Anubhav Mohanty: 'କୋଣଠେସା ହେଲି, ବିଜେଡି ଛାଡ଼ିଲି': ଅନୁଭବ ମହାନ୍ତି
Advertisement

Anubhav Mohanty: 'କୋଣଠେସା ହେଲି, ବିଜେଡି ଛାଡ଼ିଲି': ଅନୁଭବ ମହାନ୍ତି

Anubhav Mohanty:  ଅନୁଭବ ମହାନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି ଇସ୍ତଫାପତ୍ର । ଜଗତସିଂହପୁର ବିଧାୟକ ଭାବେ ନିଜର ଦବଦବା ବଜାୟ ରଖିଥିବା ଚିରଞ୍ଜିବୀ କେଉଁ ଦଳକୁ ଯିବେ ତାର କିଛି ସ୍ପଷ୍ଟତା ଆସିନଥିବା ବେଳେ ବହୁତ ଦିନର ତର୍କ ଉପରେ ପୂର୍ଣ୍ଣଚ୍ଚେଦ ଟାଣିଛନ୍ତି ଚିରଞ୍ଜିବୀ।

 

Anubhav Mohanty: 'କୋଣଠେସା ହେଲି, ବିଜେଡି ଛାଡ଼ିଲି': ଅନୁଭବ ମହାନ୍ତି

Anubhav Mohanty: ଆଜି ସକାଳ ସମୟରୁ ବିଜେଡିକୁ ଗୋଟିଏ ପରେ ଗୋଟିଏ ଲାଗୁଛି ଶକ୍ତ ଝଟକା।  ବିଜେଡିରୁ ଇସ୍ତଫା ଦେଲେ ସାଂସଦ ଅନୁଭବ ମହାନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି ଇସ୍ତଫାପତ୍ର । ଆଜି ସକାଳୁ ସକାଳୁ ବିଜେଡିକୁ ଲାଗିଛି ୩ଟି ବଡ଼ ଝଟ୍‌କା । ପ୍ରଥମେ ପ୍ରିୟଦର୍ଶୀ ମିଶ୍ର, ପରେ ଆକାଶଦାଶ ନାୟକ ଛାଡିଦେଲେ ଦଳ । ଆଉ ଏବେ ଅନୁଭବ ମହାନ୍ତି ମଧ୍ୟ ଦଳ ଛାଡ଼ିଛନ୍ତି।  ବିଜେଡିକୁ ଏକାଦିନେ ଅଲ୍‌ବିଦା କରିଛନ୍ତି ଦୁଇ ବଡ଼ ସିନେ ଷ୍ଟାର । ଦଳରେ କୋଣଠେସାର ଆଭାଷ ପାଇ ଅନୁଭବ ଦଳ ଛାଡ଼ିଥିବା କୁହାଯାଉଛି। ଚକୋଲେଟ ହିରୋ ତଥା ପୂର୍ବତନ କୋରେଇ ବିଧାୟକ ଆକାଶ ବି ଶଙ୍ଖ ଦଳ ଛାଡ଼ିଛନ୍ତି।

fallback

 ୨ ଦିନ ତଳେ ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର(Sidhant Mohapatra) ମଧ୍ୟ ଦଳ ଛାଡ଼ିଥିଲେ । ଷ୍ଟାଇଲିସ୍‌ ହିରୋ ଅରିନ୍ଦମ ରାୟ ବି ନିକଟରେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ। ସେହିପରି ଗତ ଦୁଇଦିନ ତଳେ ସିଦ୍ଧାନ୍ତ ମହାପାତ୍ର ଦିଲ୍ଲୀରେ ରାଜ୍ୟ କାର୍ଯ୍ୟାଳୟରେ ସାଂସଦ ଭର୍ତ୍ତୃହରି ଓ ସାନ୍ତାଳି ଲେଖିକା ଦମୟନ୍ତୀ ବେଶ୍ରାଙ୍କ ସହ ବିଜେପିରେ ସାମିଲ ହୋଇଥିଲେ। ତେବେ ଆଜି ଆକାଶ ଦାସ ନାୟକ ବିଜେଡି ଛାଡିବାର କିଛି ସମୟ ପରେ ସାଂସଦ ଅନୁଭବ ମହାନ୍ତି ବିଜେଡି ଛାଡିବା ଖବର ପୂରା ରାଜ୍ୟକୁ ଚକିତ କରିଛି। 

କିଛି ସମୟ ପୂର୍ବରୁ ଅଭିନେତା ତଥା ପୂର୍ବତନ କୋରେଇ ବିଧାୟକ ଆକାଶ ଦାସ ନାୟକ(Akash Das Nayak) ବିଜେଡି ଛାଡିଛନ୍ତି । ଆକାଶ ଦାସ ନାୟକ କହିଛନ୍ତି ଯେ, ନିଜର ଆତ୍ମସମ୍ମାନ ଓ କୋରେଇବାସୀଙ୍କ ସ୍ୱାଭିମାନ ପାଇଁ ଦଳ ଛାଡ଼ିଥିବା କହିଛନ୍ତି । ସେହିପରି ବହୁ କଳ୍ପନାଜଳ୍ପନା ପରେ ଆଜି କଂଗ୍ରେସର ହାତ ଛାଡ଼ିଛନ୍ତି ଚିରଞ୍ଜିବୀ ବିଶ୍ୱାଳ(Chiranjib Biswal)। ଜଗତସିଂହପୁର ବିଧାୟକ ଭାବେ ନିଜର ଦବଦବା ବଜାୟ ରଖିଥିବା ଚିରଞ୍ଜିବୀ କେଉଁ ଦଳକୁ ଯିବେ ତାର କିଛି ସ୍ପଷ୍ଟତା ଆସିନଥିବା ବେଳେ ବହୁତ ଦିନର ତର୍କ ଉପରେ ପୂର୍ଣ୍ଣଚ୍ଚେଦ ଟାଣିଛନ୍ତି ଚିରଞ୍ଜିବୀ। ୨୦୧୪ ରୁ ୨୦୧୯ ଯାଏଁ ଜଗତସିଂହପୁରର ବିଧାୟକ ଥିଲେ ଚିରଞ୍ଜିବୀ ବିଶ୍ୱାଳ। ତେବେ ଚିରଞ୍ଜିବୀ କଂଗ୍ରେସ ଛାଡ଼ିବା ପରେ ଦଳ ଉପରେ କଣ ପ୍ରଭାବ ପଡ଼ିବ ତାହା ସମୟ କହିବ। 

ସେହିପରି କିଛି ସମୟ ତଳେ ପୂର୍ବତନ ଭୁବନେଶ୍ୱର ଉତ୍ତର ବିଧାୟକ ଭାବେ ପରିଚିତ ଥିବା ପ୍ରିୟଦର୍ଶୀ ମିଶ୍ର ବି ବିଜେଡି ଛାଡ଼ିଥିଲେ। ଦଳରେ ଲଗାତାର ତାଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ କରି ସେ ଦଳ ଛାଡିଥିବା କହିଥିଲେ । ସୂଚନା ଅନୁସାରେ, ୨୦୧୪ରୁ ୨୦୧୯ରୁ ଯାଏଁ ବିଧାୟକ ଥିଲେ ପ୍ରିୟଦର୍ଶୀ ମିଶ୍ର।  ହେଲେ ୨୦୧୯ ପରଠାରୁ ତାଙ୍କୁ ଦଳରେ ଗୁରୁତ୍ୱ ଦିଆଯାଉନଥିଲା ।

Also Read: 

Akash Das Nayak: 'ମୁଁ ଅଭିମାନ କରିଛି, ସେଥିପାଇଁ ବିଜେଡି ଛାଡୁଛି'