Odisha News Live Updates: ଆଜି ଛେନାପୋଡ଼ ଦିବସ, ପଢ଼ନ୍ତୁ ଆଜିର ଆଉ କିଛି ତାଜା ଖବର
Advertisement
Article Detail0/zeeodisha/odisha2198764

Odisha News Live Updates: ଆଜି ଛେନାପୋଡ଼ ଦିବସ, ପଢ଼ନ୍ତୁ ଆଜିର ଆଉ କିଛି ତାଜା ଖବର

ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍

Odisha News Live Updates: ଆଜି ଛେନାପୋଡ଼ ଦିବସ, ପଢ଼ନ୍ତୁ ଆଜିର ଆଉ କିଛି ତାଜା ଖବର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

11 April 2024
23:28 PM

'ଧର୍ମ ପରିବର୍ତ୍ତନ କରିବା ପୂର୍ବରୁ ନେବାକୁ ହେବାକୁ ଅନୁମତି'
ରାଜ୍ୟରେ ହେଉଥିବା ଧର୍ମ ପରିବର୍ତ୍ତନ ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଗୁଜୁରାଟ ସରକାର। ଏନେଇ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଯଦି କୌଣସି ବ୍ୟକ୍ତି ଧର୍ମ ପରିବର୍ତ୍ତନ କରୁଛନ୍ତି ପ୍ରଥମେ ତାଙ୍କୁ ପ୍ରଶାସନ ପାଖରୁ ଅନୁମତି ନେବାକୁ ହେବ। ଧର୍ମ ପରିବର୍ତ୍ତନ ପ୍ରସଙ୍ଗରେ ଗୁଜୁରାଟ ଗୃହ ବିଭାଗ ପକ୍ଷରୁ ୨୦୦୩ ଗୁଜୁରାଟ ଧାର୍ମିକ ସ୍ୱାଧିନତା ଆଇନ ନାମରେ ଏକ ନିର୍ଦ୍ଦେଶନାମା  ଜାରି ହୋଇଛି।
ପଢନ୍ତୁ ପୁରା ଖବର

22:27 PM

ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର। 
ପଢନ୍ତୁ ପୁରା ଖବର

 

20:58 PM

 

ମାର୍ଚ୍ଚ ମାସରେ ରେକର୍ଡ ଭାଙ୍ଗିଲା ଗରମ; ଏଲ୍ ନିନୋ-ଜଳବାୟୁ ପରିବର୍ତ୍ତନ ବିଷୟରେ ଆସିଲା ଭୟାନକ ରିପୋର୍ଟ 
ଚଳିତ ବର୍ଷ ମାର୍ଚ୍ଚ ମାସରେ ସମସ୍ତ ରେକର୍ଡ ଭାଙ୍ଗିଛି ଗରମ। ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଉତ୍ତପ୍ତ ମାସ ଭାବେ ମାର୍ଚ୍ଚ ଉଭା ହୋଇଛି। "ଏଲ୍ ନିନୋ" ଏବଂ ଜଳବାୟୁ ପରିବର୍ତ୍ତନ ହେତୁ ବିଗତ ବର୍ଷେ ମଧ୍ୟରେ ପୃଥିବୀ ପୃଷ୍ଠର ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଗତ ବର୍ଷ ଜୁନ୍ ଠାରୁ ଏହା ହେଉଛି କ୍ରମାଗତ ଦଶମ ମାସ, ଯେତେବେଳେ ତାପମାତ୍ରା ଏକ ନୂତନ ରେକର୍ଡ କରିଛି।
ପଢନ୍ତୁ ପୁରା ଖବର

19:42 PM

 

ଭିଏତନାମ କୋଟିପତି ବ୍ୟବସାୟୀଙ୍କୁ ମିଳିଲା ମୃତ୍ୟୁଦଣ୍ଡ; ଜାଣନ୍ତୁ କାହିଁକି
ଭିଏତନାମରେ ଜଣେ କୋଟିପତି ବ୍ୟବସାୟୀଙ୍କୁ ମିଳିଛି ମୃତ୍ୟୁ ଦଣ୍ଡ। ଏକଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ ହେଲେ ଏହା ସତ୍ୟ। ଦେଶର ହୋଇଥିବା ସବୁଠାରୁ ବଡ ଠକେଇ ମାମଲାରେ ଭିଏତନାମ ରିଏଲ୍ ଇଷ୍ଟେଟ୍ ଟାଇକୁନ୍ ଟ୍ରୁଙ୍ଗ୍ ମାଇ ଲାନ୍ ଙ୍କୁ ମୃତ୍ୟୁ ଦଣ୍ଡାଦେଶ ମିଳିଛି। ଠକେଇ ମାମଲାରେ ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ହୋ ଚି ମିନ୍ ସିଟି ସହର ସ୍ଥିତ କୋର୍ଟ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ପ୍ରଦାନ କରିଛନ୍ତି।
ପଢନ୍ତୁ ପୁରା ଖବର

18:20 PM

ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେଡ଼ି

ବିଜେଡ଼ି ବିଧାୟକ ପ୍ରାର୍ଥୀ 

  1. ଲକ୍ଷ୍ମୀପୁର-ପ୍ରଭୁ ଜାନି
  2. ପାରାଦ୍ୱୀପ-ଗୀତାଞ୍ଚଳି ରାଉତରାୟ
  3. ସମ୍ବଲପୁର-ପ୍ରସନ୍ନ ଆଚାର୍ଯ୍ୟ
  4. ରେଢାଖୋଲ-ରୋହିତ ପୂଜାରୀ
  5. ତେଲକୋଇ-ମାଧବ ସର୍ଦ୍ଦାର
  6. ତାଳଚେର-ବ୍ରଜକିଶୋର ପ୍ରଧାନ
  7. ନର୍ଲା-ମନୋରମା ମହାନ୍ତି
  8. ବାଲିଗୁଡ଼ା- ଚକ୍ରମଣି କହଁର
  9. ଭୁବନେଶ୍ୱର ମଧ୍ୟ-ଅନ୍ତନ୍ତ ନାରାୟଣ ଜେନା

ବିଜେଡ଼ି ସାଂସଦ ପ୍ରାର୍ଥୀ 

  • ବାଲେଶ୍ୱର-ଡକ୍ଟର ଲେଖାଶ୍ରୀ ସାମନ୍ତ ସିଂହାର

 

 

 

17:42 PM

ଅଗ୍ନି ପରୀକ୍ଷା ଦେବ ସମୁଦ୍ରରେ ନିର୍ମିତ ହୋଇଥିବା ଦେଶର ପ୍ରଥମ ରେଳ ପୋଲ 
ଭାରତୀୟ ରେଳବାଇ ନିର୍ମାଣ କ୍ଷେତ୍ରରେ ଅନେକ ରେକର୍ଡ ସୃଷ୍ଟି କରିଛି। ତାହା ବିଶ୍ୱ ସ୍ତରୀୟ ରେଳ ଷ୍ଟେସନ ହେଉ କିମ୍ବା କାଶ୍ମୀର ଉପତ୍ୟାକାର ଚେନାବ ନଦୀ ଉପରେ ନିର୍ମିତ ବିଶ୍ୱର ସର୍ବୋଚ୍ଚ ରେଳ ପୋଲ ହେଉ ରେଳବାଇ ନିର୍ମାଣ କ୍ଷେତ୍ରରେ ଅନେକ ସଫଳତା ପାଇଛି। ଏବେ ଏହି ତାଲିକାରେ ଯୋଡ଼ି ହୋଇଛି କନ୍ୟାକୁମାରୀ ସ୍ଥିତ ପମ୍ବନ୍ ବ୍ରିଜ୍। ହେଲେ ପୁରୁଣା ପମ୍ବନ୍ ପୋଲର ବୟସ ପ୍ରାୟ ଶେଷ ହୋଇଯାଇଛି। ଏବେ ଏହି ରେଳ ପୋଲ ଆଫ ଅଧିକ ଦିନ ବ୍ୟବହାର ହୋଇପାରିବ ନାହିଁ। ଏବେ ଅନ୍ୟ ଏକ ନୂତନ ପମ୍ବନ୍ ରେଳ ପୋଲ ନିର୍ମାଣ କରାଯାଇଛି। ସମୁଦ୍ରରେ ନିର୍ମିତ ହୋଇଥିବା ଦେଶର ପ୍ରଥମ ରେଳ ପୋଲ ଏବେ ଇଞ୍ଜିନିୟରିଂ କ୍ଷେତ୍ରରେ ଏକ ତୁଳନାତ୍ମକ ଉଦାହରଣ ହେବାକୁ ଯାଉଛି। ଆପଣଙ୍କୁ କହିବା ଯେ ପମ୍ବାନ୍ ବ୍ରିଜ୍ ହେଉଛି ଦେଶର ମୁଖ୍ୟ ଭୂଭାଗକୁ ରାମେଶ୍ୱରମ୍ ଦ୍ୱୀପ ସହିତ ସଂଯୋଗ କରୁଥିବା ଏକ ସେତୁ। ଯାହା ସମ୍ପୂର୍ଣ୍ଣ ସମୁଦ୍ର ଉପରେ ନିର୍ମିତ ହୋଇଛି। 
ପଢନ୍ତୁ ପୁରା ଖବର

 

16:35 PM

ଆସନ୍ତା ୧୫ ତାରିଖରେ ହେବ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ଶୁଣାଣି
ଦିଲ୍ଲୀସ୍ଥିତ ତିହାର ଜେଲ ଠାରେ ବନ୍ଦ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ଗିରଫଦାରୀ ବିରୋଧରେ ସୁପ୍ରିମକୋର୍ଟ ଠାରେ ଏକ ଆବେଦନ କରିଛନ୍ତି। ଏହି ଆବେଦନ ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସହମତ ହୋଇଛନ୍ତି। ଆସନ୍ତା ୧୫ ତାରିଖରେ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବେ। ଅରବିନ୍ଦ କେଜ୍ରିୱାଲ ତାଙ୍କ ଗିରଫକୁ ବେଆଇନ ବୋଲି ଦର୍ଶାଇ ଦିଲ୍ଲୀ ହାଇକୋର୍ଟ ଠାରେ ଏକ ପିଟିସନ ଦାଖଲ କରିଥିଲେ। ଯାହାକୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ପ୍ରତ୍ୟାଖ୍ୟାନ କରିଥିଲେ। ଦିଲ୍ଲୀ ହାଇକୋର୍ଟ ପାଖରୁ ଝଟକା ପାଇବା ପରେ ଏବେ ଅରବିନ୍ଦ କେଜ୍ରିୱାଲ ଏବେ ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ପଢନ୍ତୁ ପୁରା ଖବର

14:24 PM

Odisha News Live Updates: ଓଡ଼ିଶାରେ ବିଜେପି ସରକାର ଗଢିବ: ବିଜୟପାଲ ସିଂ ତୋମାର
ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର ଆଜି ରାଉରକେଲାରେ  ପହଞ୍ଚିଛନ୍ତି। ସେ ସୁନ୍ଦରଗଡ଼ ସାତ ବିଧାନସଭା ଓ ଲୋକସଭା ଆସନ ଲାଗି ନିର୍ବାଚନ ରଣନୀତି ପ୍ରସ୍ତୁତ କରିବେ। ବୈଠକରେ ଲୋକସଭା ସାଂସଦ ପ୍ରାର୍ଥୀ ଜୁଏଲ ଓରାମଙ୍କ ସମେତ ଛଅ ବିଧାନସଭା ପ୍ରାର୍ଥୀ ଉପସ୍ଥିତ ଅଛନ୍ତି।

 

14:15 PM

Odisha News Live Update: ବିଜେପିର ସାଂଘାତିକ ଅଭିଯୋଗ - ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରୁଛି ବିଜେଡି

ପୁରୀରେ ନିର୍ବାଚନ ଆଚରଣ ବିଧିର ଉଲ୍ଲଘଂନ କରାଯାଇଛି। ଟଙ୍କା ବାଣ୍ଟି ଭୋଟରଙ୍କୁ ପ୍ରଭାବିତ କରିବା ନିମନ୍ତେ ପାଇଁ ବସିଛି ବୈଠକ। ଶାସକ ବିଜେଡି ଏପରି ଭାବେ ବେଆଇନ କାମ କରୁଥିବା ଅଭିଯୋଗ ଆଣିଛି ବିଜେପି । ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଆସିଛି ନିର୍ବାଚନ ଆଚରଣ ବିଧି ଉଲଘଂନ ଅଭିଯୋଗ। ଅଭିଯୋଗ ଅନୁସାରେ, ପୁରୀର ଅଠରନଳାରେ ଥିବା ଏକ କଲ୍ୟାଣ ମଣ୍ଡପରେ ବ୍ରହ୍ମଗିରିର ବିଜେଡ଼ି ପ୍ରାର୍ଥୀ ପୁରୀ ସଦର ବ୍ଲକର ୧୧ଟି ପଞ୍ଚାୟତର CPR, MBK ଙ୍କୁ ଡକାଇ ଏକ ବୈଠକ ଆୟୋଜନ କରିଥିଲେ। ନିର୍ବାଚନ ଆଚରଣ ବିଧି ଅନୁସାରେ ଏହା ସମ୍ପୂର୍ଣ ବେଆଇନ।

 

13:54 PM

Odisha News Live Update: ବିଜେଡି ଛାଡ଼ିଲେ ଜ୍ୟୋତି ପାଣିଗ୍ରାହୀ; ଝାଡ଼ିଲେ ଅସନ୍ତୋଷ
ନିର୍ବାଚନ ପରିବେଶ ସରଗରମ ହେବା ସହିତ ନେତାଙ୍କ ଦଳ ବଦଳ ଜାରି ରହିଛି। କିଏ ଦଳ ଛାଡୁଛି ତ କିଏ ନୂଆ ଦଳରେ ସାମିଲ ହେଉଛି। ସେହିପରି ବିଜେଡି ଛାଡ଼ିଛନ୍ତି ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ। ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଜ୍ୟୋତି ପାଣିଗ୍ରାହୀ ବିଜୁ ମହିଳା ଜନତା ଦଳର ସିନିୟର ଭାଇସ୍ ପ୍ରେସିଡେଣ୍ଟ ଓ ସୁନ୍ଦରଗଡ଼ ଜିଲ୍ଲା ବିଜେଡିର ପର୍ଯ୍ୟବେକ୍ଷକ ଥିଲେ।ଜ୍ୟୋତିଙ୍କ ସ୍ୱାମୀ ନିଜ ଇସ୍ତଫା ପତ୍ରରେ ଜ୍ୟୋତି ଲେଖିଛନ୍ତି, ବିଜେଡି ଆଉ ଆଗର ବିଜେଡି ହୋଇ ରହିନାହିଁ। ଲୋକଙ୍କ ସେବା ପାଇଁ ଆଗ ପରି ବିଜେଡିର ଏକତା କି ଗଣତାନ୍ତ୍ରିକ ମୂଲ୍ୟବୋଧ ନାହିଁ। ଏବର ହୋହାଲ୍ଲା ଭିତରେ ଏକୁଟିଆ ଲାଗୁଛି। ଦଳର ନେତାଙ୍କୁ ଭେଟି ବି ହେଉନାହିଁ। ତେଣୁ ଦଳ ଛାଡ଼ିବାକୁ ବାଧ୍ୟ ହେଉଛି। ୧୯୯୫ ମସିହାରେ ବିଜୁ ପଟ୍ଟନାୟକଙ୍କ ଡାକରାରେ ମୁଁ ଅଧ୍ୟାପିକା ଚାକିରି ଛାଡ଼ି ରାଜନୀତିକୁ ଆସିଥିଲି ବୋଲି ଜ୍ୟୋତି ପାଣିଗ୍ରାହୀ କହିଛନ୍ତି। ଟିକେଟ ପାଇଁ ଆଶାୟୀ ଥିଲେ ଜ୍ୟୋତି ପାଣିଗ୍ରାହୀ । ହେଲେ ତାଙ୍କୁ ଟିକେଟ ମିଳିନଥିଲା।

13:37 PM

Odisha News Live Updates: ବିଏସ୍‌ପିରୁ ଇସ୍ତଫା ଦେଇ ଆର୍‌ଏଲ୍‌ଡିରେ ମିଶିଲେ ସାଂସଦ ମାଲୁକ ନାଗର
ଲୋକସଭା ନିର୍ବାଚନ ପୂର୍ବରୁ ବିଏସ୍‌ପିକୁ ଝଟକା । ଦଳ ରୁ ଇସ୍ତଫା ଦେଲେ ଉତ୍ତରପ୍ରଦେଶ ବିଜନୋରର ଏମ୍‌ପି ମାଲୁକ ନାଗର । ଏହାପରେ ସେ ଆର୍‌ଏଲ୍‌ଡିରେ ଯୋଗ ଦେଇଛନ୍ତି । ତେବେ ମାଲୁକ ନାଗରଙ୍କ ସ୍ଥାନରେ ବିଏସ୍‌ପି ମୁଖ୍ୟ ମାୟାବତୀ ବିଜେନ୍ଦ୍ର ସିଂଙ୍କୁ ପ୍ରାର୍ଥୀ କରିଛନ୍ତି । ଯାହାକୁ ନେଇ ନିରାଶ ହୋଇ ମାଲୁକ ନାଗର ଦଳ ଛାଡ଼ିଥିବା କୁହାଯାଉଛି। ତେବେ ବିଏସ୍‌ପିର ଶକ୍ତିଶାଳୀ ନେତାଙ୍କ ମଧ୍ୟରେ ନାଗର ଜଣେ। କାରଣ ସେ ୨୦୦୬ରୁ ଦିର୍ଘ ୧୮ ବର୍ଷ ଧରି ବିଏସ୍‌ପିରେ ରହିଥିଲେ।

13:23 PM

Odisha News Live Updates: ବିଜେପିରେ ମିଶିବେ କଂଗ୍ରେସର ଏହି ଦିଗ୍ଗଜ ନେତା
କଂଗ୍ରେସର ଜାତୀୟ ବାଚସ୍ପତି ରୋହନ ଗୁପ୍ତା ବିଜେପିରେ ଯୋଗଦେବାକୁ ଯାଉଛନ୍ତି। ଗତ ମାସରେ ସେ ଅହମ୍ମଦାବାଦ ପୂର୍ବ ଆସନରୁ ଲୋକସଭା ନିର୍ବାଚନ 2024 ଟିକେଟ୍ ଫେରାଇ ଆଣିଥିଲେ ଏବଂ ତାଙ୍କ ପିତାଙ୍କ ସେବା କରିବା ପାଇଁ ଅସୁସ୍ଥତା ଦର୍ଶାଇ ଦଳ ଛାଡିଥିଲେ। ସେ ତାଙ୍କ ପିତାଙ୍କ ପ୍ରତି ବିଶ୍ୱାସଘାତକତା କରିଥିବା ଅଭିଯୋଗ କରିଛନ୍ତି। ଦଳର ବରିଷ୍ଠ ନେତାମାନଙ୍କୁ ଟାର୍ଗେଟ କରାଯାଇଥିଲା।

 

13:03 PM

Odisha News Live Updates: ସଅଳ ଆସିବ ମୌସୂମୀ, ଧୂମ ବର୍ଷିବ 
ଚଳିତ ବର୍ଷ ପାଗର ମିଞ୍ଜାସ କିପରି ରହିବ, ସେନେଇ ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛି। ବିଶେଷଜ୍ଞଙ୍କ ପୂର୍ବାନୁମାନ ଅନୁସାରେ, ଏଥର ମୌସୁମୀ ସହଳ ପ୍ରବେଶ କରିପାରେ ଏବଂ ଅଧିକ ବୃଷ୍ଟିପାତ ହେବାର ମଧ୍ୟ ସମ୍ଭାବନା ରହିଛି। ଇଣ୍ଡିଆନ ଓସେନ ଡିପୋଲ୍ (IOD) ଏବଂ ଲା ନିନା ଏକାଠି ସକ୍ରିୟ ହେଉଥିବାରୁ ପୂର୍ବ ଅପେକ୍ଷା ଚଳିତ ବର୍ଷ ମୌସୁମୀ ସମ୍ଭବତଃ ଆଗରୁ ଆସିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି କାରଣରୁ ଦେଶର ବିଭିନ୍ନ ସ୍ଥାନରେ ଅଧିକ ପରିମାଣର ବୃଷ୍ଟିପାତ ହେବାର ସମ୍ଭାବନା ରହିଛି।

 

12:58 PM

Odisha News Live Updates: ଋଷକେଶରେ ନିର୍ବାଚନ ପ୍ରଚାର ଆରମ୍ଭ କଲେ ମୋଦୀ
ସମସ୍ତ ରାଜନୈତିକ ଦଳ ଆଗାମୀ ଲୋକସଭା ନିର୍ବାଚନ (2024) ପାଇଁ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। କେନ୍ଦ୍ରରେ ଶାସକ ବିଜେପି ମଧ୍ୟ ତାରକା ପ୍ରଚାରକମାନଙ୍କ ସହ ଜନସାଧାରଣଙ୍କ ସହ ଯୋଗାଯୋଗ କରୁଛି। ଏହା ଅଧୀନରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ଋଷିକେଶରେ ବିଜୟ ସଙ୍କଳ୍ପ ରାଲିକୁ ସମ୍ବୋଧିତ କରିଛନ୍ତି। ଶୁଣନ୍ତୁ କଣ କହିଛନ୍ତି ମୋଦି...

 

12:18 PM

Odisha News Live Updates: ବିଜେପି ଛାଡ଼ି ପାରନ୍ତି ବିଦୁସ୍ମିତା
ବିଜେପି ଛାଡିପାରନ୍ତି ଅଭିନେତ୍ରୀ ବିଦୁସ୍ମିତା । ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଇ ବିଦୁସ୍ମିତା ବିଜେଡିରେ ମିଶିବେ ବୋଲି ଚର୍ଚ୍ଚା ହେଉଛି । ବିଦୁସ୍ମିତାଙ୍କ ସ୍ୱାମୀ ଅନନ୍ତ କୁମାର ଦାସଙ୍କୁ ୨୦୧୯ରେ ବିଧାୟକ ପ୍ରାର୍ଥୀ କରିଥିଲା ବିଜେପି । ସ୍ୱାମୀଙ୍କ ପାଇଁ ଘର ଘର ବୁଲି ପ୍ରଚାର କରିଥିଲେ ବିଦୁସ୍ମିତା । କିଛି ଦିନ ତଳେ ତାଙ୍କୁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା ।

12:07 PM

Odisha News Live Updates: ବିଜେପିରେ ସ୍ୱର୍ଗତ ରାଣୀ ସୁଜ୍ଞାନ ଦେଓଙ୍କ ସମର୍ଥକ 
ବିଜେପିରେ ସାମିଲ ହେଲେ ସ୍ୱର୍ଗତ ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କ ସମର୍ଥକ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି ସୁଜ୍ଞାନୀଙ୍କ ସମର୍ଥକ । ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ, ଆସ୍କା ସାଂସଦ ପ୍ରାର୍ଥୀ ଅନିତା ଶୁଭଦର୍ଶିନୀ , ରାଜ୍ୟ ବିଜେପି ସଭାପତିଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି ସୁଜ୍ଞାନଙ୍କ ଶତାଧିକ ସମର୍ଥକ । ଖଲ୍ଲିକୋଟ ବ୍ଲକ ଉପାଧ୍ୟକ୍ଷ କାଳୁରାମ ମହାରଣାଙ୍କ ନେତୃତ୍ୱରେ ସାମିଲ ଖଲ୍ଲିକୋଟ ଏବଂ ଚିକିଟିର ଏକାଧିକ ସରପଂଚ, ପୂର୍ବତନ ସରପଂଚ, ସମିତି ସଭ୍ୟ ବିଜେପିରେ ସାମିଲ ହୋଇଛନ୍ତି । ସେହିପରି କବିସୂର୍ଯ୍ୟନଗର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ସୀତାରାମ ପାଣିଗ୍ରାହୀଙ୍କ ସହ ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ପିସିସି ମୁଖପାତ୍ର ପୀତବାସ ପଣ୍ଡାଙ୍କ ସହ ଗଂଜାମ ବାର କାଉନସିଲର ଏକାଧିକ ଆଇନଜୀବୀ ବିଜେପିରେ ଯୋଗ ଦେଇଛନ୍ତି ।

11:57 AM

Odisha News Live Updates: ଭୋଟରଙ୍କୁ ସଚେତନ କରୁଛନ୍ତି ଛାତ୍ରଛାତ୍ରୀ 
ମାଲକାନଗିରିରେ ଭୋଟରଙ୍କୁ ସଚେତନ କରୁଛନ୍ତି ଛାତ୍ରଛାତ୍ରୀ । କୋୟା ଆଦିବାସୀ ଭାଷାରେ ସଚେତନ କରୁଛନ୍ତି ଜଗନ୍ନାଥପାଲି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ । ଏହି ଅବସରରେ ମେ ୧୩ ରେ ଘରୁ ବାହାରି ଭୋଟ୍ ଦେବା ଲାଗି ନିବେଦନ କରିଛନ୍ତି ସ୍କୁଲ ଛାତ୍ରଛାତ୍ରୀ । ନିର୍ବାଚନରେ ପ୍ରତିଟି ଭୋଟର ମୂଲ୍ୟ ରହିଛି । ପ୍ରତି ୫ ବର୍ଷରେ ନେତା ବାଛିବାକୁ ସୁଯୋଗ ରହିଛି । ଏପରି ସ୍ଥିତିରେ ଦେଶର ସଚେତନ ନାଗରିକ ହିସାବରେ ଘରୁ ବାହାରି ଭୋଟ୍ ଦେବାକୁ ଅପିଲ କରିଛନ୍ତି ଜଗନ୍ନାଥପାଲି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ।

11:37 AM

Odisha News Live Updates: ଆଜି ଆସିପାରେ ବଳକା ପ୍ରାର୍ଥୀ ତାଲିକା
ଆଜି ଓଡିଶାର ୨୦ରୁ ୨୨ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । ଏହି ଆସନ ମଧ୍ୟରେ ରାଉରକେଲା ବିଧାନସଭା ରହିଛି । ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ତଥା ସାଂସଦ ବିଜୟ ପାଲସିଂହ ତୋମାର ଏହି ବୟାନ ଦେଇଛନ୍ତି । ରାଉରକେଲା ଏବଂ ସୁନ୍ଦରଗଡ ଗସ୍ତ ବେଳେ ତୋମାର ଏପରି କହିଛନ୍ତି । ରାଉରକେଲା ବିଧାନସଭା ପାଇଁ ଦିଲ୍ଲୀପ ରାୟ ପ୍ରାର୍ଥୀ ହେବାର ସମ୍ଭାବନା ଅଧିକ । ନିକଟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ ଲୋକସଭାର ସାଂସଦ ପ୍ରାର୍ଥୀ ଜୁଏଲ ଓରାମ ମଧ୍ୟ ଦିଲ୍ଲୀପ ରାୟ ରାଉରକେଲା ବିଧାନସଭାର ପ୍ରାର୍ଥୀ ହେବେ ବୋଲି କହିଥିଲେ । ଆଜି ୨୦ ରୁ ୨୨ଟି ଆସନରେ ପ୍ରାର୍ଥୀ ଘୋଷଣା ପରେ ବଳକା ୧୮ ରୁ ୨୦ ଆସନ ପାଇଁ ତାଲିକା ଆସିିବ । ସବୁ ସ୍ଥାନରେ ଏଭଳି ପ୍ରାର୍ଥୀ ଦିଆଯାଉଛି ଯେ ଯେଭଳି ଏଥର ପୁଣି କେନ୍ଦ୍ରରେ ବିଜେପି ସରକାର ଆସିବ ଏବଂ ରାଜ୍ୟରେ ମଧ୍ୟ ବିଜେପି ସରକାର ଆସିବ ବୋଲି ପ୍ରଭାରୀ ତୋମାର କହିଛନ୍ତି । ଏଥର ସୁନ୍ଦରଗଡ଼ରେ ଲୋକସଭା ଏବଂ ବିଧାନସଭାର ସମସ୍ତ ସିଟରେ ବିଜେପି ବିଜୟ ଲାଭ କରିବ ବୋଲି ତୋମାର ଦୃଢୋକ୍ତି ପ୍ରକାଶ କରିଛନ୍ତି ।

11:12 AM

Odisha News Live updates: ୨ ବିଧାୟକଙ୍କ ରଦ୍ଦ ହେଲା ସଭ୍ୟପଦ 
ଦୁଇ ବିଧାୟକଙ୍କ ସଭ୍ୟ ପଦକୁ ରଦ୍ଦ କରିଦେଇଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ। ସମ୍ବିଧାନର ନିୟମ ମୁତାବକ କାର୍ଯ୍ୟାନୁଷ୍ଠାନ ନେବା ସହିତ ବାଚସ୍ପତି ପ୍ରମିଳା ମଲ୍ଲିକ ଜୟଦେବ ବିଧାୟକ ଓ ତେଲକୋଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି। ତେବେ ନିକଟରେ ଏହି ଦୁଇ ବିଧାୟକ ବିଜେଡି ଛାଡି ବିଜେପିରେ ସାମିଲ ହେଇଥିଲେ । ଏପରିକି ଅରବିନ୍ଦ ଢାଲିଙ୍କୁ ବିଜେପି ଜୟଦେବ ଆସନରୁ ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀ ମଧ୍ୟ ଘୋଷଣା କରିଥିଲା । ଅନ୍ୟପଟେ ପ୍ରେମାନନ୍ଦ ମଧ୍ୟ ଟିକେଟ୍ ପାଇବା ପାଇଁ ରେସରେ ଅଛନ୍ତି ।

 

10:39 AM

Odisha News Live updates: ସୀମା ବିବାଦକୁ ନେଇ ଚୀନ ସହ କଥା ହେବା ନିହାତି ଜରୁରୀ: ମୋଦୀ
ଆମେରିକାର ପ୍ରସିଦ୍ଧ ସାପ୍ତାହିକ ପତ୍ରିକା ‘ନ୍ୟୁଜ୍ ୱିକ୍’ ସହିତ ହୋଇଥିବା ଏକ ସାକ୍ଷାତକାରରେ ପିଏମ ମୋଦୀ କହିଛନ୍ତି ଯେ, ଭାରତ ପାଇଁ ଚୀନ୍ ସହ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ ଅଟେ । ମୁଁ ଚାହୁଁଛି ଯେ, ଚୀନ ଏବଂ ଭାରତ ମଧ୍ୟରେ ଚାଲିଥିବା ସୀମା ବିବାଦକୁ ନେଇ ଆମର ପରସ୍ପର ସହିତ ଆଲୋଚନା କରିବା ଉଚିତ୍ । ଯାହା ଦ୍ଵାରା ଏହି ବିବାଦର ସମାପ୍ତ ହୋଇପାରିବ । ଭାରତ ଏବଂ ଚୀନ ମଧ୍ୟରେ ଥିବା ଏହି ବିବାଦ କେବଳ ଏହି ଦୁଇ ଦେଶ ପାଇଁ ନୁହେଁ ବରଂ ପୁରା ବିଶ୍ଵ ପାଇଁ ନିହାତି ଜରୁରୀ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ମୋର ବିଶ୍ଵାସ ଅଛି ଯେ କୂଟନୈତିକ ଏବଂ ସାମରିକ ସ୍ତରରେ ସକରାତ୍ମକ ତଥା ଗଠନମୂଳକ ଦ୍ୱିପାକ୍ଷିକ ଯୋଗଦାନ ମାଧ୍ୟମରେ ଆମେ ଆମର ସୀମାରେ ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବାରେ ସକ୍ଷମ ହେବୁ ।

10:18 AM

Odisha News Live Updates: ପୁଲୱାମାରେ ଏନକାଉଣ୍ଟର; ସେନା ଗୁଳିରେ ଜଣେ ଆତଙ୍କୀ ସଫା
ଜମ୍ମୁ- କଶ୍ମୀରର ପୁଲୱାମାରେ ଏନକାଉଣ୍ଟରରେ ଟଳିଲା ଜଣେ ଆତଙ୍କବାଦୀ। ପୁଲୱାମାରେ ଆଜି ଭୋରୁ ସୁରକ୍ଷା କର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷ ମଧ୍ୟରେ ଆଖି ବୁଜା ଗୁଳି ଚାଳନା ହୋଇଥିବା ବେଳେ ସୁରକ୍ଷା କର୍ମୀଙ୍କ ଦ୍ୱାରା ସଫା ହୋଇଛି ଜଣେ ଆତଙ୍କବାଦୀ । ଏଥିସହ ଆଉ ଜଣେ ଆତଙ୍କବାଦୀଙ୍କୁ ସୁରକ୍ଷା କର୍ମୀ ଘେରାବନ୍ଦୀ କରି ରଖିଥିବା ଜଣାଯାଇଛି। ପୁଲୱାମା ଜିଲ୍ଲାର ଅର୍ଶିପୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ ସୂଚନା ମିଳିଥିଲା। ଏହାପରେ ତୁରନ୍ତ ଆଜି ଭୋରରୁ ଆଖପାଖ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଉଭୟ ପକ୍ଷ ମୁହାଁମୁହିଁ ହୋଇଥିବା ବେଳେ ବହୁ ସମୟ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ଆଖିବୁଜା ଗୁଳି ଚାଳନା ହୋଇଥିଲା।

 

10:00 AM

Odisha News Live Updates: ଜେଲ୍‌ରେ କେଜ୍ରିୱାଲ୍‌; ଇସ୍ତଫା ଦେଲେ ଦିଲ୍ଲୀ ମନ୍ତ୍ରୀ ରାଜ କୁମାର ଆନନ୍ଦ
ଦିଲ୍ଲୀ ମନ୍ତ୍ରୀ ରାଜ କୁମାର ଆନନ୍ଦ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଆମ୍ ଆଦମୀ ପାର୍ଟି (ଆପ୍‌) ଦୁର୍ନୀତିରେ ଜଡିତ ଥିବାରୁ ସେ ଏପରି ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀର ମଦ ନୀତି ମାମଲାରେ ଆପ୍‌ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ତାଙ୍କ ପୂର୍ବତନ ଡେପୁଟି ମନୀଷ ସିସୋଡିଆଙ୍କ ସମେତ ପ୍ରମୁଖ ନେତା ଗିରଫ ହୋଇଛନ୍ତି। ଆନନ୍ଦ ଏହି ଘୋଷଣା କରିବାର କିଛି ସମୟ ପରେ ଆପ୍‌ ନେତା ‌ସୌରଭ ଭରଦ୍ୱାଜ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ  ଆନନ୍ଦଙ୍କୁ ବିଜେପି “ଚାପରେ” ଦଳ ଛାଡ଼ିବାକୁ କହିଛି। ଭରଦ୍ୱାଜ କିନ୍ତୁ ଏହି ଅଭିଯୋଗକୁ ସ୍ବୀକାର କରିନାହାନ୍ତି।

09:26 AM

Odisha News Live Updates: ଟ୍ୱିନସିଟିରେ କୋହଲା ପାଗ, ଝଡ଼ତୋଫାନ ସହ ବର୍ଷା

ଟ୍ୱିନ ସିଟିରେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିଛି। ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ୧୦ ଜିଲ୍ଲାର କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ସହ ୧୪ ଜିଲ୍ଲାରେ ଘଡ଼ଘଡ଼ି ସହ ମଧ୍ୟମଧରଣର ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ପାଣିପାଗକେନ୍ଦ୍ରର ସୂଚନା ଅନୁସାରେ, ପଶ୍ଚିମା ଝଡ଼ ପ୍ରଭାବରେ ବାୟୁ ମଣ୍ଡଳର ମଧ୍ୟ ଏବଂ ଉପରିଭାଗର ନିମ୍ନଚାପ ରେଖା ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି। ଆଜି ୧୦ ଜିଲ୍ଲାର କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ହେବା ସହ୧୪ ଜିଲ୍ଲାରେ ଘଡ଼ଘଡ଼ି ସହ ମଧ୍ୟମଧରଣର ବର୍ଷା ହେବ। ଏନେଇ ଏହି ସବୁ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା ବରଗଡ଼, ବଲାଙ୍ଗିର, ସୋନପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା,ସମ୍ବଲପୁର, ନୂଆପଡ଼ା, ବୌଦ୍ଧ, ଅନୁଗୋଳ, କେନ୍ଦୁଝର, କଟକ, ଖୋର୍ଦ୍ଧା, ଢେଙ୍କାନାଳ ଓ ଦେବଗଡ଼। ଏହିସବୁ ଜିଲ୍ଲାରେ ୩ ଘଣ୍ଟା ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି।

09:16 AM

Odisha News Live Updates: ପୁଣି ଥରେ ପଦାରେ ପଡ଼ିଲା ଓଲିଉଡ଼ କଳି
ପୁଣି ଥରେ ପଦାରେ ପଡ଼ିଛି ଓଲିଉଡ଼ କଳି। ଥାନାରେ ପହଞ୍ଚିଛି ଅଭିନେତା ନିର୍ଦ୍ଦେଶକଙ୍କ କଳି। ଓଲିଉଡ଼ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଓ ପ୍ରଯୋଜକ ପ୍ରୀତମ ସାହୁଙ୍କ ମଧ୍ୟରେ ସୋସିଆଲ ମିଡ଼ିଆରେ ଚାଲିଥିବା ତୁତୁ ମେଁମେଁ ଉଗ୍ର ରୂପ ଧାରଣ କରିଛି। ଏହାକୁ ନେଇ ବିଡାନାସୀ ଥାନାରେ ମାମଲା ରୁଜୁ ହୋଇଛି। ତେବେ ଉଭୟଙ୍କୁ ଡାକି ପୋଲିସ ଆପୋଷ ସମାଧାନ ପାଇଁ ପ୍ରୟାସ ଚଳାଇଥିବା ସୂଚନା ରହିଛି। ସୂଚନା ଯୋଗ୍ୟ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କ କ୍ଷୋଭ ପ୍ରକାଶ କରିଥିଲେ। ପଢନ୍ତୁ ପୂରା ରିପୋର୍ଟ...

 

09:00 AM

୩ ଘଣ୍ଟା ପାଇଁ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ
ଟ୍ବିନ୍ ସିଟିରେ ସକାଳୁ ସକାଳୁ ପାଗ ମେଘୁଆ ରହିଥିବା ଦେଖିବାକୁ ମିଳିଛି।  ଝିପି ଝିପି ବର୍ଷା ଲାଗି ରହିଛି। ୩ ଘଣ୍ଚା ପାଇଁ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ।  ଏହି ଜିଲ୍ଲା ଗୁଡିକ ହେଲା ବରଗଡ଼ ,ବଲାଙ୍ଗୀର, ସୋନପୁର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ନୂଆପଡା, ବୌଦ୍ଧ, ଅନୁଗୁଳ, କଟକ, ଖୋର୍ଦ୍ଧା,କେନ୍ଦୁଝର, ଢେଙ୍କାନାଳ ଓ ଦେବଗଡ। 

08:52 AM

Chhena Poda: ଆଜି ହେଉଛି ଛେନାପୋଡ଼ ଦିବସ

Odisha Sweet Cuisine Chhena Poda: ଅପ୍ରେଲ ୧୧ ତାରିଖ ଆଜି ହେଉଛି ଛେନାପୋଡ଼ ଦିବସ। ସର୍ବପ୍ରଥମେ ଗତ ୨୦୨୨ ଅପ୍ରେଲ ୧୧ ତାରିଖରୁ ଛେନାପୋଡ଼ ଦିବସ ପାଳନ କରିବାର ପରମ୍ପରା ଆରମ୍ଭ ହୋଇଥିଲା। ୧୯୩୧ ମସିହା ଆଜିର ଦିନରେ ନୟାଗଡ଼ ଜିଲ୍ଲାର ସାତପାଟଣା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଛେନାପୋଡ଼ର ଜନକ ସୁଦର୍ଶନ ସାହୁ।  ଛେନାପୋଡ଼ ବାରଶହ ଶତାବ୍ଦୀରେ ନୟାଗଡ଼ ଜିଲାରେ ଜନ୍ମଥିବାର କୁହାଯାଏ। ମାତ୍ର ଷାଠିଏ ଦଶକ ବେଳକୁ ଏହାର ଜନକ ସୁଦର୍ଶନ ସାହୁଙ୍କ ପାଇଁ ଜନମାନସକୁ ଆସିଥିଲା। ଛେନପୋଡ଼ ଲୋକପ୍ରିୟ ହେବା ପଛରେ ତାଙ୍କର ଏକ ବହୁତ ବଡ଼ ଭୂମିକା ରହିଥିଲା। ଥରେ ସେ ତାଙ୍କ ଦୋକାନରେ ବଳକା ଛେନାକୁ ଗୁଡ଼ ମିଶାଇ ତାହାକୁ ସାରା ରାତି ଚୁଲି ଉପରେ ରଖିଦେଇଥିଲେ। ଯାହା ତାହା ପର ଦିନ ସକାଳେ ଛେନାପୋଡ଼ ରୂପ ନେଇଥିଲା। 

08:38 AM

ଭାରତ ଆସିବେ ଏଲନ୍‍ ମସ୍କ
ଭୁବନେଶ୍ୱର: ବିଶିଷ୍ଟ ଶିଳ୍ପପତି ତଥା ଟେସ୍‍ଲା ମୋଟର୍ସର ମାଲିକ ଏଲନ୍‍ ମସ୍କ ଭାରତ ଆସୁଛନ୍ତି।  ଚଳିତ ମାସ ଶେଷ ଆଡ଼କୁ ତାଙ୍କର ଏହି ଗସ୍ତ ସମ୍ଭାବନା ରହିଛି। କିନ୍ତୁ  ମସ୍କଙ୍କ ପକ୍ଷରୁ ଏବାବଦରେ କିଛି ସୂଚନା ଦିଆଯାଇ ନାହିଁ।  ଭାରତରେ ଟେସ୍‍ଲା ମୋଟର୍ସର ସ୍ବତନ୍ତ୍ର କାରଖାନା ସ୍ଥାପନ ପାଇଁ ସୂଚନା ଦେବା ପରେ ତାଙ୍କର ଏହି ଗସ୍ତ ଅନେକ ଗୁରତ୍ୱ ବହନ କରୁଛି। ଏହି ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିପାରନ୍ତି। ନିଜର ଟ୍ୱିଟର ହ୍ୟାଣ୍ଡଲରେ ସେ ଏ ନେଇ ଆଗ୍ରହ ପ୍ରକାଶ କରିଛନ୍ତି। ଗତବର୍ଷ ଜୁନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ସମୟରେ ଶ୍ରୀ ମସ୍କ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। ସେ ସମୟରେ ୨୦୨୪ରେ ସେ ଭାରତ ଆସିବେ ଏବଂ ଭାରତୀୟ ବଜାରରେ ଟେସ୍‍ଲା ପ୍ରବେଶ କରାଇବେ ବୋଲି ସୂଚନା ଦେଇଥିଲେ।  ଭାରତରେ ଟେସଲାର ପ୍ରବେଶ ଇଲାକ୍ଟଅିକ୍ କାର ନିର୍ମାଣ ସହ ହୋଇପାରେ। କମ୍ପାନୀ ହାଇଦ୍ରାବାଦ, ଗୁଜରାଟ ବା ମହାରାଷ୍ଟ୍ରରେ ନିଜର ପ୍ଲାଣ୍ଟ ନିର୍ମାଣ କରିବା ସମ୍ଭାବନା ରହିଛି। ଏଥିଲାଗି ଭାରତୀୟ ଉଦ୍ୟୋଗ ରିଲାଏନ୍ସ ସହ ଟେସଲା ଏକ ଯୌଥ କମ୍ପାନୀ ଗଠନ କରିବା ସମ୍ଭାବନା ବି ରହିଛି।

07:58 AM

Odisha News Live Updates: ୬ ଦେଶରେ ଭାରତୀୟ ସେନା
ନିଜର ସାମରିକ କୌଶଳ ଓ ସ୍ୱ ନିର୍ମିତ ଅସ୍ତ୍ରଶସ୍ତ୍ରକୁ ବନ୍ଧୁ ରାଷ୍ଟ୍ରଙ୍କୁ ପରିଚିତ କରାଇବା ଉଦ୍ଦେଶ୍ୟରେ ବିଭିନ୍ନ ଦେଶରେ ଭାରତ ନିଜର ସେନା ବାହିନୀର ସ୍ୱଥନ୍ତ୍ର ବଳ ମୁତ୍ତୟ୍ରନ କରିବ। ଏହିକ୍ରମରେ ୨୬ ନୂଆ ରାଷ୍ଟ୍ରରେ ଭାରତୀୟ ସେନା ମୁତ୍ତୟନ କରିବାଲାଗି ଯୋଜନା ଥିବା ବର୍ହିବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ପଢ଼ନ୍ତୁ ପୂରା ରିପୋର୍ଟ...

07:50 AM

ଭାରାସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା କାର୍, ଘଟଣାସ୍ଥଳରେ ୬ ମୃତ
Road Accident: ରାସ୍ତାରେ ଛକି ବସିଥିଲା ଯମ। ଚାହୁଁଚାହୁଁ ଚାଲିଗଲା ୬ ନିରୀହ ଜୀବନ। ଭୟଙ୍କର ସଡ଼କ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ୬ ଜଣ ମୃତକଙ୍କ ମଧ୍ୟରୁ ୫ ଜଣ ଗୋଟିଏ ପରିବାରର ସଦସ୍ୟ ହୋଇଥିବା ଜଣାପଡି଼ଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି। ତାମିଲନାଡୁର ବୃନ୍ଦାନଗର ମଦୁରାଇ ଜାତୀୟ ରାଜପଥ ତିରୁମଙ୍ଗଲମ୍ ରେ ଏକ କାର୍ ଟି ଭାରସାମ୍ୟ ହରାଇ  ରାସ୍ତାକଡକୁ ଓଲଟି ପଡିବାରୁ ଦୁର୍ଘଟଣା ଘଟିଛି।

ଲିଙ୍କରେ କ୍ଲିକ୍ କରି ଅଧିକ ଖବର ପଢନ୍ତୁ : Road Accident: ଭାରାସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା କାର୍, ଘଟଣାସ୍ଥଳରେ ୬ ମୃତ

07:35 AM

ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା! ଆଲର୍ଟ କଲା ପାଣିପାଗ ବିଭାଗ
Weather Update: ରାଜ୍ୟବାସୀଙ୍କୁ ଗ୍ରୀଷ୍ମ ପ୍ରକୋପରୁ ମୁକ୍ତି ମିଳିଛି । କାଳବୈଶାଖି ବର୍ଷା ଆଶ୍ବସ୍ତି ଦେଇଛି। ବର୍ତ୍ତମାନ ରାଜ୍ୟର ପାଣିପାଗ ସ୍ବାଭାବିକ ସ୍ଥିତିରେ ଥିବା ବେଳେ ପାରଦ ତଳ ମୁହାଁ ରହିଛି। ଲଗାତର ତୃତୀୟ ଦିନରେ  ରାଜ୍ୟରେ କୌଣସି ସ୍ଥାନରେ ପାରଦ ୪୦ ଡିଗ୍ରୀ ଟପି ନ ଥିବା ନଜରକୁ ଆସିଛି। ଖରା ଛାଇର ଲୁଚକାଳି ଖେଳ ଭିତରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ନୂଆପଡା, ବଲାଙ୍ଗୀର , ସୋନପୁର ,ବୌଦ୍ଧ  ଆଦି ଜିଲ୍ଲାରେ ସ୍ଥାନେ ସ୍ଥାନେ ବର୍ଷା ରେକର୍ଡ଼ ହୋଇଛି। ୨ ଦିନ ରାଜ୍ୟ ପାଣିପାଗରେ କିଛି ବିଶେଷ ପରିବର୍ତ୍ତନ ହୋଇ ନଥିବା ବେଳେ ୧୩ ତାରିଖରୁ ପର୍ଯ୍ୟାୟ କ୍ରମେ ପାରଦ ୩ରୁ ୪ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। 

ଲିଙ୍କରେ କ୍ଲିକ୍ କରି ଅଧିକ ଖବର ପଢନ୍ତୁ : Weather Update: ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା! ଆଲର୍ଟ କଲା ପାଣିପାଗ ବିଭାଗ

07:21 AM

Odisha News Live Updaets: ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା!
ରାଜ୍ୟବାସୀଙ୍କୁ ଗ୍ରୀଷ୍ମ ପ୍ରକୋପରୁ ମୁକ୍ତି ମିଳିଛି । କାଳବୈଶାଖି ବର୍ଷା ଆଶ୍ବସ୍ତି ଦେଇଛି। ବର୍ତ୍ତମାନ ରାଜ୍ୟର ପାଣିପାଗ ସ୍ବାଭାବିକ ସ୍ଥିତିରେ ଥିବା ବେଳେ ପାରଦ ତଳ ମୁହାଁ ରହିଛି। ଲଗାତର ତୃତୀୟ ଦିନରେ  ରାଜ୍ୟରେ କୌଣସି ସ୍ଥାନରେ ପାରଦ ୪୦ ଡିଗ୍ରୀ ଟପି ନ ଥିବା ନଜରକୁ ଆସିଛି। ଖରା ଛାଇର ଲୁଚକାଳି ଖେଳ ଭିତରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ନୂଆପଡା, ବଲାଙ୍ଗୀର , ସୋନପୁର ,ବୌଦ୍ଧ  ଆଦି ଜିଲ୍ଲାରେ ସ୍ଥାନେ ସ୍ଥାନେ ବର୍ଷା ରେକର୍ଡ଼ ହୋଇଛି। ୨ ଦିନ ରାଜ୍ୟ ପାଣିପାଗରେ କିଛି ବିଶେଷ ପରିବର୍ତ୍ତନ ହୋଇ ନଥିବା ବେଳେ ୧୩ ତାରିଖରୁ ପର୍ଯ୍ୟାୟ କ୍ରମେ ପାରଦ ୩ରୁ ୪ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ପଢ଼ନ୍ତୁ ପୂରା ରିପୋର୍ଟ...

07:19 AM

Odisha News Live Updates: ଜାଣନ୍ତୁ ଆଜିର ରାଶିଫଳ
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଏପ୍ରିଲ୍ ୧୧ ହେଉଛି ଗୁରୁବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ। ପଢନ୍ତୁ ପୂରା ରାଶିଫଳ...

07:17 AM

ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।