Cricketer's death:କ୍ରିକେଟ୍ ପିଚରେ ଖୁସୀ ମନାଉଥିବା ବେଳେ ଚାଲିଗଲା ଜୀବନ !
Advertisement
Article Detail0/zeeodisha/odisha2126342

Cricketer's death:କ୍ରିକେଟ୍ ପିଚରେ ଖୁସୀ ମନାଉଥିବା ବେଳେ ଚାଲିଗଲା ଜୀବନ !

ଦେଶରେ କେବଳ ଇଂଲଣ୍ଡ ସହିତ ଟିମ୍ ଇଣ୍ଡିଆର ଟେଷ୍ଟ୍ ସିରିଜ ଚାଲୁନାହିଁ । ଏହା ବ୍ୟତୀତ ରଣଜୀ ଟ୍ରଫିର କ୍ୱାର୍ଟର ଫାଇନାଲ ମୁକାବିଲା ମଧ୍ୟ ଜାରି ରହିଛି । ଟେଷ୍ଟ ଓ ରଣଜୀ ସିରଜ୍ ମଧ୍ଯରେ ପଡିଆରେ ଜଣେ କ୍ରିକେଟିୟରଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । 

SOCIAL MEDIA

Cricketer's death:ଦେଶରେ କେବଳ ଇଂଲଣ୍ଡ ସହିତ ଟିମ୍ ଇଣ୍ଡିଆର ଟେଷ୍ଟ୍ ସିରିଜ ଚାଲୁନାହିଁ । ଏହା ବ୍ୟତୀତ ରଣଜୀ ଟ୍ରଫିର କ୍ୱାର୍ଟର ଫାଇନାଲ ମୁକାବିଲା ମଧ୍ୟ ଜାରି ରହିଛି । ଟେଷ୍ଟ ଓ ରଣଜୀ ସିରଜ୍ ମଧ୍ଯରେ ପଡିଆରେ ଜଣେ କ୍ରିକେଟିୟରଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଏହି ଘଟଣା କର୍ଣ୍ଣାଟକର ବେଙ୍ଗାଲୁରୁର ଏଜିସ୍ ସାଉଥ୍ ଜୋନ୍ ଟୁର୍ଣ୍ଣାମେଣ୍ଟ୍ କାଳରେ ଘଟିଛି । ଯେଉଁଥିରେ କର୍ଣ୍ଣାଟକର କ୍ରିକେଟ ଖେଳାଳୀ ହୋୟସଲାଙ୍କ ମୃତ୍ୟୁ ହୋଇଛି ।  ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି ।

ସୂଚନା ମୁତାବକ, କର୍ଣ୍ଣାଟକର କ୍ରିକେଟର କେ. ହୋୟସାଲା ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି। ବେଙ୍ଗାଲୁରୁଠାରେ ଆୟୋଜିତ ହୋଇଥିବା ଏଜିସ ସାଉଥ ଜୋନ ଟୁର୍ଣ୍ଣାମେଣ୍ଟରେ ତାମିଲନାଡୁ ଓ କର୍ଣ୍ଣାଟକ ମଧ୍ୟରେ ଏହି ମ୍ୟାଚ ଖେଳାଯାଉଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି । ବିପକ୍ଷ ଟିମର ୱିକେଟ୍ ପତନ ପରେ ହୋୟସାଲା ସାଥୀ ଖେଳାଳୀଙ୍କ ସହିତ ଖୁସୀ ମନାଉ ଥିଲେ । ଏହି ସମୟରେ ତାଙ୍କୁ ହୃଦଘାତ ହୋଇଥିଲା ।  ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହିତ ଅଚାନକ ବେହୋସ ହୋଇ ତଳେ ପଡିଯାଇଥିଲେ । ଏହାପରେ ତାଙ୍କୁ ସଙ୍ଗେସଙ୍ଗେ ହସ୍ପଟାଲକୁ ନିଆଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହୋୟସାଲାଙ୍କ ବିୟୋଗ ନେଇ ଚାରିଆଡ଼େ ଶୋକର ଲହରୀ ଖେଳିଯାଇଥିଲା। କର୍ଣ୍ଣାଟକର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଓ କ୍ରୀଡ଼ା ଜଗତର ବହୁ ବରିଷ୍ଠ ଅଧିକାରୀ ଶୋକ ବ୍ୟକ୍ତ କରିଛନ୍ତି ।

ହୋୟସାଲା ଜଣେ ଦକ୍ଷ କ୍ରିକେଟର ଭାବରେ ଜଣାଶୁଣା  । ସେ ଅଣ୍ଡର-୨୫ ବର୍ଗରେ କର୍ଣ୍ଣାଟକ ଟିମ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ସେ ଜଣେ ମଧ୍ୟମକ୍ରମ ବ୍ୟାଟ୍ସମ୍ୟାନ ଓ ବୋଲର ଥିଲେ। ଏଥିସହିତ ସେ କର୍ଣ୍ଣାଟକ ପ୍ରିମିୟର ଲିଗରେ ମଧ୍ୟ ଖେଳିଥିଲେ ।