Odisha News Live updates: ରୋଡ୍ ଶୋ'ରେ BJDର ଶକ୍ତି ପ୍ରଦର୍ଶନ, ପଢ଼ନ୍ତୁ ଅପଡେଟ୍ ଖବର
Advertisement
Article Detail0/zeeodisha/odisha2255056

Odisha News Live updates: ରୋଡ୍ ଶୋ'ରେ BJDର ଶକ୍ତି ପ୍ରଦର୍ଶନ, ପଢ଼ନ୍ତୁ ଅପଡେଟ୍ ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha News Live updates: ରୋଡ୍ ଶୋ'ରେ BJDର ଶକ୍ତି ପ୍ରଦର୍ଶନ, ପଢ଼ନ୍ତୁ ଅପଡେଟ୍ ଖବର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

20 May 2024
22:55 PM

Odisha News Live updates:  ବିଜେପିରୁ ବହିଷ୍କୃତ ହେଲେ ପୂର୍ବତନ ସାଂସଦ ଐର ଖାରବେଳ ସ୍ବାଇଁ । ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ସଭାପତି ନେଇଛନ୍ତି କାର୍ଯ୍ୟାନୁଷ୍ଠାନ । ଏଥିସହ ଆଉ ୫ ନେତାଙ୍କୁ ବହିଷ୍କୃତ କରାଯାଇଥିବା ସୂଚନା ମିଳିଛି ।

22:30 PM

ଓଡ଼ିଶାର ୪ଟି ପର୍ଯ୍ୟାୟ ନିର୍ବାଚନରୁ ୨ଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଓଡ଼ିଶାର ୫ଟି ଲୋକସଭା ସହ ୩୫ଟି ବିଧାନସଭା ନିର୍ବାଚନରେ ଭୋଟରମାନେ ଉତ୍ସାହ ସହ ଭୋଟ ଦେଇଛନ୍ତି । ଭାରତୀୟ ଗଣତବର ଏହି ମହାନ ପର୍ବରେ ସାଧାରଣ ଜନତା ବଢିଚଢ଼ିକି ଭାଗ ନେଇଥିବାରୁ ସେମାନଙ୍କୁ ସାଧୁବାଦ ଓ କୃତଜ୍ଞତା ଜଣାଇଛନ୍ତି ଡ.ଯତୀନ ମହାନ୍ତି । ଅଧିକ ପଢ଼ନ୍ତୁ

22:00 PM

Top 10 News Today: ଦିନ ତମାମର ୧୦ଟି ବଡ଼ ଖବର ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

21:38 PM

ନିର୍ବାଚନୀ ହିଂସା: କଣ୍ଟାମାଳରେ ପୁଲିସକୁ ମାଡ଼, ଦର୍ଲିପାଲିରେ ଅଫିସରଙ୍କୁ ତାଲା

ଭୁବନେଶ୍ୱର: ନିର୍ବାଚନ ପରବର୍ତ୍ତୀ ସମୟରେ ହିସା ଦେଖିବାକୁ ମିଳିଛି। ବୌଦ୍ଧ ଜିଲ୍ଲାରେ  ଉତ୍ତେଜନା ଉଗ୍ର ହୋଇଛି ଯେ ପୋଲିସକୁ ଫାଙ୍କା ଗୁଳିଚାଳନା କରିବାକୁ ପଡ଼ିଛି। ଲୋକେ ଭୋଟ ଦେବାରୁ ବଞ୍ଚିତ ହୋଇ ଆନ୍ଦୋଳନ କରୁଥିବା ବୋଳେ ପୋଲିସ ଉପରକୁ ଢେଲା ପକାଇଥିଲେ। ଏହାପରେ ଉତ୍ତେଜନା ଆରମ୍ଭ ହୋଇଥିଲା। ଘଟଣା ଘଟିଛି ମହାଶ୍ୱର ପିଣ୍ଡାର ଗାଁର ୨୮ ନମ୍ବର ବୁଥରେ। ପ୍ରିଜାଇଡିଂ ଅଧିକାରୀ ପକ୍ଷପାତିତା କରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଅଧିକାରୀ ଏକ ନିର୍ଦ୍ଦିଷ୍ଟ ଚିହ୍ନରେ ଭୋଟ ଦେବାକୁ କହିଥିବା ଅଭିଯୋଗ ହୋଇଛି। ଅଧିକ ପଢ଼ନ୍ତୁ

21:14 PM

ନିର୍ବାଚନୀ ହିଂସା: କଣ୍ଟାମାଳରେ ପୁଲିସକୁ ମାଡ଼, ଦର୍ଲିପାଲିରେ ଅଫିସରଙ୍କୁ ତାଲା

ଭୁବନେଶ୍ୱର: ନିର୍ବାଚନ ପରବର୍ତ୍ତୀ ସମୟରେ ହିସା ଦେଖିବାକୁ ମିଳିଛି। ବୌଦ୍ଧ ଜିଲ୍ଲାରେ  ଉତ୍ତେଜନା ଉଗ୍ର ହୋଇଛି ଯେ ପୁଲିସକୁ ଫାଙ୍କା ଗୁଳିଚାଳନା କରିବାକୁ ପଡ଼ିଛି। ଲୋକେ ଭୋଟ ଦେବାରୁ ବଞ୍ଚିତ ହୋଇ ଆନ୍ଦୋଳନ କରୁଥିବା ବୋଳେ ପୁଲିସ ଉପରକୁ ଢେଲା ପକାଇଥିଲେ। ଏହାପରେ ଉତ୍ତେଜନା ଆରମ୍ଭ ହୋଇଥିଲା। ଘଟଣା ଘଟିଛି ମହାଶ୍ୱର ପିଣ୍ଡାର ଗାଁର ୨୮ ନମ୍ବର ବୁଥରେ। ସେହିପରି ସୁନ୍ଦରଗଡ଼ରେ ଭୋଟ୍‍ ଦେବାରୁ ବଞ୍ଚିତ ହେବାରୁ ଦର୍ଲିପାଲିର ୧୪୯ନମ୍ବର ବୁଥରେ ପୁଲିଂ ଅଧିକାରୀଙ୍କୁ  ତାଲା ପକାଇ ଦେଇଛନ୍ତି ଗ୍ରାମବାସୀ। ସ୍ଥାନୀୟ ଅଧିକାରୀ ଏ ନେଇ ଗ୍ରାମବାସୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ସେହିପରି ଗଞ୍ଜାମ ଜିଲ୍ଲାର ପୋଲସରାଠାରେ ଦୁଇ ଗୋଷ୍ଠୀ ଭିତରେ ହାତାହାତି ହେତୁ ତିନିଜଣ ଆହତ ହୋଇଛନ୍ତି।

21:00 PM

ବଡ଼ଚଣାରେ ମାଟି ଚିନ୍ତା: ବର୍ଷାଙ୍କ ପ୍ରାର୍ଥୀତ୍ୱକୁ ବରିଷ୍ଟ ନାଗରିକଙ୍କ ବିରୋଧ

ଭୁବନେଶ୍ୱର:  ମାଟିର ସ୍‍ୱାଭିମାନ ରକ୍ଷା ତଥା ମାଟିର ସନ୍ତାନକୁ ପ୍ରତିନିଧି ଭାବେ ପଠାଇବା ଲାଗି ତତ୍ପର ହୋଇଛନ୍ତି ବଡ଼ଚଣାବାସୀ।  ପାର୍ଟି ନୁହେଁ ମାଟି ହିଁ ବଡ଼ ଏହି ସ୍‍ୱର ଉତ୍ତୋଳନ କରିବା ଲାଗି ବଡ଼ଚଣା ବିକାଶ ସଂଗଠନ ଉଦ୍ୟମ ଆରମ୍ଭ କରିଛି। ଏ ଭିତରେ ଗୋଟିଏ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ଯେଉଁଥିରେ ବିଜେଡିର ବର୍ଷା ଏ ମାଟିର ଝିଅ ନୁହଁନ୍ତି ଏଣୁ ତାଙ୍କୁ ଭୋଟ ନଦେବା ସପକ୍ଷରେ ସଚେତନତା ସୃଷ୍ଟି କରିବାକୁ ମତ ପ୍ରକାଶ ପାଇଛି। ଅଧିକ ପଢ଼ନ୍ତୁ

20:37 PM

Odisha News Live updates: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହାର ନୈରାଶ୍ୟଜନକ ହୋଇଛି। ୫ଟି ଯାକ ଲୋକସଭା ନିର୍ବାଚନ ମଣ୍ଡଳୀକୁ ଅନୁଶୀଳନ କଲେ ରାଜ୍ୟରେ ହାରାହାରି  ପ୍ରାୟ ୬୦.୭୨ ପ୍ରତିଶତ ମତଦାନ ହୋଇଛି। ନିର୍ବାଚନ କମିଶନଙ୍କ ମତଦାନ ଆପ୍ଲିକେସନ୍‍ରୁ ଏହା ସ୍ପଷ୍ଟ ହୋଇଛି। ସବୁଠାରୁ ଅଧିକ ମତଦାନ ବରଗଡ଼ ଲୋକସଭା ମଣ୍ଡଳୀରେ ହୋଇଥିବାବେଳେ ସବୁଠାରୁ କମ୍‍ ମତଦାନ ଆସ୍କାରେ ହୋଇଛି। ଏଠାରେ ହାରାହାରି ମତଦାନ ହାର ୫୫.୬୫ ପ୍ରତିଶତ  ରହିଥିବା ଦର୍ଶାଯାଇଛି। ସେହିପରି ବରଗଡ଼ରେ ୬୬.୧୪%, ବଲାଙ୍ଗୀରରେ ୬୧.୩୫%, କନ୍ଧମାଳରେ ୫୭.୪୬% ଏବଂ ସୁନ୍ଦରଗଡ଼ରେ ୬୨.୩୬% ହୋଇଥିଲା। ସକାଳୁ ମତଦାନ ଭଲ ରହିଥିବାରୁ ଏହି ପର୍ଯ୍ୟାୟରେ ମଧ୍ୟ ୭୫ ପ୍ରତିଶତରୁ ଅଧିକ ମତଦାନ ହେବ ବୋଲି ଆଶା କରାଯାଇଥିଲା। କିନ୍ତୁ ଦ୍ୱିପ୍ରହର ପରେ ଏହି ହାର ଧିମା ହୋଇଥିଲା। ପ୍ରବଳ ଗ୍ରୀଷ୍ମ ଏହାର କାରଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି। 

 

20:33 PM

Odisha News Live updates: ସମ୍ବିତ ପାତ୍ରଙ୍କ ବିବୃତ୍ତିକୁ ନିନ୍ଦାକଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ସମଗ୍ର ବିଶ୍ୱର ଠାକୁର ତାଙ୍କୁ ଅନ୍ୟ ଜଣେ ମନୁଷ୍ୟର ଭକ୍ତ କହିବା ମହାପ୍ରଭୁଙ୍କ ପ୍ରତି ସବୁଠୁ ବଡ଼ ଅପମାନ । ଏହା ବିଶ୍ୱର କୋଟି କୋଟି ଜଗନ୍ନାଥ ଭକ୍ତ ଓ ଓଡ଼ିଆ ମାନଙ୍କ ଭାବାବେଗ ଏବଂ ବିଶ୍ୱାସକୁ କ୍ଷତାକ୍ତ କରିଛି ।

20:22 PM

Odisha News Live updates: ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ BSKY ଯୋଜନା ଆରମ୍ଭ କରିଛନ୍ତି।  ଏହି ଯୋଜନା ମାଧ୍ୟମରେ ଲୋକେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆସିଛି। ଫଳରେ ଲୋକ ଉତ୍ତମ ଚିକିତ୍ସା ପାଇପାରୁଛନ୍ତି। ଏଥିପାଇଁ ରାଜ୍ୟ ସରକାର ୩୦୦ କୋଟି ଟଙ୍କାର ଭାର ଉଠାଉଛନ୍ତି।

20:11 PM

Odisha News Live updates: ସାଢେ ଚାରିକୋଟି ଓଡି଼ଆ ମୁଖ୍ୟମନ୍ତ୍ରୀଙ୍କୁ ଭଲ ପାଆନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଆର୍ଶିବାଦ କରନ୍ତୁ । ବିଧାୟକ ପ୍ରାର୍ଥୀ ଓ ସାସଂଦ ପ୍ରାର୍ଥୀଙ୍କୁ ବିଜୟ କରନ୍ତୁ। ମୁଖ୍ୟମନ୍ତ୍ରୀ କଥାରେ ନୁହେଁ କାମରେ ବିଶ୍ବାସ କରନ୍ତି। ଆପଣମାନେ ଆର୍ଶିବାଦ କଲେ ପୁରୀ ପାଇଁ ନବୀନ୍ ଅଧିକ କାର୍ଯ୍ୟ ଆହୁରି କରିବେ। ମୁଖ୍ୟମନ୍ତ୍ରୀ ଯେଉଁ ଦିନ ଶପଥ ଗ୍ରହଣ କରିବେ । ସେହିଦିନ ପ୍ରଥମେ ବିଜୁଳି ବିଲ୍ ଛାଡ କରିବା ପାଇଁ ଘୋଷଣା କରିବେ। ଏବଂ ଯେଉଁମାନେ Biju Swastya Kalyan Yojana ର କାର୍ଡ଼ ପାଇ ନାହାଁନ୍ତି । ସେମାନଙ୍କୁ ମିଳିବ।  ମିଶନ ଶକ୍ତି ମାଆମାନେ ୬୦ ବର୍ଷ ପରେ ପେନସନ୍ ପାଇବେ ବୋଲି ପୁରୀବାସୀଙ୍କୁ ପ୍ରତିଶ୍ରୃତି ଦେଇଛନ୍ତି ପାଣ୍ତିଆନ୍।

19:48 PM

Odisha News Live updates: ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜଧାନୀରେ ରୋଡ ସୋ’ କରିଛନ୍ତି । ଭୁବନେଶ୍ୱର ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ସ୍ଥାନୀୟ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ନବୀନ ପଟ୍ଟନାୟକ ।

19:43 PM

Odisha News Live updates: ସେପଟେ ବିଜେଡି ନେତା ଭିକେ ପାଣ୍ତିଆନ୍ ପୁରୀରେ ରୋଡ୍ ସୋ କରିଛନ୍ତି। ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବିକାଶର ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି। ଲୋକଙ୍କ ଆଶା ନବୀନଙ୍କ ଉପରେ ବଳବତ୍ତର ରହୁ। ମିଶନ ଶକ୍ତି ମାଆ ମାନଙ୍କୁ ପେନସନ୍ ବ୍ୟବସ୍ଥା କରାଯିବ ବୋଲି ସେ ପ୍ରତିଶ୍ରୃତି ଦେଇଛନ୍ତି। ଏଭଳି ଏକ ସରକାର ସାରା ଭାରତରେ ବିରଳ। ଛାତ୍ରବୃତ୍ତିର ବ୍ୟବସ୍ଥା କରିଛନ୍ତି ନବୀନ୍। 

19:37 PM

Odisha News Live updates: ଆଗକୁ ଯୁବ ବଜେଟ୍ ଆଣିବାକୁ ଯାଉଛନ୍ତି ନବୀନ୍ । ଏଥିରେ ଶିକ୍ଷାର୍ଥୀ ସାମିଲ୍ ହେବେ। ଆଗାମୀ ଦିନରେ ଆଇଟି ହବ୍ ହେବ ରାଜଧାନୀ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୃତି ଦେଇଛନ୍ତି।  ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ଼ ସମସ୍ତଙ୍କୁ ମିଳିବ। 

19:22 PM

Odisha News Live updates: ମୁଖ୍ୟମନ୍ତ୍ରୀଙ୍କ ଜନହିତକାରୀ କାର୍ଯ୍ୟ ପାଇଁ ନବୀନଙ୍କ କ୍ରେଜ୍ ରାଜ୍ୟରେ ଅଧିକ ରହିଛି ।  ଚାଷୀମାନଙ୍କୁ ନବୀନ ଗୁରୁତ୍ବ ଦେଇଛନ୍ତି। ଯୋଡି଼ ଶଙ୍ଖରେ ଭୋଟ୍ ଦେଇ ଜୟଯୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ ଅପିଲ୍ କରିଛନ୍ତି। 

 

19:19 PM

Odisha News Live updates: ନବୀନଙ୍କ ଏକ ଝଲକ ପାଇବା ପାଇଁ ରାଜଧାନୀର ରାଜରାସ୍ତା ଜନ ସମୁଦ୍ର ପାଲଟିଛି। ପୁନାମା ଗେଟ୍ ଫ୍ଲାଏ ଓଭରରୁ ରୋଡ୍ ସୋ  ବାହାରିଛି । ଏହି ରୋଡ ସୋ ପଲାସପଲ୍ଲୀ, ବିଡ଼ିଏ କଲୋନୀ ଛକ, ସୁନ୍ଦରପଦା ହାଟ , ପୋଖରୀ ପୁଟ ଛକ, ଶିରିପୁର ଛକ ଓ ଗଙ୍ଗନଗର ଛକ ହୋଇ ଏକ୍ରାମ ଛକରେ ସରିବ ଏହି ରୋଡ ସୋ।

 

19:14 PM

Odisha News Live updates: ଯଦି ଆଉ ଥରେ ନବୀନ ସରକାର ଗଢନ୍ତି । ତେବେ, ଜୁଲାଇରୁ ବିଜୁଳି ବିଲ୍ ଛାଡ ହେବ। ୧୦୦ ୟୁନିଟ୍ ପର୍ଯ୍ୟନ୍ତ ବିଲ୍ ଫ୍ରି ରହିବ ବୋଲି ନବୀନ ପ୍ରତିଶ୍ରୃତି ଦେଉଛନ୍ତି। 

 

19:08 PM

Odisha News Live updates: ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ୍ ସୋ’ ଏକାମ୍ରରେ ଆରମ୍ଭ ହୋଇଛି । ୭୦ ଲକ୍ଷ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିଛନ୍ତି ମୁଖ୍ୟମନ୍ତ୍ରୀ। ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କୁ ଦେଉଛନ୍ତି ସ୍ବତନ୍ତ୍ର ପରିଚୟ। ନବୀନଙ୍କ ଶାସନ କାଳ ମଧ୍ୟରେ ଲିଙ୍ଗରାଜ୍ ମନ୍ଦିରର ରୂପରେଖ ବଦଳିଛି। ଯଦି ନବୀନ ସରକାର ଗଢନ୍ତି । ତେବେ, ଜୁଲାଇରୁ ବିଜୁଳି ବିଲ୍ ଛାଡ ହେବ। 

18:58 PM

Odisha News Live updates: ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ୍ ସୋ’ ଆରମ୍ଭ ହୋଇଛି । ଭୁବନେଶ୍ୱର ଏକାମ୍ରରେ  ରୋଡ ସୋ’ରେ ହଜାର ହଜାର ଲୋକ ସାମିଲ ହୋଇଛନ୍ତି।  ଭୁବନେଶ୍ୱର ରାଜରାସ୍ଥା ପାଲଟିଲା ଜନ ସମୁଦ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଚାରିଲେ ଆପଣମାନେ ଖୁସି ତ ? ଆପଣଙ୍କୁ ଆଉ ବିଜୁଳି ବିଲ୍ ଦେବାକୁ ପଡ଼ିବନାହିଁ ଆପଣମାନେ ଖୁସି ତ ?

 

18:56 PM

Odisha News Live updates: ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ୍ ସୋ’ ଆରମ୍ଭ ହୋଇଛି । ଏଥିପାଇଁ ସହରର କିଛି ସ୍ଥାନରେ ଟ୍ରାଫିକ୍ କଟକଣା ରହିଛି। 

18:44 PM

Odisha News Live updates: ଶଙ୍ଖ ଭବନରେ ବିଜେଡିର ସାମ୍ବାଦିକ ସମ୍ମିଳନୀ। ରାଜ୍ୟ ବିଜେପି ଉପରେ ବର୍ଷିଲେ ସାଂସଦ ସସ୍ମିତ ପାତ୍ର। ସେ କହିଛନ୍ତି ଯେ, ବ୍ୟକ୍ତିଗତ ବଚସାକୁ ନେଇ ବରଗଡ଼ରେ ହତ୍ୟା ହୋଇଛି।  ମୃତଦେହକୁ ନେଇ ବିଜେପି ରାଜନୀତି କରୁଛି। ଏବଂ ଏ ନିର୍ବାଚନ ହାରିବା ଭୟରେ ରକ୍ତମୁଖା ଓଡ଼ିଶା ବିଜେପି । 

18:35 PM

Odisha News Live Update: କଣ୍ଟାମାଳ ମହେଶ୍ୱରପିଣ୍ଡା ଗାଁରେ ୨୮ ନମ୍ବର ମତଦାନ କେନ୍ଦ୍ରରେ ଭୋଟ ବନ୍ଦ ହୋଇଛି । ବିଜେପି ପ୍ରାର୍ଥୀ କହ୍ନେଇ ଡାଙ୍ଗ ଧାରଣା ଦେଇଥିବା କାରଣରୁ ବନ୍ଦ ରହିଛି ଭୋଟିଂ । ବୁଥ ରିଗିଂ ଅଭିଯୋଗରେ ପୋଲିସ କିଛି ସାଥୀ କର୍ମୀଙ୍କୁ ଉଠାଇ ନେବାରୁ ଧାରଣା ଦେଇଛନ୍ତି । ଏଥିସହ ଜାତୀୟ ରାଜପଥ ଅବରୋଧ କରିଛନ୍ତି ବିଜେପି କର୍ମୀ

18:05 PM

Odisha Live Updates: ଅପରାହ୍ନ ୫ଟା ସୁଦ୍ଧା ରାଜ୍ୟରେ ପ୍ରାୟ ୬୦.୫୫% ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

18:00 PM

Odisha Live Updates: ସନ୍ଧ୍ୟା ୫ଟା ସୁଦ୍ଧା ତଳସରାରେ ୫୯, ସୁନ୍ଦରଗଡ଼ରେ ୬୨, ବୀରମିତ୍ରପୁରରେ ୬୮.୬୧, ରଘୁନାଥପଲ୍ଲୀରେ ୫୮.୨୫, ରାଉରକେଲାରେ ୫୫.୧୬, ରାଜଗାଙ୍ଗପୁରରେ ୫୭.୫୮, ବଣାଇରେ ୬୮.୮୫ ପ୍ରତିଶତ ମତଦାନ ହୋଇଛି ।

17:55 PM

ଢେଙ୍କାନାଳ ପିଙ୍ଗୁଆରେ ଦୁର୍ଘଟଣା, ଗୋଟିଏ ପରିବାରର ୪ ମୃତ୍ୟୁ

ଢେଙ୍କାନାଳ:  ଗୋଟିଏ ପରିବାର ପାଇଁ ଦୁର୍ଘଟଣା ସାଜିଲା କାଳ । ପରିବାରର ୪ ସଦସ୍ୟଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଅଛନ୍ତି ବାପା, ମାଆ, ପୁଅ, ଝିଅ । ଏକ ହାଇୱା ପଲସର ବାଇକକୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି । ଅଧିକ ପଢନ୍ତୁ

17:30 PM

Road Accident: ଛତିଶଗଡର କାୱାର୍ଦ୍ଧା ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ରୁ ୧୨ ଜଣ ଆହତ ହୋଇଥିବା କୁହାଯାଉଛି। ବାଇଗା ଆଦିବାସୀମାନେ ଜଙ୍ଗଲରୁ ପାରମ୍ପରିକ କେନ୍ଦୁପତ୍ର ନେଇ ଘରକୁ ଫେରୁଥିଲେ। ବାହପାନି ଅଞ୍ଚଳ ନିକଟରେ ପିକଅପ୍ ଭ୍ୟାନ ଗାଡିଟି (Chhattisgarh kawardha Accident)ରାସ୍ତାରେ ଯାଇଥିବା ୨୦ ଫୁଟ ଗଭୀର ଖାଲରେ ଖସିପଡିଥିଲା ​​। ଯେଉଁଥିରେ ୧୮ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହିଁ ଘଟିଥିଲା। ପରେ ଆହତ ଲୋକ ବି ବହୁତ ଗୁରୁତର ହୋଇଛନ୍ତି।  ଗାଡିରେ ପାଖାପାଖି ୨୫ ରୁ ୩୦ ଲୋକ ଥିବା ସୂଚନା ମିଳିଛି। ସମସ୍ତେ କୁଇର ବାସିନ୍ଦା ବୋଲି କୁହାଯାଉଛି। ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ମାମଲା ପାଣ୍ଡାରିଆର କୁକଦୁର ପୋଲିସ ଷ୍ଟେସନ ଅଞ୍ଚଳର ଘଟିଛି। 

17:20 PM

Odisha Live Updates: ଭୋଟ୍‌ ଦେବା ଆସି ଜଣେ ମହିଳା ଅଂଶୁଘାତର ଶିକାର ହୋଇଛନ୍ତି । ଭୋଟ ଦେବା ପାଇଁ ଲାଇନ୍‌ରେ ଛିଡ଼ା ହୋଇଥିବା ସମୟରେ ଅଂଶୁଘାତରେ ଅସୁସ୍ଥ ହୋଇ ତଳେ ପଡ଼ିଥିଲେ ମହିଳାଜଣକ । ଏପରି ଏକ ଘଟଣା ବୌଦ୍ଧରେ ଘଟିଛି । ମହିଳାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

16:58 PM

ନିର୍ବାଚନ ସମୟରେ ଆକ୍ରମଣ, ଅଟୋ ଚାଳକଙ୍କୁ ହତ୍ୟା ଅଭିଯୋଗ

ବରଗଡ଼: କିଛି ଭୋଟରକୁ ନେଇ ମତଦାନ କେନ୍ଦ୍ରକୁ ଯାଉଥିବା ଅଟୋ ଚାଳକଙ୍କୁ ଛୁରି ମାଡ କରିଛନ୍ତି ଦୁର୍ବୁତ୍ତ । ଫଳରେ ତାଙ୍କ ଜୀବନ ଚାଲିଯାଇଛି । ଏମିତି ଏକ ଅଭିଯୋଗ ଆସିଛି ବରଗଡ଼ ଜିଲ୍ଲା ସରସରା ଗାଁରୁ । ଅଧିକ ପଢ଼ନ୍ତୁ

16:53 PM

Heatwave: ଦେଶରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଅନୁଯାୟୀ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ଉତ୍ତର ଭାରତରେ ହିଟ୍ ଓ୍ବେଭ୍ ଜାରି ରହିବ। ଖରାର ତାଉ ବଢିବ।  ପରିସ୍ଥିତି ଏପରି ଯେ, ରବିବାର ଦିନ ଦିଲ୍ଲୀର ନଜାଫଗଡର ତାପମାତ୍ରା ୪୭.୮ ଡିଗ୍ରୀ ଛୁଇଁଛି। ରବିବାର ଦିନ ନାଜାଫଗଡ ସହ ଦିଲ୍ଲୀ-ଏନସିଆର ଭାରତରେ ସବୁଠାରୁ ଉତ୍ତପ୍ତ ସହର ଥିଲା। ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବିଶେଷଜ୍ଞମାନେ କହିଛନ୍ତି ଯେ, ଦିଲ୍ଲୀ ଆଡକୁ ଆସୁଥିବା ରାଜସ୍ଥାନ, ହରିୟାଣା, ପଞ୍ଜାବ ଏବଂ ପାକିସ୍ଥାନରେ ଶୁଖିଲା ପବନ ପ୍ରବାହିତ ହେଉଛି। ଫଳରେ ଏହି  ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଉଛି। 

16:23 PM

ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର: Top 10 News Today: ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

16:18 PM

Odisha Live Updates: ନୂଆପଡ଼ା ଜିଲ୍ଳା ସୁନାବେଡ଼ା ଜଙ୍ଗଲ ଭିତେ ମାଓବାଦୀ ଓ ଏସ୍‍ଓଜି ଯବାନଙ୍କ ଭିତରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ଯବାନଙ୍କ ନାଁ ହେଉଛି ପ୍ରକାଶ ସାଇ ତାଙ୍କୁ ରାୟପୁରଠାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ଅବସ୍ଥା ଠିକ୍‍ ଥିବା କହିଛନ୍ତି ନୂଆପଡ଼ା ଏସ୍‍ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର।

16:08 PM

Odisha Live Updates: ଇରାନ୍‌ ରାଷ୍ଟ୍ରପତି ଇବ୍ରାହିମ ରଇସି ଏବଂ ବୈଦେଶିକ ମନ୍ତ୍ରୀ ଅମିର ଅବଦୁଲ୍ଲାହିୟନଙ୍କ ମୃତଦେହ ମିଳିଛି । ଦୁର୍ଘଟଣାସ୍ଥଳଠୁ ଅଳ୍ପ ଦୂରରୁ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏନେଇ ସୋସିଆଲ ମିଡିଆରେ ଫଟୋ ସାମ୍ନାକୁ ଆସିଛି । ସୂଚନାଯୋଗ୍ୟ, ରବିବାର ଦିନ ଇରାନ୍‌ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡିଥିଲା । ସେହି ହେଲିକପ୍ଟରରେ ବୈଦେଶିକ ମନ୍ତ୍ରୀ ଅମିର ଅବଦୁଲ୍ଲାହିୟନ ଉପସ୍ଥିତ ଥିଲେ । ପ୍ରବଳ ବର୍ଷା ଏବଂ କୁହୁଡି କାରଣରୁ ହେଲିକପ୍ଟରଟି ପାହାଡିଆ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ରିପୋର୍ଟ ପ୍ରକାଶ ପାଇଥିଲା ।

16:03 PM

Yami Gautam: ବଲିଉଡ ଅଭିନେତ୍ରୀ ତଥା ମଡେଲ ୟାମି ଗୌତମ ନିଜ ଫ୍ୟାନ୍ସମାନଙ୍କୁ ଖୁସି ଖବର ଦେଇଛନ୍ତି। ୟାମି ଗୌତମ ମାଆ ହୋଇଛନ୍ତି। ୟମିଙ୍କ ଘରକୁ ଆସିଛି କୁନି ଅତିଥି। ୟାମି ଗୌତମ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ତାଙ୍କ ପୁଅ ଅକ୍ଷୟ ତୃତୀୟାରେ ଜନ୍ମଗ୍ରହଣ କରିଥିଲେ ବୋଲି ସେ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଏ-ନେଇ ୟାମି ଗୌତମ ଇନଷ୍ଟାଗ୍ରାମରେ ଏହି ଖବର ନିଜ ଫ୍ୟାନ୍ସମାନଙ୍କ ସହ ସେୟାର କରିଛନ୍ତି।  ଇନଷ୍ଟାରେ ସେୟାର କରିଥିବା ଏହି ପୋଷ୍ଟରେ ସେ ପୁଅର ନାଁ ମଧ୍ୟ ଉଲ୍ଲେଖ କରିଛନ୍ତି। ଏବଂ ତାଙ୍କ ପୁଅର ନାମ 'ବେଦାବିଦ୍' ରଖିଛନ୍ତି।  ଏହା ଏକ ସଂସ୍କୃତ ନାମ ବୋଲି କୁହାଯାଉଛି।  ବେଦ ଏବଂ ବିଦ କୁ ନେଇ ଏ ନାଁ ଗଠିତ ହୋଇଛି । ବେଦାବିଦ୍ ମଧ୍ୟ ଭଗବାନ୍ ବି ବିଷ୍ଣୁଙ୍କ ନାମ ।

ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ : Yami Gautam: ମାଆ ହେଲେ ୟାମି ଗୌତମ, ଜାଣନ୍ତୁ ପୁଅ ହେଲା ନା ଝିଅ

15:47 PM

Odisha Live Blog Updates: ଅପରାହ୍ମ ୩ଟା ସୁଦ୍ଧା ତଳସରାରେ ୪୬.୮, ସୁନ୍ଦରଗଡରେ ୪୮, ବୀରମିତ୍ରପୁରରେ ୫୪.୦୧, ରଘୁନାଥପଲ୍ଲୀରେ ୪୩.୦୩, ରାଉରକେଲାରେ ୪୩.୪୪, ରାଜଗାଙ୍ଗପୁରରେ ୪୫, ବଣାଇରେ ୫୮.୦୩ ପ୍ରତିଶତ ମତଦାନ ହୋଇଛି ।

15:31 PM

Odisha Live Updates: ଅହମ୍ମଦାବାଦ ବିମାନବନ୍ଦରରୁ ୪ ISIS ଆତଙ୍କବାଦୀ ଗିରଫ ହୋଇଛନ୍ତି । ସମସ୍ତେ ଶ୍ରୀଲଙ୍କାରୁ ଆସିଥିବା ଜଣାପଡିଛି । ସମସ୍ତେ ଶ୍ରୀଲଙ୍କା ନାଗରିକ ବୋଲି କୁହାଯାଉଛି । ତେବେ ସେମାନଙ୍କର ଉଦ୍ଦେଶ୍ୟ କଣ ଥିଲା ସେନେଇ ପୋଲିସ ଖୋଳତାଡ କରୁଛି ।

15:18 PM

Odisha Election 2024:  ଭୋଟ ଦେବାକୁ ନେଇ ଅବ୍ୟବସ୍ଥା କାରଣରୁ ଲୋକେ ଅସନ୍ତୁଷ୍ଟ । ବଲାଙ୍ଗୀରର କିଛି ବୁଥରେ ସାମାନ୍ୟ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଯାହାକୁ ନେଇ ଅଭିଯୋଗ କରିଛନ୍ତି ଭୋଟର । 

14:53 PM

ଅପରାହ୍ଣ ୧ଟା ସୁଦ୍ଧା ୩୫ ପ୍ରତିଶତ ଭୋଟ୍‍, ବରଗଡ଼ରେ ୩୮.୧%

ଭୁବନେଶ୍ୱର: ରାଜ୍ୟର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟ ହାର କ୍ରମଶଃ ବଢ଼ିବାରେ ଲାଗିଛି। ଅପରାହ୍ଣ ସୁଦ୍ଧା ହାରାହାରି ଭୋଟ ହାର ପ୍ରାୟ ୩୫ ପ୍ରତିଶତ ରହିଛି।  ବରଗଡ଼ରେ ୩୮.୧ ପ୍ରତିଶତ ଭୋଟ୍‍ ହୋଇଛି। ଏହି ନିର୍ବାଚନ ମଣ୍ଡଳୀରେ ଝାରସୁଗୁଡ଼ା ଜିଲ୍ଲା ବି ଆସୁଛି। ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲା ଭିତରୁ ଝାରସୁଗୁଡ଼ାରେ ଅଧିକ ଭୋଟ ହୋଇଛି। ସୁନ୍ଦରଗଡ଼ରେ ୩୬.୨% ପ୍ରତିଶତ ଭୋଟ ହୋଇଥିବା ବେଳେ ବଲାଙ୍ଗୀରରେ ପ୍ରାୟ ୩୨.୮୨, କନ୍ଧମାଳରେ ୩୫.୦୯%, ଆସ୍କାରେ ପାୟ ୩୪.୩୮% ଭୋଟ୍‍ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବବିହାରୀ ଧଳ କହିଛନ୍ତି। ନିର୍ବାଚନ ସମୟରେ ଇଭିଏମ୍‍ ତ୍ରୁଟି ହେବାରୁ ସେଗୁଡ଼ିକୁ ବଦଳାଯାଇଛି। ୭ଟାରୁ ୧୨ଟା ଭିତରେ ସମୁଦାୟ ଇଭିଏମ୍‍ ବଦଳାଯାଇଛି। ଏଥିରେ ୪୮ ବ୍ୟାଲଟ ୟୁନିଟ ଓ ୪୮ ନିୟନ୍ତ୍ରଣ ୟୁନିଟ ରହିଛି। ଯଦି ଗୋଟିଏ ଅସୁବିଧା ହେଲା ତେବେ ଦୁଇଟି ଯାକ ହୋଇଥାଏ। ଏଣୁ ପ୍ରୋଟୋକଲ ଅନୁସାରେ ସମାନ ସଂଖ୍ୟାରେ ବ୍ୟାଲଟ ଓ ନିୟନ୍ତ୍ରଣ ୟୁନିଟ ବଦଳାଯାଇଥିବା କହିଛନ୍ତି ଶ୍ରୀ ଧଳ। ଏହା ସହ ୧୧୭ ଭିଭିପ୍ୟାଟ୍‍ ବଦଳାଯାଇଥିବା ସେ ମହିଛନ୍ତି ।

14:04 PM

Odisha Election Updates: ବରଗଡ଼ରେ ହତ୍ୟାକାଣ୍ଡ
ବରଗଡ଼ ଜିଲ୍ଲାରେ ହତ୍ୟା କାଣ୍ଡ, ଭୁଜାଲି ମାଡ଼ରେ ଜଣେ ମୃତ: ବରଗଡ଼ ସରସରାଠାରେ ଜଣେ ବ୍ୟକ୍ତିଙ୍କୁ ଭୁଜାଲିରେ ହାଣିଦିଆଯାଇଛି। ମୃତକଙ୍କ ନାଁ ବିଶ୍ୱନାଥ ମେହେର୍ଦ୍ଦା। ଆଜି ବରଗଡ଼ରେ ନିର୍ବାଚନ ଲାଗି ଭୋଟ୍‍ ଗ୍ରହଣ କରାଯାଉଛି, ଏହିଭଳି ସମ୍ବାଦନଶୀଳ ବାତାବରଣ ଭିତରେ ହତ୍ୟାକାଣ୍ଡ ଘଟିଛି। କିନ୍ତୁ ଏହା ଏକ ବ୍ୟକ୍ତିଗତ ଶତ୍ରୁତା ଏହାର କାରଣ । ଏହାସହ ନିର୍ବାଚନର କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍‍। ହତ୍ୟାକାରୀଙ୍କ ନା ଅଶୋକ ମହାନନ୍ଦ। ସେ କିଛିଦିନ ତଳେ ଜେଲ୍‍ରୁ ଫରିଥିଲେ।

12:42 PM

Modi in Cuttack: କଟକରେ ପ୍ରଧାନମନ୍ତ୍ରୀ
Modi in Cuttack: ମୁଁ ସୋମନାଥଙ୍କ ଭୂମିରୁ ଆସିଛି। ଜଗନ୍ନାଥଙ୍କ ଭୂମିକୁ ପୂଜା କରୁଛି। ମୋ ପାଇଁ ଯେତେ ଆଶୀର୍ବାଦ ସୋମାନାଥ ବାବାଙ୍କ ରହିଛି ସେତିକି ଶ୍ରୀ ଜଗନ୍ନାଥଙ୍କର। ଆପଣ ଆଶ୍ୱସ୍ତ ରୁହନ୍ତୁ ଏଠାରେ ବିଜେପି ସରକାର ହେଲା କ୍ଷଣି ଏଠାରେ ଚାବି ରହସ୍ୟ ଖୋଲାଯିବ। ଯାଞ୍ଚ ରିପୋର୍ଟ ସାମ୍ନାକୁ ଆସିଛି। ତ୍ରୁଟି କରିଛି ତାକୁ ମୋଦୀ କେବେ ଛାଡ଼ିବ ନାହିଁ। ଏହା ଓଡ଼ିଶାର ବିକାଶ ଓ ଓଡ଼ିଆ ଗୌରବକୁ ବଞ୍ଚାଇବାକୁ ଉଦ୍ଦିଷ୍ଟ।

12:42 PM

Modi in Cuttack: କଟକରେ ପ୍ରଧାନମନ୍ତ୍ରୀ
Modi in Cuttack: ବିଜେଡି ସରକାରଙ୍କୁ ଓଡ଼ଧିଶାର ଗୌରବର କିଛି ଚିନ୍ତା ନାହିଁ। ଶ୍ରୀ ଜଗନ୍ନାଥଙ୍କ ରତ୍ନ ଭଣ୍ଡାରକୁ ନେଇ ଯାହା ହେଉଛି ତାହାକୁ ନେଇ ସାରା ଓଡ଼ିଶା ଅସନ୍ତୋଷ ପ୍ରକାଶ କରୁଛି। ଲୋକେ କହୁଛନ୍ତି ଏ ଚାବି ତାମିଲ ନାଡ଼ୁ ପଳାଇ ଯାଇଛି। ଯେଉଁ ପ୍ରକାରେ ରତ୍ନ ଭଣ୍ଡାର ଚାବି ହଜିଲା, ଯାଞ୍ଚ ରିପୋର୍ଟକୁ ଚାପି ଦିଆଗଲା ଏହା ଅନେକ ପ୍ରଶ୍ନ କହୁଛି।

12:41 PM

Modi in Cuttack: କଟକରେ ପ୍ରଧାନମନ୍ତ୍ରୀ
Modi in Cuttack: ଅଙ୍ଗନବାଡ଼ି କର୍ମୀଙ୍କୁ ୧୨ ହଜାର ଟଙ୍କା ଦରମା, ଆୟୁଷ୍ମାନ ଯୋଜନାରେ କୌଣସି ବୟସ୍କଙ୍କ ଚିକିତ୍ସା ପାଇଁ ଚିନ୍ତା କରିବାକୁ ପଡ଼ିବ ନାହିଁ। ମାଗଣା ଚିକିତ୍ସା ମୋଦୀଙ୍କ ଗ୍ୟାରେଣ୍ଟି।

12:38 PM

Modi in Cuttack: କଟକରେ ପ୍ରଧାନମନ୍ତ୍ରୀ
Modi in Cuttack: ସୁଭଦ୍ରା ଯୋଜନା ଦ୍ୱାରା ମା’ ଭଉଣି ମାନଙ୍କୁ ଅନେକ ଫାଇଦା ମିଳିବ। ଦେଶର ୩ କୋଟି ଲୋକଙ୍କୁ ଲକ୍ଷପତି ଦିଦି ଭାବେ ଗଢ଼ି ତୋଳିବାକୁ ମୋର ସ୍ୱପ୍ନ ରହିଛି। ଏହାଦ୍ୱାରା ଆପଣ କଳ୍ତପନା କରନ୍ତୁ କେତେ ଦ୍ରୁତ ଗତିରେ ଆମ ଦେଶ ପ୍ରଗତୀ କରିବ।

12:36 PM

Modi in Cuttack: କଟକରେ ପ୍ରଧାନମନ୍ତ୍ରୀ
Modi in Cuttack: ଆପଣ ଏଠାରେ ଡବଲ ଇଞ୍ଜିନ୍‍ ବିଜେପି ସରକାର କରିଲେ ଆପଣଙ୍କ ବିଜୁଳି ବିଲ୍‍ ଶୂନ୍ୟ ହେବ। ଖାଲି ଏତିକି ନୁହେଁ, ଆପଣ ବିଜୁଳି ବିକ୍ରି କରି ରୋଜଗାର କରିବେ। ପିଏମ୍‍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଦ୍ୱାରା ହେବ। ଅନ୍‍ ଲାଇନରେ ଏଥିପାଇଁ ପଞ୍ଜିକରଣ କରିପାରିବେ। ୭୫ ହଜାରରୁ ଅଧିକ ଟଙ୍କା ଏଥିପାଇଁ ମୋଦୀ ସରକାର ଦେବେ।

12:35 PM

Modi in Cuttack: କଟକରେ ପ୍ରଧାନମନ୍ତ୍ରୀ
Modi in Cuttack: ମୋ ପାଖରେ ଲମ୍ବା ସମୟ କୌଣସି ରାଜ୍ୟ ଚଳାଇବାର ଅଭିଜ୍ଞତା ରହିଛି। ମୁଁ ଦିଲ୍ଲୀରେ ଥିଲେ ବି ଓଡ଼ିଶାରେ ଯିଏ ବି ମୁଖ୍ୟମନ୍ତ୍ରୀ ହେବ ତାକୁ କଷ୍ଟ କେବେ ଆସିବାକୁ ଦେବି ନାହିଁ। କଟକ ଚାରିଆଡ଼େ ନଦୀ କିନ୍ତୁ ଏଠାରେ ପିଇବା ପାଣି ନାହିଁ। ଏଠାରେ ନଳରୁ ଜଳ ଦେବାକୁ ଚାହୁଁଛି କିନ୍ତୁ ଏମାନେ ବାଧକ ହେଉଛନ୍ତି।

12:34 PM

Modi in Cuttack: କଟକରେ ପ୍ରଧାନମନ୍ତ୍ରୀ
Modi in Cuttack: ୧୦ ବର୍ଷ ଭିତରେ ଆଇଆଇଟି, ଆଇଆଇଏମ୍‍, ଟେକ୍ସଟାଇଲ , ଟେକ୍ନୋଲୋଜି ପ୍ରତିଷ୍ଠାନ ଦେଇଛି। ଆସନ୍ତା ୧୦ ବର୍ଷରେ ଏମିତି ଅନେକ ରହିଛି। ମୋ ବନ୍ଧୁ ମହତାବ କହୁଥିଲେ ଏଠାରେ ଗୋଟିଏ ପରେ ଗୋଟିଏ ଉଦ୍ୟୋଗରେ ତାଲା ପଡ଼ିଛି। ସେଥିଲାଗି ଏଠାର ଯୁବକ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। ଏଥିଲାଗି ଏଠାରେ ନିବେଶ ଦରକାର। ଉଦ୍ୟୋଗ ଦରକାର। ବିଜେପିର ଶକ୍ତି ଅଛି ତାହା କରିପାରିବ।

12:32 PM

Modi in Cuttack: କଟକରେ ପ୍ରଧାନମନ୍ତ୍ରୀ
Modi in Cuttack: ବିଜେଡି ସରକାର ଏଠାରେ ନିବାଶ ପାଇଁ ଉଚିତ ପରିବେଶ ସୃଷ୍ଟି କରିପାରୁ ନାହିଁ। ଗୋଟିଏ ମାଫିଆ ସବୁ କ୍ଷେତ୍ରରେ କବଜା କରିବ ବସିଛି। ଏମିତି ସେ ମାଫିଆ ଯେ, ଏଠାରେ ପ୍ରତିନ୍ଦ୍ୱନ୍ଦ୍ୱିତା ଆସିବାକୁ ଦେଉନି। ୧୦ ଜୁନରେ ଆମ ସରକାର ଆସିଲେ ଏ ମାଫିଆର ଅଣ୍ଟା ଭାଙ୍ଗିଦେବ।

12:31 PM

Modi in Cuttack: କଟକରେ ପ୍ରଧାନମନ୍ତ୍ରୀ
Modi in Cuttack: କଟକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କଲେ ମୋଦୀ। ଶୁଣନ୍ତୁ ଆଉ କଣ କହିଛନ୍ତି ମୋଦୀ...

 

12:30 PM

Modi in Cuttack: କଟକରେ ପ୍ରଧାନମନ୍ତ୍ରୀ
Modi in Cuttack: ମୁଁ ଓଡ଼ିଶାର ପ୍ରାୟତଃ ସବୁ ଜିଲ୍ଲାକୁ ଯାଇଛି । ସେଠାରେ ଭିତ୍ତିଭୂମିର ବ୍ୟାପକ ଅଭାବ ରହିଛି। ନିଜ ନିକଟବର୍ତ୍ତୀ ଠିକାଦାରଙ୍କ ଦ୍ୱାରା ଲୁଟ ଚାଲିଛି। ଏ ଲୁଟ ବନ୍ଦ ହେବା ଦରକାର।

12:27 PM

Modi in Cuttack: କଟକରେ ପ୍ରଧାନମନ୍ତ୍ରୀ
Modi in Cuttack: ମୋଦୀ ସରକାର ଯେବେଠାରୁ ଆସିଛି ଓଡ଼ିଶାକୁ ୩ ଗୁଣା ଅଧିକ ଅର୍ଥ ଦେଇଛି। କଂଗ୍ରେସ ସରକାର ସମୟରେ ପୁରୁଣା ଖଣିଜ ନୀତି ଥିଲା। ସେତେବଳେ ୫୦୦୦ କୋଟି ଟଙ୍କା ମିଳୁଥିଲା ଏବେ ନୂଆ ଖଣିଜ ନୀତି ଯୋଗୁ ୫୦ ହଜାର କୋଟି ଟଙ୍କା ମିଳୁଛି। ଏହାସହ ୨୬ହଜାର କୋଟି ଟଙ୍କାରୁ ଅଧିକ ଟଙ୍କା ଖଣିଜ ପାଣ୍ଠି ଭାବରେ ମିଳୁଛି। କିନ୍ତୁ ବିଜେଡି ସରକାର ଏହି ଅର୍ଥକୁ ଏପଟ ସେପଟ କରୁଛି।

12:26 PM

Modi in Cuttack: କଟକରେ ପ୍ରଧାନମନ୍ତ୍ରୀ
Modi in Cuttack:ବିଜେପି ଓଡ଼ିଶାକୁ ଦେଇଛି ତ ବାଲି ମାଫିଆ, ଖଣି ମାଫିଆ, କୋଇଲା ମାଫିଆ, ଜମି ମାଫିଆ ଦେଇଛି। ୨୪ ଘଣ୍ଟା ବିଜେଡିର ଲୋକେ ଏଥିରେ ଲାଗି ରହିଛନ୍ତି। ଏଥିରେ  ଭିତ୍ତିଭୂମି ବିକାଶ ହୋଇପାରିବ କି? ନିବେଶ ଆସିବ କି?

12:24 PM

Modi in Cuttack: କଟକରେ ପ୍ରଧାନମନ୍ତ୍ରୀ
Modi in Cuttack: ଓଡ଼ିଶାକୁ ଏବେ ବିଜେଡିର ଧିମା ସରକାର ଦରକାର ନାହିଁ। ଏହାକୁ ପଛରେ ଛାଡ଼ି ବିଜେପି ସରକାର ବାଛିବାକୁ ହେବ। ଏଠାରେ କିଛି ଲୋକ, ମିଡିଆ କରୁଛି ଏଠାରେ ଝୁଲା ବିଧାନସଭା ହେବ। ଏହା ଭୁଲ୍‍ ଏଠାରେ ବିଜେପିର ପୂର୍ଣ୍ଣ ବହୁମତ ଥିବା ସରକାର ହେବ। ଆସନ୍ତା ୨୫ ବର୍ଷ ରାଜ୍ୟକୁ ବିକାଶର ନୂଆ ଶୀର୍ଷ ହାସଲ କରିବାରେ ସହାୟକ ହେବ।

 

12:24 PM

Prime Minister Narendra Modi in Cuttack: କଟକରେ ପ୍ରଧାନମନ୍ତ୍ରୀ
ତୃତୀୟଥର ମୋଦୀ ସରକାର ଦିଲ୍ଲୀରେ ଶପଥ ନେବ ଏହା ସ୍ଥିର ହୋଇ ସାରିଛି।

12:23 PM

Modi in Cuttack: କଟକରେ ପ୍ରଧାନମନ୍ତ୍ରୀ
ଯାହାଙ୍କୁ ଓଡ଼ିଶାର ସଂସ୍କୃତି, ମାଟିର ସମ୍ବେଦନା ବିଷୟରେ କିଛି ଜଣା ନଥିବା ସେମିତି କିଛି ଲୋକ କ’ଣ ଓଡ଼ିଶାକୁ ସମ୍ଭାଳିପାରିବ? ୨୪-୨୫ ବର୍ଷ ବିଜେଡିକୁ ଭୋଟ ଦେଇଛନ୍ତି କିନ୍ତୁ ପରିଣାମ କ’ଣ ହେଲା। ଏବେ ଆସନ୍ତା ୨୫ ବର୍ଷ ଓଡ଼ିଶାର ବିକାଶ ପାଇଁ ବହୁତ ଜରୁରୀ।

12:22 PM

Modi in Cuttack: କଟକରେ ପ୍ରଧାନମନ୍ତ୍ରୀ
ଏତେ ବଡ଼ ସଂସ୍କୃତି, ଇତିହାସ ବହନ କରୁଥିବା ଓଡ଼ିଆ ବୁଝି ପାରୁନଥିବା ଲୋକ କେବେ ସମ୍ଭାଳି ପାରିବେ କି। ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ମୋଦୀ।

12:21 PM

Modi in Cuttack: କଟକରେ ପ୍ରଧାନମନ୍ତ୍ରୀ
କଟକ ଦେଶର ସବୁଠାରୁ ପୁରୁଣା ସହର ମଧ୍ୟରୁ ଅନ୍ୟତମ। ଏଠାରେ ଇତିହାସ ବି ଅଛି। ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଉତ୍କଳ ଗୌରବ ମଧୂସୂଦନ ଦାସ, ଗୋପବନ୍ଧୁ ଦାସ, ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ପ୍ରେରଣା ଏହି ସହରରେ ରହିଛି। କଟକ ଆଧୁନିକ ଶିକ୍ଷାର ସହର ବୋଲି ମୋଦୀ କହିଛନ୍ତି। 

12:19 PM

Modi in Cuttack: କଟକରେ ପ୍ରଧାନମନ୍ତ୍ରୀ
ଯୁବପୀଢୀଙ୍କୁ ଭୋଟ ଦେବାକୁ ପ୍ରୋତ୍ସାହିତ କଲେ ମୋଦୀ। ଆଗାମୀ ଦିନରେ ଓଡ଼ିଶାର ଉନ୍ନତିରେ ଯୁବପୀଢୀଙ୍କ ଭାଗିଦାରୀ ଗୁରୁତ୍ତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। 

 

12:16 PM

Prime Minister Narendra Modi in Cuttack: କଟକରେ ପ୍ରଧାନମନ୍ତ୍ରୀ
ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ କଲେ ମୋଦୀ। 

12:12 PM

Odisha Election Updates: ଏମ୍ସରୁ ବାହାରିଲେ ପ୍ରଦୀପ ପାଣିଗ୍ରାହୀ
ଏମ୍ସରୁ ବାହାରିଲେ ପ୍ରଦୀପ ପାଣିଗ୍ରାହୀ। ୧୩ ତାରିଖ ଦିନ ତାଙ୍କ ଉପରେ ଆକ୍ରମଣ ହେବାରୁ ତାଙକ୍ ଛାତିରେ ଆଘାତ ଲାଗିଥିଲା। ଭୋଟ୍‍ ଗ୍ରହଣ ପରେ ବୁଥରେ ସିଲିଂ ଦେଖିବାକୁ ଯାଇଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ଏସ୍‍ରୁ ଫରିବା ପରେ ସେ କହିଛନ୍ତି ଯେ, ପୁଲିସ ଉପସ୍ଥିତିରେ ମୋ ଉପରେ ଆକ୍ରମଣ ହୋଇଛି। ଏହା ବିଜେଡି ହାରିବା ଭୟର ପ୍ରତିଫଳନ ବୋଲି ସେ କହିଛନ୍ତି।  ପ୍ରଦୀପ ପାଣିଗ୍ରାହୀ ବିଜେପିରୁ ବ୍ରହ୍ମପୁର ଲୋକସଭା ପାଇଁ ପ୍ରାର୍ଥୀ ହୋଇଛନ୍ତି।

12:11 PM

Odisha Election Updates: ଦିନ ୧୧ଟା ସୁଦ୍ଧା ୨୧.୦୭ ପ୍ରତିଶତ ଭୋଟିଂ
ରାଜ୍ୟରେ ୧୧ଟା ସୁଦ୍ଧା ୨୧.୦୭ % ଭୋଟ୍‍ଗ୍ରହଣ।  ସବୂଠାରୁ ଅଧିକ ବଣାଇ ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି। ଠାରେ ୩୫ ପ୍ରତିଶତ ଭୋଟ ହାର ରହିଛି। ସାନଖେମୁଣ୍ଡିରେ ୨୨.୦୫% ସୋନପୁରରେ ୨୦%, ରଘୁନାଥପଲ୍ଲୀ ୨୩%ରେ ରାଉରକେଲାରେ ୧୯, ବୀରମିତ୍ରପୁରରେ ୨୪ % ଭୋଟିଂ, କନ୍ଧମାଳରେ ୨୧.୧୯%, ସୁନ୍ଦରଗଡ଼ରେ ୨୨.୧୯ % ବରଗଡ଼ରେ ୨୦. ହିଞ୍ଜିଳିରେ ୨୨.୦୭% ଭୋଟ୍‍ ଗ୍ରହଣ ହୋଇଛି।   ଆଶା କରୁଛୁ ଆଜି ସମସ୍ତେ ନିଜର ମତଦାନ କରନ୍ତୁ। ଏହା ସମସ୍ତଙ୍କ ପାଖରେ ପହଞ୍ଚିବେ। ପ୍ରଥମ ପର୍ଯ୍ୟାୟରେ ୭୫ରୁ ଅଧିକ ମତଦାନ ମିଳିଥିଲା। ଏଥର ବି ଅଧିକ ହେବ ବୋଲି ଆଶା କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।

12:10 PM

Odisha Election Updates: ଦିନ ୧୧ଟା ସୁଦ୍ଧା ୨୧.୦୭ ପ୍ରତିଶତ ଭୋଟିଂ
ରାଜ୍ୟରେ ୧୧ଟା ସୁଦ୍ଧା ୨୧.୦୭ % ଭୋଟ୍‍ଗ୍ରହଣ।  ସବୂଠାରୁ ଅଧିକ ବଣାଇ ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି। ଠାରେ ୩୫ ପ୍ରତିଶତ ଭୋଟ ହାର ରହିଛି। ସାନଖେମୁଣ୍ଡିରେ ୨୨.୦୫% ସୋନପୁରରେ ୨୦%, ରଘୁନାଥପଲ୍ଲୀ ୨୩%ରେ ରାଉରକେଲାରେ ୧୯, ବୀରମିତ୍ରପୁରରେ ୨୪ % ଭୋଟିଂ, କନ୍ଧମାଳରେ ୨୧.୧୯%, ସୁନ୍ଦରଗଡ଼ରେ ୨୨.୧୯ % ବରଗଡ଼ରେ ୨୦. ହିଞ୍ଜିଳିରେ ୨୨.୦୭% ଭୋଟ୍‍ ଗ୍ରହଣ ହୋଇଛି।   ଆଶା କରୁଛୁ ଆଜି ସମସ୍ତେ ନିଜର ମତଦାନ କରନ୍ତୁ। ଏହା ସମସ୍ତଙ୍କ ପାଖରେ ପହଞ୍ଚିବେ। ପ୍ରଥମ ପର୍ଯ୍ୟାୟରେ ୭୫ରୁ ଅଧିକ ମତଦାନ ମିଳିଥିଲା। ଏଥର ବି ଅଧିକ ହେବ ବୋଲି ଆଶା କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।

12:00 PM

Prime Minister Narendra Modi at angul: କଟକରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ
ଏଠି ଉପର ବାଲିଯାତ୍ରା ପଡ଼ିଆରେ ସାଧାରଣ ସଭାରେ ଯୋଗ ଦେବେ । ସଭା ଶେଷ କରି ମଧ୍ୟାହ୍ନ ୧୨ଟାର ୫୦ରେ କଟକରୁ ବାହାରି ଭୁବନେଶ୍ବର ବିମାନବନ୍ଦରରେ ୧ଟା ୧୦ରେ ପହଞ୍ଚିବେ । ସେଠାରୁ ୧ଟା ୧୫ରୁ ପଶ୍ଚିମବଙ୍ଗ ଅଭିମୁଖେ ବାହାରିବେ ପ୍ରଧାନମନ୍ତ୍ରୀ ।

11:56 AM

Prime Minister Narendra Modi at angul: ଅନୁଗୁଳରେ ପ୍ରଧାନମନ୍ତ୍ରୀ
କଟକରେ ପହଞ୍ଚିଲେ ମୋଦି । ଅନୁଗୁଳରେ ସାଧରଣସଭା ଶେଷ କରି କଟକରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳେ ପୁରୀରେ ରୋଡ଼ ଶେଷ କରି ଅନୁଗୁଳ ଗସ୍ତ କରିଥିଲେ । ସେଠି ସାଧାରଣସଭାକୁ ସମ୍ବୋଧନ କରିଥିଲେ । ଏବେ କଟକରେ ପହଞ୍ଚିଛନ୍ତି ।

11:55 AM

Odisha Election Updates: ଅକ୍ଷୟ କୁମାର ଦେଲେ ପ୍ରଥମ ଭୋଟ
ସକାଳେ ବଲିଉଡର ଖିଲାଡି କୁମାର ଅର୍ଥାତ୍ ଅକ୍ଷୟ କୁମାରଙ୍କୁ ମତଦାନ କେନ୍ଦ୍ରରେ ଦେଖିବାକୁ ମିଳିଥିଲା। ଭାରତୀୟ ନାଗରିକତା ପାଇବା ପରେ ଅଭିନେତା ତାଙ୍କର ପ୍ରଥମ ଭୋଟ୍ ଦେଇଛନ୍ତି। ଏଠାରେ କହି ରଖୁ ଯେ ଗତ ବର୍ଷ ୨୦୨୩ରେ ଅକ୍ଷୟ ଭାରତୀୟ ନାଗରିକତ୍ୱ ପାଇଥିଲେ। ଯଦିଓ ଅକ୍ଷୟ କୁମାର କହିଥିଲେ ଯେ ତାଙ୍କର ଦ୍ୱୈତ ନାଗରିକତା ଅଛି। ଏହାପୂର୍ବରୁ ତାଙ୍କର କାନାଡାର ନାଗରିକତା ଥିଲା। ତେବେ ଭାରତୀୟ ନାଗରିକତ୍ୱ ପରେ ଅକ୍ଷୟଙ୍କୁ କାନାଡାର ନାଗରିକତ୍ୱ ଛାଡିବାକୁ ପଡିଥିଲା। କାରଣ ଭାରତରେ ଦ୍ୱୈତ ନାଗରିକତ୍ୱର ନିୟମ ପ୍ରଯୁଜ୍ୟ ନୁହେଁ।

11:34 AM

Odisha Election Updates: ସୁନ୍ଦରଗଡ଼ରେ ୨୨.୧୯ ପ୍ରତିଶତ ଭୋଟିଂ
ସୁନ୍ଦରଗଡ଼ ଜିଲ୍ଲାରେ ଦିନ ୧୧ଟା ସୁଦ୍ଧା ୨୨.୧୯ ପ୍ରତିଶତ ଭୋଟିଂ ହୋଇଛି। ତାଳସରାରେ  ୧୭.୨୩, ସୁନ୍ଦରଗଡ଼ରେ ୨୦ ପ୍ରତିଶତ, ବୀରମିତ୍ରପୁରରେ ୨୩.୬୬ ପ୍ରତିଶତ, ରଘୁନାଥପାଲିରେ ୨୨.୬୯ ପ୍ରତିଶତ, ରାଉରକେଲାରେ ୧୮.୯୭ ପ୍ରତିଶତ, ରାଜଗାଙ୍ଗପୁରରେ ୧୮.୨୫ ପ୍ରତିଶତ, ବଣାଇରେ ୩୪.୫୬ ପ୍ରତିଶତ ଭୋଟିଂ ହୋଇଥିବା ନେଇ ଜଣାପଡ଼ିଛି। 

11:23 AM

Pandian in Salepur: ସାଲେପୁରରେ ପାଣ୍ଡିଆନଙ୍କ ପ୍ରଚାର
ସାଲେପୁରରେ ବିଜେଡି ପକ୍ଷରୁ ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ୍‍। କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ଆସୁଛି ସାଲେପୁର ବିଧାନସଭା ମଣ୍ଡଳୀ। ଏହି ସଭାରେ କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି, ସାଲେପୁର ବିଧାନସଭା ଆସନ ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କ ପାଇଁ ସେ ପ୍ରଚାର କରିଛନ୍ତି।

11:15 AM

Odisha Election Updates: ପ୍ରିଜାଇଡିଂ ଅଫିସର ଅସୁସ୍ଥ
ସୁନ୍ଦରଗଡ଼ ୨୧୧ନଂ ବୁଥରେ ଅସୁସ୍ଥ ହେଲେ ପ୍ରିଜାଇଡିଂ ଅଫିସର। EVM ତ୍ରୁଟିକୁ ନେଇ ଗ୍ରାମବାସୀଙ୍କ ବିରୋଧ ବେଳେ ଅସୁସ୍ଥ ହେଲେ। ଅଚେତ ଅବସ୍ଥାରେ ମହିଳା ପ୍ରିଜାଇଡିଂ ଅଫିସର ମେଡିକାଲରେ ଭର୍ତ୍ତି। ମତଦାନ ବିଳମ୍ବ ହେବାରୁ ବୁଥରେ ଉତ୍ତେଜନା ଦେଖାଦେଇଥିଲା।

11:14 AM

Prime Minister Narendra Modi at angul: ଅନୁଗୁଳରେ ପ୍ରଧାନମନ୍ତ୍ରୀ
ସୂର୍ଯ ଘର ଯୋଜନାରେ ୩୦୦ ୟୁନିଟ ବିଜୁଳି ଛାଡ଼ ରହିବ। ଅନ୍ୟ ବିଜୁଳି ଅମଦାନୀ ବିକ୍ରି କରି ମଧ୍ୟ ପାଇବବେ ଲାଭ। ଦେଖନ୍ତୁ ମୋଦୀଙ୍କ ଭାଷଣ...

 

11:12 AM

Prime Minister Narendra Modi at angul: ଅନୁଗୁଳରେ ପ୍ରଧାନମନ୍ତ୍ରୀ
ଆପଣ ସମସ୍ତେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ୪୦ ବର୍ଷ ହେଲା ମୋର ତାଙ୍କ ସହ ସମ୍ପର୍କ ରହିଛି ସେ ହେଉଛନ୍ତି ଢେଙ୍କାନାଳ ସାଂସଦ ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି। ତାଙ୍କୁ ବିପୁଳ ଭୋଟ ଦିଅନ୍ତୁ। । ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିପୁଳ ଭୋଟରେ ଦିଲ୍ଲୀ ପଠାନ୍ତୁ।

11:12 AM

Prime Minister Narendra Modi at angul: ଅନୁଗୁଳରେ ପ୍ରଧାନମନ୍ତ୍ରୀ
ଆଦିବାସୀଙ୍କ ପ୍ରତି ଏ ସରକାର ପୂରା ବେପରୁଆ ଭାବେ ପୋଷଣ କରୁଛନ୍ତି। ମୋଦୀ ସରକାର ଆଦିବାସୀଙକ୍ ପାଇଁ ବନ ଧନ ଯୋଜନା କରିଛି। ଦେଶରେ ୩୫୦୦ରୁ ଅଧିକ ବନଧନ କେନ୍ଦ୍ର ରହିଛି। ଓଡ଼ିଶାରେ ବି ୧୭୫ ବନ ଧନ କେନ୍ଦ୍ର ଖୋଲା ଯାଇଛି। ଏମ୍‍ପିରେ ଖୋଲାଯାଇଛି। କିନ୍ତୁ ବିଜେଡି ସରକାର ସେମାନଙ୍କୁ ଠିକ୍‍ ଏମ୍‍ଏସ୍‍ପି ଦେଉ ନାହିଁ।

11:12 AM

Prime Minister Narendra Modi at angul: ଅନୁଗୁଳରେ ପ୍ରଧାନମନ୍ତ୍ରୀ
ନବୀନ ସରକାର ୨୫ ବର୍ଷ ହୋଇଗଲା ଏଠାରେ ପେସା ଆଇନ ଲାଗୁ କରିପାରିଲା ନାହିଁ। ଓଡ଼ିଶାରେ ବିଜେଡି ସରକାର ଦ୍ୱାରା ମା’ ଭଉଣିଙ୍କ ଘର ଚଳାଇବା ମୁସ୍କିଲ୍‍ ହୋଇଗଲାଣି। କେନ୍ଦ୍ର ସରକାର ମାଗଣା ଚାଉଳ ପାଇଁ ଅର୍ଥ ଦେଉଛନ୍ତି। ଏଠାର ସରକାର ଚାଉଳ ୟବଦଳରେ ତାଙ୍କ ଫଟୋ ଲଗାଇ ଆପଣଙ୍କ ଚାଉଳକୁ ବାହାରେ ବିକ୍ରି କରୁଛନ୍ତି।

11:07 AM

Prime Minister Narendra Modi at angul: ଅନୁଗୁଳରେ ପ୍ରଧାନମନ୍ତ୍ରୀ
ବିଜେପି ସରକାରକୁ ଆସିଲେ, ଛତିଶଗଡ଼ ଭଳଳି ଓଡ଼ିଶାରେ ବି ଧାନ ଏମ୍‍ଏସ୍‍ପି ୨୨୦୦ ଟଙ୍କା ନୁହେଁ ୩୧୦୦ ଟଙ୍କା ପ୍ରତି କ୍ୱିଣ୍ଟାଲ ହେବ। ଏହା ମୋଦୀଙ୍କ ଗ୍ୟାରେଣ୍ଟି। ଖାଲି ସେତିକି ନୁହେଁ, ଧାନ ବିକ୍ରୟ ଅର୍ଥ ତାଙ୍କୁ ୪୮ ଘଣ୍ଟା ଭିତରେ ପହଞ୍ଚାଯିବ। କଟନୀ ଛଟନୀ ବି ରହିବ ନାହିଁ।

11:06 AM

Prime Minister Narendra Modi at angul: ଅନୁଗୁଳରେ ପ୍ରଧାନମନ୍ତ୍ରୀ
ଅନେକ ଜଳ ସେଚନ ପ୍ରକଳ୍ପ ଏମିତି ଦଶନ୍ଧି ଧରି ପଡ଼ି ରହିଛି। ସେଥିରୁ ୫ଟିକୁ ମେଦୀ ସରକାର ଦ୍ରୁତ ଗତିରେ ଆଗକୁ ନେିଛନ୍ତି। କିନ୍ତୁ ବିଜେଡି ସରକାରରେ ତାହା ପଡ଼ି ରହିଛି। କୃଷକ ଧାନ ଉତ୍ପାଦନ କରୁଛି କିନ୍ତୁ ଉଚିତ ମୂଲ୍ୟ ପାଉନି। ଧାନଚାଷୀଙ୍କୁ ବିଜେଡି ନେତା ମଣ୍ଡିରେ ଲୁଟୁଛନ୍ତି।

11:05 AM

Prime Minister Narendra Modi at angul: ଅନୁଗୁଳରେ ପ୍ରଧାନମନ୍ତ୍ରୀ
ଏକବିଂଶ ଶତାବ୍ଦୀରେ ବିକାଶ ଦରକାର। ଆପଣ ଅନେକ ସୁଯୋଗ ବିଜେଡିକୁ ଦେଇଛନ୍ତି। ବିଜେଡିର ଏହି ଢିଲା ନୀତି, ଧୀମା ଗତିକୁ ଛାଡ଼ି ବିଜେପି ସରକାର ବାଛିବେ। ଗତ ୨୫ ବର୍ଷ ଓଡ଼ିଶାରେ ଜଳ ସେଚନ ପାଇଁ ଆସିଥିବା ଯୋଜନା ଲଟକି କରି ରହିଛି। ୮୦ ଦଶକରୁ ଆଜି ଯାଏ କେନାଲ ହୋଇପାରିଲା ନାହିଁ।

11:03 AM

Prime Minister Narendra Modi at angul: ଅନୁଗୁଳରେ ପ୍ରଧାନମନ୍ତ୍ରୀ
ବିଜେପି ଓଡ଼ିଶାର ପୁଅ ବା ଝିଅଙ୍କୁ ହିଁ ମୁଖ୍ୟମନ୍ତ୍ରୀ କରିବ। ଆପଣଙ୍କୁ ଜଣାଥିବ, ମୁଁ ପୂର୍ବରୁ କହିଛି ଶପଥ ଗ୍ରହଣ ତାରିଖ କହିଥିଲି। ଆଜି ନିମନ୍ତ୍ରଣ ଦେଉଛି, ୧୦ ଜୁନ୍‍କୁ ଓଡ଼ିଶାରେ ଡବଲ ଇଞ୍ଜିନ୍‍ ସରକାର କାର୍ଯ୍ୟକ୍ରମ ହେବ। ଏହି ସରୀକାର ଯିବା ସ୍ଥିର ହୋଇ ସାରିଛି।

11:03 AM

Prime Minister Narendra Modi at angul: ଅନୁଗୁଳରେ ପ୍ରଧାନମନ୍ତ୍ରୀ
ସାରା ଓଡ଼ିଶା ଜାଣିବାକୁ ଚାହୁଁଛି ଯେ ଯେଉଁ ରିପୋର୍ଟ ଆସିଥିଲା ତାକୁ କାହିଁକି ଚପାଇ ଦେଲ?  ଆଜି ଓଡ଼ିଶା ଲୋକଙ୍କୁ ଭରସା ଦେବାକୁ ଚାହୁଁଛି, ଯେ ଓଡ଼ିଶାରେ ବିଜେପି ସରକାର ଆସୁ ଆସୁ ସବୁ ପରିଷ୍କାର ହୋଇଯିବ। ଯାଞ୍ଚ ରିପୋର୍ଟ ସେହିଦିନ ସାର୍ବଜନୀନ ହେବ। ଏହା ଏକ ଗମ୍ଭୀର ଘଟଣା। ଓଡ଼ିଶା ଐତିହ୍ୟକୁ ନେଇ ପ୍ରଶ୍ତନ ଉଠିଛି। ଓଡ଼ିଶାର ଦ୍ରୁତ ବିକାଶ ଓଡ଼ିଶା ମାଟିର ପୁଅ ହିଁ କରିପାରିବ।

11:01 AM

Prime Minister Narendra Modi at angul: ଅନୁଗୁଳରେ ପ୍ରଧାନମନ୍ତ୍ରୀ
ବିଜେଡି ସରକାରରେ ଶ୍ରୀ ଜଗନ୍ନାଥ ମନ୍ଦିର ବି ସୁରକ୍ଷିତ ହୋଇ ନାହିଁ। ରତ୍ନଭଣ୍ତାର ଚାବିର ଠିକଣା ମିଳୁ ନାହିଁ। ମୁଁ ଆପଣଙ୍କୁ ପଚାରିବାକୁ ଚାହୁଁଛି, ପୂରା ଦେଶର ଆସ୍ଥା, ଶତାବ୍ଦୀ ଧରି ଯାହାଙ୍କ ପୂଜଚା ହେଉଛି,  ତାଙ୍କ ଚାବି ହଜି ଯାଇଛି। ୬ ବର୍ଷ ହୋଇଗଲାଣି ରତ୍ନଭଣ୍ଡାରର ଚାବି ହଜିଛି। ଏହା ପଛରେ ଅନେକ ରହସ୍ୟ ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଘେରାଉ କରି ଯେଉଁ ଲୋକମାନେ କବ୍‍ଜା କରିଛନ୍ତି ସେମାନେ ଦାୟୀ।

11:00 AM

Prime Minister Narendra Modi at angul: ଅନୁଗୁଳରେ ପ୍ରଧାନମନ୍ତ୍ରୀ
ମୋଦୀ ଆସିବା ପରେ ନୂଆ ଖଣିଜ ନୀତି ହୋଇଛି। ଅଧିକ ରୟାଲ୍ଟି ମିଳୁଛି। ଏଠାର ଲୋକଙ୍କୁ ବିକାଶର ସୁବିଧା ମିଳୁ ସେଥିଲାଗି ଆମେ ଜିଲ୍ଲା ଖଣିଜ ପାଣ୍ଠି କରିଛୁ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜିଲ୍ଲା ଖଣିଜ ପାଣ୍ଠିକୁ ୨୬ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ଢେଙ୍କାନାଳର ପିଲାଙ୍କ ସ୍କୁଲ୍‍, ଗାଁର ବିକାଶ ପାଇଁ ଖର୍ଚ୍ଚ ହେବା କଥା କିନ୍ତୁ ଏଥିରେ ବିଜେଡି ଲୋକୋ ଭ୍ରଷ୍ଟାଚାର କରିଛନ୍ତି।

11:00 AM

Prime Minister Narendra Modi at angul: ଅନୁଗୁଳରେ ପ୍ରଧାନମନ୍ତ୍ରୀ
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମୁଷ୍ଟିମେୟ ନେତା କବ୍‍ଜା କରିଛନ୍ତି। ବିଜେଡିର ଛୋଟ ଛୋଟ ନେତା କୋଟି କୋଟି ଟଙ୍କାର ସମ୍ପତ୍ତି ଅର୍ଜନ କରିଛନ୍ତି।

10:39 AM

Prime Minister Narendra Modi at Angul: ଅନୁଗୁଳରେ ପହଞ୍ଚିଲେ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁଗୁଳ ପହଞ୍ଚିଛନ୍ତି। ଏକ ନିର୍ବାଚନୀ ସଭାରେ ସେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ତାଙ୍କ ସହ ଢେଙ୍କାନାଳ ଲୋକସଭା ପ୍ରାର୍ଥୀ ରୁଦ୍ରନାରାୟଣ ପାଣି ଓ ୭ ବିଧାୟକ ପ୍ରାର୍ଥୀ ରହିଛନ୍ତି। ଏହାଛଡ଼ା ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିଛନ୍ତି।

09:48 AM

Odisha News Live updates: ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ
ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସଙ୍କ ମୃତ୍ୟୁ। ହେଲିକପ୍ଟର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ। ରଇସଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି। ମୋଦୀ ଟ୍ୱିଟ କରି କହିଛନ୍ତି କି ତାଙ୍କ ବନ୍ଧତ୍ୱକୁ ଭୁଲି ହେବନାହିଁ। 

 

09:45 AM

Prime Minister Narendra Modi Road Show: ମେଡିକାଲ ଛକରେ ସରିଲା ମୋଦୀଙ୍କ ରୋଡ ଶୋ
ଶେଷ ହୋଇଛି ମୋଦୀଙ୍କ ବିଶାଳ ରୋଡ ଶୋ। ମୋଦୀଙ୍କୁ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଯୋଗ ଦେଇଥିଲେ। 

09:25 AM

Odisha News Live Updates: ବିରୋଧୀଙ୍କ ଉପରେ ବର୍ଷିଲେ ପାଣ୍ଡିଆନ
ବିଜେପିର ମହାନଦୀ ଷଡ଼ଯନ୍ତ୍ରର ମୁଖା ଖୋଲିଦେଲେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ଓଡ଼ିଶାର ଜୀବନରେଖା ସହିତ ରାଜନୀତି କରିଛି ବିଜେପି । ମହାନଦୀକୁ ଶୁଖାଇ ଚାଷୀଙ୍କୁ ହଇରାଣ କରିବାକୁ ଯୋଜନା କରିଥିଲେ ଓଡ଼ିଶାର ବିଜେପି ନେତା । ତଥ୍ଯ ପ୍ରମାଣ ସହିତ ପାଣ୍ଡିଆନ କହିଛନ୍ତି, ମହାନଦୀ ବିବାଦ ସମ୍ପର୍କରେ କେନ୍ଦ୍ରର ବିଜେପି ସରକାର ଆଉ ଛତିଶଗଡ଼ ସରକାର ମିଶିକରି ଓଡ଼ିଶା ବିରୋଧରେ ଲଢେଇ କରିଥିଲେ । କିପରି ଭାବେ ଟ୍ରିବ୍ଯୁନାଲ ଗଠନ ନ ହୋଇପାରିବ ସେଥିପାଇଁ ସୁପ୍ରିମକୋର୍ଟରେ ବିଜେପିର ସରକାର ଷଡ଼ଯନ୍ତ୍ର କରିଥିଲେ। ଏଥିରେ ଓଡିଆ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ସମର୍ଥନ କରିଥିଲେ । ହେଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଯମ ଯୋଗୁ ଓଡିଶା ସୁପ୍ରିମକୋର୍ଟରେ ବିଜୟୀ ହେବା ସହ ଟ୍ରିବ୍ଯୁନାଲ ଗଠନ ହୋଇଥିଲା । ଆଗକୁ ଟ୍ରିବ୍ଯୁନାଲ ମାଧ୍ଯମରେ ଓଢିଶା ନ୍ଯାୟ ପାଇବ ବୋଲି ପାଣ୍ଡିଆନ କହିଛନ୍ତି ।

09:17 AM

Odisha Election 2024: ଆସ୍କା ଓ କନ୍ଧମାଳରେ ଭୋଟ ଦେଲେ ବୟସ୍କା ଭୋଟର
ରାଜ୍ୟରେ ଆଜି ଦ୍ବିତୀୟ ପର୍ଯ୍ୟାୟ ମତଦାନ। ସକାଳ ୭ରୁ ଭୋଟଗ୍ରହଣ ଆରମ୍ଭ ହୋଇଛି। ସକାଳୁ ସକାଳୁ ବୁଥ ମାନଙ୍କରେ ଲାଗିଛି ଗହଳି

08:54 AM

Odisha News Live updates: ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ
ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସଙ୍କ ମୃତ୍ୟୁ। ହେଲିକପ୍ଟର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ

08:48 AM

Odisha Election 2024: ଭୋଟ ଦେଲେ ବିଜେପି ନେତା ଦିଲ୍ଲୀପ ରାୟ
ଆରମ୍ଭ ହୋଇଯାଇଛି ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଭୋଟ ଦେଲେ ରାଉରକେଲା ବିଜେପି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ରାୟ ଓ ତାଙ୍କ ପତ୍ନୀ ପୂଜା ରାୟ।

08:45 AM

Odisha Election 2024: ଭୋଟ ଦେଲେ ପ୍ରମିଳା ବିଷୋୟୀ
ଭୋଟ ଦେଲେ ସାଂସଦ ପ୍ରମିଳା ବିଷୋୟୀ। ମତଦାନ କେନ୍ଦ୍ରରେ ମୁଣ୍ତିଆ ମାରି ଭୋଟ ଦେଲେ

08:45 AM

Odisha Election 2024: ଦିଗପହଣ୍ଡିରେ ଉତ୍ତେଜନା
ଦିଗପହଣ୍ଡିରେ ବୁଥ୍‌ରେ ଏଜେଣ୍ଟ ପ୍ରବେଶକୁ ନେଇ ଉତ୍ତେଜନା। ଧରାକୋଟ କୁସଗୁମ୍ମା ୨୧ନଂ ବୁଥରେ ଦୁଇ ଗୋଷ୍ଠୀ ମୁହାଁମୁହିଁ। ବୁଥ୍‌ରେ ଅନ୍ୟ ପଞ୍ଚାୟତର କଂଗ୍ରେସ ଏଜେଣ୍ଟ ପ୍ରବେଶକୁ ବିରୋଧ। ବିଜେଡି ଓ କଂଗ୍ରେସ କର୍ମୀ ମୁହାଁମୁହିଁ, ଘଟଣାସ୍ଥଳରେ ପୋଲିସ

08:26 AM

Prime Minister Narendra Modi Road Show: ପୁରୀରେ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ
ପୁରୀ ବଡ଼ ଦାଣ୍ଡରେ ଚାଲିଛି ମୋଦୀଙ୍କ ରୋଡ଼ ଶୋ। ମୋଦୀଙ୍କୁ ଦେଖିବାକୁ ବଡ଼ଦାଣ୍ଡରେ ଲୋକମାନଙ୍କର ପ୍ରଚଣ୍ଡ ଭିଡ଼ ଦେଖିବାକୁ ମିଳିଛି। ରାସ୍ତାର ଉଭୟ ପାର୍ଶ୍ୱରେ ଛିଡ଼ା ହୋଇ ମୋଦୀଙ୍କୁ ସ୍ୱାଗତ କରିଛନ୍ତି ପୁରୀବାସୀ। 

08:26 AM

Prime Minister Narendra Modi Road Show: ପୁରୀରେ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ
ରୋଡ ଶୋ ସମୟରେ ମୋଦୀଙ୍କୁ ସ୍ୱାଗତ କରୁଛନ୍ତି ବିଭିନ୍ନ କଳାକାର। ଘଣ୍ଟ ମୃଦଙ୍ଗ ବଜାଇ ମୋଦୀଙ୍କୁ ସ୍ୱାଗତ କରିଛନ୍ତି କଳାକାର। ଗତକାଲି ମୋଦୀଙ୍କ ଉଦ୍ଦେଶ୍ୟରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ସ୍ୱାଗତ କରିଥିଲେ। 

08:20 AM

Prime Minister Narendra Modi Road Show: ପୁରୀରେ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ
ମରିଚିକୋଟ ଛକରୁ ଆରମ୍ଭ ହୋଇଛି ମୋଦୀଙ୍କ ରୋଡ଼ ଶୋ। ଏହା ମେଡିକାଲ ଛକ ପର୍ଯ୍ୟନ୍ତ ଜାରି ରହିବ। ମୋଦୀଙ୍କ ସହିତ ରହିଛନ୍ତି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଧାୟକ ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ। ଏହା ସହିତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ରହିଛନ୍ତି। 

08:16 AM

Prime Minister Narendra Modi Road Show: ପୁରୀରେ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ
ପ୍ରଧାନମନ୍ତ୍ରୀଙ୍କ ରୋଡ଼ ଶୋ ଜାରି ରହିଛି। ବଡ଼ଦାଣ୍ଡରେ ପ୍ରଧାନମନ୍ତ୍ରୀଙ୍କୁ ଦେଖିବାକୁ ପାଇଁ ଲକ୍ଷାଧିକ ସଂଖ୍ୟାରେ ଭିଡ଼ ଜମିଥିବା ଦେଖିବାକୁ ମିଳିଛି। 

08:15 AM

Prime Minister Narendra Modi Road Show: ପୁରୀରେ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ
ପୁରୀ ବଡ଼ ଦାଣ୍ଡରେ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ। ସାଙ୍ଗରେ ଅଛନ୍ତି ବିଜେପି ରାଜ୍ୟ ସଭାପତି ତଥା ବିଧାୟକ ପ୍ରାର୍ଥୀ ମନମୋହନ ସାମଲ ଓ ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର। 

08:02 AM

Prime Minister Narendra Modi Road Show: ମହାପ୍ରଭୁଙ୍କ ଦର୍ଶନ ସାରି ଫେରିଲେ ମୋଦୀ
ସୁନ୍ଦରଗଡ଼ ପୌରାଞ୍ଚଳ ପଦ୍ମପୁର, ଭଞ୍ଜନଗର, କଣ୍ଟାମାଳର ବିଭିନ୍ନ ବୁଥରେ ଇଭିଏମ୍‍ ତ୍ରୁଟି ଅଭିଯୋଗ। ମତଦାନରେ ବିଳମ୍ବ ହୋଇଛି। ସମ୍ପୃକ୍ତ ଅଧିକାରୀ ଏ ବାବଦରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

07:57 AM

Prime Minister Narendra Modi Road Show: ମହାପ୍ରଭୁଙ୍କ ଦର୍ଶନ ସାରି ଫେରିଲେ ମୋଦୀ
ଦର୍ଶନ ସାରି ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବାଇସି ପାହାଚ ଦେଇ ସିଂହଦ୍ୱାର ପଟେ ପ୍ରସ୍ଥାନ କରିଛନ୍ତି। ଏହାପରେ ରୋଡ ଶୋ’ରେ ଯୋଗ ଦେବେ। ଲୋକଙ୍କ ଅଭିବାଦନ ଗ୍ରହଣ କରିବେ। ଏହା ହେଉଛି ପ୍ରଧାନମନ୍ତ୍ରୀ ହେବା ପରେ ଦ୍ୱିତୀୟ ପୁରୀ ଗସ୍ତ।

07:21 AM

Prime Minister Narendra Modi Road Show: ପୁରୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ
ବେଦ ପାଠସହ  ନରେନ୍ଦ୍ର ମୋଦୀଙ୍କୁ ସ୍ୱାଗତ।  ପ୍ରଥମ ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବେ। ପ୍ରବେଶ ପୂର୍ବରୁ ଅରୁଣସ୍ତମ୍ଭ ନିକଟରେ ଦୀପଦାନ କରିଛନ୍ତି।  ବେଢ଼ା ପରିଦର୍ଶନ କରିବା ସହ ମୁକ୍ତି ମଣ୍ଡପରେ ବ୍ରାହ୍ମଣମାନଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିବା କାର୍ଯ୍ୟକ୍ରମ ରହିଛି। ସାଂସଦ ପ୍ରାର୍ଥୀ ଡ. ସମ୍ବିତ ପାତ୍ର ଏବଂ  ବିଧାୟକ ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ସ୍ୱାଗତ କଲେ।

07:20 AM

Prime Minister Narendra Modi Road Show: ପୁରୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ
ପୁରୀ ଲୋକସଭା ଆସନ  ଉଭୟ ବିଜେଡି ଓ ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି ଆସନରୁ ୨୦୧୯ରେ ବିଜେଡି ଲୋକସଭା ପାଇଁ ବିଜୟ ଲାଭ କରିଥିଲା। ବିଜେଡିକୁ ମାତ୍ର ଦୁଇଟି ବିଧାନସଭା ଆସନରେ ବିଜୟ ମିଳିଥିଲା। ଏଥର ବିଜେଡି ଓ ବିଜେପି ଦୁଇ ପରାଜିତ ପ୍ରାର୍ଥୀଙ୍କ ଉପରେ ନିର୍ଭର କରିଛନ୍ତି। ଅରୂପ ପଟ୍ଟନାୟକ ବିଜେଡି ଟିକଟରେ ଭୁବନେଶ୍ୱରରୁ ୨୦୧୯ରେ ପରାଜିତ ହୋଇଥିଲେ। ସେ ଏଥର ବିଜେଡି ପ୍ରାର୍ଥୀ ହୋଇଛନ୍ତି। ସେହିପରି ବିଜେପି ପୁରୀରେ ଏଥର ପୂର୍ବ ପ୍ରାର୍ଥୀ ଅର୍ଥା ୨୦୧୯ ପରାଜିତ ପ୍ରାର୍ଥୀଙ୍କୁ ପ୍ରାର୍ଥୀ କରିଛି। ଏଥର ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’ ଦ୍ୱାରା  ବିଜେପି ଏଠାରେ ଅଧିକ ଆସନ ଲାଭ କରିବାକୁ ଆଶା ରଖିଛି।

07:15 AM

Prime Minister Narendra Modi Road Show: ଦେଶରେ ଆଜି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ
ଦେଶର ଏହା ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ। ୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୯ ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଛି େଭାଟ ଗ୍ରହଣ। ଉତ୍ତର ପ୍ରଦେଶର ୧୪, ମହାରାଷ୍ଟ୍ରର ୧୩, ପଶ୍ଚିମବଙ୍ଗର୭, ବିହାର ଓ ଓଡ଼ିଶାର ୫ଟି ଲେଖାଏଁ ଝାଡ଼ଖଣ୍ଡର ୩ଟି ଏବଂ ଜମ୍ମୁ ଓ କଶ୍ମୀର ଏବଂ ଲଦାଖର ଗୋଟିଏ ଲେଖାଏଁ ଆସନ ଲାଗି ଲୋକେ ଭୋଟ ଦେଉଛନ୍ତି। ମାଟ୍‍ ୬୯୫ ଲୋକସଭା ପ୍ରାର୍ଥୀଙ୍କ ଭାଗ୍ୟ ଏହି ପର୍ଯ୍ୟାୟରେ ନିର୍ଦ୍ଧାରଣ ହେବ।

07:07 AM

Prime Minister Narendra Modi Road Show: ଆଜି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ
ଆଜି ନିର୍ବାଚନ ଅନୁଷ୍ଠିତ ହେଉଥିବା ୫ ଲୋକସଭା ଆସନରୁ ୨୦୧୯ ନିର୍ବାଚନରେ  ବଲାଙ୍ଗୀର, ବରଗଡ଼ ଏବଂ ସୁନ୍ଦରଗଡ଼ରେ ବିଜେପି ପ୍ରତିନିଧି ଜୟଯୁକ୍ତ ହୋଇଥିଲେ। କନ୍ଧମାଳରେ ଅଚ୍ୟୁତ ସମନ୍ତ ବିଜେଡି ପକ୍ଷରୁ ବିଜୟୀ ହୋଇଥିଲେ। ଆସ୍କାରେ ବିଜେଡି ବିଜୟୀ ହୋଇଥିଲ। ଏଥର ବରଗଡ ଏବଂ ଆସ୍କା ଲୋକସଭା ପାଇଁ ପ୍ରାର୍ଥୀ ବଦଳିଛନ୍ତି।

07:06 AM

Prime Minister Narendra Modi Road Show: ଆଜି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ
ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଆରମ୍ଭ। ବରଗଡ଼, ବଲାଙ୍ଗୀର, କନ୍ଧମାଳ, ଆସ୍କା ଏବଂ ସୁନ୍ଦରଗଡ଼ରେ ହେଉଛି ମତଦାନ। ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛ। ମୋଟ୍‍ ୫ଟି ଲୋକସଭା ଏବଂ ୩୫ ବିଧାନସଭା ପାଇଁ ହେଉଛି ଭୋଟ ଗ୍ରହଣ। ଏଥିରେ ୩୦୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର।

07:01 AM

Prime Minister Narendra Modi Road Show: ପୁରୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ
ପୁରୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ବିଜେଡିର ପୂର୍ବତନ ବିଧାୟକ ତଥା ଗତକାଲି ଦଳରେ ଯୋଗ ଦେଇଥିବା ସମୀର ଦାଶ ଉପସ୍ଥିତ ରହିଛନ୍ତି। ପୁରୀ ମଣ୍ଡଳ ସଭାପତି ସଞ୍ଜୀବ ମୁଖାର୍ଜୀ, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।

06:57 AM

Prime Minister Modi Road Show: ପୁରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶାଳ ରୋଡ଼ ଶୋ
ପୁରୀ ବଡ଼ଦାଣ୍ଡରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦୁଇକଡ଼ରେ ଶୁଭେଛୁଙ୍କ ଠିଆ ହେବାର ବ୍ୟବସ୍ଥା କରାଯାଇଛି। ଅସ୍ଥାୟୀ ବାରିକେଡ୍‍ କରାଯାଇଛି। ୩ ଜଣ ଏସ୍‍ପି,  ୮ ଅତିରିକ୍ତ ଏସ୍‍ପି, ୨୨ ଜଣଡିଏସ୍‍ପି, ୬୦ ଜଣ ପୁଲିସ କର୍ମୀ ଉପସ୍ଥି ରହିଛନ୍ତି। ପୁରୀ ହେଲିପ୍ୟାଡରେ ସେ ଓହ୍ଲାଇବେ। ସେଠାରୁ ସଡ଼କ ପଥରେ ବଡ଼ଦାଣ୍ଡରେ ପହଞ୍ଚିବେ ।