Job Vacancy: ବାୟୁସେନାରେ ବାହାରିଲା ବମ୍ପର ନିଯୁକ୍ତି ସୁଯୋଗ, +2 ପାସ୍ କରିପାରିବେ ଆବେଦନ
Advertisement
Article Detail0/zeeodisha/odisha1792036

Job Vacancy: ବାୟୁସେନାରେ ବାହାରିଲା ବମ୍ପର ନିଯୁକ୍ତି ସୁଯୋଗ, +2 ପାସ୍ କରିପାରିବେ ଆବେଦନ

Job Opportunity: ବାୟୁସେନାର ବିଭିନ୍ନ ବିଭାଗରେ ବମ୍ପର ନିଯୁକ୍ତି ସୁଯୋଗ ବାହାରିଛି। ଯୁକ୍ତ ୨ ପାସ୍ କରିଥିବା ଯୁବପୀଢ଼ି ଏଥିପାଇଁ ଆବେଦନ କରିପାରିବେ। ଭାରତୀୟ ବାୟୁସେନାରେ ଅଗ୍ନିବୀର ବାୟୁ ପଦବୀରେ ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ଜାରି କରିଛି ଭାରତୀୟ ବାୟୁସେନା ବିଭାଗ।ଏହି ପ୍ରକ୍ରିୟାରେ ୩ହଜାର ୫ ଶହରୁ ଅଧିକ ବିଭିନ୍ନ ପଦ ପାଇଁ ନିଯୁକ୍ତି ସୁଯୋଗ ରହିଛି। 

ସାଙ୍କେତିକ ଫଟୋ: Job opportunity in air force

ଯୁକ୍ତ ୨ ପାସ କରିଥିବା ଯୁବକ-ଯୁବତୀଙ୍କ ପାଇଁ ଖୁସି ଖବର।ଭାରତୀୟ ବାୟୁସେନାରେ ବାହାରିଛି ବଡ଼ ନିଯୁକ୍ତି ସୁଯୋଗ। ଭାରତୀୟ ବାୟୁସେନାରେ ଅଗ୍ନିବୀର ବାୟୁ ପଦବୀରେ ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ଜାରି କରିଛି ଭାରତୀୟ ବାୟୁସେନା ବିଭାଗ।ଏହି ପ୍ରକ୍ରିୟାରେ ୩ହଜାର ୫ ଶହରୁ ଅଧିକ ବିଭିନ୍ନ ପଦ ପାଇଁ ନିଯୁକ୍ତି ସୁଯୋଗ ରହିଛି। ବାୟୁସେନାରେ ଯୋଗ ଦେବାକୁ ଚାହୁଁଥିବା ଆଗ୍ରହୀ ଯୁବକ-ଯୁବତୀମାନେ ନିଜ ଯୋଗତ୍ୟା ଅନୁସାରେ ଏଠାରେ ଆବେଦନ କରିପାରିବେ ।

ତେବେ ଏଠାରେ ଆମେ ଜଣାଇ ଦେବାକୁ ଚାହିଁବୁ ଯେ ଏହି ଆବେଦନ ପ୍ରକ୍ରିୟା ଜୁଲାଇ ୨୭ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ୨୨ ଦିନ ମଧ୍ୟରେ ଆଗ୍ରହୀ ପ୍ରାର୍ଥୀମାନେ ବିଭିନ୍ନ ପଦ ପାଇଁ ଆବେଦନ କରିପାରିବେ ।ଆବେଦନ କରିବା ପାଇଁ ଆପଣ ବାୟୁସେନାର ଅଫିସିଆଲ୍ ୱେବସାଇଟ https://careerairforce.nic.in/ କୁ ଗସ୍ତ କରିପାରିବେ।ଆପଣ ଏହି ଆବେଦନ ଅନଲାଇନରେ କରି ପାରିବେ। ତେବେ ଜାଣନ୍ତୁ କେଉଁମାନେ ଆବେଦନ କରିପାରିବେ...

ଶିକ୍ଷାଗତ ଯୋଗ୍ୟତା: ଭାରତୀୟ ବାୟୁସେନାରେ ଅଗ୍ନିବୀର ବାୟୁ ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀ ଯେକୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ / ବୋର୍ଡ / ବିଶ୍ୱବିଦ୍ୟାଳୟରୁ ଦ୍ୱାଦଶ ପାସ୍ କରିଥିବା ବାଧ୍ୟତାମୂଳକ ଅଟେ।

ବୟସ ସୀମାଭାରତୀୟ ବାୟୁସେନାରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୧୭ ବର୍ଷ ଏବଂ ସର୍ବାଧିକ ୧୯ ବର୍ଷ ହୋଇଥିବା ଆବଶ୍ୟକ ଅର୍ଥାତ୍ ୨୭ ଜୁନ୍ ୨୦୦୩ ରୁ ୨୭ ଡିସେମ୍ବର ୨୦୦୬ ମଧ୍ୟରେ ସେମାନେ ଜନ୍ମ ଗ୍ରହଣ କରିଥିବା ଉଚିତ୍। ସେହିପରି ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ସରକାରୀ ନିୟମ ଅନୁଯାୟୀ ସର୍ବାଧିକ ବୟସ ସୀମା ମଧ୍ୟରେ ରିହାତି ପ୍ରଦାନ କରାଯିବାର ମଧ୍ୟ ବ୍ୟବସ୍ଥା ରହିଛି।

ଆବେଦନ ଶୁଳ୍କ: ଭାରତୀୟ ବାୟୁସେନାରେ ଅଗ୍ନିବୀର ବାୟୁ ପଦ ପାଇଁ ଆବେଦନ କରୁଥିବା ସମସ୍ତ ବର୍ଗର ପ୍ରାର୍ଥୀଙ୍କୁ ୨୫୦ ଟଙ୍କା ଆବେଦନ ଶୁଳ୍କ ପଇଠ କରିବାକୁ ପଡ଼ିବ।

ଚୟନ ପ୍ରକ୍ରିୟା: ନିର୍ଦ୍ଧାରିତ ନିୟମ ଅନୁଯାୟୀ ଲିଖିତ ପରୀକ୍ଷା, ଶାରୀରିକ ପରୀକ୍ଷା, ଡକ୍ୟୁମେଣ୍ଟ ଯାଞ୍ଚ ଏବଂ ଡାକ୍ତରୀ ପରୀକ୍ଷା ଆଧାରରେ ପ୍ରାର୍ଥୀମାନଙ୍କୁ ଚୟନ କରାଯିବ। ଏଥିସହ ବାୟୁସେନାରେ ଅଗ୍ନିବୀର ବାୟୁ ପଦ ପାଇଁ ଲିଖିତ ପରୀକ୍ଷାରେ ସମସ୍ତ ପ୍ରଶ୍ନ ପାଇଁ ଗୋଟିଏ ମାର୍କ ଦିଆଯିବ। ଏହି ପରୀକ୍ଷାରେ ଭୁଲ୍ ଉତ୍ତରରେ ନେଗେଟିଭ ମାର୍କିଂର ମଧ୍ୟ ବ୍ୟବସ୍ଥା ରହିଛି ।

ଆବେଦନ ପ୍ରକ୍ରିୟା: ଭାରତୀୟ ବାୟୁସେନାରେ ଅଗ୍ନିବୀର ବାୟୁ ପଦବୀ ପାଇଁ ଆବେଦନ କରିବାକୁ ସର୍ବପ୍ରଥମେ ବାୟୁସେନା ବିଭାଗର ଅଫିସିଆଲ୍ ୱେବସାଇଟ୍ careerairforce.nic.in କୁ ଗସ୍ତ କରନ୍ତୁ। ଏହା ପରେ ୱେବସାଇଟରେ ନିଯୁକ୍ତି ଲିଙ୍କ ଉପରେ କ୍ଲିକ୍ କରନ୍ତୁ। ଏହା ପରେ ବ୍ୟକ୍ତିଗତ ବିବରଣୀ ଦାଖଲ କରନ୍ତୁ । ଲଗ୍ଇନ୍ କରିସାରିବେ ପରେ ସେଠାରେ ୟୁଜର୍ i'd ଏବଂ ପାସୱାର୍ଡ ତିଆରି କରନ୍ତୁ। ଏହା ପରେ ଫର୍ମ ପୂରଣ କରି ଏହାକୁ ଦାଖଲ କରନ୍ତୁ। ଏହା ପରେ ଫର୍ମର ଫି ଅପଲୋଡ୍ କରନ୍ତୁ ଏବଂ ସମସ୍ତ ଡକ୍ୟୁମେଣ୍ଟ୍ ଦେଇସାରିବା ପରେ ଶେଷରେ ଫାଇନାଲ୍ ଦାଖଲ କରନ୍ତୁ। ଦାଖଲ ପାଇଁ ଫର୍ମର ଏକ କପି ବାହାର କରିବାକୁ ଭୁଲରେ ଭୁଲନ୍ତୁ ନାହିଁ।

Also Read: Minimum Rain in Odisha: ବର୍ଷା ନାହିଁ, ଚିନ୍ତାରେ ଚାଷୀ, ରାଜ୍ୟରେ ଗଜା ମରୁଡି ସ୍ଥିତି ଆସନ୍ନ !

ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପ୍ରସଙ୍ଗ, ସେବାୟତଙ୍କ ମୁଣ୍ତରେ ଅଠା ବୋଳୁଛି ମନ୍ଦିର ପ୍ରଶାସନ