5G Smartphone: ଏସବୁ 5G ସ୍ମାର୍ଟଫୋନରେ ଚାଲିବନି Jio 5G, କିଣିବା ପୂର୍ବରୁ ଦେଖି ନିଅନ୍ତୁ ତାଲିକା
Advertisement

5G Smartphone: ଏସବୁ 5G ସ୍ମାର୍ଟଫୋନରେ ଚାଲିବନି Jio 5G, କିଣିବା ପୂର୍ବରୁ ଦେଖି ନିଅନ୍ତୁ ତାଲିକା

5G Smartphone: ଭାରତର ସ୍ମାର୍ଟଫୋନ୍ ଇକୋସିଷ୍ଟମ୍ 5G ଷ୍ଟାଣ୍ଡାଲୋନ୍ ପାଇଁ ପ୍ରସ୍ତୁତ ନୁହେଁ । କିନ୍ତୁ ଅରଜିନାଲ ଇକ୍ୱିପମେଣ୍ଟ ମେନ୍ୟୁଫେକ୍ଚରର୍ସଙ୍କ ପାଖରେ ଜିଓର 5G ଷ୍ଟାଣ୍ଡାଲୋନକୁ ସପୋର୍ଟ କରିବା ପାଇଁ ଭାରତରେ ସେମାନଙ୍କର 5G ଡିଭାଇସ୍ ପାଇଁ ଓଭର ଦି ଏୟାର ଅପଡେଟ୍ ରୋଲ ଆଉଟ୍ କରିବା ଛଡା ଅନ୍ୟ କୌଣସି ବିକଳ୍ପ ନଥିଲା । ଜିଓ (Jio) ର ଭାରତରେ କୋଟି କୋଟି ଗ୍ରାହକ ଅଛନ୍ତି । 

5G Smartphone: ଏସବୁ 5G ସ୍ମାର୍ଟଫୋନରେ ଚାଲିବନି Jio 5G, କିଣିବା ପୂର୍ବରୁ ଦେଖି ନିଅନ୍ତୁ ତାଲିକା

5G Smartphone, Jio 5G: ଜିଓ (Jio) ସମଗ୍ର ଭାରତରେ 5G ଷ୍ଟାଣ୍ଡାଲୋନ ନେଟୱାର୍କ ବିସ୍ତାର କରୁଛି । ଆପଣଙ୍କୁ କହି ରଖୁଛୁ ଯେ, ଭାରତର ସ୍ମାର୍ଟଫୋନ୍ ଇକୋସିଷ୍ଟମ୍ 5G ଷ୍ଟାଣ୍ଡାଲୋନ୍ ପାଇଁ ପ୍ରସ୍ତୁତ ନୁହେଁ । କିନ୍ତୁ ଅରଜିନାଲ ଇକ୍ୱିପମେଣ୍ଟ ମେନ୍ୟୁଫେକ୍ଚରର୍ସଙ୍କ ପାଖରେ ଜିଓର 5G (Jio 5G) ଷ୍ଟାଣ୍ଡାଲୋନକୁ ସପୋର୍ଟ କରିବା ପାଇଁ ଭାରତରେ ସେମାନଙ୍କର 5G ଡିଭାଇସ୍ ପାଇଁ ଓଭର ଦି ଏୟାର ଅପଡେଟ୍ ରୋଲ ଆଉଟ୍ କରିବା ଛଡା ଅନ୍ୟ କୌଣସି ବିକଳ୍ପ ନଥିଲା । ଜିଓ (Jio) ର ଭାରତରେ କୋଟି କୋଟି ଗ୍ରାହକ ଅଛନ୍ତି । କାହା ପାଖରେ ମହଙ୍ଗା ତ କାହା ପାଖରେ କିଛି ଶସ୍ତା 5G ସ୍ମାର୍ଟଫୋନ୍ (5G Smartphone) ଅଛି ।

ବଜାରରେ ଏଭଳି ଫୋନ୍ ଅଛି, ଯାହା 5G ଷ୍ଟାଣ୍ଡାଲୋନ (5G Standalone) କୁ ସପୋର୍ଟ କରେନାହିଁ । ଶାଆଓମି (Xiaom) ଭାରତରେ ଲକ୍ଷ ଲକ୍ଷ 5G ସ୍ମାର୍ଟଫୋନ୍ ବିକ୍ରି କରିଛି, ଯେଉଁଗୁଡ଼ିକ ମଧ୍ୟରୁ 5G ଷ୍ଟାଣ୍ଡାଲୋନ ସପୋର୍ଟ ନାହିଁ । ଏହି ଫୋନ୍ ଗୁଡ଼ିକ 5G ସ୍ମାର୍ଟଫୋନ୍ (5G Smartphone) ବୋଲି ଦାବି କରେ, କିନ୍ତୁ ଏଥିରେ Jio 5G ର ସପୋର୍ଟ ନାହିଁ । ଯେଉଁ ଫୋନ ଗୁଡ଼ିକର କଥା ଚାଲିଛି,  ସେଗୁଡ଼ିକ ହେଉଛି Xiaomi Mi 10 ଓ Xiaomi Mi 10i । ଉଭୟ ସ୍ମାର୍ଟଫୋନ୍ ଜିଓର 5G କୁ ସପୋର୍ଟ କରେନାହିଁ । ଏହା ସେହି ଜିଓ ୟୁଜର୍ସ (Jio Users) ଙ୍କ ପାଇଁ ଟେନସନର ବିଷୟର, ଯେଉଁମାନଙ୍କ ପାଖରେ ଏହି 5ଜି ସ୍ମାର୍ଟଫୋନ ରହିଛି ।

ଆପଣଙ୍କୁ କହି ରଖୁଛୁ ଯେ, ଏହି ଦୁଇଟି ଫୋନ୍ ବଜେଟ୍ ସେଗମେଣ୍ଟରେ ଆସେ ନାହିଁ । ଉଭୟ ଫୋନର ମୂଲ୍ୟ ୨୦ ହଜାର ଟଙ୍କାରୁ ଅଧିକ ଅଛି । ଯେଉଁ ଜିଓ ୟୁଜର୍ସଙ୍କ ପାଖରେ ଏହି ଫୋନ୍ ଅଛି, ଏହାକୁ 5G ବ୍ୟବହାରରେ ରୂପାନ୍ତର କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ । ନଚେତ୍ ସେମାନଙ୍କୁ ଏୟାରଟେଲ (Airtel 5G) ଆଡକୁ ଯିବାକୁ ପଡିବ । ବଜାରରେ ଥିବା ଅଧିକାଂଶ ସ୍ମାର୍ଟଫୋନ୍ ଏୟାରଟେଲର 5G କୁ ସପୋର୍ଟ କରିସାରିଛି । ଏହାର କାରଣ ହେଉଛି ଏୟାରଟେଲ 5G ନନ୍-ଷ୍ଟାଣ୍ଡାଲୋନ ଡିପ୍ଲାୟ କରୁଛି ।

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆକୁ ଲାଗିଲା ଝଟକା, ଭାରତ-ନ୍ୟୁଜିଲ୍ୟାଣ୍ଡ ସିରିଜ୍ ମଝିରେ ICC ନେଲା ଏହି ବଡ଼ ଆକ୍ସନ

ଅଧିକ ପଢ଼ନ୍ତୁ:-ରାହୁଲଙ୍କ ଯୋଗୁଁ ବର୍ବାଦ ହୋଇଛି ଏହି ଭାରତୀୟ ଖେଳାଳିଙ୍କ କ୍ୟାରିୟର! ବର୍ତ୍ତମାନ ଦ୍ୱିଶତକ ଲଗାଇ ଚୟନକର୍ତ୍ତାଙ୍କୁ ଦେଲେ ମୁହଁତୋଡ଼ ଜବାବ

ଅଧିକ ପଢ଼ନ୍ତୁ:-ଏୟାରଟେଲ ଉପଭୋକ୍ତାଙ୍କ ପାଇଁ ଖରାପ ଖବର! କମ୍ପାନୀ ଦେଲା ଏହି ବଡ଼ ସୂଚନା

କାହାକୁ ମିଳିବ Jio 5G ସେବା

Jio 5G ସେବା ବ୍ୟବହାର ପାଇଁ ଗ୍ରାହକଙ୍କୁ Jio Welcome Offer ଦିଆଯାଉଛି । Jio Welcome Offer ହେଉଛି ଏକ ଇନଭାଇଟ୍-ଆଧାରିତ ଅଫର, ଯାହା କେବଳ କିଛି ୟୁଜର୍ସଙ୍କୁ ହିଁ ମିଳୁଛି । କମ୍ପାନୀ ଅନୁଯାୟୀ, ୟୁଜର୍ସମାନେ 1Gbps ଜିବିପିଏସ ସ୍ପିଡରେ ଅସୀମିତ ଡାଟା ପାଇପାରିବେ । ଏଥିପାଇଁ ଗ୍ରାହକଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡିବ ନାହିଁ । ଅର୍ଥାତ ଯଦି ଆପଣ Jio Welcome ପାଇଛନ୍ତି । ତେବେ ଆପଣ ମାଗଣାରେ 5G ଇଣ୍ଟରନେଟ୍ ବ୍ୟବହାର କରିବାକୁ ସକ୍ଷମ ହେବେ । କମ୍ପାନୀ ନିଜର 5G ସେବାକୁ ପର୍ଯ୍ୟାୟକ୍ରମେ ବିସ୍ତାର କରୁଛି ।

କିପରି ପାଇବେ  Jio Welcome Offer?

Jio Welcome Offer ପାଇଁ ୟୁଜର୍ସମାନଙ୍କୁ ଇନଭାଇଟ୍ ପଠାଇବାର ଅଛି ।  କିଛି ୟୁଜର୍ସଙ୍କୁ ଏଥିପାଇଁ ରେଜିଷ୍ଟ୍ରେସନର ବିକଳ୍ପ ଦେଖାଯାଉଥିବ । ଏଥିପାଇଁ ଆପଣଙ୍କୁ ପ୍ରଥମେ My Jio ଆପକୁ ଯିବାକୁ ପଡ଼ିବ । ଏଠାରେ ଆପଣ ନିଜେ ହୋମ ସ୍କ୍ରିନରେ Jio Welcome Offer ର ବିକଳ୍ପ ପାଇବେ । ଯଦି ଆପଣ Jio Welcome Offerର ବ୍ୟାନର ଦେଖୁଛନ୍ତି, ତେବେ ଏଥିରେ କ୍ଲିକ୍ କରନ୍ତୁ । ଅନ୍ୟ ପଟେ, ଯଦି ବିକଳ୍ପ ଦେଖାଯାଉ ନାହିଁ, ତେବେ ପେଜକୁ ରିଫ୍ରେଶ କରନ୍ତୁ । Jio Welcome Offerର ପେଜରେ କ୍ଲିକ୍ କରିବା ମାତ୍ରେ ଆପଣ ଅନ୍ୟ ଏକ ପେଜରେ ପହଞ୍ଚିବେ, ଯେଉଁଥିରେ Jio True 5G ସମ୍ବନ୍ଧୀୟ ସୂଚନା ରହିବ ।

ଏହି ଉପାୟରେ ଆପଣ ଆପଣଙ୍କର ଆଗ୍ରହକୁ ପଞ୍ଜିକରଣ କରିପାରିବେ । ଏହା ପରେ ୟୁଜର୍ସମାନଙ୍କୁ Jio ରୁ କନ୍ଫର୍ମେଶନ ଆସିବାର ଅପେକ୍ଷା କରିବାକୁ ପଡିବ । ଏହି ଉପାୟରେ ଆପଣ Jio Welcome Offer ପାଇଁ ନିଜ ନମ୍ୱରକୁ ରେଜିଷ୍ଟ୍ରେସନ କରିପାରିବେ । ମନେରଖନ୍ତୁ ଯେ Jio 5G ସେବା ବର୍ତ୍ତମାନ କେବଳ କିଛି ନିର୍ଦ୍ଦିଷ୍ଟ ସହରରେ ଉପଲବ୍ଧ ରହିଛି । ଏହା ସାରା ଦେଶରେ ଉପଲବ୍ଧ ନୁହେଁ । Jio 5G ସେବା ପାଇଁ ଆପଣଙ୍କୁ ବର୍ତ୍ତମାନ ଏକ ନୂତନ ସିମ୍ କାର୍ଡ ନେବାକୁ ପଡିବ ନାହିଁ । ଉପଭୋକ୍ତାମାନେ କେବଳ ବର୍ତ୍ତମାନର ସିମ୍ କାର୍ଡରେ Jio 5G ସେବା ବ୍ୟବହାର କରିପାରିବେ । ଏଥିପାଇଁ କୌଣସି ଅଫିସିଆଲ୍ ରିଚାର୍ଜ ପ୍ଲାନ୍ ଜାରି କରାଯାଇ ନାହିଁ ।