Odisha News Live Updates: ଆଜି ରଙ୍ଗର ପର୍ବ ହୋଲି ,ପଢି ନିଅନ୍ତୁ ଆଜିର ଆଉ କିଛି ଖବର
Advertisement
Article Detail0/zeeodisha/odisha2174153

Odisha News Live Updates: ଆଜି ରଙ୍ଗର ପର୍ବ ହୋଲି ,ପଢି ନିଅନ୍ତୁ ଆଜିର ଆଉ କିଛି ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha News Live Updates: ଆଜି ରଙ୍ଗର ପର୍ବ ହୋଲି ,ପଢି ନିଅନ୍ତୁ ଆଜିର ଆଉ କିଛି ଖବର
LIVE Blog
26 March 2024
22:47 PM

ହତିଆର ପରେ ଟିକଟକ ମାମଲାରେ ଚୀନ୍କୁ ପଲଟା ଜବାବ ଦେଲା ତାଇୱାନ
ହତିଆର ପରେ ଏବେ ଟିକଟକ ମାମଲାରେ ଚୀନ୍କୁ ପଲଟା ଜବାବ ଦେଇଛି ପ୍ରତିଦ୍ୱନ୍ଦ୍ୱୀ ତାଇୱାନ। ଚୀନୀ ସର୍ଟ ଭିଡିଓ ଆପ୍ ଟିକଟକ ସମ୍ପର୍କରେ ଚାଲିଥିବା ବିବାଦ ଶେଷ ହେବାର ଧରୁନାହିଁ। ଭାରତ-ଆମେରିକା ଭଳି ଦେଶ ଟିକଟକ୍ ଉପରେ ନିଷେଧାଦେଶ ଜାରି କରି ସାରିଛନ୍ତି। ଏବେ ତାଇୱାନ ଟିକଟକ୍ କୁ ଦେଶର ସୁରକ୍ଷା ପ୍ରତି ବିପଦ ବୋଲି କହିଛି। ଏନେଇ ତାଇୱାନ ପକ୍ଷରୁ କୁହାଯାଇଛି ଯେ ଚୀନ ଦ୍ୱାରା ବିକଶିତ ସର୍ଟ ଭିଡିଓ ଆପ୍ ବେଶ ବିପଜ୍ଜନକ ଅଟେ। ଏହି ଆପ୍ ଦେଶର ଜାତୀୟ ସୂଚନା ଏବଂ ଯୋଗାଯୋଗ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଛି ବୋଲି ତାଇୱାନ କହିଛି।

ପଢନ୍ତୁ ପୁରା ଖବର

22:30 PM

ବିଜେପିରେ ମିଶିଲେ ପୂର୍ଣ୍ଣଚନ୍ଦ୍ର ସେଠୀ
ବିଜୁ ଜନତା ଦଳରୁ ଇସ୍ତଫା ଦେବା ପରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ । ପୂର୍ବରୁ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ବ କରିଥିବା ପୂର୍ଣ୍ଣଚନ୍ଦ୍ର ସେଠୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜେଡିରେ ଅବହେଳିତ ଥିବା ଦର୍ଶାଇ ଇସ୍ତଫା ଦେଇଥିଲେ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପୂର୍ଣ୍ଣଚନ୍ଦ୍ର ସେଠୀ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ସେ ବିଜେପିର ଗଣତାନ୍ତ୍ରିକ ନୀତି ଉପରେ ଆସ୍ଥା ପ୍ରକଟ କରିବା ସହ ବିଜେଡି ପ୍ରତି ଅସନ୍ତୋଷ ବ୍ୟକ୍ତ କରିବା ସହ ଅଣଦେଖା ଅନୁଭବ କରିଥିଲେ ବୋଲି କହିଛନ୍ତି।

22:14 PM

ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।  

ପଢନ୍ତୁ ପୁରା ଖବର

 

22:05 PM

ଭର୍ତ୍ତୃହରିଙ୍କ ‘ହୋଲି ମିଳନ’ କାର୍ଯ୍ୟକ୍ରମରେ ଅନୁଭବଙ୍କ ସମେତ ବିଜେପି ନେତା, ନୂଆ ଚର୍ଚ୍ଚାକୁ ଦେଲା ଇସାରା
Odisha News Live Updates: 
ସାଂସଦ ଭର୍ତ୍ତୃହରି ମହତାବଙ୍କ ଦ୍ୱାରା ଆୟୋଜିତ ହୋଲି ମିଳନ କାର୍ଯ୍ୟକ୍ରମରେ ବହୁ ରାଜନୈତିକ ନେତା ଉପସ୍ଥିତ ଥିଲେ। ନିକଟରେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିବା ଭର୍ତ୍ତୃହରି ମହତାବ ଓଡ଼ିଶାରେ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ଏଥିରେ ଅଭିନେତାରୁ ରାଜନେତା ପାଲଟିଥିବା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଦଳରୁ ଦୂରେଇ ରହିବା ପରେ ଅନୁଭବ ମହାନ୍ତି ମଧ୍ୟ ବିଜେଡି ଛାଡିବେ ବୋଲି ଚର୍ଚ୍ଚା ହେଉଛି । କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ବିଜେଡି ତାଙ୍କୁ ପୁଣି ଥରେ ପ୍ରାର୍ଥୀ କରିବ ନାହିଁ ବୋଲି କୁହାଯାଉଛି।

21:30 PM

ରାତି ଅଧିଆ ଅଫିମ ଚାଷୀଙ୍କୁ ଉଠାଇ ଆଣିଲା ପୁଲିସ୍‌
Odisha News Live Updates:
ରାତି ଅଧିଆ ଜଣେ ଅଫିମ ଚାଷୀଙ୍କୁ ଉଠାଇ ଆଣିଲା ପୁଲିସ୍‌। ଆଉ ଘନଘନ ଜେରା ବେଳେ ଅଫିମ ଚାଷ କରୁଥିବା ସେ ସ୍ୱୀକାର କରିଛନ୍ତି। ଗତ ଦୁଇ ବର୍ଷ ହେଲା ସେ ଶିମିଳିପାଳ ଅଭୟାରଣ୍ୟର କୋର ଏରିଆରେ ଅଫିମ ଚାଷ କରୁଥିବା ମାନିଛନ୍ତି। ପୁଲିସ୍‌ ତାଙ୍କୁ ଅଟକ ରଖି ଅନ୍ୟ ଅଭିଯୁକ୍ତଙ୍କ ଲିଙ୍କ ଖୋଜୁଛି।

21:17 PM

IPL ବେଟିଂରେ ଦେଢକୋଟି ହାରିଲା ସ୍ବାମୀ, ସ୍ତ୍ରୀ କଲା ଆତ୍ମହତ୍ୟା
କର୍ଣ୍ଣାଟକର ଚିତ୍ରଦୁର୍ଗ ଅଞ୍ଚଳରେ ଅଭାବନୀୟ ଘଟଣା । ଦର୍ଶନ ବାବୁ ନାମକ ଇଞ୍ଜିନିୟର ହରାଇଲେ ଦେଢ଼ କୋଟି ଟଙ୍କା । IPL ବେଟିଂରେ ଦର୍ଶନ ଏହି ଦେଢ଼ କୋଟି ଟଙ୍କା ହରାଇଥିବା କୁହାଯାଉଛି । ଦର୍ଶନ ବାବୁ ବେଟିଂରେ ଟଙ୍କା ହରାଇବା ପରେ ତାଙ୍କ ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି । ଦର୍ଶନଙ୍କ ସ୍ତ୍ରୀ ରଞ୍ଜିତା ସ୍ବାମୀ ହାରିବା ପରେ ଆତ୍ମହତ୍ୟା କରିଛନ୍ତି । ଏକ ସରକାରୀ ବିଭାଗରେ ଇଞ୍ଜିନିୟରଭାବେ କାର୍ଯ୍ୟରତ ଥିଲେ ଦର୍ଶନ । ଅଧିକ ଟଙ୍କା ଲୋଭରେ ବେଟିଂରେ ସାମିଲ ହୋଇଥିଲେ । ୨୦୨୦ରେ ଦର୍ଶନଙ୍କୁ ବିବାହ କରିଥିଲେ ରଞ୍ଜିତା । ୨୦୨୧ରୁ ଦର୍ଶନ ବେଟିଂରେ ଲିପ୍ତ ଥିବା ପୋଲିସ କହିଛି । ତେବେ ଅଧିକ ଟଙ୍କା ଲୋଭରେ ସେ ଏଭଳି ବେଟିଂରେ ଟଙ୍କା ଲଗାଉଥିବା ସୂଚନା ମିଳିଛି । ତେବେ ଚଳିତ ବର୍ଷ ଆଇପିଏଲ ସିଜିନ ୨୨ ତାରିଖରୁ ଆରମ୍ଭ ହୋଇଛି ।

20:45 PM

ସମ୍ୱଲପୁର ଟାଉନ୍‌ରେ ବୋମା ମାଡ଼, ଉତ୍ତେଜନା
ପୁଣି ଅସାନ୍ତ ହେଲା ସମ୍ୱଲପୁର ଟାଉନ୍‌। ଆଜି ସନ୍ଧ୍ୟା ବେଳେ ଟାଉନ୍‌ର ପୀରବାବା ଛକରେ ବୋମା ମାଡ଼ ହୋଇଛି। ଏଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

20:35 PM

ଇଣ୍ଟର୍ଣ୍ଣ ପାଉଥିଲେ ମାସକୁ କେବଳ ଏତିକି ଟଙ୍କା; ଖବର ଶୁଣିବା ପରେ ତାତି ଉଠିଲେ ସିଇଓ
କ'ଣ ଆପଣ ମାତ୍ର ୨୦୦୦ ଟଙ୍କାରେ ଆପଣଙ୍କର ଗୋଟିଏ ମାସର ସମସ୍ତ ଖର୍ଚ୍ଚ ଚଳାଇ ପାରିବେ? ଏକଥା ବିଷୟରେ ଚିନ୍ତା କରିବା ମଧ୍ୟ ଆଶ୍ଚର୍ଯ୍ୟଜନକ। ହେଲେ ଦେଶର ରାଜଧାନୀ ଦିଲ୍ଲୀ ନିକଟସ୍ଥ ଗୁରୁଗ୍ରାମ ଠାରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା। କୁହାଯାଏ ଯେ ଗୁରୁଗ୍ରାମ ସ୍ଥିତ କୌଣସି ଏକ ପଞ୍ଚ ତାରକା ହୋଟେଲ ଠାରେ ଥରେ ଯଦି ଆପଣ ରାତ୍ରୀ ଭୋଜନ କରିବାକୁ ଚାହାଁନ୍ତି ତାହେଲେ ଆପଣଙ୍କ ବେଶ ମୋଟା ଅଙ୍କ ଖର୍ଚ୍ଚ କରିବାକୁ ହେବ। ଏପରିକି ଆପଣଙ୍କର ମାସିକ ବଜେଟ୍ ମଧ୍ୟ ବିଗିଡ଼ି ଯାଇପାରେ।

ପଢନ୍ତୁ ପୁରା ଖବର

 

20:02 PM

କେମିତି ଜାଣିବେ ସାମ୍ନା ବାଲା ଆପଣଙ୍କୁ ଭଲ ପାଉଛି ?
Odisha News Live Updates:
ଦୁନିଆରେ ସବୁ ପ୍ରକାରର ଲୋକ ଅଛନ୍ତି । କିଛି ଅଧିକ କଥାବାର୍ତ୍ତା କରୁଥିବାବେଳେ ଆଉ କିଛି କମ କଥାହୁଅନ୍ତି,ଯେଉଁମାନଙ୍କୁ ଆମେ ସାଧାରଣତଃ ଇଣ୍ଟ୍ରୋଭର୍ଟ ବୋଲି କହିଥାଉ । କାହା ପ୍ରତି ନିଜର ଭାବନା ପ୍ରକାଶ କରିବା, ଏହା ସମସ୍ତଙ୍କ ପାଇଁ ସହଜ ହୋଇନଥାଏ ।  କିଛି ଲୋକ ନିଜ ମନକଥାକୁ କାହାରି ଆଗରେ ସହଜରେ ପ୍ରକାଶ କରିପାରନ୍ତି କିନ୍ତୁ କିଛି ମନକଥାକୁ ମନରେ ଚାପି ରଖନ୍ତି। ମନକଥାକୁ ସେମାନେ ସହଜରେ କାହା ଆଗରେ ପ୍ରକାଶ କରିପାରନ୍ତି ନାହିଁ। କିଛି ନିଜ ହାବଭାବ ଦ୍ୱାରା ନିଜ ମନକଥା କହିବାକୁ ଚାହାନ୍ତି କିନ୍ତୁ ସଠିକ ଭାବେ ପ୍ରପୋଜ୍ କରିପାରନ୍ତି ନାହିଁ। ପଢନ୍ତୁ ପୂରା ରିପୋର୍ଟ...

19:45 PM

ଅନଶନରୁ ଉଠିଲେ ସୋନମ ୱାଙ୍ଗଚୁକ
Odisha News Live Updates:
ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ଆମରଣ ଅନଶନକୁ ଶେଷ କରିଛନ୍ତି। ସେ ଗତ ୨୧ଦିନ ଧରି ଆମରଣ ଅନଶନ ଚଳାଇଥିଲେ। ଲଦାଖ ପାଇଁ ରାଜ୍ୟ ଗଠନ ଏବଂ ଏହାକୁ ସମ୍ବିଧାନର ଷଷ୍ଠ ସିଡ୍ୟୁଲରେ ଅନ୍ତର୍ଭୁକ୍ତ କରିବାକୁ ଦାବି କରି ଅନଶନରେ ବସିଥିଲେ।

19:29 PM

ଫେରିଲା ଲା ନିନା; ହୋଇପାରେ ଭଲ ବର୍ଷା ସାଙ୍ଗକୁ ପ୍ରବଳ ଗରମ
ଭାରତୀୟ ପାଣିପାଗ ବିଭାଗ ପାଇଁ ଆସିଛି ଆଶ୍ୱସ୍ତି ପ୍ରଦାନ କରିବା ଭଳି ଖବର। ଏସିଆ-ପାସିଫିକ୍ ଅର୍ଥନୈତିକ ସହଯୋଗ (ଏପିଇସି) ଜଳବାୟୁ କେନ୍ଦ୍ର ଚଳିତ ବର୍ଷ ଦେଶରେ ମୌସୁମୀ ଆଗମନ ସମ୍ପର୍କରେ ପ୍ରଥମ ପୂର୍ବାନୁମାନ କରିଛି। ଏପିଇସି ଜଳବାୟୁ କେନ୍ଦ୍ର ଦୁଇଟି ଭିନ୍ନ ଭିନ୍ନ ଅବଧି ପାଇଁ ପୂର୍ବାନୁମାନ ଜାରି କରିଛି। ପ୍ରଥମ ପୂର୍ବାନୁମାନ ଅପ୍ରେଲ ଠାରୁ ଜୁନ୍ ଏବଂ ଦ୍ୱିତୀୟ ପୂର୍ବାନୁମାନ ଜୁଲାଇ ଠାରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ରହିଛି। 

ପଢନ୍ତୁ ପୁରା ଖବର

19:15 PM

ତିନିଜଣ ଶିଶୁଙ୍କ ସମେତ ୭ ଜୀବନ୍ତ ଦଗ୍ଧ

Odisha News Live Updates: ପୂର୍ବଦିଲ୍ଲୀର ପାଣ୍ଡବ ନଗର ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ହୋଲି ଖେଳୁଥିବା ବେଳେ ତିନିଜଣ ଶିଶୁଙ୍କ ସମେତ ୭ଜଣ ଜଳିଯାଇଥିବା ଜଣାପଡ଼ିଛି। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଆଜି ରଙ୍ଗର ପର୍ବ ହୋଲି ହେତୁ ସମସ୍ତେ ରଙ୍ଗ ଖେଳିବାରେ ବ୍ୟସ୍ତ ଥିଲେ । ଏହି କ୍ରମ‌ରେ ପୂର୍ବଦିଲ୍ଲୀର ପଣ୍ଡବ ନଗର ଅଞ୍ଚଳରେ ବସବାସ କରୁଥିବା ଜିଆରପି ଯବାନଙ୍କ ପରିବାରର ସମସ୍ତ ସଦସ୍ୟ ହୋଲି ଖେଳିବା ପାଇଁ ନିଜ ଘରର ଛାତ ଉପରକୁ ଯାଇଥି‌ଲେ। ଛାତ ଉପରେ ମଜା ଓ ଖୁସିରେ ହୋଲି ଖେଳୁଥିବା ବେଳେ ଏକ ହାଏଭୋଲଟେଜ ବିଦ୍ୟୁତ ତାର ସଂସ୍ପର୍ଶରେ ଚାଲି ଆସିଥିଲେ। ଫଳରେ ଜିଆରପି ଯବାନ, ତାଙ୍କ ସ୍ତ୍ରୀ, ପିଲାମାନେ ଏପରି ଭାବେ ୭ଜଣ ଜଳି ଯାଇ ଗୁରୁତର ଆହତ ହୋଇଥିଲେ।

19:00 PM

ଟଙ୍କା ପାଇଁ ୯ବର୍ଷର ବାଳକକୁ କଲା ହତ୍ୟା!
Odisha News Live Updates:
୯ବର୍ଷର ବାଳକକୁ ଅପହରଣ । ପ୍ରାର୍ଥନା ପାଇଁ ମସଜିଦକୁ ଯିବା ବେଳେ ଅପହରଣ କରିନେଲା ସ୍ଥାନୀୟ ଟେଲର୍। ସନ୍ଧ୍ୟା ପ୍ରାର୍ଥନା ଶେଷ ପରେ ବାହାରକୁ ଆସିବା ପରେ ଅପହରଣ କରି ନେଲା। ପରେ ମୁଣ୍ତ ଜାମିନ ପାଇଁ ଦାବି କରିଥିବା ୨୩ ଲକ୍ଷ ଟଙ୍କା ନମିଳିବାକୁ କଲା ହତ୍ୟା। ଗତ ରବିବାର ଦିନ ଏପରି ଭୟଙ୍କର ଘଟଣା ଘଟିଯାଇଛି। ପୋଲିସ ସୂଚନା ଅନୁସାରେ, ସଲମାନ ମୌଲବୀକୁ ଘର ତିଆରି କରିବା ପାଇଁ ଟଙ୍କା ଦରକାର ଥିଲା। ଏଣୁ ନିକଟରେ ରହୁଥିବା ୯ ବର୍ଷର ବାଳକ ଇବାଦକୁ ଅପହରଣ କରିବା ପାଇଁ ଯୋଜନୀ ପ୍ରସ୍ତୁତ କଲା। ମୁଣ୍ତ ଜାମିନ ବାବଦକୁ ସେ ୨୩ ଲକ୍ଷ ଟଙ୍କା ମାଗିଥିଲା। ଘର ତିଆରି ପାଇଁ ଅପହରଣ ସହ ଟଙ୍କା ମାଗିଥିଲା ବୋଲି ପୋଲିସ କହିଛି।

18:45 PM

ବୀରମହାରାଜପୁରରେ ଶାନ୍ତି ଶୃଙ୍ଖଳାର ସହ ଦୋଳ ମହୋତ୍ସବ ସମ୍ପନ୍ନ
Odisha News Live Updates:
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ ଦୋଳଯାତ୍ରା ତଥା ହରିହର ଭେଟ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି। ତେବେ ସମନ୍ୱୟ ଅଭାବରୁ  ଚମ୍ପାମାଳର ବାବା ଚମ୍ପେଶ୍ୱର ମହାଦେବ ପାଞ୍ଚ ଘଣ୍ଟା ବିଳମ୍ବରେ ଆସିବାରୁ ମେଳଣ ପଡ଼ିଆରେ ହରିହର ଭେଟ ଭୋର ସକାଳ ସ୍ଥାନରେ ପୂର୍ବାହ୍ଣ ପ୍ରାୟ ୯ଟାରେ ଅନୁଷ୍ଠିତ ହୋଇଥିଲା। ମେଳଣ ପଡ଼ିଆରେ ଅନ୍ୟ ବର୍ଷଗୁଡ଼ିକରେ ବ୍ରହ୍ମ ମୁହୁର୍ତ୍ତରେ ହରିହର ଭେଟ ହୋଇଥାଆନ୍ତି। କିନ୍ତୁ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଯାଇଥିଲା। ଶ୍ରଦ୍ଧାଳୁ ଓ ଦର୍ଶକମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ନିଜନିଜ ଘରକୁ ଫେରିଯାଇଥିଲେ। ସକାଳ ପ୍ରାୟ ନଅଟା ବେଳକୁ ଚାରି ହରି ଓ ତିନି ହର ମେଳଣ ପଡ଼ିଆରେ ଭେଟ ହୋଇଥିଲେ।

18:32 PM

ଯୁଦ୍ଧ ବିରାମ ପ୍ରସ୍ତାବକୁ ଅଗ୍ରାହ୍ୟ କଲା ହମାସ; ଇସ୍ରାଏଲ ବିରୋଧରେ ଆଣିଲା ଗୁରୁତର ଅଭିଯୋଗ
ପ୍ରାୟ ୬ ମାସରୁ ଉର୍ଦ୍ଧ୍ୱ ସମୟ ଧରି ପାଲେଷ୍ଟାଇନ ଗାଜା ଅଞ୍ଚଳରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରିବା ପାଇଁ ଅଣ୍ଟାଭିଡ଼ିଛି ଜାତିସଂଘ। ଏହି ପ୍ରସଙ୍ଗରେ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଏକ ଯୁଦ୍ଧବିରାମ ପ୍ରସ୍ତାବ ଆଗତ ହୋଇଥିଲା। ହେଲେ ଏହି ଯୁଦ୍ଧ ବିରାମ ପ୍ରସ୍ତାବକୁ ହମାସ୍ ପ୍ରତ୍ୟାଖ୍ୟାନ କରିଥିବାର ଜଣାପଡ଼ିଛି। ପ୍ରତିଦ୍ୱନ୍ଦ୍ୱୀ ଇସ୍ରାଏଲ ଏହାର ମୌଳିକ ଦାବିକୁ ଅଣଦେଖା କରିଥିବା ହମାସ ଅଭିଯୋଗ  ଆଣିଛି। ହମାସ ପକ୍ଷରୁ ଇସ୍ରାଏଲ ନିକଟରେ ଯେଉଁ ଦାବି ରଖାଯାଉଛି ତାହା ହେଉଛି ପାଲେଷ୍ଟାଇନ ଗାଜା ଅଞ୍ଚଳରେ ଯୁଦ୍ଧର ସମାପ୍ତି ଏବଂ ସେଠାରୁ ଇସ୍ରାଏଲ୍ ସୈନ୍ୟବାହିନୀର ସମ୍ପୂର୍ଣ୍ଣ ପ୍ରତ୍ୟାହାର।

ପଢନ୍ତୁ ପୁରା ଖବର

 

18:30 PM

ବଢିଲା କେଜରିୱାଲଙ୍କ ଅଡ଼ୁଆ
Odisha News Live Update:
ଇଡି ହେପାଜତରେ ଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୌଣସି ଆଦେଶ ଜାରି ନକରିବାକୁ କୋର୍ଟଙ୍କୁ ଅନୁରୋଧ କରି ଦିଲ୍ଲୀ ହାଇକୋର୍ଟରେ ଏକ ପିଏଲ ଦାଖଲ କରାଯାଇଛି। ଏହା ବ୍ୟତୀତ, ପିଆଇଏଲରେ ଟାଇପିଷ୍ଟ, କମ୍ପ୍ୟୁଟର ପ୍ରିଣ୍ଟର୍ ଇତ୍ୟାଦି ପ୍ରଦାନ ନକରିବାକୁ ଏକ ଅନୁରୋଧ କରାଯାଇଛି। ଅଭିଯୋଗକାରୀ ପଞ୍ଜୀକୃତ ହେବା, ଅରବିନ୍ଦ କେଜ୍ରିୱାଲଙ୍କୁ ପୋଲିସ୍ ହେପାଜତରେ ଜାରି କରାଯାଇଥିବା ନିର୍ଦ୍ଦେଶ କିପରି ଦିଲ୍ଲୀ ମନ୍ତ୍ରୀ ଆତିଶିଙ୍କ ନିକଟରେ ପହଞ୍ଚିଛି ସେନେଇ ଇଡି ନିର୍ଦ୍ଦେଶ ଦେବାକୁ ଆବେଦନକାରୀ କୋର୍ଟରେ ଆବେଦନ କରିଛନ୍ତି। ପଢନ୍ତୁ ପୂରା ରିପୋର୍ଟ...

 

18:15 PM

ହୋଲି ପର୍ବରେ ଅଘଟଣ: ସାଲେପୁରରେ ପୋଖରୀରେ ବୁଡ଼ି ଯୁକ୍ତ ୨ ଛାତ୍ର ମୃତ
Odisha News Live Update:
  ହୋଲି ହେଲା କାଳ । ହୋଲି ଖେଳି ସାରିବା ପରେ ପୋଖାରୀରେ ଗାଧେଇବା ବେଳେ ବୁଡିଗଲେ ନାବାଳକ । ପାରାଦୀପ ଉପକଣ୍ଠ କୁତବୁଲା ଗାଁରେ ଏଭଳି ଘଟଣା ଘଟିଛି । ଏହି ଗାଁର ଜୟନ୍ତ ସରକାର ବାରବର୍ଷର ପୁଅ ରାଜକିଶୋର ଆଜି ସାଙ୍ଗଙ୍କ ସହ ରଙ୍ଗ ଖେଳି ପୋଖରୀକୁ ଗାଧେଇବାକୁ ଯାଇଥିଲେ । ସେଠାରେ ତାଙ୍କର ଗୋଡ ଖସିଯିବାରୁ ପୋଖରୀର ପାଣି ଭିତରେ ବୁଡିଯାଇଥିଲେ । ଅନେକ ଉଦ୍ୟମ ପରେ ମଧ୍ୟ ପାଖରେ ଥିବା ସାଙ୍ଗସାଥି ଉଦ୍ଧାର କରି ନପାରିବାରୁ ତାଙ୍କର ମୃତ୍ୟୁ ଘଟିଛି ।

 

18:00 PM

ପାକିସ୍ତାନ ଉପରେ ବେଲୋଚିସ୍ତାନର ଆକ୍ରମଣ
Odisha News Live Update:
ପାକିସ୍ତାନର ଏୟାରବେସରେ ଜୋରଦାର ହମଲା। ଏଥିରେ ୬ଜଣଙ୍କର ମୃତ୍ୟୁ ହୋଇଛି । ବାଲୋଚିସ୍ତାନ ଲିବରେସନ ଆର୍ମି ପକ୍ଷରୁ ରେକଟ ମାଡ଼ ସହ ଲଗାତାର ଫାୟାରିଂ କରାଯାଇଛି। ବାଲୁଚିସ୍ତାନରେ ଚୀନର ନିବେଶକୁ ବିରୋଧ କରି ପାକିସ୍ତାନର ଦ୍ୱିତୀୟ ସବୁଠୁ ବଡ଼ ଏୟାରବେସରେ ହମଲା କରାଯାଇଛି। ଏୟାରବେସରେ ଚୀନର ଡ୍ରୋନ ଥିବା ଜାଣିବା ପରେ ଲିବରେସନ ଆର୍ମି ପକ୍ଷରୁ ହମଲା କରାଯାଇଥିଲା। ଏଭଳି ଆକ୍ରମଣ ପରେ ପାକିସ୍ତାନର ଟରବାଟ ପ୍ରଶାସନ ପକ୍ଷରୁ ପୂରା ଅଞ୍ଚଳରେ ଆପାତ୍ତକାଳ ଘୋଷଣା କରାଯାଇଛି। ଗତବର୍ଷ ମଧ୍ୟ ଲିବରେସନ ଆର୍ମି ପକ୍ଷରୁ ଆକ୍ରମଣ ହୋଇଥିବା ବେଳେ ଚଳିତ ବର୍ଷ ଏହା ଦ୍ୱିତୀୟ ଆକ୍ରମଣ। ଏୟାରବେସରେ କିଛି ଆତଙ୍କବାଦୀ ପଶିବାକୁ ଚେଷ୍ଟା କରୁଥିବା ବେଳେ ସେନା ପକ୍ଷରୁ ସେମାନଙ୍କୁ ଅଟକାଯାଇଛି ବୋଲି ପାକିସ୍ତାନ କହିଛି।

 

17:45 PM

ଗୋପାଳପୁର ବନ୍ଦର କିଣିବେ ଗୌତମ ଆଦାନୀ
Odisha News Live Update:
ଆଦାନୀ ଗ୍ରୁପ୍ ମାଲିକାନାରେ ଥିବା ଆଦାନୀ ପୋର୍ଟସ୍ ଓଡିଶାର ଗୋପାଳପୁର ବନ୍ଦର କିଣିବାକୁ ପ୍ରସ୍ତୁତ ହୋଇଛି। ଏହି ବନ୍ଦରର ୫୬ ପ୍ରତିଶତ ଅଂଶ ରିଅଲ୍ ଇଷ୍ଟେଟ୍ ଗ୍ରୁପ୍ ଶାପୁରଜୀ ପାଲୋଞ୍ଜୀ ଗ୍ରୁପ୍ ପାଖରେ ଅଛି | ଯାହାକୁ ଆଦାନୀ ବନ୍ଦର କିଣିବାକୁ ଯାଉଛି | ଏହା ବ୍ୟତୀତ ଓଡ଼ିଶା ଷ୍ଟିଭେଡୋରସରୁ ୩୯ ପ୍ରତିଶତ ଅଂଶଧନ କ୍ରୟ କରାଯିବ। ଏହା ପରେ, ଆଦାନୀ ପୋର୍ଟସ୍ ପାଖରେ ଗୋପାଳପୁର ବନ୍ଦରର ୯୫ ପ୍ରତିଶତ ମାଲିକାନା ରହିବ | ଏହି ଡିଲର ଇକ୍ୱିଟି ମୂଲ୍ୟ ୧୩୪୯ କୋଟି ଟଙ୍କା ହେବ | ଏହି ଚୁକ୍ତି ପାଇଁ ପ୍ରାୟ ୩୦୮୦ କୋଟି ଟଙ୍କା ଖର୍ଚ୍ଚ ହେବ | ଆଦାନୀ ପୋର୍ଟସ୍ ର ଏମଡି କରଣ ଆଦାନୀ କହିଛନ୍ତି ଯେ ଗୋପାଳପୁର ବନ୍ଦର ସହାୟତାରେ ଏହା ଆମ କମ୍ପାନୀର କାର୍ଯ୍ୟକୁ ମଜବୁତ କରିବାରେ ଆମକୁ ବହୁତ ସାହାଯ୍ୟ କରିବ।

 

17:20 PM

୩୦ ମାର୍ଚ୍ଚରୁ ପ୍ରଚାର ମୈଦାନକୁ ଓହ୍ଲାଇବେ ମୋଦୀ

Odisha News Live Updates: ମାର୍ଚ୍ଚ ୩୦ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭା ନିର୍ବାଚନ ପ୍ରଚାର ଆରମ୍ଭ କରିବେ। କୁହାଯାଉଛି ଯେ ମିରଟରେ ଆରଏଲଡି ନେତା ଜୟନ୍ତ ଚୌଧୁରୀଙ୍କ ସହିତ ମୋଦୀଙ୍କର ପ୍ରଥମ ରାଲି ଅନୁଷ୍ଠିତ ହେବ। 

17:11 PM

ତାସ ମୁଠା ଭଳି ଭୁଷୁଡ଼ିଗଲା ପୋଲ; ଦେଖନ୍ତୁ ଭିଡ଼ିଓ
ସଦ୍ୟ ଯୁକ୍ତରାଷ୍ଟ୍ର ଆମେରିକାର ବାଲ୍ଟିମୋର ସହରରେ ଘଟିଯାଇଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଯେଉଁଠି ଏକ ଜାହାଜ ସହ ଧକ୍କା ହେବା ପରେ ଏକ ପୋଲ ତାସ ମୁଠା ଭଳି ଭୁଷୁଡ଼ି ଯାଇଛି। ଏହି ଘଟଣାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ବାଲ୍ଟିମୋର ସହରରେ ଥିବା "ଫ୍ରାନ୍ସିସ୍ ସ୍କଟ୍ କି ବ୍ରିଜ୍" ଏକ କଣ୍ଟେନର ଜାହାଜ ସହ ଧକ୍କା ହୋଇଥିଲା। ଯାହା ପରେ ଏହି ପୋଲ ସମ୍ପୂର୍ଣ୍ଣ ଭୁଷୁଡି ଯାଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରାତି ୦୧:୩୦ (ସ୍ଥାନୀୟ ସମୟ) ସମୟରେ ପୋଲ ଜାହାଜ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହାର ଭିଡିଓ ଫୁଟେଜ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଜାହାଜ ସହ ଧକ୍କା ହେବା ପରେ ପୋଲ ମୁଠା ଭଳି ଭୁଷୁଡ଼ି ଯାଇଥିଲା।

ପଢନ୍ତୁ ପୁରା ଖବର

 

 

16:45 PM

ଭୁବନେଶ୍ୱରରେ ରକ୍ତାକ୍ତ ହୋଲି
Odisha News Live Update:
ରଙ୍ଗର ପର୍ବ ହୋଲିରେ ରାଜଧାନୀ ଭୁବନେଶ୍ୱରରେ ବୋହିଲା ରକ୍ତ! ହୋଲି ଖେଳ ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକକୁ ଆକ୍ରମଣ ହୋଇଛି। ଇନ୍‌ଫୋସିଟି ଥାନା ଶିଖରଚଣ୍ଡୀ ବସ୍ତିରେ ଘଟିଛି ଏପରି ଘଟଣା। ସ୍ଥିତି ଆୟତ୍ତରେ ଥିଲେ ମଧ୍ୟ କମିଶନରେଟ୍‌ ପୁଲିସ୍‌ ତୀକ୍ଷିଣ ନଜର ରଖିଛି। ଦୁଇ ମାସ ତଳେ ଇନ୍‌ଫୋଷିଟି ଥାନା ଶିଖରଚଣ୍ଡୀ ବସ୍ତିର ଟି. ରାଜୁଙ୍କ ସହିତ ଜଣେ ଯୁବକଙ୍କର ପାଟିତୁଣ୍ଡ ହୋଇଥିଲା। ପରବର୍ତ୍ତୀ ସମୟରେ ଉଭୟଙ୍କ ଭିତରେ ଥିବା ବିବାଦ ସମାଧାନ ହୋଇଥିଲା। ଆଜି ହୋଲି ଥିବାରୁ ଟି.ରାଜୁ ରଙ୍ଗ ଖେଳିବା ପାଇଁ ଅନ୍ୟ ସାହିକୁ ଯାଇଥିଲେ। ଠିକ୍‌ ସେହି ସମୟରେ ମଦ ନିଶାରେ ଥିବା ଯୁବକ ଜଣକ ହାତୁଡ଼ି ଓ ସାବଳରେ ଟି.ରାଜୁଙ୍କୁ ଆକ୍ରମଣ କରିଥିଲେ। ଯାହାଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କ ମୁଣ୍ଡ ଓ ଶରୀରରେ ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା।

16:30 PM

ବାର୍ଡ ଫ୍ଲୁ ସାଜିଲା କାଳ: ଚାଲିଗଲା ୨୧ ବର୍ଷୀୟ ଛାତ୍ରଙ୍କ ଜୀବନ
କୁକୁଡ଼ା ସମେତ ଅନ୍ୟାନ୍ୟ ପକ୍ଷୀଙ୍କୁ ଆକ୍ରାନ୍ତ କରୁଥିବା ବାର୍ଡ ଫ୍ଲୁ ଏବେ ମଣିଷଙ୍କ ଲାଗି ଘାତକ ସାଜିଛି। ସଦ୍ୟ ଭିଏତନାମର କାନହ ହୋଆ ପ୍ରଦେଶରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଯେଉଁଠି ଜଣେ ୨୧ ବର୍ଷୀୟ କଲେଜ ଛାତ୍ର ବାର୍ଡ ଫ୍ଲୁ ଦ୍ୱାରା ସଂକ୍ରମିତ ହେବା ପରେ ପ୍ରାଣ ହରାଇଛନ୍ତି। ବାର୍ଡ ଫ୍ଲୁ କାରଣରୁ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର (୨୬ ମାର୍ଚ୍ଚ) ସ୍ପଷ୍ଟ କରିଛି। 

ପଢନ୍ତୁ ପୁରା ଖବର

16:20 PM

ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର। ଲିଙ୍କରେ କ୍ଲିକ କରି ପଢିନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର...

15:56 PM

ଏକାଧିକ ଗାଡ଼ିକୁ ପିଟିଲା ପୋଲିସ ବାବୁଙ୍କ ସ୍କର୍ପିଓ
Odisha News Live Update:
ଗୋଟିଏ ପରେ ଗୋଟିଏ ଗାଡ଼ିକୁ ପିଟି ଚାଲିଲା ପୁଲିସ ବାବୁଙ୍କ ସ୍କର୍ପିଓ। ଡ୍ରାଇଭରର ଗାଡ଼ି ଚାଳନାକୁ ଦେଖି ରାସ୍ତାରେ ଯାଉଥିବା ଲୋକେ ଜୀବନବିକାଳେ ଦୌଡ଼ି ପଳାଇଥିଲେ। କିଛି ସମୟ ପାଇଁ ରାସ୍ତା ପାଲଟିଯାଇଥିଲା ଜନଶୂନ୍ୟ। ଆଉ ଶେଷରେ ଉତ୍ତ୍ୟକ୍ତ ଲୋକେ ସ୍କପିଓ ଡ୍ରାଇଭରକୁ କାବୁ କରି ଉତ୍ତମ ମଧ୍ୟମ ଦେବା ସହ ପୁଲିସ୍‌ ଜିମାରେ ଦେଇଥିଲେ। ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ଟାଉନ୍ ଥାନା ମିଶନ ରୋଡରେ।

15:45 PM

ଅରବିନ୍ଦ କେଜରିୱାଲଙ୍କ ଯାଚିକା ଉପରେ ଆସନ୍ତାକାଲି ଶୁଣାଣୀ କରିବେ ହାଇକୋର୍ଟ

Odisha News Live Update: ଆସନ୍ତାକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ହାଇକୋର୍ଟରେ ଶୁଣାଣି ହେବ। କେଜ୍ରିୱାଲଙ୍କ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ତାଲିକାଭୁକ୍ତ କରିଛନ୍ତି। ତାଙ୍କ ଆବେଦନ ଜଷ୍ଟିସ ସ୍ୱର୍ଣ୍ଣକାନ୍ତ ଶର୍ମାଙ୍କ ବେଞ୍ଚ ଦ୍ୱାରା ଶୁଣାଣି ହେବ।

15:32 PM

ପାକିସ୍ତାନରେ ବିସ୍ଫୋରଣ, ୫ ଚୀନ ନାଗରିକ ମୃତ

Odisha News Live Update: ସୋମବାର ଦିନ ପାକିସ୍ତାନର ଦ୍ୱିତୀୟ ବୃହତ ବିମାନ ବନ୍ଦର ପିଏନ୍‍ଏସ୍‍ ସିଦ୍ଦିକ୍‍ ଉପରେ ଆକ୍ରମଣ ପରେ ଆଜି ଏକ ବଡ଼ ଧରରଣର ବିସ୍ଫୋରଣ ଘଟିଛି। ଏହା ଦ୍ୱାରା ୫ଜଣ ଚୀନ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆତ୍ମଘାତୀ ବିସ୍ଫୋରଣକାରୀଙ୍କ ଦ୍ୱାରା ଏଡି ଘଟଣା ଘଟିଛି।

15:15 PM

ହୋଲିରେ ଅଘଟଣ; ପୋଖରୀରେ ବୁଡ଼ି ୩ ମୃତ

Odisha News Live Update: ବିଭିନ୍ନ ସ୍ଥାନରେ ହୋଲିରେ ଅଘଟଣ ଘଟିଛି। ପୋଖରୀରେ ଗାଧୋଇଲା ବେଳେ ବୁଡ଼ିଯାଇ ୨ଜଣଙ୍କର ମୃତ୍ୟୁ ଘଟିଛି। କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ କରମୁଆଁ ଗାଁରେ ପୋଖରୀରେ ବୁଡ଼ି ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣଙ୍କ ହେଲେ ଛାଣିପୁରର ଆଶିଷ କୁମାର ଦାସ। ଆଶିଷ ସାଙ୍ଗମାନଙ୍କ ସହ ହୋଲି ଖେଳିସାରି ପୋଖରୀରେ ଗାଧୋଉଥିଲେ। ଏହି ସମୟରେ ତାଙ୍କ ଗୋଡ଼ ଖସିଯାଇଥିଲା। ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଆଶିଷଙ୍କୁ ମୃତ ଘୋଷଣା କରିଥିଲେ। ଆଶିଷଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। 

15:00 PM

ମିରଟରୁ ନିର୍ବାଚନ ଲଢିବାକୁ ନେଇ ଉତ୍ସାହିତ: ଅରୁଣ ଗୋଭିଲ

Odisha News Live Updates: ଉତ୍ତରପ୍ରଦେଶର ମିରଟରୁ ବିଜେପି ପ୍ରାର୍ଥୀତ୍ୱକୁ ନେଇ ବେଶ ଉତ୍ସାହିତ ଥିବା ନେଇ ଅଭିନେତା ଅରୁଣ ଗୋଭିଲ କହିଛନ୍ତି।ସେ କହିଛନ୍ତି କି ଏହି ଆସନରୁ ନିର୍ବାଚନ ଲଢୁଥିବାରୁ ମୁଁ ବହୁତ ଖୁସି। ମୁଁ ବହୁତ ଉତ୍ସାହିତ କାରଣ ମୁଁ ଜନ୍ମ ହୋଇ ସେଠାରେ ବଢିଥିଲି। ସେ କହିଛନ୍ତି ମୁଁ ଆଜି ମିରଟ ଯିବି।

 

14:30 PM

ବୌଦ୍ଧ ପୋଲିସ ବଡ଼ ସଫଳତା, ୧ କୋଟି ୭ ଲକ୍ଷ୍ୟ ୮୦ ହାଜର ଟଙ୍କା ଗଞ୍ଜେଇ ଜବତ 

ବୌଦ୍ଧରେ ଏକ ଟନରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ । ବୌଦ୍ଧ ପୋଲିସ ଦ୍ଵାରା ବଘିଆପଡ଼ା ଫାଣ୍ଡି ପେଞ୍ଜାବାଲି ଗ୍ରାମ୍ୟା ଜଙ୍ଗରୁ ବାହାରକୁ ଚାଲାଣ୍ଡ ପାଇଁ ରଖାଯାଇଥିବା ୧୦୭୮ କେଜି ଗଞ୍ଜେଇ ଜବତ କରିଛି । ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ଏକ କୋଟି ୭ ଲକ୍ଷ୍ୟ ୮୦ ହାଜର ଟଙ୍କା ବୋଲି SPଙ୍କ ସୂଚନା । ବୌଦ୍ଧ ଥାନା ପେଞ୍ଜାବାଲି ଜଙ୍ଗଲରେ ଚାଲାଣ ପାଇଁ ଗଛିତ ଥିବା ଗଞ୍ଜେଇକୁ ପୋଲିସ ଜବତ କରିଛି । ସୂଚନା ଅନୁଯାୟୀ ବୌଦ୍ଧ ଆଦର୍ଶ ଥାନା ଅନ୍ତର୍ଗତ ପେଞ୍ଜାବାଲି ଜଙ୍ଗଲରେ ବ୍ୟାପକ ଗଞ୍ଜେଇ ଅମଳ କରି ବଡ଼ ଧାରଣର ଏକ ଡିଲ ପାଇଁ ଏକ ଗାତ ଖୋଳି ପୋତି ରଖା ଯାଇଥିବା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା । ଏନେଇ ବୌଦ୍ଧ ଏସିପି ରାଜ୍ ପ୍ରସାଦ SDPO କୂଳଦୀପ ମିନା ଓ ବୌଦ୍ଧ IIC ରଞ୍ଜିତ ମୁନି ଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ଜଙ୍ଗଲରେ ଚଢ଼ାଉ କରାଯାଇଥିଲା। ଏଥିରେ ୧୦୭୮ କେଜିର ଗଞ୍ଜେଇ ଜଙ୍ଗଲ ରୁ ଜବତ ହୋଇଥିବା ସୂଚନା ଦେଇଛନ୍ତି ଏସିପି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଏକ କୋଟି ୭ ଲକ୍ଷ୍ୟ ୮୦ ହାଜର ଟଙ୍କା ହେବ । 

14:15 PM

ଭାରାସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ, ଘଟଣାସ୍ଥଳରେ ୩ ମୃତ

Road Accident:ଏ-ମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁ କିଛି ।  ନିୟନ୍ତ୍ରଣ ହରାଇ ଗଛରେ ପିଟିହେଲା ବୋଲେରୋ। ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ତିନି ଜୀବନ। ଏବଂ ୨ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସନେଇ ଛାନଭିନ୍ ଜାରି ରଖିଛି। ମଧ୍ୟପ୍ରଦେଶର ଦୋମାହ ଜିଲ୍ଲାର ପାତେରା ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। 

ଲିଙ୍କ୍ ଉପରେ କ୍ଲିକ୍ କରି ଅଧିକ ଖବର ପଢନ୍ତୁ : Road Accident: ଭାରାସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ, ଘଟଣାସ୍ଥଳରେ ୩ ମୃତ

14:00 PM

ସ୍କର୍ପିଓ ଡ୍ରାଇଭରର ଉନ୍ମତ୍ତକାଣ୍ଡ
Odisha News: ସୁନ୍ଦରଗଡ଼ ମିଶନ ରୋଡରେ ସ୍କର୍ପିଓ ଡ୍ରାଇଭରର ଉନ୍ମତ୍ତକାଣ୍ଡ। ସ୍କର୍ପିଓରେ ପୋଲିସ ଲେଖାଯାଇଥିବା ବେଳେ ଏହା ପ୍ରଥମେ ସାଇକେଲ ଓ ପରେ ଅନେକ ବାଇକକୁ ଧକ୍କା ଦେଇ ଶେଷରେ କାର ଓ ଟ୍ରକକୁ ଧକ୍କା ଦେଇଛି। ସ୍ଥାନୀୟ ଲୋକ ଡ୍ରାଇଭରକୁ କାବୁ କରିବା ସହ ନିସ୍ତୁକ ମାଡ଼ ମାରିଛନ୍ତି।

 

13:45 PM

ଟପ୍‌ ୫୦୦ରେ ଟ୍ରମ୍ପ୍‌
ବିଶ୍ବର ୫୦୦ ଶ୍ରେଷ୍ଠ ଧନୀ ତାଲିକାରେ ଡୋନାଲ୍ଡ ଟ୍ରମ୍ପ୍‌ । ପ୍ରଥମ ଥର ପାଇଁ ଟପ୍‌-୫୦୦ ତାଲିକାରେ ସ୍ଥାନ ପାଇଲେ । କମ୍ପାନୀର ସେୟାର ମୂଲ୍ୟ ଏକାଥରେ ୪ ବିଲିଅନ ଡଲାର ବଢ଼ିଲା।  ବ୍ଲୁମବର୍ଗ ବିଲିୟନାୟାର ଇଣ୍ଡେକ୍ସରେ ସମ୍ପତ୍ତି ମୂଲ୍ୟ ୬.୫ ବିଲିଅନ ଡଲାର।

 

13:30 PM

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ହୋଲି ପର୍ବ ପାଳନ
Holi 2024: ଆଜି ରଙ୍ଗର ପର୍ବ ହୋଲି । ଏନେଇ ଉତ୍ସବ ମୁଖର ହୋଇପଡିଛି ଗାଁଠୁ ସହର। ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ରଙ୍ଗ ଖେଳ ଆରମ୍ଭ ହୋଇ ଯାଇଛି। ଭୁବନେଶ୍ୱରରେ ଧୁମଧାମରେ ପାଳନ କରାଯାଉଛି ହୋଲି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସବୁ ଦଳୀୟ କର୍ମୀ ଓ ନେତା ପରସ୍ପରକୁ ରଂଗଲଗାଇ ଶୁଭେଚ୍ଛା ଜଣାଉଛନ୍ତି।

 

13:15 PM

ହୋଲି ଖେଳ ହେଲା କାଳ

Holi 2024: ଆଜି ରଙ୍ଗର ପର୍ବ ହୋଲି । ଏନେଇ ଉତ୍ସବ ମୁଖର ହୋଇପଡିଛି ଗାଁଠୁ ସହର। ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଛି। କିନ୍ତୁ ଏହାରି ଭିତରେ ଏକ ଦୁଃଖଦ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି ।  କଟକ ଜିଲ୍ଲା ସାଲେପୁରରେ ହୋଲି ଖେଳି ସାରି ଗାଧୋଇବା ବେଳେ ବୁଡ଼ିଗଲେ ଯୁବକ। ସାଲେପୁର କରମୁଆଁ ଗାଁରେ ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ ହୋଇଛି । ସେପଟେ, ପାରାଦୀପ ଲକ୍‌ ଥାନା କତକୁଲା ଗାଁ ପୋଖରୀରେ ବୁଡ଼ି ନାବାଳକ ମୃତ ଘଟିଛି । ଯାହାକୁ ନେଇ ଗାଁରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି।

13:00 PM

ଆଜି ପବିତ୍ର ହୋଲି ପର୍ବ

ଆଜି ପବିତ୍ର ହୋଲି ପର୍ବ । ରଙ୍ଗ ଓ ଭାଇଚାରାର ପର୍ବ ହୋଲିକୁ ନେଇ ଉତ୍ସବ ମୁଖରିତ ପୁରପଲ୍ଲୀ । ସେହିପରି ଜଗତସିଂହପୁର ଜିଲାର ବିଭିନ୍ନ ସ୍ଥାନରେ ଧୁମ ଧାମରେ ପାଳନ ହେଉଛି ହୋଲି ପର୍ବ । ଗାଁ ଠାରୁ ସହର ସବୁଆଡେ ମେଳିଛି ରଙ୍ଗର ପସରା । ଅବିର ଓ ପିଚକାରୀ ର ନାନା ରଙ୍ଗରେ ରଙ୍ଗାୟିତ ହୋଇଛନ୍ତି ଆବାଳ ବୃଦ୍ଧ ବନିତା । ଏଥର ସାଧାରଣ ନିର୍ବାଚନ ଆସୁଥିବାରୁ ବିଭିନ୍ନ ସ୍ଥାନରେ ନେତା ଓ କର୍ମୀ ମାନେ ମଧ୍ୟ ହୋଲିର ରଙ୍ଗରେ ରଙ୍ଗାୟିତ ହୋଇଥିବାର ଦେଖିବାକୁ ମିଳିଛି ।

12:45 PM

ହାତକୁ ଦି ହାତ ହେଲେ ଅଭିନେତ୍ରୀ ତାପସୀ ପନ୍ନୁ
Taapsee Pannu Marriage: ହାତକୁ ଦି ହାତ ହେଲେ ଅଭିନେତ୍ରୀ ତାପସୀ ପନ୍ନୁ।  ପ୍ରେମିକ ତଥା ବ୍ୟାଡମିଣ୍ଟନ ଖେଳାଳି ମାଥିଆସ ବୋଙ୍କୁ ସେ ବିବାହ କରିଛନ୍ତି । ତାଙ୍କର ଏହି ସିକ୍ରେଟ ବିବାହରେ କେବଳ ଘନିଷ୍ଠ ବନ୍ଧୁ ଏବଂ ପରିବାର ଲୋକେ ଯୋଗ ଦେଇଥିଲେ। ମିଳିଥିବା ସୂଚନା ମୁତାବକ, ଖୁବଶିଘ୍ର ତାପସୀ ମୁମ୍ବାଇରେ ସମସ୍ତ ସେଲିବ୍ରେଟିମାନଙ୍କୁ ଏକ ଗ୍ରାଣ୍ଡ ରିସେପସନ ପାର୍ଟି ଦେବେ ବୋଲି ଜଣାପଡିଛି ।

 

12:30 PM

ରାଜ୍ୟବାସୀଙ୍କୁ ହୋଲି ପର୍ବର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
Holi 2024: ଆଜି ରଙ୍ଗର ପର୍ବ ହୋଲି । ଏନେଇ ଉତ୍ସବ ମୁଖର ହୋଇପଡିଛି ଗାଁଠୁ ସହର। ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ରଙ୍ଗ ଖେଳ ଆରମ୍ଭ ହୋଇଗଲାଣୀ।  ହୋଲି ନେଇ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ସେ ଟୁଇଟ୍ ରେ ଏହା ଲେଖିଛନ୍ତି ଯେ, ରଙ୍ଗ ଓ ଭାଇଚାରାର ପର୍ବ ପବିତ୍ର ହୋଲି ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ରାଧାଗୋବିନ୍ଦଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତିରେ ଭରିଯାଉ। 

 

12:15 PM

 ଡାଇରିଆ ଆକ୍ରାନ୍ତଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

Odisha News: ହୀରାକୁଦରେ ଏବେ ବ୍ୟାପିଛି ଡ଼ାଇରିଆ । ଡାଇରିଆ ଆକ୍ରାନ୍ତଙ୍କୁ ବୁର୍ଲା ଭୀମସାରରେ ସାକ୍ଷାତ କଲେ ଧର୍ମେନ୍ଦ୍ର ପ୍ରଧାନ। ଗତ କିଛି ଦିନ ହେବ ହୀରାକୁଦ ରେ ଡ଼ାଇରିଆ ବ୍ୟାପିଛି । ସେଥିପାଇଁ ଦେଢ଼ ଶହ ରୁ ଅଧିକ ରୋଗୀ ଆକ୍ରାନ୍ତ ହୋଇଥିବା ବେଳେ ଦୁଇ ଜଣଙ୍କର ମୃତ୍ୟ ମଧ୍ୟ ହୋଇଛି | କିଛି ଗୁରୁତର ରୋଗୀଙ୍କୁ ବୁର୍ଲା ଭୀମସାର ରେ ଚିକିତ୍ସା କରାଯାଉଛି । ସେହି ଡ଼ାଇରିଆ ଆକ୍ରାନ୍ତଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଭେଟି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବାବଦରେ ପଚାରିଥିଲେ । ତା ସହ ଭୀମସାର ର ନିର୍ଦେଶକ ସୁପରିଟେଣ୍ଡେଣ୍ଟ ଓ ଡିନ ଙ୍କ ସହ ଆଲୋଚନା କରିଥିଲେ । ସୂଚନା ଥାଉ କି ଆଜି ସକାଳୁ ସେ ମା ସମଲେଶ୍ୱରୀଙ୍କ ଦର୍ଶନ ସହ ଆଶୀର୍ବାଦ ଲାଭ କରିଥିଲେ ।

12:00 PM

ଆଦାନୀ ଗ୍ରୁପ୍ ହାତରେ ଗୋପାଳପୁର ବନ୍ଦର
ଗୋପାଳପୁର ବନ୍ଦରକୁ ହାତକୁ ନେଲା ଆଦାନୀ ଗ୍ରୁପ୍ ଅଫ୍ କମ୍ପାନୀ । ୩୦୮୦ କୋଟି ଟଙ୍କାରେ ଗୋପାଳପୁର ପୋର୍ଟ ଲିମିଟେଡ୍ ସହ ଚୁକ୍ତି ହୋଇଛି। ଆଦାନୀ ପୋର୍ଟ୍ସ ଆଣ୍ଡ ସ୍ପେଶାଲ ଇକୋନୋମିକ୍ ଜୋନ୍ ଲିଃ (APSEZ)ର ଚୁକ୍ତି । SP ଗ୍ରୁପ୍‌ର ୫୬% ଓ OSLର ୩୯% ଅଂଶଧନ କିଣିବା ନେଇ ଚୁକ୍ତି ହୋଇଛି।  ଆଦାନୀ ଗ୍ରୁପ୍‌ର ସର୍ବଭାରତୀୟ ପୋର୍ଟ ନେଟୱାର୍କରେ ଯୋଡ଼ି ହେଲା GPL।

 

11:45 AM

ପଞ୍ଜାବରେ ଏକାକୀ ଲଢ଼ିବ ବିଜେପି
Election 2024: ଆଗକୁ ଆସୁଛି ନିର୍ବାଚନ । ନିର୍ବାଚନ ପାଇଁ ସରଗରମ୍ ରହିଛି ରାଜନୀତି। ପଞ୍ଜାବରେ ଏକାକୀ ଲଢ଼ିବ ବିଜେପି। ପଞ୍ଜାବରେ ଲୋକସଭା ଆସନରେ ଏକାକୀ ଲଢ଼ିବ ବିଜେପି । ଅକାଳୀ ସହ ମେଣ୍ଟ ଚର୍ଚ୍ଚାର ଅବସାନ ଘଟାଇଲା ବିଜେପି ।  ଏନେଇ ଏକ୍ସରେ ସୂଚନା ଦେଇଛନ୍ତି ପଞ୍ଜାବ ବିଜେପି ସଭାପତି ସୁନୀଲ ଝାକର। 

 

11:30 AM

Petrol Diesel Price Today: ମାର୍ଚ୍ଚ ୨୬ ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ସ୍ଥିରତା ଦେଖିବାକୁ ମିଳିଛି। କିନ୍ତୁ, ମଙ୍ଗଳବାର ଦିନ ଦେଶର ପ୍ରମୁଖ ସହରଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦରରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି। ଆସନ୍ତୁ ଜାଣିବା କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ?

ଲିଙ୍କରେ କ୍ଲିକ୍ କରି ଅଧିକ ଖବର ପଢନ୍ତୁ : Petrol Diesel Price Today: ରାଜ୍ୟରେ ଖସିଲା ତେଲ ଦର, ଜାଣନ୍ତୁ ଆପଣଙ୍କ ସହରର ପେଟ୍ରୋଲ୍-ଡିଜେଲ୍ ର ନୂତନ ରେଟ୍

11:14 AM

ଖସିଲା ସୁନା ଦର, ଆଜି ଓଡ଼ିଶାରେ ଭରି ପିଛା ରହିଛି

Gold Rate Today: ଦେଶରେ ଏବେ ବିବାହ ଋତୁ ଚାଲିଛି। ଏହାରି ମଧ୍ୟରେ ଗ୍ରାହକଙ୍କ ଚିନ୍ତା ବଢ଼ାଇଛି ସୁନା ଦର ବୃଦ୍ଧି। ଗତ କାଲି ସୁନା ଦରରେ ବୃଦ୍ଧି ଘଟିଥିବା ବେଳେ ଆଜି ପୁଣି ଗ୍ରାମ ପିଛା ୧ ଟଙ୍କା ଖସିଥିବା ଦେଖିବାକୁ ମିଳିଛି। ମାତ୍ର ଏହା ଗ୍ରାହକଙ୍କୁ ସେତେଟା ଖୁସି କରି ପାରିନାହିଁ, କାରଣ ସୁନା ଦର ଏବେ ହୁ ହୁ ବଢ଼ି ଚାଲିଥିବା ବେଳେ ଆଉ କିଛି ଦିନରେ ୧୦ ଗ୍ରାମ ପିଛା ୬୦ ହଜାର ପାର୍ କରିଛି। ଯଦି ଆପଣ ଆଜି ସୁନା ଗହଣା କିଣିବା ପାଇଁ ଯୋଜନା କରିଛନ୍ତି । ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର। ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜି ସୁନା ଦର। ଆଜି ସର୍ବ ଭାରତୀୟ ବଜାରରେ(Indian Market) ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୬୧,୨୪୦ ଟଙ୍କା ରହିଛି । ସେହିପରି ୧୦ ଗ୍ରାମ ପ୍ରତି ୨୪ କ୍ୟାରେଟ ସୁନା ମୂଲ୍ୟ ରହିଛି ୬୬,୮୧୦।

 ଲିଙ୍କରେ କ୍ଲିକ୍ କରି ଅଧିକ ଖବର ପଢନ୍ତୁ : Gold Rate Today: ଖସିଲା ସୁନା ଦର, ଆଜି ଓଡ଼ିଶାରେ ଭରି ପିଛା ରହିଛି...

11:00 AM

ବିହାରରେ ହେଲା ଖେଳ, ନେତାଙ୍କ ପକେଟରୁ ଚୋରି ହେଲା ଲୋକସଭା ଟିକେଟ୍ !
Odisha News Live Updates:
ହୋଲି ଏବଂ ନିର୍ବାଚନ ପରିବେଶ ଭିତରେ ବିହାରରେ ନେତାଜୀଙ୍କ ସହ  ଖେଳ ହୋଇ ଯାଇଛି ।  ଗତ କିଛି ଦିନ ହେବ  କୁର୍ତ୍ତା ପକେଟରେ ଲୋକସଭା ଟିକେଟ୍ ନେଇ ବୁଲୁଥିବା ଜେଡିୟୁ ବିଧାୟକ ଗୋପାଳ ମଣ୍ଡଳଙ୍କ କୁର୍ତ୍ତା ପକେଟରୁ କିଏ ଟିକେଟ୍ ଚୋରି କରି ନେଇଛି ବୋଲି ସେ କହିଛନ୍ତି । ନିକଟରେ ସେ ଗଣମାଧ୍ୟମ ସହ କଥା ହୋଇ ନିଜର ଭାବନା ପ୍ରକାଶ କରିଥିଲେ। ସେ କହିଥିଲେ ଯେ 'ମୁଁ ଭାଗଲପୁର ଟିକେଟ୍ ମୋ ପକେଟରେ ରଖିଥିଲି। ମୋ ସାର୍ଟ ପକେଟରୁ କେହି ଟିକେଟ୍ ଚୋରି କରିନେଇଛି । ଏବେ ମୁଁ କ’ଣ କରିବି? ହଁ, ବର୍ତ୍ତମାନ ମୁଁ  ମନ୍ତ୍ରୀ ହେବି । ପଢନ୍ତୁ ପୂରା ରିପୋର୍ଟ...

11:00 AM

 ସ୍ତ୍ରୀ ସହ ୨ ଛୁଆଙ୍କୁ ଜୀଅନ୍ତା ଜାଳିଲା ସ୍ବାମୀ 

ପାରିବାରିକ କଳହର କରୁଣ ପରିଣତି। ମୁମ୍ବାଇରେ ସ୍ତ୍ରୀ ଓ ୨ ପିଲାଙ୍କୁ ପେଟ୍ରୋଲ ଢ଼ାଳି ଜିଅନ୍ତା ଜାଳିଦେଲା ସ୍ବାମୀ । ମହାରାଷ୍ଟ୍ର ନାସିକ ଅହମ୍ମଦନଗରରେ ପିଶାଚ ସ୍ବାମୀର ବର୍ବର କାଣ୍ଡ। ଘର ବାହାର ପଟୁ ତାଲା ପକାଇ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଲା । ସ୍ତ୍ରୀ ଓ ୨ ପିଲା ଜିଅନ୍ତା ଜଳୁଥିଲା ବେଳେ ସବୁ ଦେଖୁଥିଲା ସ୍ବାମୀ ପାରିବାରିକ କଳହରୁ ହତ୍ୟା ସୂଚନା, ଅଭିଯୁକ୍ତ ସ୍ବାମୀ ଗିରଫ। ପୋଲିସର ଛାନଭିନ୍ ଆରମ୍ଭ

10:45 AM

ଭାରସାମ୍ୟ ହରାଇ ଓଲଟିଲା ଅଟୋ; ଜଣେ ମୃତ,୬ ଗୁରୁତର
Odisha News: ହୋଲିରେ ଅଘଟଣ। କୋରାପୁଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁରତ ହୋଇଛନ୍ତୁ । ଅଟୋରେ ୧୬ ଜଣ ଯାତ୍ରୀ ଥିଲେ, ୬ ଜଣଙ୍କ ଅବସ୍ଥା ଗୁରୁତର। ଗୁରୁତର ଥିବା ୬ ଯାତ୍ରୀ କୋରାପୁଟ ମେଡିକାଲ୍‌କୁ ସ୍ଥାନାନ୍ତର ମୃତକ ଜଣକ ଦଶମନ୍ତପୁର ଥାନା ବରଗଛ ଗାଁର ହୋଇଥିବା  ସୂଚନା ମିଳିଛି। ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

 

10:45 AM

ପାକିସ୍ତାନର ଏୟାରବେସକୁ ଆକ୍ରମଣ
Pakistan second-largest naval air base attacked: ପୁଣି ପାକିସ୍ତାନର ଏୟାରବେସକୁ ଆକ୍ରମଣ କରାଯାଇଛି। ଏଥିସହ ଆଖିବୁଜା ଗୁଳି ଚାଳନା ମଧ୍ୟ କରାଯାଇଛି । ଏୟାରବେସକୁ ଟାର୍ଗେଟ କରିଛନ୍ତି ବେଲୁଚିସ୍ତାନର ଆତଙ୍କବାଦୀ ସଂଗଠନ ।  ବି.ଏଲ.ଏ ମଜିଦ ବିଗ୍ରେଡର ଆତଙ୍କବାଦୀମାନେ ଏୟାର ବେସରେ ପ୍ରବେଶ କରିବା ସହ ବିସ୍ଫୋରଣ କରିଛନ୍ତି । ତେବେ, ଏହି ଆକ୍ରମଣରେ କେହି ମୃତାହତ ହୋଇ ନଥିବା ସୂଚନା ମିଳି ନଥିବା ବେଳେ  ଏଥିପାଇଁ ବେଲୁଚିସ୍ତାନ ଲିବରେସନ ଆର୍ମୀ ନିଜକୁ ଦାୟୀ କରିଛି । ବେଲୁଚିସ୍ତାନରେ ଚୀନର ନିବେଶକୁ ବିରୋଧ କରି ଆସୁଛି ଏହି ସଂଗଠନ । ଯାହାକୁ ନେଇ ପାକିସ୍ତାନ ଉପରେ ବାରମ୍ବାର ଆକ୍ରମଣ କରାଯାଉଛି ।

 

10:30 AM

ଆଜି ପ୍ରଧାନମନ୍ତ୍ରୀ ବାସଭବନ ଘେରାଉ କରିବ AAP
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଆରବିନ୍ଦ କେଜରିୱାଲଙ୍କ ଗିରଫକୁ ବିରୋଧ କରି ଆଜି ପ୍ରଧାନମନ୍ତ୍ରୀ ବାସଭବନ ଘେରାଉ କରିବ ଆପ୍ ବୋଲି ଜଣାପଡିଛି। ଏନେଇ ଦଳର ଦିଲ୍ଲୀ ସଂଯୋଜକ ଗୋପାଳ ରାୟ ଏହି ସୂଚନା ପ୍ରଦାନ କରିଛନ୍ତି।  ଆପ୍ ର ଶତାଧିକ ନେତା ଓ କର୍ମୀମାନେ ଆଜି ସକାଳ  ୧୦ ଟା ସମୟରେ  ଦିଲ୍ଲୀର ରାଜରାସ୍ତାରେ ବିରୋଧ ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀ ବାସଭବନକୁ ଘେରାଉ କରିବେ। ଏନେଇ ଦିଲ୍ଲୀରେ  ଟ୍ରାଫିକ ସମସ୍ୟ ଦେଖାଯିବାର ସମ୍ଭାବନା ରହିଛି । ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ପକ୍ଷରୁ ଟ୍ରାଫିକ୍ ଆଡଭାଇଜରି ଜାରି କରାଯାଇଛି ।

10:15 AM

ବେଜିଂକୁ ପଛରେ ପକାଇଲା ମୁମ୍ବାଇ: ଏସିଆର ସର୍ବାଧିକ ଅରବପତି ହୋଇଛନ୍ତି ଠୁଳ

Hurun list: ଭୁବନେଶ୍ୱର: ମୁମ୍ବାଇ ସାରା ଏସିଆର ଅରବପତିଙ୍କ ରାଜଧାନୀ ହୋଇଛି। ହୁରୁନ୍‍ ଗବେଷଣା ସଂସ୍ଥା ଦ୍ୱାରା ପ୍ରସ୍ତୁତ ରହିପୋର୍ଟ ଅନୁସାରେ ବେଜିଂର ୧୬୦୦ ବର୍ଗକିଲୋମିଟର ଅଞ୍ଚଳରେ ଯେତିକି ଧନୀ ରହିଛନ୍ତି ମୁମ୍ବାଇର ମାତ୍ର ୬୦୩ ବର୍ଗ ମିଟର ପରିମିତ ଅଞ୍ଚଳରେ ତା’ଠୁ ଅଧିକ ଅରବପତି ରହିଛନ୍ତି। ବିଶ୍ୱର ଅନ୍ୟ ପ୍ରମୁଖ ସହରଗୁଡ଼ିକୁ ଦେଖଲେ ମୁମ୍ବାଇର ସ୍ଥାନ ତୃତୀୟ ରହିଥିବା ଏହି ରିପୋର୍ଟରେ କୁହାଯାଇଛି।

ଲିଙ୍କରେ କ୍ଲିକ୍ କରି ଅଧିକ ଖବର ପଢନ୍ତୁ : Asia's Billionaire Capital: ବେଜିଂକୁ ପଛରେ ପକାଇଲା ମୁମ୍ବାଇ: ଏସିଆର ସର୍ବାଧିକ ଅରବପତି ହୋଇଛନ୍ତି ଠୁଳ

09:45 AM

ସମ୍ବଲପୁର ସାଂସ୍କୃତିକ ସମାଜ ଭବନରେ ହାସ୍ୟ କବି ସମ୍ମିଳନୀ 

ସମ୍ବଲପୁର ସାଂସ୍କୃତିକ ସମାଜ ଭବନରେ ହାସ୍ୟ କବି ସମ୍ମିଳନୀ । ଓଡିଶା ସାଂସ୍କୃତିକ ସମାଜ ଦ୍ୱାରା ଆୟୋଜିତ ଏହି ହାସ୍ୟ କବି ସମ୍ମିଳନୀ ରେ ବହୁ ବିଶିଷ୍ଟ ହାସ୍ୟ କବି ଯୋଗ ଦେଇ ନିଜ କବିତା ଆବୃତ୍ତି କରିଥିଲେ । ସେମାନଙ୍କ ମଧ୍ୟ ରେ ବିଶିଷ୍ଟ ହାସ୍ୟ କବି ଜ୍ଞାନ ହୋତା, ଡକ୍ଟର ସତ୍ୟାନାଶ, ମନୋରଞ୍ଜନ ମିଶ୍ର,ଶାନ୍ତନୁ ମହାପାତ୍ର, ଗୁଣରଞ୍ଜନ ସାଲିମା ପ୍ରମୁଖ ନିଜର କବିତା ଆବୃତ୍ତି କରି ଦର୍ଶକ ଙ୍କୁ ବିମୋହିତ କରିଥିଲେ ।

09:30 AM

ସମ୍ବଲପୁରରେ ବିପୁଳ ମାତ୍ରା ରେ କଫ ସିରଫ ଜବତ 

ସମ୍ବଲପୁର ରେ ବିପୁଳ ମାତ୍ରା ରେ କଫ ସିରଫ ଜବତ । ସମ୍ବଲପୁର ପୋଲିସ କୁ ମିଳିଲା ବଡ ସଫଳତା । ସମ୍ବଲପୁର ସଦର ଥାନା ଅଂଚଳ ରୁ ୧୦,୮୦୦ ବୋତଲ କଫ ସିରଫ ଜବତ କରିବା ସହ ୨୬ ଜଣଙ୍କୁ ଗିରଫ କରିଛି ପୋଲିସ |। କଫ ସିରଫ ଗୁଡିକ କୋଲକାତା ର ହୂବଲୀରୁ ଆସିଥିବା ବେଳେ ତାହା ସମ୍ବଲପୁର ବରଗଡ଼ ଓ ସୁବର୍ଣ୍ଣପୁର ରେ ବିକ୍ରି ହୋଇଥାନ୍ତା ବୋଲି ପୋଲିସ ସୂଚନା ଦେଇଛି ।ଏହି ଘଟଣା ରେ ତିନି ଟି ଜିଲ୍ଲା ର ୨୬ ଜଣଙ୍କୁ ଗିରଫ କରିଛି ପୋଲିସ । ତାଙ୍କ ନିକଟରୁ ଗୋଟିଏ ଟ୍ରକ ଗୋଟିଏ ମହିନ୍ଦ୍ରା ବୋଲେରୋ ଦୁଇଟି ଅଟୋ ରିକ୍ସା ଗୋଟିଏ tvs ସ୍କୁଟି ଓ ଗୋଟିଏ ବୁଲେଟ ଜବତ କରାଯାଇଛି| ତାଙ୍କ ନିକଟରୁ କୋଡିଏ ହଜାର ଟଙ୍କା ମଧ୍ୟ ଜବତ ହୋଇଥିବା ର ସୂଚନା ଦେଇଛି ପୋଲିସ ।

09:15 AM

କାନ୍ଥ ପଡ଼ି ବାପା-ପୁଅ ମୃତ, ମାଆଙ୍କ ଅବସ୍ଥା ଗୁରୁତର

Odisha Accident: ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳରେ ଘଟିଛି ଏକ ହୃଦୟ ବିଦାରକ ଘଟଣା। ଘର ସାମ୍ନା ରାସ୍ତା ପାଖରେ ବସି ଥିବା ବେଳେ ଓଲଟିଲା ପଡୋଶୀଙ୍କ ମାଟି କାନ୍ଥ, ମାଟି ଭିତରେ ଚାପି ହୋଇ ଘଟଣା ସ୍ଥଳରେ ପୁଅର ମୃତ୍ଯୁ ହୋଇଥିବା ବେଳେ ବାପାଙ୍କର ହସ୍ପିଟାଲରେ ମୃତ୍ୟୁ ଘଟିଛି। ସେପଟେ ମାଆକୁ ଗୁରୁତର ଅବସ୍ଥାରେ କଟକ ବଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଏପରି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ପଶ୍ଚିମବାର୍ଡ ଗ୍ରାମରେ। ସୂଚନା ଅନୁଯାୟୀ ପଶ୍ଟିମବାର୍ଡ ଗ୍ରାମର ଶେଖ ସମିରୁଦ୍ଦିନ, ତାଙ୍କ ସ୍ତ୍ରୀ ଅସିମା ବିବି ଏବଂ ତାଙ୍କ ପୂଅ ଶେଖ ଆରିଫ ଘର ପାଖ ରାସ୍ତା କଡ଼ରେ ବସିଥିବା ବେଳେ ତାଙ୍କ ପଡୋଶୀ ଘରର ଏକ ମାଟି କାନ୍ଥ ହଠାତ ସେମାନକଂ ଉପରେ ଓଲଟି ପଡିଥିଲା, ଯାହା ଫଳରେ ତିନି ଜଣ ଯାକ ମାଟି ଭିତରେ ଚାପି ହୋଇ ରହି ଯାଇଥିଲେ, ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଦୌଡି ଆସି ସମସ୍ତୁଙ୍କୁ ମାଟି ଭିତରୁ ଉଦ୍ଧାର କରିଥିଲେ, ଘଟଣା ସ୍ଥଳରେ ପୁଅ ଶେଖ ଆରିଫଙ୍କ ମୃତ୍ଯୁ ହୋଇଥିବା ବେଳେ ବାପା ଏବଂ ମାଆଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା।  ଏହି ଅଘଟଣ ପରେ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ ଜଳେଶ୍ବର ହସପିଟାଲରେ ଭର୍ତ୍ତି କରାଇଥିଲେ, ମାତ୍ର ସେଠାରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ମାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ଓ ପରେ କଟକ ବଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରା ଯାଇଛି, ଖବର ପାଇ ଜଳେଶ୍ବର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି।

 

09:06 AM

ନଭେମ୍ବର ୫ରେ ହେବ ଯୁକ୍ତରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ

Key dates in the 2024 US presidential race: ନଭେମ୍ବର ୫ରେ ହେବ ଯୁକ୍ତରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ। ଏ ପୂର୍ବରୁ ମାର୍ଚ୍ଚ ୩୦ରୁ ଆରମ୍ଭ ହେବ ପ୍ରାଇମେରିଜ୍‍ରେ ଭୋଟ୍‍ ଗ୍ରହଣ। 

09:00 AM

ଛୋଟ ପିଲାଙ୍କ ଭଳି ହୋଲି ଖେଳିଲେ ରୋହିତ୍ ଶର୍ମା, ରୋହିତଙ୍କ ସ୍ତ୍ରୀଙ୍କ ସହ...

IPL 2024: ଆଜି ଓଡ଼ିଶାରେ ହୋଲି ପର୍ବ ପାଳନ କରାଯାଉଥିବା ବେଳେ ଗତ କାଲି ଦେଶର ବିଭିନ୍ନ ସ୍ଥାନରେ ଏହି ପର୍ବ ବେଶ୍ ଧୁମଧାମରେ ପାଳନ କରାଯାଇଛି। ବଡ଼ ବଡ଼ କଳାକାରମାନଙ୍କ ଠାରୁ ଆରମ୍ଭ କରି କ୍ରିଡ଼ାବିତ୍ ପର୍ଯ୍ୟନ୍ତ ସମସ୍ତେ ପାଳିଛନ୍ତି ରଙ୍ଗର ପର୍ବ ହୋଲି। ମୁମ୍ବାଇ ଇଣ୍ଡିଆନ୍ସ ଦଳ ମଧ୍ୟ ହୋଲି ରଙ୍ଗରେ ମସଗୁଲ୍ ହୋଇଥିବା ଦେଖିବାକୁ ମିଳିଛି। ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳିମାନେ ଉତ୍ସାହର ସହିତ ହୋଲି ଖେଳିଛନ୍ତି। ହୋଲି ପର୍ବରେ ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜ୍ ଦ୍ୱାରା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଯେଉଁଥିରେ ଦଳର ଖେଳାଳିମାନେ ପରସ୍ପରକୁ ରଙ୍ଗ ଲଗାଇ ହୋଲି ପାଳନ କରିଥିଲେ। ଏହି ସମୟରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ପତ୍ନୀ ରିତିକା ସାଜଦେହଙ୍କ ସହ ହୋଲି ଖେଳୁଥିବା ନଜର ଆସିଥିଲେ।

ଲିଙ୍କରେ କ୍ଲିକ୍ କରି ଖବର ପଢନ୍ତୁ IPL 2024: ଛୋଟ ପିଲାଙ୍କ ଭଳି ହୋଲି ଖେଳିଲେ ରୋହିତ୍ ଶର୍ମା, ରୋହିତଙ୍କ ସ୍ତ୍ରୀଙ୍କ ସହ...

08:45 AM

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର: Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

08:41 AM

ଏଥର ଭିଟୋ ଦେଲାନି ଆମେରିକା, ଗାଜାରେ ବନ୍ଦ ହେବ ଯୁଦ୍ଧ
ଗାଜାରେ ତୁରନ୍ତ ଯୁଦ୍ଧ ବନ୍ଦ କରି ମାନବିକ ସହାୟତାକୁ ବୃଦ୍ଧି କରିବା ଲାଗି ଜାତିସଂଘର ସବୁଠାରୁରୁ ଶକ୍ତିଶାଳୀ ସୁରକ୍ଷା ପରିଷଦ ପ୍ରସ୍ତାବ ପାରିତ କରିଛନ୍ତି। ୧୦ ନିର୍ବାଚିତ ପ୍ରତିନିଧିଙ୍କ ସମେତ ଚାରି ସ୍ଥାୟୀ ପ୍ରତିନିଧି ଏହି ପ୍ରସ୍ତାବରେ ସମ୍ମତି ପ୍ରକାଶ କରିଛନ୍ତି। ପ୍ରଥମଥର ପାଇଁ ଶକ୍ତିଶାଳୀ ଯୁକ୍ତରାଷ୍ଟ୍ର ଆମେରିକା ଏଥର ଭିଟୋ ପ୍ରୟୋଗରୁ ବିରତ ରହିଛି। ସୁରକ୍ଷା ପରିଷଦରେ ଭିଟୋ ପ୍ରୟୋଗ ନକରିଲେ ଆମେରିକାକୁ  ଇସ୍ରାଏଲ୍‍ ପଠାଇବାକୁ ଥିବା ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀଙ୍କୁ ବିରତ କରିବ ବୋଲି ଇସ୍ରାଏଲ୍‍ ସେନା ରେଡିଓ ପ୍ରକାଶ କରିଥିଲା। କିନ୍ତୁ ଏହାକୁ ଖାତିର ନକରି ଆମେରିକା ସୁରକ୍ଷା ପରିଷଦ ବୈଠକରେ ଉପସ୍ଥିତ ରହି ନାହିଁ।  ଇସ୍ରାଏଲ୍‍ ଉପରେ ଅକ୍ଟୋବର ୭, ୨୦୨୩ଦିନ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଇସ୍ରାଏଲ୍‍ ପକ୍ଷରୁ ହମାସ ନେତୃତ୍ୱରେ ଥିବା ବିଭିନ୍ନ ସଂଗଠନ ଉପରେ ଆକ୍ରମଣ ଆରମ୍ଭ କରାଯାଇଥିଲା। ଏଥିରେ ପ୍ରାୟ ୩୨ ହଜାର ପାଲେଷ୍ଟିନୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଧନସମ୍ପତ୍ତି ନଷ୍ଟ ହୋଇଛି। ଆମେରିକାର ସହଯୋଗରେ ଇସ୍ରାଏଲ୍‍ ଏତେବଡ଼ ଯୁଦ୍ଧକୁ ପରିଚାଳନା କରି ଆସୁଛି। ଏ ବାବଦରେ ସୁରକ୍ଷା ପରିଷଦ ବାରମ୍ବାର ପ୍ରସ୍ତାବ ଆଣୁଥିଲେ ମଧ୍ୟ ଏଥିରେ ଆମେରିକା ଭିଟୋ ପ୍ରୟୋଗ କରୁଥିବାରୁ ଯୁଦ୍ଧ ବିରତି ପାଇଁ ପ୍ରସ୍ତାବ ପାରିତ ହୋଇ ପାରି ନଥିଲା। ଏବେ ପବିତ୍ର ରମଦାନ ପର୍ବ ଚାଲିଥିବାରୁ ଆମେରିକା ପ୍ରସ୍ତାବ ପାରିତ ହେବେକୁ ଡକାଯାଇଥିବା ସୁରକ୍ଷେ ପରିଷଦ ବୈଠକରେ ନିଜକୁ ଅନୁପସ୍ଥିତ ରଖିଥିଲା। ଏହାଫଳରେ ୫ ସ୍ଥାୟୀ ପ୍ରତିନିଧି  ଓ ୧୦ ନିର୍ବାଚିତ ପ୍ରତିଧ ଥିବା ସୁରକ୍ଷା ପରିଷଦରେ ସର୍ବସମ୍ମତ୍ତିକ୍ରମେ ଗାଜାରେ ଯୁଦ୍ଧ ବନ୍ଦ ପ୍ରସ୍ତାବ ପାାରିତ ହୋଇଛି।  ଏହା ସହ ସେଠାରେ ମାନବିକ ସହାୟତାକୁ ବୃଦ୍ଧି କରିବା ପାଇଁ ସୁରକ୍ଷା ପରିଷଦ ପ୍ରସ୍ତାବ କରିଛି। ଇସଅାଏଲ୍‍ର ସୂଚନା ଅନୁସାରେ ହମାସ ୨୫୩ଜଣଙ୍କୁ ବନ୍ଧକ କରି ରଖିଛି।

08:30 AM

ଫୋନ୍-ଟ୍ୟାପିଂ ମାମଲାକୁ ନେଇ ସଗଗରମ ହୋଇଉଠିଛି ତେଲେଙ୍ଗାନା ରାଜନୀତି

୨୦୨୪ ନିର୍ବାଚନ ପୂର୍ବରୁ ଫୋନ୍-ଟ୍ୟାପିଂ ମାମଲାକୁ ନେଇ ସଗଗରମ ହୋଇଉଠିଛି ତେଲେଙ୍ଗାନା ରାଜନୀତି। ଫୋନ୍ ଟ୍ୟାପିଂ ମାମଲାରେ ତେଲେଙ୍ଗାନା ଗୁଇନ୍ଦା ବ୍ୟୁରୋ ପୂର୍ବତନ ମୁଖ୍ୟ ଟି.ପ୍ରଭାକର ରାଓ ପ୍ରଥମ ଅଭିଯୁକ୍ତ ବୋଲି ଜଣାପଡ଼ିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱରେ ବିଆରଏସ ସରକାର ସମୟରେ ବିରୋଧି ଦଳର ନେତାଙ୍କ ଫୋନ ବେଆଇନ ଭାବେ ଟ୍ୟାପିଂ କରି ସଂଗୃହିତ ହୋଇଥିବା ଇଲେକ୍ଟ୍ରୋନିକ୍ ତଥ୍ୟ ପୁନର୍ବାର ସଂଗ୍ରହ କରାଯାଇଥିଲା। ଫୋନ୍ ଟ୍ୟାପିଂ ମାମଲାରେ ତେଲେଙ୍ଗାନା ଗୁଇନ୍ଦା ବ୍ୟୁରୋ ପୂର୍ବତନ ମୁଖ୍ୟ ଟି.ପ୍ରଭାକର ରାଓ ଏବେ ଆମେରିକାରେ ରହିଥିବାର ଜଣାପଡ଼ିଛି। ତାଙ୍କ ନାମରେ ଏକ ଲୁକ୍ ଆଉଟ୍ ନୋଟିସ୍ ଜାରି କରାଯାଇଛି। ଫୋନ୍-ଟ୍ୟାପିଂ ମାମଲାରେ ୩ ଅତିରିକ୍ତ ଏସପି ଭୁଜାଙ୍ଗା ରାଓ ଏବଂ ଥିରୁପାଥାନା ଏବଂ ଡେପୁଟି ଏସପି ପ୍ରଣୀତ ରାଓଙ୍କୁ ଗିରଫ କରାଯାଇଛି।

08:15 AM

ବିଜେପିରେ ଯୋଗ ଦେଲେ ପୂର୍ବତନ ବିଜେଡ଼ି ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ

ମାର୍ଚ୍ଚ ୨୫ ତାରିଖ ସୋମବାର ଦଳ ଛାଡ଼ିଥିବା ପୂର୍ବତନ ବିଜେଡ଼ି ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ବିଜେପି ହାତ ଧରିଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେପି ସଭାପତି ମନମୋହନ ସାମଲ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଏବଂ ତାଙ୍କ ସମର୍ଥକଙ୍କୁ ଦଳୀୟ ଉତ୍ତରୀୟ ଏବଂ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ। ଗତ ୨୦୦୯ ଏବଂ ୨୦୧୪ ବିଧାନସଭା ନିର୍ବାଚନରେ ଖଲ୍ଲିକୋଟ ଆସନରୁ ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ବିଧାନସଭାକୁ ନିର୍ବାଚିତ ହୋଇଥିଲେ ପୂର୍ଣ୍ଣଚନ୍ଦ୍ର ସେଠୀ। ହେଲେ ତାଙ୍କୁ ଗତ ୨୦୧୯ ବିଧାନସଭା ନିର୍ବାଚନରେ ଟିକେଟ୍ ଦେଇନଥିଲା ବିଜେଡ଼ି। 

08:00 AM

ଆଜି କାକଟପୁର ମା ମଙ୍ଗଳାଙ୍କ ରାଜରାଜେଶ୍ୱରୀ ବେଶ

Holi 2024: ଆଜି ରଙ୍ଗର ପର୍ବ ହୋଲି । ଏନେଇ ଉତ୍ସବ ମୁଖର ହୋଇପଡିଛି ଗାଁଠୁ ସହର।  ଆଜି ଚୈତ୍ର ମାସ ପ୍ରଥମ ମଙ୍ଗଳବାର। ଏନେଇ ଚଳଚଞ୍ଚଳ ମାଆଙ୍କ ପୀଠ।  କାକଟପୁର ମାଆ ମଙ୍ଗଳା ପୀଠରେ ଭକ୍ତଙ୍କ ଭିଡ଼ ଲାଗିଛି। ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ । ପୀଠରେ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା, ହୋମ ଯଜ୍ଞ। 

07:45 AM

ମହିଳା ପ୍ରାର୍ଥୀ ଉଦ୍ୟୋଗପତି ପଲ୍ଲବିଙ୍କୁ ଟିକେଟ ଦେଲା ପଦ୍ମ

ଗୋଆରେ ପ୍ରଥମ ଥର ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦେଇଛି ବିଜେପି। ଡେମ୍ପୋ ଇଣ୍ଡଷ୍ଟ୍ରିଜର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଲ୍ଲବି ଡେମ୍ପୋ ଗୋଆରୁ ବିଜେପି ପ୍ରାର୍ଥୀ ଭାବରେ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ସାଧାରଣ ନିର୍ବାଚନ ପାଇଁ ୧୧୧ ଜଣ ପ୍ରାର୍ଥୀଙ୍କ ତାଲିକାରେ ବିଜେପି ରବିବାର ଦକ୍ଷିଣ ଗୋଆର ପ୍ରାର୍ଥୀ ଡେମ୍ପୋ ବୋଲି ଘୋଷଣା କରିଛି।

07:30 AM

 ୫ ଜାଣିଆ ଡକାୟତି ଗ୍ୟାଙ୍କକୁ ଗିରଫ କରିଛି କେନ୍ଦ୍ରାପଡା ପୋଲିସ

Crime News: ଏକ ୫ ଜାଣିଆ ଡକାୟତ ଦଳକୁ ଗିରଫ କରିଛି କେନ୍ଦ୍ରାପଡା ପୋଲିସ୍ ।  ଏଥିରେ ୩ ଜଣ ଡକାୟତ ଦଳର ସଦସ୍ୟ ଥିବା ବେଳେ ଦୁଇଜଣ ଚୋରି ସାମଗ୍ରୀ କିଣିଥବା ବ୍ୟବସାୟୀ ରହିଛନ୍ତି । ଏହି ଡକାୟତ ଦଳଠାରୁ ଏକ ପଲସର ମଟର ସାଇକେଲ, ସୁନା ଓ ରୂପା ଗହଣା, ନଗଦ ଟଙ୍କା ସମେତ ଏକାଧିକ ମୋବାଇଲ ଫୋନ ଜବତ୍ କରିଛି ପୋଲିସ । ଗିରଫ ଡକାୟତ ମାନେ ହେଲେ ରଞ୍ଜନ ଦାସ, ବବିନା ଦାସ, ବାପୁନ ଦାସ l ଚୋରି ସାମଗ୍ରୀ କିଣି ଥିବା ବ୍ୟବସାୟୀ ହେଲେ ରାମଚନ୍ଦ୍ର ସାହୁ ଓ କାର୍ତିକ ସାହୁ । ମାର୍ଚ୍ଚ ୧୭ ତାରିଖରେ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବଡମୂଳବସନ୍ତ ଗାଁ ର ଭୀମସେନ୍ ପ୍ରଧାନଙ୍କ ଘରେ ବିଳମ୍ବିତ ରାତ୍ରିରେ ହୋଇଥିବା ଡକାୟତି ଘଟଣାରେ ରାଜନଗର ପୋଲିସ ଲକ୍ଷ୍ମଣ ଦାସ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ଲକ୍ଷ୍ମଣ ଠାରୁ ମିଳିଥିବା ସୂଚନା ଆଧାରରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଏମାନେ ସମସ୍ତେ କେଳା ସମ୍ପ୍ରଦାୟର । ଦିନରେ ଠାବ କରି ରାତିରେ ଘରେ ପଶି ଡକାୟତି କରିବା ଏମାନଂକର କାମ । ଗିରଫ ରଞ୍ଜନ ଦାସର ଘର ବାଲେଶ୍ବର ଜିଲା ଅବଜୁଣ ଗାଁ ରେ ବୋଲି ପୋଲିସ୍ କହିଛି । ଗିରଫ ଡକାୟତ ମାନଙ୍କ ନାମରେ କେନ୍ଦ୍ରାପଡା ଜିଲାର ମାର୍ଶାଘାଇ, ରାଜନଗର, ପଟ୍ଟାମୁଣ୍ଡାଇ, ପାଟକୁରା, କୁଦା ନଗରୀ, ଟାଉନ୍ ଥାନା ସମେତ ଜଗତ୍ସିଂହପୁରର ତିର୍ତ୍ତୋଲ ଥାନାରେ ମଧ୍ଯ ମାମଲା ରହିଥିବା କେନ୍ଦ୍ରାପଡା ଏସ୍ପି ସିଦ୍ଧାର୍ଥ କଟାରିଆ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । 

07:15 AM

ଆଜି ୭ ଜିଲ୍ଲାରେ ବିଜୁଳି ଘଡ଼ଘଡି଼ ସହ ବର୍ଷା ସମ୍ଭାବନା
Weather Update: ରାଜ୍ୟରେ ଆଜିଠୁ ବଦଳିବ ପାଣିପାଗ। ଗତ କିଛି ଦିନ ହେବ ରାଜ୍ୟରେ କାଳବୈଶାଖି ଲାଗି ରହିଥିବାରୁ ତାତି ସାମାନ୍ୟ କମିଛି। ପାଣିପାଗ କେନ୍ଦ୍ରର ତାଜା ସୂଚନା ମୁତାବକ ଆଜି ସାତୋଟି ଜିଲ୍ଲାରେ ପାଗ ମେଘୁଆ ରହିବା ସହ ହାଲୁକା ବର୍ଷା ଓ ଘଡ଼ଘଡି  ହେବାର ମଧ୍ୟ ସମ୍ଭାବନା ରହିଛି। ସେହି ଜିଲ୍ଲା ଗୁଡିକ ହେଲା, କେନ୍ଦୁଝର, ସୁନ୍ଦରଗଡ଼ ,ଝାରସୁଗୁଡ଼ା ,ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ମୟୂରଭଞ୍ଜ। କିନ୍ତୁ ରାଜ୍ୟର ବାକି ଜିଲ୍ଲା ଗୁଡିକରେ ପାଗ ଶୁଖିଲା ରହିବା ସହ ତାତି ଅନୁଭୁତ ହେବ।  ତେବେ ଏହା ପରଠୁ ଅର୍ଥାତ୍ ମାର୍ଚ୍ଚ ୨୮ ତାରିଖରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ।  ପାରଦ ସ୍ୱାଭାବିକ ତାପମାତ୍ରା ଠାରୁ ୪ରୁ ୫ ଡିଗ୍ରୀ ବଢିପାରେ ବୋଲି ଆଶଙ୍କା କରାଯାଉଛି।  ଗତ କିଛି ଦିନ ତଳେ ରାଜ୍ୟରେ ଅଦିନିଆ ବର୍ଷା ହୋଇଥିବାରୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବାବେଳେ ପୁଣି ତାତିର ପ୍ରଭାବ ଆଗକୁ ବୃଦ୍ଧି ପାଇବ।  ଏହା ଆଗକୁ ଭୟଙ୍କର ରୂପ ନେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

 ଲିଙ୍କ୍ ଉପରେ କ୍ଲିକ୍ କରି ଅଧିକ ଖବର ପଢନ୍ତୁ : Weather Update: ଆଜି ୭ ଜିଲ୍ଲାରେ ବିଜୁଳି ଘଡ଼ଘଡି଼ ସହ ବର୍ଷା ସମ୍ଭାବନା

07:02 AM

ଆଜି ରଙ୍ଗର ପର୍ବ ହୋଲି; ଜମିଲାଣି ସେଲିବ୍ରେସନ୍

HOLI 2024: ଆଜି ହୋଲି ବା ରଙ୍ଗ ଖେଳ।  ଭାଇଚାରର ପର୍ବ ଭାବରେ ମଧ୍ୟ ଏହା ଜଣାଶୁଣା।  ହୋଲିକୁ ନେଇ ଉତ୍ସବ ମୁଖର ହୋଇପଡି଼ଛି ସାରା ରାଜ୍ୟ । ଭଳିକି ଭଳି ରଙ୍ଗ ଲଗାଇ ସମସ୍ତେ ନିଜ ଲୋକଙ୍କୁ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଦେଇଛନ୍ତି।  ହୋଲି ଲାଗି ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ପରିବାର, ପ୍ରିୟଜନ, ବନ୍ଧୁଙ୍କୁ ହୋଲି ଲଗାଇ ଆରମ୍ଭ ହୋଇଛି ସେଲିବ୍ରେସନ୍ । ବିଭିନ୍ନ ସ୍ଥାନରେ ଭୋଜି ଭାତର ଆୟୋଜନ ହେଉଥିବା ବେଳେ ନାଚ ଗୀତର ଆସର ବି ଜମିବାକୁ ଲାଗିଲାଣି।

01:05 AM

ଭାଙ୍ଗ ପିଇଲେ ଲୋକ ଖୁସୀ ଅନୁଭବ କାହିଁକି କରନ୍ତି , ଜାଣନ୍ତୁ ଏହାର ବୈଜ୍ଞାନିକ କାରଣ

Why Bhang makes Happy: ହୋଲି ଏବଂ ଭାଙ୍ଗ ମଧ୍ୟରେ ସମ୍ପର୍କ ଶହ ଶହ ବର୍ଷ ପୁରୁଣା । ହୋଲିରେ ଭାଙ୍ଗ ପିଇ ଅନେକଙ୍କୁ ଆପଣ ହସୁଥିବା ଦେଖିଥିବେ। ଭାଙ୍ଗ ପିଇ ଯଦି ଆପଣ ହସନ୍ତି, ତେବେ ଆପଣ ଘଣ୍ଟା ଘଣ୍ଟା ଧରି ହସିଥାନ୍ତି । ଯେତେବେଳେ ଆପଣ ନାଚିବା ଆରମ୍ଭ କରନ୍ତି, ପାଦ ଘଣ୍ଟା ଘଣ୍ଟା ଧରି ନୃତ୍ୟ କରିବା ବନ୍ଦ କରେ ନାହିଁ । ଘଣ୍ଟା ଘଣ୍ଟା ଧରି ମୁହଁରେ ହସ ଫୁଟିଥାଏ। ରଙ୍ଗପର୍ବ ବାହାନାରେ ଆସନ୍ତୁ ଜାଣିବା ଭାଙ୍ଗର ବିଜ୍ଞାନ କ'ଣ, ଭାଙ୍ଗର ପିଇବା ପରେ ବ୍ୟକ୍ତି କାହିଁକି ଏତେ ଖୁସି ଦେଖାଯାଏ ।

ଲିଙ୍କରେ କ୍ଲିକ୍ କରି ଅଧିକ ଖବର ପଢନ୍ତୁ :  Why Bhang makes Happy:ଭାଙ୍ଗ ପିଇଲେ ଲୋକ ଖୁସୀ ଅନୁଭବ କାହିଁକି କରନ୍ତି , ଜାଣନ୍ତୁ ଏହାର ବୈଜ୍ଞାନିକ କାରଣ

01:00 AM

ISIS Khorasan:ଆଇଏସ୍ ଖୁରସାନ କ’ଣ ? ଯିଏ ହେଉଛି ପୁତିନଙ୍କ ଏକ ନମ୍ବର ଶତ୍ରୁ

ISIS Khorasan: ରୁଷର ପ୍ରସିଦ୍ଧ କ୍ରୋକସ୍ ସିଟି ହଲ୍ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଏପର୍ଯ୍ୟନ୍ତ 143 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଶହ ଶହ ଲୋକ ଆହତ ହୋଇଥିବା ଜଣାଯାଇଛି। ଚାରିଜଣ ସଶସ୍ତ୍ର ସନ୍ଦିଗ୍ଧଙ୍କ ସମେତ ଏପର୍ଯ୍ୟନ୍ତ ଅତି କମରେ 11 ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ଏହାପୂର୍ବରୁ ଇସଲାମିକ୍ ଷ୍ଟେଟ୍ ଖୋରାସାନ୍ (ଆଇଏସ୍-କେ) ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଏହି ଘଟଣା ପାଇଁ ନିଜକୁ ଦାୟୀ କରିଥିଲା । ରଏଟର୍ସ ରିପୋର୍ଟ ଅନୁଯାୟୀ ଆମେରିକାର ଗୁପ୍ତଚର ଏଜେନ୍ସି ଆଇଏସ୍ ଖୋରାସାନର ଏହି ଦାବି ଉପରେ ମୋହର ମାରିଛି ।

ଲିଙ୍କରେ କ୍ଲିକ୍ କରି ଅଧିକ ଖବର ପଢନ୍ତୁ ISIS Khorasan:ଆଇଏସ୍ ଖୁରସାନ କ’ଣ ? ଯିଏ ହେଉଛି ପୁତିନଙ୍କ ଏକ ନମ୍ବର ଶତ୍ରୁ