Coal Royalty: ଜମି ଅଧିଗ୍ରହଣ ବାବଦରେ ଚାକିରି ବା ଟଙ୍କା ଦେଉଛନ୍ତି ସରକାର
Advertisement
Article Detail0/zeeodisha/odisha2351123

Coal Royalty: ଜମି ଅଧିଗ୍ରହଣ ବାବଦରେ ଚାକିରି ବା ଟଙ୍କା ଦେଉଛନ୍ତି ସରକାର

କେନ୍ଦୁଝର: ଦେଶରେ ପ୍ରତିବର୍ଷ କୋଇଲା ଆମଦାନୀ ୧୦ ପ୍ରତିଶତ ବୃଦ୍ଧି କରିବାକୁ ସରକାର ନିର୍ଦ୍ଧାରଣ କରିଛନ୍ତି। କୋଲ ଇଣ୍ଡିଆ ଲିମିଟେଡ଼ ଏ ମଧ୍ୟରେ ଏହାର ନିର୍ଦ୍ଧାରଣ ସଫଳତାର ସହିତ ହାସଲ କରିପାରିଛି। କ୍ୟାପ୍ଟିଭ ମାଇନସ ଗୁଡ଼ିକ ମଧ୍ୟ ନିଜର ଉତ୍ତୋଳନ ଟାର୍ଗେଟ ବା ନିର୍ଦ୍ଧାରଣ ହାସଲ କରିପାରିଥିବା ଯୋଗୁଁ ଦେଶରେ କୋଇଲା ଅଭାବ ନାହିଁ। ଏପରିକି ୯୯.୫

Coal Royalty: ଜମି ଅଧିଗ୍ରହଣ ବାବଦରେ ଚାକିରି ବା ଟଙ୍କା ଦେଉଛନ୍ତି ସରକାର

Coal Royalty: କେନ୍ଦୁଝର: ଦେଶରେ ପ୍ରତିବର୍ଷ କୋଇଲା ଆମଦାନୀ ୧୦ ପ୍ରତିଶତ ବୃଦ୍ଧି କରିବାକୁ ସରକାର ନିର୍ଦ୍ଧାରଣ କରିଛନ୍ତି। କୋଲ ଇଣ୍ଡିଆ ଲିମିଟେଡ଼ ଏ ମଧ୍ୟରେ ଏହାର ନିର୍ଦ୍ଧାରଣ ସଫଳତାର ସହିତ ହାସଲ କରିପାରିଛି। କ୍ୟାପ୍ଟିଭ ମାଇନସ ଗୁଡ଼ିକ ମଧ୍ୟ ନିଜର ଉତ୍ତୋଳନ ଟାର୍ଗେଟ ବା ନିର୍ଦ୍ଧାରଣ ହାସଲ କରିପାରିଥିବା ଯୋଗୁଁ ଦେଶରେ କୋଇଲା ଅଭାବ ନାହିଁ। ଏପରିକି ୯୯.୫୪ ପ୍ରତିଶତ କୋଇଲା ଉତ୍ତୋଳନ ହୋଇପାରିଥିବା ଶ୍ରୀ ରେଡ୍ଡୀ କହିଛନ୍ତି। 

ଲୋକସଭାର ପ୍ରଶ୍ନ ଉତ୍ତର କାଳରେ ଶ୍ରୀ ରେଡ୍ଡୀ କହିଛନ୍ତି ୨୦୧୪ ମସିହା ପୂର୍ବରୁ ରାଜ୍ୟରେ କୋଇଲା ଯୋଗାଣ ପାଇଁ ଯେଉଁ ହାହାକାର ପଡ଼ିଥିଲା ଏବେ ଆଉ ସେ ଅବସ୍ଥା ନାହିଁ। ଏବେ ପ୍ରତି ପାୱାର ପ୍ଲାଣ୍ଟ ଏବଂ ଶିଳ୍ପାଞ୍ଚଳ ପାଇଁ ଆବଶ୍ୟକତା ଅନୁସାରେ କୋଇଲା ଯୋଗାଣ ଚାଲିଛି। କୋଇଲା ଖଣି ଉନ୍ନୟନ କ୍ଷେତ୍ରରେ ଆସୁଥିବା ପ୍ରତିବନ୍ଧକ ତଥା ପ୍ରସଂଗକୁ ରାଜ୍ୟ ସରକାରଙ୍କ ସହଯୋଗରେ ଦୂର କରାଯାଉଛି। ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ପ୍ରଦାନ ନୂଆ ଜମି ଅଧିଗ୍ରହଣର ଏକ ପ୍ରମୁଖ ଆହ୍ୱାନ। ହେଲେ କୋଇଲା ମନ୍ତ୍ରଣାଳୟ କୌଣସି ଭାବରେ ଲୋକଙ୍କୁ ନିଯୁକ୍ତି ଦେବାରୁ ଓହରି ନାହିଁ। ଯେଉଁ ସ୍ଥାନ ଗୁଡିକରେ ନିଯୁକ୍ତି ଦେବା ସମ୍ଭବ ହେଉନାହିଁ ସେ ସବୁ ସ୍ଥାନରେ ଜମି ଅଧିଗ୍ରହଣ ବାବଦୀୟ ଅଧିକ ଅର୍ଥ ପ୍ରଦାନ କରାଯାଉଛି ବୋଲି ଶ୍ରୀ ରେଡ୍ଡୀ କହିଛନ୍ତି।