Odisha News Live Updates: ଦିଲ୍ଲୀପ ରାୟଙ୍କୁ ମିଳିପାରେ ଟିକେଟ୍, ପଢି ନିଅନ୍ତୁ ଆଜିର ଆଉ କିଛି ତାଜା ଖବର
Advertisement
Article Detail0/zeeodisha/odisha2195714

Odisha News Live Updates: ଦିଲ୍ଲୀପ ରାୟଙ୍କୁ ମିଳିପାରେ ଟିକେଟ୍, ପଢି ନିଅନ୍ତୁ ଆଜିର ଆଉ କିଛି ତାଜା ଖବର

ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍

Odisha News Live Updates: ଦିଲ୍ଲୀପ ରାୟଙ୍କୁ ମିଳିପାରେ ଟିକେଟ୍, ପଢି ନିଅନ୍ତୁ ଆଜିର ଆଉ କିଛି ତାଜା ଖବର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

09 April 2024
23:36 PM

ପ୍ରତିଷ୍ଠାତାଙ୍କ ପରେ ଇସ୍ତଫା ଦେଲେ ପେଟିଏମ ସିଇଓ-ଏମଡ଼ି
ପେଟିଏମ୍ ଦ୍ୱାରା ଫିଣ୍ଟେକ୍ କମ୍ପାନୀ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ପାଇଁ ସ୍ଥିତି ଭଲ ହେବା ଭଳି ମନେ ହେଉନାହିଁ। କମ୍ପାନୀ ପରିଚାଳନା ସ୍ଥିତିରେ ଉନ୍ନତି ହେବା ପରିବର୍ତ୍ତେ ଏହା ଆହୁରି ଖରାପ ହେବାରେ ଲାଗିଛି। ଯାହାର ପ୍ରମାଣ ମଙ୍ଗଳବାର (ଅପ୍ରେଲ ୯) ମିଳିଯାଇଛି। ପେଟିଏମ୍ ପେମେଣ୍ଟ ବ୍ୟାଙ୍କ (ପିପିବି) ପରିଚାଳନା ନିର୍ଦ୍ଦେଶ (ଏମଡ଼ି) ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସୁରିନ୍ଦର ଚାୱଲାଙ୍କ ପାଖରୁ ଆସିଛି। ପେଟିଏମ ସିଇଓ-ଏମଡ଼ି ସୁରିନ୍ଦର ଚାୱଲା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏ ସମ୍ପର୍କରେ  ଷ୍ଟକ ଏକ୍ସଚେଞ୍ଜ ଠାରେ କମ୍ପାନୀ ଏକ ଫାଇଲ ଦାଖଲ କରି ସୂଚନା ଦେଇଛି। ପୂର୍ବରୁ ପେଟିଏମ୍ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ଫେବୃଆରୀ ଶେଷରେ ପିପିବି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏହି ଅବଧି ମଧ୍ୟରେ କମ୍ପାନୀ ବୋର୍ଡ ସହ ଜଡ଼ିତ କିଛି ସ୍ୱାଧିନ ନିର୍ଦ୍ଦେଶକ ଇସ୍ତଫା ଦେଇଥିବାର ଖବର ଆସିଥିଲା।

ପଢନ୍ତୁ ପୁରା ଖବର

 

22:55 PM

ଓଡ଼ିଶାରେ ଏପ୍ରିଲ ୧୧ ତାରିଖରେ ପାଳନ ହେବ ଇଦ୍‌-ଉଲ-ଫିତର 

ଆଜି ଆକାଶରେ ଚାନ୍ଦ ଦେଖାନଯିବା କାରଣରୁ ଅଞ୍ଜୁମନ ଇସଲାମିୟା ଚାନ୍ଦ କମିଟି ପକ୍ଷରୁ ଇଦ୍‌-ଉଲ-ଫିତର ପାଳନ ନେଇ ନୂଆ ତାରିଖ ଘୋଷଣା କରାଯାଇଛି । ମଙ୍ଗଳବାର ଦିନ ଆକାଶରେ ଚାନ୍ଦ ନଦେଖାଯିବାରୁ ଆସନ୍ତା ଗୁରବାର ଦିନ ପର୍ବ ପାଳନ କରିବେ ମୁସଲିମ ଧର୍ମର ଲୋକେ । କିନ୍ତୁ ସାଉଦିଆରବରେ ଚାନ୍ଦ ଦେଖାଯିବାରୁ ବୁଧବାର ଦିନ ସେଠାରେ ଇଦ୍ ପାଳନ କରାଯିବ ।

22:40 PM

10 April Rashifal: ଏହି ୪ଟି ରାଶିର ବ୍ୟକ୍ତିଙ୍କୁ ପ୍ରତି କାର୍ଯ୍ୟରେ ମିଳିବ ସଫଳତା, ଜାଣନ୍ତୁ ରାଶିଫଳ

Daily Horoscope: କେଉଁ ରାଶିର ବ୍ୟକ୍ତିବିଶେଷଙ୍କୁ ଚାକିରୀ ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ ତ ପୁଣି କେଉଁ ରାଶିର ବ୍ୟକ୍ତିଙ୍କୁ ଧର୍ଯ୍ୟର ସହ ଅପେକ୍ଷା କରିବାକୁ ପଡିବ । ଜାଣନ୍ତୁ ଏପ୍ରିଲ ୯ ତାରିଖ କାହା ପାଇଁ କେମିତି କଟିବ ... ଅଧିକ ପଢ଼ନ୍ତୁ...

22:06 PM

ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର। 

ପଢନ୍ତୁ ପୁରା ଖବର  

 

21:50 PM

ଗର୍ଭବତୀ ପତ୍ନୀଙ୍କ ମୃତ୍ୟୁ ପରେ ଜୀବନ ହାରିଲେ ସ୍ୱାମୀ, ୬ମାସ ତଳେ ହୋଇଥିଲା ବିବାହ

ହରିୟାଣାର କର୍ଣ୍ଣଲ ଅଞ୍ଚଳରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ନିଜ ପତ୍ନୀଙ୍କ ମୃତ୍ୟୁ ପରେ ମାନସିକ ଭାରସ୍ୟାମ ହରାଇ କଳ୍ପନା ଚାୱଲା ମେଡିକାଲ କଲେଜର ଷଷ୍ଠ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ସ୍ୱାମୀ । ଅସୁସ୍ଥତା କାରଣରୁ ମହିଳାଙ୍କୁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଅଧିକ ପଢ଼ନ୍ତୁ...

21:15 PM

Odisha News Live Updates: Paytm ସିଇଓ ସୁରିନ୍ଦର ଚାୱାଲାଙ୍କ ଇସ୍ତଫା

ପେଟିଏମ ପେମେଣ୍ଟସ ବ୍ୟାଙ୍କ ସିଇଓ ସୁରିନ୍ଦର ଚାୱାଲା ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପେଟିଏମ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ସୁରିନ୍ଦର ନିଜ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା କୁହାଯାଉଛି । ଜୁନ ୨୬ ତାରିଖରୁ ଇସ୍ଥଫା କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି ।

21:10 PM

Odisha News Live Updates: ଆଜି ୯ ଏପ୍ରିଲ (ମଙ୍ଗଳବାର) ଶ୍ରୀମନ୍ଦିର ହୁଣ୍ଡିରୁ ମୋଟ ୩,୯୫,୯୫୮ ଟଙ୍କା ସଂଗ୍ରହ ହୋଇଛି ।  ସୁନା ୧୨୦ମିଲିଗ୍ରାମ ଏବଂ ରୁପା ୧୫ଗ୍ରାମ ୭୫୦ ମିଲିଗ୍ରାମ ସଂଗ୍ରହ କରାଯାଇଛି ।

20:55 PM

କାମାକ୍ଷାନଗର ପୋଲିସର ଚଢାଉ, ୩ ଡକାୟତ ଗିରଫ

ଢେଙ୍କାନାଳ: କାମାକ୍ଷାନଗର ଥାନା ପୋଲିସକୁ ଏକ ସଫଳତା ମିଳିଛି । ୮ ଜଣିଆ ଡକାୟତ ଗ୍ୟାଙ୍ଗ ଏକ ଡକାୟତି ଘଟଣା କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ସମୟରେ ବିଶେଷ ସୁତ୍ରରୁ ଖବର ପାଇ ପୋଲିସ ଚଢାଉ କରିଥିଲା । ସେହି ସମୟରେ ୩ଜଣ ଡକାୟତଙ୍କୁ ଗିରଫ କରାଯାଇଛି । ୫ଜଣ ଡକାୟତ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିବା ସମୟରେ ଧରାପଡିଥିବା ଡକାୟତଙ୍କୁ ପଚରାଉଚରା କରି ସମସ୍ତଙ୍କୁ ଗିରଫ କରିବାକୁ ପୋଲିସ ଚେଷ୍ଟା ଚଳାଇଛି । ଅଧିକ ପଢନ୍ତୁ...

20:36 PM

ମୋହନା ବିଧାୟକ ପ୍ରାର୍ଥୀ ପାଇଁ ବିଜେପି ବଢ଼ାଉଛି ସସପେନ୍ସ!
ଚଳିତ ବର୍ଷ ରାଜ୍ୟରେ ଅନୁଷ୍ଠିତ ହେଉଛି ଉଭୟ ବିଧାନସଭା-ଲୋକସଭା ନିର୍ବାଚନ। ଏହି ନିର୍ବାଚନକୁ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି। ଉଭୟ ବିଧାନସଭା-ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ଆସନ ଲାଗି ବିଭିନ୍ନ ଦଳ ପକ୍ଷରୁ କରାଯାଇଛି ପ୍ରାର୍ଥୀ ଘୋଷଣା। ଗଜପତି ଜିଲ୍ଲାର ମୋହନା ବିଧାନସଭା ଆସନ ପାଇଁ ଉଭୟ କଂଗ୍ରେସ-ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ହେଲେ ଏହି ଆସନ ପାଇଁ କିଏ ହେବେ ବିଜେପି ବିଧାୟକ ପ୍ରାର୍ଥୀ ତାହାକୁ ନେଇ ବଢିଛି ସସପେନ୍ସ।

ପଢନ୍ତୁ ପୁରା ଖବର   

 

20:30 PM

ପୁରୀରେ ଭୟାଭୟ ଅଗ୍ନିକାଣ୍ଡ

ଅସ୍ତରଙ୍ଗ ନାନପୁର ଖଣ୍ଡିବେଲାରୀ ଗାଁରେ ଜଳିଗଲା ଘର । କେଦାର ଲେଙ୍କା ନାମକ ଜଣେ ବ୍ୟକ୍ତିଙ୍କ ଘରେ ନିଆଁ ଲାଗିବାରୁ ଛଅ ବଖରା ଚାଳ ଘର ପୋଡ଼ି ଯାଇଛି । ଘରର ସମସ୍ତ ଆସବାବପତ୍ର ଜଳି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି । କେଉଁ କାରଣରୁ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନଥିବା ସମୟରେ ଅସ୍ତରଙ୍ଗ ଏବଂ କାକଟପୁର ଅଗ୍ନିଶମ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି ।

20:20 PM

Election 2024: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର-ବବି ଯୁଦ୍ଧ !

ଭୁବନେଶ୍ୱର: ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ପରେ ବର୍ତ୍ତମାନ ଆରମ୍ଭ ହୋଇଗଲାଣି ପ୍ରଚାରପ୍ରସାର । କିଛିଦିନ ତଳେ ବିଜେଡିର ସମ୍ୱଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ (ବବି) ମାଆ ସମଲେଇଙ୍କ ଆଶୀର୍ବାଦ ନେଇ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେପଟେ ବିଜେପି ପକ୍ଷରୁ ଧର୍ମେନ୍ଦ୍ର ପ୍ରଧାନ ଲୋକସଭା ପ୍ରାର୍ଥୀ ହୋଇଥିବାବେଳେ ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଗଲାଣି କାଉଣ୍ଟର । ଆଜି ସୋସିଆଲ ମିଡିଆ ମାଧ୍ୟମରେ ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନବାଣ ଛାଡିଛନ୍ତି ବବି । ଅଧିକ ପଢ଼ନ୍ତୁ...

19:35 PM

କଟକ ଚଣ୍ଡୀଙ୍କ ଆଶୀର୍ବାଦ ନେଲେ ରାଜ୍ୟପାଳ ରଘୁବର ଦାସ

କଟକ: ନବରାତ୍ରୀର ପ୍ରଥମ ଦିନରେ ରାଜ୍ୟପାଳ ରଘୁବର ଦାସ ଆଜି କଟକ ଗସ୍ତରେ ଯିବା ସହ ମାଆ କଟକ ଚଣ୍ଡୀଙ୍କ ଦର୍ଶନ କରିଛନ୍ତି । ମାଆଙ୍କ ନିକଟରେ ଦୀପଦାନ କରି ରାଜ୍ୟବାସୀଙ୍କ ପାଇଁ ଶୁଭକାମନା ମନାସିଛନ୍ତି । ଅଧିକ ପଢ଼ନ୍ତୁ...

19:00 PM

Grah Gochar 2024: ନବରାତ୍ରୀ ସମୟରେ ଗ୍ରହ ଚଳନ, ୩ ରାଶି ହେବେ ପ୍ରଭାବିତ

Grah Gochar Rashifal Navratri 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଅନେକ ବଡ ଗ୍ରହ ନବରାତ୍ରୀ ସମୟରେ ସେମାନଙ୍କର ରାଶି ଏବଂ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଗ୍ରହମାନଙ୍କର ନକ୍ଷତ୍ର ପରିବର୍ତ୍ତନ କାରଣରୁ କେତେକ ରାଶି ବ୍ୟକ୍ତିବିଶେଷଙ୍କ ଭାଗ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିବ । ଆସନ୍ତୁ ସେହି ରାଶି ବିଷୟରେ ବିସ୍ତୃତ ଭାବରେ ଜାଣିବା । ଅଧିକ ପଢ଼ନ୍ତୁ...

18:37 PM

ଭାରତରେ କେବେ ପାଳନ କରାଯିବ ଇଦ ଉଲ ଫିତର?
ଚଳିତ ବର୍ଷ କେବେ ପାଳନ କରାଯିବ ଇଦ-ଉଲ-ଫିତର ସେ ନେଇ ତାରିଖ ଘୋଷଣା କରାଯାଇ ସାରିଛି। ଏହି ତାରିଖ ଇସଲାମ ଧର୍ମର ମୁଖ୍ୟାଳୟ କୁହାଯାଉଥିବା ସାଉଦି ଆରବ ପକ୍ଷରୁ ଘୋଷଣା କରାଯାଇଛି। ଇଦ୍-ଉଲ୍-ଫିତର ପର୍ବ ଚଳିତ ବର୍ଷ ଅପ୍ରେଲ ୧୦ ତାରିଖ ବୁଧବାର ଦିନ ସାଉଦି ଆରବ ଠାରେ ପାଳନ କରାଯିବ। ଗତ ସୋମବାର (ଅପ୍ରେଲ ୮) ସାଉଦି ଆରବ ଠାରେ ଇଦ୍ ଚନ୍ଦ୍ର ଦେଖାଯିବା ପରେ ଏହି ଘୋଷଣା କରାଯାଇଛି।

ପଢନ୍ତୁ ପୁରା ଖବର

17:43 PM

ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲା ଜବରଦସ୍ତ ଝଟକା
ବହୁଚର୍ଚ୍ଚିତ ମାମଲାରେ ଦିଲ୍ଲୀ ହାଇକୋର୍ଟ ପାଖରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଲାଗିଛି ଜବରଦସ୍ତ ଝଟକା। ମଦ ଦୁର୍ନୀତି ସହ ଜଡ଼ତି ମନି ଲଣ୍ଡରିଂ ମାମଲାରେ ଗିରଫ ହେବା ବିରୋଧରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦ୍ୱାରା କରାଯାଇଥିବା ଆବେଦନକୁ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ହାଇକୋର୍ଟ ଏହି ମାମଲାର ରାୟ ଶୁଣାଇବା ବେଳେ ଅନେକ କଥା କହିଛନ୍ତି। ଗିରଫ ପରେ ଅରବିନ୍ଦ କେଜ୍ରିୱାଲଙ୍କ ଇଡି ରିମାଣ୍ଡ ବେଆଇନ ହୋଇପାରିବ ନାହିଁ ବୋଲି କୁହାଯାଇଛି। ହାଇକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ଗିରଫ କରିବା ଆଇନଗତ ବ୍ୟବସ୍ଥାର ଉଲ୍ଲଂଘନ ନୁହେଁ।

ପଢନ୍ତୁ ପୁରା ଖବର

17:15 PM

ମହିଳା ଖେଳାଳିଙ୍କ ମୃତ୍ୟୁ ଘଟଣା, ପରିବାରକୁ ଭେଟିଲେ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ

ରାଜଧାନୀରେ ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି, ଜଣେ ରାଜ୍ୟସ୍ତରରେ ଖୋଖୋ ଖେଳୁଥିବା ଯୁବତୀଙ୍କ ଅକାଳ ମୃତ୍ୟୁ ଘଟିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ, ପୁଙ୍ଖାନୁପୁଙ୍ଖ ଭାବେ ଏହାର ତଦନ୍ତ କରିବାକୁ ଉପରିସ୍ଥ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି, ପୁରୀ ଜିଲ୍ଲା ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ । ଅଧିକ ପଢ଼ନ୍ତୁ...

16:45 PM

ରାଉରକେଲାରୁ ନିର୍ବାଚନ ଲଢିବେ ଦିଲ୍ଲୀପ ରାୟ, ଟିକେଟ ଦେବ BJP !

ରାଉରକେଲା: ପୁଣିଥରେ ନିର୍ବାଚନ ମୈଦନକୁ ଓହ୍ଲାଇବେ ଦିଲ୍ଲୀପ ରାୟ । ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଏନେଇ ସୂଚନା ଦେଇଛନ୍ତି । ଜୁଏଲଙ୍କ କହିବାନୁଯାୟୀ, ଦିଲ୍ଲୀପଙ୍କୁ ଟିକେଟ୍ ଦେବା ପାଇଁ ସର୍ଟ ଲିଷ୍ଟରେ ତାଙ୍କ ନାମ ରଖାଯାଇଛି । କେନ୍ଦ୍ରୀୟ ନିର୍ବାଚନ କମିଟି ଏନେଇ ନିଷ୍ପତ୍ତି ନେଇଥିବା ସମୟରେ ଚୁଡାନ୍ତ ରାୟକୁ ଅପେକ୍ଷା । ପୂର୍ବରୁ ଦିଲ୍ଲୀପଙ୍କ ନାମରେ ଥିବା କେସ କାରଣରୁ ତାଙ୍କୁ ଟେକେଟ ମିଳିବା ନେଇ ଦ୍ୱନ୍ଦ ଉପୁଜିଥିଲା କିନ୍ତୁ କୋର୍ଟରେ ମାମଲା ଜିତିଲେ ରାଉରକେଲା ଆସନରୁ ବିଧାୟକ ପ୍ରାର୍ଥୀଭାବେ ଲଢିବାକୁ ତାଙ୍କୁ ଟିକେଟ ଦିଆଯିବ । ବିଜେପିର ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଦିଲ୍ଲୀପ ରାୟଙ୍କ ନାମ ସେଥିରେ ଥିବ ବୋଲି ଆଶା ରହିଛି । ଅଧିକ ପଢ଼ନ୍ତୁ...

16:11 PM

୧୦ ବର୍ଷ ପରେ ଚୌଧୁରୀ ବୀରେନ୍ଦ୍ର ସିଂହଙ୍କ ଘରବାହୁଡ଼ା 
୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ହରିୟାଣାରେ ବିଜେପିକୁ ଲାଗିଛି ଏକ ଜବରଦସ୍ତ ଝଟକା। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚୌଧୁରୀ ବୀରେନ୍ଦ୍ର ସିଂହ ପୁଣିଥରେ କଂଗ୍ରେସରେ ଯୋଗ ଦେଇଛନ୍ତି। ଗତ ୨୦୧୪ ବର୍ଷରେ ବୀରେନ୍ଦ୍ର ସିଂହ କଂଗ୍ରେସ ଛାଡ଼ି ବିଜେପି ହାତ ଧରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପାଳି କାର୍ଯ୍ୟକାଳରେ ସେ ଇସ୍ପାତ, ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ପଦଭାର ଗ୍ରହଣ କରିଥିଲେ। ବୀରେନ୍ଦ୍ର ସିଂହଙ୍କ ସମେତ ତାଙ୍କ ପତ୍ନୀ ମଧ୍ୟ କଂଗ୍ରେସରେ ଯୋଗ ଦେଇଛନ୍ତି। ଏହି ଅବସରରେ ହରିୟାଣା କଂଗ୍ରେସର ପୁରୁଖା ନେତା ଭୁପେନ୍ଦ୍ର ସିଂହ ହୁଡ୍ଡା, ରଣଦୀପ ସୁର୍ଜେୱାଲା, କୁମାରୀ ଶୈଲଜାଙ୍କ ସମେତ ଅନ୍ୟ ନେତା ଉପସ୍ଥିତ ରହିଥିଲେ। ଏହା ପୂର୍ବରୁ ବୀରେନ୍ଦ୍ର ସିଂହଙ୍କ ପୁଅ ତଥା ହିସାର ସାଂସଦ ବୃଜେନ୍ଦ୍ର ସିଂହ ବିଜେପି ଛାଡି କଂଗ୍ରେସ ହାତ ଧରି ସାରିଛନ୍ତି।

ପଢନ୍ତୁ ପୁରା ଖବର

 

16:00 PM

Top 10 News Today: ଅପରାହ୍ନର ୧୦ଟି ବଡ଼ ଖବର ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

15:30 PM

Odisha News Live Updates:  ଦଶନ୍ଧି ପରେ ପୁଣିଥରେ କଂଗ୍ରେସ ଦଳକୁ ଫେରିଛନ୍ତି ବିରେନ୍ଦ୍ର ସିଂହ । ଗତକାଲି (ସୋମବାର) ଦିନ ବିରେନ୍ଦ୍ରଙ୍କ ସମେତ ତାଙ୍କ ପତ୍ନୀ ପ୍ରେମଲତା ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଆଜି ଉଭୟେ ପତି-ପତ୍ନୀ କଂଗ୍ରେସରେ ସାମିଲ ହୋଇଛନ୍ତି ।  ଲୋକସଭା ନିର୍ବାଚନ ପୂର୍ବରୁ ଏହି ଦଳ ବଦଳ ବିଜେପିକୁ ଏକ ଝଟକା ଦେଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ପୂର୍ବରୁ ତାଙ୍କ ପୁଅ ବ୍ରିଜେନ୍ଦ୍ର ସିଂହ ମଧ୍ୟ ବିଜେପିରୁ ଇସ୍ତଫା ଦେଇ କଂଗ୍ରେସରେ ସାମିଲ ହୋଇଥିଲେ ।

15:15 PM

Odisha News Live Updates: ୪ ଘଣ୍ଟା ବନ୍ଧ ଜଗା ଦର୍ଶନ ।

ଆସନ୍ତାକାଲି ତଥା ୧୦ ଏପ୍ରିଲ ୨୦୨୪ (ବୁଧବାର) ଦିନ ଚୈତ୍ର ଶୁକ୍ଳ ଦ୍ୱିତୀୟା ତିଥିରେ ଶ୍ରୀ ବିଗ୍ରହମାନଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

14:50 PM

କେନ୍ଦ୍ରାପଡ଼ାରେ କିଏ ଜିତିବ?

କେନ୍ଦ୍ରାପଡ଼ା: ଓଡ଼ିଶାର ହାଇ ଭୋଲ୍ଟେଜ୍‍ ନିର୍ବାଚନ ମଣ୍ଡଳୀ କଥା କହିଲେ ଯେଉଁ କିଛି ସଂସଦୀୟ ନିର୍ବାଚନମଣ୍ଡଳୀ ସାମ୍ନାକୁ ଆସେ ସେଥିରୁ କେନ୍ଦ୍ରାପଡ଼ା ଗୋଟିଏ। ଅଣ କଂଗ୍ରେସ ରାଜନୀତିର ଏହା ଏକ ପ୍ରମୁଖ ଗଡ଼। ଗଲା ୬୭ ବର୍ଷ ହେଲା ଏଠାରୁ କେହି କଂଗ୍ରେସ ନେତା ଲୋକସଭାକୁ ନିର୍ବାଚିତ ହୋଇ ନାହାନ୍ତି। ଅର୍ଥାତ୍‍ ଏ ଭିତରେ ଅନୁଷ୍ଠିତ ହୋଇଥିବା ୧୭ଟି ସାଧାରଣ ନିର୍ବାଚନରେ କଂଗ୍ରେସ କେନ୍ଦ୍ରାପଡ଼ାରୁ ବିଫଳ ହୋଇଛି। ଏଥର ବି କଂଗ୍ରେସର ସ୍ଥିତି ଏଯାଏ ନୈରାଶ୍ୟଜନକ ରହିଛି। ଅଧିକ ପଢ଼ନ୍ତୁ...

14:05 PM

Odisha News Live Updates: ୧୩ ତାରିଖ ପରଠାରୁ ରାଜ୍ୟରେ ପୁଣି ବଢିବ ତାତି

ଭୁବନେଶ୍ଵର: କାଳବୈଶାଖୀ କାରଣରୁ ତାତିରୁ ନିସ୍ତାର ମିଳିଥିବା ବେଳେ  ଆସନ୍ତା ୧୩ ତାରିଖ ପରଠାରୁ ରାଜ୍ୟରେ ତାତି ବଢିବ। ପଶ୍ଚିମ ତଥା ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁର ପ୍ରଭାବ ବୃଦ୍ଧି  କାରଣରୁ ଦିନ ତାପମାତ୍ରା ପୁଣି ବଢିବା ନେଇ ସମ୍ଭାବନା ରହିଛି।  ବିଶେଷକରି  ରାଜ୍ୟର ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାର  ବିଭିନ୍ନ ଅଞ୍ଚଳରେ ପାରଦ ୪୦ ଡ଼ିଗ୍ରୀ ଛୁଇଁପାରେ।  ଏନେଇ ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅପରପକ୍ଷେ ଆଜି ଦିନ ସାଢେ଼ ୧୧ଟା ସୁଦ୍ଧା ପାରାଦୀପରେ  ସର୍ବାଧିକ ୩୫.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

13:34 PM

Odisha News Live Updates: ପୁଣି ଆସୁଛି ବଡ଼ ବର୍ଷା ! 
ବଦଳିଲା ପାଗର ମିଜାଜ୍। ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଲୁକା ବର୍ଷା ଲାଗି ରହିଛି। ବଲାଙ୍ଗୀର, ନୂଆପଡା ଏବଂ ବରଗଡ ଜିଲ୍ଲାର କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇଛି। ଫଳରେ ତାତିରୁ ଆଶ୍ବସ୍ତ ହୋଇଛନ୍ତି ବଲାଙ୍ଗିର ସହରବାସୀ। ସେହିପରି ନୂଆପଡ଼ାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଛି। କୋମନା ବ୍ଲକର ଅନେକ ସ୍ଥାନରେ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। କୁଆପଥର ମାଡ଼ରେ ପନିପରିବା ଚାଷ ଓ ଧାନ ଫସଳ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ବରଗଡ଼ ଜିଲ୍ଲାରେ କୋହଳା ପାଗ ଶହ ଲାଗି ଝିପିଝିପି ବର୍ଷା ହୋଇଛି। ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବିଜୁଳି ଘଡଘଡି ସହ ବର୍ଷା ଆଲର୍ଟ ଦେଇଛି ପାଣିପାଗ ବିଭାଗ । 

13:17 PM

Odisha News Live Updates: ଘାଟିରୁ କାର ଖସି ୮ ମୃତ
ଉତ୍ତରାଖଣ୍ତ ନୈନିତାଲ ଘାଟିରେ ବଡ଼ ଅଘଟଣ। ଘାଟିରୁ ଗାଡ଼ି ଖସିବା ଫଳରେ ୮ ଜଣ ନେପାଳୀ ପ୍ରାଣ ହରାଇଛନ୍ତି। ଗାଡ଼ିଟି ଭାରସାମ୍ୟ ହରାଇ ୧୫୦ ଫୁଟ୍‌ ତଳକୁ ଖସିପଡ଼ିଥିଲା। ଗାଡ଼ିରେ ଥିବା ସମସ୍ତ ୮ ଜଣ ଯାକ ପ୍ରାଣ ହରାଇଛନ୍ତି। ଉତ୍ତରାଖଣ୍ତର SDRF ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ନୈନିତାଲର ବେତାଲଘାଟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଘଟଣାରେ ୮ ଜଣ ନେପାଳୀଙ୍କ ମୃତ୍ୟୁ ହୋଇଛି। ଆଉ ଜଣେ ହସ୍ପିଟାଲରେ ଗୁରୁତର ରହିଛନ୍ତି। SDRF ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଚଳାଇଛି। ସୂଚନା ମୁତାବକ ୮ ଜଣ ଯାତ୍ରୀ ନୈନିତାଲରେ ରହୁଥିବା ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ଫେରିବା ବାଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗାଡ଼ିଟି ଭାରସାମ୍ୟ ହରାଇ ୧୫୦ ଫୁଟ୍‌ ତଳ ଖାଇକୁ ଖସିପଡ଼ିଛି।

12:53 PM

Odisha News Live Updates: ନୂଆପଡ଼ାରେ ପୁଣି ବାଘ ଆତଙ୍କ! 
ନୂଆପଡ଼ା ଜିଲ୍ଲାରେ ପୁଣି ବାଘ ଆତଙ୍କ ଦେଖିବାକୁ ମିଳିଛି। ସୋମବାର ରାତିରେ ନୂଆପଡ଼ା ସଦର ରେଞ୍ଜ ଆମାନାରା ସେକ୍ସନର କୁକୁଡ଼ାତାଲ  ଗାଁରେ ପୁଣି ବାଛୁରିକୁ ମାରି ଖାଇଛି ବାଘ। ମଙ୍ଗଳବାର ସକାଳେ ଗାଁର ଫଗୁନୀ କେଉଟ ନିଜ ଗୁହାଳରେ ବାଛୁରି ନଥିବା ଦେଖି ଆଖପାଖରେ ଖୋଜିଥିଲେ। ପରେ ବାଛୁରିଟି ଏକ ଚାଷ ଜମିରେ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ବାଘ ଆକ୍ରମଣ କରି ମାରି ଖାଇଥିବା ଜଣାପଡ଼ିବା ପରେ ସେ ବନ ବିଭାଗକୁ ଖବର ଦେଇଥିଲେ।

12:38 PM

Odisha News Live Updates: ପୁରୀ ବେଳାଭୂମିରେ ଶହ ଶହ ଜେଲିଫିସ୍ 
ପୁରୀ ବେଳାଭୂମିରେ ପଡ଼ିଛନ୍ତି ଶହ ଶହ ଜେଲିଫିସ୍ । ତା’ ସାଙ୍ଗକୁ ବହୁ ଅଲିଭ ରିଡଲେଙ୍କ ମୃତଦେହ ବି ବେଳାଭୂମିରେ ପଡ଼ିଛି। ପୁରୀକୁ ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକ ଆସୁଥିବା ବେଳେ ଏହାର ବେଳାଭୂମିରେ କିନ୍ତୁ ଦେଖିବାକୁ ମିଳୁଛି ପୁତ୍ତିଗନ୍ଧମୟ ପରିବେଶ। ଫଳରେ ପର୍ଯ୍ୟଟକମାନେ ନାକ ଟେକୁଥିବା ବେଳେ ତୁରନ୍ତ ବେଳାଭୂମିକୁ ପରିଷ୍କାର କରିବାକୁ ଦାବି କରିଛନ୍ତି।

12:13 PM

Odisha News Live Updates: ଓଡ଼ିଶାକୁ ଆନ୍ଧ୍ର ନାଲିଆଖି
କୋଟିଆ ହେଉଛି ଓଡ଼ିଶାର। କିନ୍ତୁ ଏହି ବାସ୍ତବତାକୁ ଗ୍ରହଣ କରିବାକୁ ଆନ୍ଧ୍ର ନାରାଜ। ଓଡ଼ିଶାର ବିରୋଧ ସତ୍ତ୍ବେ କୋଟିଆରେ ନିଜର କର୍ତ୍ତୃତ୍ବ ଜାହିର କରିବାକୁ ଚକ୍ରାନ୍ତ ଚଳାଇଛି। ଏବେ ନିର୍ବାଚନ ଆସିଥିବାରୁ ଯେନତେନ ପ୍ରକାରେଣ କୋଟିଆରୁ ଭୋଟ୍‌ ହାଇଜାକ୍‌ ପାଇଁ ଚଳାଇଛି ଷଡ଼୍‌ଯନ୍ତ୍ର। ପ୍ରଥମେ ଅନୁପ୍ରବେଶ କରି ଭୋଟରଙ୍କୁ ପ୍ରଭାବିତ ଏବଂ ପ୍ରଲୋଭିତ କଲା। ତଥାପି କୌଣସି ଫରକ୍‌ ପଡ଼ିଲା ନାହିଁ। ଏହାପରେ ସମବେଦନା ଜୁଟାଇବାକୁ ବିଳାପ କଲା। କିନ୍ତୁ ତାହା ବି ପ୍ରଭାବଶୂନ୍ୟ ହେଲା। ଶେଷରେ କ୍ରୋଧରେ ଛଟପଟ ହୋଇ ନାଲିଆଖି ଦେଖାଉଛି ଆନ୍ଧ୍ର।

12:01 PM

Odisha News Live Updates: ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଦିଦି
ଦେଶକୁ ଜେଲରେ ପରିଣତ କରିସାରିଲେଣି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି ଏଭଳି କହିଛନ୍ତି। ଦେଶ ତଥା ଗଣତନ୍ତ୍ରକୁ ଜେଲରେ ପରିଣତ କରିବାକୁ ବିଜେପି ଓ ମୋଦୀଜୀ କାମ କରୁଛନ୍ତି ବୋଲି ଦାବି କରିଛନ୍ତି ଦିଦି। ପଶ୍ଚିମବଙ୍ଗର ବାଙ୍କୁଡା ସହରର ଲୋକଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କହିଛନ୍ତି ଯେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ସିବିଆଇ ଭଳି ଏଜେନ୍ସି କେନ୍ଦ୍ର ସରକାରଙ୍କ ପକେଟରେ ଅଛନ୍ତି। ଯଦି ତୃଣମୂଳ କଂଗ୍ରେସ (ଟିଏମସି) ନେତାଙ୍କୁ ଗିରଫ କରାଯାଏ ତେବେ ସେମାନଙ୍କ ପତ୍ନୀମାନେ ରାସ୍ତାକୁ ଓହ୍ଲାଇବେ।

12:01 PM

Odisha News Live Updates: ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଦିଦି
ଦେଶକୁ ଜେଲରେ ପରିଣତ କରିସାରିଲେଣି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି ଏଭଳି କହିଛନ୍ତି। ଦେଶ ତଥା ଗଣତନ୍ତ୍ରକୁ ଜେଲରେ ପରିଣତ କରିବାକୁ ବିଜେପି ଓ ମୋଦୀଜୀ କାମ କରୁଛନ୍ତି ବୋଲି ଦାବି କରିଛନ୍ତି ଦିଦି। ପଶ୍ଚିମବଙ୍ଗର ବାଙ୍କୁଡା ସହରର ଲୋକଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କହିଛନ୍ତି ଯେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ସିବିଆଇ ଭଳି ଏଜେନ୍ସି କେନ୍ଦ୍ର ସରକାରଙ୍କ ପକେଟରେ ଅଛନ୍ତି। ଯଦି ତୃଣମୂଳ କଂଗ୍ରେସ (ଟିଏମସି) ନେତାଙ୍କୁ ଗିରଫ କରାଯାଏ ତେବେ ସେମାନଙ୍କ ପତ୍ନୀମାନେ ରାସ୍ତାକୁ ଓହ୍ଲାଇବେ।

11:34 AM

Odisha News Live Updates: ବିଜେଡି ଛାଡ଼ିଲେ ୨ ଟାଣୁଆ ନେତା
ବିଜେଡି ଛାଡ଼ିଲେ ସାଲେପୁରର ହିମାଂଶୁ ମହାନ୍ତି । ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ କରି ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ହିମାଂଶୁ । ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଇସ୍ତଫାପତ୍ର ପଠାଇବା ସହ, ସେ ଏହାକୁ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଛନ୍ତି । ଅନ୍ୟପଟେ ନୂଆପଡା ଜିଲ୍ଲା ଯୁବ ବିଜେଡିକୁ ଶକ୍ତ ଝଟକା । ଜିଲ୍ଲା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ହରିଶ୍ଚନ୍ଦ୍ର ପଣ୍ଡା ନିଜ ପଦ ଓ ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫାପତ୍ର ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କୁ ପଠାଇ ଥିବା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଏ ସଂପର୍କରେ ଏକ ଭିଡିଓ ବାର୍ତ୍ତା ମଧ୍ୟ ଜାରି କରିଛନ୍ତି ହରିଶ୍ଚନ୍ଦ୍ର। 

11:18 AM

Odisha News Live Updates: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ହଟିଲେ ଭିକେ ପାଣ୍ଡିଆନ
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ବାଦ ଦିଆଯାଇଛି । ନିର୍ବାଚନ କମିଶନର କାର୍ଯ୍ୟାଳୟର ହସ୍ତକ୍ଷେପ ପରେ ଏହି ପଦକ୍ଷେପ ନିଆଯାଇଥିବା ରାଜ୍ୟ ବିଜେପି ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କୁହାଯାଇଛି । ବିଜୁ ଜନତା ଦଳରେ ପ୍ରତ୍ୟକ୍ଷ ଭାବରେ ରାଜନୀତି କରୁଥିବା ଭିକେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ କିଭଳି କାମ କରିପାରିବେ ବୋଲି ଗତ ଏପ୍ରିଲ ୪ ତାରିଖରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆପତ୍ତି ଉଠା ଯାଇଥିଲା।

11:03 AM

Odisha News Live Update: ବିମାନ ବନ୍ଦରରେ ଛାନଭିନ୍ ଜୋରଦାର
ଆଗକୁ ନିର୍ବାଚନ ଥିବା ବେଳେ ଏହାକୁ ଅବାଧ ଓ ନିରପେକ୍ଷ କରିବାକୁ ଜୋରଦାର ହେଉଛି ଚଢ଼ାଉ। ଏଥିରୁ ବାଦ ପଡ଼ିନି ବିମାନବନ୍ଦର। ଭୁବନେଶ୍ୱର ଆସୁଥିବା ସବୁ ଯାତ୍ରୀଙ୍କୁ ତନ ତନ କରି ଯାଞ୍ଚ କରିବାକୁ ବିମାନ ବନ୍ଦରରେ ଡେରା ପକାଇଛନ୍ତି ଷ୍ଟାଟିକ ସର୍ଭିଲାନ୍ସ ଟିମ୍‌ । ଚେକିଂ ପଏଣ୍ଟରୁ ଖସି ଆସି ହେବ, ହେଲେ ଏଠାରୁ ଖସିବା ଅସମ୍ଭବ ବୋଲି କହିଛନ୍ତି ଷ୍ଟାଟିକ ସର୍ଭିଲାନ୍ସ ଟିମ୍‌ ଅଧିକାରୀ।

10:44 AM

Odisha News Live Updates: ଲକ୍ଷ୍ମୀବସ୍ ଓ ବାଇକ୍ ମଧ୍ୟରେ ଧକ୍କା
ମଙ୍ଗଳବାର ସକାଳ ୮ଟା ସମୟରେ କଣ୍ଟାମାଳ ଥାନା ଲମ୍ବସରୀ ଛକ ନିକଟରେ ଲକ୍ଷ୍ମୀ ବସ୍ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। କଣ୍ଟାମାଳ ବ୍ଲକ ବିଚିକା ଗାଁର ପ୍ରଶାନ୍ତ ମହାନନ୍ଦିଆ ଓ ବାଲ୍ମୀକି ମହନନ୍ଦିଆ କୌଣସି କାମରେ ବାଇକ ଯୋଗେ ଯାଉଥିବା ବେଳେ ଏହି ସମୟରେ ଲକ୍ଷ୍ମୀ ବସ୍ ବୁଲାଇବା ପାଇଁ ବସ୍ ପଛକୁ ଘୁଞ୍ଚାଉଥିଲା। ଫଳରେ ବାଇକଟି ସହ ଲକ୍ଷ୍ମୀ ବସର ପଛ ପଟରୁ ଧକ୍କା ହୋଇଥିଲା। ଧକ୍କାରେ ବାଇକର ଦୁଇ ଜଣ ଆରୋହୀ ଗୁରୁତର  ହୋଇଥିଲେ।

10:33 AM

Odisha News Live Updates: ପାଇକମାଳରେ ଗୁଳି ବିନିମୟ
ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅନ୍ତର୍ଗତ ଗନ୍ଧମାର୍ଦ୍ଧନ ଜଙ୍ଗଲରେ ଗୁଳି ବିନିମୟ ହୋଇଛି। ପୁଲିସ ଓ  ନକ୍ସଲଙ୍କ ଭିତରେ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି। ଗତକାଲି ରାତିରେ ଜଙ୍ଗଲରେ ନକ୍ସଳବାଦୀ ଲୁଚି ରହି କିଛି ଅଘଟଣ ଯୋଜନା କରୁଥିବାର ଖବର ପାଇ ପୁଲିସ ଓ ସୁରକ୍ଷାକର୍ମୀ ଖୋଜିବା ଆରମ୍ଭ କରିଥିଲେ। ଏହି ସମୟରେ  ଗୁଳି ବିନିମୟ ହୋଇଥିଲା। କିନ୍ତୁ କେହି ମୃତାହତ ହୋଇଥିବା ଜଣାପଡ଼ି ନି। ଏବେ ବି ପୁଲିସର ଖୋଜିବା ଓ ଚଢ଼ାଉ କାର୍ଯ୍ୟକ୍ରମ ଜାରି ରହିଛି।

 

10:31 AM

Odisha News Live Updates: ଭି.ଭି.ଯାଦବ ହେଲେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ
ପୁଣି ଥରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତ ହେଲେ ବରିଷ୍ଠ ଆଇଏଏସ୍ ବୀର ବିକ୍ରମ ଯାଦବ। ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୯୬ ବ୍ୟାଚର ଆଇଏଏସ୍ ଅଫିସର ହେଉଛନ୍ତି ବୀର ବିକ୍ରମ ଯାଦବ। ବର୍ତ୍ତମାନ ସେ ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ଅଛନ୍ତି। ପୂର୍ବରୁ ମଧ୍ୟ ଭି.ଭି.ଯାଦବ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ପାଇଥିଲେ।

10:18 AM

Odisha News Live Udpates: ଆଜିଠୁ ମା’ ତାରିଣୀଙ୍କ ଚଇତି ପର୍ବ, ଛୁଟୁଛି ଭକ୍ତଙ୍କ ସୁଅ

କେନ୍ଦୁଝରସ୍ଥିତ ମା’ ତାରିଣୀଙ୍କ ପୀଠରେ ଆଜିଠୁ ଆରମ୍ଭ ହୋଇଛି ଚଇତି ପର୍ବ। ଆଜିଠାରୁ ବିଷୁବ ପଣା ସଂକ୍ରାନ୍ତି ଯାଏ ଏହାକୁ ଅତି ଧୁମଧାମରେ ପାଳନ କରାଯାଇଥାଏ। ତେଣୁ ଏହି ପବିତ୍ର ଦିନଟିରେ ମାଙ୍କୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୁର୍ଣ୍ଣ ହୁଏ ବୋଲି ବିଶ୍ୱାସ ଅଛି। ତେଣୁ ଆଜି ମା’ଙ୍କ ଦର୍ଶନ ଲାଗି ଦୂର ଦୂରାନ୍ତରୁ ଘଟଗାଁ ମା’ ତାରିଣୀଙ୍କ ପୀଠକୁ ଭକ୍ତଙ୍କର ସୁଅ ଛୁଟୁଛି। ଏଥିଯୋଗୁ ମା’ଙ୍କ ପୀଠ ଲୋକାରଣ୍ୟ ହୋଇ ଯାଇଛି।

10:02 AM

Odisha News Live Updates: ରାଜଧାନୀରୁ ମିଳିଲା ମହିଳା ଖେଳାଳିଙ୍କ ମୃତଦେହ

ରାଜଧାନୀରୁ ଉଦ୍ଧାର ହେଲା ରାଜ୍ୟସ୍ତରୀୟ ମହିଳା ଖେଳାଳିଙ୍କ ମୃତଦେହ । ଭୁବନେଶ୍ୱର ପୁରୁଣା BMC ଅଫିସ୍ ପଛ ହଷ୍ଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତା ଯୁବତୀଜଣକ ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ ଜଗଦଳପୁରର ସରୋଜିନୀ ସୁନ୍ଦରା । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନାହିଁ। ଭୁବନେଶ୍ୱର କୋର୍ଟ ପଛପଟେ ଥିବା ହରିହର ବିଦ୍ୟାପୀଠ ନିକଟସ୍ଥ ଏକ ଭଡ଼ାଘରୁ ତାଙ୍କର ଝୁଲନ୍ତା ମୃତ ଦେହ ମିଳିଛି। ବରଗଡ଼ ଥାନା ପୁଲିସ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ପୁଲିସ ।

09:52 AM

Odisha News Live Updates: ଆମେରିକାରେ ଦୃଶ୍ୟମାନ ହେଲା ପୂର୍ଣ୍ଣ ସୂର୍ଯ୍ୟପରାଗ

ଉତ୍ତର ଆମେରିକା ସମେତ ଏକାଧିକ ରାଷ୍ଟ୍ରରେ ହେଲା ପୂର୍ଣ୍ଣ ସୂର୍ଯ୍ୟପରାଗ। କିଛି ସମୟ ପାଇଁ ଦିନରେ ରାତିର ଭ୍ରମ ସୃଷ୍ଟି ହୋଇଛି। ସୂର୍ଯ୍ୟଙ୍କୁ ପରାଗ ସମ୍ପୂର୍ଣ୍ଣ ଗ୍ରାସ କରିବା ପରେ ଏକ ବିରଳ ମହାଜାଗତିକ ଦୃଶ୍ୟର ମୂକଶାଖି ହୋଇଛନ୍ତି ଆମେରିକା, କାନାଡ଼ା ଓ ମେକ୍ସିକୋବାସୀ। ଏହି ସବୁ ରାଷ୍ଟ୍ରର କିଛି ଅଞ୍ଚଳରେ ପୂର୍ଣ୍ଣ ସୂର୍ଯ୍ୟପରାଗ ଦୃଶ୍ୟମାନ ହୋଇଛି। ଭାରତୀୟ ସମୟ ଅନୁସାରେ ଗତକାଲି ରାତି ୯ଟା ୧୨ ମିନିଟରେ ସୂର୍ଯ୍ୟପରାଗ ଆରମ୍ଭ ହୋଇ ଭୋର୍ ୨ଟା ୨୨ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ଏହି ସମୟରେ ଆମେରିକା ସମେତ କେତେକ ରାଷ୍ଟ୍ରରେ ଦିନ ସମୟ ଥାଏ।

09:39 AM

Odisha News Live Updates: ଆମେରିକାର କ୍ଲିଭଲ୍ୟାଣ୍ଡରୁ ଭାରତୀୟ ଛାତ୍ରଙ୍କ ମୃତଦେହ ଉଦ୍ଧାର
ଗତ ମାସରୁ ନିଖୋଜ ଥିବା ୨୫ ବର୍ଷୀୟ ଭାରତୀୟ ଛାତ୍ରଙ୍କର ଆମେରିକାର କ୍ଲିଭଲ୍ୟାଣ୍ଡରୁ ମୃତଦେହ ଉଦ୍ଧାର ହୋଇଛି। ହାଇଦ୍ରାବାଦର ମହମ୍ମଦ ଅବଦୁଲ ଆର୍ଫାଥଙ୍କ ମୃତ୍ୟୁ ଏକ ସପ୍ତାହ ମଧ୍ୟରେ ଦ୍ୱିତୀୟ ଘଟଣା ପାଲଟିଥିବର ବେଳେ ୨୦୨୪ ମସିହାର ଏହା ୧୧ତମ ଘଟଣା। ନ୍ୟୁୟର୍କରେ ଥିବା ଭାରତୀୟ କନସୁଲେଟ୍ ଦ୍ୱାରା ଆର୍ଫାଥଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ନ୍ୟୁୟର୍କରରେ ଥିବା ଭାରତର କନସୁଲେଟ୍ ଜେନେରାଲ୍ ଏକ ଏକ୍ସ ପୋଷ୍ଟ୍‌ କରି ଲେଖିଛନ୍ତି ଯେ ମହମ୍ମଦ ଅବଦୁଲ୍ ଆର୍ଫାଥଙ୍କୁ ‌ଖୋଜାଖୋଜି ଚାଲିଥିବା ବେଳେ ଓହିଓର କ୍ଲିଭଲ୍ୟାଣ୍ଡରେ ତାଙ୍କ ମୃତଦେହ ମିଳିଛି।

09:28 AM

Odisha News Live Updates: ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ଆଜି ରାୟ ପ୍ରକାଶ କରିବେ ଦିଲ୍ଲୀ ହାଇକୋର୍ଟ

ମଦ ନୀତି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ଗିରଫ କରିବା ପରେ ତାହାକୁ ଚ୍ୟାଲେଞ୍ଜ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଆଜି ଏହାର ରାୟ ପ୍ରକାଶ କରିବେ। ଜଷ୍ଟିସ୍‌ ସ୍ବର୍ଣ୍ଣକାନ୍ତ ଶର୍ମା ଅପରାହ୍ନ ୨.୩୦ରେ ଏହି ରାୟ ପ୍ରଦାନ କରିବେ। ତାଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ମାମଲାକୁ ରାଜନୈନିକ ଷଡଯନ୍ତ୍ର ବୋଲି କହିଥିବା ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ସୁପ୍ରିମୋ ମଧ୍ୟ ତାଙ୍କ ଇଡି ହେପାଜତକୁ ଚ୍ୟାଲେଞ୍ଜ କରିଛନ୍ତି। ପରେ ତାଙ୍କୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଯାଇଥିଲା ଏବଂ ବର୍ତ୍ତମାନ ସେ ତିହାର ଜେଲରେ ରହିଛନ୍ତି।

09:18 AM

Odisha News Live Updates: ବିଜେଡି ଛାଡିଲେ ନୂଆପଡା ଜିଲ୍ଲା ଯୁବ ବିଜେଡି ସଭାପତି
ବିଜେଡି ଛାଡିଲେ ନୂଆପଡା ଜିଲ୍ଲା ବିଜୁ ଜନତା ଦଳର ସଭାପତି ହରିଶ୍ଚନ୍ଦ୍ର ପଣ୍ଡା । ସେ ନିଜ ପଦ ଓ ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ର ଦଳର ସୁପ୍ରିମୋ ନବାନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ଏନେଇ ନିଜେ ହରିଶ୍ଚନ୍ଦ୍ର ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି ।

 

09:01 AM

Odisha News Live Updates: ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର ବଡ଼ଗଡ଼ ଥାନା ଅଧୀନ ଏକ ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର । ମୃତ ଯୁବତୀ ଜଣକ ହେଉଛନ୍ତି ପୁରୀ ଜିଲ୍ଲା ଜଗଦଳପୁରର ୨୧ ବର୍ଷୀୟା ସରୋଜିନୀ ସୁନ୍ଦରାୟ । ଖବର ପାଇ ପୁଲିସ ମୃତଦେହ ଉଦ୍ଧାର କରିଛି । ଖବର ମୁତାବକ, ସରୋଜିନୀ କିଛି ଦିନ ବଡ଼ଗଡ଼ ଥାନା ହରିହର ବିଦ୍ୟାପୀଠ ନିକଟରେ ଏକ ଘର ଭଡ଼ା ନେଇ ରହୁଥିଲେ । ସେ ଏକ ହୋଟେଲରେ କାମ କରୁଥିବା ପରିବାର ପକ୍ଷରୁ କୁହାଯାଇଛି। ସବୁ ଦିନ ଭଳି ଗତକାଲି (ସୋମବାର) ସନ୍ଧ୍ୟା ପ୍ରାୟ ୬ ଟାରେ ସେ ପରିବାର ଲୋକଙ୍କ ସହ ଫୋନରେ କଥା ହୋଇଥିଲେ। ହେଲେ ରାତି ପ୍ରାୟ ୮ଟା ୩୦ ବେଳକୁ ପୋଲିସ ଫୋନ୍ କରି ସରୋଜିନୀ ଆତ୍ମହତ୍ୟା କରିଥିବା ଖବର ଦେଇଥିଲା।

08:42 AM

Odisha News Live Updates:  ଘରୋଇ ଉପଗ୍ରହ ପ୍ରତିଷ୍ଠା କଲା ଟାଟା
ଦେଶର ପ୍ରଥମ ଘରୋଇ ଉପଗ୍ରହ ସ୍ଥାପନ କରିଛି ଟାଟା। ଏହାର ନାଁ ରହିଛି ଟିସାଟ-୧ ଏ। ଏହା ଏକ ପୃଥିବୀ ପ୍ରଦକ୍ଷଣ ଉପଗ୍ରହ। ଭାରତୀୟ ସେନା ବାହିନୀକୁ ଉଚ୍ଚ ମାନର ଫଟୋ ପ୍ରଦାନ ଏହାଦ୍ୱାରା ସମ୍ଭବ ହେବ। ଏହା ପୂର୍ବରୁ ଇସ୍ରୋ ମଧ୍ୟ ଆବଶ୍ୟକ ସୂଚନା ନିଜ ଦ୍ୱାରା ସ୍ଥିପିତ ଉପଗ୍ରହରୁ ପ୍ରଦାନ କରୁଥିଲା। 

08:30 AM

Odisha News Live Updates: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର। ଲିଙ୍କରେ କ୍ଲିକ କରି ପଢି ନିଅନ୍ତୁ ପୂରା ରିପୋର୍ଟ...

08:01 AM

Odisha News Live Updates: କୋଷ୍ଟଗାର୍ଡରେ ମହିଳାଙ୍କୁ ସ୍ଥାୟୀ କମିଶନ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ତଟରକ୍ଷୀ ବାହିନୀରେ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ଦେବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏକ ବଡ଼ ହସ୍ତକ୍ଷେପ କରିଛନ୍ତି। ସୁପ୍ରିମକୋର୍ଟ କୋଷ୍ଟଗାର୍ଡ ଅଧିକାରୀ ପ୍ରିୟଙ୍କା ଟାୟାଗୀଙ୍କୁ ସେବାରେ ପୁନଃସ୍ଥାପିତ କରିଛନ୍ତି। ତଟରକ୍ଷୀ ବାହିନୀରେ ଜେନେରାଲ ଡ୍ୟୁଟି ଅଫିସର ଭାବେ କାର୍ଯ୍ୟ କରିବା ପାଇଁ ପ୍ରିୟଙ୍କା ତ୍ୟାଗୀଙ୍କୁ ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତି ଦିଆଯାଇଛି। ସୁପ୍ରିମକୋର୍ଟ ଏହି ମାମଲାକୁ ଦିଲ୍ଲୀ ହାଇକୋର୍ଟରୁ ସ୍ଥାନାନ୍ତର କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ମାମଲାରେ ଲିଙ୍ଗଗତ ସମାନତାର ଏକ ଗୁରୁତର ସାମ୍ବିଧାନିକ ପ୍ରଶ୍ନ ଉଠିଛି। ପଢନ୍ତୁ ପୂରା ରିପୋର୍ଟ...

08:00 AM

Odisha News Live Updates: କାର୍ କୁ ପିଟିଲା ପିକଅଫ୍ ଭ୍ୟାନ୍
ଏମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି । କ୍ଷଣିକ ମଧ୍ୟରେ ଚୁନମାର ହୋଇଗଲା ସବୁ ସ୍ବପ୍ନ। ଚାହୁଁଚାହୁଁ ଚାଲିଗଲା ୪ ନୀରିହ ଜୀବନ। କାର୍ ଓ ପିକ୍ ଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଚଳାଇଛି। ପଢନ୍ତୁ ପୂରା ରିପୋର୍ଟ...

07:58 AM

Odisha News Live Updates: ବାତିଲ ହେଉଛି ବିମାନ, ଭଡ଼ା ବଢାଉଛି ଭିସ୍ତାରା
ସଂକଟ ମଧ୍ୟରେ ଗତି କରୁଥିବା ଭିସ୍ତାରା ଏୟାରଲାଇନ ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। କମ୍ପାନୀ ପକ୍ଷରୁ ସୂଚନା ରହିଛି କି ଏହି ସଂକଟରୁ ମୁକୁଳିବା ପାଇଁ ୧୦ ପ୍ରତିଶତ ଅର୍ଥାତ ଦୈନିକ ୨୫ରୁ ୩୦ ଉଡ଼ାଣକୁ ରଦ୍ଦ କରାଯାଉଛି। ବିମାନ କମ୍ପାନୀ ଆଶା କରିଛି କି ଏପ୍ରିଲ ମାସ ଶେଷ ସୁଦ୍ଧା ଏହି ସଂକଟରୁ କମ୍ପାନୀ ମୁକୁଳିପାରିବ। ପଢନ୍ତୁ ପୂରା ରିପୋର୍ଟ...

07:55 AM

Odisha News Live Updates: ମହାପ୍ରଭୂଙ୍କ ଆଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଦିନଚର୍ଯ୍ୟା
କୋଟି ଓଡିଆଙ୍କ ମଉଡ ମଣି ଜଗତର ନାଥ ଜଗନ୍ନାଥ ଶ୍ରୀ ଜଗନ୍ନାଥ । ପ୍ରତ୍ୟକ ଦିନ ପରି ଆଜି ମଧ୍ୟ ସେବାୟତଙ୍କ ଦ୍ବାରା  ଭୋର ୫ଟା ୩୧ରେ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ସମ୍ପର୍ଣ୍ଣ ହୋଇଛି। ଏବଂ ପରେ, ପତିତପାବନଙ୍କ ନିକଟରେ କରାଯାଏ ମଙ୍ଗଳ ଆଳତୀ ମଧ୍ୟ ହୋଇଛି। ସକାଳୁ ସକାଳୁ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରି ଭକ୍ତମାନେ ସାନିଧ୍ୟ ଲାଭ କରିଛନ୍ତି। ତେବେ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରି ଦିନଚର୍ଯ୍ଯା ଆରମ୍ଭ କଲେ ପୁଣ୍ୟଫଳ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି ।  ଦେଖନ୍ତୁ ପୂରା ଭିଡ଼ିଓ...

07:54 AM

Odisha News Live Updates: ଆଜି ବର୍ଷା ନେଇ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ।  ଆଉ ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ଆଶ୍ବସ୍ତି ଦେଉଛି କାଳବୈଶାଖି।  ବିଜୁଳି, ଘଡଘଡ଼ି ସାଙ୍ଗକୁ କାଳବୈଶାଖିର ପ୍ରଭାବରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ପ୍ରବାହିତ ହେଉଛି।  ରାଜ୍ୟ ବାୟୁ ମଣ୍ତଳରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗର ପ୍ରଭାବ ନ ଥିବା ବେଳେ  ସକ୍ରିୟ ଥିବା ପଶ୍ଚିମା ଝଡ଼ ପ୍ରଭାବରେ ୨ ଦିନ ଲଗାଣ ବର୍ଷା ସହ  ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିଛି। ପଢନ୍ତୁ ପୂରା ରିପୋର୍ଟ...

07:45 AM

Odisha News Live Updates: ଜାଣନ୍ତୁ ଆଜିର ରାଶିଫଳ ଓ କେମିତି କଟିବ ଆପଣଙ୍କ ଦିନ
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ। ପଢନ୍ତୁ ପୂରା ରାଶିଫଳ...

07:44 AM

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।