Odisha News Live Updates: ଚନ୍ଦନେଶ୍ୱର ମେଳାରେ ଅଘଟଣ, ପଢ଼ନ୍ତୁ ଆଜିର ଆଉ କିଛି ତାଜା ଖବର
Advertisement

Odisha News Live Updates: ଚନ୍ଦନେଶ୍ୱର ମେଳାରେ ଅଘଟଣ, ପଢ଼ନ୍ତୁ ଆଜିର ଆଉ କିଛି ତାଜା ଖବର

ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍

Odisha News Live Updates: ଚନ୍ଦନେଶ୍ୱର ମେଳାରେ ଅଘଟଣ, ପଢ଼ନ୍ତୁ ଆଜିର ଆଉ କିଛି ତାଜା ଖବର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

12 April 2024
22:17 PM

ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର। 
ପଢନ୍ତୁ ପୁରା ଖବର

20:43 PM

ମତଦାନ ପୂର୍ବରୁ ଭୋଟ ବର୍ଜନ ନିଷ୍ପତ୍ତି ନେଲେ ଗ୍ରାମବାସୀ; ଜାଣନ୍ତୁ କାରଣ
ବର୍ଷ ପରେ ବର୍ଷ ବିତିବା ସହ ପ୍ରତ୍ୟେକ ନିର୍ବାଚନ ବେଳେ ଆସି ନେଇ ଯାଉଛନ୍ତି ଭୋଟ। ହେଲେ ପ୍ରତି ଥର ଦେଇଆସୁଥିବା ପ୍ରତିଶୃତି ପାଲଟିଛି ପାଣିର ଗାର। ହେଲେ ମତଦାନ ପୂର୍ବରୁ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି। ଗାଁ କୁ ନାଁ ପହଞ୍ଚିଛି ପକ୍କା ରାସ୍ତା ନାଁ ମିଳୁଛି ପିଇବା ପାଣି! ଏଥର ଏହାର ଉଚିତ୍ ଜବାବ ଦେବାକୁ ପଣ କରିଛନ୍ତି ଗ୍ରାମବାସୀ। ଆଉ ଗାଁରେ ଲଗାଯାଇଛି ବ୍ୟାନର। ଯେଉଁଥିରେ ଲେଖାହୋଇଛି ଯେ ଗ୍ରାମବାସୀ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। କେବଳ କଥା ଏତିକି ନୁହେଁ ବରଂ ନିର୍ବାଚନ ପାଇଁ ଭୋଟ ମାଗିବାକୁ ଯଦି କୌଣସି ନେତା ଆସିଲେ ତାହେଲେ ବାଡ଼ ପକାଇ ତାଙ୍କୁ ଗାଁ ପୁରାଇ ନଦେବାକୁ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ। ଏଭଳି ଚରମ ପନ୍ଥାକୁ ଆପଣେଇଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଶିକୁଳିପଦର ପଞ୍ଚାୟତର ୧୯ ନମ୍ବର ୱାର୍ଡ ଅଧିନସ୍ଥ ରାମପଦର ଗ୍ରାମବାସୀ। 
ପଢନ୍ତୁ ପୁରା ଖବର

19:20 PM

 

ଦେଶର ସେହି ଲୋକସଭା ଆସନ ଯେଉଁଠି ଅଛନ୍ତି ସବୁଠୁ ଅଧିକ-କମ ଭୋଟର
ଲୋକସଭାର ମୋଟ ୫୪୩ ଆସନ ମଧ୍ୟରୁ ଏପରି କିଛି ସିଟ୍ ରହିଛି ଯାହା ବେଶ ସ୍ୱତନ୍ତ୍ର। କେଉଁଠି ସବୁଠୁ ଅଧିକ ଭୋଟର ରହିଥିବା ବେଳେ ଆଉ କେଉଁଠି ସବୁ କମ ଭୋଟର ଅଛନ୍ତି। ଏହି ଲୋକସଭା ଆସନର ମତଦାତାଙ୍କ ସଂଖ୍ୟା ମଧ୍ୟ ବେଶ ସ୍ୱତନ୍ତ୍ର। ଆପଣ ଜାଣି ଆଶ୍ଚର୍ଯ୍ୟ ଦେଶର ସମସ୍ତ ସଂସଦୀୟ କ୍ଷେତ୍ରରେ ସମାନ ସଂଖ୍ୟକ ଭୋଟର ନଥାନ୍ତି।  
ପଢନ୍ତୁ ପୁରା ଖବର

17:54 PM

ପୁଣି ଚମକିଲେ ଓଡ଼ିଆ ପୁଅ; ଟ୍ରେଡ୍‌ମିଲ୍ ଉପରେ ଦୌଡ଼ି କଲେ ୱାର୍ଲ୍ଡ ରେକର୍ଡ
ପୁଣି ଥରେ ବିଶ୍ୱ ଦରବାରରେ ଚମକଛନ୍ତି ଓଡ଼ିଆ ପୁଅ। ଦୀର୍ଘ ୧୨ ଘଣ୍ଟା ଧରି ଟ୍ରେଡ୍‌ମିଲ୍ ଉପରେ ଦୌଡ଼ି କରିଛନ୍ତି ବିଶ୍ୱ ରେକର୍ଡ। ନିଜ ନାଁ ସେ  ଗିନିଜ୍‌ ୱାର୍ଲ୍ଡ ରେକର୍ଡ ତାଲିକାରେ ଲେଖିଛନ୍ତି ।  ରାଉରକେଲା ବାସନ୍ତୀ କଲୋନି ଅଞ୍ଚଳର ସୁମିତ କୁମାର ସିଂହ (୩୪ ବର୍ଷ) ଟ୍ରେଡ୍‌ମିଲ୍ ଉପରେ ଦୌଡ଼ି କରିଛନ୍ତି ବିଶ୍ୱସ୍ତରୀୟ ରେକର୍ଡ କରିଛନ୍ତି। ଯିଏ ଟ୍ରେଡ୍‌ମିଲ୍ ଉପରେ ୧୨ ଘଣ୍ଟା ଦୌଡ଼ି ପାଖାପାଖି ୬୮ କିଲୋମିଟର ଦୂରତା  ଅତିକ୍ରମ କରିଛନ୍ତି।
ପଢନ୍ତୁ ପୁରା ଖବର

16:43 PM

ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କଲେ ମୋଦି ସରକାର
ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଚଳିତ ମାସରୁ ଏପରି ଗରମ ଅନୁଭବ ହେବାରେ ଲାଗିଲାଣି ଯେପରି ମେ-ଜୁନ୍ ଆସିଗଲାଣି। ଏବେ ଠାରୁ  ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଯିବା ପରେ ସ୍ଥିତି ବଦଳିବା ନେଇ ପୂର୍ବାନୁମାନ କରାଯାଇଛି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗୁରୁବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଯେଉଁ ବୈଠକରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ। କେନ୍ଦ୍ର, ରାଜ୍ୟ ତଥା ଜିଲ୍ଲା ସ୍ତରରେ ସମସ୍ତ ସରକାରୀ କଳ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ କହିଥିଲେ। ଗୁରୁବାର ଅନୁଷ୍ଠିତ ହୋଇଥିବା ବୈଠକରେ ଅପ୍ରେଲ-ଜୁନ୍ ମାସରେ ଦେଶର ଅଧିକାଂଶ ସ୍ଥାନରେ ସର୍ବାଧିକ ତାପମାତ୍ରା ଅନୁଭୂତ ହେବାର ସମ୍ଭାବନା ରହିଥିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା।

ପଢନ୍ତୁ ପୁରା ଖବର 

 

14:04 PM

Odisha News Live Updates: କବିତାଙ୍କ ବିରୋଧରେ ସିବିଆଇ ରଖିଲା କଳା କାରନାମାର ଲମ୍ବା ଲିଷ୍ଟ
ଦିଲ୍ଲୀ ମଦ ଦୁର୍ନୀତି ମାମଲାର ଅଭିଯୁକ୍ତ ବିଆରଏସ୍ ନେତା କେ.କବିତାଙ୍କୁ ଆଜି ସିବିଆଇ ରାଉଜ୍ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ଏହି କ୍ରମରେ କୋର୍ଟରେ କବିତାଙ୍କ ବିରୋଧରେ ତାଙ୍କ କଳା କାରନାମାଙ୍କର ଦୀର୍ଘ ତାଲିକା ଦାଖଲ କରିଛି ସିବିଆଇ । ଏହା ସହ ଜେରା ପଚରାଉଚୁରା ପାଇଁ କବିତାଙ୍କୁ କୋର୍ଟରୁ ୫ ଦିନିଆ ରିମାଣ୍ଡରେ ନେବାକୁ ସିବିଆଇ ଅପିଲ କରିଛି । ସିବିଆଇ କୋର୍ଟଙ୍କୁ କହିବା ଅନୁସାରେ,୧୦୦ କୋଟି ଟଙ୍କା ଡିଲ୍ ମାମଲାରେ କବିତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସିବିଆଇ କେବଳ ହ୍ୱାଟ୍ସଆପ୍ ଚାଟ୍ ଏବଂ ଦସ୍ତାବିଜ ନୁହେଁ ବରଂ ହୋଟେଲ ତାଜରେ ହୋଇଥିବା ବୈଠକ ବିଷୟରେ ମଧ୍ୟ ଉଲ୍ଲେଖ କରିଛି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗୁରୁବାର ତିହାର ଜେଲରୁ ସିବିଆଇ ଦ୍ୱାରା ଗିରଫ ହୋଇଥିବା କବିତାଙ୍କୁ ଆଜି ତିହାର ଜେଲରୁ କୋର୍ଟକୁ ଅଣାଯାଇଥିଲା।

13:46 PM

Odisha News Live Updates: ନବୀନ ନିବାସରେ ଓଲିଉଡ୍ କଳାକାରଙ୍କ ଭିଡ
ନବୀନ ନିବାସରେ ଓଲିଉଡ୍ କଳାକାରଙ୍କ ଗହଳି । ଡାକରା ପାଇ ନବୀନ ନିବାସରେ ପହଞ୍ଚିଛନ୍ତି ଅନେକ ଫିଲ୍ମ ଷ୍ଟାର ଓ ଗୀତିକାର । ଏଥିସହ କମେଡିଆନ୍ ଏବଂ ୟୁଟୁବର ମାନେ ମଧ୍ୟ ପହଁଚିଛନ୍ତି । ଏମାନଙ୍କ ଭିତରେ ଅଭିନେତା ସ୍ୱରାଜ ବାରିକ, ଅମ୍ଳାନ ଦାସ, ଦେବାଶିଷ, ସମ୍ବିତ, ଅଭିନେତ୍ରୀ ଲିପ୍ସା, ଭୂମିକା, ନିକିତା କମେଡିଆନ୍ ସନ୍ତୁ, ଶଙ୍କର, ଚାନ୍ଦିନୀ ଆଦି ରହିଛନ୍ତି । ପ୍ରଚାର ମୈଦାନକୁ ଆହୁରି ଜୋରଦାର କରିବା ପାଇଁ ଲୋକପ୍ରିୟ କଳାକାରଙ୍କୁ ଖୋଜା ପଡିଥିବା କୁହାଯାଉଛି ।

13:38 PM

Odisha News Live Updates: ଜମ୍ମୁ କାଶ୍ମୀରକୁ ମିଳିବ ରାଜ୍ୟ ମାନ୍ୟତା

ଜମ୍ମୁ କାଶ୍ମୀରକୁ ମିଳିବ ରାଜ୍ୟ ମାନ୍ୟତା । ଉଧମପୁର ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରକୁ ପୁଣି ଥରେ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ସହ ସେଠାରେ ଖୁବଶୀଘ୍ର ନିର୍ବାଚନ ହେବ।  ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ ବାରମ୍ବାର ଏଠାରେ ନିର୍ବାଚନ କରିବାକୁ ଦାବି କରି ଆସୁଛନ୍ତି ବିଭିନ୍ନ ରାଜନୈତିକ ଦଳ ।

12:53 PM

Odisha News Live Updates: ଦିଲ୍ଲୀ ଗଲେ ପିସିସି ସଭାପତି ଶରତ ପଟ୍ଟନାୟକ 
କଂଗ୍ରେସର ଟିକେଟ କସରତ । ୧୫ ସୁଦ୍ଧା ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ଟିକେଟ । ଏଥିପାଇଁ ପସିସି ସଭାପତି ଶରତ ପଟ୍ଟନାୟକ ଆଜି ଦିଲ୍ଲୀ ଗସ୍ତ କରିଛନ୍ତି । ଶନିବାର ସ୍କ୍ରିନିଂ କମିଟି ବୈଠକ ଓ ରବିବାର ସିଇସି ବୈଠକ ଥିବାବେଳେ ବୈଠକରେ ଚୂଡାନ୍ତ ପରେ ଏକାଧିକ ପ୍ରାର୍ଥୀ ତାଲିକା ଆସିପାରେ । ଏହା ସହ ଶରତ ପଟ୍ଟନାୟକ କହିଛନ୍ତି ସବୁ ସ୍ଥାନରେ କଂଗ୍ରେସ ଟକ୍କର ଦେଲାଭଳି ପ୍ରାର୍ଥୀ ଦେଉଛି । ଯାହା ଦ୍ୱାରା ଦଳକୁ ଫାଇଦା ମିଳିବ । ଓଡ଼ିଶାବାସୀ ପରିବର୍ତନ ଚାହୁଛନ୍ତି । ଏଥର ୯ରୁ ୯୦ ମିଶନ ସଫଳ ହେବ ବୋଲି ସେ କହିଛନ୍ତି ।

12:36 PM

Odisha News Live Updates: ଚନ୍ଦନେଶ୍ୱର ମେଳାରେ ଅଘଟଣ
ବାଲେଶ୍ୱର ଚନ୍ଦନେଶ୍ୱର ଚଡ଼କ ଯାତ୍ରାରେ ଜଣେ ମହିଳା ଉପବିତଧାରୀଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଶ୍ରଦ୍ଧାଳୁ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତ ମହିଳାଙ୍କ ବୟସ ୪୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ତାଙ୍କ ଘର ପଶ୍ଚିମବଙ୍ଗ । ଆଜି ସକାଳୁ ସେ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ସେଠାରେ ନିୟୋଜିତ ଥିବା ସ୍ୱାସ୍ଥ୍ୟକର୍ମୀ ତାଙ୍କୁ ଚିକିତ୍ସା କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

 

12:14 PM

Odisha News Live Updates: ୧୫ ତାରିଖ ସୁଦ୍ଧା କଂଗ୍ରେସର ଦ୍ୱିତୀୟ ପର୍ଯ୍ୟୟ ଟିକେଟ ଆସିବ !
ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଆସନ୍ତା ୧୫ ତାରିଖ ସୁଦ୍ଧା କଂଗ୍ରେସର ଦ୍ୱିତୀୟ ପର୍ଯ୍ୟୟ ଟିକେଟ ଆସିବାର ସମ୍ଭାବନା ରହିଛି। ଶନିବାର ସ୍କ୍ରିନି ବୈଠକ ଓ ରବିବାର ସିଇସି ବୈଠକ ବସିବ। ବୈଠକ ଚୂଡାନ୍ତ ପରେ ଓଡ଼ିଶାର ଆଉ ଏକ ପ୍ରାର୍ଥୀ ତାଲିକା ଆସିବ ବୋଲି କୁହାଯାଉଛି। ୧୫ ତାରିଖ ସୁଦ୍ଧା କଂଗ୍ରେସର ଦ୍ୱିତୀୟ ପର୍ଯ୍ୟୟ ଟିକେଟ ଆସିବ ! ବିଜେପି ଓ ବିଜେଡି ସେମାନଙ୍କର ଲୋକସଭା ପ୍ରାର୍ଥୀମାନଙ୍କର ଘୋଷଣା କରିସାରିଥିଲେ ବି ଏଯାଏ କଂଗ୍ରେସର ସଂପୂର୍ଣ୍ଣ ପ୍ରାର୍ଥୀ ତାଲିକା ଏଯାଏଆସିନାହିଁ।

11:52 AM

Odisha News Live Updates: ଅଡୁଆରେ ଦିଲ୍ଲୀ ମୁଖ୍ୟ ଶାସନ ସଚିବ
ଅଡୁଆରେ ଦିଲ୍ଲୀ ମୁଖ୍ୟ ଶାସନ ସଚିବ ନରେଶ କୁମାର। ଉତ୍ତରପ୍ରଦେଶର ଆଲମୋରା ସହରର ଏକ କୋର୍ଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀର ମୁଖ୍ୟ ଶାସନ ସଚିବ ନରେଶ କୁମାର ଏବଂ ତାଙ୍କ ଅଧୀନରେ ଥିବା YVVJ ରାଜାଶେଖରଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ପ୍ରମାଣ ନଷ୍ଟ ଅଭିଯୋଗରେ ଏହି ମାମଲା ରୁଜୁ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ, ମାର୍ଚ୍ଚ ୨ରେ ଘରୋଇ ସଂଗଠନ ପ୍ଲିଜାଣ୍ଟ ଭ୍ୟାଲି ଫାଉଣ୍ଡେସନର ଅଭିଯୋଗ କ୍ରମେ ଏହି ଦୁଇ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ଏଥିସହ ରାଜ୍ୟ ପୋଲିସକୁ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ।

11:38 AM

Odisha News Live Updates: ନିର୍ବାଚନ ପୂର୍ବରୁ ୧୫ ମାଓବାଦୀଙ୍କ ଆତ୍ମସମର୍ପଣ
ଲୋକସଭା ନିର୍ବାଚନ ପୂର୍ବରୁ ସୁନ୍ଦରଗଡ଼ ସୀମାନ୍ତ ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମସିଂଭୂମ ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ମାଓବାଦୀ ସଂଗଠନ ସହ ଜଡ଼ିତ ୧୫ ସକ୍ରିୟ ମାଓ ସଦସ୍ୟ ଗୁରୁବାର ଝାଡ଼ଖଣ୍ଡ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ଦୁଇଜଣ ମହିଳା ମାଓବାଦୀ ଥିବାବେଳେ ୧୩ ଜଣ ପୁରୁଷ ନକ୍ସଲ। ଏମାନଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ଅଛନ୍ତି। ପଶ୍ଚିମସିଂଭୂମ ଜିଲ୍ଲାର ବିଭିନ୍ନ ଥାନାରେ ନକ୍ସଲଙ୍କ ହିଂସା ଘଟାଇଥିବାରୁ ଆତ୍ମସମର୍ପଣ କରିଥିବା ଏହି ମାଓବାଦୀଙ୍କ ବିରୋଧରେ ବହୁ ଗୁରୁତର ମାମଲା ରହିଛି। ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀ ଝାଡ଼ଖଣ୍ଡ ଅଞ୍ଚଳର ବାସିନ୍ଦା। 

11:26 AM

Odisha News Live Updates: ନିର୍ବାଚନ ଲଢ଼ିବେ ଇନ୍ଦିରା ହତ୍ୟାକାରୀଙ୍କ ପୁଅ ସରବଜିତ ସିଂ

ନିର୍ବାଚନ ଲଢିବେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକାରୀ ବିଅନ୍ତ ସିଂଙ୍କ ପୁଅ ସରବଜିତ ସିଂ । ୪୫ ବର୍ଷୀୟ ସରବଜିତ ସିଂ ପଞ୍ଜାବର ଫରିଦକୋଟ ଲୋକସଭା ଆସନରୁ ପ୍ରତିଦ୍ବନ୍ଦିତା କରିବେ । ସେ ସ୍ବାଧୀନ ଭାବେ ନିର୍ବାଚନ ଲଢିବେ । ଏନେଇ ସେ ଗୁରୁବାର ସୂଚନା ଦେଇଛନ୍ତି । ପୂର୍ବରୁ ସେ ୨୦୦୪ରେ ଭଟିଣ୍ଡା ଲୋକ ସଭା ଆସନରୁ ଓ ୨୦୧୪ରେ ଫତେଗଡ଼ ଲୋକସଭା ଆସନରୁ ଲଢ଼ି ପରାଜିତ ହୋଇଥିଲେ । ସୂଚନାଯୋଗ୍ୟ, ୧୯୮୪ ମସିହା ଅକ୍ଟୋବର ୩୧ ତାରିଖ ଦିନ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କର ବାସଭବନରେ ଦୁଇ ଅଙ୍ଗରକ୍ଷୀ ବିଅନ୍ତ ସିଂ ଏବଂ ସତୱନ୍ତ ସିଂ ଗୁଳି କରି ହତ୍ୟା କରିଥିଲେ । ସରବଜତି ସିଂ ହେଉଛନ୍ତି ବିଅନ୍ତ ସିଂର ପୁଅ ।

11:13 AM

Odisha News Live Updates: ଚନ୍ଦନେଶ୍ୱର ମେଳାରେ ଅଘଟଣ, ଚାଲିଗଲା ମହିଳା ଭକ୍ତଙ୍କ ଜୀବନ
ବାଲେଶ୍ବର ଜିଲ୍ଲା ଚନ୍ଦନେଶ୍ୱର ଚଡ଼କ ମେଳାରେ ବଡ଼ ଅଘଟଣ ଘଟିଛି। ଏଠାରେ ମନ୍ଦିର ପରିକ୍ରମା କରିବା ସମୟରେ ଆଜି ସକାଳ ୭ଟା ବେଳେ ଜଣେ ମହିଳା ଭକ୍ତଙ୍କର ମୃତ୍ୟୁ ହୋଇଯାଇଛି। ମୃତକ ହେଲେ ପଶ୍ଚିମବଙ୍ଗ ରାଜ୍ୟର ପୂର୍ବ ମେଦିନୀପୁର ଜିଲ୍ଲା ଖଡ଼ଗପୁର ଥାନା ଅନ୍ତର୍ଗତ ଗୁମୁରିଆପାଲ ଗ୍ରାମର ତୁଳସୀ ମିର୍ଦ୍ଧା (୫୮)। ଆଜି ସକାଳେ ମନ୍ଦିର ପରିସରରେ ଥିବା ନୀଳ ପୋଖରୀରୁ ବୁଡ଼ ଲଗାଇ ମନ୍ଦିର ବେଢାରେ ଦଣ୍ଡ ପରିକ୍ରମା କରୁଥିବା ବେଳେ ତୁଳସୀ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। ସେଠାରେ ଥିବା ତାଙ୍କର ଝିଅ ଓ ଅନ୍ୟ ଭକ୍ତ ଏବଂ ସ୍ବେଚ୍ଛାସେବୀଙ୍କ ସହାୟତାରେ ତାଙ୍କୁ ନିକଟରେ ଥିବା ଅସ୍ଥାୟୀ ଶିବିରକୁ ଅଣାଯାଇଥିଲା! ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

10:45 AM

Odisha News Live Updates: କଂଗ୍ରେସରେ ସାମିଲ ହେଲେ ଅସିତ୍ ପଟ୍ଟନାୟକ
କଂଗ୍ରେସରେ ଯୋଗ ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ଅସିତ୍ ପଟ୍ଟନାୟକ। ଭଦ୍ରକ ନିର୍ବାଚନ ମଣ୍ଡଳୀରୁ ଅସିତ ବିଜେଡିରୁ ଟିକଟ ଆଶାୟୀ ଥିଲେ । ୨୦୧୯ ଓ ୨୦୨୪ରେ ନିରାଶ ହେବା ପରେ କଂଗ୍ରେସରେ ଯୋଗ ଦେଇଛନ୍ତି । ଅସିତ୍‌ ପଟ୍ଟନାୟକ ଭଦ୍ରକ ବିଧାନସଭା ଆସନରୁ ଟିକେଟ୍‌ ଆଶାୟୀ ଥିଲେ। କିନ୍ତୁ ଦଳ ତାଙ୍କ ଟିକେଟ୍‌ ନ ଦେଇ ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଭଦ୍ରକରୁ ଟିକେଟ୍‌ ଦେଇଛି। ଯାହାଫଳରେ ସେ ନିରାଶ ହୋଇ କଂଗ୍ରେସ୍‌ କ୍ୟାମ୍ପକୁ ଆସିଛନ୍ତି। 

 

10:23 AM

Odisha News Live Updates: ଶଙ୍ଖ ଛାଡ଼ି ପଦ୍ମ ଧରିଲେ କୈଳାଶ କୁଲେସିକା
ବିଜେଡି ଛାଡ଼ିଲେ, ପଦ୍ମ ଶିବିରରେ ସାମିଲ ହେଲେ କୈଳାଶ ଚନ୍ଦ୍ର କୁଲେସିକା । ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି କୋରାପୁଟ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା । ରାଜ୍ୟ ବିଜେପି ସଭାପତି ଓ ଅନ୍ୟ ପଦାଧିକାରୀଙ୍କ ଉପସ୍ଥିତିରେ କୈଳାସ ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କ ସହ ବ୍ଲକ ବିଜେଡି ସଭାପତି ପ୍ରମୋଦ ଖରା ଏବଂ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଶତାଧିକ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି। ପୂର୍ବରୁ ସେ ବିଜେଡିରେ ଥିଲେ ।

10:18 AM

Odisha News Live Updates: ଭଦ୍ରକରେ ଓଲଟିଲା କଦଳୀ ବୋଝେଇ ଟ୍ରକ
୧୬ ନମ୍ୱର ଜାତୀୟ ରାଜପଥ ଗେଲପୁର ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି । ଭାରସ୍ୟାମ ହରାଇ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେବା ଫଳରେ ବ୍ରିଜ ତଳକୁ ଖସିପଡିଛି ଏକ କଦଳୀ ବୋଝେଇ ଟ୍ରକ । ଉଭୟ ଡ୍ରାଇଭର ଏବଂ ହେଲପର ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ପଢନ୍ତୁ ପୂରା ରିପୋର୍ଟ...

10:04 AM

Odisha News Live Updates: ପୁଅ ବଦଳରେ ଦାମଙ୍କ ବୋହୂ ଲଢ଼ିବେ ନିର୍ବାଚନ
ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ପାରାଦୀପ ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୀତାଞ୍ଜଳି ରାଉତରାୟଙ୍କୁ ପ୍ରାର୍ଥୀ କରିଛନ୍ତି। ଗୀତାଞ୍ଜଳି ବର୍ତ୍ତମାନର ବିଧାୟକ ସମ୍ବିତ ରାଉତରାୟଙ୍କ ଧର୍ମପତ୍ନୀ ଓ ସ୍ଵର୍ଗତ ଦାମଦୋର ରାଉତଙ୍କ ବୋହୂ। ରାଜନୈତିକ ପରିବାରରୁ ସେ ଆସିଥିଲେ ମଧ୍ଯ ପ୍ରତ୍ୟକ୍ଷ ରାଜନୀତି ରେ ସେ ନବାଗତା । ନିଜ ଶ୍ୱଶୁର ଓ ସ୍ଵାମୀଙ୍କ ସଙ୍ଘଗଠନକୁ ପାଥେୟ କରି ଦଳ ତାଙ୍କୁ ପ୍ରାର୍ଥୀ କରିଥିବା ବେଳେ ସେ ମହିଳା ପ୍ରାର୍ଥୀନୀ ଭାବେ ପାରାଦୀପରେ ପ୍ରଥମ ବିଧାନସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି। ପଢନ୍ତୁ ପୂରା ରିପୋର୍ଟ...

09:56 AM

Odisha News Live Updates: ଖସିଲା ପେଟ୍ରୋଲ ଦର
ପ୍ରିଲ ୧୨ ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲର ନୂଆ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ସ୍ଥିରତା ଦେଖିବାକୁ ମିଳିଛି। କିନ୍ତୁ, ଶୁକ୍ରବାର ଦିନ ଦେଶର ପ୍ରମୁଖ ସହର ଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦର ଲୋକଙ୍କ ଚିନ୍ତା ବଢାଇଛି। ପଢନ୍ତୁ ପୂରା ରିପୋର୍ଟ...

09:55 AM

Odisha News Live Updates: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
ଲିଙ୍କରେ କ୍ଲିକ କରି ଚୁଟକୀରେ ପଢି ନିଅନ୍ତୁ ପୂରା ରିପୋର୍ଟ...

09:52 AM

Odisha News Live updates: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ଖାଲି ପଡ଼ିଛି ୮୦୦ ପଦବୀ
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ଅଫିସର ଚାକିରି ପାଇଁ ସୂବର୍ଣ୍ଣ ସୁଯୋଗ। ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନ (UPSC) ଏହି ସୁଯୋଗ ନେଇଆସିଛି। UPSC ତରଫରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ନିଜର ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଆବେଦନ କରିପାରିବେ। ଅନ୍‌ଲାଇନ୍ ମାଧ୍ୟମରେ ପ୍ରାର୍ଥୀମାନଙ୍କୁ ଆବେଦନ କରିବାକୁ ପଡିବ।ଏହି ପଦବୀ ପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ପଢନ୍ତୁ ପୂରା ରିପୋର୍ଟ...

09:51 AM

Odisha News Live updates: ଦର୍ଶନ କରନ୍ତୁ ମହାପ୍ରଭୁଙ୍କ ସକାଳ ଆଳତୀ
କୋଟି ଓଡିଆଙ୍କ ମଉଡ ମଣି ଜଗତର ନାଥ ଜଗନ୍ନାଥ ଶ୍ରୀ ଜଗନ୍ନାଥ । ପ୍ରତ୍ୟକ ଦିନ ପରି ଆଜି ମଧ୍ୟ ସେବାୟତଙ୍କ ଦ୍ବାରା ଭୋର ୫ଟା ୦୫ରେ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ସମ୍ପର୍ଣ୍ଣ ହୋଇଛି। ଏବଂ ପରେ, ପତିତପାବନଙ୍କ ନିକଟରେ କରାଯାଏ ମଙ୍ଗଳ ଆଳତୀ ମଧ୍ୟ ହୋଇଛି। ସକାଳୁ ସକାଳୁ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରି ଭକ୍ତମାନେ ସାନିଧ୍ୟ ଲାଭ କରିଛନ୍ତି। ତେବେ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରି ଦିନଚର୍ଯ୍ଯା ଆରମ୍ଭ କଲେ ପୁଣ୍ୟଫଳ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଲିଙ୍କରେ କ୍ଲିକ କରି ଦେଖନ୍ତୁ ଭିଡ଼ିଓ...

09:49 AM

Odisha News Live Updates: ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପରଲୋକ
ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ଭୋଗରାଇର ପୂର୍ବତନ ବିଧାୟକ କମଳା ଦାସଙ୍କ ପରଲୋକ ଘଟିଛି। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ରହିଛି। ବିଗତ କିଛିଦିନ ଧରି ସ୍ୱାସ୍ଥ୍ୟଗତ ସମସ୍ୟାରେ ପିଡ଼ୀତ ରହିଥିଲେ। ନିକଟରେ ତାଙ୍କୁ ଚିକିତ୍ସା ପାଇଁ କଟକର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ୭୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି। ପଢନ୍ତୁ ପୂରା ରିପୋର୍ଟ...

09:46 AM

Odisha News Live Updates: ଆଜି ପାଟପର୍ବ, ଚଳଚଞ୍ଚଳ ବାବା ଚନ୍ଦନେଶ୍ୱରଙ୍କ ପୀଠ
ଚୈତ୍ର ପର୍ବ ତଥା ଚଡକମେଳା ପାଇଁ ଉତ୍ତର ଓଡ଼ିଶା ଚଳଚଞ୍ଚଳ ହୋଇ ଉଠିଛି । ଗତକାଲି ନୀଳପର୍ବ ପାଳନ କରାଯାଇଥିବା ସମୟରେ ଆଜି ବାବାଙ୍କ ପୀଠରେ ପାଟପର୍ବ ଅନୁଷ୍ଠିତ ହେବାକୁ ଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନ ସମେତ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ହଜାର ହଜାର ଶ୍ରଦ୍ଧାଳୁ ଏହି ପର୍ବରେ ସାମିଲ ହେବା ପାଇଁ ଏକାଠି ହୋଇଛନ୍ତି । ଅନ୍ୟପଟେ ବାହାରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସୁଥିବାରୁ ସେମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା  ବଢାଇ ଦିଆଯାଇଛି । ଭକ୍ତମାନେ କିପରି ଶୃଙ୍ଖଳିତ ଭାବେ ବାବାଙ୍କ ଦର୍ଶନ କରିବା ସହ ପର୍ବରେ ସାମିଲ ହୋଇପାରିବେ ସେଥିବାଇଁ ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରିଛି । ବିଭିନ୍ନ ସ୍ଥାନରେ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି । ପଢନ୍ତୁ ପୂରା ରିପୋର୍ଟ...

09:46 AM

Odisha News Live Updates: ଆଜି ପାଟପର୍ବ, ଚଳଚଞ୍ଚଳ ବାବା ଚନ୍ଦନେଶ୍ୱରଙ୍କ ପୀଠ
ଚୈତ୍ର ପର୍ବ ତଥା ଚଡକମେଳା ପାଇଁ ଉତ୍ତର ଓଡ଼ିଶା ଚଳଚଞ୍ଚଳ ହୋଇ ଉଠିଛି । ଗତକାଲି ନୀଳପର୍ବ ପାଳନ କରାଯାଇଥିବା ସମୟରେ ଆଜି ବାବାଙ୍କ ପୀଠରେ ପାଟପର୍ବ ଅନୁଷ୍ଠିତ ହେବାକୁ ଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନ ସମେତ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ହଜାର ହଜାର ଶ୍ରଦ୍ଧାଳୁ ଏହି ପର୍ବରେ ସାମିଲ ହେବା ପାଇଁ ଏକାଠି ହୋଇଛନ୍ତି । ଅନ୍ୟପଟେ ବାହାରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସୁଥିବାରୁ ସେମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା  ବଢାଇ ଦିଆଯାଇଛି । ଭକ୍ତମାନେ କିପରି ଶୃଙ୍ଖଳିତ ଭାବେ ବାବାଙ୍କ ଦର୍ଶନ କରିବା ସହ ପର୍ବରେ ସାମିଲ ହୋଇପାରିବେ ସେଥିବାଇଁ ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରିଛି । ବିଭିନ୍ନ ସ୍ଥାନରେ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି । ପଢନ୍ତୁ ପୂରା ରିପୋର୍ଟ...

09:45 AM

Odisha News Live Updates: ପଢିନିଅନ୍ତୁ ଆଜିର ରାଶିଫଳ
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଏପ୍ରିଲ୍ ୧୨ ହେଉଛି ଶୁକ୍ରବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ। ପଢନ୍ତୁ ପୂରା ରିପୋର୍ଟ...

09:44 AM

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।