LIC Share: ବୁଡ଼ି ଯିବ ଏଲଆଇସି ଟଙ୍କା!
Advertisement

LIC Share: ବୁଡ଼ି ଯିବ ଏଲଆଇସି ଟଙ୍କା!

LIC Share: ଆଦାନୀଙ୍କ କମ୍ପାନୀଗୁଡିକରେ ପୁଞ୍ଜି ନିବେଶ କରିଥିବା ଭାରତୀୟ ଜୀବନ ବୀମା ନିଗମ ବା LIC କୁ ବହୁତ ମହଙ୍ଗା ପଡ଼ୁଛି । ଆଦାନୀଙ୍କ ସେୟାରରେ କ୍ରମାଗତ ହ୍ରାସ ଯୋଗୁଁ ଦେଶର ବୃହତ୍ତମ ବୀମା କମ୍ପାନୀ LIC ମାତ୍ର ମାସକ ମଧ୍ୟରେ ପ୍ରାୟ ୭୫,୦୦୦ କୋଟିରୁ ଅଧିକ କ୍ଷତି ସହିଛି ।

LIC Share: ବୁଡ଼ି ଯିବ ଏଲଆଇସି ଟଙ୍କା!

LIC Share: ହିଣ୍ଡନବର୍ଗ (Hindenburg) ର ଜାଳରେ ଫସି ଯେଉଁଠାରେ ଗୌତମ ଆଦାନୀ (Gautam Adani) ଙ୍କ ଆଦାନୀ ଗ୍ରୁପ୍ (Adani Group) ସର୍ବାଧିକ କ୍ଷତି ସହିଛି । ଅନ୍ୟପଟେ ଆଦାନୀଙ୍କ କମ୍ପାନୀଗୁଡିକରେ ପୁଞ୍ଜି ନିବେଶ କରିଥିବା ଭାରତୀୟ ଜୀବନ ବୀମା ନିଗମ ବା LIC କୁ ବହୁତ ମହଙ୍ଗା ପଡ଼ୁଛି । ଆଦାନୀଙ୍କ ସେୟାର  (Adani Group Share) ରେ କ୍ରମାଗତ ହ୍ରାସ ଯୋଗୁଁ ଦେଶର ବୃହତ୍ତମ ବୀମା କମ୍ପାନୀ LIC ମାତ୍ର ମାସକ ମଧ୍ୟରେ ପ୍ରାୟ ୭୫,୦୦୦ କୋଟିରୁ ଅଧିକ କ୍ଷତି ସହିଛି । ବିଜନେସ୍ ଟୁଡେ ରିପୋର୍ଟ ଅନୁଯାୟୀ, ଗୌତମ ଆଦାନୀଙ୍କ କମ୍ପାନୀରେ ଏଲଆଇସି ବିପୁଳ ପୁଞ୍ଜି ନିବେଶ (LIC Investment In Adani Shares) କରିଛି । ୩୧ ଡିସେମ୍ବର ୨୦୨୨ ସୁଦ୍ଧା ଏଲଆଇସି ବୀମା ନିବେଶ ମୂଲ୍ୟ ୮୨,୯୭୦ କୋଟି ଥିଲା, ଯାହା ୨୩ ଫେବୃଆରୀ ୨୦୨୩ ସୁଦ୍ଧା ୩୩,୨୪୨ କୋଟି ଟଙ୍କାକୁ ଖସି ଆସିଛି ।

ଏହି ଅନୁଯାୟୀ, ଏହି ୫୦ ଦିନରେ LIC ୪୯,୭୨୮ କୋଟି ଟଙ୍କା କ୍ଷତି ସହିଛି । ଗତ ଏକ ମାସ ମଧ୍ୟରେ ହିଣ୍ଡନବର୍ଗ ରିପୋର୍ଟ (Hindenburg Report) ପ୍ରକାଶ ପାଇବା ପରଠାରୁ କ୍ଷତି ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଚଳିତ ବର୍ଷ ଜାନୁଆରୀ ୨୪ରେ LIC ର ମାର୍କେଟ କ୍ୟାପ୍ ୪,୪୪,୧୪୧ କୋଟି ଟଙ୍କା ଥିଲା, ଯାହା ଶୁକ୍ରବାର ୨୪ ଫେବୃଆରୀକୁ ୩, ୬୯,୭୯୦ କୋଟି ଟଙ୍କାକୁ ଖସି ଆସିଛି ।

ଆଦାନୀ ଗ୍ରୁପରେ ହୋଇଥିବା ପୁଞ୍ଜି ନିବେଶ LIC ମଧ୍ୟ ବହୁ କ୍ଷତି ସହୁଛି । ଆଦାନୀ ଗ୍ରୁପର ସେୟାର ଲଗାତର ତଳକୁ ଖସିବା ଯୋଗୁଁ ସରକାରୀ ବୀମା କମ୍ପାନୀ ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (LIC) ଦ୍ୱାରା ଗ୍ରୁପ୍ କମ୍ପାନୀଗୁଡିକରେ ନିବେଶ ନେଗେଟିଭ୍ ହୋଇଯାଇଛି । କାରଣ ୨୩ ଫେବୃଆରୀ ୨୦୨୩ରେ ବଜାର ବନ୍ଦ ହେବା ପରେ ଆଦାନୀ ଗ୍ରୁପର ସେୟାରଗୁଡ଼ିକରେ LIC ର ନିବେଶ ମୂଲ୍ୟ ପ୍ରାୟ ୨୭,୦୦୦ କୋଟି ଟଙ୍କା ହୋଇଛି । ଏହା ବର୍ତ୍ତମାନ କ୍ରୟ ମୂଲ୍ୟଠାରୁ ମଧ୍ୟ ତଳକୁ ଆସିଛି ।

ଜାନୁଆରୀ ୩୦ରେ ହିଣ୍ଡନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ LIC କହିଥିଲା ଯେ,  ଡିସେମ୍ବର ଶେଷରେ ଆଦାନୀ ଗ୍ରୁପ୍‌ର ସେୟାରଗୁଡିକରେ ଇକ୍ୱିଟି ଓ Debt ଅନ୍ତର୍ଗତ ୩୫,୯୧୭ କୋଟି ଟଙ୍କା ରହିଛି । ଏଥିରେ କୁହାଯାଇଛି ଯେ ସମସ୍ତ ଆଦାନୀ ଗ୍ରୁପ୍ କମ୍ପାନୀ ଅଧୀନରେ ଇକ୍ୱିଟିର ମୋଟ କ୍ରୟ ମୂଲ୍ୟ ୩୦,୧୨୭ କୋଟି ଓ ଏହାର ବଜାର ମୂଲ୍ୟ ୨୭ ଜାନୁୟାରୀ ୨୦୨୩ ସୁଦ୍ଧା ୫୬,୧୪୨ କୋଟି ଟଙ୍କା ଥିଲା । 

ଅଧିକ ପଢ଼ନ୍ତୁ:-ଭାରତ-ଅଷ୍ଟ୍ରେଲିଆ ସିରିଜ୍ ମଧ୍ୟରେ କ୍ରିକେଟ୍ ଜଗତରେ ଶୋକର ଛାୟା, ହୃଦଘାତରେ କ୍ରିକେଟରଙ୍କ ନିଧନ

ଅଧିକ ପଢ଼ନ୍ତୁ:-ଏହି ଧୁରନ୍ଧର ବୋଲର ଭାଙ୍ଗିଲେ ଏମଏସ ଧୋନିଙ୍କ ମହାରେକର୍ଡ

ଅଧିକ ପଢ଼ନ୍ତୁ:-କେତେ ପ୍ରକାରର ହୋଇଥାଏ ଚୁମ୍ବନ, ସେଗୁଡ଼ିକର ନାମ କ'ଣ କ'ଣ; କାମସୂତ୍ରର ଏସବୁ କଥା ଜାଣି ହୋଇଯିବେ ଆପଣ ଆଶ୍ଚର୍ଯ୍ୟ

ସେପଟେ ହିଣ୍ଡନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଗ୍ରୁପ୍‌ର ୧୦ ତାଲିକାଭୁକ୍ତ କମ୍ପାନୀର ମିଳିତ ବଜାର ମୂଲ୍ୟ ୧୪୬ ବିଲିୟନ ଡ଼ଲାରରେ ବା ପ୍ରାୟ ୬୦ ପ୍ରତିଶତ ହ୍ରାସ ପାଇଛି । କାରଣ ଆମେରିକାର ଶର୍ଟ ସେଲର ହିଣ୍ଡନବର୍ଗ ଏକ ମାସ ପୂର୍ବେ ନିଜର ରିପୋର୍ଟ ପ୍ରକାଶ କରିଥିଲା, ଯେଉଁଥିରେ ଆଦାନୀ ଗ୍ରୁପ ଉପରେ ଆକାଉଣ୍ଟିଂ ଠକେଇ ଓ ଷ୍ଟକ୍ ମନିପୁଲେସନ୍ ଅଭିଯୋଗ ଆଣିଥିଲା । ତେବେ ଆଦାନୀ ଗ୍ରୁପ ଏହି ଅଭିଯୋଗକୁ ଅସ୍ୱୀକାର କରିଥିଲା ।