Odisha News Live Updates: ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଗୁରୁତର, ପଢି ନିଅନ୍ତୁ ଆଜିର ଆଉ କିଛି ତାଜା ଖବର
Advertisement
Article Detail0/zeeodisha/odisha2166825

Odisha News Live Updates: ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଗୁରୁତର, ପଢି ନିଅନ୍ତୁ ଆଜିର ଆଉ କିଛି ତାଜା ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha News Live Updates: ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଗୁରୁତର, ପଢି ନିଅନ୍ତୁ ଆଜିର ଆଉ କିଛି ତାଜା ଖବର
LIVE Blog
21 March 2024
23:55 PM

କ'ଣ ଏହି ହଂକଂ ବିଧାନସଭାର ଧାରା ୨୩; ଯେଉଁଥି ପାଇଁ ଚୀନ୍ ଖୁସି ହୋଇଗଲା ଚୀନ
ଗତ ମଙ୍ଗଳବାର (ମାର୍ଚ୍ଚ ୧୯) ଏକ ନୂତନ ଜାତୀୟ ସୁରକ୍ଷା ଆଇନ ପାରିତ କରିଛି ହଂକଂ ବିଧାନ ପରିଷଦ। ମଙ୍ଗଳବାର ପାରିତ ହୋଇଥିବା ଏହି ଆଇନ ଅସମମତି ଦୂର କରିବା ପାଇଁ ଏହା ସରକାରଙ୍କୁ ଅଧିକ କ୍ଷମତା ପ୍ରଦାନ କରିଥାଏ। ଯାହା ଧାରା ୨୩ ନାମରେ ମଧ୍ୟ ଜଣାଶୁଣା। ଗତ ୨୦୧୯ ବର୍ଷରେ ଗଣତନ୍ତ୍ର ସମର୍ଥନରେ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଇଥିଲା। ବିରୋଧ ପ୍ରଦର୍ଶନକୁ ରାଜନୈତିକ ଉପାୟରେ ଦମନ ପାଇଁ କରିବା ପାଇଁ ଏହି ଆଇନ ହେଉଛି ସଦ୍ୟତମ ପଦକ୍ଷେପ। ମଙ୍ଗଳବାର ଏକ ସ୍ୱତନ୍ତ୍ର ଅଧିବେଶନରେ ବିଧାନ ପରିଷଦ ଜାତୀୟ ସୁରକ୍ଷା ଆଇନ ପାରିତ କରିଥିଲା। ପ୍ରାୟ ୪ ବର୍ଷ ପୂର୍ବେ ଚୀନ ଠାରେ ଲାଗୁ ହୋଇଥିବା ସମାନ ଆଇନ ଅପେକ୍ଷା ଏହା ଆହୁରି ଅଧିକ କଠୋର ବୋଲି କୁହାଯାଉଛି। ଏହାର ସମାଲୋଚକ ଅନୁଭବ କରୁଛନ୍ତି ଯେ ଏହି ନୂତନ ସୁରକ୍ଷା ଆଇନ ନାଗରିକ ସ୍ୱାଧିନତାକୁ ଆହୁରି ଦୁର୍ବଳ କରିଦେବ।

ପଢନ୍ତୁ ପୁରା ଖବର

 

22:45 PM

ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର। 

ପଢନ୍ତୁ ପୁରା ଖବର

 

21:28 PM

Arvind Kejriwal Arrested: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି। ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଟିମ୍ ପ୍ରଥମେ ତାଙ୍କ ଘରେ ସର୍ଚ୍ଚ ଅପରେସନ କରିଥିଲା ଓ ପରେ ତାଙ୍କୁ ପଚରାଉଚରା କରିଥିଲେ। ଏହା ପରେ ଯାଞ୍ଚକାରୀ ସଂସ୍ଥା ତାଙ୍କୁ ଗିରଫ କରିଛି।

20:55 PM

ଜଳବାୟୁ ପରିବର୍ତ୍ତନ ପ୍ରଭାବରୁ ରକ୍ଷା ପାଇବେ ନାହିଁ ଦେଶର ପ୍ରମୁଖ ନଦୀ; ସାମ୍ନାକୁ ଆସିଲା ଚକିତ କରିବା ଭଳି ରିପୋର୍ଟ
ମାନବୀୟ କାର୍ଯ୍ୟକଳାପ ଏବଂ କାର୍ଯ୍ୟକଳାପ ହେତୁ ବୈଶ୍ୱିକ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ବୈଶ୍ୱିକ ତାପମାତ୍ରା ବୃଦ୍ଧି କାରଣରୁ ଜଳବାୟୁରେ ହେଉଥିବା ପରିବର୍ତ୍ତନ ବର୍ତ୍ତମାନ ମାନବ ଜୀବନର ପ୍ରତ୍ୟେକ ଦିଗରେ ବିପଦ ପାଲଟିବାରେ ଲାଗିଛି। ସଦ୍ୟ ଏ ସମ୍ପର୍କିତ ଏକ ରିପୋର୍ଟ ସମ୍ନାକୁ ଆସିଛି। ଯେଉଁଥିରେ କୁହାଯାଇଛି ଗଙ୍ଗା, ବ୍ରହ୍ମପୁତ୍ର, ସିନ୍ଧୁ ଏସିଆ ମହାଦେଶର ଦକ୍ଷିଣ ଭାଗରେ ଅବସ୍ଥିତ ପ୍ରମୁଖ ନଦୀ ଉପରେ ଜଳବାୟୁ ପରିବର୍ତ୍ତନର ଗଭୀର ପ୍ରଭାବ ଅନୁଭୂତ ହେବ। ଆହୁରି ମଧ୍ୟ କୁହାଯାଇଛି ଯେ ମାନବ କାର୍ଯ୍ୟକଳାପ ଏବଂ ଜଳବାୟୁ ପରିବର୍ତ୍ତନ ହେତୁ ପ୍ରାୟ ୧୦୦ କୋଟିରୁ ଉର୍ଦ୍ଧ୍ୱ ଲୋକ ଗୁରୁତର ପରିଣାମ ଭୋଗିପାରନ୍ତି।

ପଢନ୍ତୁ ପୁରୀ ରିପୋର୍ଟ

20:51 PM

ED Team Reaches Delhi CM Arvind Kejriwal Residence: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅସୁବିଧା ହ୍ରାସ ହେବାର ନାମ ନେଉ ନାହିଁ। ଆଜି ତାଙ୍କ ପାଇଁ ଆରାମର ଦିନ ନୁହେଁ। ପ୍ରଥମେ ସିଏମ କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଝଟକା ମିଳିଥିଲା ଓ ବର୍ତ୍ତମାନ ଇଡି ଦଳ ତାଙ୍କ ଘରେ ପହଞ୍ଚିଛନ୍ତି। ଏହି କାରଣରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ସୁରକ୍ଷା କଡାକଡି କରାଯାଇଛି। ରାପିଡ୍ ଆକ୍ସନ୍ ଫୋର୍ସ (RAF) କର୍ମଚାରୀଙ୍କୁ କେଜ୍ରିୱାଲଙ୍କ ଘର ବାହାରେ ନିୟୋଜିତ କରାଯାଇଛି। ସୂତ୍ରରୁ ପ୍ରକାଶ ଯେ ଇଡି ସିଏମ କେଜ୍ରିୱାଲ ଓ ତାଙ୍କ ପରିବାର ସଦସ୍ୟଙ୍କ ଫୋନ ଜବତ କରିଛି।

20:48 PM

ଅରବିନ୍ଦ କେଜ୍ରିୱାଲଙ୍କ ଘରେ ପହଞ୍ଚିଲା ଇଡ଼ି ଟିମ୍
ଶେଷରେ ଯାହା ଆଶା କରାଯାଉଥିଲା ତାହା ହୋଇଗଲା। ଗୁରୁବାର ଇଡ଼ି ଟିମ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅବରିନ୍ଦ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚିଛି। ବହୁଚର୍ଚ୍ଚିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତାଙ୍କ ଗିରଫଦାରୀକୁ ନେଇ ଦିଲ୍ଲୀ ହାଇକୋର୍ଟ ପାଖରୁ କୌଣସି ଆଶ୍ୱସ୍ତି ପାଇନଥିଲେ ସେ। ଗୁରୁବାର ଏହି ମାମଲାର ଶୁଣାଣି କୋର୍ଟ କହି ସାରିଛନ୍ତି ଗିରଫଦାରୀରୁ ତାଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିବ ନାହିଁ। କାରଣ ସେ ଇଡ଼ି ପକ୍ଷରୁ ସମନ ଜାରି ହେବା ପରେ ଜେରା ପାଇଁ ହାଜର ହେଉନଥିଲେ। ହାଇକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ତାଙ୍କୁ ଇଡି ପାଖରେ ହାଜର ହେବାକୁ ପଡ଼ିବ ଏବଂ ତାଙ୍କର ଗିରଫ ଉପରେ କୌଣସି ପ୍ରତିବନ୍ଧକ ନାହିଁ।

ପଢନ୍ତୁ ପୁରା ଖବର

 

19:08 PM

ମାର୍ଚ୍ଚ ଶେଷ ବେଳକୁ ତାପମାତ୍ରା ୪୦ ଡ଼ିଗ୍ରୀ ଛୁଇଁବ

Odisha News Live Updates: ଅଦିନିଆ ମେଘ ତାତି ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସ୍ଥିତି ଅସମ୍ଭାଳ ହେବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରାରେ ୮ରୁ ୧୦ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି। ତଥା ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ମାର୍ଚ୍ଚ ମାସ ଶେଷ ବେଳକୁ ତାପମାତ୍ରା ୪୦ ଡ଼ିଗ୍ରୀ ଯାଏଁ ରେକର୍ଡ ହେବାର ସମ୍ଭାବନା ରହିଛି। ଏନେଇ ପୂର୍ବନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

18:50 PM

ନବୀନଙ୍କ ହୋର୍ଡିଂ ହଟାଇବାକୁ ବିଜେପିର ଦାବି

Odisha News Live Updates: ସାଧାରଣ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲେ ମଧ୍ୟ ରାଜ୍ୟର ଶାସକ ଦଳ ଏହାକୁ ଖୋଲାଖୋଲି ଭାବେ ଉଲ୍ଲଘଂନ କରୁଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଫଟୋଯୁକ୍ତ ସରକାରୀ ହୋର୍ଡିଂ ତୁରନ୍ତ ହଟାଇବାକୁ ବିଜେପି ଦାବି କରିବା ସହ ଏନେଇ ଆଜି ନିର୍ବାଚନ କମିଶନଙ୍କୁ ଫେରାଦ ହୋଇଛି। ଏସବୁ ହୋର୍ଡିଂ ହଟାଇ ନଥିବା ସରକାରୀ ଅଧିକାରୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ବିଜେପି ଦାବି କରିଛି

18:40 PM

କମୁଛି ଦଳବଦଳ ନେତାଙ୍କ ଲୋକପ୍ରିୟତା ! ରିପୋର୍ଟରୁ ଖୁଲାସା ହେଲା ଚାଞ୍ଚଲ୍ୟକର ତଥ୍ୟ

Odisha News Live Updates:  ନିର୍ବାଚନ ପୂର୍ବରୁ ନେତାଙ୍କ ଦଳବଦଳ ପ୍ରକ୍ରିୟା ଚିରାଚରିତ ଘଟଣା ହୋଇଗଲାଣି। ଠିକ ନିର୍ବାଚନ ପୂର୍ବରୁ ପୁରୁଣା ଦଳ ଛାଡି ଆଉ ଏକ ନୂଆ ଦଳରେ ଯୋଗଦେବା ନୂଆ କଥା ନୁହେଁ। ଦଶନ୍ଧି ଦଶନ୍ଧି ଧରି ନେତାଙ୍କର ଏହି ଦଳବଦଳ ଘଟଣା ଦେଖିବାକୁ ମିଳେ। ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଏବଂ କଂଗ୍ରେସ ସମେତ ଅନ୍ୟ ଦଳର ନେତା ପରିବର୍ତ୍ତନର ଏହି ଧାରା ସାମିଲ ହୋଇଥାଆନ୍ତି। ଟିକେଟ ଓ ବିଜୟ ସମ୍ଭାବନାକୁ ଆଶା କରି ଏହି ପ୍ରକ୍ରିୟା ଜାରି ରହିଥାଏ। ତେବେ ଏହା ପଛରେ ସମ୍ମାନ ନ ମିଳିବା ତଥା ଗୋଟିଏ ଦଳରେ ଦୀର୍ଘ ଦିନ ଧରି ରହିବା କାରଣରୁ ଅଣନିଶ୍ୱାସୀ ହୋଇଯିବା କାରଣରୁ ନେତାମାନେ ବିଶେଷତଃ ଦଳ ବଦଳାଇଥାନ୍ତି ବୋଲି ପ୍ରକାଶିତ ଏକ ରିପୋର୍ଟରୁ ଜଣାଯାଇଛି। 

18:18 PM

ଦେଶର ଅନନ୍ୟ ବ୍ୟାଙ୍କ; ଯେଉଁଠି ଜମା ହୋଇନାହିଁ ଟଙ୍କା ହେଲେ ଖୋଲାଯାଇଛି ଖାତା
ପ୍ରାୟ ୫୦୦ ବର୍ଷ ପରେ ଧର୍ମ ନଗରୀ ଅଯୋଧ୍ୟା ଠାରେ ନିର୍ମିତ ହୋଇସାରିଛି ଭଗବାନ ଭଗବାନ ଶ୍ରରାମଙ୍କ ଭବ୍ୟ ମନ୍ଦିର। ଗତ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ସମାପନ ହୋଇସାରିବା ପରେ ଏଠାରେ ହୋଲି ପାଳନ କରାଯିବ। ଏଥର ରାମ ମନ୍ଦିରରେ ହୋଲି ସହ ରାମ ନବମୀ ଉତ୍ସବ ପାଳନ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ହୋଇସାରିବା ପରେ ପ୍ରଥମ ଥର ପାଇଁ ରାମ ନବମୀ ପାଳିତ ହେବାକୁ ଯାଉଛି। ଭକ୍ତଙ୍କ ଭିଡ଼ ସମ୍ଭାବନାକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଉଛି।

ପଢନ୍ତୁ ପୁରା ଖବର

 

17:28 PM

ଲୋକସଭା ନିର୍ବାଚନ ପୂର୍ବରୁ କଠୋର ହୋଇଉଠିଲା ୟୁଟ୍ୟୁବ୍; ଭିଡ଼ିଓ ନିର୍ମାତାଙ୍କ ପାଇଁ ଜାରି ହେଲା ନୂଆ ନିୟମ
ବର୍ତ୍ତମାନ ଠାରୁ ୟୁଟ୍ୟୁବ ସେହି ଭିଡ଼ିଓ ଲେବଲ୍ କରିବାକୁ ଚାହୁଁଛି ଯାହାକୁ କୃତ୍ରିମ ବୁଦ୍ଧିମତା ବ୍ୟବହାର କରି ପ୍ରସ୍ତୁତ କରାଯାଇଛି। ଏନେଇ ୟୁଟ୍ୟୁବ୍ ପକ୍ଷରୁ ହୋଇଥିବା ଦାବି ଅନୁସାରେ ସେହି ଭିଡ଼ିଓ ଲେବଲ୍ କରାଯିବ ଆବଶ୍ୟକ। କାରଣ ବେଳେବେଳେ କୃତ୍ରିମ ବୁଦ୍ଧିମତା (Artificial intelligence) ଏଆଇ (AI) ସହାୟତାରେ ନିର୍ମିତ ହୋଇଥିବା ଭିଡିଓ  ଅସଲି ଦୃଶ୍ୟମାନ ହୋଇଥାଏ। ଯେଉଁଥିପାଇଁ ଲୋକେ ଭ୍ରମିତ ହୋଇପାରନ୍ତି। ୟୁଟ୍ୟୁବ୍ ଚାହୁଁଛି ଯେ ଆପଣ ଦେଖୁଥିବା ଭିଡିଓ ଅସଲି ନାଁ ଏହାକୁ ଏଆଇ ସହାୟତାରେ ସୃଷ୍ଟି ହୋଇଛି ତାହାକୁ ଆପଣ ସ୍ପଷ୍ଟ ଭାବରେ ଦେଖିପାରୁନ୍ତି। ୟୁଟ୍ୟୁବ ଏହାର ଭିଡିଓ ନିର୍ମାତାଙ୍କୁ ନିଜ ଭିଡିଓ ଲେବଲ୍ କରିବାକୁ କହିଦେଇଛି।

ପଢନ୍ତୁ ପୁରା ଖବର

 

 

17:20 PM

ତାମିଲନାଡୁ ରାଜ୍ୟପାଳଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

Odisha News Live Updates: ରାଜ୍ୟ ସରକାରଙ୍କ ସହ ବାରମ୍ବାର ତିକ୍ତତା ସୃଷ୍ଟି କରୁଥିବା ତାମିଲନାଡୁ ରାଜ୍ୟପାଳ ଆରଏନ ରବିଙ୍କ ଉପରେ ସୁପ୍ରିମକୋର୍ଟ ମନଇଚ୍ଛା ବର୍ଷିଛନ୍ତି। ଡିଏମକେ ନେତା କେ ପୋନମୁଡିଙ୍କୁ ରାଜ୍ୟ ସରକାର ପୁଣିଥରେ କ୍ୟାବିନେଟ ମନ୍ତ୍ରୀ କରିବାକୁ ଚାହୁଁଛନ୍ତି। ଗୋଟିଏ ଅପରାଧିକ ମାମଲାରେ ତାଙ୍କ ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇବାରୁ କ୍ଷମତାସୀନ ଡିଏମକେ ସରକାର ପୋନମୁଡିଙ୍କୁ ମନ୍ତ୍ରୀ ପଦ ଦେବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ରାଜ୍ୟପାଳ ଡିଏମକେ ସରକାର ପରମର୍ଶ ଗ୍ରହଣ କରୁ ନାହାନ୍ତି। ଏଥିପାଇଁ ଆଜି ସର୍ବୋଚ୍ଚ ଅଦାଲତ ରାଜ୍ୟପାଳ ରବିଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି।

17:00 PM

ଅରୁଣାଚଳ ପ୍ରଦେଶ ଭାରତର ଅଂଶ : ଆମେରିକା

Odisha News Live Updates: ଆମେରିକା ଅରୁଣାଚଳ ପ୍ରଦେଶକୁ ଭାରତୀୟ ଅଞ୍ଚଳ ଭାବେ ମାନ୍ୟତା ଦେବା ସହ ବାସ୍ତବ ନିୟନ୍ତ୍ରଣ ରେଖା ନିକଟରେ ଅଂଚଳ ଦାବି ପାଇଁ ହେଉଥିବା (ଚୀନର) ପ୍ରୟାସକୁ ଦୃଢ଼ ବିରୋଧ କରୁଛି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତକୁ ନେଇ ଅରୁଣାଚଳ ପ୍ରଦେଶ ଉପରେ ଚୀନ୍ ସେନା ନିଜର ଦାବି ଦୋହରାଇବାର କିଛି ଦିନ ପରେ ଆମେରିକାର ଜଣେ ସରକାରୀ ମୁଖପାତ୍ର ଏହି ମନ୍ତବ୍ୟ ଦେଇଛନ୍ତି। ଆମେରିକୀୟ ବୈଦେଶିକ ବିଭାଗର ପ୍ରମୁଖ ଉପମୁଖପାତ୍ର ବେଦାନ୍ତ ପଟେଲ ବୁଧବାର ତାଙ୍କ ଦୈନିକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଆମେରିକା ଅରୁଣାଚଳ ପ୍ରଦେଶକୁ ଭାରତୀୟ ଅଞ୍ଚଳ ଭାବେ ସ୍ୱୀକୃତି ଦେଇଛି ଏବଂ ବାସ୍ତବ ନିୟନ୍ତ୍ରଣ ରେଖା ରେ ସାମରିକ କିମ୍ବା ବେସାମରିକ ଅନୁପ୍ରବେଶ କିମ୍ବା ଜବରଦଖଲ ମାଧ୍ୟମରେ ଆଞ୍ଚଳିକ ଦାବି ହାସଲ କରିବାକୁ ଏକତରଫା ପ୍ରୟାସକୁ ଆମେ ଦୃଢ଼ ବିରୋଧ କରୁଛୁ।

16:48 PM

ସୁପ୍ରିମକୋର୍ଟଙ୍କ ତାଗିଦ ପରେ ଚେତିଲା ଏସବିଆଇ 

Odisha News Live Updates: ସୁପ୍ରିମକୋର୍ଟରେ ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ ଆଜି ଏକ ସତ୍ୟପାଠ ଦାଖଲ କରି କହିଛି କି, ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ କରିଛି । ନିର୍ବାଚନ ଆୟୋଗଙ୍କୁ ଦାନଦାତା ଓ ଲାଭାର୍ଥୀଙ୍କ ପକ୍ଷର ବଣ୍ଡ ନମ୍ବର ପ୍ରଦାନ କରାଯାଇଛି । ଏସବିଆଇର ଚେୟାରମ୍ୟାନ ଦିନେଶ ଖାରା ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ , ନିର୍ବାଚନ ଆୟୋଗଙ୍କ ନିକଟରେ ଇଲେକ୍ଟୋରାଲ ବଣ୍ଡ କିଣିଥିବା କମ୍ପାନୀର ନାମ, ମୁଲ୍ୟବର୍ଗ ଓ ଇଲେକ୍ଟୋରାଲ ବଣ୍ଡର ବିଶିଷ୍ଠ ସଂଖ୍ୟା ପ୍ରଦାନ କରାଯାଇଛି । ଏହାସହ ଇଲେକ୍ଟୋରାଲ ବଣ୍ଡ ପାଇଥିବା ରାଜନୈତିକ ପାର୍ଟିଙ୍କ ନାମ ଓ ପାର୍ଟିମାନଙ୍କର ବ୍ୟାଙ୍କ ଆକାଉଣ୍ଟର ଶେଷ ୪ଟି ନମ୍ବର ପ୍ରଦାନ କରାଯାଇଛି । ଏହାବ୍ୟତୀତ ନିର୍ବାଚନୀ ବଣ୍ଡ ନେଇ ଅନ୍ୟ କିଛି ତଥ୍ୟ ବ୍ୟାଙ୍କ ପାଖରେ ନଥିବା କଥା ବ୍ୟାଙ୍କ ତରଫରୁ କୋର୍ଟଙ୍କୁ ସୂଚିତ କରାଯାଇଛି ।

16:34 PM

କ୍ୟାଟରିଂ ବ୍ୟବସ୍ଥାରେ ପରିବର୍ତ୍ତନ କରିବ ରେଲୱେ ବୋର୍ଡ; ଜୁଲାଇ ମାସରୁ ଲାଗୁ ହେବ ନୁଆ ନିୟମ
ରେଳଯାତ୍ରା ବେଳେ ଯାତ୍ରୀଙ୍କୁ ପ୍ରଦାନ କରାଯାଉଥିବା ଖାଦ୍ୟପେୟ ସମ୍ପର୍କରେ ଆସିଛି ଏକ ବଡ଼ ଖବର। ଆସନ୍ତା ଜୁଲାଇ ମାସରୁ କ୍ୟାଟରିଂ ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ଯାଉଛି ରେଲୱେ ବୋର୍ଡ। ଏନେଇ ହେବାକୁ ଯାଉଥିବା ପରିବର୍ତ୍ତନକୁ ରେଲୱେ ବୋର୍ଡ ଅନୁମୋଦନ କରିଛି। ଏହି ପରିବର୍ତ୍ତନ ପରେ ଜୁନ୍ ମାସ ପରେ ଟ୍ରେନ ପ୍ୟାଣ୍ଟ୍ରି କାର ମଧ୍ୟରେ ଯାତ୍ରୀଙ୍କ ପାଇଁ ଜଳଖିଆ କିମ୍ବା ଖାଦ୍ୟ ପ୍ରସ୍ତୁତ କରାଯିବ ନାହିଁ। ପ୍ୟାଣ୍ଟ୍ରି କାର ଠାରେ କେବଳ ପାଣି ଗରମ କରାଯାଇ ପାରିବ କିମ୍ବା ଚା-କଫି ଭଳି ପାନୀୟ ଆବଶ୍ୟକ ସମୟରେ ପ୍ରସ୍ତୁତ କରାଯାଇ ପାରିବ। ରେଳ ଷ୍ଟେସନ ଠାରେ ଥିବା ଆଇଆସିଟିସି  ବେସ କିଚେନ ମଧ୍ୟ ବନ୍ଦ କରାଯିବ।

ପଢନ୍ତୁ ପୁରା ରିପୋର୍ଟ

16:00 PM

Odisha News Live Updates: ଲିଙ୍କରେ କ୍ଲିକ କରି ପଢି ନିଅନ୍ତୁ ଅପରାହ୍ନର ୧୦ ବଡ଼ ଖବର...

15:45 PM

ସରକାରଙ୍କ ଫ୍ୟାକ୍ଟ ଚେକ୍ ୟୁନିଟ୍ ଉପରେ ପ୍ରତିବନ୍ଧକ ଲଗାଇଲେ ସୁପ୍ରିମକୋର୍ଟ, ଦେଲେ ଏହି କାରଣ

Odisha News Live Updates: ଅନଲାଇନ୍ ବିଷୟବସ୍ତୁ ଉପରେ ନଜର ରଖିବା ପାଇଁ ସୃଷ୍ଟି ହୋଇଥିବା କେନ୍ଦ୍ର ସରକାରଙ୍କ ଫ୍ୟାକ୍ଟ ଚେକ୍ ୟୁନିଟ୍ ଉପରେ ସୁପ୍ରିମକୋର୍ଟ ନିଷିଦ୍ଧ କରିଛନ୍ତି। ଗତ ବର୍ଷ ଏପ୍ରିଲରେ ଏହା ଘୋଷଣା କରିବାବେଳେ କେନ୍ଦ୍ର ସରକାର କହିଥିଲେ ଯେ ସରକାରଙ୍କ ବିଷୟରେ ଦିଆଯାଇଥିବା ତଥ୍ୟକୁ ଯାଞ୍ଚ କରିବା ଏହାର କାର୍ଯ୍ୟ ହେବ। ଆଇଟି ନିୟମ ପରିବର୍ତ୍ତନ କରି ଏହି ନିଷ୍ପତ୍ତି ନିଆଯାଇଛି। ଏହାକୁ ନେଇ ଆପତ୍ତି ମଧ୍ୟ ଉଠିଥିଲା ​​ଏବଂ ଏହା ଅଭିବ୍ୟକ୍ତିର ସ୍ୱାଧୀନତା ବିରୋଧରେ ବୋଲି କୁହାଯାଇଥିଲା। ଏହି ନିୟମ ଅନୁଯାୟୀ କୁହାଯାଇଛି ଯେ ଯଦି ଫ୍ୟାକ୍ଟ ଚେକ୍ ୟୁନିଟ୍ କୌଣସି ସୂଚନା ଭୁଲ୍ ଘୋଷଣା କରେ ତେବେ ପୁନଃ ପ୍ରକାଶନ ଓ ସେୟାର ଉପରେ ପ୍ରତିବନ୍ଧକ ଲଗାଯିବ। ପଢନ୍ତୁ ପୂରା ରିପୋର୍ଟ....

15:15 PM

କୂମ୍ବିଂ ଅପରେସନ ପରେ ତେଜିଲେ ଗ୍ରାମବାସୀ, ଘେରିଲେ ନୀଳଗିରି ଥାନା

Odisha News Live Updates: ବୁଧବାର କୁଳଡିହା ବନ ବିଭାଗ, ଶିମିଳିପାଳ ଟାଇଗର ପ୍ରୋଟେକ୍ସନ ଫୋର୍ସ ଓ ନୀଳଗିରି ପୋଲିସ ପକ୍ଷରୁ ମିଳିତ ଚଢ଼ାଉରେ ଡେଉଁଚଖାଲ ଅଞ୍ଚଳରୁ ୬ ଜଣକୁ ଗିରଫ କରାଯାଇଥିଲା। ସେମାନଙ୍କ ନିକଟରୁ ୬ଟି ଦେଶୀ ବନ୍ଧୁକ ଜବତ କରାଯାଇଛି। ଦୁଇଦିନ ତଳେ ଶିକାରୀ ଗୁଳିରେ ବନ କର୍ମଚାରୀ ଗୁରୁତର ହେବା ପରେ ଆକ୍ସନମୋଡକୁ ଆସିଛି କୂଳଡିହା ବନ ବିଭାଗ। ଗୋଟେ ଦିନ ପୂର୍ବରୁ ବନ ବିଭାଗ ଓ ପୋଲିସ ପକ୍ଷରୁ ଏକ ମଲ୍ଲିବଣିଆ ଠାରେ ବନ୍ଧୁକ ତିଆରି କାରଖାନା ଉପରେ ଚଢ଼ାଉ କରିଥିଲା। ଏଠାରୁ ୪ଟି ଦେଶୀ ବନ୍ଧୁକ ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଥିଲା। ଏହି ମାମଲାରେ ସଂପୃକ୍ତ ଜଣଙ୍କୁ ଗିରଫ କରାଯାଇଥିଲା। ବନ ଅଧୁକାରୀ ଖାଲି ବନ୍ଧୁକ କାରଖାନା ଠାବ କରିଥିଲା । ଏହାସହ ସେଠାରୁ ଭଡ଼ାରେ ବନ୍ଧୁକ ମିଳୁଥିବା ସୂଚନା ପାଇଥିଲେ ବନ କର୍ମଚାରୀ ।

14:41 PM

ବିଜେଡିରୁ ଇସ୍ତଫା ଦେଇପାରନ୍ତି ସାଂସଦ ଭର୍ତ୍ତୃହରି ମହତାବ !

Odisha News Live Updates: ବିଜେଡିର କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଦଳରୁ ଖୁବ୍ ଶୀଘ୍ର ଇସ୍ତଫା ଦେବେ ବୋଲି ଶୁଣାଯାଉଛି। ବିଜୁ ଜନତା ଦଳର ବିଗତ ଦିନରେ ଯେଉଁ ରୂପାନ୍ତରଣ ହୋଇଛି, ସେଥିରେ ଭର୍ତ୍ତୃହରି ମହତାବଙ୍କ ଭଳି ଜଣେ ବରିଷ୍ଠ ଓ ଜାତୀୟ ସ୍ତରରେ ସମ୍ମାନିତ ନେତା ଅଣନିଶ୍ୱାସୀ ହୋଇପଡ଼ିଥିଲେ ବୋଲି କୁହାଯାଉଛି। ଭର୍ତ୍ତୃହରି କଟକ ଲୋକସଭା ଆସନରୁ କ୍ରମାଗତ ଭାବେ ଛଅ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ବିଜେଡିର ସ୍ଥିତି ଓ ସଙ୍ଗଠନରେ ହୋଉଥିବା ଅପ୍ରତ୍ୟାଶିତ ପରିବର୍ତ୍ତନ ଯୋଗୁ ବହୁ ନେତା ଦଳ ପ୍ରତି ବିମୁଖ ଭାବ ପ୍ରକାଶ କରୁଛନ୍ତି। ଏହି ପରିସ୍ଥିତିରେ ଭର୍ତ୍ତୃହରି ମହତାବଙ୍କର ସମ୍ଭାବ୍ୟ ଇସ୍ତଫା ବିଜୁ ଜନତା ଦଳ ପ୍ରତି ଏକ ଶକ୍ତ ଧକ୍କା ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

14:20 PM

ଏଣିକି ସରକାରୀ ଜମିରେ ମାଗଣାରେ କରିହେବ ଶୁଟିଂ 

Odisha News Live Updates:  ସିନେମା ଜଗତକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର । ଏଣିକି ସରକାରୀ ଜମିରେ କୌଣସି ଚଳଚ୍ଚିତ୍ର, ବିଜ୍ଞାପନ, ଡକ୍ୟୁମେଣ୍ଟାରୀ କିମ୍ବା ଧାରାବାହିକ ଶୁଟିଂ ମାଗଣାରେ କରାଯାଇପାରିବ। ତେବେ ଏଥିପାଇଁ ସୁରକ୍ଷା ରାଶି ଜମା କରିବା ଆବଶ୍ୟକ ହେବ।

14:08 PM

 ନିର୍ବାଚନ ପୂର୍ବରୁ କଂଗ୍ରେସ ଆକାଉଣ୍ଟ ଫ୍ରିଜ୍ 

Odisha News Live Updates: ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଆକାଉଣ୍ଟକୁ ଜାଣି ଶୁଣି ଫ୍ରିଜ୍ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଅସୁର ଶକ୍ତି ବିରୋଧରେ ଆମର ଲଢେଇ ଜାରି ରହିବ ବୋଲି ସେ ମତ ଦେଇଛନ୍ତି ।

13:26 PM

ଆଜି ବ୍ରହ୍ମପୁର ଲୋକସଭା ଆସନ ଉପରେ ବୈଠକ
Odisha News Live Updates:
ମେଣ୍ଟକୁ ନେଇ ସସ୍ପେନ୍ସ ଜାରି ରହିଥିବା ବେଳେ ଏବେ ଶାସକ ବିଜେଡ଼ି ପ୍ରାର୍ଥୀ ଚୟନ ପାଇଁ ଅଙ୍କକଷା ଜୋରଦାର ଜାରି ରହିଛି। ଗତକାଲି କୋରାପୁଟ ଓ ନବରଙ୍ଗପୁର ଆସନ ପାଇଁ ବୈଠକ ହୋଇଥିବା ବେଳେ ଆଜି ବ୍ରହ୍ମପୁର, କନ୍ଧମାଳ ଓ ଭୁବନେଶ୍ୱର ଲୋକସଭା ଆସନରେ ପ୍ରାର୍ଥୀ ଚୟନକୁ ନେଇ ନବୀନ ନିବାସରେ ବୈଠକ ଚାଲିଛି। ଏହି ସଂସଦୀୟ କ୍ଷେତ୍ର ଅଧିନସ୍ଥ ସମସ୍ତ ବିଧାନସଭା କ୍ଷେତ୍ରର ନେତାମାନଙ୍କୁ ନେଇ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ପଢନ୍ତୁ ପୂରା ରିପୋର୍ଟ

13:10 PM

ଭିସୁଟ ଛାତ୍ରଛାତ୍ରୀଙ୍କୁ କୁଳପତିଙ୍କ ନୋଟିସ 

Odisha News Live Updates: ସମ୍ବଲପୁର ଭିସୁଟରେ ବସନ୍ତ ଉତ୍ସବ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ କୁଳପତିଙ୍କ ନୋଟିସ । ଚଳିତ ବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆଧୁନିକ ଓ ଛୋଟ ପୋଷାକ ପିନ୍ଧି ଆସିପାରିବେନି ଛାତ୍ରଛାତ୍ରୀ । ପାରମ୍ପରିକ ପୋଷାକ ପିନ୍ଧି ଆସିବା ପାଇଁ ଛାତ୍ରଛାତ୍ରୀଙ୍କୁ ନୋଟିସ ଜାରି କରାଯାଇଛି । ଯଦି କେହି ଏହି ନିୟମକୁ ଖିଲାପ କରନ୍ତି ତେବେ ତାଙ୍କୁ ଗେଟ୍ ଭିତରକୁ ଛଡ଼ା ନଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦିଆଯାଇଛି ।

13:00 PM

ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଗୁରୁତର, ପୁଅ ଦେଲେ ସୂଚନା

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ଡ଼ ଦାମୋଦର ରାଉତଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର । ବର୍ତ୍ତମାନ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ବ୍ରେନ୍ ଡେଡ୍ ହୋଇଥିବା କଥା ଦାମଙ୍କ ପୁଅ ସମ୍ୱିତ ରାଉତରାୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କିନ୍ତୁ ହସପିଟାଲ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଅଧିକ ପଢନ୍ତୁ...

12:38 PM

ସୁପ୍ରିମକୋର୍ଟଙ୍କ ନୋଟିସ ପରେ କ୍ଷମା ମାଗିଲା ପତଞ୍ଜଳି

Patanjali Ayurved: ସୁପ୍ରିମକୋର୍ଟଙ୍କ ନୋଟିସ ପରେ କ୍ଷମା ମାଗିଲା ପତଞ୍ଜଳି (Patanjali Ayurved) । ଯୋଗ ଗୁରୁ ବାବା ରାମଦେବ (Baba Ramdev)ଙ୍କ ସହଯୋଗୀ ତଥା ଏହାର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ (Acharya Balkrishna) କମ୍ପାନୀ ପକ୍ଷରୁ କ୍ଷମା ପ୍ରାର୍ଥନା କରିଛନ୍ତ । କମ୍ପାନୀ ବିଭ୍ରାନ୍ତିକର ବିଜ୍ଞାପନ ଦେଉଥିବା ନେଇ ବୁଧବାର ସୁପ୍ରିମକୋର୍ଟ (Supreme Court) ପତଞ୍ଜଳିକୁ ନୋଟିସ୍ ପଠାଇଥିଲେ ।

12:30 PM

ଅଣ କ୍ୟାଡରଙ୍କୁ ନିର୍ବାଚନ କମିଶନଙ୍କ ଛାଟ: ଢେଙ୍କାନାଳ ଜିଲ୍ଲାପାଳ, କଟକ ଓ ଦେବଗଡ଼ ଏସ୍‍ପିଙ୍କୁ ବଦଳି ନିର୍ଦ୍ଦେଶ

ଭୁବନେଶ୍ୱର:  ଭାରତର ନିର୍ବଚନ କମିଶନ ଦେଶର ୪ ରାଜ୍ୟରେ ଥିବା ବିଭିନ୍ନ ଅଣ କ୍ୟାଡର ଅଧିକାରୀଙ୍କୁ ବଦଳି ଆଦେଶ ଦେଇଛନ୍ତି। ବିଶଷକରି ନେତୃତ୍ବ ପଦବୀରେ ରହିଥିବା ୮ ଜଣ ପୁଲିସ ଅଧୀକ୍ଷକ ଏବଂ ୫ ଜଣ ଜିଲ୍ଲାପାଳ ଏହି ଆଦେଶରେ ପ୍ରଭାବିତ ହୋଇଛନ୍ତି। ସେଥିରେ ଓଡ଼ିଶାର ୩ ଅଧିକାରୀ ରହିଥିବା ନିର୍ବାଚନ କମିଶନଙ୍କ ସୂତ୍ରରୁ ମିଳିଥିବା ପ୍ରେସ ବିଜ୍ଞପ୍ତିରେ ଦର୍ଶାଯାଇଛି। ଅଧିକ ପଢ଼ନ୍ତୁ...

12:15 PM

ଆଜି ବ୍ରହ୍ମପୁର ଲୋକସଭା ଆସନ ଉପରେ ବୈଠକ
Odisha News Live Updates: ମେଣ୍ଟକୁ ନେଇ ସସ୍ପେନ୍ସ ଜାରି ରହିଥିବା ବେଳେ ଏବେ ଶାସକ ବିଜେଡ଼ି ପ୍ରାର୍ଥୀ ଚୟନ ପାଇଁ ଅଙ୍କକଷା ଜୋରଦାର ଜାରି ରହିଛି। ଗତକାଲି କୋରାପୁଟ ଓ ନବରଙ୍ଗପୁର ଆସନ ପାଇଁ ବୈଠକ ହୋଇଥିବା ବେଳେ ଆଜି ବ୍ରହ୍ମପୁର, କନ୍ଧମାଳ ଓ ଭୁବନେଶ୍ୱର ଲୋକସଭା ଆସନରେ ପ୍ରାର୍ଥୀ ଚୟନକୁ ନେଇ ନବୀନ ନିବାସରେ ବୈଠକ ଚାଲିଛି। ଏହି ସଂସଦୀୟ କ୍ଷେତ୍ର ଅଧିନସ୍ଥ ସମସ୍ତ ବିଧାନସଭା କ୍ଷେତ୍ରର ନେତାମାନଙ୍କୁ ନେଇ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ପଢନ୍ତୁ ପୂରା ରିପୋର୍ଟ

 

12:15 PM

ରାଜମହଲ ଛକରେ ଦୁର୍ଘଟଣା, ଅଟୋକୁ ଧକ୍କାଦେଲା ମୋ ବସ୍

ଭୁବନେଶ୍ୱର: ଆଜି ସକାଳୁ ରାଜଧାନୀରେ ପୁଣି ଥରେ ଆଉ ଏକ 'ମୋ ବସ୍' ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଏକ ଯାତ୍ରୀବାହୀ ଅଟୋକୁ ଧକ୍କା ଦେବା ଫଳରେ ଅଟୋଟି କ୍ଷତିଗ୍ରସ୍ତ ହୋଇଛି । ସୌଭାଗ୍ୟବଶତଃ ଅଟୋଟି ଦୁର୍ଘଟଣାର ସମ୍ମୁକୀନ ହେବା ପୂର୍ବରୁ ଯାତ୍ରୀମାନେ ଅଟୋରୁ ଓହ୍ଲାଇ ପଡିଥିଲେ ବୋଲି ଜଣାପଡିଛି । ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି । ବର୍ତ୍ତମାନ କ୍ୟାପିଟାଲ ଥାନା ପୋଲିସ ଘଟଣା ସମ୍ପର୍କରେ 'ମୋ ବସ୍' ଡ୍ରାଇଭରଙ୍କୁ ପଚରା ଉଚରା କରୁଥିବା ଜଣାପଡିଛି । ଅଧିକ ପଢ଼ନ୍ତୁ...

11:59 AM

ବଢ଼ିଲା ପେଟ୍ରୋଲ-ଡିଜେଲ ମୂଲ୍ୟ

Odisha News Live Updates:  ଆଜି ସାରା ଦେଶର ପେଟ୍ରୋଲ ଡିଜେଲ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି। ଗୁରୁବାର ଦିନ ଦେଶର ପ୍ରମୁଖ ସହର ଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲୋକମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ଆସନ୍ତୁ ଜାଣିବା ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ଡିଜେଲ୍ ଓ ପେଟ୍ରୋଲର ଦର।

ଅଧିକ ପଢିବା ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁhttps://zeenews.india.com/hindi/zeeodisha/trending/petrol-diesel-price-o...

11:45 AM

Odisha News Live Updates: ବଦାୟୁଁ ହତ୍ୟାକାଣ୍ଡ ମାମଲାର ଦ୍ୱିତୀୟ ଅଭିଯୁକ୍ତକୁ ଗିରଫ କରିଛି ଉତ୍ତରପ୍ରଦେଶ ପୋଲିସ। ବଦାୟୁଁରେ ଦୁଇ ନାବାଳକଙ୍କୁ ଗଳାକାଟି ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ମୃତ ସାଜିଦର ଭାଇ ଜାଭେଦଙ୍କୁ ବିଳମ୍ବିତ ରାତିରେ ବରେଲିରୁ ଗିରଫ କରାଯାଇଛି। ଏହି ଘଟଣା ପରେ ଜାଭେଦ୍ ମୋବାଇଲ୍ ବନ୍ଦ କରି ଦିଲ୍ଲୀକୁ ପଳାଇ ଯାଇଥିଲେ। ବିଳମ୍ବିତ ରାତିରେ ସ୍ଥାନୀୟ ଲୋକମାନେ ତାଙ୍କୁ ସାଟେଲାଇଟ୍ ବସ୍ ଷ୍ଟାଣ୍ଡରେ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ। ବରେଲି ପୋଲିସ ଜାଭେଦଙ୍କୁ ବାଦନା ପୋଲିସକୁ ହସ୍ତାନ୍ତର କରିଛି ଜାଭେଦଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଅନ୍ୟପକ୍ଷରେ ବରେଲି ପୋଲିସ ଏବଂ ଅଧିକାରୀମାନେ ଜାଭେଦଙ୍କ ଗିରଫଦାରୀକୁ ଅସ୍ୱୀକାର କରୁଛନ୍ତି। ଅନ୍ୟପକ୍ଷରେ ଜାଭେଦ ଦିଲ୍ଲୀରୁ ଆସି ବରେଲିରେ ଆତ୍ମସମର୍ପଣ କରିବାକୁ ଯୋଜନା କରୁଥିବା ଦାବି ରହିଛି। ପଢନ୍ତୁ ପୂରା ରିପୋର୍ଟ...

11:30 AM

ଶ୍ରୀମନ୍ଦିରରୁ ୩ ବିହାରୀ ଲୁଟେରା ଗିରଫ

Odisha News Live Updates: ଶ୍ରୀମନ୍ଦିରରେ ସୁନାଚେନ୍ ଲୁଟି କରି ଧରାପଡିଲେ ବିହାରୀ ଲୁଟେରା। ମହାପ୍ରଭୁଙ୍କ ଚାଚେରୀ ବେଶ ଥିବାରୁ ପ୍ରବଳ ଗହଳି ଥିଲା। ତେବେ ଦର୍ଶନ ଚାଲିଥିବା ସମୟରେ ଗହଳିର ସୁଯୋଗ ନେଇ ଜଣେ ଭକ୍ତଙ୍କ ବେକରୁ ସୁନାଚେନ୍ ଝିଙ୍କି ନେଇଥିଲେ ଲୁଟେରା। ସେଠାରେ ଥିବା ସିଂହଦ୍ଵାର ଥାନା ପୋଲିସ ଓ ସାଧା ପୋଷାକରେ ଥିବା ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ମିଳିତ ଭାବେ ଛାନବିନ୍ କରି ତିନି ଜଣ ବିହାରୀ ଲୁଟେରାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। 

11:03 AM

୬ ଜଣ ଶିକାରି ଗିରଫ

Odisha News Live Updates: କୁଲଡିହା ବନ ବିଭାଗ, ଶିମିଳିପାଳ ଟାଇଗର ପ୍ରୋଟେକ୍ସନ ର୍ଫୋସ ଓ ନୀଳଗିରି ପୋଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ଡେଉଁଚଖାଲ ଅଂଚଳରୁ ୬ ଜଣଙ୍କୁ ଗିରଫ କରାଯାଇଛି । ଶିକାରୀ ମାନଙ୍କଠାରୁ ୬ଟି ବନ୍ଧୁକ ଜବତ ହୋଇଛି । ଅଭିଯୁକ୍ତମାନେ ଅଭୟାରଣ୍ୟରେ ବନ୍ୟ ଜନ୍ତୁଙ୍କୁ ଶିକାର କରୁଥିବା ଜଣାପଡ଼ିଛି ।

10:47 AM

କାଲିଠୁ +୨ ଖାତାଦେଖା

Odisha News Live Updates: ବୁଧବାର +୨ ପରୀକ୍ଷା ଶେଷ ହୋଇଛି। ପରୀକ୍ଷାରେ ସମୁଦାୟ ୬୪୯ ଜଣ ଛାତ୍ରଛାତ୍ରୀ କପି କରି ଧରାପଡ଼ିଥିବା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଶୁକ୍ରବାର ଠାରୁ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ । ଦୁଇଟି ପର୍ଯ୍ୟାୟରେ ଖାତାଦେଖା ହେବ। ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ ୨୨ରୁ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ପ୍ରାୟ ୬୫୦୦ ଶିକ୍ଷକ ଓ ଶିକ୍ଷୟତ୍ରୀ ଖାତା ଦେଖିବେ। ସେହିପରି ଏପ୍ରିଲ ୪ରୁ ୧୫ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୪ ହଜାର ଶିକ୍ଷକ ଶିକ୍ଷୟତ୍ରୀ ଖାତାଦେଖା କାର୍ଯ୍ୟରେ ନିୟୋଜିତ ହେବେ।

10:22 AM

ଘୁଞ୍ଚିଲା UPSC ପ୍ରିଲିମନାରୀ ପରୀକ୍ଷା

ନିର୍ବାଚନକୁ ଦୃଷ୍ଟିରେ ରଖି ନିଆଗଲା ଏଭଳି ନିଷ୍ପତ୍ତି । ପରୀକ୍ଷା ଜୁନ୍ ୧୬ ପର୍ଯ୍ୟନ୍ତ ସ୍ଥଗିତ ।

10:16 AM

ଜାତିସଂଘ ପ୍ରକାଶ କଲା ବିଶ୍ୱର ସୁଖୀ ରାଷ୍ଟ୍ର ତାଲିକା । ୧୪୩ ଦେଶ ମଧ୍ୟରୁ ୧୨୬ ନମ୍ବରରେ ଭାରତ। ସର୍ବୋଚ୍ଚ ସ୍ଥାନରେ ରହିଛି ଫିନଲାଣ୍ଡ

09:51 AM

ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡ଼ି ବ୍ଲକ ଶିକ୍ଷାଧିକାରୀ

Odisha News Live Updates: ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡ଼ି ବ୍ଲକ ଶିକ୍ଷାଧିକାରୀ ରସାନନ୍ଦ କର । ନ୍ୟାସନାଲ ପେନସନ୍ ସ୍କିମର ୨୦ ଲକ୍ଷ ଟଙ୍କା ହେରଫେର ମାମଲାରେ ରସାନନ୍ଦଙ୍କୁ ଉଠାଇ ନେଲା ଫୁଲବାଣୀ ଭିଜିଲାନ୍ସ । ସେ ପେନସନ ଟଙ୍କାକୁ ହଡ଼ପ କରି ସେୟାର ମାର୍କେଟରେ ଲଗାଇଥବା ସୂଚନା ମିଳିଛି । ସରକାରୀ ଅର୍ଥ ହେରଫେର ମାମଲାରେ ରସାନନ୍ଦଙ୍କୁ ଅଧିକ ପଚରାଉଚରା କରୁଛି ଭିଜିଲାନ୍ସ ଟିମ୍ ।

09:33 AM

ପୋଷ୍ଟାଲ ବାଲାଟ ମାଧ୍ୟମରେ ମତଦାନ କରିପାରିବେ କାର୍ଯ୍ୟରତ ସାମ୍ବାଦିକ

Odisha News Live Updates: ଚଳିତ ନିର୍ବାଚନରେ ପୋଷ୍ଟଲ ବାଲାଟ ମାଧ୍ୟମରେ ମତଦାନ କରିପାରିବେ କାର୍ଯ୍ୟରତ ସାମ୍ବାଦିକ । ଏଭଳି ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ଭାରତ ନିର୍ବାଚନ କମିଶନ । ପ୍ରଥମ ଥର ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ନିର୍ବାଚନ ସମୟରେ ଅନେକ କାର୍ଯ୍ୟରତ ସାମ୍ବାଦିକଙ୍କୁ ନିଜ ନିଜ ନିର୍ବାଚନ ମଣ୍ତଳୀଠୁ ଦୂରରେ ରହି କାର୍ଯ୍ୟ ସମ୍ପାଦନ କରିବାକୁ ପଡ଼ିଥାଏ । ଏହି କାରଣରୁ ବହୁ ସାମ୍ବାଦିକ ନିଜ ନିର୍ବାଚନ ମଣ୍ତଳୀରେ ମତଦାମ କରିପାରୁନଥିଲେ । ଏହି ଅସୁବିଧାକୁ ଦୃଷ୍ଟିରେ ରଖି ଗଣତନ୍ତ୍ରର ହିତରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

09:31 AM

ବିଜେଡିରେ ଯୋଗ ଦେଇ ଖୁସି ଅଛନ୍ତି ଅଧିରାଜ ପାଣିଗ୍ରାହୀ

ରାଜ୍ୟ ରାଜନୀତିରେ ଅନିଶ୍ଚିତତା ଚାଲିଥିବାବେଳେ ବିଜେଡିରେ ଯୋଗ ଦେଇଛନ୍ତି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ। ଖଡ଼ିଆଳ ବିଧାନସଭା ଆସନରୁ ସେ ୨୦୧୯ ନିର୍ବାଚନରେ କଂଗ୍ରେସ ଟିକଟରେ ବିଜୟ ହୋଇଛନ୍ତି। ହଠାତ୍‍ ପାର୍ଟି ଛାଡ଼ି ସେ ବିଜେଡିରେ ଯୋଗ ଦେବା ଚର୍ଚ୍ଚା ସୃଷ୍ଟି କରିଛି। ସେହିପରି ଟିକଟ ନପାଇବା ଆଶାରେ ଅନେକ ବିଜେଡି ବିଧାୟକ ମଧ୍ୟ ଦଳ ବଦଳାଇବେ ବୋଲି ଆଶଙ୍କା ସୃଷ୍ଟି ହୋଇଛି।

09:18 AM

ବନ୍ଧା ହେଲା କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ISISର ଭାରତ ଚିଫ୍‌ ହାରିଶ ଫାରୁକି

Odisha News Live Updates: ବନ୍ଧା ହେଲେ କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ISISର ଭାରତ ଚିଫ୍‌ ହାରିଶ ଫାରୁକି। ଆସାମର ଧୁବରୀଠାରେ ଥିବା ଭାରତ-ବାଂଲାଦେଶ ସୀମାରେ ଥିବା ଅନ୍ତଃରାଷ୍ଟ୍ରୀୟ ସୀମା ନିକଟରୁ ଉଭୟଙ୍କୁ ଗିରଫ କରାଯାଇଛି। ହାରିଶ ଫାରୁକିଙ୍କ ସହ ତାର ଜଣେ ସହଯୋଗୀ ରେହାନକୁ ବି ବାନ୍ଧିଛି STF ।

09:05 AM

ଆଜିଠୁ ଆରମ୍ଭ ହେବ ଚତୁର୍ଦ୍ଦଶ ନ୍ୟାସନାଲ ଥିଏଟର ମହୋତ୍ସବ

Odisha News Live Updates: ଆଜିଠୁ ପୁରୀରେ ଆରମ୍ଭ ହେବ ଚତୁର୍ଦ୍ଦଶ ନ୍ୟାସନାଲ ଥିଏଟର ମହୋତ୍ସବ। ଅନ୍ନପୂର୍ଣ୍ଣା ଥିଏଟରରେ ଜାତୀୟସ୍ତରର ନାଟ୍ୟ ଅନୁଷ୍ଠାନ ରଙ୍ଗଶାଳା ପକ୍ଷରୁ ଏହି ମହୋତ୍ସବ ୪ ଦିନ ଧରି ଚାଲିବ। ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସୁନାମଧନ୍ୟ କଳାକାର, ଅନୁଷ୍ଠାନ ସାମିଲ ହୋଇ ନାଟକ ପରିବେଷଣ କରିବେ।

09:00 AM

ଖୋର୍ଦ୍ଧା ବ୍ଲକ ସହକାରୀ ଯନ୍ତ୍ରୀ ସଙ୍ଗୀତା ମହାପାତ୍ର ଭିଜିଲ୍ଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ସେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା। ଏହାପରେ ତାଙ୍କ ଭଡ଼ା ଘର ଏବଂ ଶ୍ୱଶୂର ଘର ଚଢ଼ଉ କରିଥିଲେ ଭିଜିଲାନ୍ସ। ଅଫିସରୁ ୧ଲକ୍ଷ ୭୪ ହଜାର ଟଙ୍କା ନଗଦ ଜବତ ମଧ୍ୟ କରିଥିବା ଜଣାପଡ଼ିଛି।

 

08:50 AM

Earthquake News: ସକାଳୁ ଭୂକମ୍ପ ଝଟକା, ଥରିଲା ମହାରାଷ୍ଟ୍ର

Earthquake At Maharashtra: ସକାଳୁ ସକାଳୁ ସାଧାରଣ ଜନତାଙ୍କୁ ଡରାଇ ଦେଇଛି ଭୂକମ୍ପ । ମହାରାଷ୍ଟ୍ରର ହିଙ୍ଗୋଳି ଅଞ୍ଚଳରେ ଆଜି ସକାଳୁ ଲଗାତାର ୨ ଥର ଭୂକମ୍ପ ଅନୁଭୂତ ହୋଇଛି । ପ୍ରଥମ ଭୂକମ୍ପ ସକାଳ ୬ଟା ୮ ମିନିଟ୍‌ରେ ହୋଇଥିଲା ଯାହାର ତୀବ୍ରତା ରିକ୍ଟର ସ୍କେଲ୍ ରେ ୪.୫ ରହିଥିଲା । ଏଥିସହ ପୁଣି ୧୧ ମିନିଟ୍ ପରେ ଅର୍ଥାତ ଳ ୬ଟା ୧୯ ସମୟରେ ଦ୍ୱିତୀୟ ଝଟକା ଅନୁଭବ ହୋଇଥିଲା । ତେବେ ଦ୍ୱିତୀୟ ଭୂକମ୍ପର ତୀବ୍ରତା ପ୍ରଥମଠାରୁ କମ୍ ୩.୬ ରେକର୍ଡ କରାଯାଇଛି ।

08:49 AM

ନିର୍ମାଣାଧୀନ କୋଠା ଭୁଶୁଡ଼ି ୨ ମୃତ

Odisha News Live Updates: ବୁଧବାର ବିଳମ୍ବିତ ରାତିରେ ନୂଆଦିଲ୍ଲୀ ୱେଲକମ୍‌ ଅଞ୍ଚଳରେ ଏକ ଦୁଇ ମହଲା କୋଠା ଭୁଶୁଡ଼ି ଯାଇଥିଲା। ଖବର ପାଇ ପୋଲିସ ଓ ଅଗ୍ନିଶମ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଭଗ୍ନାଂଶ ତଳୁ ଦୁଇଟି ମୃତଦେହ ସହ ଗୁରୁତର ଜଣଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ଅଧିକ ପଢିବା ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁhttps://zeenews.india.com/hindi/zeeodisha/national-international/acciden...

08:37 AM

Sadguru Health: ଅସୁସ୍ଥ ସତ୍ୱେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସଦଗୁର, ଜାଣନ୍ତୁ କେମିତି ଅଛି ସ୍ୱାସ୍ଥ୍ୟ

Sadguru Health Update: ମୁଣ୍ଡ ବ୍ୟଥା ପରେ ସଦଗୁରୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍କାନିଂ କରିବା ପରେ ଦେଖିବାକୁ ମିଳିଥିଲା ​​ଯେ, ତାଙ୍କ ମସ୍ତିଷ୍କରେ ରକ୍ତସ୍ରାବ ଏବଂ ଫୁଲା ରହିଛି । ତେଣୁ ଅପରେସନ୍ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଅଧିକ ପଢ଼ନ୍ତୁ...

08:26 AM

ପ୍ରଥମ ସ୍ଥାନ ବଜାଇ ରଖିଲେ ସୂର୍ଯ୍ୟକୁମାର

Odisha News Live Updates: ସୂର୍ଯ୍ୟକୁମାର ଯାଦବ ଆଇସିସି ଟ୍ବେଣ୍ଟି-୨୦ ବ୍ୟାଟିଂ ମାନ୍ୟତା ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି । ବୁଧବାର ଆଇସିସି ପକ୍ଷରୁ ଏହି ସଦ୍ୟତମ ମାନ୍ୟତା ତାଲିକା ପ୍ରକାଶ ପାଇଛି । ଏଥିରେ ସର୍ବାଧିକ ପଏଣ୍ଟ ସହ ସୂର୍ଯ୍ୟକୁମାର ଏକ ନମ୍ବର ସ୍ଥାନରେ ରହିଛନ୍ତି ।

ଅଧିକ ପଢିବା ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ- https://zeenews.india.com/hindi/zeeodisha/sports/t20i-rankings-suryakuma...

08:22 AM

ରାଜ୍ୟ ରାଜନୀତିରେ ଅନିଶ୍ଚିତତା ଚାଲିଥିବାବେଳେ ବିଜେଡିରେ ଯୋଗ ଦେଇଛନ୍ତି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ। ଖଡ଼ିଆଳ ବିଧାନସଭା ଆସନରୁ ସେ ୨୦୧୯ ନିର୍ବାଚନରେ କଂଗ୍ରେସ ଟିକଟରେ ବିଜୟ ହୋଇଛନ୍ତି। ହଠାତ୍‍ ପାର୍ଟି ଛାଡ଼ି ସେ ବିଜେଡିରେ ଯୋଗ ଦେବା ଚର୍ଚ୍ଚା ସୃଷ୍ଟି କରିଛି। ସେହିପରି ଟିକଟ ନପାଇବା ଆଶାରେ ଅନେକ ବିଜେଡି ବିଧାୟକ ମଧ୍ୟ ଦଳ ବଦଳାଇବେ ବୋଲି ଆଶଙ୍କା ସୃଷ୍ଟି ହୋଇଛି। 

 

08:15 AM

ଓଡ଼ିଶାରେ ମେଣ୍ଟକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି। ଉଭୟ ଦଳ ନେତା ଏକ ଟିଭି ଚ୍ୟାନେଲ୍‍ର ସମ୍ମିଳନୀରେ ଯୋଗ ଦେଇ ଏ ବିଷୟରେ ଅସ୍ପଷ୍ଟ ବୟାନ ରଖିବାରୁ ମେଣ୍ଟ ପ୍ରସଙ୍ଗରେ ଅନ୍ତ ପଡ଼ିପାରୁ ନାହିଁ। ଅପରପକ୍ଷେ ନିର୍ବାଚନ ପାଖେଇ ଆସୁଥିବାରୁ କିଏ ପ୍ରାର୍ଥୀ ହେବ ଏବଂ କେଉଁ ନିର୍ବାଚନ ମଣ୍ଡଳୀର ଅବସ୍ଥା କ’ଣ ହେବ ତାହାକୁ ନେଇ ଅନିଶ୍ଚିତତା ବଢ଼ୁଛି। 

08:10 AM

ପ୍ରଥମ ପର୍ଯ୍ୟାୟ ଭୋଟ୍‍ ଗ୍ରହଣ ଲାଗି ନାମାଙ୍କନ ଆରମ୍ଭ ହୋଇଛି। ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ପରେ ୧୦୨ ଲୋକସଭା ଆସନରେ ପ୍ରଥମ ପର୍ଯ୍ୟାୟ ଭୋଟ ହେବ। ଏଥିରେ ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଅନ୍ତର୍ଭୁକ୍ତ। ନାମାଙ୍କନ ଦାଖଲ ଶେଷ ତାରିଖ ମାର୍ଚ୍ଚ ୨୭ ତାରିଖ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଏପ୍ରିଲ୍‍ ୧୯ ତାରିଖରେ ଅନୁଷ୍ଠିତ ହେବ। 

07:55 AM

Top 10 News Today:

ସଂକ୍ଷେପରେ ସକାଳର ୧୦ଟି ପ୍ରମୁଖ ଖବର ପଢ଼ିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ...

07:45 AM

Ayodhya Ram Mandir: ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କଲେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା

Priyanka Chopra Visits Ayodhya: ଦୀର୍ଘ ମାସ ପରେ ଭାରତ ଫେରିଛନ୍ତି ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ନିଜ ପରିବାର ତଥା ସ୍ୱାମୀ ଓ ଝିଅଙ୍କ ସହ ଅଯୋଧ୍ୟାରେ ପହଞ୍ଚି ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ନେଇଛନ୍ତି । ଅଧିକ ପଢ଼ନ୍ତୁ...

07:30 AM

Gold Silver Price: ସୁନା ଓ ରୂପା ହେଲା ପରିବର୍ତ୍ତନ, ଜାଣନ୍ତୁ ଆଜିର ଦର

Gold silver price today 21 March 2024: ଆଜି ଅର୍ଥାତ୍ ଗୁରୁବାର ଦିନ ସୁନା ମୂଲ୍ୟରେ ହ୍ରାସ ଘଟିଥିବାବେଳେ ରୂପା ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ଭାରତରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ... ଅଧିକ ପଢ଼ନ୍ତୁ

07:17 AM

21 march 2024 Panchang Today:

ଜାଣନ୍ତୁ ଆଜିର ତିଥି ନକ୍ଷତ୍ର ସହ ଶୁଭ ସମୟ ଓ କାଳବେଳା ... ଏଠାରେ କ୍ଲିକ୍ କରନ୍ତୁ...

07:16 AM

ମାର୍ଚ୍ଚ ୩୧ରେ ଖୋଲା ରହିବ ସମସ୍ତ ବ୍ୟାଙ୍କ 

Odisha News Live Updates: ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ ନିଷ୍ପତ୍ତି । ମାର୍ଚ୍ଚ ୩୧ ଅର୍ଥାତ୍ ରବିବାର ଦିନ ସମସ୍ତ ବ୍ୟାଙ୍କ ଖୋଲା ରଖିବାକୁ ରିଜର୍ଭ ବ୍ୟାଙ୍କ (Reserve Bank of India) ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୋସିଆଲ ମିଡିଆ ସାଇଟ୍ ଏକ୍ସ (X)ରେ ସୂଚନା ଦିଆଯାଇଛି ।

ଅଧିକ ପଢିବା ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ- https://zeenews.india.com/hindi/zeeodisha/national-international/rbi-say...

07:05 AM

ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା ( ଏନ୍‍ଆରଇଜିଏସ୍‍) ଅନୁସାରେ ଶ୍ରମିକଙ୍କ ମଜୁରୀ ବୃଦ୍ଧି ପାଇବ। ଏହା ଏପ୍ରିଲ୍ ୧ ତାରିଖରୁ ଲାଗୁ ହେବ। ଖୁବ୍‍ ଶୀଘ ଏ ବାବଦରେ ଗ୍ରାମୀଣ ମନ୍ତ୍ରଣାଳୟ ବିଜ୍ଞପ୍ତି ଜାରି କରିବ। ଏ ନେଇ ନିର୍ବାଚନ ଆୟୁକ୍ତ ସବୁଜ ସଙ୍କେତ ଦେଇଛନ୍ତି। ଯେହେତୁ ନିର୍ବାଚନ ଆଚରଣ ବିଧି ଗଲା ୧୬ ତାରିଖରୁ ଲାଗୁ ହୋଇଛି, ତାହାକୁ ଦୃଷ୍ଟିରେ ରଖି ସରକାର ଏ ବାବଦରେ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। 

06:59 AM

ଆଜିଠୁ ପୁଣି ବଦଳିବ ପାଗ

Odisha News Live Updates: ବର୍ଷା ଯୋଗୁଁ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ କୋହଲା ରହିଛି । ତେବେ ଗୁରୁବାରଠାରୁ ପୁଣି ବଦଳିବ ପାଗ । ୨୧ରୁ ୨୪ ତାରିଖ ଭିତରେ ଦିନ ତାପମାତ୍ରା ୮ରୁ ୧୦ ଡିଗ୍ରୀ ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଅନ୍ୟପଟେ ଆଭ୍ୟନ୍ତରୀଣରେ ତାପମାତ୍ରା ୪୦ ଡିଗ୍ରୀ ପାଖାପଖି ଛୁଇଁପାରେ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।