Canada Banking Law and Order: ଭାଙ୍ଗିଲା ଆଇନ ଶୃଙ୍ଖଳା, ଜନସାଧାରଣଙ୍କ ସାମ୍ନାରେ ପୋଲିସ ଅସହାୟ
Advertisement
Article Detail0/zeeodisha/odisha1884302

Canada Banking Law and Order: ଭାଙ୍ଗିଲା ଆଇନ ଶୃଙ୍ଖଳା, ଜନସାଧାରଣଙ୍କ ସାମ୍ନାରେ ପୋଲିସ ଅସହାୟ

ଭାରତ ସହିତ ଚାଲିଥିବା ଅନେକ ତିକ୍ତତା ମଧ୍ୟରେ କାନାଡାର ଅବସ୍ଥା ଶୌଚନୀୟ ହେବାରେ ଲାଗିଛି। ସେଠାକାର ଆଇନ ଶୃଙ୍ଖଳା ପରିସ୍ଥିତି (Law and order situation) ଏକ ପ୍ରକାରର ବିଗିଡି ଯାଇଛି। ଦେଶରେ ଅର୍ଥ ଅଭାବ କାରଣରୁ ପୋଲିସ ନିଯୁକ୍ତି (Police recruitment) ମଧ୍ୟ ବନ୍ଦ କରାଯାଇଛି । ଜାତୀୟ ଗଣମାଧ୍ୟମରେ ଏ ସମ୍ପର୍କିତ ଖବର

Canada Banking Law and Order: ଭାଙ୍ଗିଲା ଆଇନ ଶୃଙ୍ଖଳା, ଜନସାଧାରଣଙ୍କ ସାମ୍ନାରେ ପୋଲିସ ଅସହାୟ

Canada Banking Law and Order: ଭାରତ ସହିତ ଚାଲିଥିବା ଅନେକ ତିକ୍ତତା ମଧ୍ୟରେ କାନାଡାର ଅବସ୍ଥା ଶୌଚନୀୟ ହେବାରେ ଲାଗିଛି। ସେଠାକାର ଆଇନ ଶୃଙ୍ଖଳା ପରିସ୍ଥିତି (Law and order situation) ଏକ ପ୍ରକାରର ବିଗିଡି ଯାଇଛି। ଦେଶରେ ଅର୍ଥ ଅଭାବ କାରଣରୁ ପୋଲିସ ନିଯୁକ୍ତି (Police recruitment) ମଧ୍ୟ ବନ୍ଦ କରାଯାଇଛି । ଜାତୀୟ ଗଣମାଧ୍ୟମରେ ଏ ସମ୍ପର୍କିତ ଖବର ବର୍ତ୍ତମାନ ଚର୍ଚ୍ଚା ବଢାଇଛି । ଯଦି ସୁତ୍ର ଗୁଡିକୁ ବିଶ୍ୱାସ କରାଯାଏ ତେବେ ଏହା ଜଣାପଡ଼ିଛି ଯେ, ଟ୍ରୁଡୋ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ପ୍ରବେଶ କରିବା ପରଠାରୁ କାନାଡାରେ ଏକ ପ୍ରକାରର ଆଇନ ଶୃଙ୍ଖଳା ସମସ୍ୟା ସୃଷ୍ଟି ହୋଇଛି । ଏଭର୍ସପୋର୍ଟ ଭଳି ଅଞ୍ଚଳରେ ଗୁଳି ବିନିମୟ ହୋଇଥିବା କଥା ସାମ୍ନାକୁ ଆସିଛି ।

ୟୁକ୍ରେନ ଯୁଦ୍ଧରେ ଅର୍ଥ ବିନିଯୋଗ
କାନାଡାରେ ଚାଲିଥିବା ବିରୋଧକୁ ରୋକିବାରେ ସେଠାକାର ପୋଲିସ ସଫଳ ହୋଇପାରୁନାହିଁ । କାରଣ ପୋଲିସଙ୍କର ଅତ୍ୟଧିକ କାର୍ଯ୍ୟ ଭାର ରହିଛି । ଅର୍ଥ ଅଭାବ କାରଣରୁ କାନାଡା ଏହାର ପୋଲିସ ବିଭାଗରେ ନୂଆ ନିଯୁକ୍ତି ମଧ୍ୟ ଦେଇପାରୁ ନାହିଁ। ସୁରେରେ ସମୁଦାୟ ୧୫୦୦ ପୋଲିସଙ୍କ ଆବଶ୍ୟକତା ଥିବା ସମୟରେ ବର୍ତ୍ତମାନ ମାତ୍ର ୫୦୦ରୁ ୬୦୦ ପୋଲିସ କର୍ମଚାରୀ ଅଛନ୍ତି । ଅର୍ଥାତ ତିନି ଭାଗରୁ ଗୋଟିଏ ଭାଗ ପୋଲିସ ଅଛନ୍ତି । ରୁଷ ବିରୋଧରେ ୟୁକ୍ରେନ ଯୁଦ୍ଧ (Ukraine war)ରେ ନିୟମିତ ଭାବରେ ସମସ୍ତ ଅର୍ଥ ବିନିଯୋଗ କରାଯାଉଛି ।

କାନାଡାର ଦେବାଳିଆ ଅବସ୍ଥା
ସୁତ୍ରରୁ ମିଳିଥିବା ସୂଚନାଅନୁସାରେ, ଅର୍ଥ ଅଭାବ କାରଣରୁ ଦେଶର ବ୍ୟାଙ୍କ ହାର ବହୁତ ଅଧିକ । ଲୋକମାନେ ଟଙ୍କା ଫେରସ୍ତ କରିବାକୁ ଅସମର୍ଥ ଅଛନ୍ତି । ଏହି ପରିଶୋଧ ବର୍ତ୍ତମାନ ଏକ ବଡ଼ ସମସ୍ୟା ଭାବରେ ସୃଷ୍ଟି ହୋଇଛି । ଋଣ ବୃଦ୍ଧି କାରଣରୁ ଦେଶରେ ଦେବାଳିଆ ପରିସ୍ଥିତି ସୃଷ୍ଟି ହୁଏ । ୟୁକ୍ରେନ ଯୁଦ୍ଧ କାରଣରୁ ଭଡା ଚାରି ଗୁଣ ବୃଦ୍ଧି ପାଇଛି।

ଡ୍ରଗ୍ କାରବାର ଓ ଡକାୟତି ବଢୁଛି
କାନାଡାରେ ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରୀ ମାତ୍ର ୧୬ ଡଲାର ରଖାଯାଇଛି । ଏହି କାରଣରୁ ଟଙ୍କା ରୋଜଗାର (Income) କରିବା ସାଧାରଣରେ ଅସମ୍ଭବ ହୋଇପଡିଛି। କେବଳ ଏତିକି ନୁହେଁ, ଅର୍ଥ ଅଭାବ କାରଣରୁ ଲୋକମାନେ ଡ୍ରଗ୍ସ କାରବାର (Drug dealing) କରୁଥିବା ଖବର ମିଳୁଛି । ଏଥିସହିତ ଡକାୟତି ଘଟଣା ମଧ୍ୟ ବଢିଚାଲିଛି ।  ଭାରତ ଦ୍ୱାରା ଭିସା ନିଷେଧ ଘୋଷଣା ହେବା ପରେ କାନାଡାର ବିରୋଧୀ ଦଳ ଖୁବ ଖୁସି ଥିବା ନେଇ ସୂଚନା ମିଳୁଛି । ଜୁନ୍ ମାସରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହାର୍ଦ୍ଦିକ ସିଂ ନିଜାରଙ୍କ ହତ୍ୟା ଘଟଣା (Murder cases)ରେ ଭାରତୀୟ ଏଜେଣ୍ଟମାନଙ୍କର ‘ସମ୍ଭାବ୍ୟ’ ସଂପର୍କରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ଅଭିଯୋଗ ଆସିଥିଲା । ଏହା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇପଡିଛି । ସେପ୍ଟେମ୍ବର ୧୯ ତାରିଖରେ ଭାରତ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଥିଲା ।

Also Read- Success Story: ୩୫ କମ୍ପାନୀରୁ ରିଜେକ୍ଟ, ୧୦ ହଜାରରେ କ୍ୟାରିଅର ଆରମ୍ଭ କିନ୍ତୁ ବନିଗଲେ କୋଟିପତି

Also Read- Love Story: ୩୫ ବର୍ଷର ଯୁବକଙ୍କୁ ପ୍ରେମ ବିବାହ କଲେ ୭୦ ବର୍ଷିୟା ମହିଳା