Paragliding Accident: ପାରାଗ୍ଲାଇଡିଂ ସମୟରେ ଘଟିଲା ଅଘଟଣ, ଭିଡିଓ ଭାଇରାଲ
Advertisement

Paragliding Accident: ପାରାଗ୍ଲାଇଡିଂ ସମୟରେ ଘଟିଲା ଅଘଟଣ, ଭିଡିଓ ଭାଇରାଲ

Paragliding Accident News: ପାରାଗ୍ଲାଇଡିଂ କରିବା ସମୟରେ ଏପରି ଅଘଟଣା ଘଟିବାର ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ଏପରି ଅନେକ ଅଘଚଣ ଘଟିସାରିଛି। 

Paragliding Accident: ପାରାଗ୍ଲାଇଡିଂ ସମୟରେ ଘଟିଲା ଅଘଟଣ, ଭିଡିଓ ଭାଇରାଲ

Kerala Paragliding Accident: ପାରାଗ୍ଲାଇଡିଂ କରିବା ସମୟରେ ଘଟିଛି ଅଘଟଣ। କେରଳ ରାଜଧାନୀ ଥିରୁବନନ୍ତପୁରମ ବର୍କାଲା ଅଞ୍ଚଳରେ ଘଟିଯାଇଛି ଏହି ଘଟଣା। ଗତକାଲି (୭ ମାର୍ଚ୍ଚ) ଜଣେ ପୁରୁଷ ଏବଂ ଅନ୍ୟ ଜଣେ ମହିଳା ହାଇମାଷ୍ଟ ଲାଇଟ ପୋଲ ଉପରେ ଅଟକି ଯାଇଥିଲେ। ଉଭୟ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଦୁଇ ପର୍ଯ୍ୟଟକ ଥିରୁବନନ୍ତପୁରମ (Thiruvananthapuram) ବର୍କାଲା ଅଞ୍ଚଳରେ (Varkala Area) ଅବସ୍ଥିତ ପାପନାସାମ ବେଳାଭୂମିରେ (Papanasam Beach) ପାରାଗ୍ଲାଇଡିଂ (Paragliding) କରୁଥିଲେ। ଏହା ପରେ ସେମାନଙ୍କ ପାରାଚ୍ୟୁଟ୍ ଏକ ଖୁଣ୍ଟରେ ଫସି ଯାଇଥିଲା। ପାରାଚ୍ୟୁଟ୍ ଯେଉଁଠାରେ ଅବତରଣ କରିବାର ଥିଲା ସେଠାରେ ତାହା ଅବତରଣ କରିନଥିଲା। ଏହି ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି (Paragliding Accident Viral Video)। ଯେଉଁଥିରେ ଏହା ଦେଖିବାକୁ ମିଳୁଛି ଯେ ବିଦ୍ୟୁତ ଖୁଣ୍ଟ ଉପରେ ଅନେକ ହାଇ-ଭୋଲଟେଜ୍ ଲାଇଟ୍ ଲଗାଯାଇଛି ଏବଂ ଦୁଇ ଜଣ ପାରାଗ୍ଲାଇଡର୍ (Paraglider) ପ୍ରାୟ ୫୦ ଫୁଟ ଉଚ୍ଚତାରୁ ଅଧିକ ଉଚ୍ଚରେ ପୋଲ ଉପରେ ଫସି ରହିଛି।

Also Read: ପାରାସେଲିଂ ପଡ଼ିଲା ମହଙ୍ଗା; ଅଳ୍ପକେ ବର୍ତ୍ତିଲା ଜୀବନ

 

ପିଟିଆଇ ଅନୁଯାୟୀ ସେମାନଙ୍କୁ ଉଦ୍ଧାର କରିବା ପୂର୍ବରୁ ସେମାନେ ପ୍ରାୟ ୨ ଘଣ୍ଟା ଧରି ପୋଲ ମଧ୍ୟରେ ଫସି ରହିଥିଲେ। ଅଗ୍ନିଶମ ବିଭାଗ ପାଖରେ ଲମ୍ବା ସିଡ଼ି ନଥିଲା। ଯେଉଁଥିପାଇଁ ଉଦ୍ଧାର କାର୍ଯ୍ୟ ଅଧିକ ସମୟ ନେଇଥିଲା। ପୋଲିସ କହିଛି ଯେ ସତର୍କତାମୂଳକ ପଦକ୍ଷେପ ଭାବରେ ବିଦ୍ୟୁତ ଖୁଣ୍ଟ ଗଦି ଏବଂ ଜାଲ ରଖାଯାଇଥିଲା।

Also Read: Mohali: ଦୋଳି ଖେଳିବା ହେଲା କାଳ, ଅଚାନକ ଘଟିଗଲା ଛାତି ଦୋହଲାଇବା ଭଳି ଘଟଣା

 

ରାଜ୍ୟରେ ପାରାଗ୍ଲାଇଡିଂ କରିବା ସମୟରେ ହୋଇଥିବା ଦୁର୍ଘଟଣା (Kerala Paragliding Accident) ସମ୍ପର୍କରେ ପ୍ରତିକ୍ରିୟା ରଖିଛି କେରଳ ପୋଲିସ (Kerala Police)। ଏନେଇ ପୋଲିସ ପକ୍ଷରୁ କୁହାଯାଇଛି ଯେ ଖୁଣ୍ଟରେ ଝୁଲି ରହିଥିବା ୨୮ ବର୍ଷୀୟା ମହିଳା ଏବଂ ତାଙ୍କ ପାରାଗ୍ଲାଇଡିଂ ପ୍ରଶିକ୍ଷକଙ୍କୁ (Paragliding Trainer) ଉଦ୍ଧାର କରାଯାଇଛି। ସେମାନଙ୍କୁ ବର୍କାଲା ଡାକ୍ତରଖାନାରେ (Varkala Medical) ଭର୍ତ୍ତି କରାଯାଇଛି ଏବଂ ବର୍ତ୍ତମାନ ଉଭୟେ ସୁସ୍ଥ ଅଛନ୍ତି। ପାରାଗ୍ଲାଇଡିଂ କରିବା ସମୟରେ ଏପରି ଅଘଟଣା ଘଟିବାର ଏହା ପ୍ରଥମ ଘଟଣା ନୁହେଁ। ଗତ ବର୍ଷ ମଧ୍ୟ ୨୪ ଘଣ୍ଟା ମଧ୍ୟରେ ପାରାଗ୍ଲାଇଡିଂ କରିବା ସମୟରେ ଦୁଇଟି ପୃଥକ ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଗୁଜୁରାଟର ମେହସାନା ଜିଲ୍ଲାରେ ପାରାଗ୍ଲାଇଡିଂ କରୁଥିବା ସମୟରେ ଦକ୍ଷିଣ କୋରିଆର ଜଣେ ୫୦ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ସେହିପରି ମହାରାଷ୍ଟ୍ରର ଜଣେ ୩୦ ବର୍ଷୀୟ ପର୍ଯ୍ୟଟକ ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାର ଡୋବି ଅଞ୍ଚଳରେ ପାରାଗ୍ଲାଇଡିଂ କରିବା ବେଳେ ପ୍ରାଣ ହରାଇଥିଲା।