Jio True 5G: ଏକାସାଙ୍ଗରେ ୧୦ଟି ସହରରେ ଆରମ୍ଭ ହେଲା ଜିଓର 5G ସେବା, ଆପଣଙ୍କ ସହର ନାହିଁ ତ ଏଥିରେ ସାମିଲ; ଦେଖନ୍ତୁ ପୂରା ଲିଷ୍ଟ
Advertisement

Jio True 5G: ଏକାସାଙ୍ଗରେ ୧୦ଟି ସହରରେ ଆରମ୍ଭ ହେଲା ଜିଓର 5G ସେବା, ଆପଣଙ୍କ ସହର ନାହିଁ ତ ଏଥିରେ ସାମିଲ; ଦେଖନ୍ତୁ ପୂରା ଲିଷ୍ଟ

Jio True 5G: ନିକଟ ଅତୀତରେ କମ୍ପାନୀ ଓଡ଼ିଶାରେ 5G ସେବା ମଧ୍ୟ ଆରମ୍ଭ କରିଥିଲା । Jio 5G ସେବା ଯେଉଁ ୧୦ଟି ସହରରେ ଆରମ୍ଭ କରାଯାଇଛି, ସେହି ସହରଗୁଡ଼ିକ ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, କେରଳ ଏବଂ ମହାରାଷ୍ଟ୍ରରେ ରହିଛି । ଏହି ସହରଗୁଡିକରେ ଜିଓ ବ୍ୟବହାରକାରୀଙ୍କୁ 'Jio Welcome Offer' ଅଧୀନରେ ନିମନ୍ତ୍ରଣ କରାଯିବ ଓ ଉପଭୋକ୍ତାମାନେ ବିନା ମୂଲ୍ୟରେ ୧ ଜିବିପିଏସ୍ + ସ୍ପିଡ୍ ସହିତ ଅସୀମିତ ଡାଟା ପାଇବେ ।

Jio True 5G: ଏକାସାଙ୍ଗରେ ୧୦ଟି ସହରରେ ଆରମ୍ଭ ହେଲା ଜିଓର 5G ସେବା, ଆପଣଙ୍କ ସହର ନାହିଁ ତ ଏଥିରେ ସାମିଲ; ଦେଖନ୍ତୁ ପୂରା ଲିଷ୍ଟ

Jio 5G Service: ପ୍ରାୟ ୩ ମାସ ପୂର୍ବେ Jio 5G ସେବା ଲଞ୍ଚ କରିଥିଲା ।​ ଏହା ପ୍ରଥମେ କେବଳ ମନୋନୀତ ସହରରେ ଆରମ୍ଭ କରାଯାଇଥିଲା । ଏହା ପରେ କମ୍ପାନୀ ଧୀରେ ଧୀରେ ନିଜର ସେବାକୁ ଅନ୍ୟ ସ୍ଥାନରେ ମଧ୍ୟ ଉପଲବ୍ଧ କରାଉଛି । ବର୍ତ୍ତମାନ ଆଉ ୧୦ଟି ସହରରେ Jio 5G ସେବା ଆରମ୍ଭ କରାଯାଇଛି । ନିକଟ ଅତୀତରେ କମ୍ପାନୀ ଓଡ଼ିଶାରେ 5G ସେବା ମଧ୍ୟ ଆରମ୍ଭ କରିଥିଲା । Jio 5G ସେବା ଯେଉଁ ୧୦ଟି ସହରରେ ଆରମ୍ଭ କରାଯାଇଛି, ସେହି ସହରଗୁଡ଼ିକ ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, କେରଳ ଏବଂ ମହାରାଷ୍ଟ୍ରରେ ରହିଛି । ଏହି ସହରଗୁଡିକରେ ଜିଓ ବ୍ୟବହାରକାରୀଙ୍କୁ 'Jio Welcome Offer' ଅଧୀନରେ ନିମନ୍ତ୍ରଣ କରାଯିବ ଓ ଉପଭୋକ୍ତାମାନେ ବିନା ମୂଲ୍ୟରେ ୧ ଜିବିପିଏସ୍ + ସ୍ପିଡ୍ ସହିତ ଅସୀମିତ ଡାଟା ପାଇବେ ।

ଜିଓ ଏହାର ହାଇ ସ୍ପିଡ୍ ଇଣ୍ଟରନେଟ୍ 5G ସେବା Jio True 5G ଉତ୍ତରପ୍ରଦେଶର ପ୍ରୟାଗରାଜ, ଆଗ୍ରା, କାନପୁର, ମେରୁଟ୍, ଆନ୍ଧ୍ରପ୍ରଦେଶର ତିରୁପତି, ନେଲ୍ଲୋର, କେରଳର କୋଝିକୋଡ, ଥ୍ରୀସୁର ଓ ମହାରାଷ୍ଟ୍ରର ନାଗପୁର, ଅହମ୍ମଦନଗରରେ ଲଞ୍ଚ କରିଛି । ଏହି ସହରଗୁଡିକର ଅଧିକାଂଶରେ 5G ସେବା ଆରମ୍ଭ କରିବାକୁ ରିଲାଏନ୍ସ ଜିଓ ପ୍ରଥମ ଓ ଏକମାତ୍ର ଅପରେଟର ହୋଇପାରିଛି ।

କାହାକୁ ମିଳିବ ସେବା

Jio 5G ସେବା ବ୍ୟବହାର ପାଇଁ ଗ୍ରାହକଙ୍କୁ Jio Welcome Offer ଦିଆଯାଉଛି । Jio Welcome Offer ହେଉଛି ଏକ ଇନଭାଇଟ୍-ଆଧାରିତ ଅଫର, ଯାହା କେବଳ କିଛି ୟୁଜର୍ସଙ୍କୁ ହିଁ ମିଳୁଛି । କମ୍ପାନୀ ଅନୁଯାୟୀ, ୟୁଜର୍ସମାନେ 1Gbps ଜିବିପିଏସ ସ୍ପିଡରେ ଅସୀମିତ ଡାଟା ପାଇପାରିବେ । ଏଥିପାଇଁ ଗ୍ରାହକଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡିବ ନାହିଁ । ଅର୍ଥାତ ଯଦି ଆପଣ Jio Welcome ପାଇଛନ୍ତି । ତେବେ ଆପଣ ମାଗଣାରେ 5G ଇଣ୍ଟରନେଟ୍ ବ୍ୟବହାର କରିବାକୁ ସକ୍ଷମ ହେବେ । କମ୍ପାନୀ ନିଜର 5G ସେବାକୁ ପର୍ଯ୍ୟାୟକ୍ରମେ ବିସ୍ତାର କରୁଛି ।

ଅଧିକ ପଢ଼ନ୍ତୁ:-ରୋହିତ ଶର୍ମାଙ୍କ ଉପରେ ଖସିଲା ଦୁଃଖର ପାହାଡ଼, ପତ୍ନୀ ରିତିକା ସଜଦେହ ଇମୋସନାଲ ପୋଷ୍ଟ୍ କରି ଦେଲେ ଏହି ବଡ଼ ସୂଚନା

ଅଧିକ ପଢ଼ନ୍ତୁ:-ଦିନିକିଆରେ ଲଗାତର ଦ୍ୱିତୀୟ ଶତକ ହାସଲ କଲେ ବିରାଟ କୋହଲି, ଭାଙ୍ଗିଲେ ସଚିନ ତେନ୍ଦୁଲକରଙ୍କ ଏହି ବଡ଼ ରେକର୍ଡ

ଅଧିକ ପଢ଼ନ୍ତୁ:-ବ୍ୟାଙ୍କ ଆକାଉଣ୍ଟ ସହ ଜଡ଼ିତ ନିୟମରେ ବଡ଼ ପରିବର୍ତ୍ତନ କଲା RBI, ତୁରନ୍ତ ଚେକ୍ କରନ୍ତୁ ନୂଆ ଗାଇଡଲାଇନ୍

 

କିପରି ପାଇବେ  Jio Welcome Offer?

Jio Welcome Offer ପାଇଁ ୟୁଜର୍ସମାନଙ୍କୁ ଇନଭାଇଟ୍ ପଠାଇବାର ଅଛି ।  କିଛି ୟୁଜର୍ସଙ୍କୁ ଏଥିପାଇଁ ରେଜିଷ୍ଟ୍ରେସନର ବିକଳ୍ପ ଦେଖାଯାଉଥିବ । ଏଥିପାଇଁ ଆପଣଙ୍କୁ ପ୍ରଥମେ My Jio ଆପକୁ ଯିବାକୁ ପଡ଼ିବ । ଏଠାରେ ଆପଣ ନିଜେ ହୋମ ସ୍କ୍ରିନରେ Jio Welcome Offer ର ବିକଳ୍ପ ପାଇବେ । ଯଦି ଆପଣ Jio Welcome Offerର ବ୍ୟାନର ଦେଖୁଛନ୍ତି, ତେବେ ଏଥିରେ କ୍ଲିକ୍ କରନ୍ତୁ । ଅନ୍ୟ ପଟେ, ଯଦି ବିକଳ୍ପ ଦେଖାଯାଉ ନାହିଁ, ତେବେ ପେଜକୁ ରିଫ୍ରେଶ କରନ୍ତୁ । Jio Welcome Offerର ପେଜରେ କ୍ଲିକ୍ କରିବା ମାତ୍ରେ ଆପଣ ଅନ୍ୟ ଏକ ପେଜରେ ପହଞ୍ଚିବେ, ଯେଉଁଥିରେ Jio True 5G ସମ୍ବନ୍ଧୀୟ ସୂଚନା ରହିବ ।

ଏହି ଉପାୟରେ ଆପଣ ଆପଣଙ୍କର ଆଗ୍ରହକୁ ପଞ୍ଜିକରଣ କରିପାରିବେ । ଏହା ପରେ ୟୁଜର୍ସମାନଙ୍କୁ Jio ରୁ କନ୍ଫର୍ମେଶନ ଆସିବାର ଅପେକ୍ଷା କରିବାକୁ ପଡିବ । ଏହି ଉପାୟରେ ଆପଣ Jio Welcome Offer ପାଇଁ ନିଜ ନମ୍ୱରକୁ ରେଜିଷ୍ଟ୍ରେସନ କରିପାରିବେ । ମନେରଖନ୍ତୁ ଯେ Jio 5G ସେବା ବର୍ତ୍ତମାନ କେବଳ କିଛି ନିର୍ଦ୍ଦିଷ୍ଟ ସହରରେ ଉପଲବ୍ଧ ରହିଛି । ଏହା ସାରା ଦେଶରେ ଉପଲବ୍ଧ ନୁହେଁ । Jio 5G ସେବା ପାଇଁ ଆପଣଙ୍କୁ ବର୍ତ୍ତମାନ ଏକ ନୂତନ ସିମ୍ କାର୍ଡ ନେବାକୁ ପଡିବ ନାହିଁ । ଉପଭୋକ୍ତାମାନେ କେବଳ ବର୍ତ୍ତମାନର ସିମ୍ କାର୍ଡରେ Jio 5G ସେବା ବ୍ୟବହାର କରିପାରିବେ । ଏଥିପାଇଁ କୌଣସି ଅଫିସିଆଲ୍ ରିଚାର୍ଜ ପ୍ଲାନ୍ ଜାରି କରାଯାଇ ନାହିଁ ।