Odisha News Live Updates: ବିଜେପି ଛାଡିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
Advertisement
Article Detail0/zeeodisha/odisha2191265

Odisha News Live Updates: ବିଜେପି ଛାଡିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର

ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍

Odisha News Live Updates: ବିଜେପି ଛାଡିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

06 April 2024
22:43 PM

ହୃଦୟ ଜିତିଲେ ରାସ୍ତା କଡରେ ଠେଲା ଲଗାଇ ଖାଦ୍ୟ ବିକ୍ରି କରୁଥିବା ମହିଳା

ଜଣେ ମହିଳାଙ୍କର ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ସେ ଏକ ଠେଲାରେ ଖାଦ୍ୟ ବିକ୍ରି କରୁଥିବା ସମୟରେ ଜଣେ ବ୍ୟକ୍ତି ତାଙ୍କ ନିକଟରେ ପହଞ୍ଚିଥିଲେ । ବ୍ୟକ୍ତି ଜଣକ ୨ ହଜାର ଟଙ୍କା ବଢାଇ କହିଥିଲେ ଯେ, ୨ ହଜାର ଟଙ୍କାରେ ଖାଦ୍ୟ ପ୍ୟାକ କରିଦିଅନ୍ତୁ । ମହିଳା ଜଣକ ଉତ୍ତରରେ କହିଥିଲେ ଖାଦ୍ୟ ସରିଯାଇଛି । କିନ୍ତୁ ମୁଁ ଆପଣଙ୍କୁ ଖାଲି ପେଟରେ ଫେରିବାକୁ ଦେବିନି । କେବଳ ଆପଣଙ୍କୁ ନୁହେଁ, କୌଣସି ବ୍ୟକ୍ତି ମୋ ଦୋକାନରୁ ଖାଲି ପେଟରେ ଫେରନ୍ତିନି ।
ଦେଖନ୍ତୁ ଭିଡିଓ- 

22:20 PM

Odisha News Live Updates:  କେନ୍ଦ୍ରାପଡା ବିଜେଡିରେ ବିଦ୍ରୋହ 

କଂଗ୍ରେସରୁ ଇସ୍ତଫା ଦେଇ ପୂର୍ବତନ ମନ୍ତ୍ରୀ ଗଣେଶ୍ଵର ବେହେରା ଆସନ୍ତା କାଲି ବିଜେଡିରେ ଯୋଗଦେବେ। ପୂର୍ବତନ ବିଧାୟକ କିଶୋର ତରାଇ, ସିପ୍ରା ମଲ୍ଲିକ, ବିଜୁ ଯୁବ ଜିଲା ସଭାପତି ରାଜେଶ ଦାସ, ଜିଲା ଗ୍ରାମ୍ଯ ଉନ୍ନୟନ ବିଭାଗର ଚେୟାରମ୍ଯାନ ଗୀତା ସେଠୀ, ପୂର୍ବତନ ଚେୟାରମ୍ୟାନ ମାନସ ପରିଡା ଏକାଠି। 

21:30 PM

Odisha News Live Updates: ପାନୀୟ ଜଳ ପାଇଁ  ଥାନାରେ ଦ୍ୱାରସ୍ଥ ହେଲେ ବଲାଙ୍ଗିର ତୁରେକେଲା ବ୍ଲକ୍‌ କୁର୍ଲ୍ଲୀ ଗାଁ ଗ୍ରାମବାସୀ । ଠିକାଦାର ରାସ୍ତା କାମ ସମୟରେ ପାନୀୟ ଜଳ ଯୋଗାଣ ପାଇପ ନଷ୍ଟ କରିବା କାରଣରୁ ପାନୀୟ ଜଳ ପାଇ ପାରୁନାହାନ୍ତି ଗ୍ରାମବାସୀ । ଠିକାଦାରଙ୍କୁ ଅନେକ ଥର କହିଥିଲେ ମଧ୍ୟ ସେ ଶୁଣୁନଥିବାରୁ ଶେଷରେ ଥାନାରେ ପହଞ୍ଚିଛନ୍ତି ଲୋକେ ।

20:30 PM

FIR against Dhirendra Shastri: ଧିରେନ୍ଦ୍ର ଶାସ୍ତ୍ରୀଙ୍କ ନାମରେ ଥାନାରେ ଅଭିଯୋଗ

Lucknow News: ଶିଆ ଚାନ୍ଦ କମିଟିର ସଭାପତି ମୌଲାନା ସୈଫ ଶୁକ୍ରବାର ଅପରାହ୍ନରେ ବାଗେଶ୍ୱର ଧାମର ଧିରେନ୍ଦ୍ର ଶାସ୍ତ୍ରୀଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗ ହୋଇଛି ଯେ, ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଏକ ଭିଡିଓରେ ସେ ହଜରତ ଅଲିଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ।
ସୈଫ କହିଛନ୍ତି ଯେ, ପ୍ରତ୍ୟେକ ଧର୍ମ ଏବଂ ଜାତିର ଲୋକମାନେ ହଜରତ ଅଲିଙ୍କୁ ବିଶ୍ୱାସ କରନ୍ତି। ପ୍ରମାଣ ସ୍ୱରୂପ ସୈଫ ଆପତ୍ତିଜନକ ଭିଡିଓଟିକୁ ପୋଲିସକୁ ଦେଇଛନ୍ତି । ଇନ୍ସପେକ୍ଟର ନାଗେଶ ଉପାଧ୍ୟାୟ କହିଛନ୍ତି ଯେ, ଅଭିଯୋଗଟିକୁ ଗ୍ରହଣ କରାଯାଇ ତଦନ୍ତ କରାଯାଉଛି । ଅଧିକ ପଢ଼ନ୍ତୁ...

19:40 PM

ପାଟ୍ରୋଲିଂ ସମୟରେ କାରରୁ ମିଳିଲା ୫୫ ଲକ୍ଷରୁ ଅଧିକ ଟଙ୍କା

ସୁବର୍ଣ୍ଣପୁର: ବିନିକା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି । କଲେଜ ଛକରେ ପାଟ୍ରୋଲିଂ କରିବା ସମୟରେ ଏକ କାରକୁ ଅଟକାଇ ଯାଞ୍ଚ କରୁଥିଲା ପୋଲିସ । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ କାର୍ ଭିତରୁ ପୁଳାପୁଳା ଟଙ୍କା ବାହାରିଥିଲା । କାର ଚାଳକଙ୍କୁ ପୋଲିସ ଟଙ୍କା ବିଷୟରେ ପଚାରିବାରୁ ତାର କଥାବାର୍ତ୍ତାରୁ ସେ ସନ୍ଦେହ ଘେରକୁ ଆସିଥିଲା । ଅଧିକ ପଢ଼ନ୍ତୁ...

19:00 PM

Weather Update: ବର୍ଷା ହେବାନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ 

ଏପ୍ରିଲ୍ ୭ ଏବଂ ୮ ତାରିଖରେ କିଛି ଜିଲ୍ଲାରେ ବଜ୍ରପାତ ସାଙ୍ଗକୁ ପ୍ରବଳ ବର୍ଷା ହୋଇପାରେ । ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, କଟକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲା ସମେତ କେନ୍ଦୁଝର ଖୋର୍ଦ୍ଧା, ମୟୁରଭଞ୍ଜ, ଦେଓଗଡ, ନୟାଗଡ, ବୌଦ୍ଧ ଜିଲ୍ଲାକୁ ବଜ୍ରପାତ ହେବା ନେଇ ଆଲର୍ଟ ଜାରି କରାଯାଇଛି । ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦କିମି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ସେହିପରି ୮ ତାରିଖ ଦିନ ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି । ସୋମବାର ଦିନ ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡା, କୋରାପୁଟ, ମାଲକାନଗିରିକୁ ବଜ୍ରପାତ ହେବାର ସମ୍ଭାବନା ରହିଛି । ତେଣୁ ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ରବିବାର ଏବଂ ସୋମବାର ବର୍ଷା ହେବ ବୋଲି ଆକଳନ କରାଯାଇଛି 

18:30 PM

Weather Update: ୪ ସହରରେ ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ

Weather Update: ଆଜି ମଧ୍ୟ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଗ୍ରୀଷ୍ଣ ପ୍ରବାହ ଜାରି ରହିଛି । ୪ଟି ଜିଲ୍ଲାରେ ତାପମାତ୍ରା ୪୩ ଡିଗ୍ରୀ ବା ପାଖାପାଖି ରେକର୍ଡ କରିଛି ପାଣିପାଗ ବିଭାଗ । ଅନୁଗୁଳରେ ସର୍ବାଧିକ ୪୩.୪ ଡିଗ୍ରୀ ରେକର୍ଡ କରାଯାଇଥିବା ସମୟରେ ଏହା ପଛକୁ ମାଲକାନଗିରିରେ ୪୩.୫ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ବୌଦ୍ଧ ଏବଂ ଟିଟିଲାଗଡରେ ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩.୯ ଡିଗ୍ରୀ ହ୍ରାସ ପାଇଛି । ଭୁବନେଶ୍ୱରରେ ୩୯.୬ ଡିଗ୍ରୀ ଏବଂ କଟକେ ୪୦.୧ ଡିଗ୍ରୀ ରହିଥିଲା ଆଜିର ସର୍ବୋଚ୍ଚ ତାପମାତ୍ରା ।

17:25 PM

Ram Navmi: ଏଥର ରାମ ନବମୀ ହେବ ଖୁବ ଖାସ୍, ଅଯୋଧ୍ୟାରେ ସ୍ୱତନ୍ତ୍ର ପ୍ରସ୍ତୁତି

Ayodhya Ram Mandir: ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର କହିଛନ୍ତି ଯେ, ରାମ ନବମୀ ପାଳନ ଅବସରରେ ପ୍ରଭୁ ଶ୍ରୀରାମଙ୍କ ସୂର୍ଯ୍ୟ ଅଭିଷେକଙ୍କ ପାଇଁ ପ୍ରସ୍ତୁତି ଚାଲିଛି। ସେ କହିଛନ୍ତି ଯେ, ମନ୍ଦିରରେ ଅତ୍ୟନ୍ତ ଖାସ ଭାବେ ରାମ ନବମୀ ପାଳନ କରାଯିବ । ଅଧିକ ପଢ଼ନ୍ତୁ...

16:30 PM

Top 10 News Today: ଅପରାହ୍ନର ୧୦ଟି ବଡ଼ ଖବର ପଢ଼ିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

15:45 PM

Odisha News Live Updates: ବିଜେପିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି। ବିଜେପି ରାଜ୍ୟ ସଭାପତିଙ୍କ ନିକଟକୁ ସେ ନିଜ ଇସ୍ତଫା ପଠାଇଥିବା ଜଣାପଡିଛି । ପୂର୍ବରୁ ବଧୂ ନିର୍ଯ୍ୟାତନା ମାମଲାରେ ଗିରଫ ହୋଇଥିଲେ ରଘୁନାଥ । ବସ୍ତା ନିର୍ବାଚନ ମଣ୍ଡଳୀରୁ ସେ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୯ରେ ସେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲା । ତେବେ ସେ ବର୍ତ୍ତମାନ କେଉଁ ଦଳରେ ସାମିଲ ହେବେ ସେନେଇ କୌଣସି ସୂଚନା ମିଳିନାହିଁ ।

15:45 PM

Odisha News Live Updates: ବିଜେପିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି। ବିଜେପି ରାଜ୍ୟ ସଭାପତିଙ୍କ ନିକଟକୁ ସେ ନିଜ ଇସ୍ତଫା ପଠାଇଥିବା ଜଣାପଡିଛି । ପୂର୍ବରୁ ବଧୂ ନିର୍ଯ୍ୟାତନା ମାମଲାରେ ଗିରଫ ହୋଇଥିଲେ ରଘୁନାଥ । ବସ୍ତା ନିର୍ବାଚନ ମଣ୍ଡଳୀରୁ ସେ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୯ରେ ସେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲା । ତେବେ ସେ ବର୍ତ୍ତମାନ କେଉଁ ଦଳରେ ସାମିଲ ହେବେ ସେନେଇ କୌଣସି ସୂଚନା ମିଳିନାହିଁ ।

15:17 PM

ପୁଣି ମୋ ବସ୍ ଦୁର୍ଘଟଣା, ୨୦ ଯାତ୍ରୀ ଆହତ

ଭୁବନେଶ୍ୱର: ପୁଣିଥରେ ମୋ ବସ୍ ଦୁର୍ଘଟଣା ସାମ୍ନାକୁ ଆସିଛି । ଖୋର୍ଦ୍ଧା ପିତାପଲ୍ଲୀ ନିକଟରେ ବସଟି ଏକ ନାଳ ମଧ୍ୟରେ ପସିଯାଇଛି । ଭାରସାମ୍ୟ ହରାଇବା କାରଣରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ବସରେ ଅନେକ ଯାତ୍ରୀ ଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଫଳରେ ୧୫ରୁ ୨୦ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ...

14:30 PM

୩୦ ଦିନରେ ସଫଳତାର ସହ ପ୍ରେକ୍ଷାଳୟରେ "ତ୍ରିକନ୍ୟା"

ଅମୀୟ ପଟ୍ଟନାୟକ ପ୍ରଡକସନ୍ସ ଓ ଟେକ୍ନୋ ଆର୍ଟ୍ସ ବ୍ୟାନରରେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ନିର୍ମାଣ କରିଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର "ତ୍ରିକନ୍ୟା" ବିଶ୍ୱ ମହିଳା ଦିବସ ରେ ମୁକ୍ତିଲାଭ କରିଥିବା ବେଳେ ସଫଳତାର ସହ ୩୦ ଦିନରେ ପହଁଚିସାରିଛି । ଆଜି ପ୍ରେକ୍ଷାଳୟରେ ତ୍ରିକନ୍ୟାର ସମସ୍ତ କଳାକାର ଉପସ୍ଥିତ ରହି ୩୦ ଦିନର ପୂର୍ତ୍ତି ଉପଲକ୍ଷେ ସେଲିବ୍ରେସନ କରିଥିଲେ । ଅଧିକ ପଢ଼ନ୍ତୁ...

13:38 PM

Odisha News Live Updates: ମେଦିନାପୁରରେ ଏନଆଇଏ ଟିମ୍ ଉପରେ ଜୋରଦାର ଆକ୍ରମଣ
ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲାରେ ଏନଆଇଏ ଟିମ୍ ଉପରେ ଆକ୍ରମଣ କରାଯାଇଛି । କିଛି ଲୋକ ଏନଆଇଏ ଟିମକୁ ଘେରିଯାଇ ତାଙ୍କ ଗାଡି ଉପରକୁ ଢେଲା ପଥର ମାଡ କରିଛନ୍ତି । ଏହାପୂର୍ବରୁ ସନ୍ଦେଶଖାଲିରେ ମଧ୍ୟ ଇଡି ଟିମ୍ ଉପରେ ଆକ୍ରମଣ ହୋଇଥିଲା । ଏନଆଇଏ ଟିମ୍ କୋଲକତା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ଦିନ ସେଠାକୁ ଯାଂଚ ପାଇଁ ଯାଇଥିଲା । ଯାଂଚ ବେଳେ ଏଜେନ୍ସି କିଛି ଲୋକଙ୍କୁ ଗିରଫ କରିଥିଲା ।

13:24 PM

Odisha News Live Updates: ରାଜ୍ୟରେ ଅଂଶୁଘାତରେ ୮ ଜଣ ଆକ୍ରାନ୍ତ
ତତଲା ଓଡିଶାରେ ଅଂଶୁଘାତର ଶିକାର ହେଉଛନ୍ତି ଲୋକେ । ଗତକାଲି ପ୍ରବଳ ତାତି ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୮ ଜଣ ଲୋକର ଶିକାର ହୋଇଛନ୍ତି । ଅନୁଗୁଳ ଜିଲ୍ଲାର ୮ ଜଣ, ମୟୂରଭଂଜ, ସୁନ୍ଦରଗଡ ଓ ଭୁବନେଶ୍ୱରରେ ଜଣେ ଲେଖାଏଁ ବ୍ୟକ୍ତିଙ୍କୁ ଅଂଶୁଘାତ ହୋଇଥିବା ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର ସୂଚନା ଦେଇଛନ୍ତି । ବଢୁଥିବା ତାତିକୁ ନଜରରେ ରଖି ସବୁ ଡାକ୍ତରଖାନାରେ ଅଂଶୁଘାତ ପାଇଁ ସତର୍କ ରହିବାକୁ କୁହାଯାଇଛି । ଜିଲ୍ଲା ହସ୍ପିଟାଲ ଗୁଡିକରେ ସ୍ୱତନ୍ତ୍ର ଶଯ୍ୟା ବ୍ୟବସ୍ଥା ସହ ଆବଶ୍ୟକୀୟ ଔଷଦ ମହଜୁଦ୍ ରଖିବା ପାଇଁ ନିର୍ଦେଶ ଦିଆଯାଇଥିବା କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ହିଟ୍ କ୍ରାମ୍ପସ୍, ହିଟ୍ ଷ୍ଟ୍ରୋକସ୍ର ଶିକାର ହୋଇ ଆସୁଥିବା ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବାକୁ ଡାକ୍ତରଖାନା ଗୁଡିକୁ କୁହାଯାଇଛି ।

13:12 PM

Odisha News Live Updates: ରାମେଶ୍ବରମ କାଫେ ବିସ୍ଫୋରଣ: ବିଜେପି କର୍ମୀକୁ ଉଠାଇ ନେଲା ତଦନ୍ତକାରୀ ଦଳ
କର୍ଣ୍ଣାଟକର ରାମେଶ୍ବରମ କାଫେ ବିସ୍ଫୋରଣ ଘଟଣାର ଅନ୍ୟ ଏକ ଅଭିଯୁକ୍ତକୁ ଚିହ୍ନଟ କଲା ଜାତୀୟ ତଦନ୍ତକାରୀ ଏଜେନ୍ସି । ଅନ୍ୟପଟେ ଏନେଇ କଂଗ୍ରେସ ଦାବୀ କରିଛି ଯେ ତଦନ୍ତକାରୀ ସଂସ୍ଥା ଯାହାକୁ ଚିହ୍ନଟ କରିଛି ସେ ବିଜେପି କର୍ମୀ । ପଚରାଉଚରା କରିବା ପାଇଁ ଏନଆଇଏ ଅଭିଯୁକ୍ତକୁ ନିଜ ହେପାଜତକୁ ନେଇଛି । ଏହି ମାମଲାରେ ସାଇ ପ୍ରସାଦ ନମକ ଏକ ଯୁବକଙ୍କୁ ଉଠାଇ ନେଇଛି ଦଳ । ପ୍ରସାଦଙ୍କ ବ୍ୟତୀତ ଗୋଟିଏ ମୋବାଇଲ ଦୋକାନର ମାଲିକଙ୍କୁ ମଧ୍ୟ ଏନଆଇଏ ଅଟକ ରଖିଛି । ତେବେ ପ୍ରସାଦ ଜଣେ ବିଜେପି କର୍ମୀ ବୋଲି ଦାବି କରିଛି କଂଗ୍ରେସ । ବର୍ତ୍ତମାନ ଉଭୟଙ୍କୁ ସଂସ୍ଥା ପକ୍ଷରୁ ଜେରା କରାଯାଉଛି ।

12:52 PM

Odisha News Live Updates: ଆସନ୍ତା ୧୬ରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା
ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରାକୁ ଆଉ ମାତ୍ର ୧୦ ଦିନ ରହିଛି । ଏକାମ୍ର ଆରାଧ୍ୟ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ଏବେ ରଥ ଖଳାରେ ଯୋରସୋରରେ କାମ ଜାରି ରହିଛି । ଏଥିପାଇଁ ଚଳଚଞ୍ଚଳ ପୂରା ଭୁବନେଶ୍ୱର । ଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଶେଷ ହୋଇଛି। ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ତଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ନୀତିକାନ୍ତି, ରଥ ପ୍ରତିଷ୍ଠା, ରଥଯାତ୍ରା ଓ ବାହୁଡ଼ା ଯାତ୍ରା ସମ୍ପର୍କରେ ଆଲୋଚନା ହୋଇଥିଲା । ଆସନ୍ତା ୧୬ରେ ରଥଯାତ୍ରା ଥିବାବେଳେ ଏହାର ଦୁଇ ଦିନ ପୂର୍ବରୁ ଅର୍ଥାତ୍ ୧୪ ତାରିଖ ସନ୍ଧ୍ୟାରେ ମହାରଣା ସେବାୟତ ରଥ ସମ୍ପୂର୍ଣ୍ଣ କରି ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବେ। ଏନେଇ ମହାରଣା ସେବାୟତଙ୍କ ସହ‌ ଆଲୋଚନା ସରିଛି ।

12:34 PM

Odisha News Live Updates: ୧୮ ଯାଏଁ ନ୍ୟାୟିକ ହେପାଜତରେ ମନିଷ ସିସୋଦିଆ
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆଜିବି ନିରାଶ ହେଲେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆ । ତାଙ୍କ ଜାମିନ ଆବେଦନକୁ ଖାରଜ କଲେ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ । ଆସନ୍ତା ୧୮ ପର୍ଯ୍ୟନ୍ତ ତାଙ୍କ ନ୍ୟାୟିକ ହେପାଜତକୁ ବଢାଇଦିଆଯାଇଛି । ଆଗାମୀ ଶୁଣାଣି ୧୮ ତାରିଖରେ କରାଯିବ । ଏହା ସହ କୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କୁ ପଚାରିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରତ୍ୟେକ ଅଭିଯୁକ୍ତଙ୍କ ଦସ୍ତାବିଜ୍ କୁ ଯାଞ୍ଚ କରିବାକୁ କେତେ ସମୟ ନିଆଯାଇଛି ତାହାର ଉତ୍ତର ରଖିବାକୁ କୋର୍ଟ କହିଛନ୍ତି ।

12:19 PM

Odisha News Live Updates: ପୁରୁଷୋତ୍ତମପୁରରେ ଚାଞ୍ଚଲ୍ୟ: ଘରେ ପଶି ଯୁବକଙ୍କୁ ହତ୍ୟା
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ପାଣ୍ଡିଆପନ୍ଦରା ସାହିରେ ଗତକାଲି ବିଳମ୍ବିତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ମୃତ ବ୍ୟକ୍ତି ହେଉଛନ୍ତି ମୁରଲୀ ବାଡ଼ତ୍ୟା । ସେ ଘରେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି ତାଙ୍କୁ ହତ୍ୟା କରିଛନ୍ତି।ମୁରଲି ଘରେ ଶୋଇଥିବା ବେଳେ ତାଙ୍କ ବାପା ବାରଣ୍ଡାରେ ଶୋଇଥିଲେ। ତେବେ ବାପା ପାଣି ପିଇବା ଲାଗି ଘର ଭିତରକୁ ଯାଇଥିବା ବେଳେ ପୁଅ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ପୁଅକୁ ଚିକିତ୍ସା ଲାଗି ହିଞ୍ଜିଳି ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ସେଠାରେ ମୁରଲିଙ୍କୁ ମୃତ ଘୋଷଣା କରିଥିଲେ। ପୁରୁଷୋତ୍ତମପୁର ପୁଲିସ ଘଟଣାର ତଦନ୍ତ କରୁଛି। ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ। ଦୁଇ ଦିନ ତଳେ ଦଣ୍ଡନାଚ ବେଳେ ପାଣ୍ଡିଆପନ୍ଦରା ସାହିରେ ଗଣ୍ଡଗୋଳ ହୋଇଥିଲା। ଏହି ହତ୍ୟାକାଣ୍ଡ ସହ ସେହି ଘଟଣାର ସଂପୃକ୍ତି ଥିବା ପୁଲିସ ସନ୍ଦେହ କରୁଛି। 

 

11:58 AM

Odisha News Live Updates: ଆଜି ବିଜେପିର ୪୫ତମ ପ୍ରତିଷ୍ଠା ଦିବସ
ବିଜେପି ଆଜି ୪୫ତମ ସ୍ଥାପନା ଦିବସ ପାଳନ କରୁଛି। ପାର୍ଟି ୬ ଅଗଷ୍ଟ ୧୯୮୦ ମସିହାରେ ପ୍ରତିଷ୍ଠିତ ହୋଇଥିଲା। ଏହି ବର୍ଷଗୁଡ଼ିକ ମଧ୍ୟରେ ବିଜେପି ଆଜି ବିଶ୍ୱର ଅନ୍ୟତମ ଲୋକପ୍ରିୟ ଦଳ ହୋଇପାରିଛି। ବିଜେପିର ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶରେ ଉପସ୍ଥିତ ଥିବା ଦଳର କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସେହି ସମସ୍ତ ମହିଳା ଏବଂ ପୁରୁଷଙ୍କ କଠିନ ପରିଶ୍ରମ, ସଂଘର୍ଷ ଏବଂ ବଳିଦାନକୁ ସମ୍ମାନର ସହ ମନେ ପକାଇଛନ୍ତି, ଯେଉଁମାନେ ବର୍ଷ ବର୍ଷ ଧରି ଦଳ ଗଠନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

11:26 AM

Odisha News Live Updates: ଏନ୍‌ଟିପିସି ପ୍ଲାଣ୍ଟରେ ଭୟାଭୟ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
ତାଳଚେର କଣିହାଁ ସ୍ଥିତ ଏନ୍‌ଟିପିସିରେ ଭୟାଭୟ ଅଗ୍ନିକାଣ୍ଡ । ପ୍ଲାଣ୍ଟ ଭିତରେ ଥିବା କନଭେୟର ବେଲ୍ଟରେ ନିଆଁ ଲାଗିଥିବା ସୂଚନା । କୋଇଲା ଡିପୋରୁ ପ୍ଲାଣ୍ଟ ଭିତରକୁ ଯାଇଥିବା କନଭେୟର ବେଲ୍ଟରେ କୋଇଲା ଯୋଗୁଁ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି। ଖବରପାଇ ଘଟଣାସ୍ଥଳରେ ୨ ଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଅଗ୍ନିକାଣ୍ଡରେ ସବୁଆଡେ ଧୂଆଁ ଯୋଗୁଁ ଲୋକ ଭୟଭୀତ। ହେଲେ କେଉଁ କାରଣରୁ ନିଆଁ ଲାଗିଛି ତାହା ଜଣାପଡ଼ି ନାହିଁ।

11:03 AM

Odisha News Live Updates:  ଆତଙ୍କୀଙ୍କୁ ସଫା କରିବାକୁ ଆମେ ପାକିସ୍ତାନରେ ବି ପଶିପାରୁ: ରାଜନାଥ ସିଂହ
‘ଆମ ମାଟିରେ ଆତଙ୍କବାଦ କାର୍ଯ୍ୟକଳାପ ଘଟାଇ ସୀମା ପାର ହେଉଥିବା ବ୍ୟକ୍ତିଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବନି। ସେଭଳି ବ୍ୟକ୍ତିଙ୍କୁ ଖୋଜିବା ପାଇଁ ଭାରତ ପାକିସ୍ତାନରେ ପ୍ରବେଶ କରିବାକୁ ପଛାଇବ ନାହିଁ। ’ ବ୍ରିଟେନର ଖବରକାଗଜ 'ଦ ଗାର୍ଡିଆନ୍‌'ରେ ଭାରତ ବିରୋଧରେ ଏଭଳି କିଛି ଅଭିଯୋଗ ଉଠିଥିବା ବେଳେ ଏହାର କଡ଼ା ଜବାବ ଦେଇ ଏପରି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। 'ଦ ଗାର୍ଡିଆନ୍‌'ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିଦେଶୀ ମାଟିରେ ଶତ୍ରୁମାନଙ୍କୁ ହତ୍ୟା କରିବା ପାଇଁ ଜଣାଶୁଣା ଇସ୍ରାଏଲର ଗୁପ୍ତଚର ସଂସ୍ଥା ମୋସାଦ ଓ ରୁଷର କେଜିବି ଦ୍ୱାରା ପ୍ରେରିତ ହେଉଛି ଭାରତ । ଫଳରେ ୨୦୨୦ ମସିହା ପରଠୁ ଭାରତ ଏପରି ଅଭିଯାନ ଆରମ୍ଭ କରି ପାକିସ୍ତାନ ମାଟିରେ ପ୍ରବେଶ କରି ୨୦ରୁ ଅଧିକ ଆତଙ୍କୀଙ୍କ ହତ୍ୟା କରି ସାରିଲାଣି ।

10:46 AM

Odisha News Live Updates: ମାଲକାନଗିରି ଜିଲ୍ଲା ସୀମାନ୍ତରେ ଗୁଳି ବିନିମୟ ଜାରି: ତିନି ଦୁର୍ଦ୍ଦାନ୍ତ ମାଓବାଦୀ ନିପାତ
ପୁଣି ପୁଲିସକୁ ବଡ଼ ସଫଳତା। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ହୋଇଛି। କରିଗୁଟା ଜଙ୍ଗଲରେ ପୁଲିସ ଏନକାଉଣ୍ଟରରେ ତିନି ହାର୍ଡ କୋର ମାଓବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ଗୋଟିଏ ଏଲଏମଜି , ଗୋଟିଏ ଏକେ-୪୭ ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ପୁଲିସ। ଏନେଇ ସୂଚନା ଦେଇଛନ୍ତି ବିଜାପୁର ଆରକ୍ଷୀ ଅଧୀକ୍ଷକ ଜିତେନ୍ଦ୍ର ଯାଦବ। ଏବେ ବି ଜଙ୍ଗଲ ମଧ୍ୟରେ ଗୁଳିବିନିମୟ ଜାରି ରହିଛି।

10:31 AM

Odisha News Live Updates: ଜେମ୍‌ସ ଆଣ୍ଡରସନଙ୍କ ସହ କ୍ରିକେଟ୍‌ ଖେଳିଲେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ
ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନାକଙ୍କ କ୍ରିକେଟ୍ ପ୍ରତି ଭଲ ପାଇବା ପୂର୍ବରୁ ଆମେ ଜାଣନ୍ତି। ସେ ଅନେକ ସମୟରେ ଏହି ଖେଳ ପ୍ରତି ତାଙ୍କର ଭଲପାଇବା ପ୍ରଦର୍ଶନ କରିଥିଲେ, ଯାହା ଗ୍ରେଟ ବ୍ରିଟେନରେ ଉତ୍ପନ୍ନ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ସମଗ୍ର ବିଶ୍ୱରେ ଲୋକପ୍ରିୟ ହେବାକୁ ଲାଗିଲା। ଶୁକ୍ରବାର ଦିନ ଋଷି ସୁନକ ତାଙ୍କ ବ୍ୟାଟିଂ କୌଶଳ ପ୍ରଦର୍ଶନ କରିବାକୁ ଇଂଲଣ୍ଡ ଦଳରେ ଯୋଗଦେବା ପରେ ତାଙ୍କ ଉତ୍ସାହକୁ ଏକ ନୂତନ ସ୍ତରକୁ ନେଇଥିଲେ। ତେବେ ସୁନକ ଏକ ନେଟ୍ ଅଧିବେଶନରେ କ୍ରିକେଟର୍‌ ଜେମ୍ସ ଆଣ୍ଡରସନଙ୍କୁ ସାମ୍ନା କରି ବହୁତ ଖୁସି ହୋଇଥିଲେ। ଯେଉଁ ସମୟର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

 

10:18 AM

Odisha News Live Updates: କଖାରୁ ବୋଝେଇ ଟ୍ରକକୁ ଧକ୍କା ଦେଲା ଅଜଣା ଗାଡ଼ି
ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅନ୍ତର୍ଗତ ଲୁଣିବାହଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୫୭ନମ୍ବର ଜାତୀୟ ରାଜପଥ ଉପରେ ଆଜି ଭୋର ସମୟରେ କଖାରୁ ବୋଝେଇ ଟ୍ରକକୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଚାଲିଯାଇଥିଲା। ଏଥିରେ ଟ୍ରକ ଡ୍ରାଇଭରଙ୍କ ସହ ସେଥିରେ ବସିଥିବା ତାଙ୍କର ୩ ନାବାଳକ ପୁଅ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଚାରିଛକ ଦମକଳ ବାହିନୀ ସହାୟତାରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

 

10:01 AM

ଇଜ୍ରାଏଲ ଉପରେ ଆକ୍ରମଣ କରିବାକୁ ଇରାନର ପ୍ରସ୍ତୁତି
ମଧ୍ୟ ପୂର୍ବରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଥମିବାର ନାଁ ନେଉନାହିଁ। ଗତ ୬ ମାସ ଧରି ଇଜ୍ରାଏଲ ଏବଂ ଗାଜା ମଧ୍ୟରେ ଚାଲିଥିବା ଯୁଦ୍ଧ ଏପର୍ଯ୍ୟନ୍ତ ବନ୍ଦ ହେଉନାହିଁ। ଏହି ସମୟରେ ଅନ୍ୟ ଯୁଦ୍ଧର ବିପଦ ବଢିଚାଲିଛି। ବ୍ଲୁମବର୍ଗ ଅନୁଯାୟୀ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ନେଇ ଇରାନ ଚେତାବନୀ ଦେଇଛି। ଆମେରିକାକୁ ପଛକୁ ହଟିଯିବାକୁ କହିଛି ଇରାନ। ଇରାନ କହିଛି ଯେ ସିରିଆରେ ଥିବା କନସୁଲେଟ୍ ଉପରେ ଇସ୍ରାଏଲର ସନ୍ଦେହଜନକ ଆକ୍ରମଣର ଜବାବ ଦେବାକୁ ପ୍ରସ୍ତୁତ ହେଉଥିବାରୁ ଆମେରିକା ଏଥିରୁ ଦୂରେଇ ରହିବା ଉଚିତ୍। ଏହି ସମୟରେ ମଧ୍ୟ ପୂର୍ବର ଇରାନର ମୁଖ୍ୟ ପ୍ରତିନିଧୀ ହିଜବୁଲ ଇସ୍ରାଏଲକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଚେତାବନୀ ଦେଇଛନ୍ତି।

09:41 AM

Odisha News Live Updates: କେଜରିୱାଲଙ୍କୁ ଗିରଫ ଯୋଜନା କରିଥିଲା ବିଜେପି : ସଞ୍ଜୟ ସିଂ
ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରିବା ଲାଗି ବିଜେପି ଯୋଜନା କରିଥିଲା ବୋଲି ଆପ୍ ନେତା ସଞ୍ଜୟ ସିଂ କରିଛନ୍ତି ଗୁରୁତର ଅଭିଯୋଗ। ଏପରିକି ମିଥ୍ଯା ବୟାନ ଦେବା ଲାଗି ଏମପି ଶ୍ରୀନିବାସୁଲୁ ରେଡ୍ଡୀଙ୍କ ପୁଅ ରାଘବ ମାଗୁନ୍ତାଙ୍କ ଉପରେ ବିଜେପି ଚାପ ପକାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ସେପଟେ ଜେଲରେ ସପ୍ତାହକୁ ୫ ଥର ବୈଠକ କରିବା ଲାଗି ଆବେଦନ ପ୍ରସଙ୍ଗ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଏହି ଆବେଦନକୁ ବିଚାର କରୁଛନ୍ତି ଦିଲ୍ଲୀ ରାଉସ ଆଭେନ୍ଯୁ କୋର୍ଟ । ବର୍ତ୍ତମାନ ସପ୍ତାହକୁ ଦୁଇ ଥର ବୈଠକ ଲାଗି ଅନୁମତି ମିଳିଛି । ତେବେ ଏହି ସଂଖ୍ଯା ୫କୁ ବଢାଇବା ଲାଗି କେଜରିଓ୍ବାଲ ଆବେଦନ କରିଛନ୍ତି । 

09:26 AM

Odisha News Live Updates: ଆଜି ବି କଲବଲ କରିବ ତାତି
ଆଜି ବି ତାତି କରିବ କଲବଲ । ଆଜି ବି ଆକାଶରୁ ହେବ ନିଆଁ ବର୍ଷା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ଆଜି ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ମୟୂରଭଂଜ, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗିର ଓ ମାଲକାନଗିରି ଜିଲ୍ଲା ପାଇଁ ଆସନ୍ତାକାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

09:12 AM

Odisha News Live Updates: ଆମେରିକାରେ ପୁଣି ଜଣେ ଭାରତୀୟ ଛାତ୍ର ମୃତ
ଆମେରିକାର ଓହିଓ ରାଜ୍ୟରେ ଜଣେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ଘଟିଛି ବୋଲି ନ୍ୟୁୟର୍କରେ ଥିବା ସୂଚନା ରହିଛି। ଛାତ୍ରଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି। ଉମା ସତ୍ୟ ସାଇ ଗାଡେ ନାମକ ଏହି ଛାତ୍ର ଓହିଓର କ୍ଲିଭଲ୍ୟାଣ୍ଡରେ ଶିକ୍ଷା ଲାଭ କରୁଥିଲେ। ଏହି କ୍ଷତି ହେତୁ ଭାରତୀୟ କନସୁଲେଟ୍ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛି। ନିଶ୍ଚିତ କରାଯାଇଛି ଯେ ଏହି ଦୁଃଖଦ ସମୟରେ ପରିବାରକୁ ତାଙ୍କ ଶରୀରକୁ ଭାରତ ପଠାଇବାକୁ ସହଜ କରିବା ସହିତ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଛି।

09:00 AM

Top 10 News Headlines: ପଢନ୍ତୁ ସକାଳର ୧୦ଟି ବଡ଼ ଖବର

08:45 AM

Odisha news Live Updates: ପ୍ରକାଶ ପାଇଲା ପେଟ୍ରୋଲ ଡିଜେଲର ନୂଆ ମୂଲ୍ୟ, ଆଜି ଓଡ଼ିଶାରେ ଲିଟର ପିଛା..
ଏପ୍ରିଲ ୬ ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲର ନୂଆ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ସ୍ଥିର ରହିଥିବା ଦେଖିବାକୁ ମିଳିଛି। କିନ୍ତୁ, ଶନିବାର ଦିନ ଦେଶର ପ୍ରମୁଖ ସହର ଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦର ଲୋକଙ୍କ ଚିନ୍ତା ବଢାଇଛି। କିଛି ସ୍ଥାନରେ ଦରରେ ପରିବର୍ତ୍ତନ ହୋଇଥିବା ବେଳେ ଆଉ କିଛି ସ୍ଥାନରେ ଦର ସ୍ଥିର ରହିଛି। ଆସନ୍ତୁ ଜାଣିବା କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ? ପଢନ୍ତୁ ପୂରା ରିପୋର୍ଟ...

08:30 AM

Odisha News Live Updates: ରାଜନୀତିର ପଶା ପାଲିରେ ଦାଦା ଫେଲ ପୁତୁରା ପାସ
ଦାଦା ଫେଲ ପୁତୁରା ପାସ। ରାଜନୀତିର ପଶା ପାଲିରେ ଦାଦା ଫେଲ ହୋଇ ଯାଇଥିବାବେଳେ ପୁତୁରା କିନ୍ତୁ ସଫଳତା ହାସଲ କରିଛନ୍ତି। ଆମେ କହୁଛୁ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଟିକେଟ ଦୌଡର କଥା। ଏମିତି ଘଟଣା ଘଟିଛି ପଟାଙ୍ଗି ନିର୍ବାଚନ ମଣ୍ଡଳୀରେ। ପଢନ୍ତୁ ପୂରା ରିପୋର୍ଟ...

08:07 AM

Odisha News Live Updates: ହିଞ୍ଜିଳିରେ ଭୟଙ୍କର ଦୁର୍ଘଟଣା, ୨ ମୃତ, ୧୫ ମେଡିକାଲରେ ଭର୍ତ୍ତି
ଶନିବାର ସକାଳୁ ସକାଳୁ ଦୁର୍ଘଟଣାରେ ୨ ପ୍ରାଣହାନୀ। ଗଞ୍ଜାମ ହିଞ୍ଜିଳିରେ ଭୟଙ୍କର ଦୁର୍ଘଟଣା ନେଇଗଲା ୨ ଦଣ୍ଡୁଆଙ୍କ ଜୀବନ।ଏକ ପିକଅପ୍ ଭ୍ୟାନ ଓଲଟି ଦୁଇ ଜଣ ଦଣ୍ଡୁଆଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କାଟାପନ୍ନ ଅଛି । ପଢନ୍ତୁ ପୂରା ରିପୋର୍ଟ...

08:06 AM

Odisha News Live Updates: ଏହି ୫ଟି ଘରୋଇ ଉପଚାର ବ୍ୟବହାର କରି ମୁଣ୍ଡବିନ୍ଧା ଯନ୍ତ୍ରଣାରୁ ପାଇପାରିବେ ମୁକ୍ତି
ଅତ୍ୟଧିକ କାର୍ଯ୍ୟଚାପ ଓ ବ୍ୟସ୍ତବହୁଳ ଜୀବନଶୈଳୀ ପାଇଁ ପ୍ରାୟତଃ ଅଧିକାଂଶ ଲୋକ ମୁଣ୍ଡ ବିନ୍ଧା ଭଳି ସମସ୍ୟାର ସମ୍ମୁଖୀନ ହୁଅନ୍ତି । ସେମାନଙ୍କ ମଧ୍ୟରେ ମୁଣ୍ଡ ବିନ୍ଧା ମଧ୍ୟ ଏକ ସାଧାରଣ ସମସ୍ୟା। କେବଳ ଉପରୋକ୍ତ ସେହି ୨ଚି କାରଣ ନୁହେଁ ବିଭିନ୍ନ କାରଣରୁ ମଧ୍ୟ ଅନେକ ଲୋକ ମୁଣ୍ଡବିନ୍ଧାର ଶିକାର ହୁଅନ୍ତି, କିନ୍ତୁ ଯଦି ଯନ୍ତ୍ରଣା ଜାରି ରହେ, ତେବେ ଏହାର ପରିଣାମ ଗମ୍ଭୀର ହୋଇପାରେ। ପଢନ୍ତୁ ପୂରା ରିପୋର୍ଟ...

08:04 AM

Odisha News Live Updates: ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା
ରାଜ୍ୟରେ କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟବାସୀଙ୍କୁ କଲବଲ କରୁଛି ଗ୍ରୀଷ୍ମପ୍ରବାହ। ରାଜ୍ୟରେ ଚଳିତବର୍ଷ ପ୍ରଥମ ଥର ପାଇଁ ତାପମାତ୍ରା ୪୩ ଡିଗ୍ରି ଛୁଇଁଛି।ଉପକୂଳରୁ ଉପାନ୍ତ, କେଉଁଠି ବି ତାତିରୁ ନିସ୍ତାର ନାହିଁ। ମାଲକାନଗିରି ଏବଂ ବୌଦ୍ଧ ଜିଲ୍ଲାରେ ଗୁରୁବାର ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ କରାଯାଇଛି।୪୩.୫ ଡିଗ୍ରୀ ସହ ରାଜଧାନୀ ଭୁବନେଶ୍ବର ସର୍ବାଧିକ ଉତ୍ତପ୍ତ ସହର ପାଲଟିଥିବା ବେଳେ ଦେଶର ଦ୍ବିତୀୟ ଉତ୍ତପ୍ତ ସହର ଭାବରେ ରେକର୍ଡ କରିଥିବା ସୂଚନା ଦେଇଛି ପାଣିପାଗ ବିଭାଗ। ପଢନ୍ତୁ ପୂରା ରିପୋର୍ଟ...

07:50 AM

Odisha News Live Updates: କେମିତି ରହିବ ଆପଣଙ୍କ ଦିନ। ପଢନ୍ତୁ ଆଜିର ରାଶିଫଳ...

07:49 AM

Odisha News Live Updates: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।