India Canada Relation: ଖଲିସ୍ତାନୀ ଅତଙ୍କୀ ହରଦୀପ ସିଂହ ନିଜ୍ଜର ହତ୍ୟା ପରେ ଭାରତ-କାନାଡ଼ା ମଧ୍ୟରେ ବିବାଦ ତେଜିବାରେ ଲାଗିଛି।
Trending Photos
India Canada Conflict: ଦିନ ଗଡ଼ିବା ସହ ବଢିଛି ଚାଲିଛି ଭାରତ-କାନାଡ଼ା ବିବାଦ। ଏହା ମଧ୍ୟରେ କାନାଡ଼ା ସରକାରଙ୍କୁ ଚରମବାଣୀ ଶୁଣାଇଛି ଭାରତ। ଦେଶରେ ଅବସ୍ଥାପିତ ୬୨ ରାଷ୍ଟ୍ରଦୂତଙ୍କ ମଧ୍ୟରୁ କାନାଡ଼ା ୪୧ ଜଣଙ୍କୁ ଫେରାଇ ନେଉ। ଆସନ୍ତା ୧୦ ଅକ୍ଟାବର ପର୍ଯ୍ୟନ୍ତ ଏହା କରା ନଗଲେ ସେମାନଙ୍କୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗକୁ ପ୍ରତ୍ୟାହାର କରିନିଆଯିବ। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ହତ୍ୟା ଘଟଣାରେ ଭାରତକୁ ଦାୟୀ କରିଥିଲା କାନାଡ଼ା। ଏହାର ଜବାବରେ ଭାରତ ଏବେ ଅଧିକ କଠୋର ହୋଇ ଏପରି ଚରମବାଣୀ ଶୁଣାଇଥିବା କୁହାଯାଉଛି। ହେଲେ ଭାରତ ପୂର୍ବରୁ ଏ ସମ୍ପର୍କରେ ଜଣାଇ ଦେଇଥିବାର କୁହାଯାଉଛି।
ଇଂରାଜୀ ଖବରକାଗଜ ‘ଫାଇନାନସିଆଲ୍ ଟାଇମ୍ସ’ ପକ୍ଷରୁ ଏହି ଖବର ପ୍ରକାଶ ପାଇଛି। ଯେଉଁଥିରେ କୁହାଯାଇଛି ଯେ, ଭାରତରେ ଅବସ୍ଥାପିତ କାନାଡ଼ା ରାଷ୍ଟ୍ରଦୂତଙ୍କ (Canadian Diplomats in India) ସଂଖ୍ୟାକୁ ୨୧ ମଧ୍ୟରେ ସୀମିତ ରଖିବାକୁ ଚାହୁଁଛି। ଏଣୁ ସମ୍ପୃକ୍ତ ଦେଶ ଭାରତରୁ ତାହାର ବଳକା ରାଷ୍ଟ୍ରଦୂତଙ୍କୁ ଫେରାଇ ନେଉ। କାରଣ ଭାରତର ମାତ୍ର ୨୧ ରାଷ୍ଟ୍ରଦୂତ କାନାଡ଼ାରେ (Indian Diplomats in Canada) ରହିଛନ୍ତି। ଉଭୟ ଦେଶ ଭିତରେ ସମାନ ସଂଖ୍ୟକ ରାଷ୍ଟ୍ରଦୂତ ରହିବା ଆବଶ୍ୟକ। ଏ ସମ୍ପର୍କରେ ଭାରତ ଆଗରୁ କାନାଡ଼ାକୁ ସୂଚନା ଦେଇଥିବା ଏହି ରିପୋର୍ଟ ମାଧ୍ୟମରେ ଉଲ୍ଲେଖ ରହିଛି।
ଭାରତ ସରକାରଙ୍କ ଏପରି ନିଷ୍ପତ୍ତି ଦ୍ୱାରା ଦୁଇ ଦେଶ ମଧ୍ୟରେ ଚାଲିଥିବା କୂଟନୈତିକ ସମ୍ପର୍କ (India Canada Relation) ଆହୁରି ବିଗିଡ଼ିବାର ଆଶଙ୍କା ରହିଛି। ସେପ୍ଟେମ୍ବର ୧୮ ତାରିଖରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡ୍ୟୁ ଦେଶର ସଂସଦରେ (PM Justin Trudeau Speech in Canadian Parliament) ଖଲିସ୍ତାନୀ ଅତଙ୍କୀ ହରଦୀପ ସିଂହ ନିଜ୍ଜାର ହତ୍ୟା ଘଟଣାରେ (Khalistan Leader Hardeep Singh Nijjar Death) ଭାରତ ସମ୍ପୃକ୍ତି ରହିଥିବାର ଅଭିଯୋଗ କରିଥିଲେ। ଏହି ଅଭିଯୋଗରେ ଓଟାଓ୍ୱା ଠାରେ ଅବସ୍ଥାପିତ ଭାରତୀୟ କୂଟନୀତିଜ୍ଞଙ୍କୁ କାନାଡ଼ା ବହିଷ୍କାର କରିଥିଲା।
ଏହାକୁ ଦୃଢ଼ଭାବେ ଖଣ୍ଡନ କରିବା ସହ ଭାରତ ବିରୋଧି ତତ୍ତ୍ୱକୁ କାନାଡ଼ା ରାଜନୈତିକ ଭାବରେ ଖୋଲାଖୋଲି ସମର୍ଥନ ଦେଉଛନ୍ତି ବୋଲି ଅଭିଯୋଗ କରିଥିଲା ଭାରତ। କାନାଡ଼ାର ଜଣେ ରାଷ୍ଟ୍ରଦୂତଙ୍କୁ ନୂଆଦିଲ୍ଲୀ ବହିଷ୍କାର କରିବା ସହ ଏହି ଭିତ୍ତିହୀନ ଅଭିଯୋଗ ଖଲିସ୍ତାନୀ ଆତଙ୍କବାଦୀଙ୍କ ପ୍ରତି ଧ୍ୟାନ ଆକର୍ଷଣ କରିବାକୁ ଉଦ୍ଦିଷ୍ଟ ବୋଲି ଭାରତ ସରକାର କହିଥିଲେ। ଭାରତର ସାର୍ବଭୌମତ୍ୱ ଏବଂ ଅଖଣ୍ଡତାକୁ ଭାଙ୍ଗିବା ଲାଗି ଚେଷ୍ଟା କରୁଥିବା ଏହି ଆତଙ୍କବାଦୀଙ୍କୁ କାନାଡ଼ା ଆଶ୍ରୟ ଦେଇଛି। ଏ ବିଷୟରେ ଭାରତ ପକ୍ଷରୁ ବାରମ୍ବାର କାନାଡ଼ା ପାଖରେ ଅଭିଯୋଗ କରାଯାଇଥିଲା। ଭାରତ ପକ୍ଷରୁ କାନାଡ଼ା ନାଗରିକଙ୍କ ଭିସା ଆବେଦନକୁ ଗ୍ରହଣ କରାଯାଇ ନଥିଲା। ଅପରପକ୍ଷେ ଏହି ବିବାଦକୁ ନେଇ ଆନ୍ତର୍ଜାତିକ ମହଲରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି।