Sahara Refund Portal: ବଡ଼ ଖୁସି ଖବର: ମିଳିବ ସାହାରାରେ ଫସି ରହିଥିବା ଟଙ୍କା ! ଲଞ୍ଚ ହେଲା ପୋର୍ଟାଲ
Advertisement
Article Detail0/zeeodisha/odisha1785204

Sahara Refund Portal: ବଡ଼ ଖୁସି ଖବର: ମିଳିବ ସାହାରାରେ ଫସି ରହିଥିବା ଟଙ୍କା ! ଲଞ୍ଚ ହେଲା ପୋର୍ଟାଲ

Sahara Refund Portal: କେବଳ ମୂଳ ନୁହେଁ ବରଂ ସୁଧ ସହିତ ଆପଣଙ୍କୁ ଟଙ୍କା ଦିଆଯିବ ବୋଲି ସରକାରୀ ସ୍ତରରେ ଏକ ପୋର୍ଟାଲ ଆରମ୍ଭ କରାଯାଇଛି ।

Sahara Refund Portal: ବଡ଼ ଖୁସି ଖବର: ମିଳିବ ସାହାରାରେ ଫସି ରହିଥିବା ଟଙ୍କା ! ଲଞ୍ଚ ହେଲା ପୋର୍ଟାଲ

Sahara Refund Portal: ସାହାରା ଗ୍ରୁପ (Sahara Group)ରେ ଟଙ୍କା ନିବେଶ କରିଥିବା ପ୍ରାୟ ୧୦ କୋଟିରୁ ଉର୍ଦ୍ଧ ନିବେଶକ (Investor)ଙ୍କ ପାଇଁ ଏକ ବଡ଼ ଖବର ଆସିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି 'ସାହାରା ରିଫଣ୍ଡ୍ ପୋର୍ଟାଲ' ଲଞ୍ଚ କରିଛନ୍ତି। ଏହି ପୋର୍ଟାଲ ମାଧ୍ୟମରେ ସାହାରାରେ ନିବେଶ କରିଥିବା ନିବେଶକମାନେ ସେମାନଙ୍କର ନିବେଶ କରିଥିବା ଅର୍ଥ ରାଶି ଫେରି (Returns) ପାଇବେ । ଏହି ରିଫଣ୍ଡ୍ ପୋର୍ଟାଲ ମାଧ୍ୟମରେ, ସେହି ପୁଞ୍ଜି ନିବେଶକ ବ୍ୟକ୍ତିଙ୍କୁ ସମସ୍ତ ଟଙ୍କା ଫେରସ୍ତ କରାଯିବ । ଯେଉଁମାନଙ୍କର ଅର୍ଥ ନିବେଶ ପରେ ନିର୍ଦ୍ଦିଷ୍ଟ ସମୟସୀମା ତଥା ମାଚ୍ୟୁରିଟି ସମାପ୍ତ (Maturity is over) ହୋଇଛି ସେମାନେ ନିବେଶ କରିଥିବା ସମସ୍ତ ଟଙ୍କା ଫେରସ୍ତ ପାଇବାର ସମସ୍ତ ସୂଚନା ଉକ୍ତ ରିଫଣ୍ଡ ପୋର୍ଟାଲରେ ଉପଲବ୍ଧ ହେବ ।

ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା (Home Minister Amit Shah) ଦିଲ୍ଲୀର ଅଟଳ ଅକ୍ଷୟ ଉର୍ଜା ଭବନରେ ଏଭଳି ଏକ ପୋର୍ଟାଲ ଉଦଘାଟନ କରୁଛନ୍ତି, ଯାହା ସାହାରା ଗ୍ରୁପର ନିବେଶକଙ୍କ ତରଫରୁ ଦାବି ପ୍ରକ୍ରିୟାକୁ ସହଜ କରିଦେବ । ଏହି ପୋର୍ଟାଲରେ, ସାହାରାର ନିବେଶକଙ୍କ ନିକଟକୁ ଟଙ୍କା ଫେରସ୍ତ କରିବାକୁ ପୁରା ପ୍ରକ୍ରିୟା ସମ୍ପର୍କରେ ସୂଚନା ପ୍ରଦାନ କରାଯିବ ।

ମୋଦୀ ସରକାରଙ୍କ ବଡ ଘୋଷଣା
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦୀର୍ଘ କିଛି ମାସ ହେବ ସାହାରା ଟଙ୍କା ପେରସ୍ତ ପାଇବା ଦିଗରେ ତର୍ଜମା ଆରମ୍ଭ କରିଥିଲେ । ଏଥିସହିତ ସେ ବିଭାଗୀୟ ବ୍ୟକ୍ତିଙ୍କ ସହଧ୍ୟ ଅନେକ ସଭାକାର୍ଯ୍ୟ ମଧ୍ୟ କରିଥିଲେ। ମାର୍ଚ୍ଚ ୨୯ରେ ସରକାର ଘୋଷଣା କରିଥିଲେ ଯେ, ସାହାରା ଗ୍ରୁପର ପ୍ରାୟ ୧୦ କୋଟି ନିବେଶକ ୯ ମାସ ମଧ୍ୟରେ ସେମାନଙ୍କ ସମସ୍ତ ଟଙ୍କା ଫେରସ୍ତ କରିବେ। ନିବେଶକଙ୍କ ସମସ୍ୟା ଦେଖି ମୋଦୀ ସରକାର ସୁପ୍ରିମକୋର୍ଟ (Supreme Court)ରେ ଏକ ପିଟିସନ ଦାଖଲ କରିଥିଲେ । ଯେଉଁ ପିଟିସନ (Petition) ରେ କୋର୍ଟ ତୁରନ୍ତ ୫ ହଜାର ଟଙ୍କା ରିଲିଜକୁ ଅନୁମୋଦନ କରିଥିଲେ। ସରକାରଙ୍କ ଏହି ନିଷ୍ପତ୍ତି ୧.୧ କୋଟି ନିବେଶକଙ୍କୁ ଖୁସି ଦେଇଥିଲା ।

ବିବାଦ କ’ଣ? 
ପୂର୍ବରୁ ଅନେକ ଲୋକମାନେ ସାହାରାକୁ ଭରଷା କରି ସାହାରା ଗ୍ରୁପର ବିଭିନ୍ନ ସ୍କିମରେ ଟଙ୍କା ଲଗାଇଥିଲେ । ତେବେ ଏହି ବିବାଦ ୨୦୦୯ ମସିହାରେ ପ୍ରଥମେ ଆରମ୍ଭ ହୋଇଥିଲା । ଯେତେବେଳେ ସାହାରା ଏହାର ଆଇପିଓ (IPO) ଲଞ୍ଚ କରିଥିଲା ​​। ପରେ ସାହାରାର ସମ୍ପର୍କରେ ଗୋଟିଏ ପରେ ଗୋଟିଏ କଥା ପଦାକୁ ଆସିଥିଲା । ଏସଇବିଆଇର ଅନୁସନ୍ଧାନରେ ଅନେକ କଥା ଅନିୟମିତା ନେଇ ସାମ୍ନାକୁ ଆସିଥିଲା । ପରେ ଜଣା ପଡିଥିଲା ଯେ, ସାହାରା ନିବେଶକଙ୍କଠାରୁ ୨୪ହଜାର କୋଟି ଟଙ୍କାରୁ ଅଧିକ ଟଙ୍କା ସଂଗ୍ରହ କରିଛି । ପରବର୍ତ୍ତି ଅନୁସନ୍ଧାନରେ ଏକ ବଡ଼ ଘୋଟାଲା ମଧ୍ୟ ଦେଖିବାକୁ ମିଳିଥିଲା । ପରେ ସାହାରାକୁ ସୁଧ ସହିତ ଟଙ୍କା ଫେରସ୍ତ କରିବାକୁ ସିବି ନିର୍ଦ୍ଦେଶ ଦେଇଥିଲା । ପରେ ଲୋକମାନେ ମଧ୍ୟ ଏହି ଖବର ପାଇ ଭୟଭୀତ ହୋଇପଡିଥିଲେ । ମାମଲା କୋର୍ଟକୁ ଯିବା ସହିତ ଖୁବ ଜଟିଳ ମଧ୍ୟ ହୋଇଥିଲା । ଏହି ବିବାଦ କାରଣରୁ ୨୪ ହଜାର କୋଟି ଟଙ୍କା ଅଟକିରହିଥିଲା । ନିବେଶକଙ୍କ ଟଙ୍କା ଅଟକି ରହିଥିବାରୁ ବହୁତ ଅସନ୍ତୋଷ ମଧ୍ୟ ପ୍ରକାଶ ପାଉଥିଲା 

ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଲୋକଙ୍କୁ ଟଙ୍କା ଫେରସ୍ତ ପାଇବା ନେଇ ପ୍ରତିଶୃତି ଦିଆଯାଇଥିଲା । କିଛି ଲୋକଙ୍କ ମନରେ ବିଶ୍ୱାସ ରହିଥିଲା ଯେ, ଦିନେ ନା ଦିନେ କେନ୍ଦ୍ର ସରକାର ଆମ ଅନୁରୋଧ ରକ୍ଷା କରି ଆମ ଅର୍ଥ ରାଶି ଫେରାଇବାରେ ସହଯୋଗ କରିବେ । କିନ୍ତୁ ଏହା ମଧ୍ୟରେ କିଛି ଲୋକ ନିଜର ସଞ୍ଚୟ ଅର୍ଥ ବୁଡିଗଲା ବୋଲି ମଧ୍ୟ ଭାବିନେଇଥିଲେ । ତେବେ ସେ ସବୁ ଦ୍ୱନ୍ଦରେ ବର୍ତ୍ତମାନ ପୂର୍ନ୍ନଛେଦ ପଡିଛି ।

Also Read- ୯୦ ବର୍ଷ ବୟସରେ ପୁଣି ବିବାହ କଲେ ବୁଦ୍ଧ: କହିଲେ ମୁଁ ଅଧିକ ସନ୍ତାନ ଚାହୁଁଛି !