ହାଇକୋର୍ଟର ଲାଇଭ୍ ଷ୍ଟ୍ରିମିଂ ସମୟରେ ଚାଲିଲା ଅଶ୍ଳୀଳ ଭିଡିଓ, କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ବିଚାରପତି
Advertisement
Article Detail0/zeeodisha/odisha1995879

ହାଇକୋର୍ଟର ଲାଇଭ୍ ଷ୍ଟ୍ରିମିଂ ସମୟରେ ଚାଲିଲା ଅଶ୍ଳୀଳ ଭିଡିଓ, କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ବିଚାରପତି

Karnataka High Court: କର୍ଣ୍ଣାଟକ ହାଇକୋର୍ଟର ଲାଇଭ୍ ଷ୍ଟ୍ରିମିଂ ସମୟରେ ହ୍ୟାକର ମାନେ ଅଶ୍ଳୀଳ ଭିଡିଓ ଚଲାଇଥିଲେ । ଯାହା ପରେ ସେଠାରେ ଉପସ୍ଥିତ ଥିବା ଲୋକମାନଙ୍କର ହୋସ ଓଡ଼ି ଯାଇଛି । ବର୍ତ୍ତମାନ କୋର୍ଟ ଏହି ଲାଇଭ୍ ଷ୍ଟ୍ରିମିଂ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ।

 

Karnataka High Court

Karnataka High Court banned live streaming: କର୍ଣ୍ଣାଟକ ହାର୍ଟ କୋର୍ଟର କାମକାର୍ଯ୍ୟ ଚାଲୁଥିବା ସମୟରେ ହଠାତ୍ ଏକ ଅଶ୍ଳୀଳ ଭିଡିଓ ଚାଲିବା ଆରମ୍ଭ କରିଥିଲା |।ଯାହା ପରେ ସେଠାରେ ଉପସ୍ଥିତ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ଘଟଣା ମଙ୍ଗଳବାର ଦିନର ଅଟେ । ଯେତେବେଳେ କୋର୍ଟ କାମକାର୍ଯ୍ୟ ଲାଇଭ୍ ଷ୍ଟ୍ରିମିଂ ଦ୍ୱାରା କରାଯାଉଥିଲା, ହ୍ୟାକରମାନେ ଲାଇଭ୍ ଷ୍ଟ୍ରିମିଂରେ ଅଶ୍ଳୀଳ ଭିଡିଓ ଚଲାଇଥିଲେ । ଏହି ଘଟଣା ପରେ ବିଚାରପତି ଏକ କଠୋର ନିଷ୍ପତ୍ତି ନେଇଥିଲେ ଓ କୋର୍ଟ ପ୍ରକ୍ରିୟା ପାଇଁ ଲାଇଭ୍ ଷ୍ଟ୍ରିମିଂ ଓ ଭିଡିଓ କନଫରେନ୍ସିଂ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ।

ଯାଞ୍ଚ କରୁଛି ସାଇବର କ୍ରାଇମ ଟିମ୍
ହ୍ୟାକରଙ୍କ ଦ୍ୱାରା ଅଶ୍ଳୀଳ ଭିଡିଓ ଚଲାଯାଇବାରୁ କୋର୍ଟ ଲାଇଭ୍ ଷ୍ଟ୍ରିମିଂ ଓ ଭିଡିଓ କନଫରେନ୍ସିଂ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି । ପ୍ରଧାନ ବିଚାରପତି ପ୍ରସନ୍ନ ବି. ଭାରାଲେ କହିଛନ୍ତି ଯେ ଏକ ଦୁର୍ଭାଗ୍ୟଜନକ ପରିସ୍ଥିତି ଉପୁଜିଛି ଓ ଲାଇଭ୍ ଷ୍ଟ୍ରିମିଂ ଏବଂ ଭିଡିଓ କନଫରେନ୍ସିଂ ସୁବିଧା ଅନୁମତି ଦିଆଯିବ ନାହିଁ । ସେ କହିଛନ୍ତି ଯେ କିଛି ଦୁଷ୍ଟାମି କରାଯାଇଛି ଓ ଏଥିରେ କିଛି  ଦୁଷ୍ଟ ଲୋକ ମଧ୍ୟ ଜଡିତ ହୋଇପାରନ୍ତି । କହିରଖୁଛୁ ଯେ ଏହି ଘଟଣାର ତଦନ୍ତ ପାଇଁ ସାଇବର କ୍ରାଇମରେ ଅଭିଯୋଗ ହୋଇଛି ଓ ଏହାର ତଦନ୍ତ ଆରମ୍ଭ ହୋଇଛି ।

ପ୍ରଧାନ ବିଚାରପତି କହିଛନ୍ତି ଯେ କୋର୍ଟରେ ଅଶ୍ଳୀଳ ଭିଡିଓ ଚଲାଯାଉଥିବାରୁ ଲାଇଭ୍ ଷ୍ଟ୍ରିମିଂ ସ୍ଥଗିତ ରହିଛି । କର୍ଣ୍ଣାଟକ ହାଇକୋର୍ଟ ସର୍ବଦା ଜନସାଧାରଣଙ୍କୁ ଉନ୍ନତ ସେବା ପାଇଁ ଟେକ୍ନୋଲୋଜି ବ୍ୟବହାର କରିବା ସପକ୍ଷରେ ଥିଲେ । ଦୁର୍ଭାଗ୍ୟବଶତଃ ଟେକ୍ନୋଲୋଜିର ଅପବ୍ୟବହାର କରାଯାଉଛି ।