Odisha News Live Updates: ଲୋକସଭା ଆସନ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି, ପଢି ନିଅନ୍ତୁ ଆଜିର ଆଉ କିଛି ଖବର
Advertisement
Article Detail0/zeeodisha/odisha2171740

Odisha News Live Updates: ଲୋକସଭା ଆସନ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି, ପଢି ନିଅନ୍ତୁ ଆଜିର ଆଉ କିଛି ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

 

Odisha News Live Updates: ଲୋକସଭା ଆସନ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି, ପଢି ନିଅନ୍ତୁ ଆଜିର ଆଉ କିଛି ଖବର
LIVE Blog
24 March 2024
22:30 PM

BJP Candidates List: ପ୍ରାର୍ଥୀଙ୍କ ପଞ୍ଚମ ତାଲିକାରେ ବିଜେପି ଆନ୍ଧ୍ରପ୍ରଦେଶର ୬ ଜଣ, ବିହାରର ୧୭ ଜଣ, ଗୋଆର ଜଣେ, ଗୁଜୁରାଟର ୬ ଜଣ, ହରିୟାଣାର ୪ ଜଣ, ହିମାଚଳ ପ୍ରଦେଶର ୨ ଜଣ, ଝାଡଖଣ୍ଡର ୩ ଜଣ, କର୍ଣ୍ଣାଟକର ୪ ଜଣ, କେରଳର ୪ ଜଣ ପ୍ରାର୍ଥୀ ସାମିଲ ହୋଇଛନ୍ତି। ମହାରାଷ୍ଟ୍ରରୁ ୩, ମିଜୋରାମରୁ ୧, ଓଡିଶାରେ ୧୮ ଲୋକସଭା ଆସନ, ରାଜସ୍ଥାନରେ ୭, ସିକ୍କିମରେ ଜଣେ, ତେଲେଙ୍ଗାନାରେ ୨, ଉତ୍ତରପ୍ରଦେଶରେ ୧୩ ଓ ପଶ୍ଚିମବଙ୍ଗରେ ୧୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।

22:15 PM

BJP Candidates List: ବିବେକ ଠାକୁରଙ୍କୁ ନୱାଡାରୁ ପ୍ରାର୍ଥୀ କରାଯାଇଛି। ଏହି ସିଟ୍ LJP ଙ୍କ ଆକାଉଣ୍ଟରେ ଥିଲା। ଏହା ବ୍ୟତୀତ ଅନ୍ୟ ସମସ୍ତ ପୁରୁଣା ଚେହେରା ପୁନରାବୃତ୍ତି ହୋଇଛି। ଆପଣଙ୍କୁ କହିରଖୁଛୁ ଯେ ବିଜେପି ବିହାରରେ ୧୭ଟି ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ଓ ଏହି ସମସ୍ତ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।

22:10 PM

BJP Candidates List: ରାଜହମୁନ୍ଦରିରୁ ଡି ପାଣ୍ଡେଶ୍ୱରୀ, ମୁଜାଫରପୁରରୁ ରାଜ ଭୂଷଣ ନିଶାଦ ଓ ପାଟଲିପୁତ୍ରରୁ ରାମ କ୍ରିପାଲ ଯାଦବଙ୍କୁ ବିଜେପି ଟିକେଟ ଦେଇଛି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କ ଟିକେଟ୍ ବୁକ୍ସାରରୁ ବାତିଲ କରାଯାଇଛି। ମିଥାଇଲେଶ ତିୱାରୀଙ୍କୁ ବୁକ୍ସାରରୁ ପ୍ରାର୍ଥୀ କରାଯାଇଛି। ଛେଦି ପାସୱାନଙ୍କୁ ମଧ୍ୟ ସାସରାମରୁ ଟିକେଟ ଦିଆଯାଇ ନାହିଁ, ଶିବ ରାମ ତାଙ୍କ ସ୍ଥାନରେ ପ୍ରାର୍ଥୀ ହେବେ। ଅଜା ନିଶାଦଙ୍କ ଟିକେଟ୍ ମୁଜାଫରପୁରରୁ ବାତିଲ କରାଯାଇଛି।

22:05 PM

BJP Candidates List: କଂଗ୍ରେସରୁ ବିଜେପିରେ ଯୋଗ ଦେଇଥିବା ନବୀନ ଜିନ୍ଦଲଙ୍କୁ ମଧ୍ୟ କୁରୁକ୍ଷେତ୍ରରୁ ଟିକେଟ୍ ଦିଆଯାଇଛି। ରବି ଶଙ୍କର ପ୍ରସାଦଙ୍କୁ ପାଟନା ସାହିବରୁ ପ୍ରାର୍ଥୀ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ବେଗୁସରାଇରୁ ନିର୍ବାଚନ ଲଢ଼ିବେ।

22:00 PM

BJP Candidates List: ଲୋକସଭା ୨୦୨୪ ନିର୍ବାଚନ ପାଇଁ ୧୧୧ ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ବିଜେପି ପ୍ରକାଶ କରିଛି। ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ମଧ୍ୟ ଟିକେଟ ଦିଆଯାଇଛି। ସେ ମଣ୍ଡିରୁ ନିର୍ବାଚନ ଲଢ଼ିବେ। ସୀତା ସୋରେନଙ୍କୁ ଡୁମକା ଠାରୁ ଟିକେଟ ଦିଆଯାଇଛି। 

21:55 PM

Holi 2024: ଯବାନଙ୍କ ସହ ରଙ୍ଗରେ ରଙ୍ଗୀନ ହେଲେ ପ୍ରତିରକ୍ଷା ମନ୍ତ୍ରୀ

Holi 2024: ସେନାବାହିନୀର ଯବାନମାନଙ୍କ ସହ ହୋଲି ପାଳନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଲେହ ମିଲିଟାରୀ କ୍ୟାମ୍ପରେ ପହଞ୍ଚି ଯବାନମାନଙ୍କୁ ହୋଲିର ଶୁଭେଚ୍ଛା ଜଣାଇବା ଯବାନଙ୍କୁ ଅବିର ଲଗାଇଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ...

21:30 PM

୪ଟି ଆସନରୁ ସାଂସଦଙ୍କୁ ମିଳିନି ଟିକଟ

ବିଜେପି ୪ଟି ଲୋକସଭା ଆସନ ପାଇଁ ସାଂସଦଙ୍କୁ ଟିକେଟ୍ ଦେଇନି । ସେଗୁଡିକ ହେଉଛି ବରଗଡ, କଳାହାଣ୍ଡି, ମୟୁରଭଞ୍ଜ ଏବଂ ସମ୍ବଲପୁର ।

21:17 PM

୧୮ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି

ଆଜି ବିଜେପି ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ପୁରୀରୁ ସମ୍ୱିତ ପାତ୍ର, ଭୁବନେଶ୍ୱରରୁ ଅପରାଜିତା ଷଡଙ୍ଗୀ, କେନ୍ଦ୍ରାପଡାରୁ ବୈଜୟନ୍ତ ପଣ୍ଡା, ସମ୍ୱଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, ବାଲେଶ୍ୱରରରୁ ପ୍ରତାପ ଷଡଙ୍ଗୀ ପ୍ରାର୍ଥୀ ହେବେ ବୋଲି ଜଣାପଡିଛି ।

ସେହିପରି ବରଗଡରୁ ପ୍ରଦୀପ ପୁରୋହିତ,  ସୁନ୍ଦରଗଡ଼ରୁ ଜୁଏଲ ଓରାମ, କେନ୍ଦୁଝରରୁ ଅନନ୍ତ ନାୟକ, ମୟୁରଭଞ୍ଜରୁ ନବ ଚରଣ ମାଝି, ଭଦ୍ରକରୁ ଅଭିମନ୍ୟୁ ସେଠୀ, ଢେଙ୍କାନାଳରୁ ରୁଦ୍ରନାରାୟଣ ପାଣି, ବଲାଙ୍ଗୀରରୁ ସଙ୍ଗୀତା କୁମାରୀ ସିଂଦେଓ, କଳାହାଣ୍ଡିରୁ ମାଳବିକା କେଶରୀ ଦେଓ, ନବରଙ୍ଗପୁରରୁ ବଳଭଦ୍ର ମାଝି, ଜଗତସିଂହପୁରରୁ ଭିବୁ ପ୍ରସାଦ ତରାଇ, ଆସ୍କାରୁ ଅନୀତା ଶୁଭଦର୍ଶନୀ, ବ୍ରହ୍ମପୁରରୁ ପ୍ରଦୀପ କୁମାର ପାଣିଗ୍ରାହୀ, କୋରାପୁଟରୁ କଳେରାମ ମାଝୀଙ୍କୁ ପ୍ରାର୍ଥୀ କରାଯାଇଛି ।

20:47 PM

ପ୍ରାର୍ଥୀ ଘୋଷଣା କଲା ବିଜେପି

ଆଜି ବିଜେପି ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ପୁରୀରୁ ସମ୍ୱିତ ପାତ୍ର, ଭୁବନେଶ୍ୱରରୁ ଅପରାଜିତା ଷଡଙ୍ଗୀ, କେନ୍ଦ୍ରାପଡାରୁ ବୈଜୟନ୍ତ ପଣ୍ଡା, ସମ୍ୱଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, ବାଲେଶ୍ୱରରରୁ ପ୍ରତାପ ଷଡଙ୍ଗୀ ପ୍ରାର୍ଥୀ ହେବେ ବୋଲି ଜଣାପଡିଛି ।

20:47 PM

କଟକରେ ବୁଲେଟ୍‌ ରାଣୀ ରାଜଲକ୍ଷ୍ମୀ ମାଣ୍ଡା, BJPକୁ ଭୋଟ ଦେବାକୁ କଲେ ନିବେଦନ

କଟକ: ଫେବ୍ରୁଆରୀ ୧୨ ତାରିଖରୁ ତାମିଲନାଡୁର ମଦୁରାଇରୁ ଯାତ୍ରା ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନକୁ ଭ୍ରମଣ କରୁଛନ୍ତି ରାଜଲକ୍ଷ୍ମୀ ମାଣ୍ଡା । ବର୍ତ୍ତମାନ ପର୍ଯ୍ୟନ୍ତ ସେ ସମୁଦାୟ ୨୧ ହଜାର କିଲୋମିଟର ପଥ ଅତିକ୍ରମ କରିସାରିଛନ୍ତି । ‘ଭୋଟ୍‌ ଫର୍‌ ନେସନ୍‌, ଭୋଟ୍‌ ଫର ମୋଦି’ ଏବଂ ‘ଅବ୍‌କି ବାର୍‌ ୪୦୦ ପାର୍‌’ ସ୍ଲୋଗାନ ସହିତ ଆଜି କଟକରେ ସେ ପହଞ୍ଚିଛନ୍ତି । କଟକରେ ତାଙ୍କୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଶେଷ ଭାବେ ସ୍ୱାଗତ କରାଯାଇଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ...

20:20 PM

Amarnath Yatra 2024: ଜୁନ ୨୯ରୁ ଅମରନାଥ ଯାତ୍ରା ଆରମ୍ଭ, ପ୍ରଥମଥର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

Amarnath Yatra Updates: ପ୍ରଭୁ ଅମରନାଥଙ୍କ ଭକ୍ତମାନେ ପ୍ରତିବର୍ଷ ଅମରନାଥ ଯାତ୍ରା ଆରମ୍ଭକୁ ଅପେକ୍ଷା କରିଥାନ୍ତି । ଭକ୍ତମାନେ ବାବା ବାରଫାନୀଙ୍କ ଦର୍ଶନ ପାଇବାକୁ ପ୍ରାୟ ଗୋଟିଏ ବର୍ଷ ଅପେକ୍ଷା କରନ୍ତି । ଚଳିତ ବର୍ଷ ଅମରନାଥ ଯାତ୍ରା ୨୯ ଜୁନ୍ ରୁ ଆରମ୍ଭ ହେବାକୁ ଯାଉଛି । ଅଧିକ ପଢ଼ନ୍ତୁ...

19:35 PM

ଆଜି ୩ସହର ରେ 38°C ଛୁଇଁଲା ଦିନର ସର୍ବୋଚ୍ଚ ତାପମାତ୍ରା

ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ବଲାଙ୍ଗୀରରେ ସର୍ବାଧିକ 38.5°C ରେକର୍ଡ କରାଯାଇଛି । ସେହିପରି ଟିଟିଲାଗଡ ରେ 38.2°C ଏବଂ ମାଲକାନଗିରି ରେ 38°C ତାପମାତ୍ରା ରେକର୍ଡ ହୋଇଛି । ଆଗାମୀ ୪ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ୩ ରୁ ୪ ଡ଼ିଗ୍ରୀ ଯାଏଁ ସର୍ବୋଚ୍ଚ ତାପମାତ୍ରାରେ ବୃଦ୍ଧିରେ ସମ୍ଭାବନା ରହିଛି । ମାର୍ଚ୍ଚ ଶେଷ ବେଳକୁ କିଛି ଜିଲ୍ଲାରେ 40°C ଛୁଇଁବା ସମ୍ଭାବନା ରହିଛି ।

18:35 PM

Mobile Explosion: ଚାର୍ଜ ହେଉଥିବା ସମୟରେ ଫାଟିଲା ମୋବାଇଲ୍, ୪ ମୃତ, ୨ ଗୁରୁତର

Meerut Mobile Explosion Case: ଉତ୍ତର ପ୍ରଦେଶ ମେରୁଟରେ ଜଣଙ୍କ ଘରେ ମୋବାଇଲ୍ ଚାର୍ଜ ହେଉଥିବାବେଳେ ହଠାତ୍ ବିସ୍ଫୋରଣ ଘଟିଛି । ଫଳରେ ୪ ପିଲାଙ୍କର ମୃତ୍ୟୁ ହୋଇଥିବାବେଳେ ସେମାନଙ୍କ ପିତାମାତାଙ୍କ ଅବସ୍ଥା ଗୁରୁତର ରହିଛି । ମୋବାଇଲ୍ ଚାର୍ଜରରେ ହଠାତ୍ ସର୍ଟ ସର୍କିଟ ହେବା କାରଣରୁ ବିସ୍ଫୋରଣ ଘଟିଥିବା କୁହାଯାଉଛି । ପିଲାମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ବଞ୍ଚାଇବା ସମ୍ଭବ ହୋଇନଥିଲା । ଅଧିକ ପଢ଼ନ୍ତୁ...

17:35 PM

ହୋଲିରେ ଉତ୍ପାତ ହେଲେ ବାନ୍ଧିବ ପୋଲିସ୍, ଜାଣନ୍ତୁ କ'ଣ କହିଲେ ଡିସିପି

ଭୁବନେଶ୍ୱର: ହୋଲି ପର୍ବ ପାଳନ ପାଇଁ ସବୁଠି ବର୍ତ୍ତମାନ ଉତ୍ସୁକତା ଲାଗି ରହିଛି । ତେବେ ଏହାରି ମଧ୍ୟରେ ଅମାନିଆଙ୍କ ଉପରେ କମିଶନରେଟ୍‌ ପୋଲିସର ନଜର ରହିବ । ବିଶେଷ କରି ହୋଲି ପାର୍ଟି ଅନୁଷ୍ଠିତ ହେଉଥିବା ସ୍ଥାନରେ ଚକ୍କର କାଟିବ ପୋଲିସ । ହୋଲି ସୁରକ୍ଷା ପାଇଁ କମିଶନରେଟ୍‌ ପୋଲିସ ସ୍ୱତନ୍ତ୍ର ପଦକ୍ଷପ ନେଇଛି । ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ...

17:00 PM

ରୁଷ ଆତଙ୍କୀ ହମଲାରେ ମୃତ୍ୟୁସଂଖ୍ୟା ୧୪୩କୁ ବୃଦ୍ଧି ହୋଇଛି । ଶୁକ୍ରବାର ବିଳମ୍ବିତ ରାତିରେ ମସ୍କୋ ସହର ସ୍ଥିତ କ୍ରକୋସ୍‌ ସିଟି ହଲ୍‌ ନିକଟରେ ଆକ୍ରମଣ କରିଥିଲେ ଆତଙ୍କବାଦୀ। କାର୍ଯ୍ୟକ୍ରମରେ ୬ ହଜାରରୁ ଅଧିକ ଦର୍ଶକ ସେଠାରେ ଉପସ୍ଥିତ ଥିଲେ। ସେହି ସମୟରେ ହଠାତ୍ କିଛି ଦୁର୍ବୃତ୍ତ ପହଞ୍ଚି ଜନ ଗହଳି ସ୍ଥାନ ଉପରକୁ ଆଖି ବୁଜା ଗୁଳି ଚାଳନା କରିଥିଲେ । ଏଥିସହ ସେଠାରେ ବିସ୍ଫୋରଣ ଘଟାଇଥିଲେ ।

16:15 PM

ଆତଙ୍କବାଦୀ ସଙ୍ଗଠନ ISIS ସହିତ ଲିଙ୍କ ଥିବା ଅଭିଯୋଗରେ ଜଣେ IIT ଛାତ୍ରଙ୍କୁ ଅଟକ ରଖାଯାଇଛି । ଛାତ୍ରଜଣକ ଗୁହାଟୀ ହୋଇଥିବାବେଳେ ସେ ଚତୁର୍ଥ ବର୍ଷର ବାୟୋଟେକ୍ନୋଲୋଜି ବିଭାଗରେ ପଢୁଥିଲେ । ସୋସିଆଲ ମିଡିଆ ମାଧ୍ୟମରେ ଛାତ୍ର ଜଣକ ଆତଙ୍କବାଦୀ ସଂଗଠନରେ ଯୋଗଦେବାକୁ ଚାହୁଁଥିବା ସେୟାର କରିଥିଲେ । ଛାତ୍ର ଜଣକ କ୍ୟାମ୍ପସରୁ ଫେରାର ହୋଇଯାଇଥିବା ବେଳେ କାମ୍ରୁପ ଜିଲ୍ଲାର ହାଜୋରୁ ଧରାପଡିଛନ୍ତି । ବର୍ତ୍ତମାନ ପୋଲିସ ଛାତ୍ରଜଣଙ୍କୁ ପଚରାଉଚରା କରୁଥିବା ଜଣାପଡିଛି ।

16:00 PM

Top 10 News Today: 
ଅପରାହ୍ନର ୧୦ଟି ବଡ଼ ଖବର ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

15:45 PM

ଲୋକସଭା ନିର୍ବାଚନ ତାରିଖ ଘୋଷଣା ପରେ ବର୍ତ୍ତମାନ ରାଜନୈତିକ ପାଣିପାଗ ଉଷ୍ଣତା ରହିଛି । କିନ୍ତୁ ଏହାରି ମଧ୍ୟରେ ଜେଲରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅବକାରୀ ନୀତି  ଅର୍ଥ ହେରଫେର ମାମଲାରେ କେଜ୍ରିୱାଲଙ୍କୁ ଗିରଫ କରିଛି ଇଡି। ଇଡିର କାର୍ଯ୍ୟାନୁଷ୍ଠାନକୁ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଅଭିଯୋଗ କରିଛି ଆପ୍ । ଏବେ ଗିରଫଦାରୀ ବିରୁଦ୍ଧରେ ବାହାରିଛନ୍ତି ଇଣ୍ଡି ମେଣ୍ଟ। ମାର୍ଚ୍ଚ ୩୧ ତାରିଖରେ ଇଣ୍ଡି ମେଣ୍ଟ ଦଳ ଦିଲ୍ଲୀରେ ଏଅକ ବଡ ରାଲି କରିବା ନେଇ ଘୋଷଣା କରିଛି । ଆଜି ମେଣ୍ଟ ଦଳ ସହଯୋଗୀ ଆପ୍ ଏବଂ କଂଗ୍ରେସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଦିଲ୍ଲୀ ରାମ ରାମଲେଲା ମଇଦାନରେ ରାଲିର ଆୟୋଜନ ହେବ ବୋଲି କୁହାଯାଇଛି

 

15:19 PM

Crime News: ରାଜଧାନୀ ଏକ୍ସପ୍ରେସରେ ଗଞ୍ଜେଇ ଚୋରାଚାଲାଣ, ଜଣେ ଗିରଫ

Crime News: ରାଜଧାନୀ ଏକ୍ସପ୍ରେସରୁ ଗଞ୍ଜେଇ ଜବତ ହୋଇଛି । ଭଦ୍ରକ ରେଳବାଇ ପୋଲିସ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ୨୮ ବର୍ଷୀୟ ଯୁବକଙ୍କ ନାମ ନବନୀତ କୁମାର ଏବଂ ତାଙ୍କ ଘର ବିହାର ବୈଶାଳୀ ଜିଲ୍ଲା ଅନ୍ତର୍ଗତ ଖୋଜପୁରରେ ବୋଲି ଜଣାପଡିଛି । ଅଧିକ ପଢ଼ନ୍ତୁ...

14:25 PM

କୋଟିପତି ଲୁଟେରା ପର୍ଶୁରାମ ଗିରି ଗିରଫ

କମିଶନରେଟ ପୋଲିସ ପଞ୍ଝାରେ କୋଟିପତି ଲୁଟେରା ପର୍ଶୁରାମ ଗିରି, ଗିରଫ ସମୟରେ ତା ନିକଟରୁ ୨୧ଲକ୍ଷ ଟଙ୍କା, ୭କେଜି ରୁପା ଓ ୭ଶହ ଗ୍ରାମର ସୁନା ଅଳଙ୍କାର ସହ ଦୁଇଟି ଦାମୀ ବାଇକ୍ ଜବତ।

14:05 PM

ହାଣ୍ଡିଆ ପାଇଁ ରେଡ୍

ହାଣ୍ଡିଆ ପାଇଁ ରେଡ୍ । ଆଦିବାସୀ ସଂସ୍କୃତି ପରମ୍ପରା ଅନୁସାରେ ହୋଲି ପର୍ବ ଦିନ ଘରେ ଘରେ ଇଷ୍ଟ ଦେବାଦବୀଙ୍କୁ ହାଣ୍ଡିଆ ଦେଇ ପୂଜାର୍ଚ୍ଚନା କରାଯାଏ। ଏହାକୁ ଗାଁ ଲୋକେ ମିଶି ତିଆରି କରିବାବେଳେ ଅବକାରୀ ବିଭାଗ ଓ ମୋବାଇଲ ଟିମ ଚଢ଼ାଉ କରିଥିଲା । ସୁନ୍ଦରଗଡ଼ କୁତ୍ରା ବସ୍ତି କିଷାନପଡାର ଘଟଣା।

13:45 PM

ଲୁଟେରା ଗ୍ୟାଙ୍ଗ୍‌ର ୨ ଗିରଫ

Odisha News: ଲୁଟେରା ଗ୍ୟାଙ୍ଗ୍‌ର ୨ ଗିରଫ ହୋଇଛନ୍ତି। କମିଶନରେଟ ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ୍‌ର ୨ ସଦସ୍ୟ। ରାଜଧାନୀର ବିଭିନ୍ନ ସ୍ଥାନରେ ତାଲା ପଡ଼ିଥିବା ଘରୁ ଲୁଟ୍‌ କରୁଥିଲେ। ବିପୁଳ ପରିମାଣର ସୁନା ଓ ରୁପା ଗହଣା ଜବତ କରିଛି ପୋଲିସ। ଏହା ସହ ଅଧିକ ତଦନ୍ତ ଚଳାଇଛି।

12:45 PM

ଆସୁଛି ବର୍ଷା , ଫିକା ପଡି଼ବ ହୋଲି
ଆସୁଛି ରଙ୍ଗର ପର୍ବ ହୋଲି। ହେଲେ ଚଳିତ ବର୍ଷ ହୋଲି ଏଥପ ଫିକା ପଡିପାରେ। କାହିଁକିନା ଆଇଏମଡି଼ ଦ୍ବାରା ଜାରି କରାଯାଇଥିବା ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ,  ୨୩ ରୁ ୨୯ ମାର୍ଚ୍ଚ ମଧ୍ୟରେ ଅରୁଣାଚଳ ପ୍ରଦେଶ, ଆସାମ , ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରାରେ ମଧ୍ୟମ ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ଅଛି। ସେହିପରି,  ୨୩, ୨୫ ଏବଂ ୨୬ ମାର୍ଚ୍ଚ ମଧ୍ୟରେ ଅରୁଣାଚଳ ପ୍ରଦେଶର ବିଚ୍ଛିନ୍ନ ସ୍ଥାନରେ ପ୍ରବଳ ବର୍ଷା କିମ୍ବା ତୁଷାରପାତ ହେବାର ସମ୍ଭାବନା ରହିଛି। ୨୩ ଏବଂ ୨୫ ମାର୍ଚ୍ଚରେ ହିମାଳୟ ପଶ୍ଚିମବଙ୍ଗ ଏବଂ ସିକ୍କିମରେ ପ୍ରବଳ ବର୍ଷା ହୋଇପାରେ। ମାର୍ଚ୍ଚ ୨୫ ଏବଂ ୨୬ ରେ ଆସାମ ଏବଂ ମେଘାଳୟର ବିଚ୍ଛିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।

 

12:30 PM

କେନ୍ଦ୍ର ଉପରେ ବର୍ଷିଲେ ମନ୍ତ୍ରୀ ଆତିଶି ସିଂହ

Arvind Kejriwal Arrest Updates:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଗିରଫକୁ ନେଇ ପ୍ରତିକ୍ରିୟା ରଖିଛନ୍ତି  ମନ୍ତ୍ରୀ ଆତିଶି ସିଂହ। ସେ ନିଜ ବିବୃତ୍ତିରେ କହିଛନ୍ତି ଯେ,  କେନ୍ଦ୍ର ସରକାର କେଜ୍ରିୱାଲଙ୍କୁ ଗିରଫ କରିଛି । କେଜ୍ରିୱାଲ ଇଡି ହେପାଜତରେ ଅଛନ୍ତି ହେଲେ ଦିଲ୍ଲୀର କୌଣସି କାର୍ଯ୍ୟ ଅଟକିବ ନାହିଁ । ଆଗକୁ ଅଟକିବ ନାହିଁ। ସେ ଆହୁରି କହିଛନ୍ତି ଯେ,  କେଜ୍ରିୱାଲ ଇଡିର କଷ୍ଟଡିରେ ରହିବା ସତ୍ତ୍ୱେ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଥିରେ କୁହାଯାଇଛି ଯେ, ଦିଲ୍ଲୀବାସୀଙ୍କୁ ପାଣି ସମସ୍ୟା ନହେବା ଆବଶ୍ୟକ । ମୁଖ୍ୟ ସଚିବ ଏବଂ ଅଧିକାରୀମାନଙ୍କୁ ଉଚିତ ଆଦେଶ ଦିଅନ୍ତୁ । ଦିଲ୍ଲୀବାସୀଙ୍କୁ କୌଣସି ଅସୁବିଧା ହେବା ଆବଶ୍ୟକ ନୁହେଁ । ଜଳର ଅଭାବ ରହିବା ଉଚିତ୍ ନୁହେଁ । ଦିଲ୍ଲୀରେ ଗ୍ରୀଷ୍ମ ଆସିସାରିଲାଣି ।

12:15 PM

ଜେଲରୁ ସରକାର ଚଳାଉଛନ୍ତି କେଜ୍ରିୱାଲ

Arvind Kejriwal Arrest Updates: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍  ଏବେ ଇଡି ହେପାଜତରେ ରହିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସରକାର ଜେଲରୁ ଚଳାଉଛନ୍ତି। ରବିବାର ସକାଳେ ସେ ଜେଲରୁ ପ୍ରଥମ ଆଦେଶ ଦେଇଛନ୍ତି। ସୂତ୍ରରୁ ପ୍ରକାଶ ଯେ ସିଏମ କେଜ୍ରିୱାଲ ଜଳ ମନ୍ତ୍ରଣାଳୟ ସମ୍ବନ୍ଧରେ ଏକ ନିର୍ଦ୍ଦେଶ ଦେଇଛନ୍ତି। ସେ ଜଳ ମନ୍ତ୍ରୀ ଆତିଶି ମାର୍ଲେନାଙ୍କୁ ଏକ ନୋଟ ମାଧ୍ୟମରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ଜଳମନ୍ତ୍ରୀ ଆତିଶି ପୂର୍ବାହ୍ନ ୧୦ ଟାରେ ଏକ ବଡ଼ ସାମ୍ବାଦିକ ସମ୍ମିଳନୀ କରିଥିବା ଜଣାପଡିଛି ।

12:00 PM

ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଜଗତସିଂହପୁର ଜିଲ୍ଲା ବାସୀଙ୍କ ସ୍ବାର୍ଥ ପାଇଁ ମେଡିକାଲ୍ କଲେଜ ସ୍ଥାପନ, ସ୍ବାମୀ ବିବେକାନନ୍ଦ ସ୍ମାରକ ସଂୟ ଶାସିତ ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ କରିବା ସହ ରାଜ୍ୟ ବାସୀଙ୍କୁ କଂଗ୍ରେସ ଦଳ ଗ୍ୟାରେଣ୍ଟି ମଧ୍ୟମରେ ଗୃହ ଜ୍ୟୋତି ଯୋଜନା ରେ ରାଜ୍ୟର ପ୍ରତ୍ୟେକ ଘରୋଇ ବିଦ୍ୟୁତ ଉପୋଭୋକ୍ତା ଙ୍କ ପାଇଁ ୨ଶହ ୟୁନିଟ ବିଜୁଳି ଦେୟ ଛାଡ଼, ଯୁବବିକାଶ ଯୋଜନା ରେ ରାଜ୍ୟର ୫ ଲକ୍ଷ ଯୁବକ ଯୁବତୀ ଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା ସହିତ ମାସିକ ୩ହଜାର ଟଙ୍କା ବେକାରୀ ଭତ୍ତା, କୃଷକ ବନ୍ଧୁ ଯୋଜନା ରେ ବୋନସ ସହିତ ଧାନ ର ମୂଲ୍ୟ କୁଇଣ୍ଟାଲ ପ୍ରତି ୩ହଜାର ଟଙ୍କା, କୃଷକ ମାନଙ୍କ ପାଇଁ ମାସିକ ୨ହଜାର ଟଙ୍କା ପେନସନ ଏବଂ କୃଷି ଋଣ ଛାଡ଼,ଗୃହଲଷ୍ମୀ ଯୋଜନା ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ବ୍ୟାଙ୍କ ଋଣ ଛାଡ଼, ମହିଳାଙ୍କୁ ୨ହଜାର ଟଙ୍କା,ଆଦିବାସୀ-ଦଳିତ ମହିଳାଙ୍କୁ ମାସିକ ୩ହଜାର ଟଙ୍କା ଭତ୍ତା ଏବଂ ମାସକୁ ୫ଶହ ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଣ, ଜନକଲ୍ୟାଣ ଯୋଜନା ରେ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ମାଧ୍ୟମରେ ସରକାରୀ ଚାକିରିଆଙ୍କ ସହ ସମସ୍ତଙ୍କୁ ପାଇଁ ବିନା ଅର୍ଥ ରେ ଚିକିତ୍ସା ବ୍ୟବସ୍ଥା,ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଦିବ୍ୟାଙ୍ଗ ଭତ୍ତା ମାସିକ ୨ହଜାର ଟଙ୍କା, ଚିଟଫଣ୍ଡ ପ୍ରଭାବିତ ଜମାକାରୀ ମାନଙ୍କୁ ୬ ମାସ ମଧ୍ୟରେ ସୁଧ ସହ ଜମାରାଶି ଫେରସ୍ତ, ଶିକ୍ଷାନୁଷ୍ଠାନ ଓ ଚାକିରୀ କ୍ଷେତ୍ରରେ ପଛୁଆ ବର୍ଗ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା, ଆଦିବାସୀ ଓ ଦଳିତ ବର୍ଗଙ୍କ ନିଜ ଜମି ଓ ଜଙ୍ଗଲ ଜମି ଉପରେ ସମ୍ପୂର୍ଣ୍ଣ ଅଧିକାର, ଓ ଶହେ ଦିନ ମଧ୍ୟରେ ପେସା ଆଇନକୁ କଡାକଡି ଭାବେ ଲାଗୁ କରାଯିବା ପାଇଁ କଂଗ୍ରେସ ସଂକଳ୍ପବଦ୍ଧ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରେସ ବାର୍ତ୍ତା ମାଧ୍ୟମରେ ପ୍ରକାଶ କରାଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ଉପ ସଭାପତି ତଥା ପର୍ଯ୍ୟବେକ୍ଷକ ପ୍ରତିମା ମଲ୍ଲିକ,ପ୍ରଦେଶ କଂଗ୍ରେସ ସମ୍ପାଦକ ତଥା ପୂର୍ବତନ ପୌର ପରିଷଦ ଅଧ୍ୟକ୍ଷ ବିପ୍ଳବ ଚୌଧୁରୀ,ପୌର ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ସିଂହ, ପ୍ରମୁଖ ଉପସ୍ଥିତ ରହି ଗ୍ୟାରେଣ୍ଟି କାର୍ଡକୁ ଅନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ ।

 

11:45 AM

ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ପ୍ରଦେଶ କଂଗ୍ରେସ ନିର୍ବାଚନ ଇସ୍ତାହାର ପ୍ରକାଶିତ ହେବା ପରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ୨୦୨୪ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଦ୍ବାରା ପ୍ରକାଶିତ ରାଜ୍ୟ ବାସୀଙ୍କ ପାଇଁ କଂଗ୍ରେସ ର ନିର୍ବାଚନୀ ଇସ୍ତାହାର (ଦଶ ଦଫା ଗ୍ୟାରେଣ୍ଟି କାର୍ଡ) କୁ ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଉନ୍ମୋଚନ କରାଯାଇଛି । 

11:30 AM

ପିଲାଚୋର ଅଭିଯୋଗରେ ଯୁବକଙ୍କୁ ନିସ୍ତକ ମାଡ଼
ଗଞ୍ଜାମ ଖଲ୍ଲିକୋଟରେ ଅଭାବନୀୟ ଘଟଣା। ପିଲାଚୋର ଅଭିଯୋଗରେ ଯୁବକଙ୍କୁ ନିସ୍ତକ ମାଡ଼ ମାରିଲେ ସ୍ଥାନୀୟ ଲୋକେ। ଏପରିକି ଯୁବକଙ୍କୁ ମାଡ଼ ମାରି ଦରମରା କରିଦେଇଛନ୍ତି ସ୍ଥାନୀୟ ଲୋକେ।  ଅଗ୍ନିଶମ ସେବାକେନ୍ଦ୍ର ସମ୍ମୁଖରେ ଥିବା ଓଡିଆରପି କଲୋନିରେ ଜଣଙ୍କ ଘରେ ପଶିଥିଲା ଅଭିଯୁକ୍ତ । ପିଲା ଚୋରି ପାଇଁ ଉଦ୍ୟମ ବେଳେ ଯୁବକକୁ କାବୁ କରିଛନ୍ତି ଅଞ୍ଚଳବାସୀ । ଯୁବକ ଜଣକ ରାଜ୍ୟ ବାହାରର ହୋଇଥିବା ଜଣାପଡ଼ିଛି । ସେପଟେ,  ପୋଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଁଚି ଯୁବକକୁ ଉଦ୍ଧାର କରିଛି । ଅଭିଯୁକ୍ତକୁ ଥାନାକୁ ନେଇ ଅଧିକ ପଚରାଉଚରା ଜାରି ରଖିଛି।

11:15 AM

ସଇତାନ୍ ସାଜିଲା ପୁଅ
ପାରିବାରିକ କଳହର କରୁଣ ପରିଣତି ।  ସଇତାନ୍ ସାଜିଲା ପୁଅ। ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ୍ୟୁ ହୋଇଥିବା ବେଳେ ମାଆ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ମାଆଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଚମ୍ପୁଆ ଥାନା ଅନ୍ତର୍ଗତ ଗତ କାଳିକାପ୍ରସାଦ ପଂଚାୟତ ବସିରା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। 

 

11:00 AM

ମସ୍କୋ ଆତଙ୍କବାଦୀ ଆକ୍ରମଣରେ ୧୫୦ ଛୁଇଁଲା ମୃତ୍ୟୁ ସଂଖ୍ୟା

Moscow Terrorist Attack: ଋଷର ରାଜଧାନୀ ମସ୍କୋର ଏକ କନସର୍ଟ ହଲରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ୧୫୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ମାମଲାରେ ଋଷିଆ ପୋଲିସ ଏପର୍ଯ୍ୟନ୍ତ ୧୧ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି, ଯେଉଁମାନଙ୍କ ମଧ୍ୟରୁ ୪ ଜଣ ଆତଙ୍କବାଦୀ ଆକ୍ରମଣ ସହିତ ସିଧାସଳଖ ସମ୍ପର୍କ ରଖିଛନ୍ତି। ଏ ସମ୍ପର୍କରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ଦୋଷୀମାନଙ୍କୁ ଖୋଜି ଖୋଜି ମାରିବୁ।

10:45 AM

ମଦ ମାଫିଆକୁ ଗିରଫ ବେଳେ ଉତ୍ତେଜନା
କଟକ ଜିଲ୍ଲା ଡାଳୁଆ ଗାଁରେ ଅଭାବନୀୟ ଘଟଣା ଘଟିଛି।  ମଦ ମାଫିଆକୁ ଗିରଫ ବେଳେ ଅବକାରୀ ଟିମ୍‌କୁ ଆକ୍ରମଣ କରିବା ସହ ଗାଡ଼ି ଭଙ୍ଗାରୁଜା କରିଛନ୍ତି ମାଫିଆମାନେ । ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି।  ମଦ ମାଫିଆକୁ ଧରିବା ବେଳେ ଅବକାରୀ ବିଭାଗ କର୍ମଚାରୀମାନେ ଆକ୍ରମଣର ଶିକାର ହୋଇଛନ୍ତି।

10:30 AM

ସ୍ତ୍ରୀ ମୃତ୍ୟୁର ଦୁଃଖ ସହିନପାରି ସ୍ୱାମୀ କଲା ଆତ୍ମହତ୍ୟା!

ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ଟେନସା ଫାଣ୍ଡି ଜିରୋ ପଏଣ୍ଟ ଅଞ୍ଚଳରେ  ଅଭାବନୀୟ ଘଟଣା । ସ୍ତ୍ରୀର ମୃତ୍ୟୁକୁ ଅତି ସହଜରେ ଗ୍ରହଣ କରି ପାରିଲେନି ସ୍ୱାମୀ। ସ୍ତ୍ରୀର ମୃତ୍ୟୁ ଓ ଚାରି ମାସ କୁନିପୁଅର କାନ୍ଦ ସହି ନ ପାରି ସ୍ୱାମୀ ଆତ୍ମହତ୍ୟା କରିଥିବା ଜଣାପଡିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

10:15 AM

ଆଜି ବିଜୁ ଛାତ୍ର ଜନତା ଦଳର ନିର୍ବାଚନ ପ୍ରସ୍ତୁତି ବୈଠକ
ଆଗକୁ ଆସୁଛି ସାଧାରଣ ନିର୍ବାଚନ। ଯାହାକୁ ନେଇ ତତ୍ପର ସବୁ ରାଜନୈତିକ ଦଳ । ନବୀନ ପଟ୍ଟନାୟକ ପର୍ଯ୍ୟାୟ କ୍ରମେ ସଂସଦୀୟ କ୍ଷେତ୍ରର ସମୀକ୍ଷା କରୁଛନ୍ତି । ଏପଟେ ଆଜି ଶଙ୍ଖ ଭବନରେ ଛାତ୍ର ବିଜେଡିର ପ୍ରସ୍ତୁତି ବୈଠକ ବସିବାକୁ ଯାଉଛି । ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ତତ୍ତ୍ଵାବଧାନରେ ବୈଠକରେ ଆସନ୍ତା ନିର୍ବାଚନରେ ଛାତ୍ର ବିଜେଡିର ଭୂମିକା ସଂପର୍କରେ ବିସ୍ତୃତ ଆଲୋଚନା କରାଯିବା ସହ ରୋଡମ୍ୟାପ ପ୍ରସ୍ତୁତ କରାଯିବ ।

 

10:00 AM

ଗଞ୍ଜାମରେ ପାରମ୍ପରିକ ଦଣ୍ଡନାଚ ଆରମ୍ଭ
ଗଞ୍ଜାମରେ ପାରମ୍ପରିକ ଦଣ୍ଡନାଚ ଆରମ୍ଭ ହୋଇଛି । ୨୧ ଦିନ ଗାଁ ଗାଁ ବୁଲି ଭୋଗ ଖାଇବେ ଦଣ୍ଡକାଳୀ । ମାନସିକ ବ୍ରତଧାରୀ ୨୧ ଦିନ ଧରି ବ୍ରତ ପାଳନ କରିବେ । ଦିନରେ ଧୂଳିଦଣ୍ଡ, ପାଣିଦଣ୍ଡ ଅନୁଷ୍ଠିତ ହେବ । ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଯାହାର ଭରପୂର ମଜା ଉଠାଇବେ ପୂରା ଗଞ୍ଜାମବାସୀ।

09:45 AM

ଆଜି ବିଜେପିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା !

Election 2024: ପାଖେଇ ଆସୁଛି ନିର୍ବାଚନ । ଏ-ନେଇ ସରଗରମ୍ ରହିଛି ରାଜ୍ୟ ରାଜନୀତି । ଆଜି ଆସିପାରେ ବିଜେପିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଲୋକସଭା ନିର୍ବାଚନ ୨୦୨୪ ପାଇଁ ବିଜେପି ପ୍ରାର୍ଥୀଙ୍କ ଚତୁର୍ଥ ତାଲିକା ପ୍ରକାଶ ପାଇପାରେ। ଏ-ହି ତାଲିକା ଦ୍ୱିପ୍ରହରରେ ଆସିବାର ସମ୍ଭାବନା ରହିଛି । ଯେଉଁଥିରେ ପାଞ୍ଚଟି ରାଜ୍ୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ। ଏଥିରେ ଓଡ଼ିଶାର ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବିଜେପି । ତେବେ କାହାକୁ ଟିକେଟ୍ ମିଳିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

09:30 AM

ଜାଣନ୍ତୁ ଆଜିର ପେଟ୍ରୋଲ-ଡିଜେଲ ଦର କେତେ ? ଖସିଲା ନା ବଢିଲା

Petrol Diesel Price Today: ମାର୍ଚ୍ଚ ୨୪ ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ସ୍ଥିରତା ଦେଖିବାକୁ ମିଳିଛି। କିନ୍ତୁ, ରବିବାର ଦିନ ଦେଶର ପ୍ରମୁଖ ସହରଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲୋକମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ଆସନ୍ତୁ ଜାଣିବା କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ?

ଲିଙ୍କରେ କ୍ଲିକ୍ କରି ଅଧିକ ଖବର ପଢନ୍ତୁ : Petrol Diesel Price Today: ଜାଣନ୍ତୁ ଆଜିର ପେଟ୍ରୋଲ-ଡିଜେଲ ଦର କେତେ ? ଖସିଲା ନା ବଢିଲା

09:15 AM

ଆଜି ମହାପ୍ରଭୁଙ୍କ ମେଣ୍ଢାପୋଡି଼ ନୀତି

Puri News: ଆସନ୍ତାକାଲି ପବିତ୍ର ଦୋଳପୂର୍ଣ୍ଣିମା। ଏହି ଅବସରରେ ମହାପ୍ରଭୁ ସୁନା ଅଳଙ୍କାରରେ ବିଭୂଷିତ ହୋଇ ରତ୍ନବେଦୀରେ ଦର୍ଶନ ଦେବେ। ଶ୍ରୀମନ୍ଦିରରେ ଦୋଳପୁର୍ଣ୍ଣିମା ପୂର୍ବଦିନ ଅର୍ଥାତ ଆଜି ସଂଧ୍ୟାରେ ମହାପ୍ରଭୁଙ୍କ ମେଣ୍ଢାପୋଡି଼ ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ସରିବା ପରେ ରତ୍ନବେଦୀରୁ ଆଜ୍ଞାମାଳ ପାଇ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ,ଶ୍ରୀଦେବୀ,ଭୂଦେବୀ ଦୋଳବେଦୀକୁ ବିଜେ କରିବେ । ସେଠାରେ ଗଜପତିଙ୍କ ପ୍ରତିନିଧି ମୁଦିରସ୍ତଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ହୋମ,ଦେବନୀତି,ବନ୍ଦାପନା ପରେ ଭୋଗ ହେବ । ବିଶେଷକରି ମାରୱାଡି ସଂପ୍ରଦାୟର ମହିଳାଙ୍କ ଦ୍ୱାରା ପୂର୍ବରୁ ସଂଗୃହିତ ଘଷିରେ ଅଗ୍ନି ସଂଯୋଗ କରାଯିବ । ହୋଲିକା ରାକ୍ଷାସୀକୁ ଦହନର ପ୍ରତିଫଳନ ସ୍ୱରୁପ ଏହି ମେଣ୍ଡାପୋଡି଼ ନୀତି ଅନୁଷ୍ଠିତ ହୋଇଥାଏ।। ତେବେ ଏହି ମେଣ୍ଡା ପୋଡି଼ ନୀତି ଦୋଳବେଦୀ ପରିସରରେ ଅନୁଷ୍ଠିତ ହେଉଥିବା ବେଳେ ହଜାର ହଜାର ଭକ୍ତଙ୍କ ଗହଳି ଜମିବ। ସେପଟେ ଆସନ୍ତାକାଲି ମହାପ୍ରଭୁଙ୍କ ଦୋଳପୂର୍ଣ୍ଣିମା ଓ ଆଜି ମେଣ୍ଢାପୋଡି଼ ନୀତି ଥିବାରୁ ଶ୍ରୀମନ୍ଦିରରେ ନିତିକାନ୍ତି ନିର୍ଘଣ୍ଟ କରାଯାଇଛି । ଆଜି ନୀତି ନିର୍ଘଣ୍ଟ ଅନୁସାରେ ଭୋର ୩ଟା୪୫ରେ ସିଂହଦ୍ଵାର ଫିଟା ନୀତି ଅନୁଷ୍ଠିତ ହେବା ପରେ ମଙ୍ଗଳାଳତୀ, ମଇଲମ, ଅବକାଶ ଆଦି ନିତି ସହ ଦୈନନ୍ଦିନ ନିତିକାନ୍ତି ବଢିଛି। ଆଜି ରବିବାର ଓ ମେଣ୍ଢାପୋଡି ନିତି ଥିବାରୁ ଭକ୍ତଙ୍କ ଗହଳି ବୃଦ୍ଧି ପାଇଛି। ସୃଙ୍ଖଳିତ ଦର୍ଶନ ପାଇଁ ବ୍ଯାପକ ପୁଲିସ ମୁତୟନ କରାଯାଇଛି।

09:00 AM

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର:   Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

 

08:45 AM

IPL 2024: ଆଜି ଗୁଜରାଟ ଟାଇଟନ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ 

IPL 2024:  ଚଳିତ ମାସ ୨୨ ତାରିଖ ଠାରୁ ଆରମ୍ଭ ହୋଇଛି ଆଇପିଏଲ୍ ମହାସମର।  ପଂଚମ ଲିଗ୍ ମ୍ୟାଚରେ ଆଜି ଘରୋଇ ଗୁଜୁରାଟ୍ ଟାଇଟନ୍ସ ୫ ଥର ଚାମ୍ପିଆନ୍ ମୁମ୍ବାଇ ଇଣ୍ତିଆନକୁ ଭେଟିବ। ଘରୋଇ ଗ୍ରାଉଣ୍ତରେ ଟାଇଟନ୍ସର ଦମଦାର୍ ପ୍ରଦର୍ଶନ କରିବାକୁ ଲକ୍ଷ ରଖିଥିଲେ ହିଁ ୨ ଦଳର ଅଧିନାୟକଙ୍କ ଉପରେ କ୍ରିକେଟ୍ ପ୍ରେମୀଙ୍କ ନଜର ରହିବ।  ଏହି ମ୍ୟାଚଟି ଆଜି ରାତି ୭ଟା ୩୦ରେ ଖେଳାଯିବ। 

08:30 AM

ଛତିଶଗଡ଼ରେ ଚମକିଲେ ସମ୍ବଲପୁରର କୁନି ପ୍ରତିଭା ସିଦ୍ଧି ସଂପୂର୍ଣ୍ଣା 

ଛତିଶଗଡ଼ ଠାରେ ଚମକିଲେ ସମ୍ବଲପୁର ର କୁନି ପ୍ରତିଭା ସିଦ୍ଧି ସଂପୂର୍ଣ୍ଣା  ସମ୍ବଲପୁର ସହରର ଧନୁପାଲୀ ଅଂଚଳର ସିଦ୍ଧି ସଂପୂର୍ଣ୍ଣା ନାୟକ ଛତିଶଗଡ଼ର ରାଜଧାନି ରାଏପୁର ଠାରେ ଅନୁଷ୍ଠିତ ଷ୍ଟାର ଫେସ ଅଫ ଛତିଶଗଡ ଫେଶନ ଶୋରେ ବେଶ ଉଚ୍ଚ କୋଟିର ପ୍ରତିଭା ପରିବେଷଣ କରି ବିଜୟୀ ହୋଇ କିଡ୍ସ ଷ୍ଟାର ଫେସ ଅଫ ଛତିଶଗଡ ଟାଇଟଲ ହାସଲ କରିଛନ୍ତି ।  ଛତିଶଗଡ଼ ର ରାଏପୁର ଠାରେ ଅନୁଷ୍ଠିତ ଏକ ଘରୋଇ ହୋଟେଲ ଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ମୋଟ ତିନୋଟି ରାଉଣ୍ଡ ସହ ପ୍ରଶ୍ନ ଉତ୍ତର ରାଉଣ୍ଡ ମଧ୍ୟ ହୋଇଥିଲା । ପ୍ରଥମ ରାଉଣ୍ଡଟି ପ୍ରତିଭା ରାଉଣ୍ଡ ଯେଉଁଥିରେ ସମ୍ବଲପୁରୀ ନାଚ ପ୍ରଦର୍ଶନ କରିଥିଲେ ସିଦ୍ଧି ଦ୍ବିତୀୟ ରାଉଣ୍ଡରେ ବଲିଉଡ଼ ୱାକ ରାଉଣ୍ଡ ଥିଲା ଏବଂ ଶେଷରେ ୱେଷ୍ଟେର୍ଣ ରାଉଣ୍ଡ ୱାକ ଥିଲା । ସମସ୍ତ ରାଉଣ୍ଡ ରେ ସିଦ୍ଧି ସଂପୂର୍ଣ୍ଣା ଭଲ ପ୍ରଦର୍ଶନ କରି ଏହି ଟାଇଟଲ ଜିତିବା ସହ ସମ୍ବଲପୁର ପାଇଁ ଗର୍ବ ତଥା ଗୌରବ ଆଣିଛନ୍ତି । 

08:15 AM

ଥରି ଉଠିଲା ପପୁଆ ନ୍ୟୁ ଗିନି,  ଭୂକମ୍ପର ତୀବ୍ରତା ୬.୯ ରେକର୍ଡ

Earthquake Today: ଭୂକମ୍ପରେ ଥରି ଉଠିଲା ପପୁଆ ନ୍ୟୁ ଗିନି (Papua New Guinea)।  ରିକ୍ଟର ସ୍କେଲରେ ଏହାର ତିବ୍ରତା  ୬.୯ ରେକର୍ଡ କରାଯାଇଛି। ଆଜି ଭୋର୍ ସମୟରେ ପ୍ରଶାନ୍ତ ମହାସାଗରରେ ଥିବା ପପୁଆ ନ୍ୟୁ ଗିନି ଦେଶର ଏକ ଉପାନ୍ତ ଭାଗରେ ବଡ଼ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ତେବେ, ଏହି ଭୂକମ୍ପରେ ମୃତାହତ ନେଇ କୌଣସି ସୂଚାନା ଏପର୍ଯ୍ୟନ୍ତ ମିଳିନାହିଁ। ଏନେଇ ଆମେରିକା ଜିଓଲୋଜିକାଲ୍ ସର୍ଭେ  ( United States Geological Survey) ପକ୍ଷରୁ ସୂଚନା ଦିଆଯାଇଛି। ତେବେ,  ଏହି ଭୂକମ୍ପର ଗଭୀରତା ଭୂପୃଷ୍ଠରୁ ୩୫ କିଲୋମିଟର ରେକର୍ଡ ହୋଇଛି ।

08:00 AM

କୋଲକାତା ନାଇଟ ରାଇଡର୍ସର ରୋମାଞ୍ଚକ ବିଜୟ

KKR: ଆରମ୍ଭ ହୋଇଛି ଆଇପିଏଲ ୨୦୨୪। କୋଲକାତା ନାଇଟ ରାଇଡର୍ସର ରୋମାଞ୍ଚକ ବିଜୟ। ବିଜୟରୁ ଅଭିଯାନ ଆରମ୍ଭ କଲା କୋଲକାତା ନାଇଟ ରାଇଡର୍ସ । ସନରାଇଜର୍ସ ହାଇଦ୍ରାବାଦକୁ ୪ ରନରେ ପରାସ୍ତ କରିଛି କେକେଆର । ୨୦୯ ରନର ବିଜୟ ଲକ୍ଷ ରହିଥିବାବେଳେ ୨୦୪ ରନ କରିବାକୁ ସକ୍ଷମ ହେଲା ହାଇଦ୍ରାବାଦ । କେକେଆରର ରସେଲ ଏବଂ ସଲ୍ଟ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ।

07:45 AM

ଭିଜିଲାନ୍ସ ହାତରେ ଧରାପଡିଲେ ସହିଦ ନଗର SI
ଭୁବନେଶ୍ୱରର ସହିଦ ନଗର ଥାନା ସବ୍‌-ଇନ୍ସପେକଟର ପ୍ରିୟବ୍ରତ ପ୍ରଧାନଙ୍କୁ ଗିରଫ କରିଛି ଭିଜିଲାନ୍ସ । ଜଣେ ବ୍ୟକ୍ତିଙ୍କଠାରୁ ଜବତ ହୋଇଥିବା ଡ୍ରାଇଭିଂ ଲାଇସେନ୍ସ ଫେରାଇ ଦେବା ପାଇଁ ସେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଚଢାଉ କରିଥିଲା ।ସୂଚନା ମୁତାବକ, ଡ୍ରାଇଭିଂ ଲାଇସେନ୍ସ ଫେରାଇବାକୁ ମୋଟ ୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ଏସଆଇ । ମାର୍ଚ୍ଚ ୨୧ ତାରିଖ ଦିନ ବ୍ୟକ୍ତି ଜଣକ ୩ ହଜାର ଟଙ୍କା ଦେଇଥିଲେ ମଧ୍ୟ ଏସଆଇ ତାଙ୍କୁ ଡ୍ରାଇଭିଂ ଲାଇସେନ୍ସ ଫେରାଇ ନଥିଲେ । ଆଉ ୨ ହଜାର ଟଙ୍କା ଦେବାପାଇଁ ପ୍ରିୟବ୍ରତ ବ୍ୟକ୍ତିଜଣଙ୍କୁ କହିଥିଲେ । ତେବେ ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ବ୍ୟକ୍ତି । ଅନ୍ୟପଟେ, ପ୍ରିୟବ୍ରତଙ୍କୁ ଗିରଫ କରିବା ପରେ ତାଙ୍କ ଲିଙ୍କ୍ ଥିବା ସ୍ଥାନ ଗୁଡିକରେ ଭିଜିଲାନ୍ସ ଟିମ୍ ଚଡାଉ ଜାରି ରଖିଛି । ତାଙ୍କର କେତେ ଆୟ ବହିର୍ଭୂତ ସମ୍ପତ୍ତି ରହିଛି ସେନେଇ ତଥ୍ୟ ସାମ୍ନାକୁ ଆସିନାହିଁ ।

 

07:30 AM

ପୋଲିସ ପ୍ରତିଷ୍ଠା ଦିବସ, ଡିଜିପି ପଦକ ପାଇବେ ୧୦୮

Police foundation day: ଓଡି଼ଶା ପୋଲିସର ୮୯ ତମ ପ୍ରତିଷ୍ଠା ଦିବସ ଅପ୍ରିଲ୍ ୧ ତାରିଖରେ ଅନୁଷ୍ଠିତ ହେବ। ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ପାଇଁ ବ୍ୟାପକ ଆୟୋଜନ ହେଉଥିଲେ ହେଁ  ନିର୍ବାଚନ ଆଚରଣ ବିଧି ଲାଗୁ ହେଇଥିବାରୁ  ଏର କଟକଣା ଭିତରେ ପାଳନ କରାଯିବ।  ଏହି ଅବସରରେ ରାଜ୍ୟ ପୋଲିସ୍ ବାହିନୀ ପକ୍ଷରୁ ବରିଷ୍ଠ ପୋଲିସ୍ ଅଧିକାରୀ  ଏବଂ ପୋଲିସ୍ କର୍ମଚାରୀ ମିଶି  ୧୦୮ ଜଣଙ୍କୁ ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ (ଡିଡିପି ଡିକ୍ସ ) ପ୍ରଦାନ କରାଯିବ। ଏଥିରେ ୬ ଜଣ ଆଇପିଏସ୍, ୨୧ ଜଣ ଓଡିଏସ୍, ୮ ଜଣ ଓଏପିଏସ୍ ଅଫିସର, ୧୪ ଜଣ ଇନ୍ସପେକ୍ଟର ,୧୨ ଜଣ ଏସଆଇ, ୭ ଜଣ ଏଏସଆଇ, ୧୧ ଜଣ ହାବିଲଦାର, ଏବଂ କନେଷ୍ଟବଳ, ସିପାହୀ, ଓଏପିଏସ୍ ମିଶି ୨୭ ଜଣ କର୍ମଚାରୀ ରହିଛନ୍ତି। 

07:15 AM

ହୀରାକୁଦରେ ଡାଇରିଆ ସଂକ୍ରମଣ ଘଟଣା, ଚିନ୍ତାପ୍ରକଟ କଲେ କେନ୍ଦ୍ରମନ୍ତ୍ରୀ
ସମ୍ବଲପୁର ହୀରାକୁଦରେ ଡାଇରିଆ ସଂକ୍ରମଣ ଘଟଣାରେ ଚିନ୍ତାପ୍ରକଟ କଲେ କେନ୍ଦ୍ରମନ୍ତ୍ରୀ । ଆକ୍ରାନ୍ତଙ୍କୁ ସଠିକ୍ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ସିଡିଏମଓଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ହୀରାକୁଦ ଅଞ୍ଚଳରେ ଡାଇରିଆ ଲାଗି ରହିଥିବା କାରଣରୁ ମୃତ୍ୟୁବରଣ କରିଥିବା ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ ବୋଲି ଟୁଇଟ କରିଛନ୍ତି ମନ୍ତ୍ରୀ । ଜଣଙ୍କର ମୃତ୍ୟ ହୋଇଥିବା ଜାଣି ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଆକ୍ରାନ୍ତଙ୍କ ଆଶୁ ଆରୋଗ୍ୟ କାମନା କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଚିକିତ୍ସିତ ହେଉଥିବା ଲୋକମାନେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ, ମା’ ସମଲେଇଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମନ୍ତ୍ରୀ । ସମ୍ବଲପୁର ସହରର ହୀରାକୁଦ ଅଞ୍ଚଳରେ ଡାଇରିଆ ସଂକ୍ରମଣ ନେଇ ଗଭୀର ଚିନ୍ତାପ୍ରକଟ କରିବା ସହ ପାରିପାର୍ଶ୍ୱିକ ସ୍ଥିତି ବିଷୟରେ ସମ୍ବଲପୁର ସିଡିଏମଓ ଡାକ୍ତର ସୁଜାତା ରାଣୀ ମିଶ୍ରଙ୍କ ସହ ଗତକାଲି ଫୋନ ଯୋଗେ କଥା ହୋଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଏ ସମ୍ପର୍କରେ ଧର୍ମେନ୍ଦ୍ର ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ଏହି ସମ୍ବେଦନଶୀଳ ବିଷୟକୁ ଗୁରୁତ୍ୱର ସହ ନେଇ ଚିକିତ୍ସିତ ହେଉଥିବା ଲୋକ ମାନଙ୍କୁ ସଠିକ୍ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ସମ୍ବଲପୁର ସିଡିଏମଓ ଡାକ୍ତର ସୁଜାତା ରାଣୀ ମିଶ୍ରଙ୍କ ସହ କଥା ହୋଇଛି । ଚିକିତ୍ସାଧୀନ ଲୋକମାନଙ୍କୁ ଆବଶ୍ୟକ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବା ପାଇଁ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯିବ ବୋଲି ଡାକ୍ତର ମିଶ୍ର କହିଛନ୍ତି । 

 

06:56 AM

 ଅସହ୍ୟ ହେଲାଣି ତାତି, ୩୬ ଡିଗ୍ରୀ ଉପରେ ୧୪ ସହରର ତାପମାତ୍ରା

Weather Update: ରାଜ୍ୟରେ ବଦଳିଛି ପାଣିପାଗ।  କିଛି ଦିନର ଅନ୍ତରାଳରେ ରାଜ୍ୟକୁ ଫେରିଛି ତାତି। ଶନିବାର  ୧୪ ସହରର ପାରଦ ୩୬ ଡିଗ୍ରୀ ଉପରେ ରେକର୍ଡ଼ ହୋଇଛି।  ୩୮ ଡିଗ୍ରୀ ସହ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର  ପାଲଟିଛି।  ଏହା ତଳକୁ ଟିଟିଲାଗଡ଼ ୩୭.୫, ମାଲକାନଗିରି ୩୭.୧,ଭବାନୀପାଟଣା  ଓ ପାରଳାଖେମୁଣ୍ତିରେ ପାରଦ ୩୭ ଡିଗ୍ରୀ ରେକର୍ଡ଼ କରାଯାଇଛି।  ଏହାଛଡା ଚାନ୍ଦବାଲିରେ ୩୭.୭, ନୟାଗଡରେ ୩୬.୫, କଟକ ଓ ଝାରସୁଗୁଡାରେ ୩୬.୪, ଜଗତସିଂହପୁରରେ ୩୬.୨, ଅନୁଗୁଳ, ସୋନପୁର ଓ ରାଉରକେଲାରେ ତାପମାତ୍ରା ୩୬.୧ ଡିଗ୍ରୀ ରେକର୍ଡ଼ ହୋଇଛି।  ମୁଖ୍ୟ କଥା ହେଲା ରାଜ୍ୟରେ ଏବେ ପାଗ ମୁଖ୍ୟତ ଶୁଖିଲା ରହିବା ସହ ପାରଦ ବଢିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଲିଙ୍କ୍ ଉପରେ କ୍ଲିକ୍ କରି ଅଧିକ ଖବର ପଢନ୍ତୁ : Weather Update: ଅସହ୍ୟ ହେଲାଣି ତାତି, ୩୬ ଡିଗ୍ରୀ ଉପରେ ୧୪ ସହରର ତାପମାତ୍ରା 

 

01:00 AM

ବିଜେପିରେ ଯୋଗ ଦେଲେ ଭାରତୀୟ ବାୟୁସେନାର ପୂର୍ବତନ ମୁଖ୍ୟ
ଆଗକୁ ଆସୁଛି ନିର୍ବାଚନ । ଏ-ନେଇ  ଦଳ ଡିଆଁ ରାଜନୀତି ଆରମ୍ଭ ହୋଇଛି।  ଭାରତୀୟ ବାୟୁସେନାର ପୂର୍ବତନ ମୁଖ୍ୟ ରାକେଶ କୁମାର ସିଂହ ଭଦୌରିଆ ଆଜି  ବିଜେପିରେ ଯୋଗ ଦେଇଛନ୍ତି। ଦିଲ୍ଲୀରେ ବିଜେପି ସାଧାରଣ ସଂପାଦକ ବିନୋଦ ତାୱଡେ ଓ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପସ୍ଥିତିରେ ସେ ଦଳରେ ମିଶିଥିଲେ। ରାକେଶ କୁମାର ସିଂହ ଭଦୌରିଆ ୨୦୨୧ ସେପ୍ଟେମ୍ବର ମାସରେ ଚାକିରିରୁ ଅବସର ନେଇଥିଲେ।