MP Bus Accident: ବ୍ରିଜରୁ ଖସିଲା ବସ୍, ୧୫ ମୃତ ଏକାଧିକ ଆହତ,ଉଦ୍ଧାର କାର୍ଯ୍ୟ ଜାରି
Advertisement

MP Bus Accident: ବ୍ରିଜରୁ ଖସିଲା ବସ୍, ୧୫ ମୃତ ଏକାଧିକ ଆହତ,ଉଦ୍ଧାର କାର୍ଯ୍ୟ ଜାରି

Khargone Bus Accident News In Odia: ଭୟଙ୍କର ବସ୍ ଦୁର୍ଘଟଣା । ଯାତ୍ରା ବେଳେ ବ୍ରିଜରୁ ଖସିଲା ଯାତ୍ରୀବାହୀ ବସ୍(khargone passenger bus fell down from bridge ) । ଘଟଣାସ୍ଥଳରେ ୧୫ ଜଣଙ୍କର ମୃତ୍ୟ ହୋଇଥିବା(many killed) ବେଳେ ୨୫ ରୁ ( 25 injured)ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି...

ସୌଜନ୍ୟ- ସୋସିଆଲ ମିଡ଼ିଆ

Khargone Bus Accident News In Odia : ଯାତ୍ରା ବେଳେ ବ୍ରିଜରୁ ଖସିଲା  ଯାତ୍ରୀବାହୀ ବସ୍(khargone passenger bus fell down from bridge ) । ଘଟଣାସ୍ଥଳରେ ୧୫ ଜଣଙ୍କର ମୃତ୍ୟ ହୋଇଥିବା(many killed)  ବେଳେ ୨୫ ରୁ ( 25 injured)ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।  ମଧ୍ୟପ୍ରଦେଶର ଖାର୍ଗୋନରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି (Bus Accident)। କୁହାଯାଉଛି ଯେ, ଏହି ବସଟି ଇନ୍ଦୋର ଆଡକୁ ଯାଉଥିଲା ବେଳେ ବ୍ରିଜ୍ ତଳକୁ ଖସି ପଡିଛି । କିଭଳି ସ୍ଥିତିରେ ବସଟି ଏତେ ଉଚ୍ଚ ବ୍ରିଜରୁ ତଳକୁ ଖସିଲା ସେନେଇ ପୋଲିସ୍ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ଜିଲ୍ଲା ଏସପି(SP Dharam Veer) ଧର୍ମବୀର ସୂଚନା ଦେଇଛନ୍ତି । ତେବେ, ବସରେ ୫୦ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ ବୋଲି ଜଣାପଡିଛି । 

ସୂଚନା ଅନୁସାରେ, ବସଟି ୫୦ ରୁ ଅଧିକ ଯାତ୍ରୀଙ୍କୁ ନେଇ ମଧ୍ୟପ୍ରଦେଶର ଖାର୍ଗୋନରୁ ଇନ୍ଦୋରକୁ ଯାତ୍ରା ଆରମ୍ଭ କରିଥିଲା  । ଇନ୍ଦୋର ପହଞ୍ଚିବାକୁ ଆଉ କେଇ ଘଣ୍ଟା ବାକି ଥିବା ବେଳେ ବସଟି ହଠାତ୍ ବ୍ରିଜ୍ ଉପରୁ ତଳକୁ ଖସି ପଡିଥିଲା । ଫଳରେ ଘଟଣାସ୍ଥଳରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା।  ଏହା ଦେଖି ସ୍ଥାନୀୟ ଲୋକେ  ପୋଲିସ୍ ଓ ଇଦ୍ଧାରକାରୀ ଦଳକୁ ଖବର ଦେଇଥିଲେ। ପୋଲିସ୍ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।  ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାରକାରୀ ଦଳ ଆହତ ଯାତ୍ରୀଙ୍କୁ ଉଦ୍ଧାର କରୁଛନ୍ତି । ଏବଂ ମେଡିକାରେ ଭର୍ତ୍ତି କରିଛନ୍ତି । ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ  ମୃତ୍ୟୁ ସଂଖ୍ୟା ବଢିବ ବୋଲି ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଏସପି ଧର୍ମବୀର  ଓ ଖାରଗୋନ ବିଧାୟକ ରବି ଯୋଶୀ ପହଞ୍ଚି ସ୍ଥିତି ତଦାରଖ କରୁଛନ୍ତି । ସେପଟେ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ଏନେଇ ସେ ମୃତକଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ମୃତକଙ୍କ ପରବାରକୁ ୪ ଲକ୍ଷର ସହାୟତା ରାଶି ମିଳିବ ବୋଲି ଘୋଷଣା କରିଛନ୍ତି ଏମସି ସରକାର । ଏହାସହ ଆହତଙ୍କୁ ୫୦ ହଜାର ଓ ସାମାନ୍ୟ ଆହତଙ୍କୁ ୨୫ ହଜାର ସହ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଟ୍ବିଟ୍ କରି ସୂଚନା ଦେଇଛନ୍ତି । ସେପଟେ ବସ ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ ।  

ସେହିପରି ଗତକାଲି ମଧ୍ୟ ୟୁପିରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ଏହି ସଡକ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ,କେତେକ ଯାତ୍ରୀଙ୍କ ମୁଣ୍ତ ଶରୀରରୁ ଅଲଗା ହୋଇଯାଇଥିଲା। ଏବଂ ଆଉ କେତେକଙ୍କ ଶରୀରର ବିଭିନ୍ନ ଅଂଶ ରାସ୍ତାରେ ଛିନଛତ୍ର ହୋଇ ଏଣେତେଣେ ପଡିଥିଲା । ଏକ ଟାଟା ମେଜିକକୁ ଏକ ଟ୍ରକ ଓଭରଟେକ କରିବାରୁ ଏହି ବଡ ଧରଣର ସଡ଼କ ଦୁର୍ଘଟଣା (Road Accident ) ଘଟିଛି । ୟୁପିର ମୋରଦାବାଦର (Aliganj Dalpatpur road in Moradabad) ଆଲିଗଞ୍ଜ ଦଲପଥପୁର ରାସ୍ତାରେ ଏହି ସଡକ ଦୁର୍ଘଟଣା ଘଟିଛି (moradabad road accident)। ମୃତକଙ୍କ ମଧ୍ୟରେ ୨ ଭଉଣୀ ଓ ମାଆ ପୁଅ ରହିଥିବା ବେଳେ ଅନ୍ୟମାନଙ୍କ ପରିଚୟ ମିଳି ପାରିନି ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।  

 

ଏହାବି ପଢନ୍ତୁ : Road Accident: ଟାଟା ମେଜିକ୍ ଉପରେ ଚଢିଗଲା ଟ୍ରକ୍ ,୧୦ ମୃତ ଏକାଧିକ ଗୁରୁତର

ଏହାବି ପଢନ୍ତୁ :  New Gold Price: ଦ୍ୱିତୀୟ ଦିନ ପାଇଁ ସୁନା ଦରରେ ବୃହତ ହ୍ରାସ, ଜାଣିନିଅନ୍ତୁ ଆପଣଙ୍କ ସହରରେ କେତେ ରହିଛି ସୁନା ଦର

ସୂଚନା ଅନୁସାରେ,  ଏକ ଟାଟା ମେଜିକରେ ୟୁପି ଭୋଜପୁରର କିଛି ବାସିନ୍ଦା ସୋମବାର ରାମପୁରକୁ ଜଣେ ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯୋଗ ଦେବାକୁ ଯାଉଥିଲେ । ଆଉ କିଛି ସମୟ ପରେ ଭୋଜିରେ ପହଞ୍ଚି ଥାନ୍ତେ ସଭିଏଁ । ଏଥିପାଇଁ ସମସ୍ତ ବେଶ ଖୁସିଥିଲା।  କିନ୍ତୁ ମୋରଦାବାଦର  ଆଲିଗଞ୍ଜ ଦଲପଥପୁର ରାସ୍ତାରେ ଟାଟା ମେଜିକଟି ପହଞ୍ଚବା ସମୟରେ  ଦଲପଥପୁର ଆଡକୁ ଯାଉଥିବା ଏକ ଟ୍ରକ ଟାଟ ମେଜିକକୁ ଓଭରଟେକ କରିଥିଲା । ଫଳରେ ଟାଟ ମେଜିକଟି ଓଲଟି ପଡିଥିଲା(moradabad road accident) । ଘଟଣାସ୍ଥଳରେ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ତେବେ, ଏହି ଭୟଙ୍କର ଦୁର୍ଘଟଣାରେ ଟାଟା ମେଜିକରେ ଥିବା ୫ ଶିଶୁ ମଧ୍ୟ ରାସ୍ତା କଡକୁ ଛିଟିକି ପଡିଥିଲେ। କିଛି ଯାତ୍ରୀଙ୍କ ମୁଣ୍ତ ଠାରୁ  ଗଣ୍ତି ମଧ୍ୟ ଅଲଗା ହୋଇଯାଇଥିଲା। ଏହାଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । 

ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ରାସ୍ତାରେ ପଡିଥିବା ଖଣ୍ତବିଖଣ୍ତିତ ମୃତଦେହ ଉଠାଇ ଥିଲା । ଏବଂ ପୋର୍ଟମର୍ଟମ ପାଇଁ ପଠାଇଛି । ତେବେ,ମୃତକଙ୍କ ମଧ୍ୟରେ ଟାଟା ମେଜିକ ଡ୍ରାଇଭରଙ୍କ ସହ ଗୋଟିଏ ପରିବାରର ଦୁଇ ଭଉଣୀ ଓ ମାଆ ପୁଅ ମଧ୍ୟ ରହିଛନ୍ତି । କିନ୍ତୁ ଅନ୍ୟମାନଙ୍କ ପରିଚୟ ଏ-ପର୍ଯ୍ୟନ୍ତ ମିଳିପାରି ନାହିଁ। ଏହି ଦୁର୍ଘଟଣାରେ ୧୩ ଜଣ ଲୋକେ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କାରାଯାଇ ଭୋଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତଙ୍କ ଅବସ୍ଥା ସଙ୍କାଟା ପନ୍ନଥିବାରୁ ମୃତ୍ୟୁ ସଂଖ୍ୟା ବଢିବ ବୋଲି ଅନୁମାନ କରାଯାଉଛି ।  ସେପଟେ, ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଘଟଣାସ୍ଥଳରୁ ଚମ୍ପଟ ମାରିଛି । ପୋଲିସ୍ ଏକ ମାମଲା ରୁଜୁ କରି ଛାନଭିନ୍ ଚଳାଇଛି ।