benefit of Tamarind: ଜାଣନ୍ତି କି ତ୍ୱଚା ପାଇଁ କେତେ ଜରୁରୀ ତେନ୍ତୁଳି
Advertisement
Article Detail0/zeeodisha/odisha1412142

benefit of Tamarind: ଜାଣନ୍ତି କି ତ୍ୱଚା ପାଇଁ କେତେ ଜରୁରୀ ତେନ୍ତୁଳି

  ନୂଆଦିଲ୍ଲୀ: ତେନ୍ତୁଳି (Tamarind) ଖାଇବା ପାଇଁ ଉଣା ଅଧିକେ ଲୋକଙ୍କର ପସନ୍ଦ। ବିଶେଷ କରି ଝିଅ ମାନେ ଏହାକୁ ଖାଇବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। କଷି ତେନ୍ତୁଳିକୁ (Tamarind) ଲଙ୍କା ଲୁଣ ଲଗାଇ ଖାଇବାକୁ ଲୋକମାନେ ବେଶ ପସନ୍ଦ କରିଥାନ୍ତି। କିନ୍ତୁ ଆପଣ ଜାଣନ୍ତି ଆପଣ ତ୍ୱଚାରେ (Skin) ଚମକ ଆଣିବାରେ ଏହା ବେଶ ଲାଭ ଦାୟକ ହ

benefit of Tamarind: ଜାଣନ୍ତି କି ତ୍ୱଚା ପାଇଁ କେତେ ଜରୁରୀ ତେନ୍ତୁଳି

benefit of Tamarind:  ନୂଆଦିଲ୍ଲୀ: ତେନ୍ତୁଳି (Tamarind) ଖାଇବା ପାଇଁ ଉଣା ଅଧିକେ ଲୋକଙ୍କର ପସନ୍ଦ। ବିଶେଷ କରି ଝିଅ ମାନେ ଏହାକୁ ଖାଇବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। କଷି ତେନ୍ତୁଳିକୁ (Tamarind) ଲଙ୍କା ଲୁଣ ଲଗାଇ ଖାଇବାକୁ ଲୋକମାନେ ବେଶ ପସନ୍ଦ କରିଥାନ୍ତି। କିନ୍ତୁ ଆପଣ ଜାଣନ୍ତି ଆପଣ ତ୍ୱଚାରେ (Skin) ଚମକ ଆଣିବାରେ ଏହା ବେଶ ଲାଭ ଦାୟକ ହୋଇଥାଏ। ହଁ, ଆଜ୍ଞା ତେନ୍ତୁଳିରୁ ପ୍ରସ୍ତୁତ ହୋଇଥିବା ଫେସଓ୍ବାଶ ତ୍ବଚାକୁ ପରିଷ୍କାର କରିଥାଏ ଏବଂ ଏଥିରେ ଥିବା ଭିଟାମିନ୍ ଏବଂ ମିନେରାଲ ତ୍ବଚାର ଗଭୀରତାକୁ ଯାଇ ପୋଷଣ ଦେଇଥାନ୍ତି। ଏହି ଫେସଓ୍ବାଶକୁ ସହଜରେ ଘରେ ମଧ୍ୟ ପ୍ରସ୍ତୁତ କରାଯାଇପାରିବ।

ବୟସର ଛାପକୁ କମ୍ କରିଥାଏ: ତେନ୍ତୁଳି ବ୍ୟବହାର କରିବା ଦ୍ବାରା ତ୍ବଚା କୁଞ୍ଚନ,କଳା ଦାଗ ଦୂର ହୋଇଥାଏ  । ଏହା ଦ୍ବାରା ତ୍ବଚାରେ ଦୀର୍ଘ ଦିନ ପର୍ଯ୍ୟନ୍ତ ଯୌବନତା ଦେଖାଦେଇଥାଏ ଏବଂ ବୃଦ୍ଧାବସ୍ଥାର ଲକ୍ଷଣ ଦେଖାଯାଇନଥାଏ।

ଅଧିକ ପଢନ୍ତୁ: Ram Rahim: ହନିପ୍ରୀତଙ୍କ ନାମକୁ 'ରୁହ ଦି'ରେ କାହିଁକି ବଦଳାଇଲେ ରାମ ରହୀମ, ନିଜେ ବୁଝାଇଲେ ଏହାର କାରଣ

ତ୍ବଚାକୁ ନରମ କରିଥାଏ: ତେନ୍ତୁଳିରେ ପୋଟାସିୟମ୍, ଜିଙ୍କ୍, ମାଗ୍ନେସିୟମ୍, ଫସଫରସ୍, କ୍ୟାଲସିୟମ୍, ଆଇରନ୍ ଏବଂ ସୋଡ଼ିୟମ୍ ରହିଥାଏ। ଏହା ବ୍ୟତୀତ ତେନ୍ତୁଳିରେ ପ୍ରୋଟିନ୍ ମଧ୍ୟ ପ୍ରଚୁର ପରିମାଣରେ ରହିଥାଏ। ତେନ୍ତୁଳିରୁ ପ୍ରସ୍ତୁତ ହୋଇଥିବା ଫେସଓ୍ବାଶକୁ ଲଗାଇବା ଦ୍ବାରା ପ୍ରାକୃତିକ ଚମକ ଆସିଥାଏ ଏବଂ କଳା ଦାଗ,ଚିହ୍ନ ସବୁ ଧୀରେ ଧୀରେ ଦୂର ହୋଇଯାଇଥାଏ। ତେନ୍ତୁଳିରେ ଏସିଡ୍ ଗୁଣ ରହିଥିବା ଯୋଗୁଁ ଏହା କ୍ଲୀନର ଏବଂ ଟୋନରର କାମ ଦେଇଥାଏ।

ସେହିପରିଫେସଓ୍ବାଶ ବନାଇବା ପାଇଁ ଆବଶ୍ୟକୀୟ ସାମଗ୍ରୀଗୁଡ଼ିକ ହେଲା-ଦୁଇ ଚାମଚ ତେନ୍ତୁଳିର ଅଂଶ,ଗୋଟିଏ ଚାମଚ ମହୁ,ଗୋଟିଏ ଚାମଚ ଦହି,ଗୋଟିଏ ଚାମଚ ବାଦାମ ତେଲ, ଗୋଟିଏ ଚାମଚ ଗୋଲାପ ଜଳ, ଅଧା ଚାମଚ ଭିଟାମିନ୍-ଇ ପାଉଡର କିମ୍ବା ଭିଟାମିନ-ଇର ଗୋଟିଏ କ୍ୟାପସୁଲ। ତେନ୍ତୁଳିର ଅଂଶ ଏବଂ ଦହିକୁ ଭଲଭାବରେ ଗୋଳାଇ ଦିଅନ୍ତୁ। ଏଥିରେ ଭିଟାମିନ ଇ ପାଉଡର ମିଶାନ୍ତୁ। ଗୋଲାପ ଜଳ,ବାଦାମ ତେଲ ଏବଂ ମହୁ ଦେଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ଏବେ ଆପଣଙ୍କ ଫେସଓ୍ବାଶ୍ ପ୍ରସ୍ତୁତ। ଏହାକୁ ବାୟୁରୁଦ୍ଧ ଜାରରେ ରଖି ଦିଅନ୍ତୁ।

ଅଧିକ ପଢନ୍ତୁ: Health Tips: ଭୁଲରେ ବି ଅଧିକ ସେବନ କରନ୍ତୁ ନାହିଁ ଏସବୁ ଜିନିଷ, ଆପଣଙ୍କ ଠାରୁ ଛଡାଇ ନେବ ବାପା-ମା' ହେବାର ସୁଖ!

ଅଧିକ ପଢନ୍ତୁ: Pakistan Debt Crisis: ବୁଡ଼ିବାକୁ ବସିଛି କାଙ୍ଗାଳ ପାକିସ୍ତାନ: ଭୁଶୁଡ଼ିପଡ଼ିଲାଣି ଅର୍ଥବ୍ୟବସ୍ତା, ଏତିକି କୋଟି ହରାଇବେ ନିବେଶକ

ଅଧିକ ପଢନ୍ତୁ: Currency Notes: ୨ ପ୍ରତିଶତ ହିନ୍ଦୁ ବି ନାହାଁନ୍ତି, ତଥାପି ଏହି ଦେଶର ମୁଦ୍ରାରେ କାହିଁକି ଛପା ଯାଉଛି ଗଣେଶଙ୍କ ଫଟୋ?