପ୍ରୟାସ। ଏନେଇ "ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର" ଜିଲ୍ଲା, ବ୍ଲକ, ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ପୁରାତନ ଛାତ୍ର କମିଟି, ଗ୍ରାମ ପଞ୍ଚାୟତ, ଶିକ୍ଷା ଅଧିକାରୀଙ୍କୁ ସେମାନଙ୍କୁ ଅବଦାନ ପାଇଁ ମିଳୁଛି। ଏହି ପୁରସ୍କାରକୁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଦାନ କରିଛନ୍ତି। ବ୍ୟକ୍ତିଗତ ତଥା ଆନୁଷ୍ଠାନିକ ଏପରି ଦୁଇଟି ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି। ମୋଟ ୧୬ ବିଭାଗରେ ୭୫୧୯ ପୁରସ୍କାର ପ୍ରଦାନ କରାଯାଇଛି। ପ୍ରାୟ ୧୩୮ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଛି। 

ପଢନ୍ତୁ ପୁରା ଖବର

19:35 PM

ଗିରଫ ହେଲେ ହେମନ୍ତ
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ହେମନ୍ତ ସୋରେନ। ଇସ୍ତଫା ପରେ ତାଙ୍କୁ ଗିରଫ କରାଯାଇଥିବା ନେଇ ଖବର ସାମ୍ନାକୁ ଆସିଛି। ହେମନ୍ତଙ୍କ ପରେ ଚମ୍ପାଇ ସୋରେନ ପରବର୍ତ୍ତି ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି। ବିଧାୟକମାନେ ରାଜ୍ୟପାଳଙ୍କୁ ଭେଟି ଚମ୍ପାଇଙ୍କୁ ବିଧାୟକ ଦଳର ନେତା ଭାବେ ପ୍ରସ୍ତାବ ଦେଇଥିଲେ। ଖବର ଲେଖାଯିବା ବେଳକୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ରାଜଭବନରେ ପହଞ୍ଚିଥିବା ବେଳେ ରାଜ୍ୟପାଳଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଦେଇଛନ୍ତି। ପଢନ୍ତୁ ପୂରା ରିପୋର୍ଟ...

18:30 PM

ଲକ୍ଷ୍ନୌ ଆସନରୁ ଚର୍ଚ୍ଚିତ ନେତାଙ୍କୁ ଟିକେଟ ଦେଲା ସମାଜବାଦୀ ପାର୍ଟି
Samajwadi Party Leader Ravidas Mehrotra: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଲାଣି ସମାଜବାଦୀ ପାର୍ଟି। ଏହି କ୍ରମରେ ଗତକାଲି ଦଳ ପକ୍ଷରୁ ଜାରି ହୋଇଥିଲା ପ୍ରଥମ ପ୍ରାର୍ଥୀ ତାଲିକା। ଏଥର ଲକ୍ଷ୍ନୌ ଆସନରୁ ଦଳର ଚର୍ଚ୍ଚିତ ନେତା ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି ସମାଜବାଦୀ ପାର୍ଟି। ଯିଏ ଉତ୍ତର ପ୍ରଦେଶ ବିଧାନସଭାକୁ ଲକ୍ଷ୍ନୌ କେନ୍ଦ୍ରୀୟ ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି। ଦଳୀୟ ବିଧାୟକ ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରି ବିଜେପି ଗଡ଼଼ କୁହାଯାଉଥିବା ଲକ୍ଷ୍ନୌ ଆସନ ଦଖଲ କରିବାକୁ ଯୋଜନା କରିଛନ୍ତି ସମାଜବାଦୀ ପାର୍ଟି ଅଖିଲେଶ ଯାଦବ।

ପଢନ୍ତୁ ପୁରା ଖବର

 

18:08 PM

ଗିରଫ ହୋଇପାରନ୍ତି ହେମନ୍ତ
କଥିତ ଜମି ଦୁର୍ନୀତି ମାମଲାରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପଚରାଉଚରା କରିବା ପାଇଁ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଟିମ୍ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିଧାୟକମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ରାଞ୍ଚିରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପଢନ୍ତୁ ପୂରା ରିପୋର୍ଟ....

18:07 PM

ପେଟିଏମକୁ ଲାଗିଲା ବଡ଼ ଝଟକା
ରିଜର୍ଭ ବ୍ୟାଙ୍କ କହିଛି ଯେ ଫେବୃଆରୀ ୨୯ ପରେ ଗ୍ରାହକଙ୍କ ଆକାଉଣ୍ଟ, ପ୍ରିପେଡ୍ ଉପକରଣ, ୱାଲେଟ୍ ଏବଂ ଫାଷ୍ଟାଗ୍ ଇତ୍ୟାଦିରେ କୌଣସି ଜମା କିମ୍ବା ପ୍ରତ୍ୟାହାର ସମ୍ଭବ ହେବ ନାହିଁ। ତେବେ, ଆରବିଆଇ ସ୍ପଷ୍ଟ କରିଛି ଯେ ସେଭିଂ ବ୍ୟାଙ୍କ ଆକାଉଣ୍ଟ, କରେଣ୍ଟ ଆକାଉଣ୍ଟ ଏବଂ ଫାଷ୍ଟାଗ ଇତ୍ୟାଦି ସେବା ସହିତ ଆକାଉଣ୍ଟରେ ଉପଲବ୍ଧ ପରିମାଣ ପ୍ରତ୍ୟାହାର କିମ୍ବା ବ୍ୟବହାର ଉପରେ କୌଣସି ପ୍ରତିବନ୍ଧକ ଲାଗୁ ହୋଇନାହିଁ। ପଢନ୍ତୁ ପୂରା ରିପୋର୍ଟ...

18:05 PM

ପାକିସ୍ତାନରେ ବ୍ୟାନ୍ ହେବାକୁ ଯାଉଛି ପୁରୁଣା ନୋଟ୍
ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନ ନୂଆ ନୋଟ୍ ଛାପିବାକୁ ନିଷ୍ପତ୍ତି ନେଇଛି। ଏହା କାହାରିକି ଲୁଚାଛପା ନୁହେଁ ଯେ ପାକିସ୍ତାନ ଅର୍ଥିକ ସଂକଟ ଦେଇ ଗତି କରୁଛି। ଏବଂ ଆଇଏମଏଫ ଭଳି ଅନୁଷ୍ଠାନର ଦୟାରେ ଦେଶର ଅର୍ଥନୈତିକ ଚକ ଚାଲିଛି । ଏଭଳି ସ୍ଥିତିରେ ପାକିସ୍ତାନ ସରକାର କାହିଁକି ନୂଆ ନୋଟ୍ ଛାପିବା ଭଳି  ପଦକ୍ଷେପ ନେଉଛନ୍ତି, ଏହା ପଛରେ କ'ଣ ରହିଛି ଚିନ୍ତାଧାରା? ପଢନ୍ତୁ ପୂରା ରିପୋର୍ଟ...

18:03 PM

ମଣିଷ ମୁଣ୍ଡରେ ଲାଗିଲା ଚିପ୍
ଏଲନ୍ ମସ୍କ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ସୂଚନା ଦେଇଛନ୍ତି ଯେ ନ୍ୟୁରାଲିଙ୍କ କମ୍ପାନୀର ଡିଭାଇସ୍ ପ୍ରଥମ ଥର ପାଇଁ ଜଣେ ବ୍ୟକ୍ତିଙ୍କ ମନରେ ଫିଟ୍ ହୋଇଛି। ଏହା ଏପରି ଏକ ଡିଭାଇସ୍ ଯାହା ଦ୍ୱାରା ଆମେ ଆମ ମନରେ ଫୋନ୍ ଏବଂ କମ୍ପ୍ୟୁଟରକୁ ନିୟନ୍ତ୍ରଣ କରିପାରିବା । ପ୍ରାରମ୍ଭିକ ଟ୍ରେଣ୍ଡରେ ଭଲ ଫଳାଫଳ ଦେଖିବାକୁ ମିଳୁଛି। ପଢନ୍ତୁ ପୂରା ରିପୋର୍ଟ...

18:01 PM

ଝାଡ଼ଖଣ୍ଡ ରାଜନୈତିକ ସଂକଟ ଭିତରେ ଧାରା ୩୫୫ କୁ ନେଇ ଚର୍ଚ୍ଚା ଜୋର
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ  ଇଡି ଟିମ୍ ସେମାନଙ୍କୁ ଠାବ କରିପାରିନଥିଲା। ଦିଲ୍ଲୀରେ ଇଡି  ତାଙ୍କ ବାସଭବନରୁ ୩୬ ଲକ୍ଷ ଟଙ୍କା ଓ ଗୋଟିଏ ଏସୟୁଭି ଜବତ କରିଛି।  କିନ୍ତୁ ସୋରେନଙ୍କ ଟେର ପାଇନଥିଲା ଇଡି। ଏହା ଭିତରେ ସୋରେନ ନାଟକୀୟ ଶୈଳୀରେ ରାଞ୍ଚିରେ ପହଞ୍ଚିଥିଲେ।ପଢନ୍ତୁ ପୂରା ରିପୋର୍ଟ...

18:00 PM

ଉଚ୍ଚ ଶିକ୍ଷା ଅନୁଷ୍ଠାନର ମାନ୍ୟତା ଆସିବ ବଡ଼ ପରିବର୍ତ୍ତନ
ଆସନ୍ତା ଚାରିମାସ ମଧ୍ୟରେ ବାଇନାରୀ ସ୍ୱୀକୃତି ପ୍ରଣାଳୀ (ସ୍ୱୀକୃତିପ୍ରାପ୍ତ କିମ୍ବା ଅଣ-ସ୍ୱୀକୃତିପ୍ରାପ୍ତ) କାର୍ଯ୍ୟକାରୀ ହେବ ଏବଂ ଡିସେମ୍ବର ସୁଦ୍ଧା ପରିପକ୍ୱତା ଭିତ୍ତିକ ଗ୍ରେଡ୍ ସ୍ୱୀକୃତି (ସ୍ତର ଏକରୁ ପାଞ୍ଚ) କାର୍ଯ୍ୟକାରୀ ହେବ। ଶିକ୍ଷା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବିଶ୍ୱର ବହୁ ଅଗ୍ରଣୀ ଦେଶରେ ଅନୁସରଣ କରାଯାଉଥିବା ସର୍ବୋତ୍ତମ ଅଭ୍ୟାସ ସହିତ ବାଇନାରୀ ମାନ୍ୟତା ରହିଛି। ଏହା ଶିକ୍ଷାର ଗୁଣରେ ଉନ୍ନତି ଆଣିବ। ପଢନ୍ତୁ ପୂରା ରିପୋର୍ଟ...

17:04 PM

ଜ୍ଞାନବ୍ୟାପୀ ମାମଲାରେ ହିନ୍ଦୁଙ୍କ ସପକ୍ଷରେ ଆସିଲା ବଡ଼ ରାୟ

 

Varanasi District Court Order on Gyanvapi Case: ବହୁଚର୍ଚ୍ଚିତ ଜ୍ଞାନବ୍ୟାପୀ ମାମଲାରେ ବୁଧବାର ହିନ୍ଦୁଙ୍କ ସପକ୍ଷରେ ଆସିଛି ବଡ଼ ରାୟ। ଏହି ମାମଲାର ଶୁଣାଣି କରି ବାରାଣାସୀ ଜିଲ୍ଲା ଅଦାଲତ ଜ୍ଞାନବ୍ୟାପୀ ତଳ ମହଲାରେ ନିୟମିତ ପୂଜା କରିବା ପାଇଁ ହୋଇଥିବା ଦାବିକୁ ଗ୍ରହଣ କରିଛନ୍ତି। ଆସନ୍ତା ୭ ଦିନ ମଧ୍ୟରେ ଜ୍ଞାନବ୍ୟାପୀ ତଳ ମହଲାରେ ବ୍ୟାସ ପରିବାର ଠାରେ ନିୟମିତ ପୂଜାପାଠ କରିବା ପାଇଁ ବ୍ୟବସ୍ଥା କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜ୍ଞାନବ୍ୟାପୀ ମାମଲାରେ ଦୀର୍ଘ ଦିନ ଚାଲିଥିବା ଆଇନଗତ ଯୁଦ୍ଧରେ ଏବେ ହିନ୍ଦୁ ପକ୍ଷକୁ ଏକ ବଡ଼ ସଫଳତା ମିଳିଛି।

ପଢନ୍ତୁ ପୁରା ଖବର

 

16:31 PM

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର। ଚୁଟକୀରେ ପଢି ନିଅନ୍ତୁ ପୂରା ଖବର

16:31 PM

ସୁସ୍ଥ ଅଛି ବାସୁ
ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ବାଘ ଖୁଆଡ଼ରେ ସାପ ପଡ଼ିଥିବା ନେଇ ଚର୍ଚ୍ଚା ହୋଇଥିଲା। ନନ୍ଦନକାନନର ବିରଳ ବାଘ ବାସୁ ରହୁଥିବା ଖୁଆଡ଼ରେ ୩୩ (କ) ରଖାଯାଇଥିଲା। ମଙ୍ଗଳବାର ଏହି ଖୁଆଡ଼ରେ ଏକ ଗାତରୁ ସାପ ବାହାରିଥିବା ଦେଖିବାକୁ ମିଳିଥିଲା। ବାସୁ ସାପକୁ ଗୋଡ଼ରେ ଆକ୍ରମଣ କରିବାରୁ ସାପଟି ବାସୁକୁ କାମୁ଼ଡ଼ି ଦେଇଥିଲା। ପଢନ୍ତୁ ପୂରା ରିପୋର୍ଟ...

16:29 PM

ଉଚ୍ଚ ଶିକ୍ଷା ଅନୁଷ୍ଠାନର ମାନ୍ୟତା ଆସିବ ବଡ଼ ପରିବର୍ତ୍ତନ
ଦେଶର ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡିକ ଆଉ ସ୍ୱୀକୃତି ପ୍ରଣାଳୀ ଅଧୀନରେ ଗ୍ରେଡ୍ ହେବ ନାହିଁ କିନ୍ତୁ ବର୍ତ୍ତମାନ ଏହାକୁ 'ସ୍ୱୀକୃତିପ୍ରାପ୍ତ' କିମ୍ବା 'ଅଣସ୍ୱୀକୃତିପ୍ରାପ୍ତ' ଭାବେ ଶ୍ରେଣୀଭୁକ୍ତ କରାଯିବ। ଶନିବାର ଅନୁଷ୍ଠିତ ଜାତୀୟ ମୂଲ୍ୟାଙ୍କନ ଏବଂ ସ୍ୱୀକୃତି ପରିଷଦ (NAAC)ର କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପଢନ୍ତୁ ପୂରା ରିପୋର୍ଟ...

16:16 PM

୭ ଅକ୍ଟୋବର ଘଟଣାର ପୁନରାବୃତ୍ତି କରିବାକୁ ଚାହୁଁଥିଲା ହାମାସ; ହେଲେ ଇସ୍ରାଏଲ କରିଦେଲା ପଣ୍ଡ

 

Hamas Commander Killed by IDF: ଗତ ବର୍ଷ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରିଥିଲେ ହମାସ ଆତଙ୍କବାଦୀ। ଏହି ଘଟଣା ଯେତେବେଳେ ସାମ୍ନାକୁ ଆସିଥିଲା ସେତେବେଳେ ସମଗ୍ର ବିଶ୍ୱ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲା। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ହମାସ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ। ସେବେଠାରୁ ପାଲେଷ୍ଟାଇନ ଗାଜା ଅଞ୍ଚଳରେ ହମାସ ବିରୋଧରେ ଯୁଦ୍ଧ ଜାରି ରଖିଛି ଇସ୍ରାଏଲ। ଏହି ଯୁଦ୍ଧ ଜାରି ରହିଥିବା ବେଳେ ଇସ୍ରାଏଲ୍ ପକ୍ଷରୁ ଦିଆଯାଇଛି ଏକ ସମ୍ବେଦନଶୀଳ ସୂଚନା। ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ କହିବା ଅନୁଯାୟୀ ହମାସ ଆତଙ୍କବାଦୀ ଗତ ବର୍ଷ ଅକ୍ଟୋବର ୭ ତାରିଖରେ କରିଥିବା ଆକ୍ରମଣର ପୁନରାବୃତ୍ତି କରିବା ପାଇଁ ଷଡଯନ୍ତ୍ର କରିଥିଲେ। ହେଲେ ସେମାନେ ବିଫଳ ହୋଇଥିଲେ। ହେଲେ ହମାସ ଆତଙ୍କବାଦୀ କିପରି ଆକ୍ରମଣ କରିବାକୁ ଷଡଯନ୍ତ୍ର କରିଥିଲେ ସେ କଥା ଶୁଣିଲେ ଆପଣ ତାଜୁବ ହୋଇଯିବେ।

ପଢନ୍ତୁ ପୁରା ଖବର

 

14:12 PM

Bharat Jodo Nyay Yatra in West Bengal: ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ କନଭେନ ଉପରେ ଆକ୍ରମଣ କରାଯାଇଛି। ବୁଧବାର (୩୧ ଜାନୁୟାରୀ) ତାଙ୍କ କାରରେ ଏହି ଆକ୍ରମଣ ହୋଇଛି। ଘଟଣା ସମୟରେ ଗାଡିର ଗ୍ଲାସ ଭାଙ୍ଗି ଯାଇଥିବା ଜଣାପଡିଛି। ପଥର ଫିଙ୍ଗିବା ପରେ କେହି ଆହତ ହୋଇଛନ୍ତି କି ନାହିଁ ବର୍ତ୍ତମାନ ଏ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ। ପଢ଼ନ୍ତୁ ପୂରା ଖବର...

11:31 AM

Budget Session 2024 LIVE: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ଏହା ପୂର୍ବରୁ ଭୁଶୁଡି ପଡିଥିବା ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଆଜି ଦୁନିଆର ସବୁଠାରୁ ଶକ୍ତିଶାଳୀ ବ୍ୟାଙ୍କିଙ୍ଗ ସିଷ୍ଟମ ମଧ୍ୟରୁ ଗୋଟିଏ। ଆଜି ବ୍ୟାଙ୍କଗୁଡିକର ଏନପିଏ ମାତ୍ର ଚାରି ପ୍ରତିଶତ ଅଟେ। ଆଜି ପ୍ରତ୍ୟେକ ଭାରତୀୟ ସ୍ୱଦେଶୀ ନିର୍ମିତ ବିମାନ ପରିବହନକାରୀ INS Vikrant ଦେଖି ଗର୍ବିତ ।

11:29 AM

Budget Session 2024 LIVE: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ଆମେ ପିଲାଦିନରୁ 'ଗରିବି ହାଟାଓ'ର ସ୍ଲୋଗାନ ଶୁଣୁଛୁ, କିନ୍ତୁ ଆମ ଜୀବନରେ ପ୍ରଥମ ଥର ପାଇଁ ଆମ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ଦାରିଦ୍ର୍ୟ ବହୁ ପରିମାଣରେ ହଟାଯାଉଛି। କୋଟି କୋଟି ଦେଶବାସୀ ଦାରିଦ୍ର୍ୟରୁ ବାହାରି ଆସିଛନ୍ତି। ଗତ ଦଶନ୍ଧି ମଧ୍ୟରେ ସରକାର ପ୍ରତ୍ୟେକ ଶାସନ ବ୍ୟବସ୍ଥାର ଉତ୍ତମ ଶାସନ ଓ ସ୍ୱଚ୍ଛତାର ଆଧାର ସୃଷ୍ଟି କରିଛନ୍ତି।

11:28 AM

Budget Session 2024 LIVE: ଲୋକସଭା ଓ ରାଜ୍ୟସଭାର ମିଳିତ ବଠକକୁ ସମ୍ବୋଧିତ କରି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ ରାମ ମନ୍ଦିର ନିର୍ମାଣ ପାଇଁ ଆଗ୍ରହ ଶତାବ୍ଦୀ ଧରି ରହିଆସିଛି, ଆଜି ଏହା ସତ୍ୟ ହୋଇଛି। ପରୀକ୍ଷାରେ ଅନିୟମିତତା ସମ୍ପର୍କରେ ଯୁବକମାନଙ୍କ ଚିନ୍ତାଧାରା ବିଷୟରେ ମୋ ସରକାର ଅବଗତ ଅଛନ୍ତି, ଏହି ଦିଗରେ କଠୋରତା ଆଣିବା ପାଇଁ ଏକ ନୂତନ ନିୟମ କରିବାକୁ ନିଷ୍ପତ୍ତି ନିଆଯାଇଛି।

11:27 AM

Budget Session 2024 LIVE: ରାଷ୍ଟ୍ରପତି ସଂସଦ ଗୃହରେ କହିଛନ୍ତି, "ନାରୀ ଶକ୍ତି ଆଇନ ପାସ କରିଥିବାରୁ ମୁଁ ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଉଛି, ଏହା ମହିଳା ନେତୃତ୍ୱାଧୀନ ବିକାଶ ପାଇଁ ମୋ ସରକାରଙ୍କ ସଂକଳ୍ପକୁ ଦୃଢ଼ କରିଥାଏ।"

11:23 AM

Budget Session 2024 LIVE: ରାଷ୍ଟ୍ରପତି ସଂସଦ ଗୃହରେ କହିଛନ୍ତି ମୋର ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ଅଛି ଯେ ଏହି ନୂତନ ବିଲ୍ଡିଂରେ ନୀତି ଉପରେ ଅର୍ଥପୂର୍ଣ୍ଣ କଥାବାର୍ତ୍ତା ହେବ। ଏଭଳି ନୀତି ଯାହା ସ୍ୱାଧୀନତାର ଅମୃତକାଳରେ ଏକ ବିକଶିତ ଭାରତ ସୃଷ୍ଟି କରିବ। ଗତ ବର୍ଷ ଭାରତ ପାଇଁ ଏକ ଐତିହାସିକ ସଫଳତା ପରି ଥିଲା। ସରକାର 'ସଂସ୍କାର, ପ୍ରଦର୍ଶନ ଏବଂ ପରିବର୍ତ୍ତନ' ଜାରି ରଖିଛନ୍ତି।

11:19 AM

Budget Session 2024 LIVE: ରାଷ୍ଟ୍ରପତି ସଂସଦ ଗୃହରେ ପ୍ରଥମ ଅଭିଭାଷଣ ପ୍ରଦାନ କରିବାକୁ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ଏଠାରେ 'ୱାନ୍ ଇଣ୍ଡିଆ, ବେଷ୍ଟ ଇଣ୍ଡିଆ'ର ସୁଗନ୍ଧ ରହିଛି। ସମଗ୍ର ବିଶ୍ୱରେ ଗୁରୁତର ସଙ୍କଟ ମଧ୍ୟରେ ଭାରତ ହେଉଛି ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଏବଂ ଶେଷ ଦୁଇଟି କ୍ୱାର୍ଟରରେ ଦେଶର ଅଭିବୃଦ୍ଧି ହାର ୧.୫ ପ୍ରତିଶତ ରହିଛି।

11:14 AM

Budget Session 2024 LIVE: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଏହା ହେଉଛି ଶେଷ ବଜେଟ୍। ଏଥିପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମିଳିତ ଅଧିବେଶନକୁ ସମ୍ବୋଧିତ କରୁଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ନୂତନ ଗୃହରେ ଏହା ତାଙ୍କର ପ୍ରଥମ ଅବିଭାଷଣ। ଏହି ସମୟରେ ସେ ଗତ ପାଞ୍ଚ ବର୍ଷ ମଧ୍ୟରେ ସରକାରଙ୍କ କାର୍ଯ୍ୟ ବିଷୟରେ କହିଛନ୍ତି ଓ ଏହା ହେଉଛି ସ୍ୱାଧୀନତାର ଅମୃତକାଳ ସମୟର ଆରମ୍ଭ ବୋଲି ରାଷ୍ଟ୍ରପତି କହିଛନ୍ତି।

11:12 AM

Budget Session 2024 LIVE: ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ୍ ଅଧିବେଶନ ଆରମ୍ଭ ହେଉଛି। ଏହା ରାଷ୍ଟ୍ରପତିଙ୍କ ଅବିଭାଷଣରୁ ଆରମ୍ଭ ହୋଇଛି। ମିଳିତ ଅଧିବେଶନ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଉପରାଷ୍ଟ୍ରପତି ଜଗଦୀପ ଧନଖର ସଂସଦ ଗୃହରେ ପହଞ୍ଚିଛନ୍ତି।

11:10 AM

Parliament Budget Session PM Narendra Modi Speech: ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତଙ୍କୁ 'ରାମ ରାମ' କହି ଅବିଭାଷଣ କରିଥିଲେ। ଏହା ପରେ ସେ କହିଥିଲେ ଯେ ସେହି ସାଂସଦମାନଙ୍କ ଯାହାର ରକୁସ୍ ସୃଷ୍ଟି କରିବା ଏକ ଅଭ୍ୟାସରେ ପରିଣତ ହୋଇଛି, ସେମାନେ ଅନୁଧ୍ୟାନ କରିବା ଉଚିତ୍। ଯେଉଁମାନେ କେବଳ ନକାରାତ୍ମକ କିମ୍ବା ରକୁସ୍ ସୃଷ୍ଟି କରନ୍ତି ସେମାନଙ୍କୁ କୌଣସି ବ୍ୟକ୍ତି ମନେ ରଖିବେ ନାହିଁ। ଏହା ବଜେଟ୍ ଅଧିବେଶନ, ଆପଣ ସର୍ବୋତ୍ତମ ଆଚରଣ କରନ୍ତୁ।'

 

10:39 AM

Parliament Budget Session PM Narendra Modi Speech: ସଂସଦର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ଏହା ହେଉଛି ବିଜେପି ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ୍ ଅଧିବେଶନ, ତେଣୁ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଲାଇଭ୍ ଭାଷଣ ଦେଇ ବଜେଟ୍ ଅଧିବେଶନ ବିଷୟରେ କହିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହକୁ ସମ୍ବୋଧିତ କରିବେ। ବିଜେପିର ମୋଦୀ ସରକାର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିବେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତାକାଲି ଅର୍ଥାତ୍ ୨ ଫେବ୍ରୁଆରୀରେ ବଜେଟ୍ ଉପସ୍ଥାପନ କରିବେ।

09:36 AM

Mayank Agarwal Health Update: କ୍ରିକେଟ୍ ଜଗତରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ଭାରତୀୟ କ୍ରିକେଟର ମୟଙ୍କ ଅଗ୍ରୱାଲଙ୍କ ବିରୋଧରେ ଏକ ଗଭୀର ଷଡଯନ୍ତ୍ର ରଚାଯାଇଛି। ଏହା ମଧ୍ୟ ତାଙ୍କ ଜୀବନ ନେଇପାରିଥାନ୍ତା। କହିରଖୁଛୁ ଯେ ଭାରତୀୟ ଦଳର ଖେଳାଳି ତଥା ରଣଜୀ ଟ୍ରଫି କର୍ଣ୍ଣାଟକ ଦଳର ଅଧିନାୟକ ମୟଙ୍କ ଅଗ୍ରୱାଲଙ୍କୁ ମଙ୍ଗଳବାର ଦିନ ଆଇସିୟୁରେ ଭର୍ତ୍ତି କରାଯାଇଛି। ପଢ଼ନ୍ତୁ ପୂରା ଖବର...

07:51 AM

LAccMI Bus: ଏଣିକି ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ଯାତାୟତ ହେବ ଆହୁରି ସହଜ। ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଲଗାତାର ପର୍ଯ୍ୟାୟ କ୍ରମେ ଖୁସି ଖବର ଦେଉଛନ୍ତି ରାଜ୍ୟ ସରକାର। ଖୁବ୍ କମ୍ ଭଡାରେ ଠିକଣା ସ୍ଥାନରେ ପହଞ୍ଚି ପାରିବେ ଯାତ୍ରୀ। କାହିଁକିନା ଆଜି ତିନୋଟି ଜିଲ୍ଲାରେ 'ଲକ୍ଷ୍ମୀ ବସ୍' ସେବା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ପର୍ବ ଶେଷ ହୋଇଛି । ଅନୁଗୁଳ, ଢେଙ୍କାନାଳ ଓ ଦେଓଗଡରେ 'ଲକ୍ଷ୍ମୀ ବସ' ବସ୍ ସେବାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଢ଼ନ୍ତୁ ପୂରା ଖବର...

07:25 AM

Budget Session 2024: ସଂସଦର ବଜେଟ୍ ଅଧିବେଶନ ଆଜି ଠାରୁ ଅର୍ଥାତ୍ ୩୧ ଜାନୁଆରୀରୁ ଆରମ୍ଭ ହେଉଛି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହା ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ୍ ଅଧିବେଶନ ହେବ। ସଂସଦର ବଜେଟ୍ ଅଧିବେଶନ ଆଜି ଅର୍ଥାତ୍ ମଙ୍ଗଳବାର ଦିନ ଆରମ୍ଭ ହେବ ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହର ମିଳିତ ବୌଠକକୁ ସମ୍ବୋଧିତ କରିବେ। ପଢ଼ନ୍ତୁ ପୂରା ଖବର...

06:48 AM

Manipur violence: ମଙ୍ଗଳବାର ଦିନ ମଣିପୁରର କାଙ୍ଗପୋକପି ଜିଲ୍ଲାର ଏକ କ୍ୟାମ୍ପ ଉପରେ ଅଜ୍ଞାତ ବନ୍ଧୁକଧାରୀ ଆକ୍ରମଣ କରିବା ସମୟରେ ଅତି କମରେ ଦୁଇଜଣ ଗ୍ରାମୀଣ ସ୍ବେଚ୍ଛାସେବୀଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ପୋଲିସ ଏହି ସୂଚନା ଦେଇଛି। ପଢ଼ନ୍ତୁ ପୂରା ଖବର...

 

06:18 AM

Hemant Soren News: ଆଜି ଅର୍ଥାତ୍ ୩୧ ଜାନୁଆରୀରେ ED ଝାଡ଼ଖଣ୍ଡର ସିଏମ ହେମନ୍ତ ସୋରେନଙ୍କୁ ପଚରାଉଚରା କରିବ। ଏହାପୂର୍ବରୁ ସିଏମ ବାସଭବନରେ ବିଧାୟକଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୪୩ ଜଣ ବିଧାୟକ ଉପସ୍ଥିତ ଥିଲେ। ପଢ଼ନ୍ତୁ ପୂରା ଖବର...

06:17 AM

Odisha Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ (cold wave in odisha)।  ରାଜ୍ୟରେ ଏବେ ପାଗ ଶୁଖିଲା ରହିବା ସହ ଘନ କୁହୁଡି଼ (Fog) ମଧ୍ୟ ଦେଖିବାକୁ ମିଳୁଛି। ବୁଧବାର ସକାଳେ ରାଜ୍ୟରେ ୧୭ ଜିଲ୍ଲାରେ ଘନ କୁହୁଡି଼ ଦୃଶ୍ୟମାନ ହେବ। ଏନେଇ ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ପଢ଼ନ୍ତୁ ପୂରା ଖବର...

06:16 AM

Horoscope Today 31 January 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜାନୁଆରୀ ୩୧ ହେଉଛି ବୁଧବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ। ପଢ଼ନ୍ତୁ ପୂରା ଖବର...